spot_img
Home Blog Page 6844

ଆସୁଛି ମୌସୁମୀ: ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର: ଆସନ୍ତା ୩ଦିନ ମଧ୍ୟରେ  ଓଡ଼ିଶା ଛୁଇଁବ ମୌସୁମୀ ।  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ସଂଲଗ୍ନ ଅଂଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବୂଳୟ ‘ଲଘୁଚାପ’ରେ ପରିଣତ ହୋଇଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଯାହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୱେଲ ମାର୍କ ଲୋ-ପ୍ରେସର ରୂପ ନେବ ।

ଫଳରେ ଓଡ଼ିଶାରେ ଲଗାତାର ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଫଳରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶାକୁ ମୌସୁମୀ ବାଟ କଢାଇ ଆଣିବା ପାଇଁ ବଙ୍ଗୋପସାଗରରେ ପାଗ ଅନୁକୂଳ ଥି୍ବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୪ ଜିଲ୍ଲାକୁ ଓରେଞ୍ଜ ଆର୍ଲଟ ରହିଛି ସେଗୁଡ଼ିକ ହେଲା କୋରାପୁଟ, ମାୟୁରଭଞ୍ଜ , ଗଞ୍ଜାମ ଓ ଗଜପତି । ଏବଂ ଆଉ ୧୧ଟି ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି ସେଗୁଡ଼ିକ ହେଲା ପୁରୀ, କନ୍ଧମାଳ, କେଉଁଝର, ଢେଙ୍କାନାଳ, କଟକ, ଅନୁଗୁଳ, ଜଗତସିଂହପୁର, ଖୋର୍ଦ୍ଧା,ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ।

ରଥଯାତ୍ରା ନେଇ ସରକାରଙ୍କୁ ନିଷ୍ପତ୍ତି ନେବାକୁ କହିଲେ ହାଇକୋର୍ଟ..

କଟକ: ରାଥଯାତ୍ରା ନେଇ ସରକାର ନେବେ ନିଷ୍ପତ୍ତି । କଟକ-ହାଇକୋର୍ଟ ରେ ରଥଯାତ୍ରା ପ୍ରସଙ୍ଗ ଉପରେ ଶୁଣାଣି କରି ରାଜ୍ୟ ସରକାରଙ୍କୁ ପରିସ୍ଥିତି କୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କୋଭିଡ୍ ନିୟମ ମାନି ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ହାଇକୋର୍ଟ । ଶୁଣାଣି କାଳରେ ରାଜ୍ୟ ସରକାରଙ୍କ ପକ୍ଷ ରଖିଥିଲେ ଆଡଭୋକେଟ ଜେନେରାଲ । ହାଇକୋର୍ଟଙ୍କ ଆଦେଶ ପରେ ରଥଯାତ୍ରା ହେବ କି ନାହିଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି ।

ତେବେ ରଥଯାତ୍ରା ପାଖେଇ ଆସିଲାଣି । ରଥଖଳାରେ ଜୋରସୋରରେ ଚାଲିଚି ରଥ ନିର୍ମାଣ କାମ । ରଥ ନିର୍ମାଣରେ ମହାରଣା, ରୂପକାର, କମାର ଓ ଭୋଇ ସେବକ ନିୟୋଜିତ ଅଛନ୍ତି । ୩ ରଥକୁ ଉଠିଲା ବଡ଼ ପୋଟଳ । ଶୀଘ୍ର କାମ ସାରିବାକୁ କାହାରି ହାତକୁ ତର ନାହିଁ । ରଥର ପ୍ରାୟ ୭୦ ପ୍ରତିଶତ କାମ ସରିଥିବା ବେଳେ ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ କାମ ସରିବ ବୋଲି ସେବାୟତ ମାନେ କହିଛନ୍ତି ।

ସେହିପରି ୩ ରଥର ୧୪ ନାହାକା ନିର୍ମାଣ କାମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ, ଦ୍ବିତୀୟ ଭୂଇଁ ଲାଗିସାରିଥିବା ବେଳେ ତୃତୀୟ ଭୂଇଁ କାମ ସରିଛି । ପାରାଭାଡ଼ି କାମ ଜାରି ରହିଛି । ରଥରେ ରଙ୍ଗପକାଇବା କାମ ଆରମ୍ଭ ହୋଇଛି ।

