spot_img
Home Blog Page 6822

ବାଲେଶ୍ୱର ଆରଟିଓ ଅଫିସ ଓ ପରିବାର ସେବା କ୍ଲିନିକ ସିଲ୍…

ବାଲେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ବାଲେଶ୍ୱରରେ ଆରଟିଓ ଅଫିସ ସିଲ୍ କରାଯାଇଛି ବାଲେଶ୍ୱର ଆରଟିଓ ଅଫିସରୁ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୫ଦିନ ପାଇଁ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି । ଅଫିସ୍ ର ଅନ୍ୟ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ୧୪ଦିନ ପାଇଁ ପରିବାର ସେବା କ୍ଲିନିକ ମଧ୍ୟ ସିଲ୍ କରାଯାଇଛି । ସମ୍ପୃକ୍ତ କ୍ଲିନିକର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛି ।

ଚିହ୍ନଟ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଆବଶ୍ୟକ ହେଲେ ସିଲ୍ ଅବଧି ବଢ଼ାଯାଇପାରେ ବୋଲି କୁହାଯାଇଛି । ତେବେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପରିବାର ସେବା କ୍ଲିନିକରେ କିଛି ନିୟମ ମାନୁନଥିବା ନେଇ ଅଭିଯୋଗ ହେଇଛି । କ୍ଲିନିକ୍ ରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ପରି କୋଭିଡ ନିୟମ ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି ।

https://www.youtube.com/watch?v=pwVXE2Z9jeY&feature=youtu.be

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନଲକ ୨.୦ ପର୍ଯ୍ୟାୟରେ ସପ୍ତାହକୁ ୨ ଦିନ ସଟଡାଉନ୍ ଘୋଷଣା କରାଯାଇଛି । ପ୍ରତି ସପ୍ତାହରେ ଶନିବାର ଓ ରବିବାରକୁ ସଟଡାଉନ୍ ଘୋଷଣା କରାଯାଇଛି । ରାଜ୍ୟର ୧୬ରୁ ଅଧିକ ଜିଲ୍ଲାରେ ଏହି ସଟଡାଉନ୍ ଜାରି ହୋଇଛି । କେବଳ ଔଷଧ ଦୋକାନକୁ ଛାଡିଦେଲେ ବାକି ସବୁ ଦୋକାନ ବନ୍ଦ ରହିଛି ।

କେଉଁଠୁ ଆସିଲା ୫କୋଟି ଟଙ୍କାର ମୂଲ୍ୟବାନ ରତ୍ନପଥର ?

ଜୁନାଗଡ଼: କଳାହାଣ୍ଡି ଜୁନାଗଡ଼ ପଳାଶ ଗାଁରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଚଢ଼ାଉ । ଚଢ଼ାଉରେ ୩ କ୍ୱିଣ୍ଟାଲର ମୂଲ୍ୟବାନ ରତ୍ନପଥର ଜବତ ହୋଇଛି । ଚୋରା ରତ୍ନପଥର କାରବାର ନେଇ ଚଢାଉ ବେଳେ ଚୋରା ବ୍ୟବସାୟ କରୁଥିବା ଜଣଙ୍କୁ ଗିରଫ କରାଯାଇଛି । ଗିରଫ ସୁଜିତ କୁମାର ବେହେରାଙ୍କ ଘରୁ ଏହି ବହୁମୂଲ୍ୟ ପଥର ଉଦ୍ଧାର ହୋଇଛି । ଜବତ ରତ୍ନପଥରର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । କଳାହାଣ୍ଡି ବିଭିନ୍ନ ସ୍ଥାନରେ ଏସଟିଏଫ ଚଢାଉ ହୋଇଥିବା କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ସୂଚନା ମିଳିଛି ।

ରତ୍ନପଥରର ମୁଲ୍ୟ ଅଧିକ ରହିଛି ଏବଂ ଏହାର ଚାହିଦା ଦେଶ ବିଦେଶରେ ବହୁତ ଅଧିକ ରହିଛି । ତେବେ ଜବତ ହୋଇଥିବା ରତ୍ନ ପଥରର ମୂଲ୍ୟ ରହିଛି ପାଖାପାଖି ୫କୋଟିରୁ ଉର୍ଦ୍ଧ୍ୱ । ତେବେ ଏସଟିଏଫ ଚଢାଉ ପରେ ଏହାର ଚେର କେଉଁଯାଏଁ ଲମ୍ବିଛି, କେଉଁଠୁ ଆସିଲା ଏହି ରତ୍ନ ପଥର ଏବଂ ଏହାର ମାଷ୍ଟର ମାଇଣ୍ଡ କିଏ ଏନେଇ ଚାଲିଛି ଚନାଘନା । ଲକଡାଉନ ସମୟରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବଢିଥିବାରୁ ତତ୍ପର ହୋଇଛି କ୍ରାଇମବ୍ରାଞ୍ଚ ଏସଟିଏଫ୍  ।

https://youtu.be/-ycquSelQiU

(ଭୁବନେଶ୍ୱରରୁ ଅରୁଣ ସାହୁ)

