spot_img
Home Blog Page 6832

୧୬ ହଜାର ଟଙ୍କାର ଏହି ଫୋନ୍ ଏବେ ୧୦ ହଜାରରୁ କମ, ୪ ଟି କ୍ୟାମେରା ସହ ରହିଛି ଦମଦାର୍ ବ୍ୟାଟେରୀ

ନୂଆଦିଲ୍ଲୀ: ଭଲ ଫୋନ୍ କିଣିବା ପାଇଁ ଚାହିଁଲେ ଏବେ ଗ୍ରାହକଙ୍କ ପାଇଁ ଆସିଛି ଏକ ସ୍ୱତନ୍ତ୍ର ସ୍ମାର୍ଟଫୋନ୍ । ଉନ୍ନତ ଫିଚର୍ସ ସହିତ ଭଲ ବଜେଟ୍ ରେ ଏହି ସ୍ମାର୍ଟଫୋନ୍ ଉପଲବ୍ଧ ଅଛି । ଅଧିକାଂଶ ସମୟରେ ବଜେଟ୍ ପାଇଁ ଲୋକେ କେବଳ ମିଡ୍ ରେଞ୍ଜ୍ ଏବଂ ପ୍ରିମିୟମ୍ ଫୋନ୍ ପସନ୍ଦ କରନ୍ତି ।ତେବେ ଏହି ସ୍ମାର୍ଟଫୋନ୍ ର ବଜେଟ୍ ମଧ୍ୟମ ରେଞ୍ଜ୍ ହେବା ସହ ଲୁକ୍ ଓ ଫିଚର ମଧ୍ୟ ଖୁବ ଭଲ ରହିଛି । ରିୟଲମିର ଟ୍ରିପଲ କ୍ୟାମେରା ଫୋନର ମୂଲ୍ୟ ହ୍ରାସ ପାଇଛି । ଏହି ଫୋନର ଦାମ୍ ଏବେ ବହୁତ ହ୍ରାସ ପାଇଛି ।

ଫ୍ଲିପକାର୍ଟରେ ଦିଆଯାଇଥିବା ସୂଚନା ଅନୁସାରେ ରିୟଲମି, ପ୍ରୋ ର ମୂଲ୍ୟ ହ୍ରାସ କରାଯାଇଛି । ପ୍ରଥମେ ଫୋନ୍ ର ଦାମ୍ ୧୫,୯୯୯ ଟଙ୍କା ଥିଲା । ଏବେ ୧୫,୯୯୯ ବଦଳରେ ମାତ୍ର ୯,୯୯୯ ଟଙ୍କାରେ କିଣାଯାଇପାରିବ। ଅର୍ଥାତ୍ ଗ୍ରାହକଙ୍କୁ ଏବେ ଏହି ଫୋନ୍ ପାଇଁ ୬ ହଜାର ଟଙ୍କା କମ୍ ଦେବାକୁ ପଡିବ । ତେବେ ଜାଣନ୍ତୁ ରିୟଲମି ପ୍ରୋ ର ଫିଚର୍ସ ବିଷୟରେ ।

ରିୟଲମି ପ୍ରୋ ରେ ୬.୩ ଇଞ୍ଚ୍ ର ଡ୍ୟୁଡ୍ରପ୍ ନଚ୍ ଡିସପ୍ଲେ ରହିଛି । ଏହାର ଡିସପ୍ଲେରେ FHD + ରେଜୋଲ୍ୟୁସନ ଅଛି ।  ଫୋନରେ କର୍ନିଙ୍ଗ ଗୋରିଲା ଗ୍ଲାସ ୫ ର ପ୍ରଟେକ୍ସନ ଦିଆଯାଇଛି। କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୧୦ ଏବଂ ଜିପିୟୁ ଆଡ୍ରେନୋ ୬୧୬ ସହିତ ରିୟଲମି ୩ ପ୍ରୋ ଲଞ୍ଚ କରାଯାଇଛି । କ୍ୟାମେରାରେ ୧୬ ମେଗାପିକ୍ସେଲ ପ୍ରାଇମେରି କ୍ୟାମେରା ରିୟଲମି ୩ ପ୍ରୋରେ ଦିଆଯାଇଛି ଯାହା ହେଉଛି ସୋନି ର IMX519 ସେନ୍ସର । ଏବଂ ଏହାର ଆପର୍ଚର ହେଉଛି f / 1.7  ।

ଏହା ବ୍ୟତୀତ ଫୋନ ସହିତ ଆଉ ୫ ମେଗାପିକ୍ସେଲ ଯୋଗାଇ ଦିଆଯାଇଛି, ଯାହା f / 2.4 ଆପର୍ଚର ସହିତ ଆସିଥାଏ । ସେଲ୍ଫି କ୍ୟାମେରା ବିଷୟରେ କହିବାକୁ ଗଲେ ଏଥିରେ ୨୫ ମେଗାପିକ୍ସେଲ କ୍ୟାମେରା ରହିଛି । ଏହି ବଜେଟ୍ ରେ ଗ୍ରାହକ ମୋଟ ୪ ଟି କ୍ୟାମେରା ବ୍ୟବହାର କରିବାର ସୁଯୋଗ ପାଇବେ । ବ୍ୟାଟରୀ କ୍ଷେତ୍ରରେ ରିୟଲମି ୩ ପ୍ରୋ ରେ ୪୦୪୫ mAh ବ୍ୟାଟେରୀ ଦିଆଯାଇଛି, ଯାହା CABC ମୋଡ୍ କୁ ସପୋର୍ଟ କରେ । ଏହା ମାଧ୍ୟମରେ ବ୍ୟାଟେରୀ ଲାଇଫ୍ ୧୦% ବୃଦ୍ଧି କରାଯାଇପାରିବ । କମ୍ପାନୀ ଏହି ଫୋନରେ VOOC ୩.୦ ଫ୍ଲାସ୍ ଚାର୍ଜକୁ ସପୋର୍ଟ କରେ ।

