ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ

ଭୁବନେଶ୍ୱର: ଦୁଇ ଦିନ ହେବ ରାଜ୍ୟରେ ବର୍ଷା କମ୍‌ ରହିଥିଲେ ମଧ୍ୟ ଆଜିଠୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଗତ ୨ ଦିନ ହେଲା ଲଘୁଚାପ ଦୁର୍ବଳ ହୋଇଥିବାରୁ ବର୍ଷା କମ୍‌ ହୋଇଛି । ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ କଟକ ଓ ଭୁବନେଶ୍ୱର ବ୍ୟତିତ ଅନ୍ୟ ଜିଲ୍ଲାରେ ମଧ୍ୟ ସ୍ୱଳ୍ପ‌ ବର୍ଷା ହୋଇଛି । ତେବେ ଅପେକ୍ଷାକୃତ ବର୍ଷାର ପରିମାଣ କମ୍‌ ରହିଛି ।

Heavy rain in Odisha

ଆଗକୁ ପୁଣି ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ କେନ୍ଦୁଝରର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହା ପ୍ରଭାବରେ ମାଲକାନଗିରିରେ ଲଗାଣ ବର୍ଷା ହୋଇଛି । ଅତ୍ୟଧିକ ବର୍ଷା କାରଣରୁ କାଲିମେଳା ବ୍ଲକ ଏମଭି ୯୬ ବ୍ରିଜ ଉପରେ ଚାଲିଛି ପାଣି । ଗତକାଲି ସାରା ରାତି ବର୍ଷା ଯୋଗୁଁ ବ୍ରିଜ ଉପରେ ପାଣି ଚାଲିଛି । ଫଳରେ ମୋଟୁ ଓ କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉପର ମୁଣ୍ଡରେ ବର୍ଷା ଓ ବ୍ରିଜ ତଳୁଆ ହୋଇଥିବାରୁ ପାଣି ଜମା ହୋଇଛି । ଫଳରେ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।

Leave a Reply