ବାଲେଶ୍ୱରରେ ବନ୍ଦ ହେବ ଏକାଧିକ ଡିଗ୍ରୀ କଲେଜ..!
ଭୁବନେଶ୍ୱର: ସ୍କୁଲ ପରେ ଏବେ କଲେଜ୍ ବନ୍ଦ କରିବାକୁ ସରକାର ନେଇଛନ୍ତି ନିଷ୍ପତ୍ତି । ଯେଉଁ ସ୍କୁଲ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ଥିଲା ପ୍ରଥମେ ଗଣଶିକ୍ଷା ବିଭାଗ ପକ୍ଷରୁ ସେଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା । ତେବେ ସ୍କୁଲ ପରେ ଏବେ କଲେଜ ପାଳି ପଡ଼ିଛି । ଯେଉଁ ସବୁ କଲେଜରେ ଦୀର୍ଘ ୩ ବର୍ଷ ଧରି ଆଡ୍ମିଶନ କମ୍ ରହିଛି ସେହି କଲେଜଗୁଡ଼ିକୁ ବନ୍ଦ କରିବାକୁ ଯୋଜନା କରାଯାଇଛି ।

ତେବେ ଏହି କ୍ରମରେ ରାଜ୍ୟରେ ଏବେ ୩ଟି ଡିଗ୍ରୀ କଲେଜ୍ ବନ୍ଦ ହେବାକୁ ଯାଉଛି । ଖାଲି ସେତିକି ନୁହେଁ ୧୦ଟି ଡିଗ୍ରୀ କଲେଜର ଅନୁମୋଦନ ମଧ୍ୟ ପ୍ରତ୍ୟାହାର କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଜୋନ୍ର ଏହି ୧୩ଟି ଡିଗ୍ରୀ କଲେଜରେ ଲଗାତାର ଛାତ୍ରଛାତ୍ରୀଙ୍କ ଦାଖିଲା କମ ରହି ଆସୁଛି । ଗତ ୩ ବର୍ଷ ଧରି ଏସବୁ କଲେଜରେ ୨୫ ପ୍ରତିଶତରୁ କମ୍ ଛାତ୍ରଛାତ୍ରୀ ଆଡିମିଶନ୍ କରିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ଏଜୁକେସନ୍ ନିୟମ ୧୯୬୯ ଅନୁସାରେ ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱରର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ମାନଙ୍କୁ ଏନେଇ ଚିଠି ଲେଖି ଅବଗତ ମଧ୍ୟ କରାଯାଇଛି ।
ଦେଶରେ ବଢୁଛି କରୋନା ଗ୍ରାଫ୍… ଜୁଲାଇ ସୁଦ୍ଧା ୫ ଲକ୍ଷ ଛୁଇଁ ପାରେ ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ନିଶ୍ଚିତ ଭାବରେ ଚିନ୍ତାଜନକ ବିଷୟ । ଜୁଲାଇ ସୁଦ୍ଧା ଭାରତରେ ୫ ଲକ୍ଷ ଛୁଇଁପାରେ କରୋନା ସଂକ୍ରମିତଙ୍କ ସଂଖ୍ୟା । ଏଭଳି ଅନୁମାନ କରିଛନ୍ତି ଆମେରିକା ପ୍ରଫେସର ଭ୍ରମର ମୁଖାର୍ଜୀ । ତେବେ ଗତ ୫ ଦିନ ମଧ୍ୟରେ ଦେଶରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟା ଉପରେ ନଜର ପକାଇଲେ ଏହି ସଂଖ୍ୟା ଆହୁରି ବଢିବା ବୋଲି କୁହାଯାଉଛି । ଏଭଳି ପରିସ୍ଥିତିରେ ପୁଣି ଥରେ ସରକାର ଲରଡାଉନ୍ ବଢାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବଦଳିଲା ଟ୍ରମ୍ପଙ୍କ ସ୍ୱର: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟଙ୍କୁ ଜଣାଇଲେ ଧନ୍ୟବାଦ
