spot_img
Home Blog Page 6894

କରୋନାରେ ମୃତ୍ୟୁ ପରେ ମିଳୁନି ସମ୍ମାନ: ଆମ୍ଭୁଲାନ୍ସରେ ନେଇ ଖାଲରେ ଫିଙ୍ଗୁଛନ୍ତି ଅଧିକାରୀ, ଭାଇରାଲ ହେଲା ଭିଡିଓ

ବେଲାରୀ: କର୍ଣ୍ଣାଟକର ବେଲାରୀରେ କରୋନା ବିପକ୍ଷରେ ଯୁଦ୍ଧରେ ହାରିଯାଇଥିବା ଲୋକଙ୍କ ମୃତଦେହକୁ ଅସମ୍ମାନ । ଶବକୁ କବର ଦେବାବେଳେ ସେମାନଙ୍କୁ ଖାଲରେ ଫିଙ୍ଗିଦେଉଥିବା ନଜର ଆସିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାକୁ ନେଇ କର୍ଣ୍ଣାଟକ ବିଜେପି ସରକାରକୁ କଂଗ୍ରେସ ଏବଂ ଜେଡିଏ ସମାଲୋଚନା କରିଛନ୍ତି । ଭାଇରାଲ ହୋଇଥିବା ଭିଡିଓ ସ୍ଥାନୀୟ ଲୋକଙ୍କ ମନରେ ଏକ ପ୍ରକାରର ଉଦବେଗ ସ୍ରୁଷ୍ଟି କରିଛି ।

ଭିଡିଓରେ ଦେଖାଯାଉଛି ଯେ ଗୋଟିଏ ପରେ ଗୋଟିଏ ଶବକୁ ଆମ୍ବୁଲାନ୍ସରୁ ବାହାର କରି ଅଳିଆ ପରି ଖାଲରେ ଫିଙ୍ଗି ଦିଆଯାଉଛି । ଭିଡିଓରେ, ପିପିଏ ସୁଟ୍ ପିନ୍ଧିଥିବା କର୍ମଚାରୀମାନେ ଖାଲରେ ଶବ ରଖିଥିବାର ନଜର ଆସିଛନ୍ତି । ନିକଟରେ ଏକ ଜେସିବି ମେସିନ୍ ମଧ୍ୟ ମୃତ ଦେହକୁ ନେଇଯାଉଥିବା ନଜର ଆସିଥିଲା । ଏହାପରେ ସେଥିରେ ନିଓଜିତ ଥିବା ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା । ସରକାରୀ କର୍ମଚାରୀଙ୍କ ଏପରି ଆଚରଣକୁ ନେଇ ରାଜନୈତିକ ଦଳ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବେଲାରୀ ପ୍ରଶାସନ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବେଲାରୀର ଡିସି କହିଛନ୍ତି ଯେ ଭିଡିଓ ଦେଖିବା ପରେ ମୁଁ ତଦନ୍ତ ନିର୍ଦ୍ଦେଶ ଦେଇଛି । ପ୍ରଥମ ଦେଖାରେ, ଲାଗୁଛି ଯେ ପ୍ରୋଟୋକଲ୍ ଅନୁସରଣ କରାଯାଇଛି କିନ୍ତୁ ମାନବିକତା ଦୃଷ୍ଟିରୁ ଯାହା ଘଟିଛି ତାହା ଭୁଲ୍ ଅଟେ । ଶବଗୁଡ଼ିକୁ ସମ୍ମାନର ସହିତ ଦାହ କରାଯିବା ଉଚିତ୍ ।

ତେବେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ବି ଏହି ଘଟଣାରେ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଲମ୍ବିତ କରାଯାଇଛି ବୋଲି ଶ୍ରୀରାମୁଲୁ କହିଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ କର୍ମୀମାନେ ଏହା କରିବା ସମୟରେ ପ୍ରୋଟୋକଲ୍ ଅନୁସରଣ କରିବା ଉଚିତ୍ । ଏଥି ସହ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ମଧ୍ୟ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ କୋଭିଡ ପୀଡିତଙ୍କ ମୃତଦେହ ସହିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଏପରି ବ୍ୟବହାର ଅମାନବୀୟ ଏବଂ ଯନ୍ତ୍ରଣାଦାୟକ ଅଟେ । ସ୍ୱାସ୍ଥ୍ୟ କର୍ମୀଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାନବିକତାଠାରୁ କୌଣସି ଧର୍ମ ନାହିଁ, ତେଣୁ ଶବକୁ ଶବଦାହ କରିବା ଉଚିତ୍ ।

ଇଲେକଟ୍ରିକ୍ ସାଇକେଲ ଲଂଚ କଲା କେଟିଏମ୍

ନୂଆ ଦିଲ୍ଲୀ: KTM ବ୍ରାଣ୍ଡ ଦୁଇଟି ଇଲେକଟ୍ରିକ୍ ସାଇକେଲ୍ ଲଞ୍ଚ କରିଛି । କେଟିଏମ୍ ଇଲେକଟ୍ରିକ୍ ବାଇକ୍ ଏବଂ ସାଇକେଲ୍ ତିଆରି କ୍ଷେତ୍ରରେ ପ୍ରବେଶ କରିଛି । ସୂଚନାଯୋଗ୍ୟ ଯେ, ଖୁବ୍ ଶୀଘ୍ର କମ୍ପାନୀ ଇଲେକଟ୍ରିକ୍ ମୋଟରସାଇକେଲ୍ ବଜାରରେ ଲଞ୍ଚ କରିବ। ଇଲେକଟ୍ରିକ୍ ସାଇକେଲ କମ୍ପାନୀ ଷ୍ଟେସାଇକ୍ KTM ର ଦୁଇଟି ରେପ୍ଲିକା ମଡେଲ ଉପସ୍ଥାପନ କରିଛି ।

