spot_img
Home Blog Page 6850

ଭାରତକୁ ସମର୍ଥନ କରିବା ନେପାଳୀ ଏମପିଙ୍କୁ ମହଙ୍ଗା ପଡିଲା,ଦଳରୁ ହେଲେ ବିଦା

ନୂଆଦିଲ୍ଲୀ: ଭାରତକୁ ସମର୍ଥନ ଏବଂ ନେପାଳର ନୂତନ ମାନଚିତ୍ର (ଭାରତ-ନେପାଳ ସୀମା ବିବାଦ) କୁ ବିରୋଧ କରିଥିବା ସାଂସଦ ସରିତା ଗିରିଙ୍କୁ ଦଳରୁ ବରଖାସ୍ତ କରାଯାଇଛି । ଦେଶର ସଂଶୋଧିତ ମାନଚିତ୍ରକୁ ସୀକୃତି ପ୍ରଦାନ କରିବା ପାଇଁ ସରିତା ସମ୍ବିଧାନ ସଂଶୋଧନର ସର୍ବସମ୍ମତି କ୍ରମେ ହୋଇଥିବା ମଞ୍ଜୁରୀକୁ ଉଲ୍ଲଂଘନ କରିଥିଲେ । ମାନଚିତ୍ରରେ ସାମରିକ ଦିଗରୁ ଗୁରୁତ୍ୱପୂର୍ଣ୍ଣ ଭାରତୀୟ ଅଞ୍ଚଳକୁ ଅନ୍ତର୍ଭୂକ୍ତ କରାଯାଇଥିଲା । ବିରୋଧୀ ଜନତା ସମାଜବାଦୀ ପାର୍ଟି (ଜେଏସପି) ସରିତା ଗିରିଙ୍କୁ ପାର୍ଟି ହ୍ୱିପ ଉଲ୍ଲଂଘନ କରିଥିବାରୁ ତାଙ୍କୁ ବରଖାସ୍ତ କରିବାକୁ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ନେପାଳରେ ମଧ୍ୟ ଚୀନ୍‌କୁ ବିରୋଧ ଆରମ୍ଭ ହୋଇଛି, ମଙ୍ଗଳବାର ଦିନ ଶତାଧିକ ଛାତ୍ର ଚୀନ୍ ଦୂତାବାସ ବାହାରେ ପ୍ରଦର୍ଶନ କରିଛନ୍ତି।

ସୂଚନା ଅନୁଯାୟୀ ଦଳ ମହାସଚିବ ରାମସହାୟ ପ୍ରସାଦ ଯାଦବଙ୍କ ନେତୃତ୍ୱରେ ଏକ ତିନିଜଣିଆ କମିଟି ଗିରିଙ୍କୁ ସାଂସଦ ପଦବୀରୁ ବରଖାସ୍ତ କରିବା ସହ ଦଳରୁ ମଧ୍ୟ ବହିଷ୍କୃତ କରିଛନ୍ତି । ମଙ୍ଗଳବାର ଦିନ ଦଳର ଅଧିକାରୀଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜେଏସପି ଏବଂ ମୁଖ୍ୟ ବିରୋଧୀ ନେପାଳୀ କଂଗ୍ରେସ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଥିଲେ । ତାଙ୍କ ଦଳର ଅଫିସିଆଲ ଷ୍ଟାଣ୍ଡକୁ ବିରୋଧ କରି ସାଂସଦ ଗିରି ସଂସଦ ସଚିବାଳୟରେ ପୃଥକ ରୂପରେ ସଂଶୋଧନ ପ୍ରସ୍ତାବ ପଞ୍ଜିକରଣ କରିଛନ୍ତି । ପୁରୁଣା ମାନଚିତ୍ରକୁ ଅକ୍ଷୁର୍ଣ୍ଣ ରଖିବାକୁ ଗିରି ଦାବି କରିଛନ୍ତି ଏବଂ କହିଛନ୍ତି ଯେ ଲିମ୍ପିଆଧୁରା, ଲିପୁଲେଖ ଏବଂ କାଲାପାଣିକୁ ନେପାଳ ଅଞ୍ଚଳ ବୋଲି ଦାବି କରିବାର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ । ସମାଜବାଦୀ ପାର୍ଟି ଗିରିଙ୍କୁ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର କରିବାକୁ କହିଥିଲେ, କିନ୍ତୁ ସେ ମନା କରିଦେଇଥିଲେ । ସମ୍ବିଧାନ ସଂଶୋଧନର ଉଦ୍ଦେଶ୍ୟ ହେଉଛି ଦେଶର ନୂତନ ପ୍ରଶାସନିକ ଏବଂ ରାଜନୈତିକ ମାନଚିତ୍ରକୁ ସାର୍ବଜନୀନ କରିବା, ଯାହାକୁ ସଂସଦ ୧୮ ଜୁନରେ ସହମତି ମଞ୍ଜୁରୀ ଦେଇଥିଲା।

ଓଲି ସରକାର ଅପରିପକ୍ୱ : ବିରୋଧୀ

ମଙ୍ଗଳବାର ନେପାଳର ବିରୋଧୀ ଦଳ କେ ପି ଓଲି ସରକାରଙ୍କ ବୈଦେଶିକ ନୀତି ପାଇଁ ‘ଅପରିପକ୍ୱ’ ବୈଦେଶିକ ନୀତି ପାଇଁ ସମାଲୋଚନା କରି କହିଛନ୍ତି, ଏହା ପଡୋଶୀ ଦେଶ ସହ ଦେଶର ସମ୍ପର୍କକୁ ବ୍ୟାହତ କରୁଛି । ଗତ ମାସରେ ରଣନୈତିକ ଦୃଷ୍ଟିରୁ ଭାରତୀୟ ତିନୋଟି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ – ଲିପୁଲେଖ, କାଲାପାନି ଏବଂ ଲିମ୍ପିୟାଧୁରାକୁ ଦେଶରେ ପ୍ରତିଷ୍ଠିତ ହୋଇଥିବା ରାଜନୈତିକ ମାନଚିତ୍ରରେ ଅନ୍ତର୍ଭୁକ୍ତ କରିବା ପାଇଁ ତାଙ୍କ ସରକାରଙ୍କ ପଦକ୍ଷେପ ପରେ ପ୍ରଧାନମନ୍ତ୍ରୀ ଓଲିଙ୍କୁ ସମାଲୋଚନା କରାଯାଇଥିଲା। ଚୀନକୁ ଦରଦ ଦେଖାଇ ଭାରତ ବିରୋଧରେ ବୟାନ ଦେଇଥିବା ଓଲି ପ୍ରଧାନମନ୍ତ୍ରୀ ଏବଂ ପାର୍ଟି ସଭାପତି ପଦ ଛାଡିବାକୁ ତାଙ୍କ ଦଳର ନେତାଙ୍କ ପକ୍ଷରୁ ମଧ୍ୟ ଚାପ ରହିଛି ।

