spot_img
Home Blog Page 6837

ଚନ୍ଦ୍ରରେ କ’ଣ ପାଇଛି ଚୀନ୍ ? ଯାହାକୁ ନେଇ ଚାଲିଛି ଏତେ ଚର୍ଚ୍ଚା !

ଚୀନ୍ ବୈଜ୍ଞାନିକ ଚନ୍ଦ୍ରରେ ଏକ ଅଜବ ପଦାର୍ଥ ପାଇଛନ୍ତି । ଯାହାକୁ ନେଇ ଦୁନିଆରେ ଏବେ ଚର୍ଚ୍ଚା ଚାଲିଛି । ଗତବର୍ଷ ଚୀନର ରୋବର ୟୁଟ୍ ୨ ଏହାକୁ ଖୋଜିଥିଲା । ଗତବର୍ଷ ଜୁଲାଇ ମାସରେ ଏହାକୁ ଖୋଜାଯାଇଲା । ଚୀନର ଚାଙ୍ଗେ-୪ ମିଶନ ଅନ୍ତର୍ଗତରେ ଚନ୍ଦ୍ରମାର ପୃଷ୍ଠଭାଗର ଅଧ୍ୟୟନ ପାଇଁ ଏକ ରୋଭରକୁ ୮ ଦିନ ପାଇଁ ପଠାଯାଇଥିଲା ।

ଗତବର୍ଷ ମିଳିଥିଲା ଏହି ପଦାର୍ଥ

ଗତବର୍ଷ ଅଗଷ୍ଟ ମାସରେ ଚୀନ୍ ଭାଷାରେ ଲିଖିତ ଏକ ଆର୍ଟିକାଲରେ ଏସମ୍ବନ୍ଧରେ ସୂଚନା ଦିଆଯାଇଥିଲା । ସେତେବେଳେ ଏହି ପଦାର୍ଥକୁ ଜିଆଓ ଜୁଆଁଙ୍ଗ ବୁ କୁହାଯାଇଥିଲା । ଯାହାର ଅର୍ଥ ହେଉଛି ଜେଲ୍ ଭଳି କିଛି ପଦାର୍ଥ । ସେତେବେଳେ ବିନା ଚିତ୍ରର ଏହି ଲେଖା ବୈଜ୍ଞାନିକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା ।

କେମିତି ଏହି ପଦାର୍ଥକୁ ଖୋଜା ଯାଇଥିଲା ?

moon china

ଏହି ପଦାର୍ଥ ଚଟାଣରୁ  ବାହାରିଥିଲା । ଅର୍ଥ ଆଣ୍ଡ୍ ପ୍ଲାନେଟରି ସାଇନ୍ସ ଲେଟର୍ସରେ ପ୍ରକାଶିତ ଆଲେଖ୍ୟରେ ବୈଜ୍ଞାନିକ ଗୋଉ ସେଙ୍ଗ୍ ଓ ତାଙ୍କ ସହଯୋଗୀ ମାନେ ଭିଏନଆଇଏସ ଉପକରଣରୁ ମଳିଥିବା ତଥ୍ୟର ଅଧ୍ୟୟନ କରି ଏହି ପଦାର୍ଥକୁ ପାଇଥିଲେ । ଏହା ଗାଢ ଶାଗୁଆ ରଙ୍ଗର ଚମକୁଥିବା ‘ଇମ୍ପେଟ୍ ମେଲ୍ଟ୍ ବ୍ରେଚିଆ’ ଅର୍ଥାତ ଚଟାଣ ତରଳିବା ଦ୍ୱାରା ସୃଷ୍ଟି ହେଉଥିବା ମୁନିଆ ପଥର ଖଣ୍ଡରୁ ସୃଷ୍ଟି ହୋଇଥାଏ । ଏଥିରେ ସେମାନଙ୍କୁ ଗ୍ଲାସର ଉପସ୍ଥିତିର ସଂକେତ ମିଳିଛି ।

ନାସାର ଆପୋଲୋ ମିଶନରୁ ମିଳିଥିବା ନମୂନା ସହ ସାମଞ୍ଜସ୍ୟ

ନାସାର ୧୫ତମ ଓ ସପ୍ତଦଶ ଆପୋଲୋ ମିଶନ ଦ୍ୱାରା ଅଣାଯାଇଥିବା ଦୁଇଟି ବିଶେଷ ନମୂନା ସହ ଏହି ପଦାର୍ଥ ମିଶୁଛି ବୋଲି ଏଥିରେ ଦାବି କରାଯାଇଛି । କୌଣସି ଉଲକା ପିଣ୍ଡ ଚନ୍ଦ୍ରମା ସହ ଧକ୍କା ଖାଇବା ଦ୍ୱାରା ପଥର ତରଳି ଯାଇ ଏହି ଜେଲ୍ ସୃଷ୍ଟି ହୋଇଥିବା କୁହାଯାଉଛି ।

 

୧୭ ଜୁଲାଇ ବେଳକୁ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ପାର୍ ହେବ ୧୦ ଲକ୍ଷ, ଜାଣନ୍ତୁ କେମିତି …..