ଯଦି ଏଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲେ ତେବେ ଏହି ସଂଖ୍ୟାକୁ କାବୁ କରିବା ସହଜ ହେବ ନାହିଁ । ବଢୁଥିବା ସଂକ୍ରମିତ ସଂଖ୍ୟାକୁ ନେଇ ବଡ ଦାବି କରିଛନ୍ତି ଆମେରିକା ପ୍ରଫେସର ଭ୍ରମର ମୁଖାର୍ଜୀ । ଦାବି ଅନୁଯାୟୀ ଯଦି ଏଭଳି ଭାବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲେ ତେବେ ଜୁଲାଇ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୫ ଲକ୍ଷ ଛୁଇଁବ । କାରଣ ଗତ ୫ ଦିନ ମଧ୍ୟରେ ଦେଶରେ ୬ ହଜାରରୁ ଅଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ୨୦ ତାରିଖରୁ ୨୫ ତାରିଖ ମଧ୍ୟରେ ୬,୨୦୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ପୂର୍ବ ୫ ଦିନର ସଂଖ୍ୟା ଉପରେ ନଜର ପକାଯାଏ ତେବେ ୨୦ ତାରିଖରେ ଆସିଥିଲା ୫,୬୧୧ ମାମଲା । ୨୧ ତାରିଖରେ ଆସିଥିଲା ୫, ୬୦୯ ମାମଲା ।
୨୨ ତାରିଖରେ ଆସିଥିଲା ପ୍ରାୟ ୬, ୦୦୦ ମାମଲା । ୨୩ ତାରିଖରେ ଆସିଥିଲା ୬, ୬୫୪ ମାମଲା । ୨୪ ତାରିଖରେ ଆସିଥିଲା ୬, ୭୬୭ ମାମଲା ଓ ୨୫ ତାରିଖରେ ଆସିଲା ୬,୯୭୭ ଟି ପଜିଟିଭ ମାମଲା । ଆଗାମୀ ଦିନରେ ଦୈନିକ ପ୍ରାୟ ୧୦ ହଜାର ମାମଲା ଆସିପାରେ ବୋଲି ଅନୁମାନ କରାଯାଉଛି । ଯ଼ଦି ଏଭଳି ସଂଖ୍ୟା ବଢିଚାଲେ ତେବେ ଏହି ସଂଖ୍ୟା ୨୧ ଲକ୍ଷରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ସେପଟେ ଆସନ୍ତା ୩୧ ତାରିଖରେ ଶେଷ ହେଉଥିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଏଣୁ ଲକଡାଉନ୍ ବୃଦ୍ଧି କରିବା ଉପରେ ପୁଣି ଥରେ ସରକାର ବିଚାର କରିପାରନ୍ତି ବୋଲି କୁହାଯାଉଛି । ତେବେ ଆଜି ସୁଦ୍ଧା ଦେଶରେ ୧,୪୫,୩୮୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ମୃତକଙ୍କ ସଂଖ୍ୟା ୪,୧୬୭ରେ ପହଞ୍ଚିଛି ।
ବୃଷ ରାଶି ବ୍ୟକ୍ତି ସାବଧାନ ! ହୋଇପାରେ ମତାନ୍ତର…
ମେଷ ରାଶି
ଅଶ୍ୱିନୀ – ପୁରୁଷ ଓ ମହିଳାମାନଙ୍କର ସ୍ୱାସ୍ଥ୍ୟ ଖରାପ ରହିପାରେ ।