ମହାନଦୀ ଜଳ ବିବାଦ ମାମଲା : ଅଗଷ୍ଟ ୮ରେ ପୁଣି ଶୁଣାଣି

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗର ଶୁଣାଣି ପୁଣିଥରେ ଘୁଞ୍ଚିଛି । ଆଜି ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଟ୍ରିବ୍ୟୁନାଲରେ ଭିଡିଓ କନଫରେନ୍ସିଂରେ  ଶୁଣାଣି ହୋଇଥିଲା । ତେବେ ଶୁଣାଣିରୁ କୌଣସି ନିଷ୍କର୍ସ ବାହାରିପାରିନଥିଲା । ତେଣୁ ଅଗଷ୍ଟ ୮ ତାରିଖକୁ ଟ୍ରିବ୍ୟୁନାଲ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି  । ଶୁଣାଣିବେଳେ ଛତିଶଗଡ଼କୁ ଟ୍ରିବ୍ୟୁନାଲ ଓଡ଼ିଶା ସହ ପୁଣି ଆଲୋଚନା ଲାଗି ପରାମର୍ଶ ଦେଇଥିବାବେଳେ ଛତିଶଗଡ଼ ଏହାକୁ ମନା କରିଦେଇଛି  । ଓଡ଼ିଶାର ମତ ଜଣାପଡିନି  । ପୂର୍ବରୁ ମହାନଦୀ ଜିଳ ବିବାଦ ନେଇ ଓଡ଼ିଶା-ଛତିଶଗଡ଼ ବୈଠକ ଫେଲ ପରେ ଆଜି ଟ୍ରିବ୍ୟୁନାଲରେ ପୁଣି ହାଜର ହୋଇଥିଲେ  । ଜଳ ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟଙ୍କ ସହ ଭିଡିଓ କନଫରେନ୍ସିଂରେ ଶୁଣାଣି ହୋଇଥିଲା  । ଏଥିରେ ଉଭୟ ରାଜ୍ୟ ଇସ୍ୟୁ ଫ୍ରେମ୍ ପାଇଁ ଜୋର ଦେଇଥିଲେ ବୋଲି ସୂଚନା ଥିଲା  । ଗତକାଲି ପର୍ଯ୍ୟନ୍ତ ଉଭୟ ରାଜ୍ୟ ମିଳିତ ଭାବେ ବିବାଦର ସମାଧାନ କରିବାରେ ବିଫଳ ପରେ ଆଜି ଟ୍ରିବ୍ୟୁନାଲରେ ଉପସ୍ଥିତ ହୋଇଥିଲେ  । ଗତ ଜାନୁଆରୀରେ ଓଡ଼ିଶା ଦ୍ୱାରା ୨୬ଟି ପ୍ରସଙ୍ଗ ଓ ଛତିଶଗଡ଼ ଦ୍ୱାରା ୧୩ଟି ପ୍ରସଙ୍ଗକୁ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା  । ସେହିଭଳି ଆନ୍ତଃରାଜ୍ୟ ଜଳ ବିବାଦ ଆଇନ୍ ୧୯୫୬ର ଧାରା ୯ ଅନୁଯାୟୀ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଭାରତୀୟ ପାଣିପାଗ ବିଭାଗ ଠାରୁ ତଥ୍ୟ ମଗାଯିବ କି ନାହିଁ ଛତିଶଗଡ ସରକାରଙ୍କ ତରଫରୁ ଆଗତ ଦୁଇଟି ଆବେଦନ କରାଯାଇଥିଲା । ତେବେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଯୁଗ୍ମ ବୈଠକ କରାଯାଇ ଏହାର ସମାଧାନର ବାଟ ବାହାର କରିବାକୁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ  ।  ଟ୍ରିବ୍ୟୁନାଲଙ୍କ ପରାମର୍ଶ ଅନୁସାରେ ଦୁଇ ରାଜ୍ୟ ମଧ୍ୟରେ ବୈଠକ ହୋଇଥିଲେ ମଧ୍ୟ କୌଣସି ସହମତି ହୋଇପାରିନଥିଲା  ।

ଅନ୍ୟପକ୍ଷରେ ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶାରେ ରାଜନୀତି ଆରମ୍ଭ ହୋଇଯାଇଛି । ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ,  ମହାନଦୀ ଛତିଶଗଡ଼ରୁ ବାହାରିଥିଲେ ମଧ୍ୟ ଅଧିକାଂଶ ଭାଗ ଓଡ଼ିଶାରେ ପ୍ରବାହିତ । ତେଣୁ ଆମକୁ ଆମ ନ୍ୟାର୍ଯ୍ୟ ଦାବି ମୁତାବକ ଜଳ ମିଳିବା ଦରକାର । ମୌସୁମୀ ସମୟରେ ଅସୁବିଧା ନାହିଁ କିନ୍ତୁ ଅଣମୌସୁମୀ ସମୟରେ ଆମେ ଯେତିକି ଜଳ ପାଇବା କଥା ପାଉନୁ । କିନ୍ତୁ ଛତିଶଗଡ଼ ତା’ଦାବିରେ ଅଟଳ । ଟ୍ରିବ୍ୟୁନାଲ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ କହିଥିଲେ । କିନ୍ତୁ ଜଣାପଡୁଛି ଆଲୋଚନା ବିଫଳ । ଏବେ ଟ୍ରିବ୍ୟୁନାଲ କଣ ନିଷ୍ପତ୍ତି ନେଉଛନ୍ତି ତାହାକୁ ଅପେକ୍ଷା । ଆମ ସରକାରଙ୍କ ପକ୍ଷରୁ ଯେଉଁ ଯୁକ୍ତି ରହିଛି ଆଶା କରୁଛୁ ଟ୍ରିବ୍ୟୁନାଲ ଆମ ସପକ୍ଷରେ ନିଷ୍ପତ୍ତି ନେବେ । ମହାନଦୀର ତଳ ମୁଣ୍ଡରେ ବ୍ୟାରେଜ୍ ଓ ରିଜର୍ଭୟର ପାଇଁ ଆମେ କେନ୍ଦ୍ର ଜଳ ଆୟୋଗକୁ ମଧ୍ୟ ଅନୁମତି ମାଗିଛୁ । ଅନୁମତି ମିଳିବା ପରେ ତଳ ମୁଣ୍ଡରେ ମଧ୍ୟ ମହାନଦୀ ଜଳ ସଂରକ୍ଷଣ ନେଇ ପଦକ୍ଷେପ ନିଆଯିବ ।

