ଗଞ୍ଜାମ ଜିଲ୍ଲାରେ ବଢୁଛି ସଂକ୍ରମଣ, ମଙ୍ଗଳବାର ଚିହ୍ନଟ ହେଲେ ୨୧୫……..

1 min read
State's Highest positive case from Ganjam.

ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନି । ରାଜ୍ୟରେ ପ୍ରତିଦିନ ବାହାରୁଥିବା ସଂକ୍ରମିତଙ୍କ ସଂଖ୍ୟାର ପାଖାପାଖି ଅଧା କେବଳ ଗଞ୍ଜାମ ଜିଲ୍ଲାର । ସବୁଠାରୁ ଅଧିକ ପ୍ରବାସୀ ଗଞ୍ଜାମକୁ ଫେରିବା ପରେ ହିଁ ଜିଲ୍ଲାର ସ୍ଥିତି ଏବେ ଅଣାୟତ୍ତ ହୋଇଛି । ତେବେ ମଙ୍ଗଳବାରର ସଂକ୍ରମିତଙ୍କ ସଂଖ୍ୟାରେ ମଧ୍ୟ ଗଞ୍ଜାମ ସର୍ବାଗ୍ରେ ରହିଛି । ସାରା ରାଜ୍ୟରେ ମଙ୍ଗଳବାର ୫୨୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୧୫ ଜଣ ଗଞ୍ଜାମ ଜିଲ୍ଲାର ଅଟନ୍ତି ।

State's Highest positive case from Ganjamତେବେ ରାଜ୍ୟର ରିପୋର୍ଟ କାର୍ଡ ଦେଖିଲେ, ଏକଥା ସ୍ପଷ୍ଟ ଯେ, ଗଞ୍ଜାମ ଜିଲ୍ଲା ପୁରା ଓଡିଶା ପାଇଁ ସମସ୍ୟା ବଢାଉଛି । ପ୍ରବାସୀ ଓଡିଆ ଗଞ୍ଜାମକୁ ଯେଉଁ ମାତ୍ରାରେ ଫେରିଲେ ତାହା ହିଁ ସଂକ୍ରମଣ ବୃଦ୍ଧି ପଛର ସବୁଠାରୁ ପ୍ରମୁଖ କାରଣ ହୋଇ ବାହାରକୁ ଆସିଲା । ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅନେକ ଅବ୍ୟବସ୍ଥା ମଧ୍ୟ ଦେଖା ଦେଇଥିଲା । ପ୍ରଶାସନର ସବୁ ପ୍ରକାର ପ୍ରଚେଷ୍ଟା ସତ୍ତ୍ୱେ ଜିଲ୍ଲାକୁ ଫେରିଥିବା ଲୋକେ କ୍ୱାରେଣ୍ଟାଇନ ନିୟମକୁ ଉଲଙ୍ଘନ କରିଥିଲେ । ସେସବୁର ଫଳ ଏବେ ସାରା ରାଜ୍ୟକୁ ଭୋଗିବାକୁ ପଡୁଛି । ସଂକ୍ରମିତଙ୍କ ସଂଖ୍ୟାରେ ରୋକ୍ ନଲାଗିବା ହେତୁ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନ ଜିଲ୍ଲାକୁ ୧୩ ତାରିଖ ପର୍ଯ୍ୟନ୍ତ ସଟଡାଉନ୍ କରିଛନ୍ତି । ଏହି ସମୟ ଅବଧି ମଧ୍ୟରେ ଗଞ୍ଜାମର ସହରାଞ୍ଚଳର ସମସ୍ତ ଘରେ ପହଞ୍ଚି ଜିଲ୍ଲା ପ୍ରଶାସନ ସ୍କ୍ରିନିଂ କରିବେ । ସଂକ୍ରମଣ ନେଇ ଲକ୍ଷଣ ଦେଖା ଦେଲେ ରକ୍ତ ନମୁନା ପରୀକ୍ଷା ହେବ ।

State's Highest positive case from Ganjam

ଏହାବ୍ୟତୀତ ଜିଲ୍ଲାକୁ କିମ୍ୱା ଜିଲ୍ଲାରୁ ଯାତାୟାତ ବନ୍ଦ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି । ଏହା  ସମୟୋପଯୋଗୀ ମଧ୍ୟ । ଗଞ୍ଜାମ ଏବେ ହଟସ୍ପଟ୍ । ଏଣୁ ଅନ୍ୟ ଜିଲ୍ଲାକୁ ଗଞ୍ଜାମବାସୀଙ୍କୁ ଛାଡିବା ଉଚିତ୍ ନୁହେଁ । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଞ୍ଜାମ-ଭୁବନେଶ୍ୱର ସୀମା ସିଲ୍ କରି ସାରିଛନ୍ତି । ଅନ୍ୟପକ୍ଷରେ ରାଜଧାନୀରେ କରୋନା ସଂକ୍ରମଣ ବଢିବା ରାଜ୍ୟ ସରକାରଙ୍କ ପାଇଁ ସବୁଠାରୁ ବିପଦଜନକ କଥା ହୋଇପାରେ। ଏଣୁ ଗଞ୍ଜାମ ଭଳି ପ୍ରମୁଖ ସଂକ୍ରମିତ ଜିଲ୍ଲାର ଲୋକଙ୍କୁ ଭୁବନେଶ୍ୱର ବାରଣ କରିବା ଏକ ପ୍ରକାରର ବାଧ୍ୟତା ।

Leave a Reply