ଦ୍ୱିଜା – ଚାକିରି କିମ୍ବା ବ୍ୟବସାୟ କରୁଥିଲେ ସତର୍କ ରହିବେ ।
କୃତ୍ତିକା – କିଛି ଖରାପ ସୂଚନା ରହିଛି, ଘରୁ ବାହାରିବା ବେଳେ ଦହି ଖାଇ ବାହାରନ୍ତୁ ।
ଖାଦ୍ୟରେ କିଛି କ୍ଷୀର କିମ୍ବା ଦହି ମିଶାଇ ଖାଆନ୍ତୁ ।
ବୃଷ ରାଶି
କୃତ୍ତିକା – ନିଜ ଲୋକ ଠାରୁ ଅପମାନିତ ହୋଇପାରନ୍ତି ।
ରୋହିଣୀ – ସ୍ୱାମୀ ସ୍ତ୍ରୀ କିମ୍ବା ପ୍ରେମୀ ଯ଼ୁଗଳ ହୁଅନ୍ତୁ, ମନାନ୍ତର ହୋଇପାରେ ।
ମୃଗଶିରା – ପିତାଙ୍କ ସହିତ ମତଭେଦ ହେବ, ଅଯ଼ଥା ଖର୍ଚ୍ଚ ହୋଇପାରେ ।
ମଥାରେ ଚନ୍ଦନ ଲଗାନ୍ତୁ ଏବଂ ଚନ୍ଦନ କାଠି ପାଖରେ ରଖନ୍ତୁ ।
ମିଥୁନ ରାଶି
ମୃଗଶିରା – ସାଧାରଣ କଥାକୁ ନେଇ ପାରିବାରିକ ବିଶୃଙ୍ଖଳା ହୋଇପାରେ ।
ଆଦ୍ରା – ଅଚାନକ କାହା ସହିତ ଅଯ଼ଥା ମତାନ୍ତର ହେବ ।
ପୁନର୍ବସୁ – ଅଯ଼ଥା ସନ୍ଦେହ ମନକୁ ଭାରାକ୍ରାନ୍ତ କରିଦେବ ।
କାଳୀ କିମ୍ବା ଶନି ମନ୍ଦିର ଦର୍ଶନ କରନ୍ତୁ, ଲୁହାକଣ୍ଟାଟିଏ ପାଖରେ ରଖନ୍ତୁ ।
କର୍କଟ ରାଶି
ପୁନର୍ବସୁ – ପ୍ରତି କାମ ବିଳମ୍ବରେ ହେବ, ପ୍ରତି ମୂହୁର୍ତ୍ତରେ ଅଜଣା ଡର ରହିବ ।
ପୁଷ୍ୟ। – ଚାକିରି କିମ୍ବା ବ୍ୟବସାୟରେ ବିଭିନ୍ନ ସମସ୍ୟା ଦେଖାଦେବ ।
ଅଶ୍ଳେଷା – ପାରିବାରିକ ଅଶାନ୍ତି, ଚାକିରି କ୍ଷେତ୍ରରେ ଭୁଲ ବୁଝାମଣା ରହିବ ।
କଳା ଲୋକକୁ ସୋରିଷ ତେଲ ଦାନ କରନ୍ତୁ ।
ସିଂହ ରାଶି
ମୃଘା – ଅଯ଼ଥା ଗଣ୍ଡଗୋଳିଆ ସ୍ଥିତି ଉପୁଜିବ, ମାନସିକ ଅଶାନ୍ତିରେ ଦିନ କଟିବ ।
ପୂର୍ବା ଫାଲଗୁନି – ପ୍ରବାସରେ ଥିବା ବ୍ୟକ୍ତିମାନଙ୍କର ମାନସିକ ଚିନ୍ତା ବଢିବ ।
ଉତ୍ତରା ଫାଲଗୁନି – ଖର୍ଚ୍ଚ ବଢିଚାଲିବ କିନ୍ତୁ ରୋଜଗାର ବଢିବ ନାହିଁ ।
ଦହି ଖାଇ ଘରୁ ବାହାରନ୍ତୁ ।
କନ୍ୟା ରାଶି
ଉତ୍ତରା ଫାଲଗୁନି – ପଞ୍ଚମରେ ବୃହସ୍ପତି ରହୁଥିବାରୁ ସମୟ ଭଲ ରହିବ ।
ହସ୍ତା – କୋର୍ଟ କଚେରୀ ମାମଲାରେ ଛନ୍ଦି ହୋଇଯିବେ ।
ଚିତ୍ରା – ଶରୀର ଅସୁସ୍ଥ ରହିପାରେ, ସେୟାର ବଜାରରେ ଅର୍ଥ ଲଗାଇଲେ ଲାଭ ମିଳିବ ।
ଓଁ ବଟୁକ ଭୈରବାୟ ନମଃ ୨୭ ଥର ଜପ କରି ଦିନ ଆରମ୍ଭ କରିବେ ।
ତୁଳା ରାଶି
ଚିତ୍ରା – ପାରିବାରିକ ଶାନ୍ତି ମଳିବ, ଭାତୃ ସଂପର୍କରେ ବୃଦ୍ଧି ହେବ
ସ୍ୱାତୀ – ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢିବ, ଜୀବନର କୌଣସି ଲକ୍ଷ୍ୟ ପୂର୍ଣ୍ଣ ହେବ