ଭାରତରେ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ୮ଲକ୍ଷ ଛୁଇଁବାକୁ ଯାଉଛି । ଦେଶରେ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ପ୍ରାୟ ୭.୯୫ ଲକ୍ଷ ମାମଲା ସାମନାକୁ ଆସିଲାଣି । କିଛି ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ୮ଲକ୍ଷ ଅତିକ୍ରମ କରିବ । ଦେଶରେ କୋଭିଡ -୧୯ର ପ୍ରଥମ ମାମଲା ୩୦ ଜାନୁଆରୀରେ ଆସିଥିଲା । ଦେଶ ଲକଡାଉନରୁ ଅନଲକ୍-୧ ଏବଂ ଅନଲକ୍ -୨ ଯାଏଁ ପହଞ୍ଚିଲାଣି । ଏହି ଲମ୍ବା ସମୟ ମଧ୍ୟରେ କରୋନା ର ପ୍ରଭାବ କୌଣସି ସ୍ଥାନରେ ବନ୍ଦ କିମ୍ବା ହ୍ରାସ ହେବାର ଦେଖା ଯାଉନାହିଁ । ଏପର୍ଯ୍ୟନ୍ତ ଦେଶରେ ୨୧.୬୨ ହଜାର ଲୋକ ଏହି କାରଣରୁ ପ୍ରାଣ ହରାଇ ସାରିଲେଣି । ଏସବୁ ସତ୍ୱେ ଆଶ୍ୱାସନାର ବିଷୟ ହେଉଛି  ପ୍ରାୟ ୬୨ ଶତକଡା  କରୋନା ସଂକ୍ରମିତ  ସୁସ୍ଥ ହୋଇଯାଇଛନ୍ତି।

ଭାରତରେ କରୋନା ଭୂତାଣୁକୁ ନେଇ କେବଳ ଗୋଟିଏ ଆଶ୍ୱସ୍ତି, ତାହା ହେଉଛି ସୁସ୍ଥହାର । ୱେବସାଇଟ୍ ୱାର୍ଲ୍ଡୋମିଟର ଅନୁଯାୟୀ, ଦେଶରେ ପ୍ରାୟ ୬୨ ଶତକଡା ଲୋକ କରୋନା ସଂକ୍ରମିତ ହୋଇ ପୁଣି ସୁସ୍ଥ ହୋଇଛନ୍ତି । ବିଶ୍ୱ ତୁଳନାରେ ଦେଶରେ ମୃତ୍ୟୁ ହାର ଟିକେ ସନ୍ତୋଷଜନକ । ବିଶ୍ୱରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରୁ ହାରାହାରି ୭୧ ଜଣ ଲୋକ ପ୍ରାଣ ହରାଉଥିବା ବେଳେ ଭାରତରେ ମୃତ୍ୟୁ ହାର ମାତ୍ର ୧୬ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୪.୯୬ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇଥିବାବେଳେ ୨.୭୭ ଲକ୍ଷ ଲୋକ ସଂକ୍ରମିତ ଅଛନ୍ତି।

ଯଦି ଆମେ କରୋନାର ସାମ୍ପ୍ରତିକ ପରିସ୍ଥିତିକୁ ଆକଳନ କରିବା, ତେବେ ଆମେ ଜାଣି ପାରିବା ଯେ ଗତ ଦୁଇ ଦିନ ମଧ୍ୟରେ ଭାରତରେ ପ୍ରାୟ ୨୦ରୁ ୨୫ହଜାର ମାମଲା ସାମନାକୁ ଆସୁଛି  । ଯଦି ଏହି ଭଳି ସଂକ୍ରମଣ ସଂଖ୍ୟା ବଢିଚାଲେ, ତେବେ ପ୍ରତି ଚାରି ଦିନରେ ଦେଶର ଏକ ଲକ୍ଷ ଲୋକ ଏହି ଭୂତାଣୁରୁ ସଂକ୍ରମିତ ହେବେ ଯାହାଏକ ଚିନ୍ତାଜନକ ବିଷୟ ଅଟେ । ୧୭ ଜୁଲାଇ ସୁଦ୍ଧା ଦେଶରେ ୧୦ ଲକ୍ଷ କରୋନା ମାମଲା ସାମନାକୁ ଆସିବ ଏବଂ ଜୁଲାଇ ଶେଷ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ୧୪ ଲକ୍ଷରେ ପହଞ୍ଚିବାର ଆଶଙ୍କା କରାଯାଉଛି ।

୮ ଦିନରେ ବୃଦ୍ଧି ପାଇଲା ୧.୮୨ ଲକ୍ଷ 

ଭାରତରେ ଜୁଲାଇ ମାସ ପ୍ରଥମ ଆଠ ଦିନରେ ପ୍ରାୟ ୧.୮୨ ଲକ୍ଷ ନୂଆ କରୋନା ମାମଲା ଦେଖାଦେଇଛି ଯାହା ଜୁନ୍ ୩୦ରେ ୫.୮୫ ଲକ୍ଷ ଥିଲା । ଏବେଏହି ସଂଖ୍ୟା ୭.୬୭ ଲକ୍ଷରେ ପହଞ୍ଚି ସାରିଛି । ଅର୍ଥାତ୍ ଭାରତରେ ଜୁଲାଇ ପ୍ରଥମ ୮ ଦିନରେ ପ୍ରତିଦିନ ହାରାହାରି ୨୨.୮୦ ହଜାର ମାମଲା ସାମନାକୁ ଆସୁଥିଲା । ଜୁଲାଇର ଦ୍ୱିତୀୟ ସପ୍ତାହରେ ଏହା ପ୍ରାୟ ୨୪ ହଜାର ରହିପାରେ  ।