ଦିଲ୍ଲୀରେ କମ୍ୟୁନିଟି ସ୍ପ୍ରେଡର ବିପଦ ! ବିନା ଲକ୍ଷଣ ଥିବା ଲୋକ ହେଉଛନ୍ତି କରୋନା ପଜିଟିଭ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି ।  ବିନା ଲକ୍ଷଣଥିବା ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି । କାରଣ ଯେତେବେଳେ ବିନା ଲକ୍ଷଣ ଥିବା ଲୋକଙ୍କର  କରୋନା ଟେଷ୍ଟ କରାଯାଉଛି ସେତେବେଳେ ସେମାନେ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଯାହାର ଅର୍ଥ ହେଉଛି ଦିଲ୍ଲୀରେ କରୋନା ବ୍ୟାପିଯାଇଛି । ସୋମାବାର ଦିନ କରୋନା ଟେଷ୍ଟର ୨୭ପ୍ରତିଶତ ଲୋକ କରୋନା ପଜିଟିଭି ବାହାରିଛନ୍ତି । ଏହାସହ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୩୦ହଜାର ପର୍ଯ୍ୟନ୍ତ ପହଞ୍ଚିଯାଇଛି । ଆଜି ଉପ ରାଜ୍ୟପାଳ ଅନିଲ ବୈଜଲ ଏହାକୁ ନେଇ ବୈଠକ ଡକାଇଛନ୍ତି ।  ଯେଉଁଠାରେ ଅରବିନ୍ଦ କେଜରିୱାଲଙ୍କ ବଦଳରେ ମନିଷ ଶିଶୋଦିଆ  ଉପସ୍ଥିତ ଅଛନ୍ତି ।

ଗତ ୨୪ଘଣ୍ଟାରେ ଦିଲ୍ଲୀରେ ୩୭ଶହ ଲୋକଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୦୦୭ଜଣ ଲୋକଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଯାହା ପରୀକ୍ଷଣର ୨୭ ପ୍ରତିଶତ  । ଯଦି ପୂର୍ବ ସପ୍ତାହ ର କଥା କୁହାଯାଏ ତ ପଜିଟିଭ୍ ସଂଖ୍ୟା ୨୬ ପ୍ରତିଶତ ରହିଥିଲା ।

କମ୍ୟୁନିଟି ସ୍ପ୍ରେଡ୍

ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯ହଜାର ୯୪୩ ରହିଛି । ଏମାନଙ୍କ ମଧ୍ୟରୁ ୧୧ହଜାର ୩୫୭ଜଣ ଏପର୍ଯ୍ୟନ୍ତ  ସୁସ୍ଥ ହୋଇଥିବା ବେଳେ ୧୭ହଜାର ୭୧୨ମାମଲା  ସକ୍ରିୟ ଅଛି ।  ଦିଲ୍ଲୀରେ ଏବେ କରୋନା ସଂକ୍ରମଣ ବ୍ୟାପିବାର ଭୟ ମଧ୍ୟ ବଢିବାରେ ଲାଗିଛି । ଯାହାକୁ ଆଜି ଏକ ବୈଠକ ହେବାକୁ ଯାଉଛି । ଏହି ବୈଠକକୁ ନେଇ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଥିଲେ ଯେ, ଦିଲ୍ଲୀରେ କରୋନା ମାମଲା ବଢିବାରେ ଲାଗିଛି । କରୋନାର ସ୍ଥିତି ଉପରେ ଏସଡିଏମଏର ବୈଠକ ଅଛି ।

ବର୍ତ୍ତମାନ ଦିଲ୍ଲୀରେ କରୋନାଙ୍କ ସ୍ଥିତି କ’ଣ ତାହାକୁ ନେଇ ବୈଠକରେ ଆଲୋଚନା ହେବ । କଣ କରୋନାର ସ୍ଥିତି କମ୍ୟୁନିଟି ସ୍ପ୍ରେଡରେ ପହଞ୍ଚିଛି ତାହାକୁ ନେଇ ଚର୍ଚ୍ଚା ହୋଇପାରେ । ଏବଂ ଯଦି କରୋନା ଦିଲ୍ଲୀରେ ସମ୍ପ୍ରଦାୟ ବିସ୍ତାର ବା କମ୍ୟୁନିଟି ସ୍ପ୍ରେଡରେ ପହଞ୍ଚିଛି, ତେବେ ଏହାର ମୁକାବିଲା ପାଇଁ ରଣନୀତି କ’ଣ ହେବ ? ସମସ୍ତ ତଥ୍ୟ ସହିତ କିଛି ବିଶେଷଜ୍ଞଙ୍କୁ ଡକାଯାଇଛି । ସେହି ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ମଧ୍ୟ ହେବ ।

ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଛି ଏଭଳି ସ୍ଥିତିରେ ଯଦି ଜାଣାପଡ଼େ ଯେ, ସମ୍ପ୍ରଦାୟ ବିସ୍ତାର ବା କମ୍ୟୁନିଟି ସ୍ପ୍ରେଡ ହେଉଛି, ତେବେ ଦିଲ୍ଲୀ ସରକାରଙ୍କ ରଣନୀତି ବଦଳିଯିବ ।

୧୮୩ଟି ହଟସ୍ପଟ୍

ଦିଲ୍ଲୀରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ହେତୁ ଏଠାରେ କରୋନା ହଟସ୍ପଟ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ରବିବାର ସୁଦ୍ଧା ଦିଲ୍ଲୀର ହଟସ୍ପଟ୍ ସଂଖ୍ୟା ୧୬୯ ଥିଲା ଯାହା ଏବେ ୧୮୩ରେ ପହଞ୍ଚିଛି ।

ଏହି କାରଣରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଦଳାଇଥିଲେ ନିଜ ମଙ୍ଗଳସୂତ୍ର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ପାଖରେ ଢେର ଅଳଙ୍କାର ଅଛି । କିନ୍ତୁ ସମସ୍ତ ଅଳଙ୍କାର ମଧ୍ୟରୁ ମଙ୍ଗଳାସୂତ୍ର ଜଣେ ବିବାହିତ ମହିଳା ପାଇଁ ବିଶେଷ ମହତ୍ୱ ରହିଛି । ଏହା କେବଳ ଏକ କଳା ସୂତା ନୁହେଁ ବରଂ ଏହା ପରମ୍ପାର ଓ ହିନ୍ଦୁ ନାରୀଙ୍କ ପ୍ରତୀକ । ବିବାହ ପରେ ଏହା ତାଙ୍କ ପରିଚୟର ଏକ ଅଂଶ ହୋଇଯାଏ । ଐଶ୍ୱର୍ଯ୍ୟା ରାୟଙ୍କ ପାଇଁ ମଧ୍ୟ ତାଙ୍କ ମଙ୍ଗଳସୂତ୍ର, କିନ୍ତୁ ଆଜିକାଲି ତାଙ୍କ ମଙ୍ଗଳସୂତ୍ରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି ।

