spot_img
Home Blog Page 687

ମହାପ୍ରଭୁଙ୍କ ପାଖରେ କ୍ଷମା ମାଗନ୍ତୁ ସରକାର: ବିଜୟ ମହାପାତ୍ର

ନନ୍ଦିଘୋଷ ବ୍ୟୁରୋ: ପୁରୀ ଅଘଟଣ ନେଇ ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ସମାଲୋଚନା। କହିଛନ୍ତି, ଯାହା ପୁରୀରେ ଘଟିଲା ଏଭଳି ଘଟଣା କେବେ ଘଟି ନଥିଲା। ସରକାରଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଏହା ଘଟିଛି। ଓଡ଼ିଶା ସାରା ଭାରତରେ ଲଜ୍ଜିତ ଓ ନିନ୍ଦିତ ହେଲା। ସରକାର ଏହାକୁ ଗୁରୁତର ସହ ନେବାକୁ ଚାହୁଁନାହାନ୍ତି। ଯାହା ସବୁ ଘଟଣା ଘଟୁଛି ମହାପ୍ରଭୁଙ୍କ ପାଖରେ କ୍ଷମା ମାଗନ୍ତୁ। ଗତକାଲିର ଘଟଣା ଆହୁରି ଆଘାତ ଦେଇଛି। ମନ୍ଦିର ପ୍ରଶାସନର ଭୁଲ ପାଇଁ ଏହା ହୋଇଛି। ୧୨ଟା ୨୦ ରାତିରେ ପହଡ଼ କରିବାକୁ କିଏ ନିର୍ଦ୍ଦେଶ ଦେଲେ। ଦର୍ଶନ ହୋଇ ପାରିଲା ନାହିଁ। ରାତି ଦୁଇଟାରେ ଵି ଭକ୍ତ ଯାଆନ୍ତି। ଦର୍ଶନ ପାଇଁ ମାିତ୍ର ୩୦ ହଜାର ଲୋକ ଥିଲେ। ବାହାରେ ଥିବା ଲୋକଙ୍କ ପାଖରେ ପୋଲିସ କନଷ୍ଟେବଲ ଵି ଜଣେ ନଥିଲେ। କାହାକୁ ଦାୟିତ୍ୱ ଦିଆଯାଉଇଛି।ସରକାର ପ୍ରକୃତ ନ୍ୟାୟ କରିବାକୁ ଚାହୁଁନାହାନ୍ତି। ଆଇନ ମନ୍ତ୍ରୀ କହୁଛନ୍ତି ତଦନ୍ତ ହେବ। ପୂର୍ବ ବର୍ଷ ରଥଯାତ୍ରାରେ ରଥରୁ ବଳଭଦ୍ର ପଡିଯିବା ଘଟଣାର ତଦନ୍ତ ରିପୋର୍ଟ ଆସିଲାନି। ଏବେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ ହେଉନି। ହାଇକୋର୍ଟଙ୍କୁ ଅନୁରୋଧ କରୁଛି ବିଚାରପତିସ୍ତରୀୟ ତଦନ୍ତ ହେବ। ଘଟଣାରେ ଜିଲ୍ଲାପାଳ ଓ SP ସମ୍ପୂର୍ଣ୍ଣ ଦାୟୀ। ସରକାର ଆଗ ଦୋଷୀଙ୍କୁ ଦଣ୍ଡ ଦିଅନ୍ତୁ। ବଳଭଦ୍ରଙ୍କ ରଥ ତିନି ଥର ଡାହାଣ ମୋଡ଼ ନେଲା। ଦାୟିତ୍ବରେ ଥିଲେ ପୁରୀ SP। ୧୯୭୮ ମସିହା ଘଟଣା ପରେ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ନନ୍ଦିଘୋଷ ଦାୟିତ୍ୱରେ ଜିଲ୍ଲାପାଳ, ବଳଭଦ୍ରଙ୍କ ରଥ ଦାୟିତ୍ୱରେ SP ଓ ସୁଭଦ୍ରାଙ୍କ ରଥ ଦାୟିତ୍ୱ ADMଙ୍କର। ୩ ଯନ୍ତ୍ରୀ ଓ ସେବାୟତ ରହିବେ। ପୁରୀ SP ବୋଧହୁଏ ନଥିଲେ। ପୂର୍ଣ୍ଣାଙ୍ଗ ତଦନ୍ତ ହେବା ଦରକାର। ଯେଉଁ ଅଫିସରଙ୍କ ରଥଯାତ୍ରା ଅନୁଭୂତି ଅଛି ସେମାନେ ଭୁବନେଶ୍ୱରରେ ଅଛନ୍ତି। ଅଭିଜ୍ଞତା ନଥିବା ADG, DGଙ୍କୁ ଦାୟିତ୍ୱ ଦିଆଗଲା। ଡିଜିପି ୨୦୦ ବାଟାଲିୟନ କଥା କହିଥିଲେ। ସେ ଫୋର୍ସ ସବୁ କେଉଁଠି ଥିଲେ। ପହଣ୍ଡି ଭିତରେ ୫ ହଜାର ପାସ୍ କେମିତି ଦିଆଗଲା। କର୍ଡନ ପାସ ବି ୫ ହଜାର ଦିଆଗଲା। ରଥଟଣା ଆରମ୍ଭରୁ ପାସ ଦିଆଯାଇଥିବା ଲୋକଙ୍କୁ ବାହାର କରିବା କଥା।…