ବଡ଼ଦେଉଳରେ ଚଳାଇଥିଲେ ଆଶ୍ରମ… ଅନ୍ଧବିଶ୍ୱାସ ଆଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ଗଜପତି: ପୁଣି ବନ୍ଧା ହେଲେ ଆଉ ଜଣେ ଭଣ୍ଡ ବାବା । ଏଭଳି ନିନ୍ଦନୀୟ ଘଟଣା ପୂର୍ବରୁ ମଧ୍ୟ ଶୁଣିବାକୁ ମିଳିଥିଲା । ଆୟୁର୍ବେଦ ଚିକିତ୍ସା ଓ ହୋମିୟପାତି ଔଷଧ ପ୍ରଦାନ ନାଁରେ ଏଭଳି ଦୁର୍ନୀତି କିଛି ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଗଜପତିରେ ଜଣେ ବାବା ମଧ୍ୟ ଏଭଳି ଏକ କାଣ୍ଡ କରି ଗିରଫ ହୋଇଛି । ଭଣ୍ଡବାବା ଶୌରା ରାଉଳ ନାଁରେ ପରିଚିତ । ଭଣ୍ଡବାବା ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ଗର୍ଭବତୀ ହେବା ନେଇ ଥାନାରେ ମାମଲା ରୁଜୁ କରାଯାଇଥିଲା । ଥାନାରେ ଏତଲା ପରେ ଭଣ୍ଡବାବାର ଗୁମର ଖୋଲିଛି । ଏବେ ଆତ୍ମଘୋଷିତ ବାବା ଶୌରା ରାଉଳ ଗିରଫ ହୋଇଛି ।

ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ବଡ଼ ଦେଉଳା ଠାରେ ଦୀର୍ଘ ବର୍ଷ ଧରି ମନ୍ଦିର ଓ ଆଶ୍ରମ ନିର୍ମାଣ କରି ପରିବାର ସହ ରହିଆସୁଥିଲା ଶୌରା । ମନ୍ଦିରରେ ପୂଜାନୀତି ଏବଂ ଆୟୁର୍ବେଦ ଚିକିତ୍ସା ଓ ଔଷଧ ପ୍ରଦାନ ନାଁରେ ଭକ୍ତଙ୍କ ଆକର୍ଷଣ ପାଲଟିଥିଲା । ଗତ ବର୍ଷ ଜୁନ୍ ମାସରେ ଏକ ଦମ୍ପତି ଗୁଣି ଗାରେଡି ହୋଇଥିବା ସନ୍ଦେହରେ ବାବାଙ୍କ ସହାୟତା ପାଇଁ ଆସିଥିଲେ ।

https://www.youtube.com/watch?v=7roS0zowefU&feature=youtu.be

ଏହାର ଫାଇଦା ଉଠାଇ ବାବା ସେମାନଙ୍କୁ ପୃଥକ ରହିବାକୁ କହିଥିଲା ।  ଅନ୍ଧବିଶ୍ୱାସର ଆଳରେ ମହିଳାଙ୍କୁ ସମୟ ସମୟରେ ଦୁଷ୍କର୍ମ କରିଥଲା । କାହାକୁ କହିଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲା ଭଣ୍ଡ ବାବା । ପରେ ସ୍ୱାମୀଙ୍କ ସହାୟତା ନେଇ ଥାନାରେ ଏତଲା ଦେଇଛନ୍ତି ମହିଳା । ମହିଲାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ଏହା ସହିତ ସମ୍ପୃକ୍ତ ଭଣ୍ଡବାବାକୁ ଗିରଫ କରାଯାଇଛି ।

 

(ପ୍ରତିନିଧି ସରୋଜ ବିରା)

ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ

ଭୁବନେଶ୍ୱର: ଦୁଇ ଦିନ ହେବ ରାଜ୍ୟରେ ବର୍ଷା କମ୍‌ ରହିଥିଲେ ମଧ୍ୟ ଆଜିଠୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଗତ ୨ ଦିନ ହେଲା ଲଘୁଚାପ ଦୁର୍ବଳ ହୋଇଥିବାରୁ ବର୍ଷା କମ୍‌ ହୋଇଛି । ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ କଟକ ଓ ଭୁବନେଶ୍ୱର ବ୍ୟତିତ ଅନ୍ୟ ଜିଲ୍ଲାରେ ମଧ୍ୟ ସ୍ୱଳ୍ପ‌ ବର୍ଷା ହୋଇଛି । ତେବେ ଅପେକ୍ଷାକୃତ ବର୍ଷାର ପରିମାଣ କମ୍‌ ରହିଛି ।

Heavy rain in Odisha

ଆଗକୁ ପୁଣି ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ କେନ୍ଦୁଝରର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହା ପ୍ରଭାବରେ ମାଲକାନଗିରିରେ ଲଗାଣ ବର୍ଷା ହୋଇଛି । ଅତ୍ୟଧିକ ବର୍ଷା କାରଣରୁ କାଲିମେଳା ବ୍ଲକ ଏମଭି ୯୬ ବ୍ରିଜ ଉପରେ ଚାଲିଛି ପାଣି । ଗତକାଲି ସାରା ରାତି ବର୍ଷା ଯୋଗୁଁ ବ୍ରିଜ ଉପରେ ପାଣି ଚାଲିଛି । ଫଳରେ ମୋଟୁ ଓ କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉପର ମୁଣ୍ଡରେ ବର୍ଷା ଓ ବ୍ରିଜ ତଳୁଆ ହୋଇଥିବାରୁ ପାଣି ଜମା ହୋଇଛି । ଫଳରେ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।

ରାଜସ୍ଥାନ ପଲିଟିକ୍ସ, ଜେପି ନଡ୍ଡାଙ୍କୁ ଭେଟିବେ ସଚିନ୍‌ !

