spot_img
Home Blog Page 685

ମୃତ୍ୟୁ ପରେ ଆତ୍ମା ​​୧୩ ଦିନ ଧରି ପୃଥିବୀରେ କାହିଁକି ରହିଥାଏ, ଗରୁଡ଼ ପୁରାଣରେ କ’ଣ ଉଲ୍ଲେଖ ଅଛି?

ନନ୍ଦିଘୋଷ ବ୍ୟୁରୋ: ମୃତ୍ୟୁ ପରେ ଆତ୍ମା ​​କାହିଁକି ୧୩ ଦିନ ଧରି ପୃଥିବୀରେ ରହେ ? ଏବଂ ଏହା ପଛରେ କ’ଣ କାରଣ ଅଛି ? ଗରୁଡ଼ ପୁରାଣ ଅନୁସାରେ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆତ୍ମା ​​୧୩ ଦିନ ଧରି ପୃଥିବୀରେ ରହିବା ତାଙ୍କ ସୂକ୍ଷ୍ମ ଶରୀର ଗଠନ ପ୍ରକ୍ରିୟାର ଏକ ଅଂଶ, ଆସକ୍ତି ଯୋଗୁଁ ଆତ୍ମୀୟଙ୍କ ନିକଟରେ ଭ୍ରମଣ ଏବଂ ଯମଲୋକ ଯାତ୍ରା ପାଇଁ ପ୍ରସ୍ତୁତି। ଏହି ସମୟରେ କରାଯାଉଥିବା ଶ୍ରାଦ୍ଧ ରୀତି ଆତ୍ମାକୁ ଶାନ୍ତି ଏବଂ ମୋକ୍ଷ ପ୍ରାପ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

ଗରୁଡ଼ ପୁରାଣ ଅନୁସାରେ, ଯେତେବେଳେ ଆତ୍ମା ​​ତା’ର ଶରୀର ତ୍ୟାଗ କରେ, ସେ ତୁରନ୍ତ ଅନ୍ୟ ଶରୀର ଗ୍ରହଣ କରେ ନାହିଁ। ପ୍ରଥମ ୯ଦିନରେ, ପରିବାର ଦ୍ୱାରା କରାଯାଇଥିବା ପିଣ୍ଡ ଦାନ ଧୀରେ ଧୀରେ ଆତ୍ମା ​​ପାଇଁ ଏକ ସୂକ୍ଷ୍ମ ଶରୀର ଗଠନ କରେ। ତା’ପରେ ଆତ୍ମା ​​କେବଳ ଏହି ସୂକ୍ଷ୍ମ ଶରୀର ସହିତ ଆହୁରି ଯାତ୍ରା କରେ। ସୂକ୍ଷ୍ମ ଶରୀର ଗଠନ ପରେ, ଆତ୍ମା ​​ଦଶମ ଦିନର ପିଣ୍ଡରୁ ଯାତ୍ରା କରିବାର ଶକ୍ତି ପାଏ ଏବଂ ୧୧ ଏବଂ ୧୨ ଦିନର ପିଣ୍ଡ ସୂକ୍ଷ୍ମ ଶରୀର ଉପରେ ମାଂସ ଏବଂ ଚର୍ମ ଗଠନ କରେ । ୧୩ଦିନର ପିଣ୍ଡ ଦାନ ଆତ୍ମାକୁ ଯମଲୋକ ଯାତ୍ରା କରିବା ପାଇଁ ଆବଶ୍ୟକ ଶକ୍ତି ପ୍ରଦାନ କରେ ଏବଂ ଏହା ଯମଲୋକ ଯାତ୍ରା ପାଇଁ ଆଗକୁ ବଢ଼ିଥାଏ।

ମୃତ୍ୟୁ ପରେ ମଧ୍ୟ, ଆତ୍ମାର ଶରୀର, ପରିବାର ଏବଂ ଘର ପ୍ରତି ଆସକ୍ତି ଏବଂ ସ୍ନେହ ରହିଥାଏ। ଏହା ନିଜ ମୃତ୍ୟୁକୁ ଗ୍ରହଣ କରିପାରେ ନାହିଁ ଏବଂ ନିଜର ଉପସ୍ଥିତି ଅନୁଭବ କରେଇବାକୁ ଚେଷ୍ଟା କରିଚାଲିଥାଏ। ଏହା ନିଜ ପ୍ରିୟଜନଙ୍କୁ ଦେଖିବାକୁ, ସେମାନଙ୍କୁ ଶୁଣିବାକୁ ଏବଂ ସେମାନଙ୍କ ଯନ୍ତ୍ରଣା ଅନୁଭବ କରିବାକୁ ଚାହୁଁଥାଏ, କିନ୍ତୁ ଏହାର କୌଣସି ଶରୀର ନାହିଁ ଏବଂ ଏହା ସେମାନଙ୍କ ସହିତ ଯୋଗାଯୋଗ କରିପାରେ ନାହିଁ। ଏହି ଅବସ୍ଥା ଆତ୍ମା ​​ପାଇଁ ତୀବ୍ର କ୍ଷୁଧା, ତୃଷା ଏବଂ ବିଳାପ ସୃଷ୍ଟି କରେ।

ଗରୁଡ଼ ପୁରାଣରେ କୁହାଯାଇଛି ଯେ ମୃତ୍ୟୁର ୨୪ଘଣ୍ଟା ମଧ୍ୟରେ ଯମଦୂତମାନେ ଆତ୍ମାକୁ କିଛି ସମୟ ପାଇଁ ଯମଲୋକକୁ ନେଇଯାଆନ୍ତି, ଯେଉଁଠାରେ ତାକୁ ତା’ର ଜୀବନର ପାପ ଏବଂ ପୁଣ୍ୟର ହିସାବ ଦେଖାଯାଏ। ଏହା ପରେ ଆତ୍ମାକୁ ସେହି ସ୍ଥାନରେ ଛାଡ଼ି ଦିଆଯାଏ ଯେଉଁଠାରୁ ସେ ଶରୀର ଛାଡ଼ିଥିଲା। ଏହି ୧୩ ଦିନର ସମୟ ମଧ୍ୟରେ, ଆତ୍ମା ​​ଏକ ପ୍ରକାରେ ଯମଲୋକର ଶେଷ ଯାତ୍ରା ପାଇଁ ପ୍ରସ୍ତୁତ ହୁଏ ଏବଂ ତା’ର କର୍ମର ପରିଣାମ ବୁଝିବାକୁ ଚେଷ୍ଟା କରେ। ଏହି ୧୩ ଦିନ ମଧ୍ୟରେ, ପରିବାର ଦ୍ୱାରା କରାଯାଉଥିବା ଶ୍ରାଦ୍ଧ ରୀତି, ପିଣ୍ଡ ଦାନ, ତର୍ପଣ ଏବଂ ବ୍ରାହ୍ମଣ ଭୋଜନ ବହୁତ ଗୁରୁତ୍ୱପୂର୍ଣ୍ଣ।

ଏହି କାର୍ଯ୍ୟଗୁଡ଼ିକ ଆତ୍ମାକୁ ଭୂତ ଜଗତରୁ ମୁକ୍ତ କରିଥାଏ ଏବଂ ଏହାର ପରବର୍ତ୍ତୀ ଯାତ୍ରା ପାଇଁ ଶକ୍ତି ଏବଂ ମାର୍ଗଦର୍ଶନ ପ୍ରଦାନ କରିଥାଏ। ଯଦି ଏହି କାର୍ଯ୍ୟଗୁଡ଼ିକ ରୀତିନୀତି ଅନୁଯାୟୀ କରାଯାଏ ନାହିଁ, ତେବେ ଆତ୍ମାକୁ ଯମଲୋକରେ ପହଞ୍ଚିବା ପାଇଁ ବହୁତ କଷ୍ଟ ସହିବାକୁ ପଡ଼ିପାରେ ଏବଂ ଭୂତ ଜଗତରେ ଭ୍ରମଣ କରିପାରେ। ଗରୁଡ଼ ପୁରାଣ କହେ ଯେ ଯେଉଁ ମୃତକଙ୍କ ପିଣ୍ଡଦାନ କରାଯାଏ ନାହିଁ, ଯମଦୂତମାନେ ତାଙ୍କୁ ତ୍ରୟୋଦଶ ଦିନରେ ବଳପୂର୍ବକ ଯମଲୋକକୁ ଟାଣି ନେଇ ଯାଆନ୍ତି।