ସେପଟେ  କଂଗ୍ରେସ ବିଧାୟ ସୁରେଶ କୁମାର ରାଉତରାୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି  । ସେ କହିଛନ୍ତି ଯେ, ଓଡିଶା ସରକାରଙ୍କ କିଛି ଆଭିମୁଖ୍ୟ ନାହିଁ । ପୂର୍ବରୁ ଜଳସେଚନ ବିଭାଗ କଣ କରୁଥିଲା?  ଛତିଶଗଡ଼ ଯେତେବେଳେ ଆଡ଼ି ବନ୍ଧ ବ।ନ୍ଧୁଥିଲା ସେମାନେ କୁଆଡ଼େ ଯାଇଥିଲେ ବୋଲି ସୁର ରାଉତରାୟ ପ୍ରଶ୍ନ କରିଛନ୍ତି ।   ତଳେ ଯଦି 11ଟି ଆଡ଼ି ବନ୍ଧ ହେବ ଓଡିଶା ବାସୀ ପାଣି ପାଇବେ ବୋଲି ସୁର ରାଉତରାୟ କହିଛନ୍ତି ।

(ଦିଲ୍ଲୀରୁ ବିଭୂତି ପତି ଓ ଭୁବନେଶ୍ୱରରୁ ଚିନ୍ମୟ ମହାପାତ୍ରଙ୍କ ରିପୋର୍ଟ)

ଟିକଟକ୍ ବ୍ୟାନ ପାଇଁ ଚିନ୍ତି ତ କି ? ଭାରତ ଦେଲା ଟିକଟକ୍ ଭଳି ୧୦ଟି ଆପ୍ । ଜାଣନ୍ତୁ କେଉଁ ସବୁ ଆପ୍…

ଭାରତ ସରକାର ଚାଇନାର ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।  ଏହା ହେବାପରେ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ ଥିବା ଭାରତୀୟ ଆପଗୁଡ଼ିକ ଭାଇରସ୍ ହେବାରେ ଲାଗିଛି । ଚାଇନିଜ୍ ଆପ୍ ତାଲିକାରେ ଟିକଟକ୍ ମଧ୍ୟ ଥିଲା ଏବଂ ଭାରତରେ ଏହାର କୋଟି କୋଟି ଉପଭୋକ୍ତା ଥିଲେ । ଏପରି ପରିସ୍ଥିତିରେ, ଯଦି ଆପଣ ଟିକ୍ ଟକ୍ ଭଳି ଫିଚର ଭଳି ଅନ୍ୟ ଆପ୍ ବ୍ୟବହାର କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଅନେକ ମେଡ୍ ଇନ୍ ଇଣ୍ଡିଆ ବିକଳ୍ପ ମିଳିଯିବ । ଟିକ୍ ଟକର ଏକ ରିପ୍ଲେସମେଣ୍ଟ ଭାବରେ ଆପଣ ଏହି ଆପ ଗୁଡ଼ିକୁ ବ୍ୟବହାର କରିପାରିବେ । ସେଗିଡ଼ିକ ହେଉଛି…

ପ୍ଲେ ଷ୍ଟୋର ଯାହା ଆସିବା ମାତ୍ରେ ଲୋକଙ୍କ ପ୍ରଥମ ପସନ୍ଦ ହୋଇଯାଇଥିଲା ସେ ହେଉଛି ମିତ୍ରୋ ଆପ । ଏହାର ଫିଚର ପାଖାପାଖି ଟିକଟକ୍ ପରି  । ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ।

ଟ୍ରେଣ୍ଡ ତାଲିକାରେ ଥିବା ଏହି ଆପ୍ ଉଭୟ ଆଣ୍ଡ୍ରୋଏଡ୍ ଏବଂ ଆଇଓଏସରେ ଉପଲବ୍ଧ । ଏଥିରେ ଉପଭୋକ୍ତାମାନେ ଅନେକ ସ୍ଥାନୀୟ ଭାଷାର ବିକଳ୍ପ ପାଇପାରିବେ । ଛୋଟ ଭିଡିଓ ବ୍ୟତୀତ, ଆପରେ ନ୍ୟୁଜ୍ ପଢିବାର ଫିଚର ମଧ୍ୟ ଦିଆଯାଇଛି ।

ଟିକଟକ୍ ବ୍ୟାନ ହେବା ପରେ ଶୀଘ୍ର ଡାଉନଲୋଡ୍ ତାଥା ଫେମସ ହୋଇଥିବା ଏହି ଆପ୍ ବ୍ୟବହାରକାରୀଙ୍କୁ ଅନେକ ଭାରତୀୟ ଭାଷାରେ ଭିଡିଓ ତିଆରି ଏବଂ ସେୟାର କରିବାର ବିକଳ୍ପ ମଧ୍ୟ ରହିଛି । ଆପରେ ବହୁତ ଫିଲ୍ଟର ଅଛି ଏବଂ ଭିଡିଓ ତିଆରି କରିବା ବ୍ୟତୀତ କଏନ ମଧ୍ୟ ଉପଭୋକ୍ତାମାନଙ୍କୁ ମିଳିଥାଏ ।