ଗତ ସପ୍ତାହରେ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି) ର କାର୍ଯ୍ୟକାରୀ ସଭାପତି ପୁଷ୍ପା କମଲ ଦହଲ ଅଲିଙ୍କ ଇସ୍ତଫା ଦାବି କରି କହିଥିଲେ, ଅଲିଙ୍କ ବୟାନ ଅନୁସାରେ ଭାରତ ତାଙ୍କୁ ହଟାଇବାକୁ ଯୋଜନା କରୁଛି ଯାହା ରାଜନୈତିକ ଦୃଷ୍ଟିରୁ ଠିକ୍ ନା କୂଟନୈତିକ ଦିଗରୁ  । ସୂଚନା ଅନୁଯାୟୀ ମଙ୍ଗଳବାର ଅନୁଷ୍ଠିତ ବିରୋଧୀ ଦଳର ଏକ ବୈଠକରେ କୁହାଯାଇଛି ଅଲି ସରକାର ଏକ ଅସନ୍ତୁଳିତ ତଥା ଦାୟିତ୍ୱହୀନ ବୈଦେଶିକ ନୀତି ଆପଣେଇଛନ୍ତି ଯାହା ପଡୋଶୀ ଦେଶ ସହ ନେପାଳର ସମ୍ପର୍କକୁ ବାଧା ଦେଉଛି। ବୈଠକରେ କୁହାଯାଇଛି ଯେ ନେପାଳୀ କଂଗ୍ରେସ (ଏନସି) ଏବଂ ଜନତା ସମାଜବାଡି ପାର୍ଟି (ଜେଏସପି) ର ନେତାଙ୍କ ଅନୁଯାୟୀ, ଅପରିପକ୍ୱ ବୈଦେଶିକ ନୀତି ହେତୁ ପଡୋଶୀ ଦେଶ ସହ ଆମ ସମ୍ପର୍କ ବିଗିଡି ଯାଇଛି ଏବଂ ଅତ୍ୟନ୍ତ ଜଟିଳ ମଧ୍ୟ ହୋଇପଡିଛି । 

 ଭାରତର ନାମ ନ ନେଇ ଏନସି ଉପାଧ୍ୟକ୍ଷ ବିମଳେନ୍ଦ୍ର ନିଧି କହିଛନ୍ତି, ସରକାରଙ୍କ ଅପରିପକ୍ୱ ବୈଦେଶିକ ନୀତି ହେତୁ ନେପାଳ ପଡୋଶୀ ଦେଶ ସହ ଭଲ ସମ୍ପର୍କ ବଜାୟ ରଖିବାରେ ଅସୁବିଧାର ସମ୍ମୁଖୀନ ହେଉଛି । କୌତୁହଳର ବିଷୟ, ନେପାଳର ନୂତନ ରାଜନୈତିକ ମାନଚିତ୍ରକୁ ପୁନଃଚିତ୍ରଣ କରିବାକୁ ଗତ ମାସରେ ଏନସି ଏବଂ ଜେଏସପି ଅଲି ସରକାରଙ୍କ ସମ୍ବିଧାନ ସଂଶୋଧନ ବିଲକୁ ସମର୍ଥନ କରିଥିଲେ। ସରକାରଙ୍କ ଏହି ପଦକ୍ଷେପ ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ଥିଲା ଏବଂ ଭାରତ ସ୍ପଷ୍ଟ କରିଥିଲା ଯେ କାଠମାଣ୍ଡୁ ଆଞ୍ଚଳିକ ଦାବି କରିବା ଗ୍ରହଣୀୟ ନୁହେଁ। ନିଧି କହିଛନ୍ତି ଯେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି, ସରକାରୀ ଗୃହ ସ୍ଥଗିତ ରଖିବା, ବୈଦେଶିକ ନୀତି ଏବଂ କରୋନା ମହାମାରୀ ସହ ଉପଯୁକ୍ତ ଭାବରେ ନଲଢିବା ଭଳି ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ନିଜ ଦଳର ନେତାଙ୍କ ଦ୍ୱାରା  ଇସ୍ତଫା ପାଇଁ ଚାପରେ ଥିବା ଅଲି ଗୁରୁବାର ସଂସଦର ଉଭୟ ଗୃହ ପ୍ରକ୍ରିୟା ଶେଷ କରିଛନ୍ତି । 

ନେପାଳରେ ଚୀନ୍ ଦୂତାବାସ ସମ୍ମୁଖରେ ଛାତ୍ରମାନଙ୍କ ପ୍ରଦର୍ଶନ

 ନେପାଳର ଆଭ୍ୟନ୍ତରୀଣ ବ୍ୟାପାରରେ ଚୀନ୍ ରାଷ୍ଟ୍ରଦୂତ ହୋଉ ୟାଙ୍କୀଙ୍କ ହସ୍ତକ୍ଷେପ ବିରୋଧରେ ମୁଖ୍ୟ ବିରୋଧୀ ନେପାଳୀ କଂଗ୍ରେସ ଦଳର ଛାତ୍ର ୟୁନିଟ୍ ନେପାଳ ଛାତ୍ର ସଂଗଠନର କାର୍ଯ୍ୟକର୍ତ୍ତାମାନେ ମଙ୍ଗଳବାର ଦିନ ଚୀନ୍ ଦୂତାବାସ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । । ଚୀନ୍ ରାଷ୍ଟ୍ରଦୂତ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ପଦ ବଞ୍ଚାଇବା ପାଇଁ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି) ର ଅନେକ ନେତାଙ୍କ ସହ ଆଲୋଚନା କରିଥିଲେ ।. ହୋଉ ଏନସିପିର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମାଧବ କୁମାର ନେପାଳ ଏବଂ ଜଲନାଥ ଖନାଲଙ୍କ ସହ କଥା ହୋଇଥିଲେ । ବୁଧବାର ଦିନ ପ୍ରଧାନମନ୍ତ୍ରୀ ପି ଶର୍ମା ଓଲିଙ୍କ ଭବିଷ୍ୟତ ସ୍ଥିର ହେବ । ଏହି ପରିପ୍ରେକ୍ଷୀରେ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)  ସ୍ଥାୟୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। 