ଆମେରିକାରେ ସବୁଠୁ ଅଧିକ ସଂକ୍ରମଣ

ବିଶ୍ୱ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ପର୍ଯ୍ୟନ୍ତ ୧.୨୩ କୋଟି ମାମଲା ରହିଛି ଏବଂ ୫.୫୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଆମେରିକାର ସର୍ବାଧିକ ମାମଲା ରହିଛି । ଜୁଲାଇ ୮ ସୁଦ୍ଧା, ଆମେରିକାରେ ୩୧.୫୮ଲକ୍ଷ ମାମଲା ରହିଥିଲା । ଆମେରିକା ପରେ ବ୍ରାଜିଲ ୧୭.୧୬ ଲକ୍ଷ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ଭାରତ ୭ଲକ୍ଷ ୯୩ ହଜାର ୮୦୨ ମାମଲା ସହ ତୃତୀୟ ସ୍ଥାନରେ ରହିଛି ।

ଚୀନ୍ ତିଆରି ଏହି ସ୍ମାର୍ଟଫୋନ କ୍ୟାମେରା କରିପାରୁଥିଲା ଡ୍ରେସ୍ ଏକ୍ସରେ ! ଜାଣନ୍ତୁ କେଉଁ ଫୋନ୍ …

ଚାଇନାର ସ୍ମାର୍ଟଫୋନ୍ କମ୍ପାନୀ ୱାନପ୍ଲସର ଲେଟେଷ୍ଟ ଫ୍ଲାଗସିପ୍ ଫୋନରେ କମ୍ପାନୀ ଏକ ସ୍ୱତନ୍ତ୍ର କ୍ୟାମେରା ସେନ୍ସର ଦେଇଥିଲା, ଯାହା ସାହାଯ୍ୟରେ  ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ ପୋଷାକ ଆରପାର୍ଶ୍ୱ ଦେଖାଯାଉଥିଲା । କମ୍ପାନୀ ଦ୍ୱାରା ‘ଏକ୍ସ-ରେ ଭିଜନ’ କ୍ୟାମେରା ସେନସର କାହିଁକି ଦିଆଯାଇଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ କିନ୍ତୁ ବର୍ତ୍ତମାନ ଏହାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । OnePlus 8 Pro ରେ  ଇନଫ୍ରାଡ୍ ଫୋଟୋକ୍ରୋମ୍ ଲେନ୍ସ ଦିଆଯାଇଥିଲା ଓ ଏହା  ପ୍ଲାଷ୍ଟିକ୍ ଏବଂ ପୋଷାକର ଆରପାର୍ଶ୍ୱ ଦେଖିପାରୁଥିଲା  ।

କମ୍ପାନୀ ପୂର୍ବରୁ ଏହି ସେନସରକୁ ଡିସେବଲ କରିଥିଲା ​କିନ୍ତୁ ଏବେ The sun ତରଫରୁ ସୂଚନା ଦିଆଯାଇଛି ଯେ ଏହି କ୍ୟାମେରା ସେନସର ପୂର୍ଣ୍ଣ ଭାବରେ ଡିସେବଲ ହୋଇସାରିଛି । ଇନଫ୍ରାରେଡ୍ ସାହାଯ୍ୟରେ ଫଟୋକୁ ଅନନ୍ୟ ରଙ୍ଗ ଦେବା ପାଇଁ ଏହି ଫିଲ୍ଟର୍ ବ୍ୟବହୃତ ହେଉଥିଲା, କିନ୍ତୁ ଫୋନର ରିଭ୍ୟୁ ୟୁନିଟସରୁ ଏହାର ଖାସ୍ ଫଙ୍କସନ୍ ସାମ୍ନାକୁ ଆସିଥିଲା  । ଅନେକ ଇଲେକ୍ଟ୍ରୋନିକ୍ସ ଏବଂ ପୋଷାକର ଆରପାର୍ଶ୍ୱ ଦେଖାଯାଉଥିବା କ୍ୟାମେରାର ଗୋପନୀୟତାକୁ ନେଇ ଅନେକ ଉପଭୋକ୍ତା ଚିନ୍ତା ପ୍ରକଟ କରିଥିଲେ, ଏହା ପରେ, OnePlus ତରଫରୁ ଅପଡେଟ୍ ଦେଇ ଏହାକୁ ଡିସେବଲ କରାଯାଇଥିଲା  ।

