spot_img
Home Blog Page 6830

ପ୍ରଥମ କରୋନା ଟିକା ନେଇଥିଲେ ଏହି ମହିଳା,୧୬ ସପ୍ତାହ ପରେ କ’ଣ କହିଲେ ?

ଆମେରିକା: କରୋନା ସଂକ୍ରମଣକୁ କାବୁ କରିବା ପାଇଁ ସବୁ ଦେଶ ନିଜ ନିଜ ସ୍ତରରେ ପ୍ରୟାସ କରୁଛନ୍ତି ଭ୍ୟାକ୍ସିନ୍ ପାଇଁ । ଯଦିଓ ଏକ ବ୍ୟବସ୍ଥିତ ଢଙ୍ଗରେ ଭ୍ୟାକ୍ସିନ୍ ପ୍ରସ୍ତୁତ କରି ହ୍ୟୁମାନ ଟ୍ରାଏଲ କରିବା ପାଇଁ ଯଥେଷ୍ଟ ସମୟ ଦରକାର, ଏବେ କିନ୍ତୁ ସବୁ ଦେଶ ତରବରିଆ ପ୍ରୟାସ କରିବାକୁ ବାଧ୍ୟ । ତେବେ ଆମେରିକା ସର୍ବପ୍ରଥମେ ଭ୍ୟାକ୍ସିନକୁ ଏକ ୪୩ ବର୍ଷୀୟ ମହିଳାଙ୍କ ଉପରେ ପ୍ରୟୋଗ କରିଥିଲା । ତାଙ୍କ ନାମ ଜେନିଫର୍ ହାଁଲର ।

Vaccine

ତେବେ ତାଙ୍କ ଉପରେ ଏହି ଭ୍ୟାକ୍ସିନ୍ ପ୍ରୟୋଗ ହେବାକୁ ୧୬ ସପ୍ତାହ ହୋଇଗଲାଣି । ୧୬ ସପ୍ତାହ  ପୂରିବା ପରେ ଜେନିଫର୍ ନିଜ ସ୍ୱାସ୍ଥ୍ୟ ସମ୍ୱନ୍ଧୀତ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଭ୍ୟାକ୍ସିନର କୌଣସି କୁପ୍ରଭାବ ତାଙ୍କ ଶରୀର ଉପରେ ପଡିନାହିଁ । ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି ଓ ଅପେକ୍ଷାକୃତ ଭାବେ ଭଲ ଅନୁଭବ କରୁଛନ୍ତି । ତାଙ୍କୁ ଏମଆରଏନଏ-୧୨୭୩ ଭ୍ୟାକ୍ସିନ ଦିଆଯାଇଥିଲା । ଭ୍ୟାକ୍ସିନର ପ୍ରଥମ ପ୍ରର୍ଯ୍ୟାୟ ପରୀକ୍ଷଣ ବେଳେ ତାଙ୍କ ଉପରେ ଏହି ଭ୍ୟାକ୍ସିନର ପରୀକ୍ଷଣ କରାଯାଇଥିଲା ।

Corona Vaccine

ତେବେ ଏହି ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା କମ୍ପାନୀ ଦାବି କରିଛି ଯେ କରୋନା ସଂକ୍ରମଣକୁ ରୋକିବା କିମ୍ୱା ଭଲ କରିବା ଦିଗରେ ଏହା ଶତ ପ୍ରତିଶତ କାର୍ଯ୍ୟକ୍ଷମ ହେବ । ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ୍ ଓ ମୋଡର୍ନା କମ୍ପାନୀର ମିଳିତ ଉଦ୍ୟମରେ ଏହି ଭ୍ୟାକ୍ସିନକୁ ବିକଶିତ କରାଯାଉଛି । ତେବେ ୩ୟ ପର୍ଯ୍ୟାୟ ଟେଷ୍ଟିଂ ଏହି ଜୁଲାଇ ମାସରେ କରାଯିବ । ଭ୍ୟାକ୍ସିନ କରୋନା ସଂକ୍ରମଣ ରୋକିବା ଦିଗରେ ସହାୟକ ହେବ କି ନାହିଁ ତାହା ୩ ପର୍ଯ୍ୟାୟ ପରେ ହିଁ ଜଣାପଡିବ ବୋଲି ଆମେରିକାର ଏହି ସଂସ୍ଥା ମୋଡର୍ନା ପକ୍ଷରୁ କୁହାଯାଇଛି । ତେବେ ମୋଡର୍ନା ଏହା ମଧ୍ୟ କହିଛି ଯେ ଏଯାବତ୍ ଭ୍ୟାକ୍ସିନକୁ ନେଇ ଆମେରିକା ସରକାର ଓ  ମୋଡର୍ନା ଯଥେଷ୍ଟ ଆଶାବାଦୀ ଅଛୁ । ଭ୍ୟାକ୍ସିନ୍ କରୋନା ସଂକ୍ରମଣ ରୋକିବା ଦିଗରେ ସଂଜିବନୀ ହୋଇ ବାହାରିବ  ।

ଦୂତୀ ତାଙ୍କ ବଡ଼ ଭଉଣୀଙ୍କୁ କହିଲେ ସାଇକୋ: ଜାଣନ୍ତୁ କାହିଁକି

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଜଣାଶୁଣା ଆଥଲେଟ୍ ଦୂତୀ ଚାନ୍ଦ । ତାଙ୍କ ପେଶାଦାର ଜୀବନ ପରିବର୍ତ୍ତେ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ପୁଣି ଚର୍ଚ୍ଚା । ନିଜ ସମଲିଙ୍ଗୀ ସମ୍ପର୍କକୁ ନେଇ ଦୂତୀ ପୂର୍ବରୁ ମିଶ୍ର ପ୍ରତିକ୍ରିୟାର ସାମ୍ନା କରିଥିବା ବେଳେ ଏବେ ଏନେଇ ପୁଣି ପରିବାରରେ ସୃଷ୍ଟି ହୋଇଛି ଝଡ଼ ।

ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କର ଖୁଲାସା ନେଇ ନନ୍ଦିଘୋଷ ଟିଭି ଷ୍ଟୁଡିଓରେ ନିଜ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦଙ୍କୁ ଦାୟୀ କରିଛନ୍ତି ଦୂତୀ । ଏଭଳି କି ସେ କହିଛନ୍ତି ତାଙ୍କ ବଡ଼ ଭଉଣୀ ଜଣେ ସାଇକୋ । ତାଙ୍କ ବଡ଼ ଭଉଣୀ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି । ତାଙ୍କ ବଡ଼ ଭଉଣୀ ଚାହୁଁଛନ୍ତି ମୁଁ(ଦୂତୀ) ସେହି ଝିଅକୁ ମୋ ପାଖରେ ରଖେ ।

