ଗଞ୍ଜାମରେ ଯାନବାହାନ ଚଳାଚଳ ବନ୍ଦ… ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ

movement of vehicles banned in ganjam till 31st july

ଗଞ୍ଜାମ: ଗଞ୍ଜାମରେ କରୋନା ବୃଦ୍ଧି ନେଇ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ନେଇଛି । ଗୋଷ୍ଠୀ ସଂକ୍ରମଣ ରୋକିବାକୁ ଜିଲ୍ଲାରେ କଟକଣା ଆହୁରି କଡ଼ାକଡ଼ି କରାଯାଇଛି । ଏହି କଟକଣା ନୂଆ ରୂପରେ ଜାରି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୩୧ଜୁଲାଇ ଯାଏଁ ଗଞ୍ଜାମରେ ସବୁ ପ୍ରକାର ଯାନବାହାନ ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।

ଗାଡ଼ି ଚଳାଚଳ ଉପରେ କଟକଣା ଲଗାଇଲେ ଜିଲ୍ଲାପ୍ରଶାସନ । ଜୁଲାଇ ପହିଲାରୁ ଏହି କଟକଣା ଲାଗୁ ହୋଇଥିବା ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। ଗଞ୍ଜାମରେ ସର୍ବାଧିକ କରୋନା ସଂକ୍ରମିତ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜରୁରୀ ନଥିଲେ ଘରୁ ନବାହାରିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଅପରପକ୍ଷରେ ବରିଷ୍ଠ ନାଗରିକଙ୍କୁ ଘରେ ରହିବାକୁ କୁହାଯାଇଛି ।

କେବଳ ଦୁଇ ଚକିଆ ଯାନ ଚଳାଚଳ କରିପାରିବ । ବିନା ଆଇଡି ପ୍ରୁଭ୍ ରେ ବାଇକ ଛଡ଼ା ଯିବନାହିଁ ବୋଲି କୁହାଯାଇଛି । ସାଧାରଣ ଲୋକଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ବାହାର ଖାଦ୍ୟ ନଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ତେବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସହ ତାଳ ଦେଇ ବଢିଚାଲିଛି ସୁସ୍ଥ ସଂଖ୍ୟା । କ୍ୱାରେଣ୍ଟାଇନ୍ ସେଣ୍ଟରରୁ ମାତ୍ରାଧିକ ପଜିଟିଭ୍ କେସ ଆସୁଛି । ଜୁଲାଇ ଯୁଦ୍ଧ ପାଇଁ ସରକାର ପ୍ରସ୍ତୁତ ଥିବାବେଳେ ଗଞ୍ଜାମରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

Leave a Reply