ଶାସକ ଦଳର ନେତାଙ୍କ ସହ ଚୀନ୍ ରାଷ୍ଟ୍ରଦୂତଙ୍କ ବୈଠକକୁ ନେପାଳର ଆଭ୍ୟନ୍ତରୀଣ ରାଜନୈତିକ କାର୍ଯ୍ୟରେ ହସ୍ତକ୍ଷେପ ବୋଲି ଅନେକ ନେତା ବର୍ଣ୍ଣନା କରିଛନ୍ତି। ଏହା ପ୍ରଥମ ଘଟଣା ନୁହେଁ ଯେ ସଙ୍କଟ ସମୟରେ ନେପାଳର ଆଭ୍ୟନ୍ତରୀଣ କାର୍ଯ୍ୟରେ ଚୀନ୍ ରାଷ୍ଟ୍ରଦୂତ ହସ୍ତକ୍ଷେପ କରିଛନ୍ତି। ରାଷ୍ଟ୍ରଦୂତ ପ୍ରାୟ ଦେଢମାସ ପୂର୍ବରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତାଙ୍କ ସହ ପୃଥକ ଭାବରେ ସାକ୍ଷାତ କରିଥିଲେ। ପ୍ରଧାନମନ୍ତ୍ରୀ ସଂସଦର ବଜେଟ୍ ଅଧିବେଶନକୁ ଏକପାଖିଆ ଭାବେ ସ୍ଥଗିତ ରଖିବା ପରେ ଏନସିପିର ଦୁଇ ଦଳ ମଧ୍ୟରେ ପାର୍ଥକ୍ୟ ଆହୁରି ଗଭୀର ହୋଇଥିଲା। ଦଳର ଗୋଟିଏ ବିଭାଗ ଅଲିଙ୍କୁ ସମର୍ଥନ କରୁଥିବାବେଳେ ଅନ୍ୟ ଦଳ କାର୍ଯ୍ୟରତ ରାଷ୍ଟ୍ରପତି ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’କୁ ସମର୍ଥନ କରୁଛନ୍ତି।   ପ୍ରଚଣ୍ଡଙ୍କ ଗୋଷ୍ଠୀର ବରିଷ୍ଠ ନେତା ମାଧବ ନେପାଳ ଏବଂ ଝଲନାଥ ଖନାଲଙ୍କ ସମର୍ଥନ ରହିଛି ଓ ସେ ଓଲିଙ୍କ ଇସ୍ତଫା ଦାବି କରୁଛନ୍ତି।          

ଜାଣନ୍ତୁ, ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ବିବାହ ପଛର କାହାଣୀ…..

ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ପରେ ଏବେ ତାଙ୍କ ସହ ଜଡିତ ରହସ୍ୟ ଉପରୁ ପରଦା ହଟୁଛି । ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଆଦିତ୍ୟଙ୍କ ସହ ବିବାହ ପଛର କାରଣ କହିଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ପରେ ଏବେ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ କହିଛନ୍ତି ଯେ, ଆଦିତ୍ୟଙ୍କୁ ବିବାହ କରିବା ପାଇଁ ଅନେକ ଝିଅ ପ୍ରେମ ନିବେଦନ କରୁଥିଲେ । ମାତ୍ର ସେ ମୋତେ ବାଛିଥିଲେ ।  ତେବେ ଆମ ପ୍ରେମ ସମ୍ପର୍କକୁ ବିବାହର ନାଁ ଦେବା ପାଇଁ ଉଭୟ ଆଗ୍ରହୀ ଥିଲୁ । ସେ ହିଁ ମୋତେ ପ୍ରଥମେ ବିବାହ କରିବା ପାଇଁ କହିଥିଲେ ।

ଆଦିତ୍ୟଙ୍କ ବୁଝିବା ଥିଲା ଯେ ଆମେ ଜୀବନରେ ଥିବା ଅଧୁରା ସ୍ୱପ୍ନକୁ ଉଭୟ ଏକାଠି ହୋଇ ପୂରା କରିପାରିବା ।  ଆମ ସମ୍ପର୍କ ମଧ୍ୟରେ ସାମାନ୍ୟତମ ତିକ୍ତତା ନଥିଲା ଏକଥା ସତ, କିନ୍ତୁ ସେ ଯେ ମାନସିକ ଚାପରେ ଥିଲେ ଏକଥାକୁ ମୁଁ ଅସ୍ୱୀକାର କରୁନି । ଉଲ୍ଲେଖଯୋଗ୍ୟ ଯେ ବିଦ୍ୟାଶ୍ରୀ ଏକ ରକ୍ଷଣଶୀଳ ପରିବାରରୁ ଆସିଥିଲେ । ବାପା-ମା ସବୁବେଳେ ତାଙ୍କୁ ଏକ ଉଦ୍ୟୋଗୀ ଛାତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ ।  ବିଦ୍ୟାଶ୍ରୀ ମଧ୍ୟ ଯଥେଷ୍ଟ ମେଧାବୀ ଥିଲେ । ହେଲେ ଅଭିନୟ ପ୍ରତି ରୁଚି ରହିଥିଲା । ଛୋଟ ପରଦାଠାରୁ ଆରମ୍ଭ କରି ବଡ ପରଦା ପର୍ଯ୍ୟନ୍ତ ସବୁଠି ବିଦ୍ୟାଶ୍ରୀ ଅଭିନୟ କରିବାର ସୁଯୋଗ ବି ପାଇଥିଲେ ।