୨୦୦୭ ମସିହା ଏପ୍ରିଲ ମାସ ୧୯ ତାରିଖରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ ଐଶ୍ୱର୍ଯ୍ୟା ରାୟ । ଐଶ୍ୱର୍ଯ୍ୟା ତାଙ୍କ ବିବାହରେ ପ୍ରସିଦ୍ଧ ଡିଜାଇନର୍ ନୀତା ଲୁଲାଙ୍କ ଡିଜାଇନ୍ଡ ଏକ ଗୋଲ୍ଡେନ୍ ରଙ୍ଗର କାଞ୍ଜୀବରମ୍ ଶାଢୀ ପିନ୍ଧିଥିଲେ, ଯାହାର ଦାମ ୭୫ ଲକ୍ଷ ଥିଲା। କେବଳ ସେତିକି ନୁହେଁ, ବିବାହରେ ହୀରାର ଏକ ମଙ୍ଗଲସୂତ୍ର ପିନ୍ଧିଥିଲେ ଐଶ୍ୱର୍ଯ୍ୟା । ସେତେବେଳେ ଏହାର ମୂଲ୍ୟ ପ୍ରାୟ ୪୫ଲକ୍ଷ ଥିଲା । କିନ୍ତୁ ବିବାହର ଏତେ ବର୍ଷ ପରେ ଐଶ୍ୱର୍ଯ୍ୟାଙ୍କ ମଙ୍ଗଲସୂତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ବିବାହର ପରେ ପରେ ଐଶ୍ୱର୍ଯ୍ୟାଙ୍କ ମଙ୍ଗଳସୂତ୍ର ଲମ୍ବା ଓ ମୋଟା ଥିଲା । କିନ୍ତୁ ଆଜିକାଲି ଐଶ୍ୱର୍ଯ୍ୟା ଅଲଗା ମଙ୍ଗଲସୂତ୍ର ପିନ୍ଧୁଛନ୍ତି ଯାହା ହାଇଲାଇଟ୍ ହେବାରେ ଲାଗିଛି ।  ତେବେ ଏହା ପଛର କାରଣ ମଧ୍ୟ ଜଣାପଡିଛି । ସୂଚନାଯୋଗ୍ୟ ଯେ, ଆରାଧ୍ୟା ବଚ୍ଚନଙ୍କ ଜନ୍ମ ପୂର୍ବରୁ ଅଭିନେତ୍ରୀ ସେହି ଡାଇମଣ୍ଡ ମଙ୍ଗଳସୂତ୍ର ପିନ୍ଧୁଥିଲେ । କିନ୍ତୁ ଝିଅର ଜନ୍ମ ପରେ ସେ ଲମ୍ବା ମଙ୍ଗଲସୂତ୍ରକୁ ବଦଳରେ ଏକ ଛୋଟ ମଙ୍ଗଳସୂତ୍ର ପିନ୍ଧିଲେ । କିନ୍ତୁ ମଙ୍ଗଳସୂତ୍ରର ହୀରା ପେଣ୍ଡେଟ ସମାନ ରଖିଥିଲେ ।

ତେବେ ଐଶ୍ୱର୍ଯ୍ୟାଙ୍କ ମଙ୍ଗଳସୂତ୍ର ବଦଳିବାର କାରଣ ତାଙ୍କ ଲାଡଲି ଥିଲେ । ୨୦୧୧ ମସିହା ନଭେମ୍ବର ମାସ ୧୬ ତାରିଖରେ ଆରାଧ୍ୟାଙ୍କ ଜନ୍ମ ହୋଇଥିଲା । ଆରାଧ୍ୟାଙ୍କ ଜନ୍ମ ପରେ ଐଶ୍ୱର୍ଯ୍ୟା ଭାରି ଅଳଙ୍କାର ପିନ୍ଧିବା ଛାଡିଦେଇଥିଲେ । କାରଣ ଆରାଧ୍ୟା ଅଧିକାଂଶ ସମୟରେ ନିଜ ମାଆଙ୍କ ସହ ସମୟ ବିତାଇବା ପସନ୍ଦ କରନ୍ତି । କୌଣସି ଅସୁବିଧାର ସମ୍ମୁଖୀନ ନହେବା ପାଇଁ ଐଶ୍ୱର୍ଯ୍ୟା ଏହି ସବୁ ଛୋଟ ଛୋଟ ଜିନିଷରେ ପରିବର୍ତ୍ତନ ଆଣିଥିଲେ ।

 

ଭୁବନେଶ୍ୱରରେ ୪ ନୂଆ କରୋନା ପଜିଟିଭ୍, ଜାଣନ୍ତୁ କିଏ କେଉଁଠୁ….

ଭୁବନେଶ୍ୱର: ପୁଣି ଭୁବନେଶ୍ୱରରେ ଚିହ୍ନଟ ହେଲେ ୪ ନୂଆ କରୋନା ପଜିଟିଭ୍‌ । ୪ ଜଣଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଶେଖରପୁର ଅଞ୍ଚଳର ୨୮ ବର୍ଷୀୟ ଯୁବକ ବୋଲି ଜଣାପଡ଼ିଛି । ସେ ହାଇଦ୍ରାବାଦରୁ ଫେରୁଥିବା ନେଇ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି ।

ସେହିଭଳି ଆଉ ଜଣେ ଆକ୍ରାନ୍ତ ଡୁମୁଡୁମା ଅଞ୍ଚଳର ୨୯ ବର୍ଷୀୟ ଯୁବକ ବୋଲି ସୂଚନା ମିଳିଛି । ସେ ଦିଲ୍ଲୀରୁ ହାଇଦ୍ରାବଦ ଫେରିଥିବା ନେଇ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି ।