ଏଥିରେ 12E ଡ୍ରାଇଭ୍ ଏବଂ 16E ଡ୍ରାଇଭ୍ ବାଲାନ୍ସ ଇଲେକଟ୍ରିକ୍ ସାଇକେଲ୍ ସାମିଲ ଅଛି  । 12E ଡ୍ରାଇଭରେ ୧୨ ଇଞ୍ଚ ଚକ ଥିବାବେଳେ 16E ଡ୍ରାଇଭରେ ୧୬ଇଞ୍ଚ ଚକ ରହିଛି । ଉଭୟ ବାଲାନ୍ସ ସାଇକେଲ ଆରାମଦାୟକ ରାଇଡିଂ ଏବଂ ସେଲ୍ଫ ବାଲେନ୍ସିଂ ଫିଚର୍ସ ସହିତ ଆସେ । ଏହି ସାଇକେଲଗୁଡିକର ଦୁଇଟି ରାଇଡିଂ ମୋଡ୍ ରହିଛି ଯାହା ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ କରାଯାଇପାରିବ ।

ଏହି ସାଇକେଲଗୁଡିକରେ ୧୩ ଇଞ୍ଚରୁ ୧୭ ଇଞ୍ଚ ପର୍ଯ୍ୟନ୍ତ ଏକ ନିୟନ୍ତ୍ରିତ ସିଟ୍ ମଧ୍ୟ ଦିଆଯାଇଥିଲା ଯାହା ସବୁ ବୟସର ଲୋକମାନେ ବ୍ୟବହାର କରିପାରିବେ । ଏହି ଦୁଇଟି ସାଇକେଲ ଚାର୍ଜ ହେବାକୁ ୪୦-୬୦ ମିନିଟ୍ ଲାଗେ । ଏହି ସାଇକେଲଗୁଡିକରେ ଏମିତି ବ୍ୟାଟେରି ରହିଛି ଯାହା କାଢି ଚାର୍ଜ କରାଯାଇପାରିବ । ଉଭୟ ସାଇକେଲର ଦାମ ରାଖାପାଖି ୧୨,୪୦୦ ଟଙ୍କାରୁ ଆରମ୍ଭ ହୁଏ ।

ଷ୍ଟେସାଇକ୍ କେଟିଏମ୍ 12E ଡ୍ରାଇଭ୍ ସାଇକେଲର ଦାମ ହେଉଛି  ୪୯,୦୦୦ ଟଙ୍କା ଏବଂ 16E ଡ୍ରାଇଭ୍ର ସାଇକେଲର ଦାମ ହେଉଛି ୬୪,୧୦୦ । ବାସ୍ତବରେ ଷ୍ଟେସାଇକ୍ ଏହି ୨ଟି ସାଇକେଲ ଟିନେଜର୍ସଙ୍କ ପାଇଁ ଡିଜାଇନ୍ କରିଛି, କିନ୍ତୁ ଏହି ସାଇକେଲ ବୟସ୍କ ଲୋକେ ମଧ୍ୟ ବ୍ୟବହାର କରିପାରିବେ । ହେଲେ ଏହା ଭାରତର ପିଲାମାନଙ୍କ ପାଇଁ ମହଙ୍ଗା ସାଇକେଲ ହୋଇପାରେ । ସେଥିପାଇଁ କେଟିଏମ୍ ସାଇକେଲ ଲଞ୍ଚ କରିଛି ଯାହାର ଦାମ୍ ଓ ଫିଚର୍ସ ସମସ୍ତଙ୍କ ପାଇଁ ଭଲ ପ୍ରମାଣ ହୋଇପାରେ ।

ଧାଡ଼ି ପହଣ୍ଡି ପରେ ରଥରେ ବିରାଜମାନା ଶ୍ରୀବିଗ୍ରହ, ଛେରାପହଁରା ନୀତି ପରେ ଆରମ୍ଭ ହେବ ରଥ ଟଣା

ପୁରୀ: ଟାହିଆ ହଲାଇ ଧାଡ଼ି ପହଣ୍ଡିରେ ରଥାରୂଢ଼ ହେଲେ ଚତୁର୍ଦ୍ଧା ମୂରତି । ଜନ୍ମ ବେଦୀରୁ ରତ୍ନ ବେଦୀକୁ ଲେଉଟାଣି ପାଇଁ ତିନି ରଥରେ ବିରାଜମାନ ଏବେ ଶ୍ରୀବିଗ୍ରହ । ଜଣଙ୍କ ପରେ ଜଣେ ଜନ୍ମ ବେଦୀରୁ ଓହ୍ଲାଇ ଆସିଥିଲେ ରଥ ଆଡ଼କୁ । ରଥରେ ଚଢ଼ିଲା ବେଳକୁ ଆଉ ମଥାରେ ନଥିଲା ନହ ନହକା ଟାହିଆ । ଖାଲି ଖାଲି ଦିଶୁଥିଲା ମଥା, କାରଣ ସେବାୟତ ମାନେ ଛିଣ୍ଡାଇ ନେଇଥିଲେ ମହାପ୍ରଭୁଙ୍କ ଟାହିଆ । ମହାପ୍ରଭୁ ନିଳାଦ୍ରୀନାଥ ଜଗନ୍ନାଥଙ୍କ ପହଣ୍ଡି ସମୟରେ ଏମିତି ଲାଗୁଥିଲା ଯେମିତି ସେ ଢ଼େଗା ଢ଼େଗା ଆଖିରେ ତା ଭକ୍ତଙ୍କୁ ଖୋଜୁଛି  ।