ପୁରୀ ଅଘଟଣ : ସରକାରଙ୍କୁ ଦାୟୀ କଲେ ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ

ନନ୍ଦିଘୋଷ ବ୍ୟୁରୋ: ଅନ୍ୟପଟେ ଅବ୍ୟବସ୍ଥା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ। ସମନ୍ଵୟ ରକ୍ଷା କରିବାରେ ସରକାର ଫେଲ୍ ବୋଲି କହିଛନ୍ତି ଶୁଭାଶିଷ। ତାଙ୍କ କହିବା କହିବା କଥା, ଗତବର୍ଷଠୁ ମହାପ୍ରଭୁଙ୍କ କୋପ ରହିଛି।  ଐତିହାସିକ ରଥଯାତ୍ରା କରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଆଉ ସରକାରଙ୍କ ଏହି ଗର୍ବ ପାଇଁ ଅଘଟଣ ଘଟିଲା। ଭିଡ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। ତେଣୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଶୁଭାଶିଷ ଖୁଣ୍ଟିଆ। ଅନ୍ୟପଟେ ରଥଟଣା ଆରମ୍ଭରୁ ବିଭ୍ରାଟ ଦେଖା ଦେଇଥିଲା ବୋଲି କହିଛନ୍ତି ପୁରୀ ବିଧାୟକ ସୁନୀଲ ମହାନ୍ତି। ଏଭଳି ଗଟଣାରେ ଦୋଷ ମାନନ୍ତୁ ପ୍ରଶାସନିକ ଅଧିକାରୀ। ମହାପ୍ରଭୁଙ୍କ ନାଁ ନେଇ ଖସିଯିବା ଉଚିତ ନୁହେଁ। ଭିଡ ନିୟନ୍ତ୍ରଣରେ ପ୍ରଶାସନିକ ଅଧିକାରୀ ଫେଲ୍ ହୋଇଛନ୍ତି ବୋଲି କହିଛନ୍ତି ସୁନୀଲ ମହାନ୍ତି। ସେହିପରି କାହା ସ୍ଵାର୍ଥରେ ୬ହଜାର କର୍ଡନ ପାସ କରାଯାଇଛି। ଆଇନମନ୍ତ୍ରୀ ଘଟଣାର ତଦନ୍ତ କରି ଉଚିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସୁନୀଲ। ଗୋଟିଏ ଭୁଲ ଲୁଚାଇବାକୁ ଯାଇ ସରକାର ଭୁଲ ପରେ ଭୁଲ କରି ଚାଲିଛନ୍ତି। ଓଡ଼ିଆ ଅସ୍ମିତା ରସା ତଳକୁ ଗଲାଣି ବୋଲି କହିଛନ୍ତି ବିଜେଡି ନେତା।

