ଚୀନ୍ ତିଆରି ଏହି ସ୍ମାର୍ଟଫୋନ କ୍ୟାମେରା କରିପାରୁଥିଲା ଡ୍ରେସ୍ ଏକ୍ସରେ ! ଜାଣନ୍ତୁ କେଉଁ ଫୋନ୍ …

1 min read

ଚାଇନାର ସ୍ମାର୍ଟଫୋନ୍ କମ୍ପାନୀ ୱାନପ୍ଲସର ଲେଟେଷ୍ଟ ଫ୍ଲାଗସିପ୍ ଫୋନରେ କମ୍ପାନୀ ଏକ ସ୍ୱତନ୍ତ୍ର କ୍ୟାମେରା ସେନ୍ସର ଦେଇଥିଲା, ଯାହା ସାହାଯ୍ୟରେ  ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ ପୋଷାକ ଆରପାର୍ଶ୍ୱ ଦେଖାଯାଉଥିଲା । କମ୍ପାନୀ ଦ୍ୱାରା ‘ଏକ୍ସ-ରେ ଭିଜନ’ କ୍ୟାମେରା ସେନସର କାହିଁକି ଦିଆଯାଇଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ କିନ୍ତୁ ବର୍ତ୍ତମାନ ଏହାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । OnePlus 8 Pro ରେ  ଇନଫ୍ରାଡ୍ ଫୋଟୋକ୍ରୋମ୍ ଲେନ୍ସ ଦିଆଯାଇଥିଲା ଓ ଏହା  ପ୍ଲାଷ୍ଟିକ୍ ଏବଂ ପୋଷାକର ଆରପାର୍ଶ୍ୱ ଦେଖିପାରୁଥିଲା  ।

କମ୍ପାନୀ ପୂର୍ବରୁ ଏହି ସେନସରକୁ ଡିସେବଲ କରିଥିଲା ​କିନ୍ତୁ ଏବେ The sun ତରଫରୁ ସୂଚନା ଦିଆଯାଇଛି ଯେ ଏହି କ୍ୟାମେରା ସେନସର ପୂର୍ଣ୍ଣ ଭାବରେ ଡିସେବଲ ହୋଇସାରିଛି । ଇନଫ୍ରାରେଡ୍ ସାହାଯ୍ୟରେ ଫଟୋକୁ ଅନନ୍ୟ ରଙ୍ଗ ଦେବା ପାଇଁ ଏହି ଫିଲ୍ଟର୍ ବ୍ୟବହୃତ ହେଉଥିଲା, କିନ୍ତୁ ଫୋନର ରିଭ୍ୟୁ ୟୁନିଟସରୁ ଏହାର ଖାସ୍ ଫଙ୍କସନ୍ ସାମ୍ନାକୁ ଆସିଥିଲା  । ଅନେକ ଇଲେକ୍ଟ୍ରୋନିକ୍ସ ଏବଂ ପୋଷାକର ଆରପାର୍ଶ୍ୱ ଦେଖାଯାଉଥିବା କ୍ୟାମେରାର ଗୋପନୀୟତାକୁ ନେଇ ଅନେକ ଉପଭୋକ୍ତା ଚିନ୍ତା ପ୍ରକଟ କରିଥିଲେ, ଏହା ପରେ, OnePlus ତରଫରୁ ଅପଡେଟ୍ ଦେଇ ଏହାକୁ ଡିସେବଲ କରାଯାଇଥିଲା  ।

The sunଙ୍କ ସହ କଥାବାର୍ତ୍ତା କରି ୱାନପ୍ଲାସ ମୁଖପାତ୍ର କହିଛନ୍ତି ଯେ ନୂତନ ଅପଡେଟ୍ ପରେ ମଧ୍ୟ ଫଟୋକ୍ରୋମ୍ ଲେନ୍ସ ସାହାଯ୍ୟରେ ଉପଭୋକ୍ତାମାନେ ଫଟୋ କ୍ଲିକ୍ କରିପାରିବେ । ସଫ୍ଟୱେୟାରରେ ପରିବର୍ତ୍ତନ ହୋଇଥିବା ହେତୁ ବସ୍ତୁ କିମ୍ବା ପୋଷାକର ଆର ପାର୍ଶ୍ୱକୁ କ୍ୟାମେରା ସାହାଯ୍ୟରେ ଦେଖାଯାଇ ପାରିବ ନାହିଁ | ବୁଧବାର ଅଫିସିଆଲ୍ ବ୍ଲଗରେ ୱାନପ୍ଲସର ନୂତନ ଅପଡେଟ୍ ଘୋଷଣା କରାଯାଇଛି । କମ୍ପାନୀ କହିଛି ଯେ ଏହା ଏକ ବାଧ୍ୟତାମୂଳକ ଅପଡେଟ୍ ବ୍ୟବହାରକାରୀଙ୍କୁ ଏହା ଯେମିତି ହେଲେ ଡାଉନଲୋଡ୍ କରିବାକୁ ପଡିବ  । କ୍ୟାମେରା ପରିବର୍ତ୍ତନ ବ୍ୟତୀତ, ନୂଆ ଅପଡେଟ୍ ଉନ୍ନତ ପ୍ରଦର୍ଶନ ଏବଂ ବ୍ୟାଟେରୀ ଲାଇଫବି ଅଫର କରିବ ।

OnePlus 8 Pro ‘ଏକ୍ସ-ରେ’ ଫିଚର ବିଷୟରେ ପ୍ରଥମେ ଆମେରିକା ଟେକ୍ କମେଣ୍ଟେଟର ବେନ୍ ଜେସ୍କିନ୍ ଜାଣି ପାରିଥିଲେ | ସେ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଦେଖେଇଥିଲେ ଯେ ଫୋନର ଫଟୋକ୍ରୋମ କ୍ୟାମେରା କିପରି ତାଙ୍କର ଆପଲ୍ ଟିଭି ସେଟ୍-ଟପ୍ ବକ୍ସ କେସର ଆରପାର୍ଶ୍ୱ ଦେଖିପାରୁଛି । ଏହା ପରେ, ଅନ୍ୟ ଉପଭୋକ୍ତାମାନେ ମଧ୍ୟ ଏହି ଲେନ୍ସ ବ୍ୟବହାର କରି ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରିବା ଆରମ୍ଭ କରିଥିଲେ | ପତଳା ପ୍ଲାଷ୍ଟିକ୍ କେସିଙ୍ଗ୍ ସହିତ, ଏହି ସେନ୍ସରକୁ  କପଡାର ଆରପାର୍ଶ୍ୱକୁ ମଧ୍ୟ ଦେଖିପାରୁଥିଲା ।

 

Leave a Reply