ପାକିସ୍ତାନୀ କଳାକାରଙ୍କ କାଷ୍ଟିଂ… ଦିଲଜିତ୍ ଦୋସାଞ୍ଜଙ୍କ ସମର୍ଥନରେ ଆସିଲେ ନାସିରୁଦ୍ଦିନ ଶାହ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନୀ କଳାକାରଙ୍କ କାଷ୍ଟିଂ… ଦିଲଜିତ୍ ଦୋସାଞ୍ଜଙ୍କ ସମର୍ଥନରେ ଆସିଲେ ନାସିରୁଦ୍ଦିନ ଶାହ । ଦିଲଜିତ ଦୋସାଞ୍ଜ ତାଙ୍କ ଫିଲ୍ମ ‘ସର୍ଦ୍ଦାରଜୀ 3’କୁ ନେଇ ବିବାଦରେ ଘେରି ରହିଛନ୍ତି । ଏହାର କାରଣ ହେଉଛି ତାଙ୍କ ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ସାମିଲ । ଯେତେବେଳେ ଫିଲ୍ମର ଟିଜର ରିଲିଜ୍ ହୋଇଥିଲା, ସେଥିରେ ହାନିଆ ଆମିରଙ୍କ ବିଷୟରେ କୌଣସି ଉଲ୍ଲେଖ ନଥିଲା, କିନ୍ତୁ ଟ୍ରେଲରରେ ଅଭିନେତ୍ରୀଙ୍କୁ ଦେଖିବା ମାତ୍ରେ ଲୋକମାନେ ଭଡକିଛନ୍ତି । ତେବେ ଏହାରି ଭିତରେ ନାସିରୁଦ୍ଦିନ ଶାହ ଏହି ଫିଲ୍ମର ସମର୍ଥନରେ ଆସି କହିଛନ୍ତି ଯେ ଦିଲଜିତ ଦୋସାଞ୍ଜଙ୍କୁ ଜୋରଜବରଦସ୍ତ ଟାର୍ଗେଟ କରାଯାଉଛି ।

ଏପ୍ରିଲରେ ପହଲଗାମ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନୀ କଳାକାରମାନଙ୍କୁ ନିଷିଦ୍ଧ କରିଥିଲେ। କିନ୍ତୁ ନିଷେଧ ପରେ ମଧ୍ୟ, ହାନିଆଙ୍କୁ ଫିଲ୍ମରେ କରିବାରୁ ଦିଲଜିତଙ୍କ ଫିଲ୍ମକୁ ନିଷେଧ କରିବାକୁ ଦାବି ହୋଇଛି। ଅନେକ ଷ୍ଟାର ଦିଲଜିତଙ୍କ ବିରୋଧରେ ବୟାନ ଦେଇଥିବା ବେଳେ କିଛି କଳାକାର ତାଙ୍କ ସମର୍ଥନରେ ବାହାରିଛନ୍ତି, ସେମାନଙ୍କ ମଧ୍ୟରେ ନାସିରୁଦ୍ଦିନ ଶାହଙ୍କ ନାମ ମଧ୍ୟ ସାମିଲ ହୋଇଛି । ସେ କହିଛନ୍ତି ଯେ ଦିଲଜିତ କାଷ୍ଟିଂ କରିନାହାଁନ୍ତି, ତାଙ୍କୁ କାହିଁକି ଦୋଷ ଦେଉଛ  ।

ନିକଟରେ ଅଭିନେତା ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି, ମୁଁ ଦିଲଜିତଙ୍କୁ ସମର୍ଥନ କରୁଛି । ଜୁମଲା ପାର୍ଟିର ଡାର୍ଟି ଟ୍ରିକ୍ସ ବିଭାଗ ତାଙ୍କ ଉପରେ ଆକ୍ରମଣ କରିବା ପାଇଁ ସୁଯୋଗ ଅପେକ୍ଷା କରିଛି। ଦିଲଜିତ ଫିଲ୍ମର କାଷ୍ଟିଂ ପାଇଁ ଦାୟୀ ନଥିଲେ, ନିର୍ଦ୍ଦେଶକ ଥିଲେ । ଦିଲଜିତ ସାରା ବିଶ୍ୱରେ ଜଣାଶୁଣା, ଏବଂ ସେ ପାକିସ୍ତାନ କାଷ୍ଟିଂକୁ ଗ୍ରହଣ କରିଥିଲେ କାରଣ ତାଙ୍କ ମନରେ ବିଷ ନାହିଁ। ଏହି ଗୁଣ୍ଡାମାନେ ଯାହା ଚାହୁଁଛନ୍ତି ତାହା ହେଉଛି, ଭାରତ ଏବଂ ପାକିସ୍ତାନର ଲୋକଙ୍କ ମଧ୍ୟରେ ବ୍ୟକ୍ତିଗତ ଶତୃତା ବୃଦ୍ଧି କରିବା । ମୋର ନିକଟ ସମ୍ପର୍କୀୟ ଏବଂ କିଛି ପ୍ରିୟ ବନ୍ଧୁ ଅଛନ୍ତି ଏବଂ ଯେତେବେଳେ ମୁଁ ଇଚ୍ଛା କରେ ସେମାନଙ୍କୁ ଭେଟିବା କିମ୍ବା ଦେଖା କରିବାରୁ ମୋତେ କେହି ଅଟକାଇ ପାରିବେ ନାହିଁ ଏବଂ ଯେଉଁମାନେ “ପାକିସ୍ତାନ ଯାଅ” କୁହନ୍ତି ସେମାନଙ୍କ ପ୍ରତି ମୋର ଉତ୍ତର ହେଉଛି “କୈଳାସ ଯାଅ”।

 

 

 

ହିମାଚଳରେ ହେବାକୁ ଥିବା ୭୨ ଘଣ୍ଟାର ବୈଠକକୁ ନେଇ ଚିନ୍ତାରେ ଚୀନ୍ !

ନନ୍ଦିଘୋଷ ବ୍ୟୁରୋ : ହିମାଚଳ ପ୍ରଦେଶର ଧର୍ମଶାଳାରେ ନୂତନ ଦଲାଇ ଲାମାଙ୍କ ନିଯୁକ୍ତିକୁ ନେଇ ଚାଲିଛି ଅନେକ କଳ୍ପନାଜଳ୍ପନା । ୧୪ତମ ଦଲାଇ ଲାମା ତେଞ୍ଜିନ୍ ଗ୍ୟାଟସୋ ତାଙ୍କ ଜନ୍ମଦିନ ପୂର୍ବରୁ ଧର୍ମଶାଳାରେ ଏକ ୩ ଦିନିଆ ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକରେ ସାରା ବିଶ୍ୱରୁ ୧୦୦ ଜଣ ବୌଦ୍ଧ ଧାର୍ମିକ ନେତା ଅଂଶଗ୍ରହଣ କରୁଛନ୍ତି।  ଏହି ବୈଠକରେ ଉତ୍ତରାଧିକାରୀ ସମ୍ପର୍କରେ ନିଷ୍ପତ୍ତି ହୋଇପାରେ, ଯାହା ତିବ୍ଦତୀୟ ଧାର୍ମିକ ନେତା ୬ ଜୁଲାଇରେ ଘୋଷଣା କରିପାରନ୍ତି। ଏକ ରିପୋର୍ଟ ଅନୁଯାୟୀ, ୨୦୧୯ ପରେ ପ୍ରଥମ ଥର ପାଇଁ ଧର୍ମଶାଳାରେ ଏତେ ବଡ଼ ବୈଠକ ଡକାଯାଇଛି।  ଏହା ଛଡ଼ା ବୈଠକକୁ ଅତ୍ୟନ୍ତ ଗୋପନୀୟ ରଖାଯାଇଛି।

ଦଲାଇ ଲାମାଙ୍କ ପଦବୀ କ‘ଣ?