ଗୁଣ୍ଡିଚା ମନ୍ଦିର ନିକଟରେ ଅଘଟଣ : ଏମିତି କହିଲା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରାରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ସମାଲୋଚନା। ପିସିସି ସଭାପତି ଭକ୍ତଚରଣ ଦାସ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନ଼ା କରିଛନ୍ତି। ପରିଚାଳନା ଅବ୍ୟବସ୍ଥା ଅଭିଯୋଗ ଆଣିଛନ୍ତି ଭକ୍ତଚରଣ ଦାସ। ଭକ୍ତଙ୍କ ପ୍ରତି ଅବହେଳା କରାଯାଇଛି। କେବଳ ପାସଧାରୀଙ୍କୁ ସୁବିଧା ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି। ଭିଆଇପି ପାସଧାରୀଙ୍କ ସୁରକ୍ଷାକୁ ସରକାର ଗୁରୁତ୍ଵ ଦେଇଛନ୍ତିି। ହେଲେ ସାଧାରଣ ଜନତାଙ୍କ ସୁରକ୍ଷା ପ୍ରତି ଘୋର ଅବହେଳା କରାଯାଇଛି। ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ସରକାରକୁ ସମାଲୋଚନା କରିଛନ୍ତି। କହିଲେ,  ମୁଖ୍ୟମନ୍ତ୍ରୀ କହିଥିଲେ ଏ ରଥଯାତ୍ରା ଐତିହାସିକ ଓ ଅବିସ୍ମରଣୀୟ ହେବ। ସତରେ ଏହାକୁ ଐତିହାସିକ କରିଦେଲେ। ବିଜେପି ସରକାର ଅମଳରେ ମହାପ୍ରଭୁଙ୍କ ମୋଦକ ଚୋରି ହେଲା।

ଯାହା କୌଣସି ସରକାର ସମୟରେ ହୋଇ ନଥିଲା। ନନ୍ଦିଘୋଷ ଘୋଷଯାତ୍ରାରେ ଗଡ଼ିପାରିଲାନି। ୭ଶହରୁ ଅଧିକ ଭକ୍ତ ଆହତ ହୋଇଛନ୍ତି, ଯାହାର ସଠିକ ତଥ୍ୟ ସରକାର ଦେଉନାହାନ୍ତି। ଦଳାଚକଟାରେ  ୩ ଜଣ ପ୍ରାଣ ହରାଇଛନ୍ତି। ଟ୍ରାଫିକ ନିୟନ୍ତ୍ରଣ ନହେବାରୁ ଏହା ହେଲା। SP ଓ ଜିଲ୍ଲାପାଳ ସକାଳ ୮ଟାରେ ପହଁଚିଥିଲେ। ଏ ସବୁ ଅଘଟଣ ପାଇଁ ସରକାର ହିଁ ଦାୟୀ ବୋଲି କହିଛନ୍ତି ଜୟଦେବ ଜେନା। କେବଳ ପ୍ରଚାର ପ୍ରସାର ହିଁ କଲେ। ବାହାସ୍ଫୋଟ ମାରିଲେ।  ଜାନକୀ ପଟ୍ଟନାୟକ, ବିଜୁ ପଟ୍ଟନାୟକ କି ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଏମିତି କେବେ ହୋଇ ନଥିଲା। କେବଳ ବିଜେପି ନେତାଙ୍କୁ ଦର୍ଶନ ପାସ ଦିଆଗଲା।  ଯେଉଁଥିପାଇଁ ସାମ୍ବାଦିକ ବି ଭିତରକୁ ଯାଇପାରିଲେ ନାହିଁ। ଏହି ସରକାରର ବିଚାର ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ କରିବେ ।

ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ଦାୟୀ କିଏ ? : NHRCରେ ମାମଲା

ନନ୍ଦିଘୋଷ ବ୍ୟୁରୋ: ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣା। ଜାତୀୟ ମାନବାଧିକାର କମିଶନରେ ମାମଲା ଦାୟର। ମାମଲା ଦାୟର କଲେ ମାନବାଧିକାର କର୍ମୀ ଜୟନ୍ତ ଦାସ। ଠେଲାପେଲାରେ ୩ ଜଣଙ୍କର ହୋଇଥିଲା ମୃତ୍ୟୁ। ଏକାଧିକ ଆହତଙ୍କର ଚାଲିଛି ଚିକିତ୍ସା। ନିଜେ କମିଶନ ତଦନ୍ତ କମିଟି ଗଠନ କରି ଅଘଟଣ ସ୍ଥଳ ପରିଦର୍ଶନ କରନ୍ତୁ। ପ୍ରଶାସନର ଅବହେଳାରେ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମାନବାଧିକାର କର୍ମୀ। ରଥଯାତ୍ରାରେ ବେଆଇନ ଭାବେ ପାସ ବଣ୍ଟନ କରାଯାଇଛି। ଯେଉଁଥି ପାଇଁ କର୍ଡନରେ ଗାଡ଼ି ପଶୁଥିବା ଦେଖିବାକୁ ମିଳୁଛି। ନନ୍ଦିଘୋଷ ରଥ ଟଣା ବେଳେ, ଛତିଶଗଡ଼ର ଏକ ଇନୋଭା ପଶିଥିଲା।

ଦଳଚକଟାରେ ମୃତ୍ୟୁ : ନବୀନଙ୍କ କ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ଗୁଣ୍ଡିଚା ମନ୍ଦିର ଦଳାଚକଟାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦୁଃଖପ୍ରକାଶ। ଗଭୀର କ୍ଷୋଭ ପ୍ରକାଶ କଲେ ନବୀନ। ୩ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ନବୀନ। ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ। ଭିଡ ନିୟନ୍ତ୍ରଣ କରିବାରେ ସରକାର ସଂପୂର୍ଣ୍ଣ ବିଫଳ। ଏହା ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ବୋଲି କହିଛନ୍ତି ନବୀନ । ଦଳାଚକଟା ଘଟଣାରେ ପ୍ରତ୍ୟକ୍ଷଦର୍ଶୀ ଓ ମୃତକଙ୍କ ସମ୍ପର୍କୀୟଙ୍କ ପ୍ରତିକ୍ରିୟା ଅନୁଯାୟୀ ଭିଡ ନିୟନ୍ତ୍ରଣ କରିବାକୁ ଯାଇ କୌଣସି ପ୍ରଶାସନିକ ଅଧିକାରୀ ଉପସ୍ଥିତ ନଥିଲେ  । ଏହା ଅତ୍ୟନ୍ତ କର୍ତ୍ତବ୍ୟରେ ଦାୟିତ୍ବହିନ ଅବହେଳା । ମୁଁ ସରକାରଙ୍କୁ ନିବେଦନ କରୁଛି, ତୁରନ୍ତ ସୁଧାର ଆଣିବାକୁ ଉଦ୍ୟମ କରନ୍ତୁ । ଆଗକୁ ଆଡପବିଜେ, ବାହୁଡା, ସୁନାବେଶ ଥିବାରୁ ଭିଡ ନିୟନ୍ତ୍ରଣ ଯେଭଳି ଶାନ୍ତି ଶୃଙ୍ଖଳାର ସହ ହେବ ଏବେଠୁ ପଦକ୍ଷେପ ନିଅନ୍ତୁ ।

ଶରଧାବାଲିରେ ଅଘଟଣ : କାନ୍ଦ ବୋବାଳିରେ ଫାଟି ପଡ଼ୁଛି ମେଡିକାଲ ପରିସର

ନନ୍ଦିଘୋଷ ବ୍ୟୁରୋ: ପୁରୀ ଶରଧାବାଲିରେ ଠେଲାପେଲା ଦଳାଚକଟା । ତିନି ଭକ୍ତଙ୍କ ଜୀବନ ଯାଇଛି । ସେମାନଙ୍କ ଭିତରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ମୃତକମାନେ ହେଲେ ଖୋର୍ଦ୍ଧା ଗୋବର୍ଦ୍ଧନପୁର ଅଞ୍ଚଳର ବାସନ୍ତୀ ସାହୁ , ନୟାପଲ୍ଲୀ ଅଞ୍ଚଳର ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣା ଅଠାନ୍ତର ଅଞ୍ଚଳର ପ୍ରଭାତୀ ଦାସ। ତେବେ ପ୍ରଶାସନର ଅପାରଗତା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହେଉଛି । ଏଭଳି ଅଘଟଣ ପାଇଁ କିଏ ଦାୟୀ ? ଏହାକୁ ନେଇ ଏବେ ସବୁଠି ନିନ୍ଦା କରାଯାଉଛି । ସେପଟେ ମେଡିକାଲ ପରିସରରେ ନିଜର ଆତ୍ମୀୟ ପରିଜନଙ୍କୁ ହରାଇ ମର୍ମାହତ ହୋଇଛନ୍ତି ପରିବାର ଲୋକେ ।

