ଏସିଆ କପ୍ ବାତିଲ ପରେ T20 ଏବଂ IPL ହେବ କି ନାହିଁ ଜାଣନ୍ତୁ…

1 min read
T20 World Cup fate uncertain but IPL 2020 chances

ନୂଆଦିଲ୍ଲୀ: ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜନ କରିବାର ସମ୍ଭାବନା ବୃଦ୍ଧି ପାଇଛି । ଯଦିଓ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଏପର୍ଯ୍ୟନ୍ତ ଆଇପିଏଲ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ । କିନ୍ତୁ ଯଦି ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଅନୁସାରେ ଆଇପିଏଲ ହେବା ନେଇ ସମ୍ଭାବନା ବଢିଛି । ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ବାତିଲ କରାଯାଇଛି । ସେହି ଭଳି ଅକ୍ଟୋବର – ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିହା T20 ବିଶ୍ୱକପ୍‌ରେ ସଙ୍କଟ ଦେଖାଦେଇଛି ।

ସୌରଭ ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ବାତିଲ କରାଯାଇଛି । ସେ କହିଛନ୍ତି ଯେ ମୁଁ ଭାବୁଛି ଆଇସିସି ଟି -20 ବିଶ୍ୱକପ ମଧ୍ୟ ବାତିଲ ହେବ, କାରଣ ଏହି ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ସମସ୍ତ ଦେଶ ଆଇସିସିରୁ ନିର୍ଦ୍ଦେଶ ଲୋଡିଛନ୍ତି । ଏବଂ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ହେବାକୁ ମଧ୍ୟ ସମୟ ଲାଗେ । ଏହାସହ ଜୁଲାଇ ମଧ୍ୟଭାଗ ସୁଦ୍ଧା ଟି -20 ବିଶ୍ୱକପ ହେବାକି ନାହିଁ ତାହା ସ୍ପଷ୍ଟ ହେବ ।

ଟି-20 ବିଶ୍ୱକପ ପାଇବାକୁ ଚେଷ୍ଟା କରୁଛି

ବିସିସିଆଇ ସଭାପତି କହିଛନ୍ତି ଯେ, ଅକ୍ଟୋବର-ନଭେମ୍ବରରେ ଟି-20 ବିଶ୍ୱକପ ହେବାର ଅଛି । ଏବଂ ଆଇସିସି ଟି-20 ବିଶ୍ୱକପ କରିବାକୁ ଚେଷ୍ଟା କରୁଛି । କାରଣ ଏହା ତାଙ୍କୁ ବହୁତ ରାଜସ୍ୱ ଦେଇଥାଏ । ଆଇସିସିରୁ ନିର୍ଦ୍ଦେଶ ନ ପାଇବା ପର୍ଯ୍ୟନ୍ତ ଆମେ ଆଇପିଏଲ ବିଷୟରେ କିଛି କହିପାରୁନାହୁଁ ।

ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଡିସେମ୍ବରରେ ଭାରତୀୟ ଦଳକୁ ଅଷ୍ଟ୍ରେଲିଆରେ ଖେଳିବାକୁ ଅଛି । ଏସିଆ କପ୍ ବାତିଲ ହୋଇଯାଛି, କିନ୍ତୁ ପରବର୍ତ୍ତୀ ସମୟରେ କ’ଣ ହେବ ମୁଁ କହିପାରିବି ନାହିଁ ।

ଯଦି ଟି -20 ବିଶ୍ୱକପ ବାତିଲ ହୁଏ ତେବେ ..?

ଯଦି ଆଇସିସି ଘୋଷଣା କରେ ଯେ ଚଳିତ ବର୍ଷର ଟି -20 ବିଶ୍ୱକପ ବାତିଲ ହୋଇଛି, ତେବେ ଆଇପିଏଲର ୱିଣ୍ଡୋ କ’ଣ ରହିବ, କଣ ଆପଣ ଆଇପିଏଲ ପାଇଁ ଚେଷ୍ଟା କରିବେ ..? ଏହାର ଜବାବରେ ଗାଙ୍ଗୁଲି କହିଛନ୍ତି, ‘ମୁଁ ଭାବୁଛି ଆଇସିସି ଟି -20 ବିଶ୍ୱକପ ମଧ୍ୟ ବାତିଲ ହେବ, କାରଣ ସମସ୍ତ ଦେଶ ଟୁର୍ଣ୍ଣାମେଣ୍ଟ ବିଷୟରେ ଆଇସିସିରୁ ନିର୍ଦ୍ଦେଶ ମାଗୁଛନ୍ତି । ଇଭେଣ୍ଟ ପାଇଁ ପ୍ରସ୍ତୁତ ହେବାକୁ ମଧ୍ୟ ସମୟ ଲାଗେ । ଜୁଲାଇ ମଧ୍ୟଭାଗରେ ସ୍ପଷ୍ଟ ହେବ ଯେ, ଟି -20 ବିଶ୍ୱକପ ହେବ କି ନାହିଁ ।

ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଆଇପିଏଲକୁ ନେଇ ଆମର ପ୍ରୟାସ ଜାରି ରହିଛି । ଭାରତ ପାଇଁ ଆଇପିଏଲ୍ ବହୁତ ଗୁରୁତ୍ୱପୂର୍ଣ୍ଣ । ଆମେ ଭାରତରେ ଏହାକୁ କରିବାକୁ ଚେଷ୍ଟା କରିବୁ । ଗାଙ୍ଗୁଲି କହିଛନ୍ତି ଯେ ୪ରୁ ୫ଭେନ୍ୟୁ ଆମେ ଏହାକୁ ସଂଗଠିତ କରିପାରିବୁ । କିନ୍ତୁ ଯଦି ଏହା ନହୁଏ ତେବେ ଆମେ ଏହାକୁ ଭାରତ ବଦଳରେ ଅନ୍ୟସ୍ଥାନରେ କରିବାକୁ ଚିନ୍ତା କରିବୁ । ସମସ୍ତ ବିକଳ୍ପ ଆମ ପାଇଁ ଖୋଲା ଅଛି ।.

ଏବଂ ପରବର୍ତ୍ତି ପ୍ରଶ୍ନରେ ତାଙ୍କୁ ପଚରା ଯାଇଥିଲା, ଭାରତ ବାହାରେ କେଉଁ ଦେଶରେ ଏହା ସଂଗଠିତ ହୋଇପାରିବ, ଗାଙ୍ଗୁଲି କହିଛନ୍ତି ଯେ ଶ୍ରୀଲଙ୍କାରେ କରୋନା ମାମଲା କମ୍ ଅଛି । ଦୁବାଇରେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । କିନ୍ତୁ ଏପର୍ଯ୍ୟନ୍ତ ବୋର୍ଡରେ ଏହା ଆଲୋଚନା ହୋଇନାହିଁ।

Leave a Reply