ବ୍ରିଟାନିକା ଅନୁସାରେ, ଲାମାଙ୍କୁ ବୌଦ୍ଧ ଧର୍ମର ଗୁରୁ କୁହାଯାଉଥିଲା। ଦଲାଇ ଲାମାଙ୍କ ପଦବୀ ୧୧ଶ ଶତାବ୍ଦୀରେ ସୃଷ୍ଟି ହୋଇଥିଲା। ପ୍ରଥମେ, ଦଲାଇ ଲାମାଙ୍କ ପଦବୀ କେବଳ ଏକ ଧାର୍ମିକ ଏବଂ ସମ୍ମାନଜନକ ପଦବୀ ଥିଲା। ସମୟ ସହିତ, ଏହି ପଦବୀର ଦାୟିତ୍ୱ ମଧ୍ୟ ପରିବର୍ତ୍ତନ ହୋଇଥିଲା। କିଙ୍ଗ୍ ରାଜବଂଶ ସମୟରେ ୧୩ତମ ଦଲାଇ ଲାମା ତିବ୍ଦତରୁ ଚୀନ୍ ସୈନିକମାନଙ୍କୁ ବାହାର କରିଦେଇଥିଲେ। ଚୀନ୍ ସୈନିକମାନେ ତିବ୍ଦତ ଛାଡିବା ପରେ ସେ ଏଠାରେ ମଧ୍ୟ ଶାସନ କରିଥିଲେ। ତଥାପି, ୧୪ତମ ଦଲାଇ ଲାମାଙ୍କ ଆଗମନ ପରେ, ଚୀନ୍ ତିବ୍ଦତରେ ଏକ ଭିନ୍ନ ମୋର୍ଚ୍ଚା ଖୋଲିଥିଲା। ୧୯୬୦ ମସିହାରେ, ତିବ୍ଦତ ଉପରେ ଚୀନର ଆକ୍ରମଣ ଆରମ୍ଭ ହୋଇଥିଲା, ଯାହା ପରେ ଦଲାଇ ଲାମାଙ୍କୁ ନିର୍ବାସନ ଯିବାକୁ ପଡିଥିଲା। ଦଲାଇ ଲାମା ଭାରତର ଧର୍ମଶାଳା ଆସିଥିଲେ ଏବଂ ନିର୍ବାସନରେ ଏକ ସରକାର ଗଠନ କରିଥିଲେ। ଏହିଠାରୁ ସେ ତାଙ୍କର ବୌଦ୍ଧ ଧର୍ମର ଅନୁଗାମୀ ଏବଂ ତିବ୍ଦତର ଲୋକଙ୍କ ସହିତ ଆଲୋଚନା କରନ୍ତି।

 ନୂତନ ଦଲାଇ ଲାମାଙ୍କ ନିଯୁକ୍ତିକୁ ନେଇ ବିବାଦ କ’ଣ?

ଦଲାଇ ଲାମାଙ୍କ ନିଯୁକ୍ତି ପାଇଁ ଥିବା ବ୍ୟବସ୍ଥା ଅନୁଯାୟୀ, ତିବ୍ଦତରେ ଜନ୍ମିତ ଏକ ଶିଶୁର ସନ୍ଧାନ କରାଯାଏ ଯାହାର ଆତ୍ମା ​​ବର୍ତ୍ତମାନର ଦଲାଇ ଲାମାଙ୍କ ସହିତ ସଦୃଶ। ଏହି ଆଧ୍ୟାତ୍ମିକ ସନ୍ଧାନ ବହୁ ବର୍ଷ ଧରି ଜାରି ରହେ। ତଥାପି, ଏଥର ତିବ୍ଦତ ବଦଳରେ ଭାରତ କିମ୍ବା ଅନ୍ୟ ଅଞ୍ଚଳରୁ ପିଲାମାନଙ୍କୁ ଖୋଜିବା ନେଇ ଆଲୋଚନା ହେଉଛି। ଯଦି ଏହା ହୁଏ, ତେବେ ୩୮୫ ବର୍ଷର ପୁରୁଣା ପରମ୍ପରା ଭାଙ୍ଗିପାରେ। ଚୀନ୍ କହିଛି ଯେ ଦଲାଇ ଲାମାଙ୍କ ଏହି ନିଯୁକ୍ତି ଠିକ୍ ନୁହେଁ। ସେ ନିଜ ଉପାୟରେ ନୂତନ ଦଲାଇ ଲାମାଙ୍କୁ ବାଛିବ ।

 

ଜୁମ୍ୱା ଡ୍ୟାନ୍ସକୁ କାହିଁକି ବିରୋଧ କରୁଛି ମୁସଲିମ ସଂଗଠନ ?

ନନ୍ଦିଘୋଷ ବ୍ୟୁରୋ : କେରଳର ଏକ ସ୍କୁଲରେ ନିକଟରେ ଶିକ୍ଷା ବିଭାଗ ପକ୍ଷରୁ ଜୁମ୍ୱା କ୍ଲାସ୍ ଆରମ୍ଭ କରାଯାଇଛି । କିନ୍ତୁ ଏବେ ମୁସଲିମ ସମୁଦାୟ ଏହାକୁ ବିରୋଧ କରିଛନ୍ତି । ସେମାନେ କହୁଛନ୍ତି ଯେ ଯଦି ପୁଅ ଏବଂ ଝିଅ ଏକାଠି ନାଚନ୍ତି, ତାହା ମଧ୍ୟ କମ୍ ପୋଷାକ ପିନ୍ଧି ଏପରି ନାଚିବା ଗ୍ରହଣୀୟ ନୁହେଁ ।

ଜୁମ୍ୱା କ୍ଲାସ୍ କ’ଣ ?

ଆଜିକାଲି ଫିଟ୍ ରହିବା ପାଇଁ ଲୋକମାନେ ଜିମ୍ ବ୍ୟତୀତ ଜୁମ୍ୱା କ୍ଲାସ୍ ନେଉଛନ୍ତି । ଏଥିରେ ନୃତ୍ୟ ମାଧ୍ୟମରେ ବ୍ୟାୟାମ କରାଯାଏ । ଅଧିକରୁ ଅଧିକ ଲୋକ ଜୁମ୍ୱା କ୍ଲାସରେ ଯୋଗ ଦିଅନ୍ତି କାରଣ ଏହା କରିବା ମଜାଦାର ଥାଏ । ଏଥିରେ ନୃତ୍ୟ ଏବଂ ଏରୋବିକ୍ସ ଏକାଠି କରାଯାଏ । ଜୁମ୍ୱାର ବିଶେଷ କଥା ହେଉଛି ଯେ, ଏଥିରେ ଜିମ୍ ପରି କୌଣସି ପ୍ରକାରର ଉପକରଣ ଆବଶ୍ୟକ ହୁଏ ନାହିଁ । ଏଥିପାଇଁ କେବଳ ଆରମଦାୟକ ଜୋତା ଏବଂ ପୋଷାକ ଆବଶ୍ୟକ ହୁଏ । ପ୍ରତ୍ୟେକ କ୍ଲାସରେ ଭିନ୍ନ ଭିନ୍ନ ଗୀତରେ ବ୍ୟାୟାମକୁ ମଜାଦାର ଆକାରରେ ଅଭ୍ୟାସ କରାଯାଏ ।

କେରଳରେ ଜୁମ୍ୱାକୁ କାହିଁକି ହେଉଛି ବିରୋଧ ?

