ଭିଜିଲାନ୍ସ ଜାଲରେ ବରଗଡ଼ ଅବକାରୀ ଅଧିକ୍ଷକ ଓ ବାଲେଶ୍ୱର ଟାଉନ୍‌ ଥାନାର ସବ୍‌-ଇନ୍ସପେକ୍ଟର

1 min read
bargarh excise superintendent & balasore sub inspector in vigilance net

ବାଲେଶ୍ୱର/ବରଗଡ଼: ଜମିଜମା ବିବାଦର ସମାଧାନ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ । ବାଲେଶ୍ୱର ଟାଉନ୍‌ ଥାନାର ସବ୍‌-ଇନ୍ସପେକ୍ଟର ବିମଲ କୁମାର କର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଏହି ମାମଲାରେ ମଧ୍ୟସ୍ଥତା କରୁଥିବା କଂଗ୍ରେସ୍‌ର ଯୁବ ନେତା ବାବୁଲି ନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି ।

ବାଲେଶ୍ୱର ଟାଉନ୍‌ ଥାନାର ବୈରାମନଗରର ବିନ୍ଦୁଭୁଷଣ ପାତ୍ର ଜମିଜମା ବିବାଦକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାର ସମାଧାନ କରିବାକୁ ସବ୍‌-ଇନ୍ସପେକ୍ଟର ବିମଲ କୁମାର କର କଂଗ୍ରେସର ଯୁବନେତା ବାବୁଲି ନାୟକଙ୍କ ମାଧ୍ୟମରେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍‌ ମଧ୍ୟସ୍ଥି ବାବୁଲିଙ୍କ ସହିତ ସବ୍‌-ଇନ୍ସପେକ୍ଟର ବିମଲଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ରଙ୍ଗ ଲଗାଯାଇଥିବା ଟଙ୍କା ମଧ୍ୟ ଜବତ କରାଯାଇଛି ।

ଅପରପକ୍ଷରେ ବରଗଡରେ ଫସିଲେ ଅବକାରୀ ଅଧିକ୍ଷକ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ଜାଲରେ ଅବକାରୀ ଅଧିକ୍ଷକ ଧରାପଡିଛନ୍ତି । ଅବକାରୀ ସୁପରିଟେଣ୍ଡେଣ୍ଟ ମକର ଧ୍ୱଜ ବର୍ଗେଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଏକାକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଛି ।

ବରଗଡ଼ସ୍ଥିତ ଅଫିସ ବଲାଙ୍ଗୀର ଓ ସମ୍ବଲପୁର ସ୍ଥିତ ଘରେ ରେଡ୍ କରିଛି ଭିଜିଲାନ୍ସ । ସେହିପରି ସୋନପୁର ବୁର୍ଲା ଆଦି ସ୍ଥାନରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ । ଭିଜିଲାନ୍ସ ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିବା ସୂଚନା ମିଳିଛି ।

Leave a Reply