ଗାନା ଆପର ପ୍ଲାଟଫର୍ମ ହଟସଟ୍ ଉପଭୋକ୍ତାମାନଙ୍କୁ ସଂକ୍ଷିପ୍ତ ଭିଡିଓ ଏବଂ ସଂଳାପରେ ଲିପ୍-ସିଂ କରିବାର ବିକଳ୍ପ ଦେଇଥାଏ । ଏହି ଆପର ଦର୍ଶକ ହେଉଛନ୍ତି ୧୫କୋଟି ଉପଭୋକ୍ତା । ଆପରେ ଛୋଟ ଭିଡିଓ ବ୍ୟତୀତ, ଷ୍ଟୋରୀ ମଧ୍ୟ ସେୟାର କରାଯାଇପାରିବ ।

ଲୋକପ୍ରିୟ ଭିଡିଓ ଆପ୍ MX ପ୍ଲେୟାର ଦ୍ୱାରା ଏହି ସର୍ଟ ଭିଡିଓ ତିଆରି ଆପ୍ ଲଞ୍ଚ କରାଯାଇଛି ଏବଂ ଅନେକ ଆପ୍ ପ୍ରଦାନ କରୁଥିବା ଏହି ଆପ୍ ଭାରତରେ ପ୍ରସ୍ତୁତ ହୋଇଛି । ଏହି ଆପ୍ ଆଣ୍ଡ୍ରୋଏଡ୍ ବ୍ୟବହାରକାରୀଙ୍କ ପାଇଁ ପ୍ଲେ ଷ୍ଟୋରରେ ଉପଲବ୍ଧ ।

ଆପଲରେ ବିଭିନ୍ନ ଭାଷାରେ ଭିଡିଓଗୁଡିକ ଦେଖାଯାଇପାରିବ ଏବଂ ସେୟାର କରାଯାଇପାରିବ । ଏହା ବ୍ୟତୀତ, ନିର୍ମାତାମାନେ ଟ୍ରାଏଲରେ ଥିବା ରେସିପି ଠାରୁ ଆରମ୍ଭ କରି ବ୍ୟୁଟି ଟିପ୍ସ ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ଭିଡିଓ ପୋଷ୍ଟ କରିପାରିବେ । ଏହାର ବ୍ୟବହାର ମଧ୍ୟ ବହୁତ ସହଜ ।

ମେଡ୍ ଇନ୍ ଇଣ୍ଡିଆ ମୋଜ୍ ଆପ୍ ମଧ୍ୟ ଲକ୍ଷ ଲକ୍ଷ ବ୍ୟବହାରକାରୀ ଡାଉନଲୋଡ୍ କରିସାରିଛନ୍ତି । ଏବଂ ଏହା ଗୁଗଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ଅଛି । ଏହି ଆପରେ, ଉପଭୋକ୍ତାମାନେ ମଧ୍ୟ ସେମାନଙ୍କ ଚାରିପାଖରେ ବନ୍ଧୁ ତିଆରି କରିପାରିବେ ଏବଂ ଏହା ହେଉଛି ସେୟାର ଚାଟ୍ ର ଭିଡିଓ ଆପ୍ ।

ଇଣ୍ଡିଆନ୍ ଭିଡିଓ ଆପ୍ ରେ, ଉପଭୋକ୍ତାମାନେ ସର୍ଟ ଭିଡିଓ ତିଆରି କରି ସେୟାର କରିପାରିବେ । ଏହି ଭିଡିଓଗୁଡିକରେ କେତେଗୁଡ଼ିଏ ଭାରତୀୟ ଭାଷା ଗୁଡ଼ିକରେ ଭିଡ଼ିଓ ସେୟାର କରାଯାଇପାରେ ସେଗୁଡ଼ିକ ହେଲା ହିନ୍ଦୀ, ତାମିଲ, ତେଲୁଗୁ, ବଙ୍ଗାଳୀ, ମାଲାୟାଲମ୍, କନ୍ନଡ, ମରାଠୀ, ପଞ୍ଜାବୀ ଏବଂ ଓଡିଆ ।

ସମ୍ପୁର୍ଣ୍ଣ ଭାରତରେ ତିଆରି ହୋଇଥିବା ଦାବି କରୁଥିବା ଏହି ଆପରେ ୬୦ ସେକେଣ୍ଡ ପର୍ଯ୍ୟନ୍ତ ସର୍ଟ ଭିଡିଓ ପ୍ରସ୍ତୁତ କରାଯାଇପାରିବ । ଏହି ଆପ୍ ଉଭୟ ଆଣ୍ଡ୍ରୋଏଡ୍ ଏବଂ ଆଇଓଏସରେ ଉପଲବ୍ଧ ଏବଂ ଏଥିରେ କୋଲେବ କରିବାକୁ ଏକ ବିକଳ୍ପ ଅଛି ।

କେବଳ ଆଣ୍ଡ୍ରୋଏଡ୍ ବ୍ୟବହାରକାରୀଙ୍କ ପାଇଁ ପ୍ଲେ ଷ୍ଟୋରରେ ଉପଲବ୍ଧ ଏହି ଆପରେ ସର୍ଟ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇପାରିବ । ଏହି ଆପ୍ ବିୟୁଟି ଫିଲ୍ଟର୍, ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ଏବଂ ଇଫେକ୍ଟ ପ୍ରୟୋଗ କରିବାର ବିକଳ୍ପ ମଧ୍ୟ ପ୍ରଦାନ କରୁଛି ।

ସୁଶାନ୍ତ ମାମଲା: ବଲିଉଡର ତିନି ଖାନଙ୍କ ଉପରେ ବର୍ଷିଲେ ସୁବ୍ରମଣ୍ୟମ୍ ସ୍ୱାମୀ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସୋସିଆଲ ମିଡିଆରେ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ସୁବ୍ରମଣ୍ୟମ ସୁଶାନ୍ତଙ୍କ ନ୍ୟାୟ ପାଇଁ ଅଭିନେତାଙ୍କ ପ୍ରଶଂସକଙ୍କ ସହ ଠିଆ ହୋଇଛନ୍ତି। ବିଜେପି ନେତା ମଧ୍ୟ ଏବେ ସୁଶାନ୍ତଙ୍କ ମାମଲାର ସିବିଆଇ ତଦନ୍ତ ଦାବି କରୁଛନ୍ତି। ଏହି ସମୟରେ, ସୁବ୍ରମଣ୍ୟମ ସ୍ୱାମୀ ବଲିଉଡର ତିନି ଖାନଙ୍କୁ ଟାର୍ଗେଟ କରି କହିଛନ୍ତି।