ପୁରୀରେ ଦଳା ଚକଟା, ମିଳିଲା ମୃତକଙ୍କ ପରିଚୟ

ନନ୍ଦିଘୋଷ ବ୍ୟୁରୋ: ପୁରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଘଟିଥିବା ଅଘଟଣକୁ ନେଇ ସବୁଠି ଦୁଃଖ ପ୍ରକାଶ କରାଯାଇଛି । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ୩ ଜଣଙ୍କ ଜୀବନ ଯାଇଥିବାବେଳେ ମୃତକଙ୍କ ପରିଚୟ ମିଳିଛି । ମୃତକ ହେଲେ ବାସନ୍ତୀ ସାହୁ ଓ ପ୍ରେମକାନ୍ତ ମହାନ୍ତି । ତେବେ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିନାହିଁ । ସେପଟେ ମୃତ ପ୍ରଭାତୀଙ୍କ ଘର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ସେପଟେ ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଆଇନମନ୍ତ୍ରୀ । ଘଟଣାର ତଦନ୍ତ ହେବ କହିଲେ ଆଇନମନ୍ତ୍ରୀ  । ଅନ୍ୟପଟେ କୁହାଯାଉଛି କି ଭିଡ଼ ନିୟନ୍ତ୍ରଣ କରିବାରେ ଫେଲ୍ ହେଲା ପ୍ରଶାସନ ।

 

ଶରଧାବାଲିରେ ଠେଲାପେଲା, ଚାଲିଗଲା ୩ ଜୀବନ

ନନ୍ଦିଘୋଷ ବ୍ୟୁରୋ: ପୁଣି ପୁରୀରୁ ଆସିଲା ଅଘଟଣର ଖବର । ଶରଧାବାଲିରେ ଠେଲାପେଲା । ଠେଲାପେଲାରେ ଚାଲିଗଲା ୩ ଜୀବନ । ୧୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ଆହତ ଭକ୍ତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ୭୮ ବର୍ଷୀୟ ବ୍ୟକ୍ତି ରହିଛନ୍ତି । ତାଙ୍କୁ କିଡନୀ କ୍ରନିକ ରୋଗ ଥିଲା । ଅନ୍ୟ ମୃତକ ଜଣକ ୫୨ ବର୍ଷୀୟା ଜଣେ ମହିଳା ।  ୧୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଠେଲାପେଲା ଘଟିଛି । ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଭିଡ଼ ଲାଗିଥିଲା ।

ଭକ୍ତମାନେ ଗୋଟିଏ ରଥ ପାଖରୁ ଅନ୍ୟ ରଥପାଖକୁ ଯିବା ଆସିବା ଆରମ୍ଭ କରିଥିଲେ । ହେଲେ ଏହି ସମୟରେ ଚାରମାଳ କାଠ ଭର୍ତ୍ତି ଏକ ଟ୍ରକ୍ ଭିଡ଼ ଭିତରେ ପଶିଥିଲା, ଆଉ ଚାରମାଳ ରଖିଯାଇଥିଲା । ଏହାକୁ ସ୍ଥିତିକୁ ଅଧିକ ଅସମ୍ଭାଳ କରିଦେଇଥିଲା । ଠେଲାପେଲାରେ କିଛି ଭକ୍ତ ତଳେ ପଡ଼ିଯାଇଥିଲେ । ଆଉ ସେହି କାଠ ଉପରେ ପଡ଼ିଥିଲେ । ଆହତ ହୋଇଥିବା ଭକ୍ତ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ପରିଚାଳନା ନେଇ ପ୍ରଶ୍ନ ଉଠାଇଛନ୍ତି ।

