ଝିଅକୁ ଅଭିନନ୍ଦନ ଦେଲେ ଅଖିଳେଶ ଯାଦବ, ଜାଣନ୍ତୁ କାହିଁକି….

1 min read
Akhilesh Congratulates his daughter.

ଶୁକ୍ରବାର ସିଆଇଏସସିଇ ବୋର୍ଡର ପରୀକ୍ଷା ଫଳ ପ୍ରକାଶ ପାଇଲା । ଚଳିତବର୍ଷ ଦଶମ ଶ୍ରେଣୀରେ ୯୯.୩୩ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀରେ ୯୬.୮୪ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷା ଫଳରେ ଚଳିତ ବର୍ଷ ସାମାନ୍ୟ ଉନ୍ନତି ମଧ୍ୟ ଘଟିଛି । ତେବେ ଆଜି ସକାଳୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ ଟୁଇଟ ମାଧ୍ୟମରେ ନିଜ ଝିଅକୁ ଅଭିନନ୍ଦନ ଜଣାଇଛନ୍ତି  ।

ତାଙ୍କ ଝିଅ ଅଦିତି ସିଆଇଏସସିଇ ବୋର୍ଡରେ ଦ୍ୱାଦଶ ଶ୍ରେଣୀରେ ୯୮ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଅଖିଳେଶ ନିଜ ଟୁଇଟରେ ଲେଖିଛନ୍ତି ଯେ, ଆଇଏସସିରେ ୯୮ ପ୍ରତିଶତ ମାର୍କ ରଖି ପାସ କରିଥିବାରୁ ମୋ ଝିଅ ଅଦିତିକୁ ଅଭିନନ୍ଦନ । କଠିନ ପରିଶ୍ରମ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଆମେ ଗର୍ବିତ । ସେମାନେ ଆମର ଭବିଷ୍ୟତକୁ ଉଜ୍ଜଳ କରିବେ ।

Akhilesh

ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷର ସିଆଇଏସସିଇ ବୋର୍ଡରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ପୂର୍ବ ବର୍ଷ ତୁଳନାରେ ଭଳ ପ୍ରଦର୍ଶନ କରିଛନ୍ତି । ତେବେ ଚଳିତ ବର୍ଷ ସ୍ୱତନ୍ତ୍ର ମୂଲ୍ୟାଙ୍କନ ମାଧ୍ୟମରେ ପରୀକ୍ଷାର୍ଥୀଙ୍କର ମୂଲ୍ୟାଙ୍କନ କରାଯାଇଥିବା ହେତୁ ଛାତ୍ରଛାତ୍ରୀଙ୍କ ମାର୍କସିଟରେ ସାମାନ୍ୟ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି ବୋଲି ଶିକ୍ଷାବିତମାନେ ମତ ରଖୁଛନ୍ତି ।

Leave a Reply