ଆଉ ଏପଟେ ତା ଆଖିକୁ ଦେଖି ଭକ୍ତଙ୍କ ଆଖରିୁ ଝରି ପଡ଼ୁଥିବ ବୁନ୍ଦା ବୁନ୍ଦା ଅଶ୍ରୁ । ମନେ ମନେ ଭକ୍ତ କହୁଥିବ ହେ କାଳିଆ ସାଆନ୍ତ ଏ କରୋନାର କଳା ବାଦଲକୁ ହଟେଇଦେ । ମୋତେ ତୋ ଦର୍ଶନ ଦେ, ଆଉ କେତେ ଦିନ ତୋଠୁ ବା ଦୂରେଇ ରହିବି । ମନ ଡ଼ାକିଲାଣି ତୋ ଆଖିରେ ଆଖି ମିଶାଇ ତତେ ଟିକେ ଦେଖିବାକୁ । ବାହାର ପବନ ଆଉ ଭଲ ଲାଗୁନି ମନ ହେଲାଣି ତୋ ନୀଳକନ୍ଦରର ସୁଲୁସୁଲିଆ ପବନ ଟିକେ ଖାଇବାକୁ । ଏପରି କିଛି ହେଉଥିବ ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ଭକ୍ତର ମନ ।

୯ ଦିନର ଲିଳାଖେଳା ସାରି ଲେଉଟି ଯିବେ ନୀଳକନ୍ଦରକୁ ମହାପ୍ରଭୁ । ଗୁଣ୍ଡିଚା ମନ୍ଦିର ଭିତରେ ସମସ୍ତ ନୀତିକାନ୍ତି ସରିବା ପରେ ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଏହାପରେ ମନ୍ଦିର ଭିତରୁ ବାହାରକୁ ଛୁଟି ଆସିଥିଲା ବଡ଼ ଠାକୁର ବଳଭଦ୍ର । ବଳଭଦ୍ରଙ୍କୁ ରଥାରୂଢ଼ କରିବା ପରେ ଆରମ୍ଭ ହୋଇଥିଲା ମା ସୁଭଦ୍ରାଙ୍କର ପହଣ୍ଡି । ଶେଷରେ ଟାହିଆ ହଲାଇ ଆସିଛିଲା ଚକା ଆଖିଆ । ଦୋହଲି ଦୋହଲି ଚଢ଼ିଥିଲା ରଥ ଉପରେ ।

ତେବେ ପହଣ୍ଡିବିଜେ ନୀତି ସଂପନ୍ନ ହେବା ପରେ ଏବେ ରଥାରୁଢ ହୋଇଛନ୍ତି ଚତୂର୍ଦ୍ଧା ମୂରତି । ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଠାକୁର ଶ୍ରୀବଳଭଦ୍ର । ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଛନ୍ତି । ଏହା ପରେ ରଥାରୁଢ ଶ୍ରୀବିଗ୍ରହଙ୍କ ଆରମ୍ଭ ହେବ ଛେରାପହଁରା ନୀତି ।

ଫେସ୍‌ବୁକ୍‌ରେ ଆସିଲା ନୂଆ ଫିଚର: ନିଜ ଆକାଉଣ୍ଟରେ ତିଆରି କରିପାରିବେ ନିଜ ଅବତାର, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ସୋସିଆଲ୍ ନେଟୱାର୍କିଂ ୱେବସାଇଟ୍ ଫେସ୍‌ବୁକ୍ ଭାରତରେ ତାର ନୂଆ ଫିଚର ଅବତାର ଲଞ୍ଚ କରିଛି । ଏହା ଅଧୀନରେ, ଫେସବୁକ୍ ବ୍ୟବହାରକାରୀମାନେ ଭର୍ଚୁଆଲ୍ ଅବତାର ସୃଷ୍ଟି କରିପାରିବେ ଯାହା ନିଜ ଭଳି ଦେଖାଯିବ । ଫେସବୁକ ଏହି ଫିଚରକୁ ସେହି ସମୟରେ ବଜାରକୁ ଛାଡ଼ିଛି ଯେଉଁ ସମୟରେ ଭାରତରୁ ୫୯ଟି ଚାଇନୀଜ୍‌ ଆପ୍‌କୁ ଦେଶରୁ ବାରଣ କରାଯାଇଛି । ଫେସବୁକ୍ ମାଧ୍ୟମରେ ସୃଷ୍ଟି ହୋଇଥିବା ଏହି ଅବତାରକୁ ଷ୍ଟିକର ଭାବରେ ଚାଟ୍ ଏବଂ କମେଣ୍ଟ ମାଧ୍ୟମରେ ସେୟାର କରିପାରିବେ । ଭାରତରେ ଏହା ଲଞ୍ଚ କରାଯାଇଛି ବୋଲି କମ୍ପାନୀ କହିଛି । ଯେହେତୁ ଲକଡାଉନ୍ ଯୋଗୁଁ ସାମାଜିକ କଥାବାର୍ତ୍ତା ବୃଦ୍ଧି ପାଉଛି ସେଥିପାଇଁ ଏହାକୁ ଲଞ୍ଚ କରାଯାଇଛି ବୋଲି ସୂଚନା ମିଳିଛି ।

 

ଫେସବୁକ୍ ପାଇଁ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ବଜାର । ଏହାର ସୁଯୋଗ ନେଇ କମ୍ପାନୀ ଭାରତ ପାଇଁ ଏହି ଆପ୍‌ ଲଞ୍ଚ କରିଛି । ଫେସବୁକ୍ ଅବତାରରେ ବିଭିନ୍ନ ଚେହେରା, ହେୟାର ଷ୍ଟାଇଲ୍ ଏବଂ ପୋଷାକ ପାଇଁ ବିକଳ୍ପ ରହିଛି ଯାହା ଭାରତରେ ବ୍ୟବହାରକାରୀଙ୍କ ପାଇଁ ଆବଶ୍ୟକତା ରହିଛି । ଫେସବୁକ୍ ଷ୍ଟୋରୀ ପରି, ଏହି ଫିଚର ମଧ୍ୟ ସ୍ନାପଚାଟ ସହିତ ସମାନ । ସ୍ନାପଚାଟ ବିଟମୋଜି ନାମକ ଏକଫିଚର ଅଛି ଯେଉଁଥିରେ ସ୍ନାପଚାଟ ବ୍ୟବହାରକାରୀମାନେ ଅବତାର ସୃଷ୍ଟି କରିପାରିବେ । ଆପଣ ଏହାକୁ ହ୍ୱାଟସ୍ ଆପରେ ଷ୍ଟିକର୍ ଭାବରେ ପଠାଇ ପାରିବେ କିମ୍ବା ଆପଣ ଏହାକୁ ଆପଣଙ୍କର ପ୍ରୋଫାଇଲ୍ ଫଟୋ କରିପାରିବେ ।

