କରୋନାରେ ମୃତ୍ୟୁ ପରେ ମିଳୁନି ସମ୍ମାନ: ଆମ୍ଭୁଲାନ୍ସରେ ନେଇ ଖାଲରେ ଫିଙ୍ଗୁଛନ୍ତି ଅଧିକାରୀ, ଭାଇରାଲ ହେଲା ଭିଡିଓ

1 min read

ବେଲାରୀ: କର୍ଣ୍ଣାଟକର ବେଲାରୀରେ କରୋନା ବିପକ୍ଷରେ ଯୁଦ୍ଧରେ ହାରିଯାଇଥିବା ଲୋକଙ୍କ ମୃତଦେହକୁ ଅସମ୍ମାନ । ଶବକୁ କବର ଦେବାବେଳେ ସେମାନଙ୍କୁ ଖାଲରେ ଫିଙ୍ଗିଦେଉଥିବା ନଜର ଆସିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାକୁ ନେଇ କର୍ଣ୍ଣାଟକ ବିଜେପି ସରକାରକୁ କଂଗ୍ରେସ ଏବଂ ଜେଡିଏ ସମାଲୋଚନା କରିଛନ୍ତି । ଭାଇରାଲ ହୋଇଥିବା ଭିଡିଓ ସ୍ଥାନୀୟ ଲୋକଙ୍କ ମନରେ ଏକ ପ୍ରକାରର ଉଦବେଗ ସ୍ରୁଷ୍ଟି କରିଛି ।

ଭିଡିଓରେ ଦେଖାଯାଉଛି ଯେ ଗୋଟିଏ ପରେ ଗୋଟିଏ ଶବକୁ ଆମ୍ବୁଲାନ୍ସରୁ ବାହାର କରି ଅଳିଆ ପରି ଖାଲରେ ଫିଙ୍ଗି ଦିଆଯାଉଛି । ଭିଡିଓରେ, ପିପିଏ ସୁଟ୍ ପିନ୍ଧିଥିବା କର୍ମଚାରୀମାନେ ଖାଲରେ ଶବ ରଖିଥିବାର ନଜର ଆସିଛନ୍ତି । ନିକଟରେ ଏକ ଜେସିବି ମେସିନ୍ ମଧ୍ୟ ମୃତ ଦେହକୁ ନେଇଯାଉଥିବା ନଜର ଆସିଥିଲା । ଏହାପରେ ସେଥିରେ ନିଓଜିତ ଥିବା ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା । ସରକାରୀ କର୍ମଚାରୀଙ୍କ ଏପରି ଆଚରଣକୁ ନେଇ ରାଜନୈତିକ ଦଳ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବେଲାରୀ ପ୍ରଶାସନ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବେଲାରୀର ଡିସି କହିଛନ୍ତି ଯେ ଭିଡିଓ ଦେଖିବା ପରେ ମୁଁ ତଦନ୍ତ ନିର୍ଦ୍ଦେଶ ଦେଇଛି । ପ୍ରଥମ ଦେଖାରେ, ଲାଗୁଛି ଯେ ପ୍ରୋଟୋକଲ୍ ଅନୁସରଣ କରାଯାଇଛି କିନ୍ତୁ ମାନବିକତା ଦୃଷ୍ଟିରୁ ଯାହା ଘଟିଛି ତାହା ଭୁଲ୍ ଅଟେ । ଶବଗୁଡ଼ିକୁ ସମ୍ମାନର ସହିତ ଦାହ କରାଯିବା ଉଚିତ୍ ।

ତେବେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ବି ଏହି ଘଟଣାରେ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଲମ୍ବିତ କରାଯାଇଛି ବୋଲି ଶ୍ରୀରାମୁଲୁ କହିଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ କର୍ମୀମାନେ ଏହା କରିବା ସମୟରେ ପ୍ରୋଟୋକଲ୍ ଅନୁସରଣ କରିବା ଉଚିତ୍ । ଏଥି ସହ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ମଧ୍ୟ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ କୋଭିଡ ପୀଡିତଙ୍କ ମୃତଦେହ ସହିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଏପରି ବ୍ୟବହାର ଅମାନବୀୟ ଏବଂ ଯନ୍ତ୍ରଣାଦାୟକ ଅଟେ । ସ୍ୱାସ୍ଥ୍ୟ କର୍ମୀଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାନବିକତାଠାରୁ କୌଣସି ଧର୍ମ ନାହିଁ, ତେଣୁ ଶବକୁ ଶବଦାହ କରିବା ଉଚିତ୍ ।

Leave a Reply