ସୁବ୍ରମଣ୍ୟମ ସ୍ୱାମୀ ସୋସିଆଲ ମିଡିଆରେ ଏକ ଟ୍ୱିଟ କରି ବଲିଉଡର ୩ ଖାନ, ଶାହରୁଖ, ସଲମାନ ଏବଂ ଆମୀରଙ୍କୁ ଟାର୍ଗେଟ କରିଛନ୍ତି। ସୁବ୍ରମଣ୍ୟମ୍ ଟ୍ୱିଟ୍ କରି ଏହି କଳାକାରମାନଙ୍କ ନିରବତା ଉପରେ ପ୍ରଶ୍ନ କରିଛନ୍ତି। ସେ ଲେଖିଛନ୍ତି- ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ବଲିଉଡର ବାହୁବଳୀ ସଲମାନ, ଶାହରୁଖ ଏବଂ ଆମୀର କାହିଁକି ଚୁପ୍ ଅଛନ୍ତି? ସେମାନେ କାହିଁକି କିଛି କହୁ ନାହିଁ? ଏହି ତିନି କଳାକାର ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, କିନ୍ତୁ ଏବେ ମାମଲା ଆଉ କିଛି ରହିଛି । ଲୋକଙ୍କ ଦୃଷ୍ଟିରେ ସୁଶାନ୍ତ ଆତ୍ମହତ୍ୟା କରିନାହାଁନ୍ତି, ବରଂ ସେ ନେପୋଟିଜିମ୍ ର ଶିକାର ହୋଇଥିଲେ। ସେଥିପାଇଁ ସୁଶାନ୍ତଙ୍କ ମୃତ୍ୟୁ ନେଇ ସିବିଆଇ ଯାଞ୍ଚ ପାଇଁ ଦାବି କରାଯାଇଛି ।

https://twitter.com/dpakjack/status/1281628440211288064?s=20

ତେବେ ତିନି ଖାନ କାହିଁକି ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରୁନାହାଁନ୍ତି ବୋଲି ପଚାରିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ । ସୁବ୍ରମଣ୍ୟମ ସ୍ୱାମୀ ଙ୍କରଏହି ପୋଷ୍ଟକୁ ସୁଶାନ୍ତଙ୍କ ପ୍ରଶଂସକମାନେ ସପୋର୍ଟ କରିଛନ୍ତି। ଜଣେ ୟୁଜର କହିଛନ୍ତି ଯେ ଯେତେବେଳେ ସଞ୍ଜୟ ଦତ୍ତ ଜେଲ୍ ରେ ଥିଲେ, ସେତେବେଳେ ତାଙ୍କୁ ସମର୍ଥନ କରିବାକୁ ବଲିଉଡର ସମସ୍ତ ତାରକା ଆଗେଇ ଆସିଥିଲେ । କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁରେ ଏମିତି ଦେଖିବାକୁ ମିଳୁ ନାହିଁ। ଏଥି ସହ ଅକ୍ଷୟ କୁମାରଙ୍କ ଉପରେ ମଧ୍ୟ କିଛି ଲୋକେ ରାଗିଛନ୍ତି। ତାଙ୍କ ଫିଲ୍ମକୁ ବୟକଟ୍ କରିବା କଥା ମଧ୍ୟ ସାମ୍ନାକୁ ଆସିଛି ।

କିଛି ଦିନ ପୂର୍ବରୁ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍ କରି ସୂଚନା ଦେଇଥିଲେ ଯେ, ସେ ସୁଶାନ୍ତ ମାମଲାରେ ଜଣେ ଓକିଲ ନିଯୁକ୍ତ କରିଛନ୍ତି ଏବଂ ସମସ୍ତ ଜରୁରୀ ତଥ୍ୟ ସଂଗ୍ରହ କରିବାକୁ ଓକିଲଙ୍କୁ କୁହାଯାଇଛି। ଏହା ବ୍ୟତୀତ ସୁବ୍ରମଣ୍ୟମ କହିଛନ୍ତି ଯେ ଯଦି ଆବଶ୍ୟକ ହୁଏ ତେବେ ଏହି ମାମଲାରେ ସିବିଆଇ ତଦନ୍ତ କରାଯିବ। ଏଥିପାଇଁ ସ୍ୱାମୀଙ୍କୁ ଜବରଦସ୍ତ ସମର୍ଥନ ମିଳିଥିଲା।

କଂଗ୍ରେସ ସାଂସଦଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ଆର୍ଥିକ ସ୍ଥିତିକୁ ନେଇ ବିଭିନ୍ନ ରାଜନୈତି ଦଳର ଚିନ୍ତା ବଢୁଛି । କରୋନାର ମୁକାବିଲା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ ସଟଡାଉନ ଲାଗି ରହିଛି । ଏଥିରେ ସବୁଠୁ ଅଧିକ ପ୍ରଭାବିତ ହେଉଛି ଦେଶର ଆର୍ଥିକ ସ୍ଥତି । କରୋନା ତା ବିସ୍ତାରର ଯେତିକି ସମୟ ନେଉଛି ସେତିକି ଦୁର୍ବଳ ହେବାରେ ଲାଗିଛି ଦେଶରେ ଆର୍ଥିକ ସ୍ଥିତି ।