ଏହିପରି ତୁମେ ତୁମର ଫେସବୁକ୍ ଅବତାର ତିଆରି କରିପାରିବ 

  • ଆପଣଙ୍କ ସ୍ମାର୍ଟଫୋନରୁ ଫେସବୁକ୍ କିମ୍ବା ମେସେଞ୍ଜରକୁ ଖୋଲିବେ । କମେଣ୍ଟ ଅପ୍ସନ୍ କୁ ଯାଇ ଆପଣଙ୍କୁ ସ୍ମାଇଲ୍ ବଟନ୍ ଟ୍ୟାପ୍ କରିବାକୁ ପଡିବ । ଏହା ପରେ, ଷ୍ଟିକରର ଟ୍ୟାବ୍ ଚୟନ କରିବାକୁ ପଡିବ ।
  • ଏଠାରେ ତୁମେ ତୁମର ଅବତାର ସୃଷ୍ଟି କରିବାର ବିକଳ୍ପ ପାଇ ପାରିବେ । ଏଠାରୁ ତୁମେ ତୁମର ଭର୍ଚୁଆଲ୍ ଅବତାର ପ୍ରସ୍ତୁତ କରିପାରିବେ । ଅନେକ ପ୍ରକାରର କଷ୍ଟମାଇଜେସନ୍ ବିକଳ୍ପ ଦେଖିବାକୁ ପାଇବେ ।
  • ଚର୍ମ ରଙ୍ଗ, କେଶ ଷ୍ଟାଇଲ ଏବଂ ପୋଷାକ ଉପରେ ଅନେକ କଷ୍ଟମାଇଜେସନ୍ ବିକଳ୍ପ ରହିଛି । ଅବତାର ପ୍ରସ୍ତୁତ ହେବା ପରେ, ସେଭ୍ କରିବାର ବିକଳ୍ପ ପାଇବେ । ଯଦି ଆପଣ ଚାହାଁନ୍ତି, ଆପଣ ଏହାକୁ ଫେସବୁକରେ ମଧ୍ୟ ସେୟାର କରିପାରିବେ ।
  • ଫେସବୁକ୍ କେବଳ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହି ଫିଚର ପ୍ରସ୍ତୁତ କରିଛି, କିନ୍ତୁ ଆଗାମୀ ସମୟରେ ଏହି ଫିଚର ଆଇଫୋନ୍ ବ୍ୟବହାରକାରୀଙ୍କୁ ମଧ୍ୟ ଦିଆଯିବ ।

ଦିଲ୍ଲୀରେ ଟୁର୍ ଆଣ୍ଡ ଟ୍ରାଭେଲ୍ ଆସୋସିଏସନ୍ ଚୀନ୍ ନାଗରିକଙ୍କ ପାଇଁ ଟ୍ୟାକ୍ସି ସେବାକୁ ବାରଣ କରିଛି

ନୂଆଦିଲ୍ଲୀ: ଚାଇନା ମାଲକୁ ବୟକଟ୍‌ ପରେ ଏବେ ଚାଇନାର ଜନସାଧାରଣଙ୍କୁ ବୟକଟ କଲେଣି ଭାରତୀୟ । ଦିଲ୍ଲୀ ହୋଟେଲ ଆସୋସିଏସନ ପରେ ବର୍ତ୍ତମାନ ଟୁର ଆଣ୍ଡ ଟ୍ରାଭେଲ ଆସୋସିଏସନ ମଧ୍ୟ ଚୀନ୍ ନାଗରିକଙ୍କୁ ବାରଣ କରିଛି । ବର୍ତ୍ତମାନ ଚୀନ୍ ନାଗରିକମାନେ ଟ୍ୟାକ୍ସି ସେବା ପାଇବେ ନାହିଁ । ଦିଲ୍ଲୀର ଟୁର ଏବଂ ଟ୍ୟାକ୍ସି ଟ୍ରାଭେଲ ଆସୋସିଏସନର ଉପାଧ୍ୟକ୍ଷ କମଲ ଖିବର ମଙ୍ଗଳବାର ଏହି ପ୍ରସଙ୍ଗରେ କହିଛନ୍ତି ଯେ ଆମେ ନିଷ୍ପତ୍ତି ନେଇଛୁ ଆମେ ଚୀନ୍ ନାଗରିକ ମାନଙ୍କୁ ଆମ ଟ୍ୟାକ୍ସିରେ ବସାଇବୁ ନାହିଁ ।

କମଲ କହିଛନ୍ତି ଯେ ୫୦୦ ରୁ ଅଧିକ ଟ୍ୟାକ୍ସି ଅପରେଟର ଏବଂ ଦିଲ୍ଲୀର ଟୁର ଏବଂ ଟ୍ରାଭେଲ ମାଲିକ ଏହି ଆସୋସିଏସନ ସହ ଜଡିତ । ଏଭଳି ପରିସ୍ଥିତିରେ ସମସ୍ତେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି ଯେ ଚାଇନିଜ ଅତିଥିଙ୍କୁ ସେମାନଙ୍କ ସେବା ଦେବେ ନାହିଁ । କମଲ ତାଙ୍କ କାର୍ଯ୍ୟାଳୟ ଏବଂ ଗାଡି ଉପରେ ଚୀନ୍ ନାଗରିକଙ୍କ ଉପରେ ନିଷେଧାଦେଶ ଜାରି କରିଛନ୍ତି।