https://www.youtube.com/watch?v=PJrN1AvCgqM

ଓଡିଆର କିଛି ଚର୍ଚ୍ଚିତ କାର୍ଯ୍ୟକ୍ରମ, ତୁମେ ମୋର ମୁଁ ତୁମର, ରଜ କୁଇନ୍, ଆମର ଢୋ ଓ କିଛି କହି ହେବନିରେ ଅଭିନୟ କରିଛନ୍ତି । ତେବେ ଦୁର୍ଗା ଚଳଚ୍ଚିତ୍ରରେ ଅଭିନୟକୁ ସେ ନିଜ ଜୀବନର ଶ୍ରେଷ୍ଠ ଚରିତ୍ର ବୋଲି କୁହନ୍ତି ।  

ପୁଣି କରୋନା କଟକଣା ଭାଙ୍ଗିଲେ ବିଜେପି ନେତା,କଟକରେ ଜନ ସମ୍ବାଦ ରାଲିରେ ନିୟମ ଚୁଲିକୁ ଗଲା

କଟକ: ବଢିବାରେ ଲାଗିଛି କରୋନାର ସର୍ବଗ୍ରାସୀ କାୟା । ସାଧାରଣ ଲୋକଙ୍କଠାରୁ ନେତାଙ୍କ ଯାଏଁ କେହି ବର୍ତ୍ତୁନାହାନ୍ତି । ତେଣୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳମତ ନିର୍ବିଶେଷରେ ସବୁ ନେତା କୋଭିଡ ନିୟମ ପାଳନକୁ ଗୁରୁତ୍ୱ ଦେଉଛନ୍ତି । ହେଲେ ବିଜେପି ନେତାମାନେ ରାଜନୀତି ପାଇଁ ସବୁ ନିୟମକୁ ଫୁଃ କରି ଉଡାଇଦେଉଛନ୍ତି । ଆଜି ମଧ୍ୟ କଟକରେ ବିଜେପି ନେତା ଭାଙ୍ଗିଛନ୍ତି କୋଭିଡ କଟକଣା । କରୋନା ମହାମାରୀ ପାଇଁ କଟକ ସଟଡାଉନ ଥିବା ବେଳେ ସିଡିଏ ସେକ୍ଟର ୧୩ ଅଂଚଳରେ ବାରବାଟୀ କଟକ ବିଜେପି ପକ୍ଷରୁ ଜନ ସମ୍ବାଦ ରାଲି ଆୟୋଜନ କରାଯାଇଥିଲା।

CTC BJP Rally

ମୁଣ୍ଡାସାହି ବସ୍ତି ଅଞ୍ଚଳରେ ଏହି ସଭା ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ଉପସ୍ଥିତରେ ଆୟୋଜନ କରାଯାଇଥିଲା । ପୋଲିସ ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ଫୋର୍ସ ସହ ପହଞ୍ଚି ଥିଲା । ସଭା ପାଇଁ ହୋଇଥିବା ଟେଣ୍ଟକୁ ତୁରନ୍ତ ଖୋଲିବା ସହିତ ସଭା ସରଞ୍ଜାମ ବୋଝେଇ ଗାଡିକୁ ପୋଲିସ ଅଟକ ରଖିଛି । ପୂର୍ବରୁ ବିଜେପିର ବହୁ ବରିଷ୍ଠ ନେତା କୋଭିଡ୍ ନିୟମ ଭାଙ୍ଗିଥିଲେ  ।

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ପ୍ରଭାତୀ ପରିଡା ଗତକାଲି କରୋନା ମହାମାରୀ ସମୟରେ ସବୁ ପ୍ରକାର ନିୟମକୁ ଦଳିଚକଟି ଦଳବଳ ଧରି ମାଲକାନଗିରି ବୁଲିଥିଲେ । କେବଳ ମାସ୍କ ପିନ୍ଧି ଦେଲେ ସାମାଜିକ ଦୂରତା ନିୟମ ରକ୍ଷା ହୁଏନି; ଦୁଇ ଗଜ ଦୂରତା ଏବଂ କମ ସଂଖ୍ୟକ ଲୋକ ଏକାଠି ହେବା ମଧ୍ୟ ଏକ ବଡ଼ ନିୟମ । ବୋଧହୁଏ ରାଜନୈତିକ ଫାଇଦା ହାସଲ ପାଇଁ ବ୍ୟାକୁଳ ବିଜେପି ନେତାମାନେ କୌଣସି ପ୍ରକାର ନିୟମ ମାନିବାକୁ ପ୍ରସ୍ତୁତ ନୁହନ୍ତି ।

AMANIA-APARAJITA

କିଛିଦିନ ତଳେ ଅପରାଜିତା ରାଜନୈତିକ ସଭା ସମିତି କରି ଜାଣିଶୁଣି କୋଭିଡ୍‌ ପାଇଁ ଜାରି ହୋଇଥିବା କେନ୍ଦ୍ରୀୟ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା । ଏବଂ ଏନେଇ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । ତେବେ ଏସବୁ ସତ୍ତ୍ୱେ ରାଜ୍ୟ ବିଜେପି ନେତା ଓ କର୍ମୀ ଚେତୁ ନାହାଁନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୋଭିଡ୍‌ ସଂକ୍ରାନ୍ତୀୟ ଜାତୀୟ ମାର୍ଗଦର୍ଶିକାକୁ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି । କିନ୍ତୁ ତାଙ୍କ ଦଳ ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜନୈତିକ ସଭା ଜରିଆରେ ବାରମ୍ବାର କୋଭିଡ ନିୟମ ଉଲ୍ଲଂଘନ କରିବାରେ ଲାଗିଛନ୍ତି ।

(କଟକରୁ ଅଜୟ ଦାସ)