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ ହାତ ଛଡ଼ି ବିଜେପିରେ ଯୋଗଦେବା ନେଇ ଆଶଙ୍କା କରାଯାଇଛି । ସୋମବାର‌ ନୂଆ ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସଚିନ୍‌ ପାଇଲଟ୍‌ ଭେଟିବା କାର୍ଯ୍ୟକ୍ରମ ଥିବା ନେଇ ସୂଚନା ମିଳିବା ପରେ ଏନେଇ ଆଶଙ୍କା ବଢ଼ିଯାଇଛି । ଜେପି ନଡ୍ଡାଙ୍କ ସହ ଆଲୋଚନା ପରେ ସଚିନ୍‌ ବିଜେପି ମଙ୍ଗ ଧରିପାରନ୍ତି ବୋଲି ଆଶା କରାଯାଉଛି ।

ଏହା ପୂର୍ବରୁ କଂଗ୍ରେସର ଆଉ ଜଣେ ପାଓ୍ୱାରଫୁଲ୍‌ ଲିଡ୍‌ର ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ କଂଗ୍ରେସକୁ ଅଚାନକ ଝଟ୍‌କା ଦେଇ ବିଜେପିରେ ସାମିଲ ହୋଇଥିଲେ । ଏହାପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିଯାଇଥିଲା ଏବଂ ସେଠାରେ ବିଜେପି ସରକାର ଗଠନ କରିଥିଲା ।

ତେବେ ସଚିନ୍‌ଙ୍କ ପଛରେ ୩୦ ବିଧାୟକଙ୍କ ସମର୍ଥନ ଥିବା ସେ ଦାବି କରିଛନ୍ତି । ତେଣୁ ରାଜସ୍ଥାନ ସରକାର ସଂଖ୍ୟାଗରିଷ୍ଠତା ହରାଇଥିବା ସେ କହିଛନ୍ତି । ସଚିନ୍ ପାଇଲଟ୍ ତାଙ୍କ ସମର୍ଥକଙ୍କ ସହ ଦିଲ୍ଲୀରେ ଅଛନ୍ତି । ଯଦି ସେ ବିଜେପିରେ ସାମିଲ ହୁଅନ୍ତି, ତେବେ ରାଜସ୍ଥାନ ସରକାର ସଂକଟକୁ ଆସିପାରେ ।

ଦଳୀୟ ହ୍ୱିପ୍ ସତ୍ତ୍ୱେ ସୋମବାର ବିଧାୟକ ଦଳ ବୈଠକରେ ସଚିନ୍ ପାଇଲଟ୍ ଓ ତାଙ୍କ ସମର୍ଥକ ଯୋଗ ଦେବେନି ବୋଲି ଜଣାପଡିଥିବା ବେଳେ କଂଗ୍ରେସ ତାଙ୍କୁ ମନାଇବା ମୁଡ୍‌ରେ ମଧ୍ୟ ନାହିଁ ବୋଲି କୁହାଯାଉଛି । କଂଗ୍ରେସ ପକ୍ଷରୁ କଡ଼ା ଆଭିମୁଖ୍ୟ ଦେଖାଯାଇଛି । ବୈଠକରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦଳ ସଚିନ୍‌ ଏବଂ ଟିମ୍‌କୁ ଚେତାବନୀ ଦେଇଛି ।

ସେପଟେ ଓ୍ୱେଟ୍‌ ଆଣ୍ଡ ଓ୍ୱାଚ୍‌ ମୋଡ୍‌ରେ ରହିଛି ବିଜେପି । ପୂରା ଘଟଣା ଉପରେ ନଜର ରଖିବା ସହ ରାଜନୈତିକ ଦୃଷ୍ଟିକୋଣରୁ ତର୍ଜମା କରୁଛି । ୨ଶହ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ କଂଗ୍ରେସର ୧୦୭ ବିଧାୟକ ଥିବା ବେଳେ ୧୩ ସ୍ୱାଧୀନ ଓ ଜଣେ ଆରଏଲ୍‌ଡି ବିଧାୟକଙ୍କ ସମର୍ଥନ ରହିଛି । ସେହିଭଳି ବିଜେପି ପାଖରେ ମଧ୍ୟ ୭୨ ବିଧାୟକ ରହିଥିବା ଜଣାପଡ଼ିଛି ।

ଅନ୍ୟପଟେ ଗେହଲଟ୍‌ ଟିମ୍‌ର ଅଭିନାଶ ପାଣ୍ଡେ ଦାବି କରିଛନ୍ତି ଯେ, କଂଗ୍ରେସ ପାଖରେ ୧୦୯ ବିଧାୟକଙ୍କ ସମର୍ଥନ ରହିଛି । ତେଣୁ ରାଜସ୍ଥାନ ସରକାର ପ୍ରତି କୌଣସି ବିପଦ ନାହିଁ ସେ କହିଛନ୍ତି ।

