ଚନ୍ଦ୍ରରେ କ’ଣ ପାଇଛି ଚୀନ୍ ? ଯାହାକୁ ନେଇ ଚାଲିଛି ଏତେ ଚର୍ଚ୍ଚା !

1 min read

ଚୀନ୍ ବୈଜ୍ଞାନିକ ଚନ୍ଦ୍ରରେ ଏକ ଅଜବ ପଦାର୍ଥ ପାଇଛନ୍ତି । ଯାହାକୁ ନେଇ ଦୁନିଆରେ ଏବେ ଚର୍ଚ୍ଚା ଚାଲିଛି । ଗତବର୍ଷ ଚୀନର ରୋବର ୟୁଟ୍ ୨ ଏହାକୁ ଖୋଜିଥିଲା । ଗତବର୍ଷ ଜୁଲାଇ ମାସରେ ଏହାକୁ ଖୋଜାଯାଇଲା । ଚୀନର ଚାଙ୍ଗେ-୪ ମିଶନ ଅନ୍ତର୍ଗତରେ ଚନ୍ଦ୍ରମାର ପୃଷ୍ଠଭାଗର ଅଧ୍ୟୟନ ପାଇଁ ଏକ ରୋଭରକୁ ୮ ଦିନ ପାଇଁ ପଠାଯାଇଥିଲା ।

ଗତବର୍ଷ ମିଳିଥିଲା ଏହି ପଦାର୍ଥ

ଗତବର୍ଷ ଅଗଷ୍ଟ ମାସରେ ଚୀନ୍ ଭାଷାରେ ଲିଖିତ ଏକ ଆର୍ଟିକାଲରେ ଏସମ୍ବନ୍ଧରେ ସୂଚନା ଦିଆଯାଇଥିଲା । ସେତେବେଳେ ଏହି ପଦାର୍ଥକୁ ଜିଆଓ ଜୁଆଁଙ୍ଗ ବୁ କୁହାଯାଇଥିଲା । ଯାହାର ଅର୍ଥ ହେଉଛି ଜେଲ୍ ଭଳି କିଛି ପଦାର୍ଥ । ସେତେବେଳେ ବିନା ଚିତ୍ରର ଏହି ଲେଖା ବୈଜ୍ଞାନିକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା ।

କେମିତି ଏହି ପଦାର୍ଥକୁ ଖୋଜା ଯାଇଥିଲା ?

moon china

ଏହି ପଦାର୍ଥ ଚଟାଣରୁ  ବାହାରିଥିଲା । ଅର୍ଥ ଆଣ୍ଡ୍ ପ୍ଲାନେଟରି ସାଇନ୍ସ ଲେଟର୍ସରେ ପ୍ରକାଶିତ ଆଲେଖ୍ୟରେ ବୈଜ୍ଞାନିକ ଗୋଉ ସେଙ୍ଗ୍ ଓ ତାଙ୍କ ସହଯୋଗୀ ମାନେ ଭିଏନଆଇଏସ ଉପକରଣରୁ ମଳିଥିବା ତଥ୍ୟର ଅଧ୍ୟୟନ କରି ଏହି ପଦାର୍ଥକୁ ପାଇଥିଲେ । ଏହା ଗାଢ ଶାଗୁଆ ରଙ୍ଗର ଚମକୁଥିବା ‘ଇମ୍ପେଟ୍ ମେଲ୍ଟ୍ ବ୍ରେଚିଆ’ ଅର୍ଥାତ ଚଟାଣ ତରଳିବା ଦ୍ୱାରା ସୃଷ୍ଟି ହେଉଥିବା ମୁନିଆ ପଥର ଖଣ୍ଡରୁ ସୃଷ୍ଟି ହୋଇଥାଏ । ଏଥିରେ ସେମାନଙ୍କୁ ଗ୍ଲାସର ଉପସ୍ଥିତିର ସଂକେତ ମିଳିଛି ।

ନାସାର ଆପୋଲୋ ମିଶନରୁ ମିଳିଥିବା ନମୂନା ସହ ସାମଞ୍ଜସ୍ୟ

ନାସାର ୧୫ତମ ଓ ସପ୍ତଦଶ ଆପୋଲୋ ମିଶନ ଦ୍ୱାରା ଅଣାଯାଇଥିବା ଦୁଇଟି ବିଶେଷ ନମୂନା ସହ ଏହି ପଦାର୍ଥ ମିଶୁଛି ବୋଲି ଏଥିରେ ଦାବି କରାଯାଇଛି । କୌଣସି ଉଲକା ପିଣ୍ଡ ଚନ୍ଦ୍ରମା ସହ ଧକ୍କା ଖାଇବା ଦ୍ୱାରା ପଥର ତରଳି ଯାଇ ଏହି ଜେଲ୍ ସୃଷ୍ଟି ହୋଇଥିବା କୁହାଯାଉଛି ।

 

Leave a Reply