ଏନେଇ ଆଜି ଦଳର ସମସ୍ତ ସାଂସଦଙ୍କ ସହ ବୈଠକ ଡାକିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ହେବା ନେଇ ସୂଚନା ମିଳିଛି । କରୋନା ଯୋଗୁଁ ଦେଶର ଆର୍ଥିକ ସ୍ଥିତି ନେଇ ଏଥିରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । କରୋନା ଲକଡାଉନ ଯୋଗୁଁ ଦେଶର ଆର୍ଥୀକ ସ୍ଥିତି ଓ ଚୀନ ସୀମା ବିବାଦକୁ ନେଇ ଲଗାତାର ମୋଦୀଙ୍କୁ ଟାର୍ଗେଟ୍ କରି ଆସୁଛି କଂଗ୍ରେସ । ଏହାସହ ଲଗାତାର ପେଟ୍ରୋଲିୟମ ଦର ବୃଦ୍ଧି ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରି ପାରନ୍ତି କଂଗ୍ରେସ ଅଧ୍ୟକ୍ଷା ।

କେବଳ ସେତିକୁନୁହେଁ ପୂର୍ବରୁ ଏସବୁ ବିଷୟ ଉପରେ ସରକାର କୌଣସି ଆଲୋଚନା ନକରି କିପରି ନୀତିଗତ ନିଷ୍ପତ୍ତି ନେଉଛନ୍ତି ବୋଲି ସୋନିଆ ବାରମ୍ବାର ଅଭିଯୋଗ ଆଣୁଛନ୍ତି । କୁହାଯାଉଛି ସୋନିଆ ଡକାଇଥିବା ଏହି ବୈଠକରେ ଏସମସ୍ତ ବିଷୟ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ତେଣୁ ଆଜିର ବୈଠକ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହାସହ ୧୦ ଅଗଷ୍ଟରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର କାର୍ଯ୍ୟକାଳ ସରିବାକୁ ଯାଉଛି । ଏହାକୁ ବଢାଇବାକୁ କଂଗ୍ରେସ ଓ୍ୱାର୍କିଂ କମିଟି ବୈଠକ ହେବ । ବୈଠକ ପରେ ନିର୍ବାଚନ ଅଧିକାରୀଙ୍କୁ କାର୍ଯ୍ୟକାଳ ବଢାଇବା ନେଇ ଅବଗତ କରାଇବା ସମ୍ଭାବନା ରହିଛି ।

କୋଭିଡ୍-୧୯ ସଂକଟ ହେଉଛି ବିଗତ ୧୦୦ ବର୍ଷର ସବୁଠୁ ବଡ ସ୍ୱାସ୍ଥ୍ୟ ଓ ଆର୍ଥିକ ସଂକଟ

ନୂଆଦିଲ୍ଲୀ: ଜୀବନଜୀବିକାର ସଂକଟ ଭିତରେ ଦେଶର ଆର୍ଥିକ ଅଭିବୃଦ୍ଧିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁତ୍ୱ ଦେଇଛି । କରୋନା ଲକଡାଉନ ସମୟରେ ଅନେକ ପଦକ୍ଷେପ ନିଆଯାଇଛି । ରେପୋରେଟ 135 ବେସିସ ପଏଣ୍ଟ ହ୍ରାସ କରାଯାଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଲକଡାଉନ ସମୟରେ ଧିମା ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆରବିଆଇର ଅନେକ ପଦକ୍ଷେପ ଫଳପ୍ରଦ ହୋଇଛି । ଋଣକ୍ଷେତ୍ରରେ ମଧ୍ୟ ସରଳୀକରଣ ପାଇଁ ବ୍ୟାଙ୍କମାନଙ୍କ ସହ ସମନ୍ୱୟ ରଖାଯାଇଛି । ଆଗକୁ ମଧ୍ୟ ଅନେକ ପଦକ୍ଷେପ ନେବାକୁ ଯୋଜନା କରିଛି ଆରବିଆଇ । କରୋନା ମହାମାରୀ ଦେଶର ଆର୍ଥିକ ସ୍ଥିତିକୁ ବହୁତ କ୍ଷତି ପହଞ୍ଚାଇଛି । ଏଣୁ ସଂକଟରୁ ଉଦ୍ଧାର ପାଇଁ ଅନେକ ଯୋଜନା କରାଯାଉଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ସପ୍ତମ ଏସ୍‌ବିଆଇ ବ୍ୟାଙ୍କିଙ୍ଗ୍‌ ଓ ଇକୋନୋମିକ କନକ୍ଲେଭ୍‌ରେ ଯୋଗଦେବା ଅବସରରେ ଏହା କହିଛନ୍ତି ଶକ୍ତିକାନ୍ତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍-୧୯ ବିଗତ ୧୦୦ ବର୍ଷ ମଧ୍ୟରେ ଦୁନିଆ ଦେଖିଥିବା ସବୁଠୁ ଖରାପ ସ୍ୱାସ୍ଥ୍ୟ ଓ ଆର୍ଥିକ ସଂକଟ । ଏହା କାରଣରୁ ଉତ୍ପାଦନ ଓ ନିଯୁକ୍ତି ପ୍ରଭାବିତ ହୋଇଛି । ଏଥିପାଇଁ ସମଗ୍ର ବିଶ୍ୱ ବ୍ୟବସ୍ଥା,ଶୃଙ୍ଖଳା,ଶ୍ରମ ଓ ପୁଞ୍ଜି ବ୍ୟବସ୍ଥାକୁ ପ୍ରଭାବିତ କରିଛି ।

 

କରୋନା ନେଲା ଏହି ଲୋକପ୍ରିୟ ଅଭିନେତାଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ଭାଇରସ ସଙ୍କଟ ସରିବାର ନାଁ ହିଁ ନେଉନାହିଁ । ଆମେରିକାରେ କରୋନାର ସର୍ବାଧିକ ମାମଲା ଥିବାବେଳେ ଭାରତ ତୃତୀୟ ସ୍ଥାନରେ ରହିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ଛୁଇଁଛି । ଗତ ୨୪ ଘଣ୍ଟାରେ କରୋନାରେ ୫୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ହଜାର ୧୧୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ ସର୍ବାମୋଟ୍ ପଜିଟିଭ୍ ସଂଖ୍ୟା ୮ଲକ୍ଷ ୨୦ ହଜାର ୯୧୬କୁ ବୃଦ୍ଧି ପାଇଛି ।

