ଭୁବନେଶ୍ୱରରୁ ଆଉ ନୂଆ ୬ କରୋନା ସଂକ୍ରମିତ ଚିହ୍ନଟ, ସିଲ୍‌ ହେଲା ବାହାର ରାଜ୍ୟରୁ ଆସି କାମ କରୁଥିବା ଏକ କୋଠା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗୁରୁବାର ପୁଣି ରାଜ୍ୟରୁ ନୂଆ ୧୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧାରୁ କେବଳ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସେହି ୧୫ ଜଣଙ୍କ ମଧ୍ୟରୁ ୬ ଜଣ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ହୋମ୍ କ୍ୱାରେଣ୍ଟାଇନରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩ଚିହ୍ନଟ ହୋଇଛନ୍ତି ।

ହୋମ୍ କ୍ୱାରେଣ୍ଟାଇନରେ ଥିବା ଜଣେ ବାଙ୍ଗଲୋର ଫେରନ୍ତା ଡୁମଡୁମାରୁ ଚିହ୍ନଟ ହୋଇଛନ୍ତି । ଜଣେ କୋଲକାତା ଫେରନ୍ତା ନୟାପଲ୍ଲୀରୁ ଓ ଅନ୍ୟଜଣେ କୋଲକାତା ଫେରନ୍ତା ବାପୁଜି ନଗରରୁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୨୬୪ କରୋନା ପଜିଟିଭ୍ ଚିହ୍ନଟ… ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି

ସ୍ଥାନୀୟ ସଂକ୍ରମିତ ୩ଜଣଙ୍କ ମଧ୍ୟରୁ ଜଣେ ଘରୋଇ ହସ୍ପିଟାଲ, ଜଣେ ଟଙ୍କପାଣି ରୋଡ୍ ଓ ଅନ୍ୟଜଣେ ଫରେଷ୍ଟ ପାର୍କ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନେଶ୍ୱରରୁ ଆଜି ୧୯ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

ରାଜ୍ୟରେ ବଢ଼ିଲା କରୋନା ସୁସ୍ଥତାର ହାର, ୪୭୪୩ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା

ସେପଟେ ଶ୍ରୀବିହାରର ଏକ ନିର୍ମାଣଧୀନ କୋଠାକୁ ସିଲ୍ କରିଛି ବିଏମସି । ୨୧ଜଣ ବାହାର ରାଜ୍ୟରୁ ଆସିଥିବା ଶ୍ରମିକ କାମ କରୁଥିବା ଅଭିଯୋଗ ପାଇ ବିଏମସି ଗତକାଲି ରେଡ୍ କରିଥିଲା । ସିଲ୍‌ ପରେ ସେଠାରେ କାମ ବନ୍ଦ କରାଯାଇଛି । ଜୁଲାଇ ୧୦ ଯାଏଁ ଏହି ଶ୍ରମିକ ମାନେ କୋଭିଡ ନିୟମ ମାନି ହୋମ୍ କ୍ୱାରେଣ୍ଟାଇନରେ ରହିବେ  ।

Leave a Reply