ରଥଯାତ୍ରା ଉପରେ ହେବ ଡକ୍ୟୁମେଣ୍ଟ୍ରୀ, ଜାଣନ୍ତୁ ପୁରା କାହାଣୀ…..

A documentary to be made on Covid Restricted Rathayatra.

ପୁରୀ: ଏଥରର ରଥଯାତ୍ରା ଭିନ୍ନ ଥିଲା । ବିନା ଭକ୍ତରେ ସେବାୟତ ଓ ପୋଲିସ ମିଶି ରଥ ଭିଡିଲେ । ସୁନାବେଶରେ ବି ବଡଦାଣ୍ଡ ଖାଁ ଖାଁ ଥିଲା । ତେବେ ସବୁ ସତ୍ତ୍ୱେ ମଧ୍ୟ ରଥଯାତ୍ରା ଆୟୋଜନ ବେଳେ ସବୁଠାରୁ ବଡ ଆଶଙ୍କା ଥିଲା ଯେ ଲୋକେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବିଶୃଙ୍ଖଳିତ ହୋଇ ପାରନ୍ତି । ମାତ୍ର ସବୁ ଆଶଙ୍କାକୁ ଭୁଲ ପ୍ରମାଣିତ କରି ପୁରୀ ପ୍ରଶାସନ ଓ ମୁଖ୍ୟତଃ ପୁରୀ ଲୋକେ ସଫଳତା ପୂର୍ବକ ରଥଯାତ୍ରା ସାରିଲେ । ତେବେ ରଥାଯାତ୍ରାର ସଫଳ ପରିଚାଳନାକୁ ନେଇ  ଗଜପତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହେବ ଡକ୍ୟୁମେଣ୍ଟ୍ରୀ  । ସେହିପରି ରଥଯାତ୍ରାରେ ନିୟୋଜିତ ସେବାୟତଙ୍କ ଆଉ ଥରେ ହେବ କୋଭିଡ ଟେଷ୍ଟ ।

A documentary to be made on Covid Restricted Rathayatra୧୧ରୁ ୧୪ ତାରିଖ ଯାଏଁ ସେବାୟତଙ୍କ କୋଭିଡ ଟେଷ୍ଟ କରିବାକୁ ଛତିଶା ନିଯୋଗ ବୈଠକରେ ସ୍ଥିର କରାଯାଇଛି । ଶ୍ରଦ୍ଧାଳୁ ଆସୁନଥିବାରୁ ସେବାୟତଙ୍କ ଆର୍ଥିକ ଅସୁବିଧାକୁ ଦୃଷ୍ଟିରେ ରଖି ଏକ କମିଟି ଗଠନ ହୋଇଛି । ୭ ଦିନ ଭିତରେ ଏନେଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଛତିଶା ନିଯୋଗ ଓ ପରିଚାଳନା କମିଟିର ଯୁଗ୍ମ ବୈଠକ ଆଲୋଚନା କରାଯାଇଛି । ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତ ନିଯୋଗ ଓ ପ୍ରଶାସନକୁ ବୈଠକରେ ଧନ୍ୟବାଦ ଜଣାଯାଇଛି । କୋଭିଡ କଟକଣା ଭିତରେ ଆଗାମୀ ଦିନର ନୀତିକାନ୍ତି ନେଇ ମଧ୍ୟ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ତତ୍ତ୍ୱାବଧାନରେ ସେବା ନୀତି କରିବାକୁ ନିଷ୍ପତ୍ତି ହୋଇଛି ।

Leave a Reply