ନିୟନ୍ତ୍ରଣ ବାହାରେ କରୋନା.. ଲାଗୁ ହେଲା ୧୪୪ ଧାରା

ସମ୍ବଲପୁର: ବୁର୍ଲାରେ ୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରରେ ୧୪୪ ଧାରା ଲାଗୁ କରାଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ସହରର ବିଭିନ୍ନ ସ୍ଥାନକୁ ସାନିଟାଇଜ୍ କରାଯାଉଛି । ଭିସୁଟର ଜଣେ ଅଧ୍ୟାପିକାଙ୍କ ସ୍ୱାମୀ କରୋନାରେ ପ୍ରାଣ ହରାଇଥିଲେ । ଏହାପରେ ଅଧ୍ୟାପିକାଙ୍କ ଘରୋଇ ସହାୟିକା ଓ ଭିସୁଟ କର୍ମଚାରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଗତମାସ ୨୯ରେ ଭିସୁଟରେ ଜଣେ ଅଧ୍ୟାପିକାଙ୍କ ସ୍ୱାମୀ କରୋନା ପଜିଟିଭ୍ ଆସିବା ପରେ ତାଙ୍କର ସଂକ୍ରମଣରେ ମୃତ୍ୟୁ ହୋଇଥିଲା । ଏହାପରେ ଭିସୁଟର କର୍ତ୍ତୃପକ୍ଷ ବିସୁଟକୁ ବନ୍ଦ କରି ସମସ୍ତ କର୍ମଚାରୀ ଓ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା । ଏହାପରେ ସେଥିମଧ୍ୟରୁ ୪ଜଣଙ୍କ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଏବଂ ଏହି ୪ଜଣ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସି ଆଉ ୩ଜଣ ପରିବାର ସଦସ୍ୟ ଏବଂ ଜଣେ କର୍ମଚାରୀ ସଂକ୍ରମିତ ହୋଇଥିଲେ ।

ଏହାପରେ କରୋନା ସ୍ଥିତି ଅଣ ଆୟତ ହୋଇଛି । ଫଳରେ ସ୍ଥାନୀୟ ପ୍ରଶାସନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୁର୍ଲା ସହରରେ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି ।

ରଥଯାତ୍ରା ଉପରେ ହେବ ଡକ୍ୟୁମେଣ୍ଟ୍ରୀ, ଜାଣନ୍ତୁ ପୁରା କାହାଣୀ…..

ପୁରୀ: ଏଥରର ରଥଯାତ୍ରା ଭିନ୍ନ ଥିଲା । ବିନା ଭକ୍ତରେ ସେବାୟତ ଓ ପୋଲିସ ମିଶି ରଥ ଭିଡିଲେ । ସୁନାବେଶରେ ବି ବଡଦାଣ୍ଡ ଖାଁ ଖାଁ ଥିଲା । ତେବେ ସବୁ ସତ୍ତ୍ୱେ ମଧ୍ୟ ରଥଯାତ୍ରା ଆୟୋଜନ ବେଳେ ସବୁଠାରୁ ବଡ ଆଶଙ୍କା ଥିଲା ଯେ ଲୋକେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବିଶୃଙ୍ଖଳିତ ହୋଇ ପାରନ୍ତି । ମାତ୍ର ସବୁ ଆଶଙ୍କାକୁ ଭୁଲ ପ୍ରମାଣିତ କରି ପୁରୀ ପ୍ରଶାସନ ଓ ମୁଖ୍ୟତଃ ପୁରୀ ଲୋକେ ସଫଳତା ପୂର୍ବକ ରଥଯାତ୍ରା ସାରିଲେ । ତେବେ ରଥାଯାତ୍ରାର ସଫଳ ପରିଚାଳନାକୁ ନେଇ  ଗଜପତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହେବ ଡକ୍ୟୁମେଣ୍ଟ୍ରୀ  । ସେହିପରି ରଥଯାତ୍ରାରେ ନିୟୋଜିତ ସେବାୟତଙ୍କ ଆଉ ଥରେ ହେବ କୋଭିଡ ଟେଷ୍ଟ ।

A documentary to be made on Covid Restricted Rathayatra୧୧ରୁ ୧୪ ତାରିଖ ଯାଏଁ ସେବାୟତଙ୍କ କୋଭିଡ ଟେଷ୍ଟ କରିବାକୁ ଛତିଶା ନିଯୋଗ ବୈଠକରେ ସ୍ଥିର କରାଯାଇଛି । ଶ୍ରଦ୍ଧାଳୁ ଆସୁନଥିବାରୁ ସେବାୟତଙ୍କ ଆର୍ଥିକ ଅସୁବିଧାକୁ ଦୃଷ୍ଟିରେ ରଖି ଏକ କମିଟି ଗଠନ ହୋଇଛି । ୭ ଦିନ ଭିତରେ ଏନେଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଛତିଶା ନିଯୋଗ ଓ ପରିଚାଳନା କମିଟିର ଯୁଗ୍ମ ବୈଠକ ଆଲୋଚନା କରାଯାଇଛି । ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତ ନିଯୋଗ ଓ ପ୍ରଶାସନକୁ ବୈଠକରେ ଧନ୍ୟବାଦ ଜଣାଯାଇଛି । କୋଭିଡ କଟକଣା ଭିତରେ ଆଗାମୀ ଦିନର ନୀତିକାନ୍ତି ନେଇ ମଧ୍ୟ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ତତ୍ତ୍ୱାବଧାନରେ ସେବା ନୀତି କରିବାକୁ ନିଷ୍ପତ୍ତି ହୋଇଛି ।

କରୋନାରୁ ସୁସ୍ଥ ହେବାପରେ ବି ସୁରକ୍ଷିତ ବୋଲି ଭାବନ୍ତୁନି ! ଏହିସବୁ ଲକ୍ଷଣ ଥିଲେ ଫେରୁଛି ସଂକ୍ରମଣ…

