ହ୍ୟାକରଙ୍କ ପଛରେ ଚୀନ୍, ୨୦୧୯ରେ ଭାରତରେ ହୋଇଥିଲା ବଡ଼ ଧରଣର ସାଇବର କ୍ରାଇମ…

1 min read

ନୂଆଦିଲ୍ଲୀ: ଚୀନ୍ ଉପରେ ହ୍ୟାକିଂ ଅଭିଯୋଗ ଆଣିଛି ଆମେରିକା । ଭିନ୍ନ ଭିନ୍ନ ଦେଶର ପ୍ରାୟ ଶହେ କମ୍ପାନୀକୁ ହ୍ୟାକ୍ କରିଛି ଚୀନ୍ । ଆମେରିକାର ଜଷ୍ଟିସ୍ ଡିପାର୍ଟମେଣ୍ଟ ଏଭଳି ଦାବି କରିଛି । ଆମେରିକାର କହିବା ଅନୁଯାୟୀ, ଭାରତ ସମେତ ଅନେକ ପ୍ରମୁଖ ଦେଶରେ କାର୍ଯ୍ୟ କରୁଥିବା କମ୍ପାନୀର ଗୁପ୍ତ ତଥ୍ୟ ଓ ଗୁଇନ୍ଦା ରିପୋର୍ଟ ହ୍ୟାକ କରିବାରେ ଚୀନ୍ ନାଗରିକମାନେ ସମ୍ପୃକ୍ତ ଅଛନ୍ତି । ଆମେରିକାର ଆଟୋର୍ଣ୍ଣି ଜେନେରାଲ ଜେଫରୀ ରୋଜେନ୍ କହିଛନ୍ତି ଯେ, ହ୍ୟାକିଂ ଅଭିଯୋଗରେ ୫ ଜଣ ଚୀନ୍ ନାଗରିକ ଓ ୨ ଜଣ ମାଲେସିୟା ନାଗରିକଙ୍କ ଉପରେ ଆମେରିକାରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୋଗ ଅନୁଯାୟୀ, ଅପରାଧିମାନେ ହ୍ୟାକିଂ କରିବା ସହ ଉକ୍ତ ତଥ୍ୟକୁ ବିକ୍ରି ମଧ୍ୟ କରିଛନ୍ତି । ପ୍ରତିବଦଳରେ ମୋଟା ରକମର ଅର୍ଥ ହାତେଇଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ସାଇବର କ୍ରାଇମରେ ଜଡ଼ିତ ଥିବା ମାଲେସିୟା ନାଗରିକଙ୍କୁ ଆମେରିକାର ସରକାର ଧରିବାରେ ସଫଳ ହୋଇଥିବା ବେଳେ ଚୀନ ଅପରାଧୀମାନେ ଫେରାର ଅଛନ୍ତି । ଚୀନ୍ ସରକାରଙ୍କର ସମାଲୋଚନା କରି ଆଟୋର୍ଣ୍ଣି ଜେନେରାଲ ଜେଫରୀ ରୋଜେନ୍ କହିଛନ୍ତି ଯେ, ଚୀନରେ ଶାସକ ଦଳରେ ଥିବା କମ୍ୟୁନିଷ୍ଟ ପାର୍ଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଭଳି ସାଇବର କ୍ରାଇମ କରାଯାଉଛି । ଅନ୍ୟ ଦେଶର ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଚୀନ ସରକାର ଏଭଳି ସାଇବର କ୍ରିମିନାଲଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ଏମାନଙ୍କୁ ନିଜ ଦେଶରେ ଯଥେଷ୍ଟ ସୁରକ୍ଷା ମିଳୁଥିବା ହେତୁ ଏମାନେ ଏଭଳି ଅବୈଧ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ବିଭିନ୍ନ ଦେଶର କମ୍ପାନୀର ସିଷ୍ଟମକୁ ହ୍ୟାକ୍ କରି ତଥ୍ୟ ଚୀନ୍ ସରକାରଙ୍କୁ ହସ୍ତାନ୍ତର କରୁଛନ୍ତି ।

ସେହିଭଳି ୨୦୧୯ରେ ଭାରତରେ ଚୀନ୍ ଏକ ବଡ଼ଧରଣର  ହ୍ୟାକିଂ କରିଥିଲା । ଭାରତର ମୁକ୍ତ VNPକୁ ଯୋଗ କରିବା ପାଇଁ ଚୀନ୍ VPS ପ୍ରୋଭାଇଡ ସରର୍ଭର ବ୍ୟବହାର କରିଥିଲା । ଭାରତ ସହ ସଂଶ୍ଲିଷ୍ଟ ଅନେକ ଡାଟାବେସକୁ ଚୀନ୍ ସାଇବର କ୍ରମିନାଲମାନେ ଟାର୍ଗେଟ କରିଥିଲେ ।  ‘Cobalt Strike’ ନାମକ ସଫ୍ଟଓୟାରକୁ ଭାରତୀୟ କମ୍ପ୍ୟୁଟରରେ ଇନଷ୍ଟଲ କରାଯାଇ ଡାଟା ହ୍ୟାକ୍ କରାଯାଇଥିଲା ବୋଲି ଚୀନ୍ କହିଛି । ତେବେ କେବଳ ଚୀନ ନୁହେଁ, ବିଶ୍ୱର ପ୍ରାୟ ଶହେ ପାଖାପାଖି ଦେଶରେ ଚୀନର ଏଭଳି ଅବୈଧ ସାଇବର କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ବ୍ରାଜିଲ୍, ଦକ୍ଷିଣ କୋରିଆ, ଜାପାନ ଓ ଅଷ୍ଟ୍ରେଲିଆ ଭଳି ଦେଶ ମଧ୍ୟ ଚୀନ କବଳରେ ସାମିଲ ଅଛନ୍ତି ।

Leave a Reply