ରବିବାର ବିଳମ୍ବିତ ରାତିରେ ଅଶୋକ ଗେହଲଟ୍‌ଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ପ୍ରାୟ ୭୫ ବିଧାୟକ ଯୋଗ ଦେଇଥିଲେ । ତେବେ ସଚିନ ପାଇଲଟ୍ କିମ୍ବା ତାଙ୍କ ସମର୍ଥିତ ବିଧାୟକ ସାମିଲ ହୋଇନଥିଲେ ।

ଆରପାରିରେ ମୟୁରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ

ମୟୁରଭଞ୍ଜ:  ରାଜମାତାଙ୍କ ପରଲୋକ । ୬୦ଦଶକର ରାଣୀ ଏବେ ଆରପାରେ । ବାର୍ଦ୍ଧକ୍ୟ ଶେଷ ଅବସ୍ଥାରେ ଥିବା ମୟୁରଭଞ୍ଜ ରାଜମାତା ଶ୍ରୀମତି ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ । ବେଲଗଡ଼ିଆ ରାଜପ୍ରାସାଦରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିବା ସୂଚନା ମିଳିଛି ।

ରାଜ୍ୟଲକ୍ଷ୍ମୀ ଥିଲେ ଦିବଙ୍ଗତ ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହାଙ୍କ କନ୍ୟା ଭାବେ ୧୯୨୮ ଜନ୍ମ ଗ୍ରହଣ କରିଥିଲେ । ପରେ ସେ  ମୟୂରଭଞ୍ଜ ୧୯୫୨ରେ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ପୁଅଙ୍କୁ ବିବାହ କରି ହୋଇଥିଲେ ରାଣୀ । ତେବେ ତାଙ୍କ ସ୍ୱାମୀ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କର ୨୦୦୦ ମସିହାରେ ଦେହାନ୍ତ ହୋଇଥିବା ବେଳେ ୨୦୨୦ରେ ନିଜ ଶେଷ ନିଶ୍ୱାଷ ତ୍ୟାଗ କରିଛନ୍ତି ମହାରାଣୀ । ଏହାସହ ସେ ଥିଲେ ପୂର୍ବତନ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ମାଆ  ।

ପ୍ରଥମ କରୋନା ଟିକା ତିଆରି କରିବାରେ ହେଲା ସଫଳ !

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାଭାଇରସ୍ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛିତେବେ ମହାମାରୀର ମୁକାବିଲା ପାଇଁ ବୈଜ୍ଞାନିକମାନେ ମଧ୍ୟ ଟିକା ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ବିଶ୍ୱରେ ଏକ ଡର୍ଜନରୁ ଅଧିକ ଟିକା ଟ୍ରାୟଲ ଷ୍ଟେଜ୍ ତଥା ପରୀକ୍ଷା ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଋଷିଆରୁ ଏକ ବଡ଼ ଓ ଭଲ ଖବର ଆସିଛି । ପ୍ରଥମ ଦେଶ ଭାବେ ଋଷିଆ କୋଭିଡ ଟୀକାର ମାନବ ପରୀକ୍ଷଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ସହ ସଫଳ ହୋଇଥିବା ଦାବି କରିଛି । ଏଠାରେ ଏକ ବିଶ୍ୱବିଦ୍ୟାଳୟରେ କରୋନାଭାଇରସ୍ ଟିକା ପରୀକ୍ଷା ସଫଳତାର ସହିତ ସମାପ୍ତ ହୋଇଛି । ଋଷିଆର ମସ୍କୋ ସ୍ଥିତ ସେଚେନୋଭ ମେଡିକାଲ ବିଶ୍ୱବିଦ୍ୟାଳୟରେ କରୋନା ଟୀକାର ପ୍ରଥମ କ୍ଲିନିକାଲ ଟ୍ରାଏଲ ସଫଳତାର ସହ ଶେଷ କରିଥିବା ଦାବି କରିଛି ।

 

ମସ୍କୋରୁ ଆସିଥିବା ଏ ଖବର ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେଇଛି । ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଲେସନାଲ ମେଡିସିନ୍ ଆଣ୍ଡ ବାୟୋଟେକନୋଲୋଜି ପକ୍ଷରୁ ଏହି ଦାବି କରାଯାଉଛି । ଏହି ଟୀକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ମଧ୍ୟ ବିଶେଷଜ୍ଞ କହିଛନ୍ତି । ଜୁନ ମାସ ୧୮ ତାରିଖରେ ମସ୍କୋରେ ଏହି ଟିକାର ପ୍ରଥମ କ୍ଲିନିକାଲ ଟେଷ୍ଟ ଆରମ୍ଭ ହୋଇଥିଲା । ଏକ ସ୍ୱେଚ୍ଛାସେବୀ ଗୋଷ୍ଠୀ ଉପରେ ଏହାର ପ୍ରୟୋଗ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଟୀକା ପ୍ରୟୋଗ କାରଯାଇଥିବା ବ୍ୟକ୍ତି ଆସନ୍ତା ୧୫ ତାରିଖ ଓ ଜୁଲାଇ ୨୦ ସୁଦ୍ଧା ଟିକା ନେଇଥିବା ସମସ୍ତଙ୍କୁ ଡିସଚାର୍ଜ କରାଯିବ ବୋଲି କୁହାଯାଉଛି । ବିଶ୍ୱରେ ପ୍ରାୟ ୧୦୦ ଟୀକା ଉପରେ ଗବେଷଣା ଚାଲିଛି । ଏଯାଏ କରୋନାର ନିର୍ଦ୍ଧିଷ୍ଟ କୌଣସି ଭ୍ୟାକ୍ସିନ୍ ବାହାରିନାହିଁ ।

