spot_img
Home Blog Page 6860

ଏହି ଟିଭି ସୋ’ର ସଦସ୍ୟ କରୋନା ସଂକ୍ରମିତ… ବନ୍ଦ ହେଲା ଶୁଟିଂ

ମୁମ୍ବାଇ: ଦେଶରେ କରୋନା ଭୂତାଣୁ ଯୋଗୁଁ ଅନେକ କ୍ଷେତ୍ରରେ କାମ ବନ୍ଦ ହୋଇଯାଇଥିଲା । ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଟିଭି ଧାରାବାହିକ ଏବଂ ଅନେକ “ସୋ”ର କାମ କୋରାନା ପାଇଁ ବନ୍ଦ ରଖାଯାଇଥିଲା । କରୋନା ପାଇଁ ସବୁ ସିରିଏଲ ଏବଂ “ଶୋ”ର ଶୁଟିଂକୁ ବନ୍ଦ କରାଯାଇଥିବା ବେଳେ ଏହାର ପ୍ରଭାବ ଅନେକ କଳାକାରଙ୍କ ଉପରେ ପଡ଼ିଥିଲା । ହେଲେ ଦେଶରେ ଅନଲକ ପ୍ରକ୍ରିୟା ଜାରି ହେବା ପରେ କିଛି ପ୍ରୋଜେକ୍ଟର ଶୁଟିଂ ପୁଣି ଥରେ ଆରମ୍ଭ ହୋଇଛି ।

ଏହି ସମୟରେ ଆଉ ଏକ ଖରାପ ଖବର ଶୁଣିବାକୁ ମିଳିଛି । ସୋନି ଚ୍ୟାନେଲରେ ପ୍ରସାରିତ ହେଉଥିବା ଧାରାବାହିକ “ମେରେ ସାଇ”ର ଜଣେ ଷ୍ଟାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପାଖାପାଖି ୧୦୦ ଦିନ ପରେ ଏହି “ସୋ” ଶୁଟିଂ ଆରମ୍ଭ ହୋଇଥିଲା । ହେଲେ ଶୁଟିଂ ଆରମ୍ଭ ହେବା ସହ ବନ୍ଦ ମଧ୍ୟ ହୋଇଛି । “ସୋ” ସବୁ ସଦସ୍ୟଙ୍କୁ ସେଲ୍ଫ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ କରାଯାଇଛି ।

ଏହି ଧାରାବାହିକର ଜଣେ ଅଭିନେତା ତୁଷାର ଦଲଭିଙ୍କ କହିବା ଅନୁସାରେ, ଜଣେ କରୋନା ପଜିଟିଭ ସଂକ୍ରମିତ ହେବା ପରେ ତାଙ୍କ ଟିମର ଲୋକମାନେ ବହୁତ ସହଯୋଗ କରିଛନ୍ତି । ଏବେ ଏହି ସିରିଏଲର ସୁଟିଂକୁ ସ୍ଥଗିତ ରଖାଯାଇଛି। ତାଙ୍କ କହିବା ଅନୁସାରେ ଏହି ମହାମାରୀ ସମୟରେ ସମସ୍ତେ ଏଥିପାଇଁ ପ୍ରସ୍ତୁତ ରହିବା ଜରୁରୀ । କାରଣ ଏହା କାହା ସହିତ କେବେ ବି ହୋଇପାରେ । ହେଲେ ସେ ଭାବିନଥିଲେ ଯେ, ଏତେ ଶୀଘ୍ର ତାଙ୍କ ଟିମରୁ କିଏ କରୋନା ସଂକ୍ରମିତ ହେବେ ।

ସୁଟିଂ ସେଟରେ ଏହି ବିଷୟରେ ଜାଣିବା ମାତ୍ରେ, ସମସ୍ତେ ସେଲ୍ଫ କ୍ୱାରେଣ୍ଟାଇନରେ ଅଛନ୍ତି । ଅଭିନେତା କହିଛନ୍ତି ଯେ, ସେ ଘରେ ଅଛନ୍ତି ଏବଂ ଭଲ ଅନୁଭବ କରୁଛନ୍ତି । ଟିମର ଅନ୍ୟ ସଦସ୍ୟମାନେ ମଧ୍ୟ ଭଲ ଅଛନ୍ତି ଏବଂ ସେମାନେ ଖୁବ ଶୀଘ୍ର ସୁଟିଂ ଆରମ୍ଭ କରିବେ । ତୁଷାର କହିଛନ୍ତି ଯେ, ସେ ଏହିସବୁ ନେଇ ଅଧିକ ଚିନ୍ତା କରୁନାହାଁନ୍ତି କିନ୍ତୁ ତାଙ୍କ ପରିବାର ସଦସ୍ୟ ତାଙ୍କ ପାଇଁ ଚିନ୍ତିତ ଅଛନ୍ତି । ଟିମର ଯିଏ କରୋନା ସଂକ୍ରମିତ ହୋଇଛନ୍ତି ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ଏହା ସହ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ।