ବିଶାଖା – ଘରୁ ବାହାରିବା ବେଳେ ଅନ୍ନପୂର୍ଣ୍ଣା ପତ୍ର ପାଖରେ ରଖିବେ ।
ପଶୁପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ଆଶିର୍ବାଦ୍ ମିଳିବ ।
ବିଛାରାଶି
ବିଶାଖା – ଆର୍ଥିକ କ୍ଷତି ହେବା ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ରହିଛି ।
ଅନୁରାଧା – ପାରିବାରିକ ମାନସିକ ଚାପ ବଢିବ ।
ଜ୍ୟେଷ୍ଠା – ଆର୍ଥିକ ଦୁର୍ବଳତା ଯ଼ୋଗୁ ମନ ଆହୁରି ଚିନ୍ତାଗ୍ରସ୍ତ ହୋଇଯିବ ।
ଖଣ୍ଡେ ତୁଳସୀ ମଲାଙ୍ଗ ପାଖରେ ରଖନ୍ତୁ ।
ଧନୁ ରାଶି
ମୂଳା – ନିଜ ଲୋକ ଠାରୁ ଦୁରରେ ରହି ମନସ୍ତାପ ବଢିବ ।
ପୂର୍ବାଷାଢା – କୌଣସି ଅତି ପରିଚିତ ବା ନିଜ ଲୋକଠାରୁ ଧୋକା ପାଇବେ ।
ଉତ୍ତରାଷାଢା – ମାନସିକ ଚାପ ବଢିବ
ଖଣ୍ଡେ ଅଦା ପାଟିରେ ରଖି ଘରୁ ବାହାରିବେ
ମକର ରାଶି
ଉତ୍ତରାଷାଢା – ଅର୍ଥର ଅଭାବ ରହିବ, କିଛି ଜିନିଷ ବିକ୍ରି କରିବା ପରିସ୍ଥିତି ହୋଇପାରେ ।
ଶ୍ରବଣା – କାମ ସବୁ ବିଗିଡି ଯିବ, ନିଜ ଲୋକଠାରୁ ଧୋକା ମିଳିବ ।
ଧନିଷ୍ଠା – ଆକସ୍ମିକ ଦୁର୍ଘଟଣା ସ୍ଥିତି ରହିଛି, ଘରୁ ବାହାରନ୍ତୁ ନାହିଁ ।
ଗୋଟିଏ ନଡ଼ିଆ ଓ ପାନ ଶିବ ମନ୍ଦିରରେ ଚଢାନ୍ତୁ
କୁମ୍ଭରାଶି
ଧନିଷ୍ଠା – ଜୀବନସାଥି ଏବଂ ଭାଗିଦାରିରେ ମତାନ୍ତର, ମନାନ୍ତର ହେବ ।
ଶତଭିଷା – ଜୀବନସାଥିର ଅସହଯ଼ୋଗ ମିଳିବ, ଫଳରେ ଚିନ୍ତାଗ୍ରସ୍ତ ରହିବେ ।
ପୂର୍ବଭାଦ୍ରପଦ – ଯାନବାହାନ ଚୋରି ଭୟ ରହିବ, ଅଯ଼ଥା ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେବ ।
ଚନ୍ଦନ କାଠି, ପେଡ଼ା ଶିବ ମନ୍ଦିରରେ ଦାନ କରନ୍ତୁ ।
ମୀନ ରାଶି
ପୂର୍ବଭାଦ୍ରପଦ – ବିନା ଦୋଷରେ ଅପମାନିତ ହେବେ ।
ଉତ୍ତରଭାଦ୍ରପଦ – ନିଜ ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ ।
ରେବତୀ – ରୋଜଗାର କରିବାର କ୍ଷମତା ବଢିବ ।
ରାଶି ଲଡୁ ଓ ଦୁବ ଶ୍ରୀଗଣେଶଙ୍କୁ ଅର୍ପଣ କରନ୍ତୁ ।
କଟକରେ ଡାକ୍ତର ହେଲେ କରୋନା ଆକ୍ରାନ୍ତ
କଟକ: କଟକରେ ଜଣେ ଡାକ୍ତର ଏବେ କୋରୋନା ଆକ୍ରାନ୍ତ । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଆକ୍ରାନ୍ତ ଡାକ୍ତର ଜଣକ ଜଣେ ଶିଶୁ ରୋଗ ବିଶେଷଜ୍ଞ । ସେ କଟକ ସିଟି ହସ୍ପିଟାଲରେ କାର୍ଯ୍ୟରତ ଥିଲେ । ତାଙ୍କ ନାଁ ଡ. ସି ପଣ୍ଡା ବୋଲି ଜଣାପଡ଼ିଛି ।