 

ପରବର୍ତ୍ତୀ ସମୟରେ, ଏହି ପ୍ରଥମ କରୋନା ଟିକା ପରୀକ୍ଷା ଏକ ମାସରୁ କମ୍ ସମୟ ମଧ୍ୟରେ ସମାପ୍ତ ହୋଇଛି । ସେଚେନୋଭ ବିଶ୍ୱବିଦ୍ୟାଳୟର ପାରାସିଟୋଲୋଜି ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଆଲେକ୍ସଜେଣ୍ଡର ଲୁକାଶେଭ କହିଛନ୍ତି ଯେ, ଏହି ଟିକା ସମ୍ପୂର୍ଣ୍ଣ ନିରାପତ୍ତ । ଟିକାର ପରବର୍ତ୍ତୀ ବିକାଶ ମଧ୍ୟ ଆରମ୍ଭ ହୋଇଛିବର୍ତ୍ତମାନ ଦେଶରେ ମହାମାରୀର ପରିସ୍ଥିତି ଏବଂ ଉତ୍ପାଦନ ବୃଦ୍ଧି ଉପରେ ବିଚାର କରାଯାଉଛି । ସୂଚନାଯୋଗ୍ୟ ଯେ, ଏଯାଏଁ ବିଶ୍ୱରେ ଏକ ଡର୍ଜରୁ ଅଧିକ କରୋନା ଟୀକାର କ୍ଲିନିକାଲ୍ ଟେଷ୍ଟ ଶେଷ ହୋଇଛିଏହି ଟିକାଗୁଡ଼ିକ ମଧ୍ୟରୁ ଅଧିକାଂଶ ଆମେରିକାରେ ପରୀକ୍ଷା କରାଯାଉଛି। ଏହା ବ୍ୟତୀତ ଭାରତରେ ଚାରୋଟି ଟିକା ମଧ୍ୟ ମାନବ ପରୀକ୍ଷଣ ପର୍ଯ୍ୟାୟରେ ରହିଛି । ଏଥିମଧ୍ୟରୁ ଗୋଟିଏ ହେଉଛି ଭାରତ ବାୟୋଟେକର କୋଭାକ୍ସିନ ହୋଇଥିବାବେଳେ ଅନ୍ୟ ଏକ ଟିକା ଜାୟଡସ କୈଡିଲା କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଏହା ବ୍ୟତୀତ ଅନ୍ୟ ଦୁଇଟି ଭାରତୀୟ କମ୍ପାନୀଙ୍କ କ୍ଲିନିକାଲ୍ ଟ୍ରାଏଲ ଚାଲିଛି । ତଥାପି, ଏଭଳି ଟୀକା ପରୀକ୍ଷା କରିବା ସତ୍ତ୍ୱେ, ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ୨୦୨୧ ମସିହା ସୁଦ୍ଧା କରୋନା ଟୀକା ଆସିବା ନେଇ ପୂର୍ବାନୁମାନ କରିଛନ୍ତି

‘କସୌଟି ଜିନ୍ଦଗୀ କେ’ ଫେମ୍ ଅଭିନେତା ପାର୍ଥ ସମଥାନ କରୋନା ସଂକ୍ରମିତ

ମୁମ୍ବାଇ: ବଡ ପରଦାରେ କରୋନା ସଂକ୍ରମଣ ପରେ ଏବେ ଛୋଟ ପରଦାରେ କରୋନା ବ୍ୟାପିବାରେ ଲାଗିଛି । ମନୋରଞ୍ଜନ ଜଗତରେ ବର୍ତ୍ତମାନ ପରିସ୍ଥିତି କିଛି ଭଲ ନାହିଁ । ‘କସୌଟି ଜିନ୍ଦଗୀ କେ ଧାରାବାହିକ’ ର ଫେମସ୍ ଅଭିନେତା ପାର୍ଥ ସମଥାନ କରୋନାଭାଇରସ୍ ସଂକ୍ରମିତ ବୋଲି ଜଣାପଡିଛି । ଏହି ଧାରାବାହିକରେ ଅଭିନୟ କରି ସେ  ବେଶ ଲୋକପ୍ରିୟତା ହାସଲ କରିଥିଲେ । ଲକଡାଉନ୍ ଯୋଗୁଁ ସବୁ ସୁଟିଂ ବନ୍ଦ ଥିଲା । ତେବେ କରୋନା ଆକ୍ରାନ୍ତ ଥିବା ସୂଚନା ସେ ନିଜେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେୟାର କରିଛନ୍ତି ।