ଅବସରଙ୍କ ନିଯୁକ୍ତିକୁ ପୂର୍ବରୁ ବିରୋଧ କରୁଥିଲା ବିଜେପି, ସରକାରକୁ ଆସିବା ପରେ ଓଲଟା ମନୋଭାବ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ୫୩ ହଜାରରୁ ଅଧିକ ଇଞ୍ଜିନୟର ବେକାର । ସେପଟେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କୁ ଅସ୍ଥାୟୀ ଭାବରେ ପୌର ସଂସ୍ଥାରେ ନିଯୁକ୍ତି ପାଇଁ ସମସ୍ତ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ପୌର ପ୍ରଶାସକ । ପୌରାଞ୍ଚଳରେ ଇଞ୍ଜିନିୟରଙ୍କ ଅଭାବ ପୂରଣ କରିବାକୁ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେବାକୁ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି । ଅବସରଙ୍କୁ ନିଯୁକ୍ତି ପ୍ରସଙ୍ଗରେ ବିରୋଧୀ ଦଳରେ ଥିବା ବେଳେ ବିଜେପି ସମାଲୋଚନା କରୁଥିଲା । ହେଲେ ଏବେ ସରକାରକୁ ଆସିବା ପରେ ଏହି ମୋହରୁ ମୁକୁଳି ପାରିନାହିଁ । ଏନେଇ ସରକାରଙ୍କୁ ସମାଲୋଚନା କରିଛି ବିଜେଡି ।

ରାଜ୍ୟରେ ବୁଲୁଛନ୍ତି ମାଳ ମାଳ ବେକାର ଇଞ୍ଜିନିୟର । ହେଲେ ଅବସରପ୍ରାପ୍ତଙ୍କୁ ଥଇଥାନ କରିବାକୁ ସରକାରଙ୍କ ନିଷ୍ପତ୍ତି । ସହରାଞ୍ଚଳରେ ଇଞ୍ଜିନିୟର ଅଭାବ, ଶହ ଶହ ପଦବୀ ଖାଲି । ହେଲେ ସରକାରଙ୍କୁ ଦରକାର ରିଟାୟାର୍ଡ଼ ଇଞ୍ଜିନିୟର । ଅବସରପ୍ରାପ୍ତ ଇଞ୍ଜିନିୟରଙ୍କୁ ପୁନଃନିଯୁକ୍ତି ପାଇଁ ରାଜ୍ୟର ସମସ୍ତ ନିଗମ, ପୌରସଂସ୍ଥା, ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି ଲେଖିଛନ୍ତି ପୌର ପ୍ରଶାସକ । ପୌରସଂସ୍ଥାରେ ବର୍ଦ୍ଧିତ କାର୍ଯ୍ୟଭାର ଓ ଇଞ୍ଜିନିୟରଙ୍କ ଅଭାବକୁ ଦୃଷ୍ଟିରେ ରଖି, ସରକାର ମାନବ ସମ୍ବଳ ଏବଂ ଭଲ ଟ୍ରାକ ରେକର୍ଡ ଥିବା ଅବସରପ୍ରାପ୍ତ ଇଞ୍ଜିନିୟରମାନଙ୍କୁ ପୁନଃ ନିଯୁକ୍ତି ପାଇଁ ଚିଠିରେ ଉଲ୍ଲେଖ ରହିଛି । ଅସ୍ଥାୟୀ ଭାବେ ନିଯୁକ୍ତି ପାଇବେ ଅବସରପ୍ରାପ୍ତ ଇଞ୍ଜିନିଅର । ଜୁଲାଇ ୧୫ ତାରିଖ ଭିତରେ ବିଭାଗକୁ ନିଜ ବାୟୋଡ଼ାଟା ପଠାଇବେ ଇଚ୍ଛୁକ ଅବସରପ୍ରାପ୍ତ ଇଞ୍ଜିନିୟର । ବିରୋଧୀ ଦଳରେ ଥିବା ବେଳେ ବିଜେପି ଅବସର ନେଇଥିବା କର୍ମଚାରୀମାନଙ୍କ ପୁନଃ ନିଯୁକ୍ତିକୁ ବିରୋଧ କରୁଥିବା ବେଳେ ଶାସନକୁ ଆସିଲା ପରେ ବି ଚାଲିଛି ଥଇଥାନ ପର୍ବ । ଏହାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି ।