ତେବେ ସବୁଠାରୁ ବଡ଼ କଥା ହେଲା ସେ କୌଣସି କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁନଥିଲେ । ହେଲେ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ କିଭଳି ଏବଂ କାହା ସଂସ୍ପର୍ଶରେ ଆସି କରାେନା ଆକ୍ରାନ୍ତ ହୋଇଛନ୍ତି ସେନେଇ ଏବେ ତଦନ୍ତ ଚାଲିଛି ।
ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ପରେ ଏବେ ଅନ୍ୟ ସମସ୍ତ ଡାକ୍ତରଙ୍କ ସ୍ୱାବ୍ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଛି ।
ପଶ୍ଚିମବଙ୍ଗକୁ ଅମ୍ଫାନ୍ ସହାୟତା, ୫ ଶହ ଟନ୍ ପଲିଥିନ୍ ପଠାଇଲା ଓଡ଼ିଶା
ଭୁବନେଶ୍ୱର: ପୁଣି ପଶ୍ଚିମବଙ୍ଗକୁ ସହଯୋଗର ହାତ ବଢ଼ାଇଲା ଓଡ଼ିଶା । ବତ୍ୟା ଅମ୍ଫାନ୍ ପରେ ପଶ୍ଚିମବଙ୍ଗର ଅଣ୍ଟା ଭାଙ୍ଗି ପଡ଼ିଥିବା ବେଳେ ଓଡ଼ିଶା ସାଜିଛି ତା’ର ଆଶାବାଡ଼ି । ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ଅମ୍ଫାନ୍ ତାଣ୍ଡବ ରଚିଛି । ଏଥିରେ ଅନେକ ଘରର ଛାତ ଉଡ଼ିଯାଇଛି । ବାସହରା ହୋଇ ଖୋଲା ଆକାଶ ତଳେ ପଡ଼ିରହିଛନ୍ତି ଅନେକ ପରିବାର ।
ତେବେ ପଶ୍ଚିମବଙ୍ଗର ଏଭଳି ପରିସ୍ଥିତିରେ ଓଡ଼ିଶା ସହଯୋଗର ହାତ ବଢ଼ାଇଛି । ପ୍ରଥମେ ଯୁଦ୍ଧକାଳିନ ଭିତ୍ତିରେ ୩୦୦ ଅଗ୍ନିଶମ ବାହିନୀଙ୍କୁ ପଠାଇ ପୁନରୁଦ୍ଧାର କାର୍ଯ୍ୟରେ ଓଡ଼ିଶା ସହଯୋଗ କରିଥିବା ବେଳ ଏବେ ପୁଣି ୫୦୦ ଟନ୍ର ପଲିଥିନ ଯୋଗାଇଛି ।
The extremely severe cyclone #Amphan has left many without roofs in WB . Our CM has advised to assist every way we can . The state requires temporary roofing materials.We are rushing 500 tonnes of 20*20 polythene immediately by trucks .@CMO_Odisha @SRC_Odisha @IPR_Odisha
— ChiefSecyOdisha (@SecyChief) May 26, 2020