ପାର୍ଥ ଏହି ପୋଷ୍ଟରେ ଲେଖିଛନ୍ତି ଯେ, ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ଥିଲା  । ସେଥିପାଇଁ ସେ ପରେ ଟେଷ୍ଟ କରାଇଥିଲେ । କରୋନା ଟେଷ୍ଟ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତେଣୁ ଗତ ୧୦ ଦିନ ମଧ୍ୟରେ ସେ ଯେଉଁମାନଙ୍କ ସଂସପର୍ଶରେ ଆସିଛନ୍ତି ସେମାନଙ୍କୁ କୋଭିଡ -୧୯ ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି । ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ ସେ ‘ସେଲ୍ଫ କ୍ୱାରାଣ୍ଟିନ୍’ରେ ଅଛନ୍ତି । ଏହା ସହ ପାର୍ଥ ଡାକ୍ତରମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ସମସ୍ତେ ନିରାପଦରେ ରୁହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କାଲି ହିନ୍ଦୀ ସିନେମା କିମ୍ବଦନ୍ତୀ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ କରୋନା ସଂକ୍ରମିତ ବୋଲି ଜଣାପଡିଛି। ପରିବାରର ତିନଟି ପୀଢି ସଂକ୍ରମିତ ହେବା ପରେ ବିଗ୍ ବିଙ୍କ ୪ଟି ଘରକୁ ମଧ୍ୟ ସିଲ୍ କରାଯାଇଛି। ଏଥି ସହିତ ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେରଙ୍କ ପରିବାର ମଧ୍ୟ ଏହି ମହାମାରୀର ଶିକାର ହୋଇଛନ୍ତି।

ନିୟମ ଭାଙ୍ଗିବାରୁ ମନ୍ତ୍ରୀଙ୍କ ପୁଅକୁ ଏମିତି ତୋଡ ଦେଖାଇ ଲେଡି କନେଷ୍ଟବଳ

ଅହମ୍ମଦାବାଦ୍: ମନ୍ତ୍ରୀଙ୍କ ପୁଅ ଆଉ ଜଣେ ଲେଡ଼ି କନେଷ୍ଟବଳଙ୍କ ଝଗଡ଼ାକୁ ନେଇ ଚାରିଆଡ଼େ ଝଗଡ଼ା । ଯେଉଁଠି ନିୟମ ଉଲ୍ଲଂଘନ କରିବାରୁ ଲେଡି କନେଷ୍ଟବଳ ଦେଖାଇଛନ୍ତି ତାଙ୍କ ଦବଙ୍ଗଗିରି । ଘଟଣାଟି ହେଉଛି ଗୁଜରାଟର । ଯେଉଁଠି ସ୍ୱାସ୍ଥ୍ୟମନ୍ତ୍ରୀ ତଥା ସୁରତ ବିଧାୟକ କୁମାର କାନାଣିଙ୍କ ପୁଅ ପ୍ରକାଶଙ୍କ ସହ ସୁରତର ଲେଡି କନେଷ୍ଟବଳଙ୍କ ମଧ୍ୟରେ ତର୍କ ଏବେ ଚର୍ଚ୍ଚାରେ । ଏହି ଝଗଡ଼ା ତଥା ତର୍କ କର୍ଫ୍ୟୁ ସମୟରେ ରାତିରେ ବିନା ମାସ୍କରେ ବୁଲୁଥିବା ମନ୍ତ୍ରୀଙ୍କ ପୁଅର ବନ୍ଧୁମାନଙ୍କ ସହ ହୋଇଥିଲା । ସେମାନଙ୍କୁ ନେବା ପାଇଁ ଆସିଥିବା ମନ୍ତ୍ରୀଙ୍କ ପୁଅ ପ୍ରକାଶଙ୍କ ସହ ବିତର୍କ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଏହାପରେ ଲୋକମାନେ ସୁନୀତାଙ୍କୁ ସୋସିଆଲ ମିଡିଆରେ ଷ୍ଟାର କରିଦେଇଛନ୍ତି ।

କିଛି ଲୋକ ତାଙ୍କୁ ଯୁବ କିରଣ ବେଦୀଙ୍କ ଆଖ୍ୟା ମଧ୍ୟ ଦେଇଛନ୍ତି । କେହି କେହି ତାଙ୍କୁ ଲେଡି ସିଙ୍ଗହମ୍ ବୋଲି ମଧ୍ୟ କହିଛନ୍ତି । ତେବେ ଏହି ମାମଲାରେ ସୁରଟ ପୋଲିସ କୁମାର କାନାଣୀଙ୍କ ପୁଅଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । କେବଳ ସେତିକି ନୁହେଁ, ଏହି ମାମଲାରେ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନୀତାଙ୍କ ବିରୋଧରେ ମଧ୍ୟ ଯାଞ୍ଚର ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରକାଶ ଏବଂ ସୁନୀତାଙ୍କ ମଧ୍ୟରେ ହୋଇଥିବା ଏହି ବାର୍ତ୍ତାଳାପକୁ ନେଇ ଅନେକ ଆଲୋଚନା ହେଉଛି । ଆସନ୍ତୁ ଜାଣିବା କଣ ଥିଲା ସେହି ବର୍ତ୍ତାଆଳାପ ଯାହା ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।

ପ୍ରକାଶ: ଏହା ମୋର ବନ୍ଧୁ, ମୁଁ ତାକୁ ବୁଝାଇବାକୁ ଆସିଛି । ଏମାନେ ମୋ ଭାଇ ଭଳିଆ ।

ସୁନୀତା: ଆପଣ ଗୁଜୁରାଟ ସରକାରରେ କେଉଁ ପଦରେ ଅଛନ୍ତି ? ଆପଣଙ୍କ କାରରେ MLA ଲେଖାଥିବା ପ୍ଲେଟ୍ କାହିଁକି ଲାଗିଛି ?