ଅନ୍ୟ ଦୁଇ କରୋନା ଆକ୍ରାନ୍ତ ହେଲେ ପଟିଆ ଅଞ୍ଚଳର । ଉଭୟ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ଜଣେ ୩୪ ବର୍ଷର ପୁରୁଷ ହୋଇଥିବା ବେଳେ ଆଉ ଜଣେ ୨୬ ବର୍ଷୀୟ ମହିଳା ରହିଛନ୍ତି । ସେମାନଙ୍କ ଦିଲ୍ଲୀରୁ ଫେରିଥିବା ନେଇ ଟ୍ରାଭେଲ ହିଷ୍ଟ୍ରି ରହିଛି ।

ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର ସନାତନ ରଥଙ୍କ ବିୟୋଗ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ରାଜ୍ୟର ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର ସନାତନ ରଥଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । କଟକସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ଡାକ୍ତର ରଥ ରାଜ୍ୟର ଜଣେ ଜଣାଶୁଣା ସ୍ନାୟୁ ବିଶେଷଜ୍ଞ ଥିଲେ । ସେ କଟକ ଏସ୍‌ସିବି ନ୍ୟୁରୋ ସର୍ଜରୀ ବିଭାଗର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ ।

ଡାକ୍ତର ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଡାକ୍ତର ରଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡାକ୍ତର ରଥ ଜଣେ ଲୋକପ୍ରିୟ ସର୍ଜନ ଭାବେ ପରିଚିତ ଥିଲେ । ରାଜ୍ୟରେ ଚିକିତ୍ସା ଶିକ୍ଷା ଦିଗରେ ତାଙ୍କର ଯୋଗଦାନକୁ ସବୁବେଳେ ମନେ ରଖାଯିବ । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

୧୯୩୪ ମସିହା ଜୁଲାଇ ୨୫ ତାରିଖରେ ଜନ୍ମିତ ଡାକ୍ତର ରଥ ଭେଲୋରରୁ ଡାକ୍ତରୀ ଶିକ୍ଷା ଶେଷ କରିଥିଲେ । ୧୯୬୫ ମସିହାରେ ସେ କଟକ ଏସିସିବି ମେଡିକାଲ କଲେଜର ନ୍ୟୁରୋସର୍ଜରୀ ବିଭାଗରେ ସହଯୋଗୀ ପ୍ରଫେସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୯୧ରେ ତାଙ୍କୁ ରାଜ୍ୟ ମେଡିକାଲ ଏଜୁକେଶନର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା ।

ସ୍କୁଲ ଆଡମିଶନ ପ୍ରସଙ୍ଗ : ଅଭିଭାବକ ମହାସଂଘର ବିରୋଧ,ଆନ୍ଦୋଳନ ଧମକ

ଭୁବନେଶ୍ୱର: ସ୍କୁଲରେ ଆଡମିଶନ ପ୍ରସଙ୍ଗ । ଜୋରଦାର ବିରୋଧ ସତ୍ତ୍ଵେ ସରକାର ଆରମ୍ଭ କରିଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଆଡମିଶନ ଗତକାଲିଠାରୁ ଆରମ୍ଭ ହୋଇଛି । ଏହାକୁ ବିରୋଧ କରି ଓଡ଼ିଶା ଅଭିଭାବକ ମହାସଂଘ ଆଜି ମହାତ୍ମା ଗାନ୍ଧୀ ପାର୍କରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ଧାରଣା ଦେଇଥିଲେ । ସାରା ବିଶ୍ୱ କରୋନା କବଳିତ ଥିବାବେଳେ ଆଡମିଶନ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛି ଅଭିଭାବକ ମହାସଂଘ । ଘରୋଇ ସ୍କୁଲଗୁଡ଼ିକର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଥିବା ସଂଘ ଅଭିଯୋଗ କରିଛି । ସରକାର ତୁରନ୍ତ ଏ ନିଷ୍ପତ୍ତିରୁ ନ ଓହରିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସଂଘ ଚେତାଇ ଦେଇଛି ।

File pic

 