ତେବେ ବଲିଉଡ ତଥା ଟିଭି ଇଣ୍ଡଷ୍ଟ୍ରିର ଅନେକ କଳାକାର ମାନେ ମଧ୍ୟ କରୋନାର ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି କରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ଅପରପକ୍ଷରେ କିଛି ଜଣ ଏଯାଏଁ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଠିକ୍ ସେହିଭଳି ହଲିଉଡ ମଧ୍ୟ କରୋନା କବଳରୁ ବଞ୍ଚିପାରିନାହିଁ । ନିକଟରେ ହଲିଉଡର ଜଣେ ଲୋକପ୍ରିୟ ଅଭିନେତାଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ୪୧ ବର୍ଷିୟ ହଲିଉଡ ଅଭିନେତା ନିକ କର୍ଡେରୋ କରୋନା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ନିକ୍ କର୍ଡେରୋ ଗତ କିଛି ମାସରୁ କୋଭିଡ୍ -୧୯ ସଂକ୍ରମଣରେ ଚିକିତ୍ସିତ ହେଉଥିଲେ । ଏବେ ସେ ଦୁନିଆ ଛାଡି ଚାଲିଯାଇଛନ୍ତି ।

ନିକଙ୍କ ପତ୍ନୀ ଅମାଣ୍ଡା କ୍ଲ୍ୟୁଟ୍ସ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ । ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଛି । ସେ ତାଙ୍କ ପରିବାରକୁ ବହୁତ ଭଲ ପାଉଥିଲେ। ସେ ହସି ହସି ଏହି ଦୁନିଆ ଛାଡିଛନ୍ତି । ନିକ୍ ଙ୍କ ପତ୍ନୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ନିକଙ୍କ ବିନା ସେ ତାଙ୍କ ଜୀବନ ବିଷୟରେ କେବେ ଚିନ୍ତା କରିନଥିଲେ । ନିକଙ୍କୁ ସେ କେବେ ଭୁଲି ପାରିବେ ନାହିଁ  ବୋଲି ଲେଖିଛନ୍ତି । ନିକ୍ ସମସ୍ତଙ୍କର ବନ୍ଧୁ ଥିଲେ । ସମସ୍ତଙ୍କ କଥା ଶୁଣିବା, ସାହାଯ୍ୟ କରିବାକୁ ସେ ବହୁତ ଭଲ ପାଉଥିଲେ | ସେ ଜଣେ ଉଜ୍ଜ୍ୱଳ ଅଭିନେତା ସହ ସେ ଜଣେ ଭଲ ସ୍ୱାମୀ ଏବଂ ପିତା ମଧ୍ୟ ଥିଲେ।

ରାଜ୍ୟରେ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁସ୍ଥ ହେଲେ ୫୬୫

ଭୁବନେଶ୍ୱର: ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ରାଜ୍ୟରେ ମୃତ୍ୟୁ ସଂଖ୍ୟା ସହ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଚିନ୍ତା ବଢାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ଆଶ୍ୱସ୍ଥି ପ୍ରଦାନ କରୁଛି । ଗତକାଲି ୪ଜଣ କରୋନା ଆକ୍ରନ୍ତ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସେହି ଭଳି ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୫୬୫ଜଣ କରୋନା ରୋଗୀ । ତେବେ ଆଜି ୪ଜିଲ୍ଲାର ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସମସ୍ତେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ।

ସେହିଭଳି ପୁରୀ ଜିଲ୍ଲାର ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ୭୦ ବର୍ଷୀୟ ପୁରୁଷ, ସେହି ଭଳି ମଧୁମେହ, ଉଚ୍ଚରକ୍ତଚାପରେ ପିଡ଼ିତ କଟକ ଜିଲ୍ଲାର ୪୬ ବର୍ଷିୟ ପୁରଷ, ଭୁବନେଶ୍ୱର ୫୬ବର୍ଷିୟ ମହିଳା, ଗଞ୍ଜାମର ୫୫ବର୍ଷିୟ ପୁରଷ ଓ ୭୨ବର୍ଷିୟ ପୁରଷଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ଆଜି ମୃତ୍ୟୁ ବରଣ କରିଥିବା ସମସ୍ତ କରୋନା ଆକ୍ରାନ୍ତ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ରାଜ୍ୟରେ ବର୍ତ୍ତମାନ କରୋନା କାରଣରୁ ସମୁଦାୟ ୬୧ଜଣଙ୍କ ଜୀବନ ଯାଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୭୦ଟି ନୂତନ ମାମଲା ଆସିଥିବା ବେଳେ ୧୮୬ ଜଣ ସଂକ୍ରମିତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିଭଳି କ୍ୱାରେଣ୍ଟାଇନରୁ ୩୮୪ଟି କେସ୍ ଆସିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୫୨୬ରେ ପହଞ୍ଚିଛି । ୭ ହଜାର ୯୭୨ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୪୭୫ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

ଆଜି ପୁଣି ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ… ମୋଟ ସଂଖ୍ୟା ୧୨ ହଜାର ୫ ଶହ ଟପିଲା