କେରଳ ସ୍କୁଲ ଗୁଡିକରେ ଜୁମ୍ୱାକ୍ଲାସ  ଆରମ୍ ହେବାର କିଛି ଦିନ ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇ ହୋଇଛି । ଏହି କାର୍ଯ୍ୟକ୍ରମ ସରକାରଙ୍କ ନିଶା ବିରୋଧୀ ଅଭିଯାନର ଏକ ଅଂଶ । ହେଲେ ଏହାକୁ ଏକ ପ୍ରମୁଖ ମୁସଲିମ୍ ସଂଗଠନର ନେତା  ଏହାକୁ ବିରୋଧ କରିଛନ୍ତି । ସେ ଫେସବୁକରେ ଜୁମ୍ୱା କ୍ଲାସ ବିରୋଧରେ ପୋଷ୍ଟ କରି ଲେଖିଛନ୍ତିଯେ, କେରଳ ସରକାର ସ୍କୁଲରେ ଜୁମ୍ୱା ନୃତ୍ୟ ଲାଗୁ କରିଛନ୍ତି । ଜୁମ୍ୱା ହେଉଛି ଏକ ନୃତ୍ୟ ଯେଉଁଥିରେ  ଲୋକମାନେ କମ୍ ପୋଷାକ ପିନ୍ଧି ଏକାଠି ନାଚନ୍ତି । ଯଦି ସରକାର ଏହାକୁ ବଡ଼ ପିଲାମାନଙ୍କ ପାଇଁ ବାଧ୍ୟ ବାଧ୍ୟତାମୂଳକ କରିଛନ୍ତି, ତେବେ ଏହା ଆପତ୍ତିଜନକ ହେବ । ବିଦ୍ୟାଳୟରେ ଶାରୀରିକ ଶିକ୍ଷାକୁ ଉନ୍ନତ କରିବା ପରିବର୍ତ୍ତେ ଅଶ୍ଳୀଳତା ଲାଗୁ କରିବା ଠିକ୍ ନୁହେଁ । ଅନ୍ୟପଟେ ସୂଚନା ଅନୁଯାୟୀ, ମୁସଲିମ ଗୋଷ୍ଠୀର ବିରୋଧ ସତ୍ତ୍ୱେ ସରକାର ଜୁମ୍ୱାକୁ ଆଗକୁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତ । ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଛାତ୍ରଛାତ୍ରୀ ମାନେ ସେମାନଙ୍କ ନିୟମିତ ସ୍କୁଲ ପୋଷାକରେ ଜୁମ୍ୱାରେ ଅଂଶ ଗ୍ରହଣ କରିପାରିବେ ।

ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୧୦ମୃତ୍ୟୁ, ୨୦ରୁ ଅଧିକ ଆହତ

ନନ୍ଦିଘୋଷ ବ୍ୟୁରୋ: ତେଲେଙ୍ଗାନାରେ ବଡ଼ ଅଘଟଣ, ଏକ କେମିକାଲ ଫ୍ୟାକ୍ଟିରେ ବଡ ବିସ୍ଫୋରଣ । ସାଙ୍ଗାରେଡ୍ଡି ଜିଲ୍ଲାରେ ସିଗାଚି କେମିକାଲ୍ ପରିସରରେ ବିସ୍ଫୋରଣ ହୋଇଛି । ଏଥିରେ ୧୦ ଜଣ ମୃତ, ୨୦ରୁ ଅଧିକ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ବହୁ ଦୂରକୁ ଛିଟିକି ପଡ଼ିଥିଲେ ଲୋକେ । ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଫଳରେ ଅନେକ କର୍ମଚାରୀ ଆହତ ହୋଇଥିବାବେଳେ କିଛି ଜଣ ଫସିରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । ଏହି କାରଖାନାରେ ଓଡ଼ିଶା, ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟର ବହୁ ଶ୍ରମିକ କାମ କରୁଥିଲେ । ଘଟଣାସ୍ଥଳରେ ପହଞ୍ଚି ଜିଲ୍ଲାପାଳ ଅନୁଧ୍ୟାନ କରିଛନ୍ତି ।

ତେଲେଙ୍ଗାନାର ଏକ ରାସାୟନିକ କାରଖାନାରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ସମଗ୍ର ଅଞ୍ଚଳରେ ଧୂଆଁ ଦେଖାଯାଇଥିଲା। ନିଆଁର ଜ୍ୱାଳା କାରଖାନାକୁ ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରିଥିଲା । ଫ୍ୟାକ୍ଟିରେ ଶ୍ରମିକମାନେ କାମ କରୁଥିଲେ ଜୋରରେ ବିସ୍ଫୋରଣ ଶୁଣି କର୍ମଚାରୀମାନେ ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ହେଲେ ସେହି ସମୟରେ ଅନେକ ଶ୍ରମିକ ଫସି ଯାଇଥିଲେ।  ଏହି ସମୟରେ, ତେଲେଙ୍ଗାନା ଅଗ୍ନିଶମ ଅଧିକାରୀ ଦୁର୍ଘଟଣାର ନିଶ୍ଚିତ କରି କହିଛନ୍ତି ଯେ ସାଙ୍ଗାରେଡିର ମେଡକରେ ଥିବା ପାସମାଇଲାରାମ ଫେଜ୍ 1 ସିଗାଚି ଫାର୍ମା କମ୍ପାନୀର ଏକ ରିଆକ୍ଟର ବିସ୍ଫୋରଣ ହୋଇଛି। ଘଟଣାସ୍ଥଳକୁ ୧୧ଟି ଦମକଳ ଗାଡ଼ି ପହଞ୍ଚିଛି। ପ୍ରାୟ ୧୫-୨୦ ଜଣ ଆହତ ହୋଇଛନ୍ତି।

 

ଟ୍ରକ ଡ୍ରାଇଭରକୁ ଦେଖି ରକ୍ତ ଗରମ ହେଇଉଠୁଥିଲା, ସାଇକୋ କିଲର ଭାବେ କରୁଥିଲେ ହତ୍ୟା ..

ନନ୍ଦିଘୋଷ ବ୍ୟୁରୋ: କୁଖ୍ୟାତ ସାଇକୋ କିଲରର ଏନକାଉଣ୍ଟରରେ ମୃତ୍ୟୁ । ରବିବାର ବିଳମ୍ବିତ ରାତିରେ ପୋଲିସ ଏବଂ ଏସଟିଏଫର ମିଳିତ ଅପରେସନରେ କୁଖ୍ୟାତ ଅପରାଧୀ ସନ୍ଦୀପ ଲୋହାର ଓରଫ ସନ୍ଦୀପ ପେହଲୱାନଙ୍କୁ ଏନକାଉଣ୍ଟରରେ ହତ୍ୟା କରାଯାଇଛି । ସାଇକୋ କିଲର ଭାବରେ ଜଣାଶୁଣା, ସନ୍ଦୀପ ରାଜପଥରେ ଟ୍ରକ୍ ଡ୍ରାଇଭରମାନଙ୍କୁ ଟାର୍ଗେଟ କରି ହତ୍ୟା ଏବଂ ଲୁଟ କରୁଥିଲେ। ସେ ପ୍ରାୟତଃ ଉତ୍ତର ପ୍ରଦେଶ, ହରିୟାଣା ଏବଂ ମହାରାଷ୍ଟ୍ରର ରାଜପଥରେ ଅପରାଧ ଘଟାଉଥିଲେ। ଯେଉଁମାନେ ତାଙ୍କୁ ଜାଣିଥିଲେ ବିଶେଷକରି ଡ୍ରାଇଭରମାନେ ସର୍ବଦା ସନ୍ଦୀପ ପେହଲୱାନଙ୍କ ନାଁରେ ଭୟ କରୁଥିଲେ।

ଝିଅର ମୃତ୍ୟୁ ସଜେଇଥିଲା କିଲର !