The sunଙ୍କ ସହ କଥାବାର୍ତ୍ତା କରି ୱାନପ୍ଲାସ ମୁଖପାତ୍ର କହିଛନ୍ତି ଯେ ନୂତନ ଅପଡେଟ୍ ପରେ ମଧ୍ୟ ଫଟୋକ୍ରୋମ୍ ଲେନ୍ସ ସାହାଯ୍ୟରେ ଉପଭୋକ୍ତାମାନେ ଫଟୋ କ୍ଲିକ୍ କରିପାରିବେ । ସଫ୍ଟୱେୟାରରେ ପରିବର୍ତ୍ତନ ହୋଇଥିବା ହେତୁ ବସ୍ତୁ କିମ୍ବା ପୋଷାକର ଆର ପାର୍ଶ୍ୱକୁ କ୍ୟାମେରା ସାହାଯ୍ୟରେ ଦେଖାଯାଇ ପାରିବ ନାହିଁ | ବୁଧବାର ଅଫିସିଆଲ୍ ବ୍ଲଗରେ ୱାନପ୍ଲସର ନୂତନ ଅପଡେଟ୍ ଘୋଷଣା କରାଯାଇଛି । କମ୍ପାନୀ କହିଛି ଯେ ଏହା ଏକ ବାଧ୍ୟତାମୂଳକ ଅପଡେଟ୍ ବ୍ୟବହାରକାରୀଙ୍କୁ ଏହା ଯେମିତି ହେଲେ ଡାଉନଲୋଡ୍ କରିବାକୁ ପଡିବ  । କ୍ୟାମେରା ପରିବର୍ତ୍ତନ ବ୍ୟତୀତ, ନୂଆ ଅପଡେଟ୍ ଉନ୍ନତ ପ୍ରଦର୍ଶନ ଏବଂ ବ୍ୟାଟେରୀ ଲାଇଫବି ଅଫର କରିବ ।

OnePlus 8 Pro ‘ଏକ୍ସ-ରେ’ ଫିଚର ବିଷୟରେ ପ୍ରଥମେ ଆମେରିକା ଟେକ୍ କମେଣ୍ଟେଟର ବେନ୍ ଜେସ୍କିନ୍ ଜାଣି ପାରିଥିଲେ | ସେ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଦେଖେଇଥିଲେ ଯେ ଫୋନର ଫଟୋକ୍ରୋମ କ୍ୟାମେରା କିପରି ତାଙ୍କର ଆପଲ୍ ଟିଭି ସେଟ୍-ଟପ୍ ବକ୍ସ କେସର ଆରପାର୍ଶ୍ୱ ଦେଖିପାରୁଛି । ଏହା ପରେ, ଅନ୍ୟ ଉପଭୋକ୍ତାମାନେ ମଧ୍ୟ ଏହି ଲେନ୍ସ ବ୍ୟବହାର କରି ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରିବା ଆରମ୍ଭ କରିଥିଲେ | ପତଳା ପ୍ଲାଷ୍ଟିକ୍ କେସିଙ୍ଗ୍ ସହିତ, ଏହି ସେନ୍ସରକୁ  କପଡାର ଆରପାର୍ଶ୍ୱକୁ ମଧ୍ୟ ଦେଖିପାରୁଥିଲା ।

 

ବିଧାନସଭା କର୍ମଚାରୀଙ୍କ ମାଆ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ସଟଡାଉନ ହେଲା ବିଧାନସଭା । ଆଜି ଦିନକ ପାଇଁ ବିଧାନସଭାକୁ ସଟଡାଉନ୍ କରାଯାଇଛି । ବିଧାନସଭାର ଜଣେ କର୍ମଚାରୀଙ୍କ ମା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ଶନିବାର ଓ ରବିବାର ଦୁଇ ଦିନ ଛୁଟି ରହୁଥିବାରୁ ବିଧାନସଭା ଗେଟ୍ ସୋମବାର ଖୋଲିବ ।

ଖୋର୍ଦ୍ଧା ଜିଲ୍ଲା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୧୯୪ରେ ପହଞ୍ଚିଛି । ସେହିଭଳି ବିଏମସି ଅଞ୍ଚଳରେ ୯ ତାରିଖ ସୁଦ୍ଧା ୫୫୭ ଜଣ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି । ସଂକ୍ରମଣ ବଢ଼ୁଥିବା ବେଳେ କରୋନା ଚେକ୍ ପାଇଁ ପ୍ରଶାସନ ଓ ସରକାର ପଦକ୍ଷେପ ନେଉଛନ୍ତି । ଅଧିକ ସଂକ୍ରମିତ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରାଯିବା ସହ ସାନିଟାଇଜ୍ କରାଯାଉଛି ।

ଆଜି ରାଜ୍ୟରେ ସର୍ବାଧିକ ୭୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ ସହ ସ୍ଥାନୀୟ ସଂକ୍ରମଣର ରେକର୍ଡ ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧ ହଜାର ୯୫୬ରେ ପହଞ୍ଚିଛି । ରାଜ୍ୟରେ ଏବେ ୪ ହଜାର ୪୭୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେମାନଙ୍କ ଚିକିତ୍ସା ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି । ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ଏଯାଏଁ କରୋନାରୁ ସୁସ୍ଥ ହୋଇ ୭ ହଜାର ୪୦୭ ଜଣ ଫେରିଛନ୍ତି ।

ସରକାରଙ୍କ ଏହି ସ୍କିମରେ କରୋନାର ମାଗଣା ଚିକିତ୍ସା ! ଲିଷ୍ଟରେ ଏମିତି ଯାଞ୍ଚ୍ କରିପାରିବେ ନିଜର ନାଁ…

