ଏହି ଅନ୍ଧବିଶ୍ୱାସର ଶିକାର ହୋଇଥିଲେ ସଞ୍ଜିବ କୁମାର, ଆଜୀବନ କରିନଥିଲେ ବିବାହ

Sanjeev kumar lived with blind belief

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜିବ କୁମାର ଏମିତି ଅଭିନେତାଙ୍କ ମଧ୍ୟରୁ ଜଣେ ଯିଏ ନିଜ ରଠିନ ପରିଶ୍ରମ ଦ୍ୱାରା ଇଣ୍ଡଷ୍ଟ୍ରିରେ ଅନେକ ପ୍ରତିଷ୍ଠା ହାସଲ କରିଛନ୍ତି । ୧୯୩୮ ମସିହା ଜୁଲାଇ ମାସରେ ଗୁଜୁରାଟ ସୁରଟରେ ସଞ୍ଜୀବଙ୍କ ଜନ୍ମ ହୋଇଥିଲା । ଜଣେ ଭଲ କଳାକାର ହେବା ସହ ସେ ବହୁତ ଭଲ ବ୍ୟକ୍ତି ଥିଲେ। “ଶୋଲେ” ଫିଲ୍ମରେ ଠାକୁରଙ୍କ ଭୂମିକାରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେହି ଫିଲ୍ମରେ ତାଙ୍କ ଚରିତ୍ର ଅମର ହୋଇ ରହିଗଲା ।

ଫିଲ୍ମ “ନୟା ଦିନ ନୟି ରାତରେ” ସେ ୯ଟି ଭୂମିକାରେ ଅଭିନୟ କରିଥିଲେ । “କୋଶିଶ” ଫିଲ୍ମରେ ସେ ମୁକ ବଧିର ବ୍ୟକ୍ତିର ଅଭିନୟ କରି ବେଶ ଚର୍ଚ୍ଚାରେ ଥିଲେ । କାରଣ ତାଙ୍କ ଅଭିନୟ ଅତୁଳନୀୟ ଥିଲା । ଆଜି ଲୋକପ୍ରିୟ ଅଭିନେତା ସଞ୍ଜିବଙ୍କ ଜନ୍ମ ବାର୍ଷିକ । ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକାଂଶ ଲୋକେ ଜାଣିନଥିଲେ ।

ସଞ୍ଜିବଙ୍କ ରିୟଲ ନାଁ ଜେଠଲାଲ ଜରିୱାଲା ଥିଲା । କିନ୍ତୁ ଇଣ୍ଡଷ୍ଟ୍ରି ସହ ଦର୍ଶକଙ୍କ ମଧ୍ୟରେ ସେ ସଞ୍ଜିବ କୁମାରଙ୍କ ନାଁରେ ପରିଚିତ ଥିଲେ । ଖୁବ କମ ଲୋକେ ଜାଣିଛନ୍ତି ଯେ, ସଞ୍ଜିବ କୁମାର କେବେ ବିବାହ କରିନଥିଲେ । ହେଲେ ସେ ଅନେକ ଥର ପ୍ରେମରେ ପଡିଥିଲେ । ସଞ୍ଜିବ କୁମାରଙ୍କୁ ବଲିଉଡର ପ୍ରଥମ ରିୟଲ ଲାଇଫ୍ ବ୍ୟାଚଲର ମଧ୍ୟ କୁହାଯାଏ । ଯାହା ଆଜିକାଲି ସଲମାନ ଖାନଙ୍କୁ କୁହନ୍ତି ।

ସଞ୍ଜିବ ବାସ୍ତବ ଜୀବନରେ ଏକ ଅଦ୍ଭୁତ ଅନ୍ଧବିଶ୍ୱାସର ଶିକାର ହୋଇଥିଲେ । ତାଙ୍କର ଏହି ଅନ୍ଧବିଶ୍ୱାସ ଥିଲା ଯେ ପରିବାରର ବଡ ପୁଅ ୧୦ ବର୍ଷ ବୟସ ହେବା ପରେ ପିତାଙ୍କର ମୃତ୍ୟୁ ହୋଇଥାଏ । ସଞ୍ଜିବଙ୍କ ଜେଜେବାପା, ବାପା ଏବଂ ଭାଇଙ୍କ ସହ ଏହା ହୋଇସାରିଥିଲା । ସଞ୍ଜିବ ତାଙ୍କ ଦିବ୍ୟାଙ୍ଗ ଭାଇଙ୍କ ପୁଅକୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ ଏବଂ ପୁଅଙ୍କୁ ଦଶ ବର୍ଷ ବୟସ ହେବା ପରେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା। ସେଥିପାଇଁ ତାଙ୍କର ଏହି ଚିନ୍ତାଧାରା କେବେ ବଦଳିନଥିଲା । ଏହି କାରଣ ପାଇଁ ସେ ଜୀବନ ସାରା ବିବାହ କରିନଥିଲେ ।

Leave a Reply