ପ୍ରକାଶ: ହଁ ମ୍ୟାଡାମ୍, ମୁଁ ପ୍ଲେଟ୍ ହଟାଇ ଦେଉଛି । ଏହି କାରଟି ମୋର ବାପାଙ୍କର, ସେ ଏଠାକାର ବିଧାୟକ ଏବଂ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ।

ସୁନୀତା: ତାଙ୍କର ନାମ କ’ଣ ? ଆପଣ କଣ ଆପଣଙ୍କ ବାପାଙ୍କୁ କହିକି ଆସିଛନ୍ତି କି ଆପଣ କର୍ଫ୍ୟୁରେ ବାହାରକୁ ବାହାରିଛନ୍ତି ? ତାଙ୍କ ସହ ମୋ କଥାବାର୍ତ୍ତା କରାଅ  ?

ପ୍ରକାଶ: ହଁ ମାଡାମ ମୁଁ ସାମାଜ ସେବା କରେ । ଆପଣ ମଧ୍ୟ ସାମାଜ ସେବାରେ ଅଛନ୍ତି । ମୁଁ ସେମାନଙ୍କୁ ବୁଝାଇବାକୁ ଆସିଛି (ପିତା କୁମାର କାନାଣୀଙ୍କୁ ଫୋନ କରନ୍ତି)

ସୁନୀତା: ନମସ୍କାର ସାର୍! ଆପଣ କୁମାର କାନାଣୀ କହୁଛନ୍ତି କି ? ଆପଣ କଣ ଜାଣନ୍ତି କି ଆପଣଙ୍କ ପୁଅ କର୍ଫ୍ୟୁ ଭାଙ୍ଗିବା ବାହାରକୁ ଆସିଛନ୍ତି। କଣ ସେ ଫୋନରେ କଥା ହୋଇପାରିବେ ନଥାନ୍ତେ ।

କୁମାର କାନାନି: ଆପଣ ମୋତେ ଜେରା କରୁଛନ୍ତି କି ?

ସୁନୀତା: ନା ସାର୍, ମୁଁ ପଚାରୁଛି । ଏବଂ ଆପଣଙ୍କ କାରରେ MLA ର ପ୍ଲେଟ୍ ଅଛି, ତେବେ ଆପଣଙ୍କ ପୁଅ ଆପଣଙ୍କ କାରରେ ବୁଲିବା ଠିକ୍ କି?

କୁମାର କାନାନି: ଯଦି ସେ କୌଣସି ଅନୈତିକ କାର୍ଯ୍ୟ କରିଛନ୍ତି, ତେବେ ଆପଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ମୋତେ ବ୍ୟବସ୍ଥା ବିଷୟରେ ଜ୍ଞାନ ଦେବା ଦରକାର ନାହିଁ ।

ସୁନୀତା: ଠିକ୍ ଅଛି ସାର୍

ସୁନୀତା: (ବରାଛା ପୋଲିସ ଇନ୍ସପେକ୍ଟରଙ୍କ ଠାରୁ) ସାର୍, ଏଠାରେ କିଛି ଲୋକ ମିଳିଛନ୍ତି ୟେଉଁମାନେ ମାସ୍କ ପିନ୍ଧି ନାହାଁନ୍ତି ଏବଂ ମନ୍ତ୍ରୀ କାନାଣୀଙ୍କ ପୁଅ ସେମାନଙ୍କୁ ନେବା ପାଇଁ ଆସିଛନ୍ତି ।

ବାରାଚା ପୋଲିସ ଇନ୍ସପେକ୍ଟର: ତୁମର କର୍ତ୍ତବ୍ୟ କ’ଣ?

ସୁନୀତା: ସାର୍, ଯେଉଁମାନେ କର୍ଫ୍ୟୁରୁ ବାହାରିଥିଲେ ସେମାନଙ୍କୁ ରୋକିବା  ।

ବରାଛା ପୋଲିସ୍ ଇନ୍ସପେକ୍ଟର: ମୁଁ ତୁମକୁ ସ୍ପଷ୍ଟ ଭାବରେ ବୁଝାଇଥିଲି ଯେ ସେଠାରେ କୌଣସି ହୀରା ୟୁନିଟ୍ ଖୋଲା ରହିବା ଉଚିତ୍ ନୁହେଁ, ଏହା ତୁମର କର୍ତ୍ତବ୍ୟ । ଏହାପୂର୍ବରୁ ମଧ୍ୟ ଆପଣଙ୍କ ବିରୁଦ୍ଧରେ ଆଚରଣ ଅଭିଯୋଗ ହୋଇଛି, ଆପଣ ଜାଣନ୍ତି କି ?