ସୁଶାନ୍ତ ଟୁର୍ସ ଏବଂ ଟ୍ରାଭେଲ୍ସ ନାମରେ ଏକ ଏଜେନ୍ସି ଚଳାଉଥିବା ବିଜୟ ତିୱାରୀ କହିଛନ୍ତି ଯେ ଆମେ ନିଷ୍ପତ୍ତି ନେଇଛୁ କି ଚୀନ୍ ନାଗରିକମାନଙ୍କୁ ଆମ ଏଜେନ୍ସି ମାଧ୍ୟମରେ କୌଣସି ପର୍ଯ୍ୟଟନ ପ୍ୟାକେଜରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଏହା ସହିତ, ହୋଟେଲ ଆସୋସିଏସନର ନିଷ୍ପତ୍ତିକୁ ମଧ୍ୟ ଆମେ ସମର୍ଥନ କରୁ । ଗଲବାନ ବିବାଦରେ ୨୦ ଜଣ ଶୈନିକମାନଙ୍କ ଶହୀଦ ହେବା ପରେ ଦିଲ୍ଲୀର ସମସ୍ତ ହୋଟେଲ ଆସୋସିଏସନ ଚୀନ୍ ନାଗରିକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବୟକଟ କରିଛନ୍ତି । ବର୍ତ୍ତମାନ ଚୀନ୍ ନାଗରିକଙ୍କ ପାଇଁ ଟ୍ୟାକ୍ସି ସେବା ଉପଲବ୍ଧ ହେବ ନାହିଁ । ଅନ୍ୟପକ୍ଷରେ, ଏହି ପୁରା ବିବାଦ ମଧ୍ୟରେ କେନ୍ଦ୍ର ସରକାର ମଧ୍ୟ ଏକ ବଡ ପଦକ୍ଷେପ ନେଇଛନ୍ତି ଏବଂ ଟିକ୍‌ଟକ୍‌ ସମେତ ୫୯ ଟି ଚାଇନିଜ୍ ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଆଜିଠୁ ରାଜ୍ୟରେ ଅନଲକ ଟୁ… ରାତି ୯ଟାରୁ ସକାଳ ୫ ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ…୧୦ଟି ଉପକୂଳ ଜିଲ୍ଲାରେ ସାପ୍ତାହିକ ସଟଡାଉନ୍ ବଳବତ୍ତର

ଆଜିଠୁ ରାଜ୍ୟରେ ଅନଲକ ଟୁ… ରାତି ୯ଟାରୁ ସକାଳ ୫ ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ…୧୦ଟି ଉପକୂଳ ଜିଲ୍ଲାରେ ସାପ୍ତାହିକ ସଟଡାଉନ୍ ବଳବତ୍ତର

ଜନ୍ମ ବେଦୀରୁ ରତ୍ନ ବେଦୀକୁ ହେବ ନବଦିନାତ୍ମକ ଯାତ୍ରା, କଡ଼ା କର୍ଫ୍ୟୁ ଭିତରେ ବାହୁଡ଼ିବେ ମହାପ୍ରଭୁ

ପୁରୀ: ବାହୁଡ଼ିବେ ଚତୁର୍ଦ୍ଧା ମୂରତି । ଶରଧାବାଲିରୁ ସିଂହ ଦୁଆର ସାମ୍ନାକୁ ଲେଉଟି ଆସିବେ ମହାପ୍ରଭୁ । ସବୁ ଲିଳାଖେଳା ସାରି ଜନ୍ମ ବେଦୀରୁ ରତ୍ନ ବୋଦୀକୁ ହେବ ବାହୁଡ଼ା ଯାତ୍ରା । ତିନି ରଥ ଶରଧାବାଲିରେ ପ୍ରସ୍ତୁତ ରହିଛି  । ମହାପ୍ରଭୁଙ୍କ ରଥ ଉପରକୁ ବିଜେ ନେଇ ରଥରେ ଚାରମାଳ ଜୋଖା ସରିଛି । ଖାଲି ଅପେକ୍ଷା କେତେବେଳେ ମହା ବିଗ୍ରହ ରଥାରୂଢ଼ ହେବେ ଆଉ ଆରମ୍ଭ ହେବ ବାହୁଡ଼ା ଯାତ୍ରା । ଧାଡ଼ି ପହଣ୍ଡିରେ ତିନି ରଥକୁ ବିଜେ କରିବେ ଚତୁର୍ଦ୍ଧା ମୂରତି ।

ଆଜି ସକାଳୁ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ନୀତି ସଂପନ୍ନ ହେବା ପରେ ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ଭୋଗ ଓ ସକାଳ ଧୂପ ଭୋଗ ସଂପନ୍ନ ହୋଇଛି । ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ ହୋଇଥିବା ବେଳେ ଶ୍ରୀଜିଉଙ୍କ ସେନାପଟା ଲାଗି ନୀତି କରାଯାଉଛି । ଏହାପରେ ମହାପ୍ରଭୁଙ୍କର ଦଇତାପତି ଓ ବିଦ୍ୟାପତି ସେବକମାନେ ପୁଷ୍ପାଞ୍ଜଳି ଓ ଡୋରଲାଗି କରି ପହଣ୍ଡି ନୀତି ଅନୁଷ୍ଠିତ ହେବ ।

ଧାଡ଼ି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଡ଼ଭାଇ ବଳଭଦ୍ର, ମା ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ତିନି ରଥକୁ ବିଜେ ହେବେ । ପହଣ୍ଡି ନୀତି ଶେଷ ହେବା ପରେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପହଣ୍ଡି କରାଯାଇ ରଥ ଉପରେ ଶ୍ରୀଜିଉଙ୍କ ବେଶ ହେବ । ଏହାପରେ ଗଜପତି ମହାରାଜା ଛେରା ପହଁରା ନୀତି କରିବେ । ଦିନ ୧୨ଟା ରଥ ଟଣା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି ।