ହରିୟାଣାର ରୋହତକ ଜିଲ୍ଲାର ଭାଇନି ମହାରାଜ ଗାଁର ବାସିନ୍ଦା ସନ୍ଦୀପ ଲୋହାର ଜଣେ ମଲ୍ଲଯୋଦ୍ଧା ଥିଲେ। କିନ୍ତୁ ୨୦୧୩ ମସିହାରେ ଏକ ସଡ଼କ ଦୁର୍ଘଟଣା ତାଙ୍କ ଜୀବନକୁ ନଷ୍ଟ କରିଦେଲା। ଏହି ଦୁର୍ଘଟଣାରେ ତାଙ୍କ ଝିଅର ମୃତ୍ୟୁ ହୋଇଥିଲା, ଯାହା ପାଇଁ ସେ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ଦାୟୀ କରିଥିଲେ। ଏହି ଘଟଣା ସନ୍ଦୀପକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଲା। ତାଙ୍କ ଦୃଷ୍ଟିରେ ଟ୍ରକ୍ ଡ୍ରାଇଭରମାନେ ଅପରାଧୀ ଥିଲେ। ଏହା ପରେ ସେ ଟ୍ରକ୍ ଡ୍ରାଇଭରମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ।

ହତ୍ୟା ଏବଂ ଡକାୟତିର ପଦ୍ଧତି ଭୟଙ୍କର ଥିଲା

ସନ୍ଦୀପଙ୍କ ଅପରାଧ କରିବାର ପଦ୍ଧତି ଯେପରି ବିପଦପୂର୍ଣ୍ଣ ଥିଲା, ସେହିପରି ଯୋଜନାବଦ୍ଧ ମଧ୍ୟ ଥିଲା। ସେ ପ୍ରଥମେ ହାଇୱେରେ ଟ୍ରକ୍ ଡ୍ରାଇଭରମାନଙ୍କ ସହିତ ବନ୍ଧୁତା କରୁଥିଲେ, ସେମାନଙ୍କ ସହିତ ଖାଉଥିଲେ ଏବଂ ମଦ୍ୟପାନ ଦେଇ ସେମାନଙ୍କ ବିଶ୍ୱାସ ଜିତୁଥିଲେ। ତା’ପରେ ସୁଯୋଗ ପାଇ ସେ ସେମାନଙ୍କୁ ଗଳାକାଟି, ଗୁଳି କରି କିମ୍ବା ଧାରୁଆ ଅସ୍ତ୍ର ବ୍ୟବହାର କରି ହତ୍ୟା କରୁଥିଲା। ହତ୍ୟା ପରେ, ସେ ଟ୍ରକରେ ଥିବା ମୂଲ୍ୟବାନ ଜିନିଷପତ୍ର ଲୁଟ କରି ପଳାଇଯାଉଥିଲା। ପୋଲିସର କହିବା ଅନୁଯାୟୀ, ସନ୍ଦୀପ ଅତି କମରେ ଚାରି ଜଣ ଟ୍ରକ୍ ଡ୍ରାଇଭରଙ୍କୁ ହତ୍ୟା କରିଥିଲେ ଏବଂ ଅନେକ ବଡ଼ ଡକାୟତି ଘଟଣା ଘଟାଇଥିଲେ।

କାନପୁରରେ ୪ କୋଟି ଟଙ୍କା ଡକାୟତି; ମୋଷ୍ଟ ୱାଣ୍ଟେଡ୍ ସାଜିଥିଲେ ସନ୍ଦୀପ

ଅଞ୍ଚଳରେ ୪ କୋଟି ଟଙ୍କା ମୂଲ୍ୟର ନିକେଲ ପ୍ଲେଟ୍ ବୋଝେଇ ଟ୍ରକ୍ ଡକାୟତି କରି ମୋଷ୍ଟ ଓ୍ବାଣ୍ଟେଡ ସାଜିଥିଲେ ସନ୍ଦୀପ । ଏହା ସନ୍ଦୀପଙ୍କର ସବୁଠାରୁ ଭୟଙ୍କର ଅପରାଧ ଥିଲା । ୧୫ ମଇ, ୨୦୨୫ରେ କାନପୁରର ଅଞ୍ଚଳରେ ୪ କୋଟି ଟଙ୍କା ମୂଲ୍ୟର ନିକେଲ ପ୍ଲେଟ୍ ବୋଝେଇ ଟ୍ରକ୍ ଡକାୟତି କରିଥିଲେ। ଏହି ଅପରାଧ ପରେ ସେ ଫେରାର୍ ହୋଇଯାଇଥିଲେ ଏବଂ ପୋଲିସ ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲା। ତାଙ୍କ ବିରୁଦ୍ଧରେ ଉତ୍ତର ପ୍ରଦେଶ, ହରିୟାଣା ଏବଂ ମହାରାଷ୍ଟ୍ରରେ ହତ୍ୟା, ଡକାୟତିରେ ୧୫ ରୁ ଅଧିକ ମାମଲା ରୁଜୁ ହୋଇଥିଲା।

ବାଗପତରେ ଏନକାଉଣ୍ଟର

୨୯ ଜୁନ୍ ରାତିରେ, ପୋଲିସକୁ ବାଗପତର ମାଭିକାଲନ ଅଞ୍ଚଳରେ ସନ୍ଦୀପଙ୍କ ଲୋକେଶନବିଷୟରେ ସୁଚନା ମିଳିଥିଲା । ପରେ ପୋଲିସ ଲୋକେଶନରେ ପହଞ୍ଚି  ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଅପରେସନ୍ ସମୟରେ ସନ୍ଦୀପ ଗୁଳି ଚଳାଇବାରୁ ନୋଏଡା STFର ହେଡ୍ କନଷ୍ଟେବଲ୍ ସୁନୀଲ କୁମାର ଆହତ ହୋଇଥିଲେ। ପ୍ରତିଶୋଧରେ ସନ୍ଦୀପଙ୍କ ଛାତି ଏବଂ ଗୋଡରେ ଗୁଳି ବାଜିଥିଲା। ଉଭୟଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା, ଯେଉଁଠାରେ ସନ୍ଦୀପଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଏନକାଉଣ୍ଟର ସ୍ଥଳରୁ ଏକ ପିସ୍ତଲ, ବାଇକ୍ ଏବଂ କାର୍ଟ୍ରିଜ୍ ଜବତ କରିଛି। ବାଗପତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ସୁରଜ କୁମାର ରାୟ କହିଛନ୍ତି, ସନ୍ଦୀପ ଜଣେ ଭୟଙ୍କର ଅପରାଧୀ ଥିଲା, ଯିଏ ହାଇୱେରେ ଟ୍ରକ୍ ଡ୍ରାଇଭରମାନଙ୍କୁ ଟାର୍ଗେଟ କରୁଥିଲା। ତାଙ୍କର ଜଣେ ସହଯୋଗୀ ଖସି ପଳାଇଥିବା ଜଣାପଡ଼ିଛି, ଯାହାର ସନ୍ଧାନ ଜାରି ରହିଛି।

୨୦୧୨ ମସିହାରୁ ରକ୍ତାକ୍ତ ଅପରାଧ ମାମଲା

ସନ୍ଦୀପ ୨୦୧୨ ମସିହାରେ ଅପରାଧ ଜଗତରେ ପ୍ରବେଶ କରିଥିଲେ ସେବେଠାରୁ ସେ ଅପରାଧ ଖାତାରେ ନୂଆ ନୂଆ କାହାଣୀ ଲେଖିଚାଲିଥିଲେ । ନଜର ପକାନ୍ତୁ …

