ସରପଞ୍ଚ ଜାହିର କଲେ ଜିଲାପାଳ କ୍ଷମତା, ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ଵର ପଞ୍ଚାୟତକୁ କଲେ ସଟ୍‌ଡାଉନ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ଵର ପଞ୍ଚାୟତରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି କରୋନା ଯୋଦ୍ଧା ମଧ୍ୟ ଏଠାରେ କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହାପରେ ରବିବାର ଠାରୁ ସଟ୍‌ଡାଉନ ଘୋଷଣା କରିଛନ୍ତି ସରପଞ୍ଚ ଅନୀତା କୁମାରୀ ସ୍ୱାଇଁ । ଏନେଇ ଗଞ୍ଜାମ ଜିଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ପ୍ରଶାସନ ସହ ସବିଶେଷ ଆଲୋଚନା ପରେ ସମଗ୍ର ପଞ୍ଚାୟତକୁ ଏକ ସପ୍ତାହ ପର୍ଯ୍ୟନ୍ତ ସଟ୍‌ଡାଉନ ଘୋଷଣା କରାଯାଇଥିବା ସରପଞ୍ଚ ଅନୀତା କୁମାରୀ କହିଛନ୍ତି ।

ସେପଟେ ସଟଡାଉନ୍ ସମ୍ପର୍କରେ ସମସ୍ତ ପଞ୍ଚାୟତ ବାସୀଙ୍କୁ ଅବଗତ କରାଇ ଦିଆଯାଇଛି ବୋଲି ବିଡିଓ ହଳଧର ଶବର କହିଛନ୍ତି । ସଟ୍‌ଡାଉନ ସ୍ଥାନରେ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ସଚେତନତା କରାଯାଇଛି । କରୋନା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ କଡ଼ା ନଜର ରଖିଛି । ଏହା ବ୍ୟତିତ ଅନ୍ୟ ସବୁ ଖେତ୍ରରେ ମଧ୍ୟ ନୀୟକ କଡ଼ା କଡ଼ି କରାଯାଇଛି । ସଟ୍‌ଡାଉନ ସମୟରେ ଜରୁରୀ ସେବା ଯୋଗାଉଥିବା ସଂସ୍ଥା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବ ।

ସଟ୍‌ଡାଉନ ସମୟରେ କେହିବି ଘରୁ ବାହାରିବେ ନାହିଁ । ପୋଖରୀରେ ଗାଧୋଇବା ଶୌଚ ହେବାକୁ ମନା କରାଯାଇଛି । ଜରୁରୀ କାମ ନଥିଲେ ଘରୁ ବାହାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି । ଲୋକେ ଭୟଭୀତ ନ ହୋଇ ସାମାଜିକ ଦୂରତା ସହ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ବୋଲି ମାଇକ ଯୋଗେ ପ୍ରଚାର କରାଯାଇଥିବା ସରପଞ୍ଚ ପ୍ରତିନିଧି ସରୋଜ କୁମାର ଜେନା କହିଛନ୍ତି ।

ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରୁ ଫେରି ହୋମ କ୍ଵାରେଣ୍ଟାଇନରେ ଥିବା କିଛି ପ୍ରବାସୀ ଓଡ଼ିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ  କରୋନା ପଜେଟିଭ୍ ଚିହ୍ନଟ କରାଯାଇ ଚିକିତ୍ସା କରାଯାଉଛି । ଏ ନେଇ ରବିବାର ରିପୋର୍ଟ ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଦିଗପହଣ୍ଡି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ଵୈତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ସମଗ୍ର ପଞ୍ଚାୟତକୁ ସଟ୍‌ଡାଉନ ଘୋଷଣା ସହ ଆବଶ୍ୟକ ପଡ଼ିଲେ ସିଦ୍ଧେଶ୍ୱର ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ କରିବା ନିମନ୍ତେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ବିଚାର ବିମର୍ଶ ଜାରି ରହିଛି ।

Leave a Reply