ମଙ୍ଗଳବାର ରାତିରୁ ୨ ତାରିଖ ଅର୍ଥାତ ଗୁରୁବାର ରାତି ୧୦ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବଡଦାଣ୍ଡକୁ କାହାକୁ ଆସିବାକୁ ଦିଆଯାଉ ନାହିଁ । କେବଳ ସେବକମାନେ ରଥ ଟାଣିପାରିବେ । ବଡଦାଣ୍ଡରେ କଡା ସୁରକ୍ଷା ଭିତରେ ସବୁ କିଛି କରାଯାଉଛି । ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହିତ ଗଳିକନ୍ଦିକୁ ସିଲ୍ କରାଯାଇଛି ।

ଏହି ରାଶିର ଲୋକଙ୍କର ଆଜି ହୋଇପାରେ ଆର୍ଥିକ କ୍ଷତି… ଜାଣନ୍ତୁ

ଆଜିର ପଞ୍ଚାଙ୍ଗ: ୦୧/୦୭/୨୦୨୦ ବୁଧବାର ୧୪୨୭ସାଲ,

୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍,

ଆଷାଢ ଶୁକ୍ଲ ୧୧ଶୀ ସଂଧ୍ୟା ୦୫:୩୦

ଗତେ ୧୨ଶୀ ମିଥୁନ ‍୧୭ଦିନ

ତୁଳା ରାତ୍ରି ୦୮:୫୬ ଗତେ ବିଛାଚନ୍ଦ୍ର

ବିଶାଖା ରାତ୍ରି ୦୨:୩୪ ଗତେ ଅନୁରାଧା ନକ୍ଷତ୍ର

ଘାତ ଚନ୍ଦ୍ର – ନାସ୍ତି

ଘାତ ବାର – କର୍କଟ ରାଶିର

ଯୋଗିନି – ଆଗ୍ନୟେ ସଂଧ୍ୟା ୦୫:୨୯ ଗତେ ନୈଋତେ

ପୁଷ୍କର ଦୋଷ – ୧ପାଦ ସଂଧ୍ୟା ୦୫:୨୯ ପର୍ଯ୍ୟନ୍ତ ଗତେ ରାତି ୦୨:୩୪ ପର୍ଯ୍ୟନ୍ତ ୨ପାଦ

ଶୁଭ ସମୟ –

ପ୍ରାତଃ ୦୭:୫୩ ରୁ ୦୮:୩୨

ଦିବା ୧୦:୧୨ ରୁ ୧୧:୨୪

ଦିବା ୦୨:୦୨ ରୁ ୦୫:୩୩

ସଂଧ୍ୟା ୦୬:୨୬ ରୁ ୧୦:୦୨

ଅଶୁଭ ସମୟ –

ଦିବା ୦୮:୩୩ ରୁ ୧୦:୧୧

ଦିବା ୧୧:୫୦ ରୁ ୦୧:୨୯

ବିଛା ଚନ୍ଦ୍ର ଅହୋରାତ୍ର ଅନୁରାଧା ରାତ୍ରି ୦୧:୧୪ ଗତେ ଜ୍ୟେଷ୍ଠା ନକ୍ଷତ୍ର

ଘାତ ଚନ୍ଦ୍ର – ନାହିଁ

ଘାତ ବାର – ତୁଳା ଓ କୁମ୍ଭ ରାଶିର

ଯୋଗିନି – ନୈଋତେ ଦିବା ୦୩:୧୭ ଗତେ ଦକ୍ଷିଣେ

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର

ପୁରୁଷ ମାନଙ୍କର ପେଟ ଜନିତ ଆସୁବିଧା ରହିବ ଏବଂ ମହିଳା ମାନଙ୍କର ଋତୁଚକ୍ର ଜନିତ ବ୍ୟତିକ୍ରମ ହେବ ।

ଦ୍ୱିଜା ନକ୍ଷତ୍ର – ଆଜି ଚାକିରି ହେଉ କିମ୍ବା ବ୍ୟବସାୟରେ ସଂପୂର୍ଣ୍ଣ ସତର୍କ ରହିବେ ଦଣ୍ଡିତ ହୋଇପାରନ୍ତି ।

କୃତ୍ତିକା ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିଛି ଘରୁ ବାହାରିଲା ବେଳେ କିଛି ଦହି ଖାଇକି ବାହାରନ୍ତୁ  ।

ଶୁଭ ରଙ୍ଗ – ନିଳ

ଖାଇଲାବେଳେ କ୍ଷିର କିମ୍ବା ଦହି ମିଶାଇ ଖାଆନ୍ତୁ ।

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ଆଜି କୌଣସି ଆର୍ଥିକ କ୍ଷତି ହେବ ଏବଂ ନିଚ୍ଚଲୋକ ଠାରୁ ଅପମାନିତ ହେବେ ମଥାରେ ଚନ୍ଦନ ଲଗାନ୍ତୁ ।

ରୋହିଣି ନକ୍ଷତ୍ର – ସ୍ୱାମୀ ସ୍ତ୍ରୀ କିମ୍ବା ପ୍ରେମୀଯୁଗଳ ହିଅନ୍ତୁ ମତାନ୍ତର ସହିତ ମନ ବିଚଳିତ ରହିବ, କିଛି ଖାଦ୍ୟ ଦାନ କରନ୍ତୁ ।