୨୦୧୩ : ହିସାରରେ ଡକାୟତି ପରେ ହତ୍ୟା

୨୦୧୪ : ଗୁରୁଗ୍ରାମରେ ହତ୍ୟା ଏବଂ ହିସାରରେ ଆଉ ଏକ ହତ୍ୟା

୨୦୧୫ : ରୋହତକରେ ହତ୍ୟା

୨୦୧୬ : ଗୁରୁଗ୍ରାମରେ ଚୋରି, ହିସାରରେ ଦୁଇଟି ଡକାୟତି

୨୦୨୧ : ରୋହତକରେ ଆକ୍ରମଣ ମାମଲା

୨୦୨୩ : ରୋହତକରେ ତିନୋଟି ଚୋରି

୨୦୨୫ : କାନପୁରରେ ୪ କୋଟି ଟଙ୍କାର ଟ୍ରକ ଲୁଟ୍

ବନ୍ୟାସ୍ଥିତି ନିୟନ୍ତ୍ରଣାଧୀନ ; ରାଜ୍ୟରେ ବନ୍ୟାସ୍ଥିତି ସମୀକ୍ଷା ପରେ ରାଜସ୍ୱମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ବର: ବନ୍ୟା ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ଆଜି ଏକ ବୈଠକରେ ସମୀକ୍ଷା କରିବା ପରେ ଏହା କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ମୟୂରଭଂଜ ଓ ବାଲେଶ୍ୱରକୁ ରେଡ୍ ଓ୍ୱାର୍ଣ୍ଣିଂ ଦିଆଯାଇଥିଲା । ତଳ ଓ ଉପରମୁଣ୍ଡରେ ବର୍ଷା ନେଇ ରେଡ୍ ଓ୍ୱାର୍ଣ୍ଣିଂ ଦିଆଯାଇଥିଲା। ଆଶ୍ଵସ୍ତିର କଥା ହେଉଛି, ବୁଢ଼ାବଳଙ୍ଗର ଜଳସ୍ତର ଧୀରେ ଧୀରେ କମୁଛି। ହେଲେ ସୁବର୍ଣ୍ଣରେଖାର ଜଳପତ୍ତନ ଧୀରେ ଧୀରେ ବଢ଼ୁଛି। ଭୋଗରାଇ, ଜଳେଶ୍ୱରରେ ପାଣି ଜମିବା ଆଶଙ୍କା ଦେଖା ଦେଇଛି। ସମୁଦ୍ର ସ୍ଥିର ଥିବାରୁ ଜଳ ନିଷ୍କାସନ ହୋଇଯିବ। ଦୁଇ ନଦୀର ଜଳପତ୍ତନ ଧୀରେ ଧୀରେ କମିବ। ପାଣିଘେରରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। କାଲିଠୁ ରନ୍ଧା ଖାଦ୍ୟ ଦିଆଯାଉଛି। ୭ ଦିନ ଏପରି ଖାଦ୍ୟ ପ୍ରଦାନ କରାଯିବ।

ବାଲେଶ୍ୱରରେ କେନ୍ଦ୍ରାଞ୍ଚଳ ଆରଡିସି ଅଛନ୍ତି। ଓଡ୍ରାଫ ଟିମ୍ କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱରରେ ମୁତୟନ ଅଛନ୍ତି। କଟକରୁ ଆଉ ୨ଟି ଓଡ୍ରାଫ ଟିମ୍ ଯିବ ବାଲେଶ୍ୱର। ୩ ଜିଲ୍ଲାର ଜିଲ୍ଲାପାଳଙ୍କ ସୂଚନା ଆଧାରରେ ଏହା ସେ କହିଛନ୍ତି। ତେବେ ଆଉ ଏକ ଲଘୁଚାପ ଅଛି, ତେଣୁ ସଜାଗ ରହିବାକୁ ପଡ଼ିବ। ଲୋକଙ୍କୁ ଆଶ୍ଵସ୍ତ କରିବାକୁ ସେ କହିଛନ୍ତି, ଡରିବାର ନାହିଁ। ସାପ କାମୁଡ଼ା ଔଷଧ ମହଜୁଦ ରହିଛି। କ୍ଷୟକ୍ଷତିର କ୍ଷତିପୂରଣ ମିଳିବ। ପାଣିରେ ରହନ୍ତୁ ନାହିଁ, ସୁରକ୍ଷିତ ଜାଗାକୁ ପଳାଇ ଯିବାକୁ ସେ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀ ମାନିଛନ୍ତି, ବ୍ୟାପକ ଫସଲ ଓ ପନିପରିବା ନଷ୍ଟ ହୋଇଛି।

ସୁଝିପାରିଲେନି ଋଣ, ବିଷ ପିଇ ଆତ୍ମହତ୍ୟା କଲେ ପୂରା ପରିବାର ..

ନନ୍ଦିଘୋଷ ବ୍ୟୁରୋ: ଋଣରେ ବୁଡ଼ି ବିଷ ପିଇଦେଲେ ପୂରା ପରିବାର । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ଲକ୍ଷ୍ନୌର ଚୌକ୍ ଥାନା ସୀମା ଅନ୍ତର୍ଗତ ନଖାସର ଆଶରାବାଦ ଅଞ୍ଚଳରୁ  । ମୃତକଙ୍କ ମଧ୍ୟରେ ସ୍ବାମୀ- ସ୍ତ୍ରୀ ଏବଂ ତାଙ୍କର ନାବାଳିକା ଝିଅ ଅଛି ।  ଗୋଟିଏ ପରିବାରର ଏଭଳି କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୋମବାର ଦିନ ପୋଲିସ କହିଛି ଯେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜଣେ ବ୍ୟବସାୟୀ ତାଙ୍କ ସ୍ତ୍ରୀ ଏବଂ ୧୬ ବର୍ଷୀୟା ଝିଅ ସହିତ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କ ମୃତଦେହ ସେମାନଙ୍କ ଫ୍ଲାଟରେ ଅଚେତ ଅବସ୍ଥାରେ ମିଳିଥିଲା। ମୃତକଙ୍କ ନାମ ଶୋଭିତ ରସ୍ତୋଗୀ (୪୮), ତାଙ୍କ ସ୍ତ୍ରୀ ସୁଚିତା ରସ୍ତୋଗୀ (୪୫) ଏବଂ ସେମାନଙ୍କ ଝିଅ ଖ୍ୟାତି ରସ୍ତୋଗୀ (୧୬) ବୋଲି ଚିହ୍ନଟ କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ପରିବାର ରବିବାର ବିଳମ୍ବିତ ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପରିବାର କଠୋର ପଦକ୍ଷେପ ନେବାକୁ କାହିଁକି ବାଧ୍ୟ ହେଲା ?

ସୂଚନା ଅନୁଯାୟୀ, ଶୋଭିତଙ୍କର ରାଜାଜୀପୁରମରେ ଏକ କପଡ଼ା ଦୋକାନ ଥିଲା, ଏବଂ ସେ ଜଣେ ବଡ଼ ବ୍ୟବସାୟୀ ଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଋଣ ପରିଶୋଧ କରି ନପାରିବା କାରଣରୁ ପରିବାର ଆର୍ଥିକ ଚାପ ଦେଇ ଗତି କରୁଥିଲା।  ଘରୁ ମିଳିଥିବା ଏକ ସୁଇସାଇଡ ନୋଟରେ ଗୁରୁତର ଆର୍ଥିକ ଦୁର୍ଦ୍ଦଶା ଏବଂ ଋଣ ବୃଦ୍ଧିକୁ ସେମାନଙ୍କ ଚରମ ପଦକ୍ଷେପର କାରଣ ବୋଲି ଉଲ୍ଲେଖ ରହିଛି ।

ସୋମବାର ସକାଳେ ଶୋଭିତଙ୍କ ଭାଇ ଶେଖର ରସ୍ତୋଗୀ ପୋଲିସକୁ ସୂଚନା ଦେଇଥିଲେ ଯେ ଶୋଭିତ, ତାଙ୍କ ସ୍ତ୍ରୀ ସୁଚିତା ଏବଂ ଝିଅ ଖ୍ୟାତି ତାଙ୍କ ଫ୍ଲାଟରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସୂଚନା ପାଇବା ପରେ, ଚୌକ୍ ପୋଲିସ ଷ୍ଟେସନର ଏକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ତିନି ଜଣଙ୍କୁ ତୁରନ୍ତ ଟ୍ରମା ସେଣ୍ଟରକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ପହଞ୍ଚିବା ମାତ୍ରେ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ।

ଖ୍ୟାତି ବିଷ ଖାଇବା ପୂର୍ବରୁ ତାଙ୍କ କାକାଙ୍କୁ ଫୋନ୍ କରିଥିଲେ

ପୋଲିସ ତଦନ୍ତରୁ ଜଣାପଡିଛି ଯେ ଆତ୍ମହତ୍ୟା କରିବା ପୂର୍ବରୁ ଖ୍ୟାତି ତାଙ୍କ କାକାଙ୍କୁ ଫୋନ୍ କରି କହିଥିଲେ ଯେ ସେ ବିଷ ପିଇ ଆତ୍ମହତ୍ୟା କରିବେ। ଶେଖର ତୁରନ୍ତ ଏ ବିଷୟରେ ପୋଲିସକୁ ଜଣାଇଥିଲେ, କିନ୍ତୁ ପୋଲିସ ଏବଂ ପରିବାର ସଦସ୍ୟ ଫ୍ଲାଟରେ ପହଞ୍ଚିବା ବେଳକୁ ତିନିଜଣଙ୍କ ମୃତ୍ୟୁ ହୋଇସାରିଥିଲା।