ଏଭଳି କି ସେହି ଝିଅର ସମସ୍ତ ଖର୍ଚ୍ଚ ବହନ କରିବାକୁ କହିଥିବା ଦୂ୍ତୀ ପ୍ରକାଶ କରିଛନ୍ତି । ତେବେ ଏଥିରେ ଦୂତୀ ରାଜି ନହେବାରୁ ତାଙ୍କୁ ଫେସବୁକ୍‌ରେ ବାରମ୍ୱାର କଟାକ୍ଷ କରୁଛନ୍ତି । ଏଥିଲାଗି ସେ ମାନସିକ ଚାପଗ୍ରସ୍ତ ହୋଇଛନ୍ତି । ଦୌଡ଼ି ପାରୁନାହାନ୍ତି ।

ଏବଂ ତାଙ୍କ ସମଲିଙ୍ଗୀ ସମ୍ପର୍କ ବିଷୟରେ ସମସ୍ତଙ୍କୁ କହିବା ସହ ତାଙ୍କୁ ବଦନାମ କରିବାକୁ ଧମକ ଦେଇଥିବା କହିଛନ୍ତି । ଏହି ସମ୍ପର୍କ ସାର୍ବଜନୀନ ହେବା ପରେ ମୋତେ ସମଲିଙ୍ଗୀ ସମ୍ପର୍କ ରଖିଥିବାରୁ ଘରେ ପୂରାଇ ଦେଉନାହାନ୍ତି । କିନ୍ତୁ ତାଙ୍କ ବଡ଼ ଭଉଣୀ ମଧ୍ୟ ସମଲିଙ୍ଗୀ ସମ୍ପର୍କରେ ଥିବା ଅଭିଯୋଗ କରିବା ସହ ସମ୍ପର୍କରେ ଥିବା ଝିଅଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି ।

ତେବେ ଦୂତୀଙ୍କ ସମସ୍ତ ପ୍ରକାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ମାଆ । ସେ ଯାହା କହୁଛି ସବୁ ମିଛି, ସେ ପୁରସ୍କାର ପାଇବାର ଅଛି     ସେହି ପୁରସ୍କାର ପାଇସାରିଲା ପରେ ତା’ ମୁଖା ଖୋଲିଦେବି ବୋଲି ତାଙ୍କ ମାଆ କହିଛନ୍ତି ।

https://www.facebook.com/NandighoshaTV/videos/3054861267939164/

ସାମାଜିକ ଦୂରତାକୁ ମାନୁ ନାହାନ୍ତି ଲୋକ, ବଜାରରେ ହଜୁଛି ସତର୍କତା

ଭୁବନେଶ୍ୱର: ରାଜଧାନୀରେ ସଂକ୍ରମଣ ବଢୁଛି କିନ୍ତୁ ଲୋକ ଏହାକୁ ହାଲୁକାରେ ନେଉଛନ୍ତି । ସାମାଜିକ ଦୂରତାକୁ ଭୁଲିଯାଇ ବଜାରଘାଟରେ ଗହଳି କରୁଛନ୍ତି । ଯାହାର ଫଳ ହେଉଛି ଭୁବନେଶ୍ୱରରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ସଂକ୍ରମଣ ବୃଦ୍ଧି ପାଇଁ ଲୋକଙ୍କ ଅସତର୍କତାକୁ ଦାୟୀ କରି ଏଭଳି କହିଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ।

କରୋନା ସଂକ୍ରମଣ ନେଇ ରାଜ୍ୟ ସରକାରଙ୍କ ପ୍ରେସମିଟରେ ଶନିବାର ଦିନ ପ୍ରେମାନନ୍ଦ ଚୌଧୁରୀ ଏହା କହିଛନ୍ତି ।  ସେ କହିଛନ୍ତି ଯେ, ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୬୧୪ କରୋନା କେସ ଚିହ୍ନଟ ହୋଇଛନ୍ତି  । ସେଥିମଧ୍ୟରୁ ୩୧୪ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଭୁବନେଶ୍ୱରରେ ୩୧୭ ଜଣେ କରୋନା ରୋଗୀ ସକ୍ରିୟ ରହିଛନ୍ତି ।

୧୦ ଦିନରେ ୩୧୦

ସେ ଆହୁରି ମଧ୍ୟ କହିଛନ୍ତି ଯେ,  ଭୁବନେଶ୍ୱରରେ ଗତ ୧୦ ଦିନରେ ୩୧୦ ଜଣ ସଂକ୍ରମିତ  ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦ ଜଣ କୌଣସି ନା କୌଣସି ହସ୍ପିଟାଲ ସଂସ୍ପର୍ଶରେ ଆସି ସଂକ୍ରମିତ ରହିଛନ୍ତି । ୨୧୨ ଜଣ ଡ଼ାଇରେକ୍ଟ ପଜିଟିଭ ବ୍ୟକ୍ତିଙ୍କ କଣ୍ଟାକ୍ଟରେ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ୩୭ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ତେବେ କରୋନା ବିରୁଦ୍ଧରେ ଆମେ ପୁରା ସଚେତନ ରହିଛୁ ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନେଉଛୁ ବୋଲି  ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ କହିଛନ୍ତି ।

ବସ୍ତି ଉପରେ ନଜର : ହୋମ କ୍ୱାରେଣ୍ଟାଇନ୍ ବନ୍ଦ

ବସ୍ତି ଅଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେଉଁ ଷ୍ଟ୍ରାଟେଜି ଆପଣା ଯାଇଛି ସେ ବାବଦରେ ମଧ୍ୟ ବିଏମସି କମିଶନର ସୂଚନା ଦେଇଥିଲେ ।  ସବୁ ବସ୍ତିରେ ଥିବା ସ୍ଲମ୍‌ କମ୍ୟୁନିଟିକୁ ଆକ୍ଟିଭ କରାଯାଇଛି । ବସ୍ତି ଅଞ୍ଚଳରେ ଏପର୍ଯ୍ୟନ୍ତ ଘରକୁ ଘର ବୁଲି ହାଉସ ସର୍ଭିଲାନ୍ସ କରାଯାଉଛି । ଯଦି ସର୍ଭିଲାନ୍ସରେ କେହି କରୋନା ସଂକ୍ରମଣର ଲକ୍ଷଣ ଦେଖାଯାଉଛି ତାକୁ ପ୍ରଥମେ କ୍ୱାରେଣ୍ଟାଇନରେ ରଖାଯାଉଛି । ତାପରେ ସେମାନଙ୍କର ଟେଷ୍ଟିଂ କରାଯାଉଛି । ଏବେ ବସ୍ତି ଅଞ୍ଚଳରେ ହୋମ କ୍ୱାରେଣ୍ଟାଇନକୁ ପୁରା ବାରଣ କରାଯାଇଛି ।