ମାଓ ଉପଦ୍ରବ ଜିଲ୍ଲା ତାଲିକାରୁ ବାଦ୍ ପଡ଼ିଲା ରାଜ୍ୟର ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କମୁଛି ମାଓବାଦୀଙ୍କ ଗତିବିଧି । ମାଓବାଦୀ ଉପଦ୍ରୁତ ତାଲିକାରୁ ଓଡ଼ିଶାର ଆଉ ୫ଟି ଜିଲ୍ଲାକୁ ବାଦ୍ ଦିଆଯାଇଛି । ଅର୍ଥାତ୍‌ ରାଜ୍ୟର ଆଉ ୫ଟି ଜିଲ୍ଲା ମାଓମୁକ୍ତ ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି । ମାଓ ଉପଦ୍ରୁତ ଜିଲ୍ଲା ପାଇଁ ଉଦ୍ଧିଷ୍ଚ ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ ବା ଏସ୍‌ଆର୍‌ଇ ଯୋଜନାରୁ ୫ଟି ଜିଲ୍ଲାକୁ ବାଦ୍‌ ଦିଆଯାଇଛି । ଏହି ୫ଟି ଜିଲ୍ଲା ହେଲା ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଏବଂ ନୟାଗଡ଼ । ଏସବୁ ଜିଲ୍ଲାରେ ସୁଶାସନ ଓ ବ୍ୟାପକ ଉନ୍ନୟନ କାର୍ଯ୍ୟ ଫଳରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି । ଏହାପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ପୋଲିସ ଡିଜି ଅଭୟ ଟ୍ୱିଟ୍ କରି ଏହା ଜଣାଇଛନ୍ତି । ୨୦୧୨ରେ ରାଜ୍ୟର ୧୯ଟି ଜିଲ୍ଲାକୁ ମାଓ ଉପଦ୍ରୁତ ଜିଲ୍ଲା ଘୋଷଣା ସହିତ ଏସବୁ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା  । ସ୍ଥିତିରେ ଉନ୍ନତି ପରେ ୨୦୧୮ରେ ୬ଟି ଜିଲ୍ଲା- ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ସରକାର ମାଓ ଉପଦ୍ରୁତ ତାଲିକାରୁ ବାଦ୍‌ ଦେଇଥିଲେ । ଆଜି ଆଉ ୫ଟି ଜିଲ୍ଲାକୁ ବାଦ୍‌ ଦିଆଯାଇଥିବା ବେଳେ ଏବେ ୭ଟି ଜିଲ୍ଲା ଏବେ ଏହି ତାଲିକାରେ ଅଛି ।

କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୪ ମାଓବାଦୀ ନିହତ

 

ସରକାର ବଂଚାଇବା ପାଇଁ ଗାଡି ଓଲଟିଲା: ଅଖିଳେଶ ଯାଦବ

ଲକ୍ଷ୍ନୌ: କାନପୁରରେ ୮ଜଣ ପୋଲିସ କର୍ମଚାରୀଙ୍କ ହତ୍ୟା ଘଟଣାରେ ଆଜି ଗାଙ୍ଗଷ୍ଟାର ବିକାଶ ଦୁବେର ଏନକାଉଣ୍ଟର ହୋଇଛି । ପୋଲିସର ସୂଚନା ଅନୁସାରେ ଏସଟିଏଫ ମଧ୍ୟପ୍ରଦେଶର ଉଜୈନରୁ ଯେତେବେଳେ କାନପୁରକୁ ବିକାଶ ଦୁବେକୁ ନିଆଯାଉଥିଲା ରାସ୍ତାରେ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ସମୟରେ ବିକାଶ ଦୁବେ ପୋଲିସର ବନ୍ଧୁକ ଛଡ଼ାଇ ପଳାଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ ବିକାଶ ଏବଂ ପୋଲିସମଧ୍ୟରେ ଗୁଳିବିନମୟ ହୋଇଥିଲା । ଏନକାଉଣ୍ଟରରେ  ଗୁରୁତର ବିକାଶକୁ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଏହି ଏନକାଉଣ୍ଟର ପଛରେ ଏକ ବଡ଼ ରହସ୍ୟ ଲୁଚି ରହିଥିବା ଅଭିଯୋଗ କରିଛନ୍ତି ।  ଏହି ଘଟଣାକୁ ନେଇ ସେ ଯୋଗୀ ସରକାର ଉପରେ ଆକ୍ରମଣ କରିଛନ୍ତି । ସପା ଅଧ୍ୟକ୍ଷ ଅଖିଳେଶ ଟ୍ୱିଟ କରି କହିଛନ୍ତି ଯେ, ଗାଡ଼ିଟି ଓଲଟି ନାହିଁ ବରଂ ସରକାର ଓଲଟିବାରୁ ବଞ୍ଚା ଯାଇଛି ।  ତାଙ୍କର ଏହି ଟ୍ୱିଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କେବଳ ଅଖିଳେଶ ନୁହେଁ ଏହାକୁ ନେଇ ପ୍ରିୟଙ୍କା ଗାନ୍ଧି ମଧ୍ୟ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ବିକାଶ ଦୁବେଙ୍କ ଏନକାଉଣ୍ଟର ଖବର ପରଠାରୁ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ବହୁ ବିରୋଧୀଦଳ ନେତା କହିଛନ୍ତି ଯେ ବିକାଶ ଦୁବେଙ୍କୁ ସାହାଯ୍ୟ କରୁଥିବା ସେହି ସମସ୍ତ ଲୋକଙ୍କୁ ଏହି ଏନକାଉଣ୍ଟର ମାଧ୍ୟମରେ ଉଦ୍ଧାର କରାଯାଇଛି । କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଏକ ଟ୍ୱିଟ ମାଧ୍ୟମରେ ପ୍ରଶ୍ନ ଉଠାଇଛନ୍ତି । ସେ ଏକ ଟ୍ୱିଟରେ ଲେଖିଛନ୍ତି ଯେ ଯେଉଁମାନେ ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି ସେମାନଙ୍କ ସହିତ କ’ଣ ହେବ? ତେବେ ବିକାଶଙ୍କ ଏନକାଉଣ୍ଟର ପରେ ସୋସିଆଲ ମିଡ଼ିଆରେ ବିଭିନ୍ନ ରାଜନୈତିକ ଦଳର ପ୍ରଶ୍ନ ସରକାରଙ୍କୁ ଘେରିଛି ।

ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ STF କେମିତି କଲା ଏନକାଉଣ୍ଟର ?

ଲକ୍ଷ୍ନୌ: କାନପୁର କ୍ରିମିନାଲର କ୍ରାଇମ୍ ଏଣ୍ଡ । ଆଉ ବଦମାସୀ କରିପାରିବନି ବ୍ୟାଡ୍ ବୟ ବିକାଶ ଦୁବେ । ଉଜ୍ଜୟନୀରୁ ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ କାନପୁରରେ ଏନକାଉଣ୍ଟର କରିଛି ଉତ୍ତରପ୍ରଦେଶ ଏସଟିଏଫ । ଗତ ଜୁଲାଇ ୩ ତାରିଖରେ ବିକାଶ ଦୁବେ ୮ ପୋଲିସ କର୍ମଚାରୀଙ୍କୁ ଗୁଳିମାରି ହତ୍ୟା କରିଥିଲା । ସମାନ ଢଙ୍ଗରେ ପୋଲିସ ନେଇଛି ପ୍ରତିଶୋଧ । କାନପୁରର ଭୌତି ନିକଟରେ ଏନକାଉଣ୍ଟରରେ ନିହତ ହୋଇଛି ବିକାଶ ଦୁବେ ।

ଉଜ୍ଜୟନୀରୁ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗତକାଲି ଗିରଫ ହୋଇଥିଲ । ଆଜି ସକାଳୁ ପ୍ରବଳ ବର୍ଷା ଭିତରେ ୟୁପି ଏସଟିଏଫ ବିକାଶ ଦୁବେକୁ କାନପୁର ଆଣୁଥିଲା । ଆସିବା ବାଟରେ କାନପୁର ନଗର ନିକଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ପୋଲିସକୁ ଚକମା ଦେଇ ଖସିଯିବାକୁ ବସିଥିଲା ବିକାଶ ଦୁବେ । ଏହି ସମୟରେ ସେ ଆହତ ଏସ୍ଆଇଙ୍କ ପିସ୍ତଲ ନେଇ ଯାଇଥିଲା । ପୋଲିସ ଆତ୍ମସମର୍ପଣ ପାଇଁ କହିବା ସତ୍ତ୍ୱେ ଶୁଣିନଥିଲେ ବିକାଶ ଦୁବେ ।

STFର ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମୃତ

ପୋଲିସ ବିକାଶ ପଛେ ପଛେ ପ୍ରାୟ ୪ କିଲୋମିଟର ପିଛା କରିଥିଲା । ବିକାଶ ଦୁବେ ପୋଲିସ ଉପରକୁ ଗୁଳି ଚଳାଇବା ପରେ ଆତ୍ମରକ୍ଷା ପାଇଁ ପାଲଟା ଫାୟାରିଂ କରିଥିଲା ପୋଲିସ । ଏଥିରେ ଗୁରୁତର ଭାବେ ବିକାଶ ଦୁବେ ଆହତ ହୋଇଥିଲା । ତୁରନ୍ତ ତାକୁ ମେଡିକାଲ ଚିକିତ୍ସା ପାଇଁ ନିଆଯାଇଥିଲା । ଯେଉଁଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ଏଥିରେ ୪ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ଏନକାଉଣ୍ଟର ସାଇଟରେ ଫରେନସିକ୍ ଟିମ୍ ଯାଞ୍ଚ ପାଇଁ ପହଞ୍ଚିଛି । ସେଠାରେ ପ୍ରବଳ ମାତ୍ରାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । କେବଳ ବିକାଶ ଦୁବେ ନୁହେଁ ୟୁପି ପୋଲିସ ସପ୍ତାହକ ମଧ୍ୟରେ ତାର ୪ ଜଣ ସହଯୋଗୀଙ୍କୁ ଏନକାଉଣ୍ଟର କରିଛି ।

ମଧ୍ୟପ୍ରଦେଶ ପଳାଇ ଯାଇ ଏନକାଉଣ୍ଟରରୁ ବର୍ତ୍ତିଗଲା କି ବିକାଶ ଦୁବେ ?