ପରିବାର ଆର୍ଥିକ ଅସୁବିଧା ସହିତ ସଂଘର୍ଷ କରୁଥିଲା

କୁହାଯାଉଛି ଯେ ପରିବାର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିଲା। ଶୋଭିତଙ୍କ ସ୍ତ୍ରୀ ଜଣେ ଗୃହିଣୀ ଥିଲେ ଏବଂ ତାଙ୍କ ଝିଅ ଖ୍ୟାତି ଏକାଦଶ ଶ୍ରେଣୀର ଛାତ୍ରୀ ଥିଲେ। ପଡ଼ୋଶୀମାନେ କହିଛନ୍ତି ଯେ ଶୋଭିତ ଦୋକାନରେ କ୍ଷତି ଯୋଗୁଁ ଋଣ ନେଇଥିଲେ। କିନ୍ତୁ ସେ ଠିକ୍ ସମୟରେ କିସ୍ତି ପରିଶୋଧ କରିପାରି ନଥିଲେ। ଏପରି ପରିସ୍ଥିତିରେ ସେ ବିରକ୍ତ ଥିଲେ। ସେ ଏହା ମଧ୍ୟ ଅନେକ ଥର କହିଥିଲେ। କିନ୍ତୁ ଶୋଭିତଙ୍କ ପରିବାର ବହୁତ ଶାନ୍ତ ସ୍ୱଭାବର ଥିଲେ। ସେମାନେ ଭାବି ନଥିଲେ ଯେ ସେ ଏପରି ପଦକ୍ଷେପ ନେଇପାରିବେ।

ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି

ବର୍ତ୍ତମାନ, ଗୋଟିଏ ପରିବାରର ତିନି ଜଣଙ୍କ ଆତ୍ମହତ୍ୟା ଘଟଣା ପରେ, ଅଞ୍ଚଳରେ ନୀରବତା ରହିଛି। ପୋଲିସ ଘଟଣାସ୍ଥଳରୁ କୌଣସି ପ୍ରକାରର ହିଂସାର ପ୍ରମାଣ ପାଇନାହିଁ। ମୃତକଙ୍କ ମୃତଦେହ ରଖାଯାଇଥିବା କୋଠରୀରୁ ଏକ ଖାଲି ବିଷ ବୋତଲ ମିଳିଛି। ଏହା ପରେ ହିଁ ଆତ୍ମହତ୍ୟାର ସମ୍ଭାବନା ଉଠୁଛି। ପୋଲିସ ତିନୋଟି ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି।

ହୃଦଘାତ ପୂର୍ବରୁ ଶରୀରରେ ଦେଖାଦିଏ ଏହିସବୁ ଲକ୍ଷଣ ..

ନନ୍ଦିଘୋଷ ବ୍ୟୁରୋ: ହୃଦଘାତ ହଠାତ୍ ହୁଏ ନାହିଁ, ଏହା ଧୀରେ ଧୀରେ ବୃଦ୍ଧି ପାଉଥିବା ଏକ ରୋଗ ଯାହା ଆପଣଙ୍କ ଜୀବନଶୈଳୀ, ରୋଗ ଏବଂ ପରିବାରର ଇତିହାସ ଉପରେ ନିର୍ଭର କରେ । ଯଦି ଆପଣ ଉଚ୍ଚ ରକ୍ତଚାପ, ମଧୁମେହ କିମ୍ବା ଅନ୍ୟାନ୍ୟ ହୃଦୟ ଜନିତ ସମସ୍ୟା ଭଳି ରୋଗରେ ପୀଡିତ ତେବେ ସମୟ ମଧ୍ୟରେ ନିଜର ପରୀକ୍ଷା କରାନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ ।

ହୃଦଘାତ ଏକ ଗମ୍ଭୀର ଅବସ୍ଥା ଯେଉଁଥିରେ ହୃଦୟ ଶରୀରର ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ରକ୍ତ ପମ୍ପ କରିପାରେ ନାହିଁ। ଏହି ସମସ୍ୟା ଧୀରେ ଧୀରେ ବିକଶିତ ହୋଇପାରେ କିମ୍ବା ହଠାତ୍ ମଧ୍ୟ ଆସିପାରେ। ଦୁର୍ଭାଗ୍ୟବଶତଃ, ଅନେକ ଲୋକ ଏହାର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ସାମାନ୍ୟ ଭାବି ଅଣଦେଖା କରନ୍ତି ଯେତେବେଳେ ଶରୀର ପୂର୍ବରୁ ଅନେକ ସଙ୍କେତ ଦେବା ଆରମ୍ଭ କରିଦିଏ, ଯାହାକୁ ସମୟ ମଧ୍ୟରେ ଚିହ୍ନିବା ବହୁତ ଗୁରୁତ୍ୱପୂର୍ଣ୍ଣ।

ହୃଦଘାତ ପୂର୍ବରୁ କେଉଁ ଲକ୍ଷଣଗୁଡ଼ିକ ଦେଖାଯାଏ ?

ହୃଦଘାତ ପୂର୍ବରୁ ଆମ ଶରୀରରେ ଏହାର ଲକ୍ଷଣ ଦେଖାଯାଇଥାଏ । ଯାହାକୁ ବମେ ଅଣଦେଖା କରିଥାଉ କିନ୍ତୁ ଏହା ଭବିଷ୍ୟତରେ ବିପଦର କାରଣ ପାଲଟିଥାଏ । ତେବେ ଜାଣନ୍ତୁ ଏହି ଲକ୍ଷଣ ଗୁଡିକ କ’ଣ କ’ଣ ?

ନିଶ୍ୱାସ ନେବାରେ କଷ୍ଟ – ଚାଲିବା, ସିଡ଼ି ଚଢ଼ିବା କିମ୍ବା ଶୋଇବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହେବା

ଥକ୍କାପଣ ଏବଂ ଦୁର୍ବଳତା – ଯେତେବେଳେ ହୃଦଘାତ ହୁଏ, ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ଶରୀରର ଅଂଶଗୁଡ଼ିକରେ ପହଞ୍ଚିପାରେ ନାହିଁ, ଯାହା ଫଳରେ ମାଂସପେଶୀରେ ଶକ୍ତିର ଅଭାବ ଦେଖାଯାଏ ।

ଗୋଡ଼, ଗୋଇଠି ଏବଂ ପେଟ ଫୁଲିବା – ଯେତେବେଳେ ହୃଦୟ ଠିକ୍ ଭାବରେ ରକ୍ତ ପମ୍ପ କରିପାରେ ନାହିଁ, ସେତେବେଳେ ଶରୀରରେ ତରଳ ପଦାର୍ଥ ଜମା ହେବା ଆରମ୍ଭ ହୁଏ

ଦ୍ରୁତ କିମ୍ବା ଅନିୟମିତ ହୃଦସ୍ପନ୍ଦନ– କେତେକ ସମୟରେ ରୋଗୀ ଛାତିରେ ଜୋରରେ ହୃଦସ୍ପନ୍ଦନ ଅନୁଭବ କରନ୍ତି

ଭୋକ ନଲାଗିବା ଏବଂ ବାନ୍ତି ହେବା ଭଳି ଅନୁଭବ – ପାଚନ ପ୍ରକ୍ରିୟା ଖରାପ ହେବା ଆରମ୍ଭ କରେ, ଯାହା ଫଳରେ ପେଟ ଭାରୀ ଅନୁଭବ ହୁଏ ଏବଂ ଭୋକ କମିଯାଏ ।

ମୁଣ୍ଡ ବୁଲାଇବା, ଭୁଲିଯିବା – ଏହି ଲକ୍ଷଣ ସାଧାରଣତଃ ବୟସ୍କ ଲୋକଙ୍କଠାରେ ଦେଖାଯାଏ।

ଛାତିରେ ଯନ୍ତ୍ରଣା କିମ୍ବା ଚାପ– ଯେତେବେଳେ ହଠାତ ଛାତିରେ ଯନ୍ତ୍ରଣା ହୁଏ ଏରେ ନିଶ୍ବାସ ନେବାକୁ କଷ୍ଟ ହୁଏ ତାହେଲେ ତୁରନ୍ତ ଡାକ୍ତରୀ ସାହାଯ୍ୟ ନେବା ଗୁରୁତ୍ୱପୂର୍ଣ୍ଣ । ଠିକ୍ ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ନଚେତ ଡେରୀ ହେଇପାରେ ।