ମୃଗଶିରା ନକ୍ଷତ୍ର – ପିତାଙ୍କ ସହିତ ମତଭେଦ ହେବ ଏବଂ ଆଜି ଅଯଥା ଖର୍ଚ୍ଚାନ୍ତ ହେବେ ।

ଶୁଭ ରଙ୍ଗ – ଅଧିକ ଲାଲ ରଙ୍ଗ ବ୍ୟବହାର କରନ୍ତୁ ।

ମଥାରେ ଚନ୍ଦନ ଲଗାନ୍ତୁ ଏବଂ ଚନ୍ଦନ କାଠି ପାଖରେ ରଖନ୍ତୁ ।

ମିଥୁ ରାଶି

ମୃଗଶିରା ନକ୍ଷତ୍ର – ଅଶୁଭ ବୃହଷ୍ପତି ଏବଂ ଶନି ଆଜି ସାଧାରଣ କଥାକୁ ନେଇ ପାରିବାରିକ  ବିଶୃଙ୍ଖଳା କରିବେ ଫଳରେ ମନ ଦୁର୍ବଳ ରହିବ ।

ଆର୍ଦ୍ରା ନକ୍ଷତ୍ର – ଆଜି ଅଚାନକ କାହା ସହିତ ଅଯଥା ମତାନ୍ତର ହେବ ତେଣୁ କୌଣସି ତରବରିଆ ନିଷ୍ପତି ନେବେ ନାହିଁ ନହେଲେ ନିଜର କ୍ଷତି ହେବ  ।

ପୂନର୍ବସୁ ନକ୍ଷତ୍ର – ଅଯଥା ସନ୍ଦେହ ମନକୁ ଭାରାକ୍ରାନ୍ତ କରିଦେବ, ମିତ୍ର ଆଜି ଶତୃ ପାଲଟିଯିବ ।

ଶୁଭ ରଙ୍ଗ – ଧଳା

ଆଜି କାଳି କିମ୍ବା ଶନି ମନ୍ଦିର ଦର୍ଶନ କରନ୍ତୁ ଲୁହା କଣ୍ଟାଟିଏ ପାଖରେ ରଖନ୍ତୁ  ।

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର – ପ୍ରତି କାମ ବିଳମ୍ବରେ ହାସଲ ହେବ, ପ୍ରତି ମୂହୁର୍ତ୍ତରେ ମନ ଭିତରେ ଅଜଣା ଡର ରହିବ ।

ପୂଷ୍ୟା ନକ୍ଷତ୍ର – ଆଜି ମନ ସନ୍ଦେହ ଭିତରେ ରହିବ ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟ ବିଭିନ୍ନ ସମସ୍ୟା ଉପୁଜିବ ।

ଅଶ୍ଲେଷା ନକ୍ଷତ୍ର – ପାରିବାରିକ ଅଶାନ୍ତି, ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣାର ଶିକାର ଏବଂ ଅର୍ଥଚିନ୍ତା ବଢିବ  ।

ଶୁଭ ରଙ୍ଗ – ଧଳା

କଳାଲୋକକୁ ଷୋରିସ ତେଲ ଦାନ କରନ୍ତୁ  ।

ସିଂହ ରାଶି

ମଘା ନକ୍ଷତ୍ର – ଅଯଥା ଗଣ୍ଡଗୋଳିଆ ସ୍ଥିତି ଉପୁଜିବ ଫଳରେ ମାନସିକ ଅବସାଦରେ ଦିନ କଟିବ ।

ପୂର୍ବାଫାଲଗୁନି ନକ୍ଷତ୍ର – ପ୍ରବାସରେ ଥିବା ବ୍ୟକ୍ତିମାନଙ୍କର ମାନସିକ ଚିନ୍ତା ବଢିବ, ପରିବାର ଠାରୁ ଦୂରରେ ରହିବେ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – ଖର୍ଚ୍ଚ ବଢିଚାଲିବ କିନ୍ତୁ ରୋଜଗାର ସେହି ଅନୁପାତରେ ହେବନାହିଁ ।

ଶୁଭରଙ୍ଗ – ଧଳା

ଦହିଖାଇ ଘରୁ ବାହାରନ୍ତୁ ବା ଦିନ ଆରମ୍ଭ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ପଞ୍ଚମରେ ବୃହଷ୍ପତି ତେଣୁ ସମୟ ଭଲ ରହିବ ସବୁକ୍ଷେତ୍ରରେ ଉର୍ଣ୍ଣତି ହେବ ।

ହସ୍ତା ନକ୍ଷତ୍ର – ଆର୍ଥିକ ଅଭିବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ ହେବ,କୋଟକଚେରି ମାମଲାରେ ଛନ୍ଦି ହେବେ ।

ଚିତ୍ରା ନକ୍ଷତ୍ର – ସେୟାର ବଜାର ରେ ଟଙ୍କା ଲଗାନ୍ତୁ  ଲାଭ ମିଳିବ, କିନ୍ତୁ ଛାତି କିମ୍ବା ମୁଣ୍ଡ ଜନିତ ଅସୁବିଧା ଭୋଗିବେ ।

ଶୁଭ ରଙ୍ଗ – ହଳଦିଆ, କମଳା

– ଓଁ ବଟୁକ ଭୈରବାୟ ନମଃ ୨୭ଥର ଜପକରି ଦିନ ଆରମ୍ଭ କରିବେ ସବୁକ୍ଷେତ୍ରରେ ଶୁଭଫଳ ମିଳିବ ।

ତୁଳା ରାଶି

ଚିତ୍ରା ନକ୍ଷତ୍ର – ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ବିତ ହେବେ, ପାରିବାରିକ ଶାନ୍ତି ମିଳିବ, ଭାଇଭାଇ ଭାବ ନିବିଡତା ବଢିବ ।

ସ୍ୱାତୀ ନକ୍ଷତ୍ର – ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ବଢିବ ।

ବିଶାଖା ନକ୍ଷତ୍ର – ଆଜି ଘରୁ ବାହାରିଲା ବେଳେ ଖଣ୍ଡେ ଅନ୍ନପୂର୍ଣ୍ଣା ପତ୍ର ନିଜ ପାଖରେ ରଖି ବାହାରନ୍ତୁ ସବୁବକାମରେ ଜୟ ହେବ ।