ବାତ୍ୟା ଅମ୍ଫାନ୍ରେ ବସହରା ହୋଇଥିବା ପରିବାରଙ୍କ ପାଇଁ ଟେମ୍ପୋରାରୀ ଛାତ ନିହାତି ଆବଶ୍ୟକ ଥିଲା । ଯାହାର ସମାଧନ କରିବାକୁ ଚେଷ୍ଟା କରିଛି ଓଡ଼ିଶା । ଏକାଧିକ ଟ୍ରକ୍ରେ ୫୦୦ ଶହ ଟନ୍ର ପଲିଥିନ୍ ପଠାଇଛି ପଶ୍ଚିମବଙ୍ଗକୁ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ବଙ୍ଗକୁ ସହଯୋଗ କରିବେ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ।
ପିଛିଲା ଭାବେ ଲାଗୁହେଲା ମଧ୍ୟାହ୍ନ ଭୋଜନର ବର୍ଦ୍ଧିତ ଦର
ଭୁବନେଶ୍ୱର: କରୋନା ଲକଡାଉନ୍ ଜୀବନ ବଦଳାଇ ଦେଇଥିବା ବେଳେ ମଧ୍ୟାହ୍ନ ଭୋଜନ ଉପରେ ପ୍ରଭାବ ପଡ଼ିଛି । ଲକଡାଉନ୍ ପ୍ରଭାବରେ ବିଭିନ୍ନ ସାମଗ୍ରୀର ଦରଦାମ୍ ବଢ଼ିଛି । ଫଳରେ ରୋଷେଇ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ମଧ୍ୟାହ୍ନ ଭୋଜନର ଦର ବୃଦ୍ଧି କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏମଡିଏମ୍ ରାଜ୍ୟ ପ୍ରୋଜେକ୍ଟ ୟୁନିଟ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ପ୍ରତି ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ୪ ଟଙ୍କା ୯୩ ପଇସା ମିଳୁଥିଲା । ଏବେ ୫ ଟଙ୍କା ୪୨ ପଇସା ଦିଆଯିବ । ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ପିଛା ପୂର୍ବରୁ ୭ ଟଙ୍କା ୩୬ ପଇସା ଦିଆଯାଉଥିବା ବେଳେ ଏଣିକି ୮ ଟଙ୍କା ୧୦ ପଇସା ଦିଆଯିବ ।

ଏହି ବର୍ଦ୍ଧିତ ଦର ପିଛିଲା ଭାବେ ଏପ୍ରିଲ ୧ ତାରିଖରୁ ଲାଗୁହେବ । ୨୦୨୦-୨୧ ବର୍ଷ ପାଇଁ ଏହି ବର୍ଦ୍ଧିତ ଦର ବଳବତ୍ତର ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅଗଷ୍ଟ ଶେଷ ଯାଏଁ ଶୌଚାଳୟରେ ଲାଗିବନି ଶୁଳ୍କ…
ଭୁଚବନେଶ୍ୱର: ଅଗଷ୍ଟ ୩୧ ଯାଏଁ ସହରାଞ୍ଚଳର ଶୌଚାଳୟ ଫି’ ଛାଡ଼ କରାଯାଇଛି । ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ସଂକ୍ରମଣ ସମୟରେ ଲୋକେ ଯେଭଳି ଅଧିକ ସଂଖ୍ୟାରେ ଶୌଚାଳୟ ବ୍ୟବହାର କରିବେ ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଶୌଚାଳୟ ଗୁଡିକ ଲୋକଙ୍କଠାରୁ ୟୁଜର୍ସ ଫି ଆଦାୟ ନକରିବାକୁ ନିର୍ଦ୍ଦେଶ ରହିଛି ।
ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ୍ ଆଜି ଏହି ମର୍ମରେ ରାଜ୍ୟର ୧୧୪ଟି ପୌରସଂସ୍ଥା ଏବଂ ସୁଲଭ ଇଣ୍ଟରନାସନାଲକୁ ଏହି ନିର୍ଦ୍ଦେଶ ଦିଆଯାଇଛି । ମାଥିଭାଥନନ ଏହି ମର୍ମରେ ମହାନଗର ନିଗମର କମିଶନର ଏବଂ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ପତ୍ର ଲେଖିଛନ୍ତି ।