ସଫଳତା ଲୋକଙ୍କ ପାଇଁ ମିିଳିଛି

ଭୁବନେଶ୍ୱରରେ ଆଜି ଯାହାବି ସଫଳ ମିଳିଛି କେବଳ ଲୋକଙ୍କ ସହାୟତା ପାଇଁ । ବିଏମ୍‌ସିର ଏଭଳି ସଫଳତା କେବଳ ସାଧାରଣ ଲୋକମାନଙ୍କ ସହାୟତା ପାଇଁ ପାଇଛି । ଓ୍ୱାର୍ଡ଼ ସଚେତକ କମିଟିରେ ନିଜ ଇଚ୍ଛାରେ ବହୁତ ଲୋକ ଆସିଛନ୍ତି । ହୋମ କ୍ୱାରେଣ୍ଟାଇନରେ ଥିବା ଲୋକମାନଙ୍କ ଉପରେ ପୁରା ନଜର ରଖୁଛନ୍ତି, ଯାହାଫଳରେ ବିଏମ୍‌ସିକୁ ବହୁତ ସୁବିଧା ହେଉଛି । କଣ୍ଟେନମେଣ୍ଟ ଜୋନରେ ଜରୁରୀକାଳୀନ ସେବା ପାଇଁ ନିଜ ଇଛାରେ ଲୋକେ ଆସିଛନ୍ତି ବୋଲି କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ । RWA, ପୂଜା କମିଟି, ଏନଜିଓ ଏବଂ ବିଭିନ୍ନ ପ୍ରକାରର ଆକ୍ଟିଭ ସଂସ୍ଥା ଆମକୁ ବହୁତ ସାହାଯ୍ୟ କରିଛନ୍ତି ।

ତଥାପି ସାମାଜିକ ଦୂରତାକୁ ମାନୁ ନାହାନ୍ତି ଲୋକ

ବିଏମସି କମିଶନର ସଫଳତାର ଶ୍ରେୟ ସାଧାରଣ ଲୋକଙ୍କୁ ଦେଇଛନ୍ତି ସତ କିନ୍ତୁ ଏହା ସହ କିଛି ଲୋକ ସାମାଜିକ ଦୂରତାକୁ ମାନୁ ନାହାନ୍ତି ବୋଲି କହିଛନ୍ତି । ଯେଉଁଥିପାଇଁ ବିଏମ୍‌ସି ଅନେକ ଚ୍ୟାଲେଞ୍ଜର ସାମ୍ନା କରୁଛି ।  କିଛି ଲୋକ ସବୁବେଳେ ସାମାଜିକ ଦୂରତାକୁ ଅବହେଳା କରୁଛନ୍ତି  । ଯାହା ଫଳରେ ଦିନକୁ ଦିନ ଅଧିକ ପରିମାଣରେ ଲୋକାଲ କଣ୍ଟାକ୍ଟ ଆସିବାରେ ଲାଗୁଛି ।

 

ସରକାରଙ୍କର ବାରମ୍ବାର ଅନୁରୋଧ ପରେ ମଧ୍ୟ ସାମାଜିକ ଦୂରତାକୁ ଅବହେଳା କରାଯାଉଛି  । ସାମାଜିକ ଦୂରତା ହେଉଛି ସଚେତନ ଲୋକ ମାନଙ୍କର କର୍ତ୍ତବ୍ୟ କିନ୍ତୁ ଏହାକୁ ପାଳନ କରୁନାହାନ୍ତି । ମାର୍କେଟକୁ ପୁରା ସଟଡାଉନ ମଧ୍ୟ କରାଯାଉଛି ତଥାପି ସୁଧୁରୁ ନାହାନ୍ତି ଲୋକେ । ସେଥିପାଇଁ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ମାନିବାକୁ ସରକାରଙ୍କ ତରଫରୁ ଅନୁରୋଧ କରିଛନ୍ତି ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ ।

ମେକ୍ ଇନ୍ ଇଣ୍ଡିଆ ଆପ୍ ଚ୍ୟାଲେଞ୍ଜ ଆରମ୍ଭ କଲେ ସରକାର, ଜାଣନ୍ତୁ କେଉଁ ପ୍ରକାରର ଆପ୍ ଉପରେ ରହିଛି ନଜର

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ଓ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଭାବିତ ହେଉଥିବା କାରଣ ଦର୍ଶାଇ ଭାରତ ଚାଇନାର ୫୯ ଆପକୁ ବ୍ୟାନ କରିଛି । ତେବେ ବ୍ୟାନ କରିବା ପରେ ଭାରତୀୟ ବଜାରରେ ଏହାର ବିକଳ୍ପର ଆବଶ୍ୟକତା ମଧ୍ୟ ଅନୂଭୁତ ହେଲାଣି । ଏଣୁ ବ୍ୟାନ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଦେଶରେ ସେଗୁଡିକର ବିକଳ୍ପ ପ୍ରସ୍ତୁତ କରିବା । କେନ୍ଦ୍ର ସରକାର ମଧ୍ୟ ଏହି ଆଭିମୁଖ୍ୟ ସହ ସମର୍ଥନ ଜଣାଇଛନ୍ତି । ସରକାରଙ୍କ ତରଫରୁ ଏକ ମେକ୍ଇନ୍ ଇଣ୍ଡିଆ ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜ ଆରମ୍ଭ କରଯାଇଛି । ଦେଶ ମଧ୍ୟରେ ସମସ୍ତ ଆଇଟି ଉଦ୍ୟୋଗ ପ୍ରତିଦ୍ୱନ୍ଦିତାକୁ ଆସିବା ପାଇଁ ସରକାର ଆହ୍ୱାନ ଦେଇଛନ୍ତି ।