ପୁଲୱାମାରେ ଗୁଳିବିନିମୟ: ଜଣେ ଆତଙ୍କବାଦୀ ନିହତ, ୨ ଯବାନ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀର ପୁଲୱାମାର ଗୁସୁରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ପୋଲିସ କର୍ମଚାରୀ ଓ ସେନାର ଜଣେ ଯବାନ ଆହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଆତଙ୍କବାଦୀ ଥିବା ଖବର ପାଇ ସମ୍ପୃକ୍ତ ଅଞ୍ଚଳକୁ ପୋଲିସ ଓ ଆର୍ମିର ୫୩ ରାଷ୍ଟ୍ରୀୟ ରାଇଫଲ ଘେରାବନ୍ଦୀ କରି ନେଇଥିଲେ ।

FILE

ପୋଲିସ ଓ ଯବାନ ଅଞ୍ଚଳକୁ କର୍ଡନ କରିନେବା ପରେ ଆତଙ୍କବାଦୀ ଗୁଳି ବର୍ଷଣ ଆରମ୍ଭ କରିଥିଲେ । ଯାହାର ମୁହଁତୋଡ଼ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ସେଠାରେ ୨ରୁ ୩ ଆତଙ୍କବାଦୀ ଛପି ରହିଥିବା ସୂଚନା ମିଳିଛି । ଏବେବି ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।

FILE

ଏହା ପୂର୍ବରୁ ଜୁଲାଇ ୫ ତାରିଖରେ ପୁଲୱାମାରେ ସିଆରପିଏଫ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ସିଆରପିଏଫ ଯବାନଙ୍କୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ ଆତଙ୍କବାଦୀ । ଏତିକି ନୁହେଁ IED ବିସ୍ଫୋରଣ ପରେ ଆତଙ୍କବାଦୀ ସିଆରପିଏଫ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏଥିରେ ମୃତାହତ ନେଇ କୌଣସି ଖବର ନଥିଲା । ଯାହା ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ସେନା ।

ଆମେରିକାର ୨୪୪ତମ ସ୍ୱାଧିନତା ଦିବସରେ ପୁଣି କାହିଁକି ଏମିତି କହିଲେ ଟ୍ରମ୍ପ ?

ଆମେରିକା: ପୁଣି ଚାଇନା ଉପରେ ବର୍ଷିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମହାମାରୀ କରୋନା ଭୂତାଣୁ ଯୋଗୁଁ ସାରା ବିଶ୍ୱ ଆଜି ବିପଦରେ । ଚାଇନା ପାଇଁ ଆଜି ଅନେକ ଦେଶ ଆତଙ୍କିତ ହୋଇ ରହିଛି । ଚାଇନାର ଏଭଳି ଗୁଣ ଯୋଗୁଁ ଆଜି ପୁରା ବିଶ୍ୱ କ୍ଷତି ସହୁଛି ।

ମହାମାାରୀ କରୋନା ସମ୍ପର୍କରେ ଚାଇନା ଆଗରୁ ଜାଣିଥିଲେ ସୁଦ୍ଧା ଘଟଣାକୁ ଲୁଚାଇ ରଖିଥିଲା । ଯାହା ଫଳରେ ପୁରା ବିଶ୍ୱ ଏବେ ସଙ୍କଟରେ । ଚାଇନା ସାରା ବିଶ୍ୱକୁ ଧୋକା ଦେଇଛି । ଏଭଳି କଟୁ ଭାଷାରେ ଆଜି ପୁଣି ଥରେ ଏକ ସାମ୍ବାଦିକ ସମ୍ମିଳନୀରେ ଚାଇନାକୁ ଟାର୍ଗେଟ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ବିଶ୍ୱରେଏଭଳି ପରିସ୍ଥିତି ପାଇଁ ଚୀନ୍‌ ଉତ୍ତରଦାୟୀ ହେବା ଉଚିତ୍‌ ।