ଭୁବନେଶ୍ୱର: ରାଜ୍ୟରେ ଥମୁନି କରୋନା ଆତଙ୍କ । ଦିନକୁ ଦିନ ପଜିଟିଭ୍ କେସ୍ ର ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ ଆଉ ୫୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରରୁ ୩୮୪ ଜଣ ଚିହ୍ନଟ ହେବା ସହ ଓ ଲୋକାଲ୍ କେସ୍ ୧୮୬ଟି ରହିଛି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨୬କୁ ବୃଦ୍ଧି ହୋଇଛି । ୧୯ ଜିଲ୍ଲାରୁ ୫୭୦ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ସର୍ବାଧିକ ୨୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ଗଞ୍ଜାମରୁ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି ମଧ୍ୟ ଗଞ୍ଜାମରୁ ସବୁଠୁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବ୍ୟତୀତ ଆଜି ସୁନ୍ଦରଗଡ଼ରୁ ୪୪, ଯାଜପୁରରୁ ୪୦, ଅନୁଗୁଳରୁ ୧୧, ବାଲେଶ୍ୱର ଓ ବୌଦ୍ଧରୁ ୩ ଲେଖାଏଁ, ଭଦ୍ରକରୁ ୨, କଟକରୁ ୪୬, ଗଜପତି ୨୫, ଜଗତସିଂହପୁରରୁ ୧୬, ଝାରସୁଗୁଡାରୁ ୩୧, କେନ୍ଦ୍ରାପଡାରୁ ୬, କେନ୍ଦୁଝର ୧୪, ଖୋର୍ଦ୍ଧାରୁ ୩୭, କୋରାପୁଟରୁ ୧୧, ମୟୁରଭଞ୍ଜ ୧୦, ନୟାଗଡ଼ରୁ ୩୭, ପୁରୀରୁ ୧୫, ସମ୍ବଲପୁରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ନୂଆ ଆରୋଗ୍ୟ ସଂଖ୍ୟା ୫୬୫ ଥିବାବେଳେ ଆକ୍ଟିଭ କେସ୍ ୪୪୭୫ ରହିଛି ।

ଆଜିଠୁ ଭୁବନେଶ୍ୱର ପୋଲିସ୍ ସେବା ଭବନ ବନ୍ଦ… କର୍ମଚାରୀ ଓ ଭିଜିଟର୍ସଙ୍କୁ ଅଫିସ ମନା…

ଭୁବନେଶ୍ୱର: ଚିନ୍ତା ବଢାଉଛି କରୋନା । ଦିନ ଗଡ଼ିବା ସହ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ କରୋନା ସଂକ୍ରୟମିତଙ୍କ ସଂଖ୍ୟା ୧୨ହଜାର ପାର ହେଲାଣି । ରାଜ୍ୟରେ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଥିବା ବେଳେ ଖୋର୍ଦ୍ଧା ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ଭୁବନେଶ୍ୱରରେ ସ୍ଥିତି ଅନିୟନ୍ତ୍ରିତ ହେଉଛି । ଭୁବନେଶ୍ୱରରେ କ୍ୱାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ମାମଲା ପ୍ରଶାସନର ଚିନ୍ତା ବଢାଇଛି । ଏଭଳି ପରିସ୍ଥିତି ସଚେତନ ହିଁ ଏକମାତ୍ର ପନ୍ଥା ହୋଇପଡ଼ିଛି ।

କରୋନା ସ୍ଥିତିକୁ ଦେଖି ଆଜିଠାରୁ ଭୁବନେଶ୍ୱର ପୋଲିସ ସେବା ଭବନକୁ ବନ୍ଦ ରଖାଯାଇଛି । ଆଜି ଏହାକୁ ଦୃଷ୍ଟିରେ ରଖି ପୋଲିସ ସେବା ଭବନ ସାନିଟାଇଜ କରାଯାଉଛି । ଏହାସହ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୧୩ ଜୁଲାଇ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପୂରା ବିଲ୍ଡିଂକୁ ସାନିଟାଇଜ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅନ୍ୟପଟେ ୧୩ ତାରିଖ ଯାଏଁ ବନ୍ଦ ଘୋଷଣା ପରେ କର୍ମଚାରୀ ଓ ଭିଜିଟର୍ସଙ୍କୁ ଅଫିସ୍ ଯିବାକୁ ବାରଣ କରାଯାଇଛି ।

ତେବେ ଆଜିଠାରୁ ଅନଲକ ୨.୦ରେ ଲକଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନ । ରାସ୍ତାଘାଟ ଖାଁ ଖାଁ, ଦୋକାନ ବଜାର ସବୁ ବନ୍ଦ ରହିଛି । କରୋନା ସ୍ଥିତିକୁ ଦେଖି ରାଜ୍ୟର ୧୬ରୁ ଅଧିକ ଜିଲ୍ଲାରେ ଏହି ସଟଡାଉନ୍ ଜାରି ହୋଇଛି । କେବଳ ଔଷଧ ଦୋକାନକୁ ଛାଡିଦେଲେ ବାକି ସବୁ ଦୋକାନ ବନ୍ଦ ରହିଛି । ଏବଂ ବିଭିନ୍ନ ସ୍ଥାନରେ ପୋଲିସର ଚେକିଂ ଓ ବ୍ଲକିଂ ଚାଲିଛି । ଯେଉଁମାନେ ବାହାରକୁ ଯାଉଛନ୍ତି ସେମାନଙ୍କ ପାସ୍ କିମ୍ବା କାର୍ଡ ଦେଖି ପୋଲିସ୍ ସେମାନଙ୍କୁ ଯିବାକୁ ସୁଯୋଗ ଦେଉଛି ।

ଅନଲକ ୨.୦ରେ  ଲକଡାଉନ ପ୍ରଥମ ସପ୍ତାହର ସଟଡାଉନ ସମୟରେ ନିୟମ କଡାକଡି ଥିଲା । ଏକାଠି ହୋଇ ଖଟି କରିବା କିଛି ଜଣଙ୍କୁ ମହଙ୍ଗା ପଡିଲା। ଜୟଦେବ ଭବନ ନିକଟରେ ଥିବା ଓମଫେଡ୍ ବୁଥ ସମ୍ମୁଖରେ ସଟଡାଉନ କଟକଣା ମାନିନଥିବା ଅଭିଯୋଗରେ ୯ ଜଣଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରିଥିଲା କ୍ୟାପିଟାଲ ଥାନା ପୋଲିସ । ସେପଟେ ରାଜଧାନୀରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ଜାରିରହିଛି ବିଶୋଧନ ପ୍ରକ୍ରିୟା ।