କରୋନା ନେଉଛି ମଧୁମେୟ ରୋଗୀଙ୍କ ଜୀବନ, ୨୪ଘଣ୍ଟାରେ ୪ମୃତ

ଭୁବନେଶ୍ୱର: ରାଜ୍ୟରେ ଆଉ ୪ ମୁଣ୍ଡନେଲା କରୋନା । ଦିନ ବଢିବା ସହ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଠିକ୍ ସେମିତି ସଂକ୍ରମିତଙ୍କ ଧାରାରେ ବଢୁଛି ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରେକର୍ଡ ସ୍ତରରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ସର୍ବାଧିକ ୭୫୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଆଜି ୪ଜଣଙ୍କ ପ୍ରାଣ ନେଇଛି କରୋନା ।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬ରେ ପହଞ୍ଚିଛି । ଗତକାଲି ୪ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୬ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଆଜି ମୃତ୍ୟୁ ବରଣ କରିଥିବା ୬ଜଣ ସଂକ୍ରମିତଙ୍କ ମଧ୍ୟରୁ କରୋନା କାରଣରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣ ଅନ୍ୟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବରଣ କରିଥିବା ୪ଜଣ ସଂକ୍ରମିତ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି ।

ଗଞ୍ଜାମରେ ମୃତ୍ୟୁବରଣ କରିଥିବା ସଂକ୍ରମିତ ହେଉଛନ୍ତି ୪୧ବର୍ଷିୟ ପୁରୁଷ ଯିଏ କି ଉଚ୍ଚ ରକ୍ତଚାପରେ ପିଡୀତ ଥିଲେ । ଏବଂ ୨ୟ ଜଣଙ୍କ ହେଉଛନ୍ତି ୫୮ବର୍ଷିୟ ପୁରୁଷ ।  ଆଉ ଦୁଇ ଜଣ ହେଉଛନ୍ତି ୪୮ ବର୍ଷିୟ ପୁରୁଷ ଓ ୩୨ବର୍ଷିୟ ପୁରୁଷ ଏମାନେ ପୂର୍ବରୁ ମଧୁମେୟ ରୋଗରେ ପିଡ଼ିତଥିବା ଜଣାପଡ଼ିଛି । ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ।

ସରକାରଙ୍କ ଏହି ସ୍କିମରେ କରୋନାର ମାଗଣା ଚିକିତ୍ସା ! ଲିଷ୍ଟରେ ଏମିତି ଯାଞ୍ଚ୍ କରିପାରିବେ ନିଜର ନାଁ…

ସେହିଭଳି ଆଜି ଚିହ୍ନଟ ହୋଇଥିବା ସମୁଦାୟ ୭୫୫ଜଣ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର ୩୨୦ଜଣ ଚିହ୍ନଟ ହୋଇଛନ୍ତି । ୪ଜଣଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ସମୁଦାୟ ୩୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪୧୬ରେ ପହଞ୍ଚିଛି ।

୨୪ ଘଣ୍ଟାରେ ଚିହ୍ନଟ ହେଲା ସର୍ବାଧିକ କେସ୍, ରେକର୍ଡ ଭାଙ୍ଗିଲା ସ୍ଥାନୀୟ ସଂକ୍ରମଣ ମାମଲା

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ । ସବୁ ରେକର୍ଡଟୁ ଟପି ଆଜି କରୋନା ୨ଟି ନୂଆ ରେକର୍ଡ କରିଛି । ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେବା ସହ ରେକର୍ଡ ସଂଖ୍ୟକ ସ୍ଥାନୀୟ ସଂକ୍ରମଣ ମାମଲା ଆସିଛି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାରରୁ ମାତ୍ର ୪ ଅଙ୍କ ଦୂରରେ ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୭୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୦୮ଟି କେସ୍ କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୪୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ରାଜ୍ୟରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ୯୫୬କୁ ବୃଦ୍ଧି ପାଇଛି ।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୯, କଟକରୁ ୫୫, ଯାଜପୁରରୁ ୮୬,  ସୁନ୍ଦରଗଡ଼ରୁ ୬୨, ଗଜପତିରୁ ୩୦, ବାଲେଶ୍ୱରରୁ ୯, ଜଗତସିଂହପୁରରୁ ୫, ପୁରୀ ୧୧, ମୟୂରଭଞ୍ଜରୁ ୧୨, କେନ୍ଦ୍ରାପଡ଼ା ୫, ଭଦ୍ରକରୁ ୨, କେନ୍ଦୁଝରରୁ ୩୨, ବଲାଙ୍ଗିର ୧୨, ନୟାଗଡ଼ ୧୬, କନ୍ଧମାଳ ୨, ବରଗଡ଼ ୧, ମାଲକାନଗିରି ୧୮, ଅନୁଗୁଳ ୩, ସମ୍ବଲପୁର ୨, ଢେଙ୍କାନାଳ ୪, କୋରାପୁଟ ୫ ଓ ଦେବଗଡ଼ରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୩ ଜିଲ୍ଲାରୁ ୭୫୫ ସଂକ୍ରମତି ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧ ହଜାର ୯୫୬ରେ ପହଞ୍ଚିଛି । ରାଜ୍ୟରେ ଏବେ ୪ ହଜାର ୪୭୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେମାନଙ୍କ ଚିକିତ୍ସା ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି । ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ଏଯାଏଁ କରୋନାରୁ ସୁସ୍ଥ ହୋଇ ୭ ହଜାର ୪୦୭ ଜଣ ଫେରିଛନ୍ତି ।

