ଗାଁକୁ ଭରସା ବାଉଁଶ ପୋଲ: ବିପଦସଂକୁଳ ଅବସ୍ଥାରେ ହେଉଛନ୍ତି ନଦୀ ପାର

ମୟୂରଭଞ୍ଜ: ସରକରୀ ଯୋଜନାରୁ ବଞ୍ଚିତ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ଡଙ୍ଗାଡିହା ଗ୍ରାମବାସୀ । ଗାଁକୁ ଯିବା ପାଇଁ ଭଳ ରାସ୍ତା ଖଣ୍ଡେ ନଥିବା ବେଳେ  ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇଛି । ଆଉ ବର୍ଷା ଦିନ କଥା ନକହିବା ଭଲ । ସାଳନ୍ଦି ନଦୀ ଉପରେ ବାଉଁଶ ପୋଲ ଏମାନଙ୍କ ପାଇଁ ସାହା ଓ ଭରସା ।

ଗାଁକୁ ଭରସା ବାଉଁଶ ପୋଲ । ବିପଦସଂକୁଳ ଅବସ୍ଥାରେ ହେଉଛନ୍ତି ନଦୀ ପାର । ଅଭିଯୋଗ କଲେ ମିଳୁନି କୌଣସି ସୁଫଳ । ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ଭରା ନଦୀ ତା’ ଉପରେ ବାଉଁଶ ପୋଲ । ଆଉ ଏହି ବାଉଁଶ ପୋଲ, ଦୁଇଟି ଗାଁର ୧୧୦ଟି ପରିବାରର ଯୋଗାଯୋଗର ମାଧ୍ୟମ । ଛୋଟ ପିଲା କି ବୟଷ୍କ ସମସ୍ତଙ୍କୁ ଭରଷା ଏହି ପୋଲ । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ର ଡଙ୍ଗାଡିହା ଗାଁର ସାଳନ୍ଦି ନଦୀ ଉପରେ ଏହି ପୋଲ ରହିଥିବା ବେଳେ ବିପଦସଂକୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି ଗାଁ ଲୋକେ । ଆଉ ବର୍ଷା ଦିନ କଥା ନକହିବା ଭଲ । ବର୍ଷା ଦିନ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛି ଗାଁ ।

ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ବର୍ଷ ବର୍ଷ ଧରି ଏଭଳି ଅସୁବିଧା ଲାଗି ରହିଥିବା ବେଳେ ସ୍ଥାନୀୟ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିବା ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯେୋଗ କରିଛନ୍ତି ଲୋକେ ।

Leave a Reply