ନୂଆଦିଲ୍ଲୀ: ସ୍ପେନରେ ପ୍ରାୟ ୭୦ ହଜାର ଲୋକଙ୍କୁ ନେଇ କରୋନା ଭାଇରସକୁ ନେଇ ଅଧ୍ୟୟନ କରାଯାଇଛି । ଅଧ୍ୟୟନରୁ ଜଣାପଡିଛି ଯେ କରୋନା ଆଣ୍ଟିବଡିଜ ପାଇଁ ପ୍ରଥମେ ପରିକ୍ଷାରେ ୧୪ ପ୍ରତିଶତ ଲୋକଙ୍କୁ ନିଆଯାଇଥିଲା ଯେଉଁଥିରେ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ଏବଂ ପରେ ଆଣ୍ଟିବଡିଜ ପରୀକ୍ଷଣରେ ରିପୋର୍ଟ ନେଗେଟିଭ୍ ଆସିଥିଲା । ଅର୍ଥାତ୍ କିଛି ସପ୍ତାହ ମଧ୍ୟରେ ତାଙ୍କ ଶରୀରରୁ ଆଣ୍ଟିବଡିଜ ଗାଏବ ହୋଇଯାଇଥିଲା । ଅଧ୍ୟୟନ ପରେ ଡାକ୍ତରମାନେ କରୋନାରୁ ସୁସ୍ଥ ଥିବା ରୋଗୀମାନଙ୍କୁ ଚେତାବନୀ ଦେଇଛନ୍ତି ।

ଇଂଲଣ୍ଡର ୟୁନିଭରସିଟିର ଅଫ୍ ରିଡିଂ ବାୟରୋଲଜିର ପ୍ରଫେସର ଇଆନ୍ ଜୋନ୍ସ ଅଧ୍ୟୟନର ଫଳାଫଳ ପ୍ରକାଶ ପାଇବା ପରେ କହିଛନ୍ତି ଯେ,  ଯେଉଁମାନେ କରୋନାରୁ ସୁସ୍ଥ ହୋଇସାରିଛନ୍ତି ଏବଂ ଯଦି ସେମାନଙ୍କ ଆଣ୍ଟିବଡିଜ ପରୀକ୍ଷଣ ପଜିଟିଭ୍ ଆସିଛି, ତେବେ ସେମାନେ ନିଜକୁ କରୋନାଠାରୁ ସୁରକ୍ଷିତ ଭାବନ୍ତୁ ନାହିଁ ।

ପ୍ରୋ ଜୋନ୍ସ କହିଛନ୍ତି ଯେ ଯେଉଁମାନେ କରୋନା ଆଣ୍ଟିବଡିଜ ପରୀକ୍ଷଣର ରିପୋର୍ଟ ପଜିଟିଭ୍ ଆସିଛି ସେମାନେ ଯେ କରୋନା ଠାରୁ ସୁରକ୍ଷିତ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେଣୁ ଏହି ସମୟରେ ଲୋକମାନେ ମଧ୍ୟ ସଚେତନ ହେବା ଉଚିତ୍ । ସ୍ପେନରେ କରାଯାଇଥିବା ଅଧ୍ୟୟନରେ ଆଣ୍ଟିବଡି ସଂକ୍ରମିତ ଲୋକଙ୍କ ଶରୀରରୁ ୨ ମାସ ପରେ ଗାଏବ୍ ହୋଇଯାଉଥିବା ଦେଖିବାକୁ ମିଳିଥିଲା ।  ଏହା ପରେ, ଡାକ୍ତରମାନେ ଅନୁମାନ କରୁଛନ୍ତି ଯେ ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କଠାରେ ଆଣ୍ଟିବଡିଜ ବହୁ ପରିମାଣରେ ବିକଶିତ ହୁଏ ନାହିଁ ।

Corona

ଏହାସହ, ଅଧ୍ୟୟନର ନେତୃତ୍ୱ ନେଇଥିବା ଡାକ୍ତରଙ୍କ ମଧ୍ୟରେ ସ୍ପେନର କାର୍ଲୋସ-୩ ହେଲଥ୍ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ରକିଲ ୟୋତି କହିଛନ୍ତି – ‘ରୋଗ ପ୍ରତିରୋଧକ ଶକ୍ତି ଅସମ୍ପୂର୍ଣ୍ଣ ହୋଇପାରେ ଏବଂ ଅସ୍ଥାୟୀ ମଧ୍ୟ । ଏହା ଅଳ୍ପ ସମୟ ପାଇଁ ହୋଇପାରେ ଏବଂ ଗାଏବ ମଧ୍ୟ ହୋଇପାରେ । ଆମେ ସମସ୍ତେ ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷା ଦେବା ଉଚିତ୍ ।

ଗଞ୍ଜାମ ଜିଲ୍ଲାରେ ବଢୁଛି ସଂକ୍ରମଣ, ମଙ୍ଗଳବାର ଚିହ୍ନଟ ହେଲେ ୨୧୫……..

ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନି । ରାଜ୍ୟରେ ପ୍ରତିଦିନ ବାହାରୁଥିବା ସଂକ୍ରମିତଙ୍କ ସଂଖ୍ୟାର ପାଖାପାଖି ଅଧା କେବଳ ଗଞ୍ଜାମ ଜିଲ୍ଲାର । ସବୁଠାରୁ ଅଧିକ ପ୍ରବାସୀ ଗଞ୍ଜାମକୁ ଫେରିବା ପରେ ହିଁ ଜିଲ୍ଲାର ସ୍ଥିତି ଏବେ ଅଣାୟତ୍ତ ହୋଇଛି । ତେବେ ମଙ୍ଗଳବାରର ସଂକ୍ରମିତଙ୍କ ସଂଖ୍ୟାରେ ମଧ୍ୟ ଗଞ୍ଜାମ ସର୍ବାଗ୍ରେ ରହିଛି । ସାରା ରାଜ୍ୟରେ ମଙ୍ଗଳବାର ୫୨୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୧୫ ଜଣ ଗଞ୍ଜାମ ଜିଲ୍ଲାର ଅଟନ୍ତି ।