ବିଧାନସଭାରେ ସରକାରଙ୍କ ତଥ୍ୟ ଅନୁଯାୟୀ, ୫୩ ହଜାରରୁ ଅଧିକ ଇଞ୍ଜିନିୟର ଚାକିରି ନପାଇ ବେକାର ବସିଛନ୍ତି । ୧୦ ବର୍ଷ ମଧ୍ୟରେ ୩୪ ହଜାର ୪୭୧ ପିଲା ଇଞ୍ଜିନିୟରିଂ ପାସ କରିଥିବା ବେଳେ ମାତ୍ର ୧୫ ହଜାର ୨୮୯ ଜଣ ନିଯୁକ୍ତି ପାଇଛନ୍ତି । ବେକାର ବସିଛନ୍ତି ୧୯ ହଜାର ୧୮୨ ଇଞ୍ଜିନିୟର । ସେହିପରି ଡିପ୍ଲୋମାରେ ସ୍ଥିତି ଆହୁରି ସାଂଘାତିକ । ୧୦ ବର୍ଷ ମଧ୍ୟରେ ଡିପ୍ଲୋମା ପାସ କରିଛନ୍ତି ୫୪ ହଜାର ୧୮୯ ଜଣ । ଚାକିରି ପାଇଛନ୍ତି ମାତ୍ର ୨୦ ହଜାର ୯୬ । ବର୍ତ୍ତମାନ ରାଜ୍ୟରେ ୩୪ ହଜାର ୫୧ ଜଣ ଡିପ୍ଲୋମା ବେକାର ବସିଛନ୍ତି ।

ଆଉଟସୋର୍ସିଂ ସଂସ୍ଥାକୁ ହଟାଇ ରାଜ୍ୟରେ ଦକ୍ଷ ଇଞ୍ଜିନିୟରଙ୍କୁ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି । ନିକଟରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ବିଭାଗରେ ୯ ଶହରୁ ଅଧିକ ଇଞ୍ଜିନିୟର ନିଯୁକ୍ତ ହୋଇଥିବା ବେଳେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ପ୍ରେମରେ ପଡ଼ିଛି ଗୃହ ଓ ନଗର ଉନ୍ନୟନ ବିଭାଗ ।

ଦୁଇ ମାସ ପୂର୍ବରୁ ପ୍ରସ୍ତୁତି, ତଥାପି କାହିଁକି ଗଡ଼ିଲେନି ଶ୍ରୀଜିଉ: କେଉଁଠି ରହିଲା ତ୍ରୁଟି ?

ନନ୍ଦିଘୋଷ ବ୍ୟୁରୋ: ମାଳ ମାଳ ନେତା, ଅଫିସରଙ୍କୁ ରଥ ପରିଚାଳନା ଦାୟିତ୍ବ । ଦୁଇ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ତଥାପି ରଥଯାତ୍ରାରେ ଘଟିଲା ବିଭ୍ରାଟ । ବଳଭଦ୍ରଙ୍କ ରଥ ଅଧାରାସ୍ତାରେ ଅଟକି ଥିବା ବେଳେ ଦର୍ପଦଳନ ରାଜନଅର ଆଗରେ ଓ ନନ୍ଦିଘୋଷ ରଥ କେବଳ ବିଧି ରକ୍ଷା କରିବାକୁ ଚକେ ମାତ୍ର ଗଡିଥିଲା । ରଥଯାତ୍ରାରେ ଏଭଳି ଅବ୍ୟବସ୍ଥାକୁ ନେଇ ପୋଲିସ ଓ ପ୍ରଶାସନ ଉପରେ ବର୍ଷିଛନ୍ତି ଭକ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ । ପୋଲିସ-ପ୍ରଶାସନ ଓ ସରକାରଙ୍କ ମଧ୍ୟରେ ସମନ୍ବୟର ଅଭାବକୁ ଦାୟୀ କରାଯାଉଥିବା ବେଳେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦାୟୀ କରି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଛନ୍ତି ସରକାର ।

ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ରୀତିନୀତି ଆରମ୍ଭ ହୋଇଥିଲେ ବି ପହଣ୍ଡି ନିର୍ଦ୍ଧାରିତ ସମୟରେ ସରିଥିଲା । ଗଜପତିଙ୍କ ଛେରାପହଁରା ଓ ରଥରେ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ସବୁକିଛି ଠିକ ସମୟରେ ହୋଇଥିଲା । କିନ୍ତୁ ବଡଠାକୁର ବଳଭଦ୍ରଙ୍କ ରଥ ବାଗେଡିଆ ମଠ ପର୍ଯ୍ୟନ୍ତ ଯିବାକୁ ଅଧଘଣ୍ଟା ଲାଗିଲା । ତା’ପରେ ପ୍ରାୟ ୬ଟା ପର୍ଯ୍ୟନ୍ତ ହଲିଲାନି ତାଳଧ୍ବଜ । ରଥଯାତ୍ରାରେ ଭିଆଇପି ସଂସ୍କୃତି ପ୍ରଶାସନ ପାଇଁ ଅଡୁଆ ହୋଇଥାଇପାରେ ବୋଲି ଆକଳନ କରୁଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ । ତା’ ସାଙ୍ଗକୁ ପୁଣି ରଥରେ ସମର୍ପିତ ଭାବ ନଥିଲେ କିମ୍ବା ଅର୍ଥ, କ୍ଷମତା ଓ ପ୍ରତିପତିର ଦମ୍ଭ ରହିଲେ ବି ମହାପ୍ରଭୁ ସହ୍ୟ କରିବେନି । କାହାରି ଗର୍ବ ଓ ଅହଂକାରକୁ ମହାପ୍ରଭୁ ପ୍ରଶ୍ରୟ ଦିଅନ୍ତି ନାହିଁ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ।

ସର୍ବୋପରି ରଥଯାତ୍ରାର ଆୟୋଜନରେ ପୋଲିସ ପ୍ରଶାସନର ବିଫଳତା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଗତକାଲି ଯେଉଁଭଳି ପୋଲିସ କର୍ଡନର ସୁରକ୍ଷା କରିପାରି ନଥିଲା, ଆଜି ମଧ୍ୟ ଶରଧାବାଲିରେ ସମାନ ସ୍ଥିତି ଦେଖିବାକୁ ମିଳିଛି । କେଉଁଠି ଭକ୍ତ କର୍ଡନ ଭିତରକୁ ପଶିଯାଉଛନ୍ତି ତ କେଉଁଠି ଭିଡ ଭିତରେ ଗଡୁଛି ସ୍କୁଟି । ସେପଟେ ନନ୍ଦିଘୋଷ ରଥଟଣା ବେଳେ ଆଗରେ ଛତିଶଗଡର ଏକ କାର ଯାଉଥିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଏଭଳି ଅବ୍ୟବସ୍ଥା ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା । ସେହିଭଳି ଗତବର୍ଷ ରଥଯାତ୍ରାରେ ବଡଠାକୁର ରଥରୁ ପଡିଯାଇଥିଲେ । ଏହି ଅଘଟଣ ପରେ ପ୍ରଶାସନ ପ୍ରାୟଶ୍ଚିତ କରି ନଥିଲା । ଯେଉଁଥି ପାଇଁ ବଡଠାକୁର ରୁଷି ଥାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

କିଛି ସେବାୟତ ଓ ଗବେଷକଙ୍କ କହିବା ଅନୁଯାୟୀ ଗଜପତି ମହାରାଜ ଛେରା ପହଁରା କରି ଯିବା ପରେ କର୍ଡନ ଭାଙ୍ଗି ଯାଇଥିଲା । ଆଉ ପୋଲିସ ପୁଣି ଥରେ କର୍ଡନ କରିପାରି ନଥିଲା । ତିନି ରଥ ପାଇଁ କେଉଁ କେଉଁ ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ । କିନ୍ତୁ ଗୋଟେ ସମୟରେ ବଳଭଦ୍ରଙ୍କ ରଥରେ ସବୁ ଭକ୍ତ ଓ ପୋଲିସ ରହିଥିବା ଦେଖିବାକୁ ମିଳିଥିଲା । ଡାହୁକ ଓ ରଥ ଅମିନ ଯେତେ ଡାକ ମାରିଲେ ବି ପୋଲିସ ଭିଡ ନିୟନ୍ତ୍ରଣ କରିପାରି ନଥିଲା ।