ଆମେରିକାର ୨୪୪ ତମ ସ୍ୱାଧୀନତା ଦିବସରେ ଶନିବାର ଦେଶକୁ ସମ୍ବୋଧିତ କରିଛନ୍ତି ଟ୍ରମ୍ପ । ଏହି ସମୟରେ ଟ୍ରମ୍ପ କହିଛନ୍ତି, ଦେଶରେ କୋରୋନା ଭାଇରସ ମାମଲା କ୍ରମାଗତ ବୃଦ୍ଧି ସତ୍ତ୍ୱେ କୋଭିଡ୍‌ -୧୯ ବିରୋଧରେ ଦେଶ ‘ଅଗ୍ରଗତି’ କରିଛି । ତେବେ କରୋନା ସମୟରେ ଦେଶ କିଭଳି ପ୍ରଗତି କରିଛି ସେନେଇ ବ୍ୟାଖା କରିଥିଲେ ଟ୍ରମ୍ପ ।

pompio

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ ମଧ୍ୟ ଚୀନ୍‌କୁ କଟୁ ଭାଷାରେ ସମାଲୋଚନା କରିସାରିଛନ୍ତି । ବର୍ତ୍ତମାନ କରୋନା ସମୟରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ସାମରିକ ସ୍ତରରେ ମଧ୍ୟ ତିକ୍ତତା ବଢ଼ିଛି । ଦକ୍ଷିଣ ଚୀନ୍ ସାଗରରେ ଉଭୟ ଦେଶ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ପୂର୍ବରୁ ଆମେରିକାର ବୈଦେଶିକ ସଚିବ ମାଇକ୍ ପାମ୍ପିଓ କହିଛନ୍ତି ଯେ, ଦକ୍ଷିଣ ପୂର୍ବ ଏସିଆରେ ଚୀନ୍‌ର ଉତ୍ପାତ ଯୋଗୁଁ ଏଭଳି ନିଷ୍ପତି ନିଆଯାଇଛି । ୟୁରୋପରୁ ସୈନ୍ୟମାନଙ୍କୁ ପ୍ରତ୍ୟାହାର କରାଯାଇ ଏବେ ଏସିଆରେ ନିୟୋଜିତ କରାଯାଉଛି ।

କୋଭିଡ୍ ପାଇଁ ସ୍ଥଗିତ ହୋଇଥିବା ପରୀକ୍ଷା କରାଇବାକୁ ଗୃହ ମନ୍ତ୍ରାଳୟର ଚିଠି

ନୂଆଦିଲ୍ଲୀ: ବାତିଲ୍ ହେବନି ପରୀକ୍ଷା । କରୋନା ପାଇଁ ମାର୍ଚ୍ଚ ମାସରୁ ବିଭିନ୍ନ ପରୀକ୍ଷା ସ୍ଥଗିତ ରହିଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ବଡ଼ ନିଷ୍ପତ୍ତି ନେଇଛି । ଛାତ୍ରଛାତ୍ରୀଙ୍କ ବର୍ଷକର ପରିଶ୍ରମ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟର କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶୈକ୍ଷିକ ଅନୁଷ୍ଠାନରେ ହେବାକୁ ଥିବା ଶେଷ ବର୍ଷର ପରୀକ୍ଷା ହେବ ।

ୟୁଜିସି ଗାଇଡଲାଇନ୍ ଅନୁସାରେ କୌଣସି ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମର ଶିକ୍ଷା ବର୍ଷର ଅନ୍ତିମ ପରୀକ୍ଷା ଅନିବାର୍ଯ୍ୟ । ତେଣୁ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପରୀକ୍ଷା ହେବ । ପରୀକ୍ଷାରେ ସ୍ୱାସ୍ଥ୍ୟ ବିଭାଗର ଏସଓପିକୁ ଧ୍ୟାନ ଦିଆଯିବ । ପରୀକ୍ଷାର୍ଥୀ ମାସ୍କ ପିନ୍ଧିବା ସହ ନିର୍ଦ୍ଧାରିତ ଦୂରତାରେ ବସି ପରୀକ୍ଷା ଦେବେ ।

ବିଷ୍ଣୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ନେତାଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ, ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଚରଣ ଦାସଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।

Bishnu Das

ମୁଖ୍ୟମନ୍ତ୍ରୀଙ୍କ ସମେତ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଶୋକ ପ୍ରକାଶ କରିଛନ୍ତି ।