କରୋନା କବଳରେ ବଲିଉଡ… ଧିରେ ଧିରେ ସୁଧୁରୁଛି ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟବସ୍ଥା

ମୁମ୍ବାଇ: କରୋନା କବଳରେ ଏବେ ବଲିଉଡ ଇଣ୍ଡଷ୍ଟ୍ରି । ନାନାବତୀ ହସ୍ପିଟାଲରେ ବିଗ ବି ଓ ଅଭିଷେକ । ଅମିତାଭ ଓ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ ହୋଇ ନାନାବତୀ ହସ୍ପିଟାଲର ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ଚିକିତ୍ସାଧିନ ଅଛନ୍ତି । ତେବେ ଗତ କାଲି ଗୋଟିଏ ଦିନରେ ବଲିଉଡରୁ ଆହୁରି କରୋନା ସଂକ୍ରମିତଙ୍କ ଖବର ସାମ୍ନାକୁ ଆସିଥିଲା । ପ୍ରତି ଘଣ୍ଟାରେ ଡାକ୍ତର ତାଙ୍କର ଯାଞ୍ଚ କରୁଛନ୍ତି । ଗୋଟିଏ ୱାର୍ଡରେ ପାଖାପାଖି ବେଡରେ ସେମାନଙ୍କୁ ଆଡମିଟ୍ କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଧିରେ ଧିରେ ଉନ୍ନତି ଆସୁଛି ।

ଅନ୍ୟପକ୍ଷରେ ଐଶ୍ୱର୍ଯ୍ୟା ରାୟ ଓ ଝିଅ ଆରାଧ୍ୟା ହୋମ ଆଇସୋଲେସନରେ ରହିଛନ୍ତି । ସେମାନଙ୍କ ପାଇଁ ଘରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଦ୍ୱିତୀୟ ଥର ଟେଷ୍ଟ କରିବା ପରେ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟା କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡିଥିଲା । କିନ୍ତୁ ଜୟା ବଚ୍ଚନଙ୍କ ଦ୍ୱିତୀୟ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି । ବଚ୍ଚନ ପରିବାରରୁ କରୋନା ଭୂତାଣୁ ଠାବ ପରେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଗତ ୧୦ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିଙ୍କୁ କୋଭିଡ ପରୀକ୍ଷା କରିବାକୁ ବିଗ ବି ଅନୁରୋଧ କରିଛନ୍ତି ।

ଏହା ପରେ ଅନୁପମ ଖେରଙ୍କ ମାଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ମା’ଙ୍କ ସମେତ ତାଙ୍କ ଭାଇ, ଭାଉଜ ଏବଂ ଝିଆରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ନିଜେ ଟୁଇଟ କରି ଜଣାଇଛନ୍ତି ଅଭିନେତା ଅନୁପମ ଖେର । ସମସ୍ତଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ସମସ୍ତଙ୍କ ପାଖରେ ସାମାନ୍ୟ ଲକ୍ଷଣ ଥିବା କଥା ପ୍ରକାଶ କରିଛନ୍ତି ଅନୁପମ ଖେର । ସମସ୍ତଙ୍କୁ ଚିକିତ୍ସା ପାଇଁ କୋକିଲାବେନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଅନୁପମ ଖେରଙ୍କ ସ୍ୱାବ ନମୁନା ରିପୋର୍ଟ ନେଗେଟିଭ ଆସିବା ନେଇ ସେ ନିଜେ ସୂଚନା ଦେଇଛନ୍ତି ।

ଏହା ସହ ରେଖାଙ୍କ ବଙ୍ଗଳା ମଧ୍ୟ ସିଲ୍ କରାଯାଇଛି । ରେଖାଙ୍କ ଘରର ଦୁଇଜଣ ସୁରକ୍ଷା କର୍ମୀ କରୋନା ସଂକ୍ରମିତ ହେବା ପରେ ତାଙ୍କ ବଙ୍ଗଳା ସିଲ୍ କରାଯାଇଛି । ରେଖାଙ୍କ ବଙ୍ଗଳା ଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଅମିତାଭ କରୋନା ପଜିଟିଭ ଆସିବା ପରେ ଅଭିନେତା ରଣବୀର କପୁର, ମାଆ ନିତୁ କପୁର ଓ ଫିଲ୍ମ ନିର୍ଦ୍ଦେଶକ କରନ ଜୋହର କରୋନା ସଂକ୍ରମିତ ଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ତେବେ ଏହା ଏକ ଗୁଜବ ବୋଲି ଇନଷ୍ଟାଗ୍ରାମରେ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି ରିଦ୍ଧିମା କପୁର । କିଛି ଦିନ ତଳେ ଆମୀର ଖାନଙ୍କ ଷ୍ଟାଫ୍ କରୋନା ସଂକ୍ରମିତ ଥିବା ନେଇ ସେ ଟ୍ୱିଟରରେ ପୋଷ୍ଟ କରି ଜଣାଇଥିଲେ । ତାଙ୍କ ଷ୍ଟାଫ୍ କରୋନା ପଜିଟିଭ୍ ବାହାରିଛନ୍ତି କିନ୍ତୁ ପରିବାରର ବାକି ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ବାହାରିଥିବା ସୂଚନା ସେ ଦେଇଛନ୍ତି । ତାଙ୍କର ବ୍ୟକ୍ତିଗତ ଷ୍ଟାଫଙ୍କ ମଧ୍ୟରୁ ୭ ଜଣ କରୋନା ପଜିଟିଭ୍ ବାହାରିଛନ୍ତି ।