State's Highest positive case from Ganjamତେବେ ରାଜ୍ୟର ରିପୋର୍ଟ କାର୍ଡ ଦେଖିଲେ, ଏକଥା ସ୍ପଷ୍ଟ ଯେ, ଗଞ୍ଜାମ ଜିଲ୍ଲା ପୁରା ଓଡିଶା ପାଇଁ ସମସ୍ୟା ବଢାଉଛି । ପ୍ରବାସୀ ଓଡିଆ ଗଞ୍ଜାମକୁ ଯେଉଁ ମାତ୍ରାରେ ଫେରିଲେ ତାହା ହିଁ ସଂକ୍ରମଣ ବୃଦ୍ଧି ପଛର ସବୁଠାରୁ ପ୍ରମୁଖ କାରଣ ହୋଇ ବାହାରକୁ ଆସିଲା । ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅନେକ ଅବ୍ୟବସ୍ଥା ମଧ୍ୟ ଦେଖା ଦେଇଥିଲା । ପ୍ରଶାସନର ସବୁ ପ୍ରକାର ପ୍ରଚେଷ୍ଟା ସତ୍ତ୍ୱେ ଜିଲ୍ଲାକୁ ଫେରିଥିବା ଲୋକେ କ୍ୱାରେଣ୍ଟାଇନ ନିୟମକୁ ଉଲଙ୍ଘନ କରିଥିଲେ । ସେସବୁର ଫଳ ଏବେ ସାରା ରାଜ୍ୟକୁ ଭୋଗିବାକୁ ପଡୁଛି । ସଂକ୍ରମିତଙ୍କ ସଂଖ୍ୟାରେ ରୋକ୍ ନଲାଗିବା ହେତୁ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନ ଜିଲ୍ଲାକୁ ୧୩ ତାରିଖ ପର୍ଯ୍ୟନ୍ତ ସଟଡାଉନ୍ କରିଛନ୍ତି । ଏହି ସମୟ ଅବଧି ମଧ୍ୟରେ ଗଞ୍ଜାମର ସହରାଞ୍ଚଳର ସମସ୍ତ ଘରେ ପହଞ୍ଚି ଜିଲ୍ଲା ପ୍ରଶାସନ ସ୍କ୍ରିନିଂ କରିବେ । ସଂକ୍ରମଣ ନେଇ ଲକ୍ଷଣ ଦେଖା ଦେଲେ ରକ୍ତ ନମୁନା ପରୀକ୍ଷା ହେବ ।

State's Highest positive case from Ganjam

ଏହାବ୍ୟତୀତ ଜିଲ୍ଲାକୁ କିମ୍ୱା ଜିଲ୍ଲାରୁ ଯାତାୟାତ ବନ୍ଦ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି । ଏହା  ସମୟୋପଯୋଗୀ ମଧ୍ୟ । ଗଞ୍ଜାମ ଏବେ ହଟସ୍ପଟ୍ । ଏଣୁ ଅନ୍ୟ ଜିଲ୍ଲାକୁ ଗଞ୍ଜାମବାସୀଙ୍କୁ ଛାଡିବା ଉଚିତ୍ ନୁହେଁ । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଞ୍ଜାମ-ଭୁବନେଶ୍ୱର ସୀମା ସିଲ୍ କରି ସାରିଛନ୍ତି । ଅନ୍ୟପକ୍ଷରେ ରାଜଧାନୀରେ କରୋନା ସଂକ୍ରମଣ ବଢିବା ରାଜ୍ୟ ସରକାରଙ୍କ ପାଇଁ ସବୁଠାରୁ ବିପଦଜନକ କଥା ହୋଇପାରେ। ଏଣୁ ଗଞ୍ଜାମ ଭଳି ପ୍ରମୁଖ ସଂକ୍ରମିତ ଜିଲ୍ଲାର ଲୋକଙ୍କୁ ଭୁବନେଶ୍ୱର ବାରଣ କରିବା ଏକ ପ୍ରକାରର ବାଧ୍ୟତା ।

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା, ଗଞ୍ଜାମରେ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ସକାଳୁ ରାଜ୍ୟ ପାଇଁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରଥମେ ସକାଳୁ ଏକାଥରକେ ୫୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାର କିଛି ସମୟ ପରେ ୬ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ତେବେ ଏହି ୬ଜଣ କରୋନା ପାଇଁ ଚିକିତ୍ସିତ ହେଉଥିବା ବେଳେ ମେଡିକାଲରେ ମୃତ୍ୟୁ ବରଣ କରିଛନ୍ତି ।

Cuttack MLA Found Positive

ମୃତକଙ୍କ ମଧ୍ୟରୁ ଜଣେ ରାୟଗଡ଼ାର ୮୦ ବର୍ଷର ବୃଦ୍ଧ ଥିବା ବେଳେ ଆଉ ଜଣେ ଗଞ୍ଜାମର ୫୬ ବର୍ଷୀୟ ବୃଦ୍ଧ ବୋଲି ଜଣାପଡ଼ିଛି । ତେବେ ରାୟଗଡ଼ାର ବୃଦ୍ଧ ଜଣକ Chronic Obstructive Pulmonary ରୋଗରେ ପୀଡ଼ିତ ଥିଲେ ।

ସେହିଭଳି ତୃତିୟ ମୃତକ ହେଉଛନ୍ତି, କେନ୍ଦ୍ରାପଡ଼ାର ୪୯ ବର୍ଷୀୟ ବ୍ୟକ୍ତି । ସେ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିଲେ । ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସେହିଭଳି ଗଞ୍ଜାମର ୬୪ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ସେ ମଧ୍ୟ ଡାଇବେଟିସ୍‌ରେ ଆକ୍ରାନ୍ତ ଥିଲେ । ଅନ୍ୟପଟେ ଜଣେ ୫୦ ବର୍ଷୀୟ ମହିଳା ମଧ୍ୟ କରୋନା ଆକ୍ରାନ୍ତରେ ମୃତ୍ୟୁ ବରଣ କରିଛନ୍ତି । ସେ ମଧ୍ୟ ଡାଇବେଟିସ୍‌ରେ ଆକ୍ରାନ୍ତ ଥିଲେ ।

“ବୋତଲ ବିକି ପେଟ ପୋଶୁଛି… ଆଉ କେଇଟା ଦିନ ବଞ୍ଚିବି”