ତେବେ ଭାରତୀୟ ଜନତା ପାର୍ଟିର ଅଫିସିଆଲ୍ ସାଇଟରେ ଏନେଇ ଏକ ଫଟୋ ପୋଷ୍ଟ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିଯାଇଛି । ସୂଚନା ଅନୁଯାୟୀ ସରକାର ୮ଟି ଶ୍ରେଣୀର ଆପ୍ ବିକଶିତ କରିବା ପାଇଁ ଆଇଟି ଫାର୍ମମାନଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ଶ୍ରେଣୀଗୁଡିକ ହେଲେ- ସ୍ୱାସ୍ଥ୍ୟ, ଗେମିଂ, ନ୍ୟୁଜ୍, କୃଷି, ଶିକ୍ଷା, ମନୋରଞ୍ଜନ, ସାମାଜିକ ଗଣମାଧ୍ୟମ ଓ ଉଦ୍ୟୋଗ ସହ ସଂପୃକ୍ତ ଆପ୍  ।

ଉଲ୍ଲେଖଯୋଗ୍ୟ ଯେ ଚାଇନା ଆପ୍ ଦେଶରେ ବ୍ୟାନ ହେବା ପରେ ଅନେକ ଭାରତୀୟ ଆପ୍ ସମୟକ୍ରମେ ଧିରେ ଧିରେ ଭାଇରାଲ ହେବାରେ ଲାଗିଛି । ଏଭଳି ଅନେକ ଆପ୍ ଯାହା ଚୀନ୍ ଆପର ଲୋକପ୍ରିୟତା ଚାପରେ ଦବି ଯାଇଥିଲା, ସେଗୁଡିକ ଏବେ ସାଧାରଣ ଲୋକଙ୍କ ନଜରକୁ ଆସୁଛି । ଏହାର ସୁଯୋଗ ନେଇ ସରକାର ସେହି ଆପ୍ ଡେଭଲପରଗୁଡିଙ୍କୁ ଅଧିକ ପ୍ରୋତ୍ସାହିତ କରିବା ସହ ନୂଆ ଆଇଟି ଉଦ୍ୟୋଗକୁ ଆପ୍ ନିର୍ମାଣ ପାଇଁ ସୁଯୋଗ ଦେବାକୁ ଚାହୁଁଛି ।  

ଚୀନରୁ ଖସିଲେ, ଆମେରିକାରେ ସତ କହିଲେ, ଜାଣନ୍ତୁ ଚୀନର ଚକ୍ରାନ୍ତ……..

ଆମେରିକା: କରୋନା ସଂକ୍ରମଣ ସମ୍ୱନ୍ଧୀୟ ସୂଚନା ଢେର ଆଗରୁ ଥାଇ ମଧ୍ୟ ଚୀନ୍ ବିଶ୍ୱକୁ ସତର୍କ କରାଇଲା ନାହିଁ । ଏଭଳି ଆରୋପ ଚୀନ୍ ଉପରେ କ୍ରମାଗତ ଭାବେ ଲାଗୁଛି । ତେବେ ବିଗତ ଦିନରେ ଚୀନର ଜଣେ ବୈଜ୍ଞାନିକ ମଧ୍ୟ ଏକଥାକୁ ସ୍ୱୀକାର କରିଥିଲେ । ଏବେ ଆଉ ଜଣେ ବୈଜ୍ଞାନିକ ଚୀନରୁ ଲୁଚି ଆସି ଆମେରିକାରେ ପହଞ୍ଚି ଏଭଳି ବୟାନ ରଖିଛନ୍ତି । ସେ କହିଛନ୍ତି ଯେ ସଂକ୍ରମଣ ନେଇ ଚୀନ୍ ଯେବେ ସୂଚନା ଦେଲା ତାହାର ବହୁତ୍ ପୂର୍ବରୁ ଏହା ଚୀନରେ ବ୍ୟାପିବା ଆରମ୍ଭ ହୋଇ ଯାଇଥିଲା । ଉକ୍ତ ମହିଳା ବୈଜ୍ଞାନିକଙ୍କ ନାମ ହେଉଛି- ଲି ମେଙ୍ଗ୍ ।

Chinese scientist

ତାଙ୍କ କହିବା ଅନୁଯାୟୀ ସେ ସଂକ୍ରମଣ ଚିହ୍ନଟ ହେବା ଆରମ୍ଭ ହେବା ପରେ କରୋନା ଉପରେ ଅନୁସନ୍ଧାନ କରିବା ଆରମ୍ଭ କରିଥିଲେ । ମାତ୍ର ତାଙ୍କୁ ଏଭଳି କରିବାକୁ ଦିଆଯାଇନଥିଲା । ବରଂ କଥା ଲୁଚାଇବାକୁ ଚେଷ୍ଟା କରାଯାଇଥିଲା । ସେ ହଂକଂରେ ସ୍କୁଲ୍ ପବ୍ଲିକ୍ ହେଲଥରେ ଶିକ୍ଷାରତ ଥିଲେ । ପରେ ସେ ଚୀନ୍ ଛାଡି ଆମେରିକା ଆସିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ତାଙ୍କୁ ଲୁଚିକରି ଆସିବାକୁ ପଡିଥିଲା । ଯଦି ସେ ଧରା ପଡିଥାନ୍ତେ, ତେବେ ତାଙ୍କୁ ଅନ୍ୟମାନଙ୍କ ଭଳି ଗାୟବ କରି ଦିଆ ଯାଇଥାଆନ୍ତା ।

Chinese Scientist

ତେବେ ଏବେ ଚୀନ କରୋନା ସଂକ୍ରମଣ ଖବର ବିଶ୍ୱକୁ ଦେବାରେ ବିଳମ୍ୱ କରିଥିବା କହି ଲି ମେଙ୍ଗ୍ ଚୀନ୍ ଆକ୍ରୋଶର ଶୀକାର ହେଉଛନ୍ତି । ଆମେରିକାର ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଚାଇନା ତାଙ୍କ ଉପରେ ଏବେ ବ୍ୟକ୍ତିଗତ ଭାବେ ଆକ୍ରମଣ କରିବାକୁ ଚାହୁଁଛି । ତାଙ୍କ ଉପରେ ସାଇବର ଆଟାକ୍ ମଧ୍ୟ ହେଉଛି । ସେହିଭଳି ଆଗକୁ ସେ ଚୀନ୍ ଫେରିବା ନେଇ ସମ୍ଭାବନା କମ ବୋଲି ସେ ସ୍ପଷ୍ଟ କରିଛନ୍ତି । ତାଙ୍କ କହିବା କଥା ଯେ ସେ ଦେଶକୁ ଫେରିବାକୁ ଚାହାଁନ୍ତି ମାତ୍ର ସେଠାରେ ତାଙ୍କ ଜୀବନକୁ ବିପଦ ରହିଛି ।

କଂଗ୍ରେସ ସରକାର ଭାଙ୍ଗିବାକୁ ଉଦ୍ୟମ ଅଭିଯୋଗ : ୨ ବିଜେପି ନେତାଙ୍କୁ ଗିରଫ କଲା ଏସ୍‌ଓଜି

ଜୟପୁର: ମଧ୍ୟପ୍ରଦେଶରେ ପରେ ରାଜସ୍ଥାନରେ ‘ଅପରେସନ୍ କମଲ’ର ପଦ ଧ୍ୱନୀ । ରାଜସ୍ଥାନରେ କଂଗ୍ରେସ ସରକାର ଭାଙ୍ଗିବାକୁ ଉଦ୍ୟମ ଅଭିଯୋଗ । ଆଉ ଏଭଳି ଅଭିଯୋଗ ପରେ ଗିରଫ ହୋଇଛନ୍ତି ୨ ବିଜେପି ନେତା । ଏହା ପରେ ତଥାକଥିକ ଅପରେସନ୍‌ କମଲକୁ ନେଇ ପୁଣି ଥରେ ଚର୍ଚ୍ଚା । ସମ୍ପୃକ୍ତ ବିଜେପି ନେତାଙ୍କୁ ପ୍ରଥମେ ପଚରାଉଚରାର ଓ ପରେ ଗିରଫ କରିଛି ରାଜସ୍ଥାନ ସ୍ପେଶାଲ ଅପରେସନ୍ ଗ୍ରୁପ୍  ।

Operation Kamala: Cong to file police complaint over audio clip ...

କଲ୍‌ ରେକର୍ଡିଂ ଆଧାରରେ କାର୍ଯ୍ୟାନୁଷ୍ଠାନ

ରାଜସ୍ଥାନରେ ବିଧାୟକଙ୍କୁ କିଣିବା ନେଇ ବେଓ୍ୱାରର ୨ ବିଜେପି ନେତାଙ୍କ ନାମ ସାମ୍ନାକୁ ଆସିଛି। ସେମାନେ ହେଲେ ଭାରତ ମଲାନି ଏବଂ ଅଶୋକ ସିଂହ । ସେମାନଙ୍କୁ ବେଓ୍ୱାରର ଉଦୟପୁରରୁ ସ୍ପେଶାଲ ଅପରେସନ୍ ଗ୍ରୁପ୍ ଗିରଫ କରିଛି। ରାଜସ୍ଥାନ SOG ସୂଚନା ଅନୁଯାୟୀ ମଲାନୀଙ୍କ କଲ୍ ରେକର୍ଡିଂରୁ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରାଯାଉଥିବା ଜଣାପଡ଼ିଛି ।

Google Phone App Brings Call Recording For Select Nokia Phones In ...

ବିଜେପି ନେତା ଭରତ ମଲାନୀ ଗିରଫ

ଘଟଣାର ପର୍ଦ୍ଧାଫାସ ପରେ ଏସ୍‌ଓଜି ଭରତ ମାଲାନୀକୁ ଗିରଫ କରିଛି । ସେମାନଙ୍କୁ ବର୍ତ୍ତମାନ ଜୟପୁରରେ ପଚରାଉଚରା କରାଯାଉଛି । ଭରତ ମଲାନୀ ରାଜସ୍ଥାନ ବିଜେପିରେ ବିଭିନ୍ନ ପଦ ପଦବିରେ ରହି ଦଳୀୟ କାର୍ଯ୍ୟ ତୁଲାଉଛନ୍ତି । ତେବେ ରାଜସ୍ଥାନରେ ସରକାର ଭାଙ୍ଗିବା ଉଦ୍ୟମ ଅଭିଯୋଗରେ ସ୍ପେଶାଲ ଅପରେସନ୍‌ ଗ୍ରୁପ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏବଂ ତଦନ୍ତ ଜାରି ରହିଛି ।

No alliance for BTC polls: Bharatiya Janata Party - Sentinelassam

ଟଙ୍କା ଦେଇ କିଣିବାକୁ ପ୍ରୟାସ କରୁଥିବା ଅଭିଯୋଗ

ଏଫ୍‌ଆଇଆର ଅନୁଯାୟୀ ଏଭଳି କୁହାଯାଉଛି ଯେ, ରାଜସ୍ଥାନରେ ସିଏମ୍‌ ଏବଂ ଡେପୁଟୀ ସିଏମ୍ ମଧ୍ୟରେ ଝଗଡ଼ା ଚାଲୁ ରହିଛି । ଏଭଳି ସ୍ଥିତିରେ କିଛି ନିର୍ଦଳୀୟ ଏବଂ କଂଗ୍ରେସ ବିଧାୟକଙ୍କୁ ନିଜ ସପକ୍ଷକୁ ଆଣି ସରକାର ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି । ଏଫ୍‌ଆଇଆର୍‌ରେ ଏହା ମଧ୍ୟ ଅଭିଯୋଗ ରହିଛି ଯେ, ବିଜେପି ନେତା ବିଧାୟକଙ୍କୁ ଧନର ପ୍ରଲୋଭନ ଦେଖାଇ ନିଜ ଆଡ଼କୁ ଆଣିବାକୁ ଚେଷ୍ଟ କରୁଥିଲେ ।

୫୯ଟି ଚାଇନିଜ୍‌ ଆପ୍‌ ବ୍ୟାନ୍‌ ପରେ ଆହୁରି ୨୦ ଆପ ଉପରେ ଲାଗିପାରେ ପ୍ରତିବନ୍ଧକ !

ନୂଆଦିଲ୍ଲୀ: ଚାଇନାରୁ ୫୯ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସରକାର ଆହୁରି ୨୦ ଟି ଆପ୍ ର ଡାଟା ସେୟାରିଂ ପଲିସି ସମୀକ୍ଷା କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଯେଉଁ କମ୍ପାନୀଗୁଡିକର ସର୍ଭର ଚାଇନାରେ ଅଛି, ସେମାନଙ୍କୁ ଦେଶରୁ ବାରଣ କରାଯାଇପାରେ । ଏହା ସହିତ ଆଇଟି ମନ୍ତ୍ରଣାଳୟ ମଧ୍ୟ ଅନେକ ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇପାରେ । ଆଇଟି ମନ୍ତ୍ରଣାଳୟ ଅନେକ ପାରାମିଟର ସମୀକ୍ଷା କରୁଛି । ସରକାର ଯେଉଁ ୨୦ ଟି ଆପର ଡାଟା ସେୟାରିଂ ନୀତି ସମୀକ୍ଷା କରୁଛନ୍ତି ସେଥି ମଧ୍ୟରେ ଅନେକ ଲୋକପ୍ରିୟ ଗେମିଂ ଆପ୍ ମଧ୍ୟ ରହିଛି । ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲ ଏଭଳି ସମ୍ଭାବନାକୁ ନେଇ ଖବର ପ୍ରସାରଣ କରିଛି । ତେବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ମିଳନାହିଁ ।

ଭାରତରେ ୫୯ ଟି ଚାଇନିଜ୍ ଆପ୍ ବ୍ୟାନ୍‌ ହୋଇଛି

ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ର ଧାରା ୬୯A ଅନୁଯାୟୀ କେନ୍ଦ୍ର ସରକାର ଏହି ୫୯ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଲଦାଖର ଗାଲୱାନ ଉପତ୍ୟକାରେ ସୀମା ବିବାଦ ଚାଲିଥିବା ବେଳେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି।

୮୯ ଟି ଆପ୍ ଡିଲିଟ୍ କରିବାକୁ ସେନା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି

ଏହା ବ୍ୟତୀତ ଭାରତୀୟ ସେନା ଅଧିକାରୀ ଏବଂ ସୈନିକମାନଙ୍କୁ ଫେସବୁକ-ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ, ଅନ୍ୟ ୮୯ ଟି ଆପର ଏକ ତାଲିକା ମଧ୍ୟ ପ୍ରକାଶ ପାଇଛି, ଯାହାକୁ ମୋବାଇଲରୁ ଅନଇନ୍‌ଷ୍ଟଲ କରାଯିବ । ନିର୍ଦ୍ଦେଶ ଅନୁଯାୟୀ ସମସ୍ତଙ୍କୁ ଜୁଲାଇ ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ।

୭୫,୬୩୯ କିଲୋମିଟର ସ୍ପିଡ୍‌ରେ ଆସୁଛି ଧୂମକେତୁ, ଧକ୍କା ହେଲେ…

ପୃଥିବୀ ପାଇଁ ପୁଣି ଏକ ଧୂମକେତୁ ଚିନ୍ତା ।  ମାଡ଼ି ଆସୁଛି ଆଉ ଏକ ଧୂମକେତୁ । ଯେଉଁଠି ପଡ଼ିବ ପ୍ରାୟ ଏକ ମାଇଲ ପର୍ଯ୍ୟନ୍ତ ଏକ ବଡ଼ ଭର୍ତ୍ତ ସୃଷ୍ଟି ହେବ । ଏହି ବିଶାଳକାୟ ଧୂମକେତୁକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ପୃଥିବୀ ପ୍ରତି ବିପଦ ସତେ ଯେମିତି ଗୋଟିଏ ପରେ ଗୋଟିଏ ଖଞ୍ଜା ହୋଇ ରହିଛି । ଏଇ କିଛି ଦିନ ପୂର୍ବେ ଏମିତି ଏକ ଧୂମକେତୁ ପୃଥିବୀ ଆଡ଼କୁ ମାଡ଼ି ଆସିଥିଲେ । ହେଲେ ସୌଭାଗ୍ୟ ବସତଃ ତାହା ଫୃଥିବୀ ପାଖ ଦେଇ ଗତି କଲା ହେଲେ କୗଣସି କ୍ଷତି ପହଞ୍ଚାଇଲା ନାହିଁ । asteroid  ତେବେ ପୁଣି ଏକ ଧୂମକେତୁ ପୃଥିବୀ ମୁହାଁ ଥିବା ବେଳେ ଏହାକୁ ନେଇ ଚିନ୍ତା ବଢ଼ିଛି । ଯଦି ଏହି ଧୂମକେତୁ ପୃଥିବୀରେ ମାଡ଼ ହେବ, ତେବେ ଏହା ବିଶେଷ କ୍ଷତି ନଘଟାଇଲେ ମଧ୍ୟ ଯେଉଁ ସ୍ଥାନରେ ପଡ଼ିବ ସେଠାରୁ ପ୍ରାୟ ଏକ ମାଇଲ ପର୍ଯ୍ୟନ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ । ଏନେଇ ୟୁରୋପିୟନ ସ୍ପେସ୍‌ ଏଜେନ୍ସି ପକ୍ଷରୁ ସୂଚନା ଦିଆଇଛି ।

asteroid

ସ୍ପେସ୍‌ ଏଜେନ୍ସିର କହିବାନୁଯାୟୀ, ଏହି ଧୂମକେତୁ ବା ଆଷ୍ଟ୍ରଏଡ୍‌ ପୃଥିବୀ ଆଡ଼କୁ ଘଣ୍ଟା ପ୍ରତି ୭୫ ହଜାର ୬୩୯ କିଲୋମିଟର ସ୍ପିଡ୍‌ରେ ମାଡ଼ି ଆସୁଛି । ଏହି ଆଷ୍ଟ୍ରଏଡ୍‌ର ନାଁ ୨୦୨୦ ଏମ୍‌ଓ ୧ ବୋଲି ରଖାଯାଇଛି । ଯିଏ କି ଏବେ ସୂର୍ଯ୍ୟଙ୍କ ପରିକ୍ରମା କରୁଛି ।

ଏହି ଧୂମକେତୁ ୩ ଜୁଲାଇ ୨୦୫୯ରେ ପୃଥିବୀ ସହ ଧକ୍କା ହୋଇପାରେ । ଏହାର ବ୍ୟାସ ପ୍ରାୟ ୨୩୦ ଫୁଟ୍‌ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି । ଏହା ସୂର୍ଯ୍ୟ ଚାରିପାଖେ ଏକ ଲମ୍ବା କକ୍ଷରେ ପରିକ୍ରମା କରୁଛି । ଯାହା କି ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ପରିବ୍ୟପ୍ତ ।

asteroid

ଏହି ଧୂମକେତୁ ପୃଥିବୀ ସହ ଧକ୍କା ହେଲେ ଏକ ଉର୍ଜା ବାହାରିବ ଯାହା ଦ୍ୱାରା କିଛି କିଲୋମିଟର ମଧ୍ୟରେ ଥିବା ସମସ୍ତ ଜୀବ ଜନ୍ତୁ ଧ୍ୱଂଶ ପାଇଯିବେ । ସେମାନଙ୍କ ଉପରେ ଗଭୀର ପ୍ରଭାବ ପଡ଼ିବ ।

asteroid

ତେବେ ଏହି ଆଷ୍ଟ୍ରଏଡ୍‌ ପୃଥିବୀ ପର୍ଯ୍ୟନ୍ତ ନପହଞ୍ଚିବାର ସମ୍ଭାବନା ବେଶି ରହିଛି । କାରଣ ଏହା ସୂର୍ଯ୍ୟଙ୍କ ଚାରିପାଖେ ବୁଲୁଥିବାରୁ ଚୁମ୍ବକୀୟ ଶକ୍ତି ଦ୍ୱାରା ତାହା ନଷ୍ଟ ହୋଇପାରେ । କିମ୍ବା ପୃଥିବୀ ପର୍ଯ୍ୟନ୍ତ ପାହଞ୍ଚିବା ବେଳକୁ ତାକୁ ଅନେକ ବାଧା ବିଘ୍ନ ଦେଇ ଆସିବାକୁ ପଡ଼ିବ ତେଣୁ ସେ ତାର ରାସ୍ତା ବଦଳାଇଦେବାର ସମ୍ଭାବନା ମଧ୍ୟ ରହିଛି ।

ଚୀନକୁ ଚାରିପଟୁ ଘେରିବ ଭାରତ, ପ୍ରଥମ ଥର ପାଇଁ ଯୁଦ୍ଧାଭ୍ୟାସରେ ସାମିଲ ହେବେ ଏହି ଶକ୍ତିଶାଳୀ ରାଷ୍ଟ୍ର

ନୂଆଦିଲ୍ଲୀ: ଚୀନ ଏବଂ ଭାରତ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଚୀନର ଏଭଳି କାର୍ଯ୍ୟକୁ ନେଇ ଚୀନ ଉପରେ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଭଳି ଦେଶ ଟାର୍ଗେଟ କରିଛନ୍ତି । ପ୍ରଶାନ୍ତ ମହାସାଗର କ୍ଷେତ୍ର ସହ ଭାରତ ମହାସାଗର ପାଇଁ ଚିନ୍ତାର କାରଣ ପାଲଟି ଥିବା ଚୀନକୁ ରୋକିବା ପାଇଁ ଚାରିଟି ପ୍ରମୁଖ ଶକ୍ତିଶାଳୀ ଦେଶ ପ୍ରଥମ ଥର ପାଇଁ ମାଲାବାରରେ ଏକାଠି ହେବାକୁ ପ୍ରସ୍ତୁତ ହୋଇଛନ୍ତି । ଚଳିତ ବର୍ଷର ମାଲାବାର ନୌବାହିନୀ ଯୁଦ୍ଧାଭ୍ୟାସ ପାଇଁ ଅଷ୍ଟ୍ରେଲିଆକୁ ଖୁବ ଶୀଘ୍ର ଭାରତ ନିମନ୍ତ୍ରଣ କରିପାରେ । ଏହା ସହିତ ପ୍ରଥମ ଥର ପାଇଁ ଅନୌପଚାରିକ ଭାବରେ ଗଠିତ କ୍ୱାଡ୍ ଗୋଷ୍ଠୀ ସାମରିକ ମଞ୍ଚରେ ଦେଖାଯିବ । ଏଥିରେ ଭାରତ ଏବଂ ଅଷ୍ଟ୍ରେଲିଆ ସହିତ ଜାପାନ ଏବଂ ଆମେରିକା ଅନ୍ତର୍ଭୁକ୍ତ ରହିଛନ୍ତି । ଅଦ୍ୟାବଧି ଭାରତ ଅଷ୍ଟ୍ରେଲିଆକୁ ଏଥିରୁ ଦୂରେଇ ରଖିଥିଲା ​​କିନ୍ତୁ ଲଦାଖ ସୀମାରେ ଚୀନ୍‌ର କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।

ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲିଆକୁ ଆନୁଷ୍ଠାନିକ ନିମନ୍ତ୍ରଣ ପ୍ରସ୍ତାବ ଉପରେ ଆସନ୍ତା ସପ୍ତାହରେ ମୋହର ଲାଗିପାରେ । ମାଲାବାର ପୂର୍ବରୁ ଏକ ସୀମିତ ନୌସେନାର ଯୁଦ୍ଧାଭ୍ୟାସ ହେଉଥିଲା । ଏହା ଅଧୀନରେ ଏକ ପ୍ରମୁଖ ଲକ୍ଷ୍ୟ ହେଉଛି ଭାରତ ମହାସାଗରରେ ଚୀନ୍‌ର ପଦକ୍ଷେପକୁ ବନ୍ଦ କରିବା । ୨୦୧୫ ରେ ଜାପାନ ଏଥିରେ ଯୋଗ ଦେଇଥିଲା ।

ଚୀନକୁ ମିଳିବ ଶକ୍ତ ଝଟକା

୨୦୧୭ ରେ ଅଷ୍ଟ୍ରେଲିଆ ଏଥିରେ ଯୋଗଦେବାକୁ ଭାରତ ଅଟକାଇଥିଲା । ଭାବିଥିଲା ​​ଯେ ବେଜିଂ ଏହାକୁ କ୍ୱାଡ ସାମରିକ ବିସ୍ତାର ଭାବରେ ଦେଖିପାରେ । କିନ୍ତୁ ସୀମା ଉତ୍ତେଜନା ଏବଂ ଚୀନ୍‌ର ଆକ୍ରମଣାତ୍ମକ ମନୋଭାବକୁ ଦୃଷ୍ଟିରେ ରଖି ଭାରତ ଶେଷରେ ନିଜର ଆଭିମୁଖ୍ୟକୁ କଡାକଡି କରିଛି । ୱାଶିଂଟନ୍ ସ୍ଥିତ RANDର ଡେରେକ ଗ୍ରସମ୍ୟାନ ରିପୋର୍ଟରେ କୁହାଯାଇଛି ଯେ ଏହା ଚୀନ୍‌କୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପଠାଇବ ଯେ କ୍ୱାଡ୍ ପ୍ରକୃତରେ ମିଳିତ ନୌସେନା ଅଭ୍ୟାସ କରୁଛି ।

ଭାରତ ପାଇଁ ଆବଶ୍ୟକ ଆଞ୍ଚଳିକ ଏବଂ ବିଶ୍ୱ ଶକ୍ତିର ସମର୍ଥନ

ଲଦାଖରେ ହୋଇଥିବା ହିଂସା ପୂର୍ବରୁ ଭାରତ ଏହାର ବୃହତ୍ତମ ବାଣିଜ୍ୟ ଭାଗୀଦାରୀ ଚୀନ୍ ସହିତ ସମ୍ପର୍କକୁ ସନ୍ତୁଳିତ କରିବାକୁ ଚେଷ୍ଟା କରିଥିଲା ​​ଏବଂ ଅନ୍ୟ ପଟେ ଆମେରିକା ଭଳି ଦେଶ ସହ ସମ୍ପର୍କକୁ ମଜବୁତ କରିଥିଲା । ଏହି ରିପୋର୍ଟରେ ଭାରତର ଉଚ୍ଚ କମିଶନର ଜି ପାର୍ଥସାର୍ଥୀ କହିଛନ୍ତି, ଚୀନ୍ ଉପରେ ଆମର ଦ୍ୱିପାକ୍ଷିକ ଅର୍ଥନୈତିକ ପ୍ରତିବନ୍ଧକ ଆବଶ୍ୟକ କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ ଯଦି ଆମେ ଆଞ୍ଚଳିକ ତଥା ବିଶ୍ୱବାହିନୀର ସହଯୋଗରେ କାର୍ଯ୍ୟ କରୁ ତେବେ ଚୀନ୍ ପ୍ରଭାବିତ ହୋଇପାରିବ ।

କ୍ୱାଡକୁ ମଜବୁତ କରିବା ଗୁରୁତ୍ୱପୂର୍ଣ୍ଣ

ପୂର୍ବତନ ବୈଦେଶିକ ସଚିବ ତଥା ନୀତି ଅନୁସନ୍ଧାନ କେନ୍ଦ୍ରର ବରିଷ୍ଠ ସହକର୍ମୀ ଶ୍ୟାମ ସରନଙ୍କ ଅନୁଯାୟୀ, କ୍ୱାଡକୁ ମଜବୁତ ନକରିବା ଦ୍ୱାରା ଚୀନ୍ ବହୁତ ଫାଇଦାରେ ରହିବ । ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଚୀନ୍ ବିଭିନ୍ନ ଅନ୍ୟ ଦେଶଙ୍କ କଥା ନଶୁଣିଛି, ସେପର୍ଯ୍ୟନ୍ତ ବେଜିଂ ବିରୋଧରେ ଇଣ୍ଡୋ-ପାସିଫିକ୍ ରଣନୀତି ବ୍ୟବହାର କରିବାକୁ ପଡ଼ିବ  । ଯାହାର କେନ୍ଦ୍ରରେ ରହିବ କ୍ୱାଡ୍ । ତାଙ୍କର କହିବା ହେଉଛି ଭାରତକୁ ବୁଝିବାକୁ ପଡିବ ଯେ, ତାର ହିତ କେଉଁଥିରେ ଅଛି ।

ଝିଅକୁ ଅଭିନନ୍ଦନ ଦେଲେ ଅଖିଳେଶ ଯାଦବ, ଜାଣନ୍ତୁ କାହିଁକି….

ଶୁକ୍ରବାର ସିଆଇଏସସିଇ ବୋର୍ଡର ପରୀକ୍ଷା ଫଳ ପ୍ରକାଶ ପାଇଲା । ଚଳିତବର୍ଷ ଦଶମ ଶ୍ରେଣୀରେ ୯୯.୩୩ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀରେ ୯୬.୮୪ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷା ଫଳରେ ଚଳିତ ବର୍ଷ ସାମାନ୍ୟ ଉନ୍ନତି ମଧ୍ୟ ଘଟିଛି । ତେବେ ଆଜି ସକାଳୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ ଟୁଇଟ ମାଧ୍ୟମରେ ନିଜ ଝିଅକୁ ଅଭିନନ୍ଦନ ଜଣାଇଛନ୍ତି  ।

ତାଙ୍କ ଝିଅ ଅଦିତି ସିଆଇଏସସିଇ ବୋର୍ଡରେ ଦ୍ୱାଦଶ ଶ୍ରେଣୀରେ ୯୮ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଅଖିଳେଶ ନିଜ ଟୁଇଟରେ ଲେଖିଛନ୍ତି ଯେ, ଆଇଏସସିରେ ୯୮ ପ୍ରତିଶତ ମାର୍କ ରଖି ପାସ କରିଥିବାରୁ ମୋ ଝିଅ ଅଦିତିକୁ ଅଭିନନ୍ଦନ । କଠିନ ପରିଶ୍ରମ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଆମେ ଗର୍ବିତ । ସେମାନେ ଆମର ଭବିଷ୍ୟତକୁ ଉଜ୍ଜଳ କରିବେ ।

Akhilesh

ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷର ସିଆଇଏସସିଇ ବୋର୍ଡରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ପୂର୍ବ ବର୍ଷ ତୁଳନାରେ ଭଳ ପ୍ରଦର୍ଶନ କରିଛନ୍ତି । ତେବେ ଚଳିତ ବର୍ଷ ସ୍ୱତନ୍ତ୍ର ମୂଲ୍ୟାଙ୍କନ ମାଧ୍ୟମରେ ପରୀକ୍ଷାର୍ଥୀଙ୍କର ମୂଲ୍ୟାଙ୍କନ କରାଯାଇଥିବା ହେତୁ ଛାତ୍ରଛାତ୍ରୀଙ୍କ ମାର୍କସିଟରେ ସାମାନ୍ୟ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି ବୋଲି ଶିକ୍ଷାବିତମାନେ ମତ ରଖୁଛନ୍ତି ।