ଅନ୍ୟପଟେ ଆଡମିଶନକୁ ସଂଘ କାହିଁକି ବିରୋଧ କରୁଛି । ଏହା ସେମାନଙ୍କର ବ୍ୟକ୍ତିଗତ ଏଜେଣ୍ଡା ହୋଇପାରେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାଶ । ସେମାନେ ଏହାକୁ କାହିଁକି ଘରୋଇ ବିଦ୍ୟାଳୟ ସହ ଯୋଡୁଛନ୍ତି ବୋଲି ସମୀର ପ୍ରଶ୍ନ କରିଛନ୍ତି । ଜୁଲାଇ ୧୫ ସୁଦ୍ଧା ଆଡମିଶନ ସାରିବାକୁ ହେବ । ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ସରକାର ତିନି ମାସ ଯାଏଁ ମଧ୍ୟାହ୍ନ ଭୋଜନ ଦେଇଛନ୍ତି । ପରବର୍ତ୍ତୀ ଅବସ୍ଥାରେ କେତେ ପିଲା ଆଡମିଶନ କଲେ ତାରା ଡାଟା ଆବଶ୍ୟକ ରହିଛି । ମୁଖ୍ୟ ଶାସନ ସଚିବ କହିଛନ୍ତି, ଜୁନ ୩୦ ଭିତରେ ୧୦ ବର୍ଷରୁ କମ ପିଲାଙ୍କୁ ଆଣି ଆଡମିଶନ କରିବାକୁ । ତେଣୁ ସରକାର ଏବେଠାରୁ ଆଡମିଶନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ ।

ପୁଣି ଅର୍ଣ୍ଣବଙ୍କ ପାଇଁ ବଢ଼ିଲା ଅଡ଼ୁଆ, ସାମ୍ପ୍ରଦାୟିକ ମନ୍ତବ୍ୟ ନେଇ ଥାନାରେ ରୁଜୁ ହେଲା ମାମଲା..

ନୂଆଦିଲ୍ଲୀ: ପୁଣି ଅର୍ଣ୍ଣବଙ୍କ ପାଇଁ ବଢ଼ିଲା ଅଡ଼ୁଆ । ମୁମ୍ବାଇ ପୋଲିସ ପକ୍ଷରୁ ସମନ ଜାରି । ଥାନାରେ ଏଫ୍‌ଆଇଆର୍‌ ପରେ ରୁଜୁ ହେଲା ମାମଲା । ମୁମ୍ବାଇ ସ୍ଥିତ ବାନ୍ଦ୍ରାରେ ଏକାଠି ହୋଇଥିବା ପ୍ରବାସୀଙ୍କୁ ନେଇ ଅର୍ଣ୍ଣବଙ୍କ ସମ୍ପ୍ରଦାୟିକ ମନ୍ତବ୍ୟ ପରେ ପୋଲିସ ଏହି ମାମଲା ରୁଜୁ କରିଛି । ତେବେ ନିକଟ ଅତୀତରେ ଅର୍ଣ୍ଣବ ନିଜ ସୋ’ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଅପମାନିତ କରିଥିବା ଅଭିଯୋଗରେ, ଥାନାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସ ଜେରାର ସମ୍ମୁଖୀନ ହୋଇଥିଲେ । ଏବେ ପୁଣି ଥରେ ବନ୍ଦ୍ରାଠାରେ ଏକାଠି ହୋଇଥିବା ପ୍ରବାସୀଙ୍କୁ ନେଇ ସାମ୍ପ୍ରଦାୟିକ ଆକ୍ଷେପ କରିଥିବାରୁ ପୋଲିସ ଗତ ମେ’ ଦୁଇ ତାରିଖରେ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା ।