ଝାରସୁଗୁଡ଼ା: ପରିଣତ ବୟସରେ ସାହା ବୋଲି କେହି ନାହିଁ । ଅସହାୟ ଭାବେ ଜୀବନ ବିତାଉଥିବା ଝାରସୁଗୁଡ଼ା ଜୁରାବଗା ଗାଁର ବେଣୁଧର ସାହୁ  । ପାଣି ଟାଙ୍କି ତଳେ ଦୁଃଖ କଷ୍ଟରେ ରହି ସେ ଜୀବନ ବିତାଉଛନ୍ତି । ୭୦ବର୍ଷ ବୟସରେ ବି ସରୁନି କଷ୍ଟ । ବଞ୍ଚିବାକୁ ଅହରହ ସଂଘର୍ଷ କରୁଛନ୍ତି ଏହି ବୃଦ୍ଧ ଜଣଙ୍କ । ବୟସର ଅପରାହ୍ନରେ ବି ଥକି ପଡି ନାହାଁନ୍ତି ସେ  ।

Old Man

ଦିନସାରା ବୋତଲ ଗୋଟାଇବା ପାଇଁ  ପିଠିରେ ଅଖା ବସ୍ତା କାନ୍ଧରେ ଧରି ବାହାରି ପଡ଼ନ୍ତି ଆଉ ସଞ୍ଜ ନଇଁଲେ ଘରକୁ ଫେରି ଆସନ୍ତି । ଘର କହିଲେ ପାଣି ଟାଙ୍କି ତଳେ ସେ ବିତାଉଛନ୍ତି ଜୀବନ । ନା ଆଗକୁ କେହି ଅଛି ନା ପଛକୁ  । ସରକାରୀ ସହାୟତା ପାଇଁ ଦୌଡି ଦୌଡି ଦିନ ବିତିଲା  । ହେଲେ ସହାୟତା ଯେମିତି ବାଟ ଭୁଲିଯାଇଛି । ସେ କୁହନ୍ତି ମୁଁ ଆଉ କେଇଟା ଦିନ ବା ବଞ୍ଚିବି ଏଭଳି ସ୍ଥିତିରେ ସରକାରଙ୍କ ସହାୟତା ଯଦି ମିଳନ୍ତା ଏହି ସମୟ ଟିକେ ଭଲରେ ବିତିଯାଆନ୍ତି ।

Old Man

ତେବେ ଏଦୁଃଖ ଆଜିର ନୁହେଁ  । ଦୀର୍ଘ ବର୍ଷ ହେଲା ଜୁରାବଗା ପାଣି ଟାଙ୍କି ତଳେ ବେଣୁଧର ରହି ଆସୁଛନ୍ତି  । ଲୋକଙ୍କୁ ପାଣି ଯୋଗାଇ ଦେଉଛନ୍ତି । ହେଲେ ମ୍ୟୁନିସପାଲଟି ତରଫରୁ ତାଙ୍କୁ ଏପର୍ଯ୍ୟନ୍ତ ଟଙ୍କା ଟିଏ ମଧ୍ୟ ମିଳିନଥିବା ସେ କହିଛନ୍ତି । ସରକାରୀ ସହାୟତା ମିଳିପାରିଲେ ସେ ଉପକୃତ ହୋଇ ପାରିବେ । ଗଣମାଧ୍ୟମରୁ ଜାଣିବା ପରେ ବୃଦ୍ଧଙ୍କ ସମସ୍ୟାର ସମାଧାନ କରାଯିବବୋଲି କହିଛନ୍ତି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ  ।

(ଝାରସୁଗୁଡ଼ାରୁ ସୁଦାମ ସାହୁଙ୍କ ରିପୋର୍ଟ)

ଗଞ୍ଜାମ ଲୋକଙ୍କୁ ଭୁବନେଶ୍ୱର ମନା, ସିଲ୍ ହେଲା ଗଞ୍ଜାମ-ଖୋର୍ଦ୍ଧା ସୀମା

ଗଞ୍ଜାମ-ଖୋର୍ଦ୍ଧା ସୀମାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସିଲ୍ କରିଛି । ଗଞ୍ଜାମ ଜିଲ୍ଲାକୁ ଅନ୍ୟ ଜିଲ୍ଲାର ଲୋକଙ୍କୁ ବାରଣ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାପାଳଙ୍କର ଟୁଇଟର ହ୍ୟାଣ୍ଡେଲରୁ ପୋଷ୍ଟ କରି ଜଣାଯାଇଛି ଯେ, ଗଞ୍ଜାମ-ଖୋର୍ଦ୍ଧା ସୀମାକୁ ସିଲ୍ କରାଯାଇଛି । କୌଣସି ବ୍ୟକ୍ତିଙ୍କୁ ଭୁବନେଶ୍ୱର ଯିବାକୁ ଅନୁମତି ଦିଆଯିବ ନାହିଁ । ଦୟାକରି, ସହଯୋଗ କରନ୍ତୁ ।

District Administration seals Ganjam_khorda Borderଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ୍ ବଳବତ୍ତର ରହିଛି । ଏହି ସମୟ ମଧ୍ୟରେ ପ୍ରତି ଘରେ ପହଞ୍ଚି ସଦସ୍ୟମାନଙ୍କର ସ୍କ୍ରିନିଂ କରାଯିବ ।  ସ୍କ୍ରିନିଂରେ ଜ୍ୱର ଥିବା ଜଣାପଡିଲେ ରକ୍ତ ନମୁନା ସଂଗ୍ରହ କରାଯାଇ କୋଭିଡ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ନେଇ ଯୋଜନା କରାଯାଇଛି । କାର୍ଯ୍ୟକ୍ରମ ଚାଲୁ ମଧ୍ୟ ରହିଛି । ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲାର ସମସ୍ତ ବିଜ୍ଞାପିତ ପରିଷଦ ଅଞ୍ଚଳ, ପୌର ପାଳିକା ଓ ବ୍ଲକ୍ ହେଡ୍ କ୍ୱାଟରର ପ୍ରତି ଘରର ସଦସ୍ୟଙ୍କର ସ୍କ୍ରିନିଂ ହେବ ।