କରୋନା ସଂକ୍ରମଣରେ ଭାରତର ନୂଆ ରେକର୍ଡ, ୨୪ ଘଣ୍ଟାରେ ୨୬ ହଜାରରୁ ଅଧିକ ପଜିଟିଭ୍

୧୧ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ସୁଶାନ୍ତ ଓ ଅଙ୍କିତା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସ୍ମୃତି ତାଜା କରିବା ପାଇଁ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ଦର୍ଶକଙ୍କର ଲୋକପ୍ରିୟ ଅଭିନେତା ସୁଶାନ୍ତଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ମିଳିବସୁଶାନ୍ତ ଏବେବି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ଦୀର୍ଘ ସମୟ ଧରି ସୁଶାନ୍ତଙ୍କ ସୁପରହିଟ୍ ଧାରାବାହିକ ପ୍ରବିତ୍ର ରିସ୍ତାର ରିଟେଲିକାଷ୍ଟ ନେଇ ଦାବି ହୋଇଥିଲା। ବର୍ତ୍ତମାନ ସେହି ଧାରାବାହିକ OTT ପ୍ଲାଟଫର୍ମକୁ ଫେରିଛି

୧୧ ବର୍ଷ ପରେ ଜିଫାଇଭ୍ ରେ ସୁଶାନ୍ତ ଓ ଅଙ୍କିତାଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ । ପବିତ୍ର ରିସ୍ତାର ସବୁ ଏପିସୋଡ୍ କୁ ଜିଫାଇଭ୍ ରେ ଦେଖିବାକୁ ମିଳିବ । ସୁଶାନ୍ତଙ୍କ କ୍ୟାରିଅରରେ ପବିତ୍ର ରିସ୍ତାର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ହି ସିରିଏଲ୍ ସୁଶାନ୍ତଙ୍କୁ ପରିଚୟ ଦେଇଥିଲା । ପବିତ୍ର ରିସ୍ତାରେ ଅଭିନୟ କରିବା ପରେ ସୁଶାନ୍ତ ଅନେକ ପ୍ରତିଷ୍ଠା ଲାଭ କରିଥିଲେ । ଏହି ସୋ’ର ଶୁଟିଂ ସମୟରେ ସୁଶାନ୍ତ ଅଙ୍କିତା ଲୋଖଣ୍ଡେଙ୍କ ପ୍ରେମରେ ପଡ଼ିଥିଲେ ଏବଂ ସେମାନୋ ୬ ବର୍ଷ ଯାଏଁ ରିଲେସନଶିପରେ ଥିଲେ ।

୨୦୦୯ ମସିହାରେ ଆରମ୍ଭ ହୋଇଥିବା ଧାରାବାହିକ ପବିତ୍ର ରିସ୍ତାର ଟିଆରପି ସୁପର ହିଟ୍ ପ୍ରମାଣିତ ହୋଇଥିଲାକିନ୍ତୁ ଏହି ସିରିଏଲରେ ସୁଶାନ୍ତଙ୍କୁ କାଷ୍ଟ କରିବା ପାଇଁ ଏକତା କପୁରଙ୍କ ନିଷ୍ପତ୍ତି ଥିଲା ହେଲେ ଚ୍ୟାନେଲ ଏଥିରେ ଖୁସି ନଥିଲା। ଏକତା ନିଜେ କହିଛନ୍ତି ଯେ, ସୁଶାନ୍ତ ତାଙ୍କ ସିରିଏଲ୍ କିସ୍ ଦେଶ ମେନ୍ ହୈ ମେରା ଦିଲ୍ରେ କାମ କରୁଥିଲେ। କିନ୍ତୁ ଏକତା ଅନୁଭବ କଲେ ଯେ ସୁଶାନ୍ତ ପବିତ୍ର ରିସ୍ତାରେ ଏକ ଭଲ କାମ କରିପାରିବେ

ସୁଶାନ୍ତଙ୍କ ସ୍ମାଇଲ୍ ଦେଖି ଏକତା କହିଥିଲେ ଯେ, ଧାରାବାହିକରେ ରାଜପୁତ ଏହି ଭୂମିକା ପାଇଁ ପୁରା ଫିଟ୍ ଥିଲେ । ତେଣୁ ଏକତାଙ୍କ ପାଇଁ ସୁଶାନ୍ତଙ୍କୁ ପବିତ୍ର ରିସ୍ତାରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା । ଧିରେ ଧିରେ ସୁଶାନ୍ତଙ୍କ ଅଭିନୟ ଦେଖି ତାଙ୍କୁ ପସନ୍ଦ ନକରୁଥିବା ଚ୍ୟାନେଲ ଲୋକେ ମଧ୍ୟ ଖୁସି ହୋଇଥିଲେ । ଭଲ କାମ କରି ସେ ସମସ୍ତଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିଲେ