ଚୀନରୁ ଖସିଲେ, ଆମେରିକାରେ ସତ କହିଲେ, ଜାଣନ୍ତୁ ଚୀନର ଚକ୍ରାନ୍ତ……..

1 min read
China scientist reveals the corona truth.

ଆମେରିକା: କରୋନା ସଂକ୍ରମଣ ସମ୍ୱନ୍ଧୀୟ ସୂଚନା ଢେର ଆଗରୁ ଥାଇ ମଧ୍ୟ ଚୀନ୍ ବିଶ୍ୱକୁ ସତର୍କ କରାଇଲା ନାହିଁ । ଏଭଳି ଆରୋପ ଚୀନ୍ ଉପରେ କ୍ରମାଗତ ଭାବେ ଲାଗୁଛି । ତେବେ ବିଗତ ଦିନରେ ଚୀନର ଜଣେ ବୈଜ୍ଞାନିକ ମଧ୍ୟ ଏକଥାକୁ ସ୍ୱୀକାର କରିଥିଲେ । ଏବେ ଆଉ ଜଣେ ବୈଜ୍ଞାନିକ ଚୀନରୁ ଲୁଚି ଆସି ଆମେରିକାରେ ପହଞ୍ଚି ଏଭଳି ବୟାନ ରଖିଛନ୍ତି । ସେ କହିଛନ୍ତି ଯେ ସଂକ୍ରମଣ ନେଇ ଚୀନ୍ ଯେବେ ସୂଚନା ଦେଲା ତାହାର ବହୁତ୍ ପୂର୍ବରୁ ଏହା ଚୀନରେ ବ୍ୟାପିବା ଆରମ୍ଭ ହୋଇ ଯାଇଥିଲା । ଉକ୍ତ ମହିଳା ବୈଜ୍ଞାନିକଙ୍କ ନାମ ହେଉଛି- ଲି ମେଙ୍ଗ୍ ।

Chinese scientist

ତାଙ୍କ କହିବା ଅନୁଯାୟୀ ସେ ସଂକ୍ରମଣ ଚିହ୍ନଟ ହେବା ଆରମ୍ଭ ହେବା ପରେ କରୋନା ଉପରେ ଅନୁସନ୍ଧାନ କରିବା ଆରମ୍ଭ କରିଥିଲେ । ମାତ୍ର ତାଙ୍କୁ ଏଭଳି କରିବାକୁ ଦିଆଯାଇନଥିଲା । ବରଂ କଥା ଲୁଚାଇବାକୁ ଚେଷ୍ଟା କରାଯାଇଥିଲା । ସେ ହଂକଂରେ ସ୍କୁଲ୍ ପବ୍ଲିକ୍ ହେଲଥରେ ଶିକ୍ଷାରତ ଥିଲେ । ପରେ ସେ ଚୀନ୍ ଛାଡି ଆମେରିକା ଆସିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ତାଙ୍କୁ ଲୁଚିକରି ଆସିବାକୁ ପଡିଥିଲା । ଯଦି ସେ ଧରା ପଡିଥାନ୍ତେ, ତେବେ ତାଙ୍କୁ ଅନ୍ୟମାନଙ୍କ ଭଳି ଗାୟବ କରି ଦିଆ ଯାଇଥାଆନ୍ତା ।

Chinese Scientist

ତେବେ ଏବେ ଚୀନ କରୋନା ସଂକ୍ରମଣ ଖବର ବିଶ୍ୱକୁ ଦେବାରେ ବିଳମ୍ୱ କରିଥିବା କହି ଲି ମେଙ୍ଗ୍ ଚୀନ୍ ଆକ୍ରୋଶର ଶୀକାର ହେଉଛନ୍ତି । ଆମେରିକାର ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଚାଇନା ତାଙ୍କ ଉପରେ ଏବେ ବ୍ୟକ୍ତିଗତ ଭାବେ ଆକ୍ରମଣ କରିବାକୁ ଚାହୁଁଛି । ତାଙ୍କ ଉପରେ ସାଇବର ଆଟାକ୍ ମଧ୍ୟ ହେଉଛି । ସେହିଭଳି ଆଗକୁ ସେ ଚୀନ୍ ଫେରିବା ନେଇ ସମ୍ଭାବନା କମ ବୋଲି ସେ ସ୍ପଷ୍ଟ କରିଛନ୍ତି । ତାଙ୍କ କହିବା କଥା ଯେ ସେ ଦେଶକୁ ଫେରିବାକୁ ଚାହାଁନ୍ତି ମାତ୍ର ସେଠାରେ ତାଙ୍କ ଜୀବନକୁ ବିପଦ ରହିଛି ।

Leave a Reply