ମେ’ ୧୯ରେ ଏହି ସୁପ୍ରିମ୍‌କୋର୍ଟ ଏହି ମାମଲାକୁ ନେଇ ଅର୍ଣ୍ଣବଙ୍କ ଏକ ପିଟିସନ୍‌କୁ ଖାରଜ କରିଛନ୍ତି । ମହାରାଷ୍ଟ୍ର ପୋଲିସ ନୁହେଁ ବରଂ ସିବିଆଇ ଅର୍ଣ୍ଣବଙ୍କ ନାଁରେ ହୋଇଥିବା ଅଭିଯୋଗର ତଦନ୍ତ କରୁ ବୋଲି, ସୁପ୍ରିମ୍‌କୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ ଅର୍ଣ୍ଣବଙ୍କ ଓକିଲ । ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଏହି ମାମଲାରେ ସେଭଳି କିଛି ନାହିଁ ଯେ ଏହାକୁ ସିବିଆଇକୁ ହସ୍ତାନ୍ତର କରାଯିବ ଏବଂ ଏହି ମାମଲାର ତଦନ୍ତ କରିବା ପାଇଁ ମହାରାଷ୍ଟ୍ର ପୋଲିସର ସମ୍ପୂର୍ଣ୍ଣ ଅଧିକାର ରହିଛି ।

ତେବେ ଏହାର ଶୁଣାଣି ସମୟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଓକିଲ ବରିଷ୍ଠ ଆଇନଜୀବୀ ହରିଶ୍‌ ସାଲଭେ କହିଛନ୍ତି, ଅର୍ଣ୍ଣବଙ୍କୁ ପଚରାଉଚରା କରିଥିବା ଜଣେ ପୋଲିସ୍ କର୍ମଚାରୀ COVID-19 ପଜିଟିଭ୍ ଥିବା ଜଣାପଡ଼ିଛି ।

ଅନଲକ୍ ୧: କରୋନା ସଂକ୍ରମଣ କାଳରେ ଅଫିସ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କୋରନା ଆକ୍ରାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପି ଜାରି କରାଯାଇଥିବା ଲକଡାଉନକୁ ସରକାର କୋହଳ କରିଛନ୍ତି । କିନ୍ତୁ ଭୟ ହେଉଛି ସଂକ୍ରମଣ । ତେଣୁ କେନ୍ଦ୍ର ସରକାର ଅଫିସ କର୍ମଚାରୀଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଆସନ୍ତୁ ଜାଣିବା ନୂଆ ଗାଇଡଲାଇନ୍ କ’ଣ କହୁଛି ।

କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ ଅନୁଯାୟୀ ଅଫିସରେ

୧. ଗୋଟିଏ  ସମୟରେ ୨୦ରୁ ଅଧିକ ଜଣ କର୍ମଚାରୀ କାମ କରିପାରିବେ ନାହିଁ ।

୨.ମୁହାଁମୁହିଁ ମିଟିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।

୩. ଯେଉଁ କର୍ମଚାରୀ ମାନଙ୍କର ଥଣ୍ଡା, କାଶ ଓ ଜ୍ୱର ହେଉଥିବ ସେମାନଙ୍କୁ ଅଫିସ ଆସିବାକୁ ବାରଣ କରାଯାଇଛି ।

୪.  ଯେଉଁ କର୍ମଚାରୀ ମାନେ କଂଟେନମେଂଟ ଜୋନରେ ରହୁଛନ୍ତି ସେମାନେ ଅଫିସ ଆସିପାରିବେ ନାହିଁ ।

୫. ଅଫିସ୍‌ରେ ସମସ୍ତ ବ୍ୟବହାର କରାଯାଉଥିବା କମ୍ପ୍ୟୁଟର,ମାଉସ, କିବୋର୍ଡ ଓ ଅନ୍ୟାନ ଜିନିଷକୁ ପରିଷ୍କାର କରାଯିବା ଉପରେ ଅଧିକ ଧ୍ୟାନ ଦିଆଯିବ ।

୬.ଏହାସହ ୧ ମିଟର ଦୂରତା, ମାସ୍କ ଓ ହାତରେ ଗ୍ଲୋଭସ ଲାଗାଇ କାର୍ଯ୍ୟ କରିବାକୁ ପୂନଃର୍ବାର ନିର୍ଦ୍ଦେଶ ଦିଆଯାଇଛି ।

୭. କର୍ମଚାରୀଙ୍କୁ ପ୍ରତି ଅଧ ଘଣ୍ଟା ବ୍ୟବଧାନରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି ।

କେଜ୍ରିୱାଲ ସରକାରଙ୍କୁ ନେଇ ଖୁସୀ ନାହିଁ ୨ ବର୍ଷ ଶିଶୁ, ହାଇକୋର୍ଟରେ କଲା ଆବେଦନ !