Sanjaya Dasburma

ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ଶୋକ ପ୍ରକାଶ କରିଛନ୍ତି ।

ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ଶୋକ ପ୍ରକାଶ କରିଛନ୍ତି । ବିଷ୍ଣୁଙ୍କ ପରଲୋକରେ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି । ଓଡ଼ିଶା ରାଜନୀତି ପାଇଁ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ । ତାଙ୍କ ବିୟୋଗ ଦଳ ପାଇଁ ଏକ ବଡ଼ କ୍ଷତି ବୋଲି କହିଛନ୍ତି ଶ୍ରୀ ମଙ୍ଗରାଜ ।

ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୋକ ପ୍ରକାଶ କରିଛନ୍ତି ।

ସାଂସଦ ସସ୍ମିତ ପାତ୍ର ଓ ସପ୍ତଗିରି ଉଲ୍ଲାକା ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

ସେହିଭଳି ବିଜେପିର ବରିଷ୍ଠ ନେତା କେ ଭି ସିଂହ ଦେଓ ମଧ୍ୟ ବିଷ୍ଣୁଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।

 KV Singh Deo

ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ଶୋଖ ପ୍ରକାଶ ।

Niranjan Patnaik

ବିଜେଡି ନେତା ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ବିଷ୍ଣୁ ଜଣେ ଭଲ ସଂଗଠକ ଥିଲେ । ସେ ଜଣେ ଅତ୍ୟନ୍ତ ମିଷ୍ଠ ଭାଷୀ ବ୍ୟକ୍ତି ଥିଲେ ।

ସେହିଭଳି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ ବିଷ୍ଣୁଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।

https://twitter.com/nabadasjsg/status/1280165637893967877

ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ।

ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ।

ପରଲୋକରେ ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଅସୁସ୍ଥତା କାରଣରୁ ତାଙ୍କୁ କିଛି ଦିନ ହେବ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଛି ।

Bishnu-das

ସେ ଛାତ୍ର ଜୀବନରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ସେ ଜଣେ ଉତ୍ତମ ସଂଗଠକ ମଧ୍ୟ ଥିଲେ । ୧୯୯୦ରୁ ଜଗତସିଂହପୁର ବିଧାନସଭା ଆସନରୁ ସେ ଲଗାତର ଭାବେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଶେଷ ଥର ୨୦୧୪ରେ ସେହି ଜଗତସିଂହପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳଙ୍କଠାରୁ ପରାଜିତ ହୋଇଥିଲେ ।

Bishnu-das

୧୯୯୦ ଓ ୧୯୯୫ରେ ସେ ଜନତା ଦଳର ଟିକେଟରୁ ଲଢ଼ି ଜଗତସିଂହପୁର ବିଧାନସଭା ଆସନରୁ ବିଧାୟକ ହୋଇଥିଲେ । ପରେ ୨୦୦୦, ୨୦୦୪ ଏବଂ ୨୦୦୯ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଟିକେଟରେ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଜଣେ ବରିଷ୍ଠ ଅଭିଜ୍ଞ ରାଜନୀତିଜ୍ଞ ହୋଇଥିବା ବେଳେ ଲୋକଙ୍କ ପ୍ରିୟ ନେତା ମଧ୍ୟ ଥିଲେ । ସେ ସବୁବେଳେ ଲୋକଙ୍କ ଦୁଃଖ ସୁଖରେ ସାମିଲ ହୋଇଥାନ୍ତି । ତାଙ୍କ ପରଲୋକ ଖବର ପାଇ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ପରଲୋକ ଖବର ଶୁଣି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

କରୋନା ବିରୋଧରେ ଲଢ଼ିବାକୁ ମହାପ୍ରଭୁ ଦେଇଛନ୍ତି ୩ଟି ଅସ୍ତ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷର ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ସୃଷ୍ଟି କରିଛି । ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରାର ସବୁ ନୀତି ଭଲ ଭାବରେ ଶେଷ ହୋଇଛି । ଏଥିପାଇଁ ସେବାୟତ ବନ୍ଧୁମାନଙ୍କୁ, ଶ୍ରୀମନ୍ଦିର ଓ ଜିଲ୍ଲାପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହିତ ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗ ସର୍ବୋପରି ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ରଥଯାତ୍ରା ପୂର୍ବ ଦିନ ମୁଁ କହିଥିଲି ରଥଯାତ୍ରା ଉପରେ ସାରା ବିଶ୍ୱ ନଜର ରଖିଛି ।