ଶୁଭ ରଙ୍ଗ – କ୍ଷିର ରଙ୍ଗ ଧଳା

ପଶୁପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ  ।

ବିଛା ରାଶି

ବିଶାଖା ନକ୍ଷତ୍ର – ଆର୍ଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢିବ ଯୋଜନାରେ ଅସଫଳ ହେବେ ।

ଅନୁରାଧା ନକ୍ଷତ୍ର – ପାରିବାରିକ ମାନସିକଚାପ ବଢିବ,  ଆର୍ଥିକ ଅନାଟନ ବଢିବ ।

ଜ୍ୟେଷ୍ଠା ନକ୍ଷତ୍ର – ଜିବନ ଯୁର୍ଦ୍ଧରେ ସଂଘର୍ଷ ବଢିବ, ଆର୍ଥିକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ  ।

ଶୁଭ ରଙ୍ଗ – ଧଳା

ଖଣ୍ଡେ ତୁଳସି ମଲାଙ୍ଗ ପାଖରେ ରଖି ଦିନ କାଟନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – ନିଜଲୋକ ଠାରୁ ଦୁରରେ ରହି ମନସ୍ତାପ ବଢିବ, ଭବିଷ୍ୟତ ଚିନ୍ତା ଦ୍ୱିଗୁଣିତ ହେବ  ।

ପୂର୍ବଷାଢା ନକ୍ଷତ୍ର – କୌଣସି ଅତିପରିଚିତ ବା ନିଜ ଲୋକଠାରୁ ଧୋକା ମିଳିବ, ଅଚାନକ ମନସ୍ତାପ ବଢିବ ।

ଉତ୍ତରାଷାଢା ନକ୍ଷତ୍ର – ମାନସିକ ଚାପ ବଢିବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ପରିଲିକ୍ଷିତ ହେବ  ।

ଶୁଭ ରଙ୍ଗ – ଲାଲ ରଙ୍ଗ

ଖଣ୍ଡେ ଅଦା ପାଟିରେ ଯାକି ଗୃହରୁ ବାହାରିବେ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ଅର୍ଥର ଅଭାଵ ରହିବ ତେଣୁ ନିଜର ଯାନବାହାନ କିମ୍ବା ଗୃହର କିଛି ଆସବାବ ବିକ୍ରି କରିବାଭଳି ପରିସ୍ଥିତି ଉପୁଯିବ  ।

ଶ୍ରବଣା ନକ୍ଷତ୍ର – କାମ ଗୁଡିକ ବିଗିଡି ଯିବ ଏବଂ ନିଜଲୋକ ଠାରୁ ଧୋକା ମିଳିବ କିମ୍ବା ଅଯଥା ଅପବାଦ ମିଳିବ ।

ଧନିଷ୍ଠା ନକ୍ଷତ୍ର – ଅକଷ୍ମାକ ଦୁର୍ଘଟଣା ସ୍ଥିତି ରହିବ, ଗୃହରୁ ବାହାରନ୍ତୁ ନାହିଁ ଏବଂ ଗଛ କିମ୍ବା ଯାନବାହାନ ଚଢନ୍ତୁ ନାହିଁ  ।

ଶୁଭ ରଙ୍ଗ – ସବୁଜ ଏବଂ ଧଳା

ଗୋଟିଏ ନଡିଆ ଏବଂ ପାନ ଶିବ ମନ୍ଦିରରେ ଚଢାନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଜୀବନସାଥି ଏବଂ ଭାଗିଦାରିରେ ମତାନ୍ତର ମନାନ୍ତର ହେବ, ଟଙ୍କାପଇସାର ଅଭାବ ହେବ ।

ଶତଭିଷା ନକ୍ଷତ୍ର – ପାଦତଳ ପିଡା ହେବ, ଜୀବନସାଥିର ଅସହଯୋଗ ମିଳିବ ଫଳରେ ଚିନ୍ତାଗ୍ରସ୍ତ ରହିବେ  ।

ପୂର୍ବଭାଦ୍ର ନକ୍ଷତ୍ର – ଯାନବାହାନ ଚୋରିଭୟ ରହିବ, ଅଯଥା ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେବ ।

ଶୁଭ ରଙ୍ଗ – ଧଳା

ଚନ୍ଦନକାଠି ଏବଂ ପେଡା ଶିବମନ୍ଦିରରେ ଦାନ କରନ୍ତୁ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ବିନା ଦୋଷରେ ଅପମାନିତ ହେବେ, ପ୍ରସାଶନର ଆକ୍ରୋସର ଶିକାର ହେବେ ତେଣୁ ଆଜି ସତର୍କ ରହିବେ ।

ଉତ୍ତରଭାଦ୍ର ନକ୍ଷତ୍ର – ନିଜର ଗୃହପାଳିତ ଜିବ କିମ୍ବା ମା’ଙ୍କର ସ୍ୱାସ୍ଥ୍ୟଗତ ଅସୁବିଧା ହେବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ରହିବ ।

ରେବତୀ ନକ୍ଷତ୍ର – ଜାଗାବାଡି କିଣିବାର ସୁଯୋଗ ମିଳିବ,ମା’ଙ୍କର ସ୍ୱାସ୍ଥ୍ୟ ଖରାପ ହେବ, ରୋଜଗାର କରିବାର କ୍ଷମତା ବଢିବ ।

ଶୁଭ ରଙ୍ଗ – ସୁନେଲି

ରାଶିଲଡୁ ଏବଂ ଦୁବ ଭଗବାନ ଗଣେଷଙ୍କୁ ଅର୍ପଣ କରନ୍ତୁ

 

ଗର୍ଗ ଜ୍ୟୋତିଷ – ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