ନୂଆଦିଲ୍ଲୀ: କରୋନା କବଳରେ ସାରା ବିଶ୍ୱ । ଦିନକୁ ଦିନ ଯେମିତି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି ସେମିତି  ଏହାକୁ ନେଇ ଚିନ୍ତା ମଧ୍ୟ ବଢିବାରେ ଲାଗିଛି । ଏହାକୁ ନେଇ ରାଜଧାନୀ ଦିଲ୍ଲୀ ମଧ୍ୟ ବେହାଲ । ତେବେ ଏଭଳି ପରିସ୍ଥିତିରେ ପ୍ରାୟ ସବୁ ପ୍ରକାର କାର୍ଯ୍ୟକଳାପକୁ କୋହଳ କରାଯାଇଛି । ବଜାରରୁ ଆରମ୍ଭ କରି ମଲ୍, ମନ୍ଦିର ଠାରୁ ମସଜିଦ ପର୍ଯ୍ୟନ୍ତ ସବୁକିଛି ଖୋଲିଯାଇଛି । ଯେଉଁଠି ଲୋକମାନେ ଆରାମ ଅନୁଭବ କରୁଛନ୍ତି, ସେଇଠି ଦୁଇ ବର୍ଷର ପିଲାଟି ତାର ଗଭୀର ଚିନ୍ତା ଦେଖାଇଛି । ଏହି ପିଲାଟି ଦିଲ୍ଲୀର ଲକଡାଉନ୍ ଏବଂ କରୋନା ପରୀକ୍ଷଣ ବ୍ୟବସ୍ଥାକୁ ନେଇ କେଜ୍ରିୱାଲ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟକୁ ଯାଇଛନ୍ତି ।

ଦୁଇ ବର୍ଷ ପିଲାଟି ତାଙ୍କ ବାପାଙ୍କ ମାଧ୍ୟମରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି ।  ଆବେଦନରେ ଦର୍ଶାଯାଇଛି ଯେ, ଦିଲ୍ଲୀରେ ବିନା ଲକ୍ଷଣ ଥିବା ଲୋକଙ୍କ ପରୀକ୍ଷା ଉପରେ ନିଷେଧାଦେଶ ଦିଆଯାଇଛି ଏବଂ ଏହାପରେ ଏବେ ପରିସ୍ଥିତି ପୂରା ବିଗିଡି ଯାଇଛି । ଏହା ବ୍ୟତୀତ ବେଡ୍ ଏବଂ ଭେଣ୍ଟିଲେଟର ଭଳି ଅଭାବ ପରିସ୍ଥିତିକୁ ଆହୁରି ଚିନ୍ତାଜନକ କରିଦେଇଛି ।

ଏହି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରିଛନ୍ତି ଏବଂ ଆଜି ଅର୍ଥାତ୍ ମଙ୍ଗଳବାର ଦିନ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି । ହାଇକୋର୍ଟରେ ଦିଲ୍ଲୀ ସରକାରଙ୍କୁ ଜୁନ୍ ୨ ତାରିଖର ନିର୍ଦ୍ଦେଶର ଏକ କପି ମାଗିଛନ୍ତି ଯେଉଁଥିରେ ବିନା ଲକ୍ଷଣ ଲୋକଙ୍କ ପରୀକ୍ଷଣ ବିଷୟରେ କୁହାଯାଇଛି ।

ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ ବିନା ଲକ୍ଷଣ ଲୋକଙ୍କ ପରୀକ୍ଷଣ ନ କରିବା ଆଇସିଏମଆର ନିର୍ଦ୍ଦେଶାବଳୀକୁ ବିରୋଧ କରୁଛି ।  ଆବେଦନରେ ଦାବି କରାଯାଇଛି ଯେ, ଦିଲ୍ଲୀରେ କମ୍ ସଂଖ୍ୟକ କରୋନା ରୋଗୀଙ୍କୁ ଦେଖାଇବା ଉଦ୍ଦେଶ୍ୟରେ ସରକାରଙ୍କ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, ଏଥିରେ ଦିଲ୍ଲୀରେ କରୋନା ବିସ୍ତାର ଏବଂ ବୃଦ୍ଧି ହେବାର ବିପଦ ରହିଛି ।