ମହାପ୍ରଭୁଙ୍କୁ ଆଶୀର୍ବାଦରୁ ଆମେ ସବୁ ରଥ ରୀତିନୀତିକୁ ସଫଳତାର ସହ ଶୃଙ୍ଖଳିତ ଭାବେ ସମାପନ କରି ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛୁ । ମହାପ୍ରଭୁ ବଡ଼ଦାଣ୍ଡରେ ୪ ଦିନ ରହିଲେ, ପୁରୀ ବାସୀ କେହି ବଡ଼ଦାଣ୍ଡକୁ ଆସିନଥିଲେ । ପୁରୀବାସୀଙ୍କ ଏହି ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ । ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ନିବିଡ଼ ସହ ଏକାଠି କରିଥାଏ । ପୁରୀ ଆଜି ସାରା ଦୁନିଆକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

କୋଭିଡ୍ ଗାଇଡଲାଇନ୍ ମାନି କିପରି କାର୍ଯ୍ୟ କରିହେବ ଶିଖାଇଛି ପୁରୀ ରଥଯାତ୍ରା । ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ । ତେଣୁ କୋଭିଡ୍ ଯୁଦ୍ଧ ଜିତିବାକୁ ଆମକୁ ମହାପ୍ରଭୁ ୩ଟି ଅସ୍ତ୍ର ଦେଇଛନ୍ତି । ୩ ଅସ୍ତ୍ର ହେଉଛି ତ୍ୟାଗ, ସଂଯମ ଓ ଶୃଙ୍ଖଳା । ଏସବୁ ମାନି ଚଳିଲେ ଆମେ କୋଭିଡ୍ ଯୁଦ୍ଧରେ ଜିତିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ସାରା ଦେଶ ଅନଲକ୍ ହେଉଛି । ବିଶେଷ କିଛି କଟକଣା ନଥିବା ବେଳେ ଭାରତ ସଂକ୍ରମଣରେ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିଛି । ୪ ଦିନରେ ଦେଶରେ ଏକ ଲକ୍ଷ ସଂକ୍ରମିତ ବାହାରୁଛନ୍ତି । ରାଜ୍ୟରେ ସଂକ୍ରମଣ ବଢ଼ୁଛି । ବର୍ଷା ଋତୁ ମଧ୍ୟ ଚାଲିଛି । ଭ୍ୟାକ୍ସିନ୍ ବାହାରିନଥିବାରୁ କୋଭିଡ୍ ଗାଇଡଲାଇନ୍ ମାନନ୍ତୁ । ଦରକାର ନଥିଲେ ବାହାରକୁ ଯାଆନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗୁରୁଜନ, ଶିଶୁମାନଙ୍କ ବିଶେଷ ଯତ୍ନ ନିଅନ୍ତୁ । ବିଶେଷକରି ଯୁବ ସମାଜ କୋଭିଡ୍ ନିୟମ ମାନିବାରେ ହେଳା କରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ରାଜଧାନୀରେ ବଢ଼ୁଛି ସଂକ୍ରମଣ, ହେଲେ ହେବନି ସଟ୍‌ଡାଉନ୍‌ !

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ବଢ଼ୁଛି ସଂକ୍ରମଣ । ହେଲେ ହେବନି ସଟ୍‌ଡାଉନ୍ । ରାଜଧାନୀରେ ହୁ ହୁ ହୋଇ ସଂକ୍ରମଣ ବଢ଼ୁଥିବାରୁ ସଟ୍‌ଡାଉନ୍‌ ଆଶଙ୍କା କରୁଥିଲେ ରାଜଧାନୀ ବାସିନ୍ଦା । ଏମିତିକି ସଟ୍‌ଡାଉନ୍‌ ହେବା ନେଇ ଗୁଜବ ମଧ୍ୟ ପ୍ରଚାର ହୋଇଥିଲା । ହେଲେ ସବୁ ଗୁଜବକୁ ଖଣ୍ଡନ କରିଛି ବିଏମ୍‌ସି ।

ଭୁବନେଶ୍ୱର ସଟ୍‌ଡାଉନ୍‌ ହେବା ନେଇ କୌଣସି ପ୍ରସ୍ତାବ ନାହିଁ । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ବିଏମ୍‌ସି କମିଶନର । ରାଜ୍ୟର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଉଥିବା କରୋନା ପଜିଟିଭ୍‌ଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାକୁ ସଟ୍‌ଡାଉନ୍‌ ପାଇଁ ନିଷ୍ପତ୍ତି ନିଆଯାଇଛି ।