ସେହିଭଳି ରାଜ୍ୟରେ ସର୍ବାଧିକ ଶୌଚାଳୟ ପରିଚାଳନା ଦାୟିତ୍ୱରେ ଥିବା ସୁଲଭ ଇଣ୍ଟରନାସନାଲକୁ ମଧ୍ୟ ଏହି ନିର୍ଦ୍ଦେଶ ପାଳନ ପାଇଁ କୁହାଯାଇଛି । ପ୍ରମୁଖ ସଚିବ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ, ସରକାରଙ୍କର ଏଭଳି ନିଷ୍ପତ୍ତି କେବଳ ଖୋଲାରେ ମଳତ୍ୟାଗକୁ ରୋକିବା ନୁହେଁ ବରଂ ଅଧିକରୁ ଅଧିକ ଲୋକଙ୍କୁ ଉନ୍ନତ ପରିମଳ ସୁବିଧା ପ୍ରଦାନ କରିବା ସହିତ ସେମାନଙ୍କର ଜୀବନ ଧାରଣମାନରେ ଉନ୍ନତି ଆଣିବା । କାରଣ କରୋନା ଏବେ ଦିନ ମଜୁରିଆ ଓ ସହରର ଗଳି କନ୍ଦିରେ ବ୍ୟବସାୟ କରୁଥିବା ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି ।
ସେହିଭଳି ସହରାଞ୍ଚଳରେ ଅର୍ବାନ ୱେଜ୍ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ୍ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଏହା ଅଧିନରେ ପୌର ସଂସ୍ଥାଗୁଡିକ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହାତକୁ ନେଇଛନ୍ତି । ଏହା ଦ୍ୱାରା ବର୍ତ୍ତମାନ ଥିବା ପରିମଳ ବ୍ୟବସ୍ଥା ଉପରେ ଅଧିକ ଚାପ ପଡିବାକୁ ଥିବାରୁ ଗୃହ ଓ ନଗର ଉନ୍ନୟନ ବିଭାଗ ବିଭାଗ ପକ୍ଷରୁ ଶୌଚାଳୟରୁ ଫି ଛାଡ଼ ପାଇଁ ପତ୍ର ଲେଖାଯାଇଛି ।
ଭାରତ ମହାସାଗରରେ ଭାଙ୍ଗୁଛି ଟେକ୍ଟୋନିକ୍ ପ୍ଲେଟ୍, ପୃଥିବୀରେ ହୋଇପାରେ ଏମିତି କିଛି ଗତିବିଧି
ନୂଆଦିଲ୍ଲୀ: ଭାରତ ମହାସାଗର ତଳେ ଥିବା ଟେକ୍ଟୋନିକ ପ୍ଲେଟ ଭାଙ୍ଗିବାକୁ ଯାଉଛି । ଏକ ରିସର୍ଚ ଅନୁସାରେ ଭାରତ ଏବଂ ଅଷ୍ଟ୍ରେଲିଆ ଭିତରେ ଥିବା ଟେକ୍ଟୋନିକ ପ୍ଲେଟ ଆଗକୁ ନିଜେ ଦୁଇଭାଗରେ ବିଭିକ୍ତ ହୋଇଯିବ । ଏହି ପ୍ଲେଟ ଭାଙ୍ଗିବାର ପ୍ରଭାବ ମଣିଷ ଉପରେ ଦୀର୍ଘ ସମୟପରେ ନଜର ଆସିବ । ଏହାକୁ ଭାରତ-ଅଷ୍ଟ୍ରେଲିଆ- କୈପରୀକାର୍ନ ଟେକ୍ଟୋନିକ ପ୍ଲେଟ ଭାବରେ ମଧ୍ୟ ଜଣା ଯାଏ ।