ଡାକ୍ତରଙ୍କ ଅନୁଯାୟୀ ହୃଦଘାତର ଲକ୍ଷଣ ଆରମ୍ଭରେ ହାଲୁକା ହୋଇପାରେ, କିନ୍ତୁ ସମୟ ସହିତ ଏହା ଗୁରୁତର ହୋଇଯାଏ। ଯଦି ଏହି ସାତଟି ଲକ୍ଷଣ ମଧ୍ୟରୁ କୌଣସି ଗୋଟିଏ ନିରନ୍ତର ଅନୁଭବ ହୁଏ, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ ହୃଦରୋଗ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ଆବଶ୍ୟକୀୟ ପରୀକ୍ଷା କରାନ୍ତୁ। ସମୟୋଚିତ ଚିହ୍ନଟ ଏବଂ ଚିକିତ୍ସା ସହିତ ହୃଦଘାତକୁ ନିୟନ୍ତ୍ରଣ କରାଯାଇପାରିବ।

କୋହ୍ଲାପୁରୀ ଚପଲ ଏବଂ ଇଟାଲୀୟ କମ୍ପାନୀ ପ୍ରାଡ଼ା ମଧ୍ୟରେ ବିବାଦ : ଏବେ କ’ଣ କହିଲେ ମନ୍ତ୍ରୀ ପିୟାଙ୍କ ଖାର୍ଗେ ?

ନନ୍ଦିଘୋଷ ବ୍ୟୁରୋ : ଇଟାଲୀୟ ଦାମୀ ବ୍ରାଣ୍ଡ୍ ପ୍ରାଡା ଏବଂ କୋହ୍ଲାପୁରୀ ଚପଲକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ । ପ୍ରାଡ଼ା ପରି ବ୍ରାଣ୍ଡ କୋହ୍ଲାପୁରୀ ପରି ଚପଲ ତିଆରି କରିବା ନେଇ କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟାଙ୍କ ଖାର୍ଗେ ଗୁରୁତ୍ୱାରୋପ କରିଛନ୍ତି ଯେ, ଲୋକପ୍ରିୟ କୋହ୍ଲାପୁରୀ ଚପଲ ତିଆରି କରୁଥିବା ରାଜ୍ୟର କାରିଗରଙ୍କ ନାମ, କାମ ଏବଂ ଐତିହ୍ୟକୁ ସ୍ୱୀକୃତି ଦିଆଯିବା ଉଚିତ ଏବଂ ଏହାକୁ ପରିଚୟ ଦିଆଯିବା ଉଚିତ।

ସେ ଆହୁରି ଇଟାଲୀୟ ବ୍ରାଣ୍ଡକୁ କଟାକ୍ଷ କରି ମିଡିଆ ପ୍ଲାଟଫର୍ମ ‘X’ରେ ଲେଖିଛନ୍ତି ଯେ, ପ୍ରାଡା ପ୍ରତି ଯୋଡ଼ା ୧.୨୦ ଲକ୍ଷ ଟଙ୍କାରେ ମୂଲ୍ୟରେ କୋହ୍ଲାପୁରୀ ପରି ଚପଲ ବିକ୍ରି କରୁଛି। ଖୁବ୍  କମ୍ ଲୋକ ଜାଣନ୍ତି ଯେ ଏହା ଏକ ପ୍ରତିଷ୍ଠିତ ଚପଲ ଏବଂ ଏହାକୁ ତିଆରି କରୁଥିବା ବହୁ ସଂଖ୍ୟକ କାରିଗର କର୍ଣ୍ଣାଟକର ଅଥାନୀ, ନିପ୍ପାନି, ଚିକ୍କୋଡି, ରାୟବାଗ ଏବଂ ବେଲାଗାଭି, ବାଗଲକୋଟ ଏବଂ ଧାରୱାଡର ଅନ୍ୟାନ୍ୟ ସ୍ଥାନରେ ରୁହନ୍ତି।

 ଖାର୍ଗେ କହିଛନ୍ତି ଯେ, ସେମାନେ ପିଢ଼ି ପରେ ପିଢ଼ି ଧରି ଏହି ଚପଲ ତିଆରି କରିଆସୁଛନ୍ତି ଏବଂ ନିକଟସ୍ଥ ସହରଗୁଡ଼ିକରେ, ବିଶେଷକରି କୋହ୍ଲାପୁରରେ ବିକ୍ରି କରିଆସୁଛନ୍ତି, ଧୀରେ ଧୀରେ ଏହି ଚପଲ ପାଇଁ ଏକ ବଡ଼ ବଜାର ହୋଇଗଲା ଏବଂ ସମୟ ସହିତ ଏହା ଏକ ବ୍ରାଣ୍ଡ ହୋଇଗଲା। ଏହା ସହିତ ଖାର୍ଗେ ସେହି ସମୟକୁ ମନେ ପକାଇଲେ ଯେତେବେଳେ ସେ ସମାଜ କଲ୍ୟାଣ ମନ୍ତ୍ରୀ ଥିଲେ, ସେ ମହାରାଷ୍ଟ୍ରକୁ GI ଟ୍ୟାଗ୍ ଅଧିକାର ପାଇଁ କୋଲ୍ହାପୁରବାସୀଙ୍କୁ ଉତ୍ସାହିତ କରିଥିଲେ ।

ସେ କହିଛନ୍ତି ଯେ, “LIDKAR ମାଧ୍ୟମରେ, ଆମେ ଏହାକୁ ବିରୋଧ କରିଥିଲୁ ଏବଂ କର୍ଣ୍ଣାଟକର କାରିଗରମାନେ ଯେପରି ବଞ୍ଚିତ ନ ହୁଅନ୍ତି ତାହା ନିଶ୍ଚିତ କରିବା ପାଇଁ କଠିନ ଲଢ଼େଇ କରିଥିଲୁ। ମୁଁ ଗର୍ବର ସହିତ କହୁଛି ଯେ ଆମେ ଆମର ଲକ୍ଷ୍ୟରେ ସଫଳ ହୋଇଛୁ। ଶେଷରେ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ୪ଟି ଜିଲ୍ଲାକୁ ମିଳିତ ଭାବରେ GI ଟ୍ୟାଗ୍ ଦିଆଯାଇଥିଲା। ଏହି ସଂଘର୍ଷ କେବେବି ୨ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ବିଷୟରେ ନଥିଲା, ବରଂ ଆମର ସହଭାଗୀ ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଆମର କାରିଗରମାନଙ୍କୁ ସେମାନଙ୍କ ଯୋଗ୍ୟ ଆଇନଗତ ସ୍ୱୀକୃତି ଦେବା ବିଷୟରେ ଥିଲା।”

ଅନ୍ୟପଟେ କଂଗ୍ରେସ ନେତା ପ୍ରିୟାଙ୍କ ଖାର୍ଗେ ତାଙ୍କ ଦାବି ଉପସ୍ଥାପନ କରି କହିଥିଲେ ଯେ ଯେତେବେଳେ ଅନ୍ତର୍ଜାତୀୟ ଫ୍ୟାଶନ୍ ହାଉସଗୁଡ଼ିକ ଆମର ଡିଜାଇନ୍ ଗ୍ରହଣ କରନ୍ତି, ସେତେବେଳେ ଆମର କାରିଗରଙ୍କ ନାମ, କାମ ଏବଂ ଐତିହ୍ୟକୁ ମଧ୍ୟ ପ୍ରଦର୍ଶିତ କରାଯିବା ଉଚିତ ଏବଂ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ। GI ଟ୍ୟାଗ୍ ସେମାନଙ୍କୁ କେବଳ ଆଇନଗତ ଅଧିକାର ଦିଏ, କିନ୍ତୁ ଏବେ ସେମାନଙ୍କୁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଯୋଗାଇବା ଆମର ଦାୟିତ୍ୱ।