ସେହିଭଳି ଭୁବନେଶ୍ୱରରେ ମଧ୍ୟ ଅନୁରୁପ ଭାବେ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱରକୁ ସଟଡାଉନ୍‌ କରାଯିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା । ଯାହା ଏକ ଗୁଜବ ବୋଲି ସୋମାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ।

ପବନରେ ପହଁରୁଛି ଭୂତାଣୁ, ଗବେଷକଙ୍କ ଯୁକ୍ତି ସତ ହେଲେ ମହାମାରୀ ନେବ ଉଗ୍ରରୂପ

ନୂଆଦିଲ୍ଲୀ: କରୋନାଗ୍ରାଫରେ ଉପରମୁହାଁ ଭାରତ । ବିଶ୍ୱର ସର୍ବାଧିକ ସଂକ୍ରମଣ ତାଲିକାରେ ୩ ନମ୍ବରରେ ପହଞ୍ଚିଛି । ମାତ୍ର କିଛି ଦିନ ଭିତରେ ରୁଷକୁ ପଛରେ ପକାଇଛି ଭାରତ । ସେପଟେ ଭୂତାଣୁର ନୂଆ ରୂପ ଦେଶ ପାଇଁ ଆଣିପାରେ ମହାବିପଦ । କାରଣ ବିଭିନ୍ନ ଦେଶର ଗବେଷକ କହିଛନ୍ତି, ପବନରେ ବ୍ୟାପୁଛି କରୋନା । ଏହି ତଥ୍ୟ ଯଦି ସତ ହୁଏ, ତେବେ ଜନବହୁଳ ଭାରତରେ ମହାମାରୀ ସଂକ୍ରମଣ ବଢିବାର ଆଶଙ୍କା ସୃଷ୍ଟି ହୋଇଛି ।

ରୂପ ବଦଳାଉଛି କରୋନା । ଭୂତାଣୁ ଦେଖାଉଛି ସଂକ୍ରମଣର ଭିନ୍ନ ଭିନ୍ନ ରୂପ । କେବଳ ସଂସ୍ପର୍ଶରେ ଆସିଲେ ନୁହେଁ ବରଂ ପବନରେ ବ୍ୟାପିପାରେ ମହାମାରୀ । ବିଶ୍ୱର ଅଗ୍ରଣୀ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟରେ ଏଭଳି ଦାବି କରାଯାଇଛି । କରୋନା ଉପରେ ଗବେଷଣା କରୁଥିବା ୩୨ ଦେଶର ୨୩୯ ଜଣ ବୈଜ୍ଞାନିକ କରୋନାର ଏ ଭିନ୍ନ ରୂପ ସମ୍ପର୍କରେ ପ୍ରକାଶ କରିଛନ୍ତି । କହିଛନ୍ତି, ପବନରେ ବି ଉଡ଼ିପାରେ ଭୂତାଣୁର ଛୋଟ ଛୋଟ କଣିକା । ଏଣୁ ଭୂତାଣୁର ସଂକ୍ରମଣ ନେଇ ସଂଶୋଧନ କରିବାକୁ WHOକୁ ବୈଜ୍ଞାନିକମାନେ ନିବେଦନ କରିଛନ୍ତି ।

ସେପଟେ ଏବେ ବି ନିଜ କଥାରେ ଅଟଳ ରହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପବନରେ ଭୂତାଣୁ ବ୍ୟାପିବାର କୌଣସି ପ୍ରମାଣ ନଥିବା କହିଛି WHO । କେବଳ କଫ, ଛିଙ୍କ ଓ ସଂସ୍ପର୍ଶରେ ଆସିଲେ ହିଁ ଭୂତାଣୁ ବ୍ୟାପିଥାଏ ବୋଲି ଦାବି ଦୋହରାଇଛି WHO । ବୈଜ୍ଞାନିକଙ୍କ ଗବେଷଣା ସତ ହେଲେ ଭାରତ ପାଇଁ ଏହା ସବୁଠୁ ଅଧିକ ବିପଦ ଆଣିବ । ଖାସ କରି ବସ୍ତି ଓ ଲୋକଙ୍କ ସଂଖ୍ୟା ବହୁଳ ସହର ଗୁଡିକରେ ମହାମାରୀ ଦେଖାଇପାରେ ଭୟଙ୍କର ରୂପ ।