ଅନୁସନ୍ଧାନକାରୀମାନେ ରିପୋର୍ଟରେ ଜଣାଇଛନ୍ତି ଯେ, ଟେକ୍ଟୋନିକ ପ୍ଲେଟ ଧିରେ ଧିରେ ଭାଙ୍ଗୁଛି । ଏହାର ଭାଙ୍ଗିବାର ଗତି ୦.୦୬ ବା ୧.୭ମିଲିମିଟର ପ୍ରତିବର୍ଷ ରହିଛି । ଏହି ହିସାବରେ ପ୍ଲେଟର ଦୁଇଟି ଅଂଶ ୧୦ଲକ୍ଷ ବର୍ଷରେ ପାଖାପାଖି ୧ମାଇଲ ଅର୍ଥାତ୍ ୧.୭କିଲୋମିଟର ଦୂରକୁ ଖସିଯିବ ।

ଲାଇଭ୍ ସାଇନ୍ସରେ ପ୍ରକାଶିତ ଏକ ରିପୋର୍ଟରେ ସହକାରୀ ଗବେଷକ ଓରେଲି କୋଡୁରିଅର୍ କହିଛନ୍ତି ଯେ ଏହି ପ୍ଲେଟ୍ ଏତେ ଧୀରେ ଧୀରେ ଖସିଯାଉଛି ଯେ ଏହା ଆରମ୍ଭରେ ଚିହ୍ନଟ ହେବ ନାହିଁ । ଯଦିଓ ଏହାର ଗତି କମ୍, ତଥାପି ଏହି ଘଟଣାଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ଲେଟଗୁଡିକର ଖସିବା କିମ୍ବା ଭାଙ୍ଗିବା ହେତୁ ପୃଥିବୀର ଗଠନରେ ବହୁତ ବଡ ପରିବର୍ତ୍ତନ ଆସିଥାଏ ।

ଉଦାହରଣ ସ୍ୱରୂପ, ମଧ୍ୟ-ପୂର୍ବର ମୃତ ସାଗର ଫାଁଲ୍ଟ ୦.୨ ଇଞ୍ଚ (୦.୪ସେଣ୍ଟିମିଟର ) ପ୍ରତିବର୍ଷର ବେଗରେ ଅଲଗା ହେଉଛି । ଯେବେକି କାର୍ଲିଫୋର୍ନିଆରେ ସୈନ ଏଂଣ୍ଡ୍ରିଆଜ ଫାଁଲ୍ଟ ଏହାଠାରୁ ୧୦ଗୁଣା ତିବ୍ରତା ସହ ଅର୍ଥାତ୍ ୦.୭ (୧.୮) ପ୍ରତିବର୍ଷର ବେଗରେ ଖସୁଛି ।

ଭାରତ ମହାସାଗରରେ ପ୍ଲେଟ ବହୁତ ଧିର ଗତିରେ ଭାଙ୍ଗୁଛି ଏବଂ ପାଣିରେ ଏହାର ଗଭୀରତା ମଧ୍ୟ ବହୁତ ଅଧିକ ରହିଛି । ଗବେଷକ ଆରମ୍ଭରୁ ପାଣି ଭିତରେ ହେଉଥିବା ଏହି ଘଟଣାକୁ ବୁଝି ପାରି ନଥିଲେ । ଯଦିଓ, ଯେବେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଉତ୍ପନ୍ନ ସ୍ଥଳ ଭାରତ ମହାସାଗର ଉତ୍ପନ୍ନ ହେଲା ତାପରେ ଅନୁସନ୍ଧାନକାରୀମାନେ ଅନୁଭବ କଲେ ଯେ ଜଳ ଭିତରେ କିଛି ଗତିବିଧିକ ହେଉଛି ।

.
୧୧ ଏପ୍ରିଲ, ୨୦୧୨ରେ ୮.୬ ଏବଂ ୮.୨ ତିବ୍ରତାର ଏହି ଭୁକମ୍ପ ଭାରତ ମହାସାଗରରେ ଇଣ୍ଡୋନେସିଆ ପାଖରେ ଅନୁଭୂତ ହୋଇଥିଲା । ଏହି ଭୁମିକମ୍ପ ଅସାମାନ୍ୟ ଥିଲା କାରଣ ଏହା ସବୁଥର ଭଳି ସବଡକ୍ସନ ଜୋନରେ ଆସି ନଥିଲା ଯେଉଁଠି ଟେକ୍ଟୋନିକ ପ୍ଲେଟ ଖସେ ବରଂ ଟେକ୍ଟୋନିକ ପ୍ଲେଟର ମଝିଆମଝିରୁ ଏହା ଆସିଥିଲା ।

ଅରୋଲି ଲାଇଭ୍ ସାଇନସ କହିଛନ୍ତି ଯେ, ଏହି ଘଟଣା ଏକ ରହସ୍ୟ ପରି ଯେଉଁଠାରେ କେବଳ ଗୋଟିଏ ପ୍ଲେଟ୍ ନୁହେଁ ତିନୋଟି ପ୍ଲେଟ୍ ଏକାଠି ହୋଇ ସମାନ ଦିଗକୁ ଗତି କରୁଛନ୍ତି । ଏହି ଟିମ୍ ବାଁରଟନ ବେସିନ ନାମକ ସ୍ୱତନ୍ତ୍ର ଫ୍ୟାକଚର ଜୋନ୍ ଉପରେ ଧ୍ୟାନ ଦେଉଛି ଯେଉଁଠାରେ ଏହି ଭୂକମ୍ପ ହୋଇଥିଲା ।

