ଶିମିଳିପାଳ ବନ୍ୟପ୍ରାଣୀ ସଂରକ୍ଷଣ, ଅଭିବୃଦ୍ଧିରେ ଖର୍ଚ୍ଚ ହେଲାଣି ୫୮ କୋଟି ୭୨ ଲକ୍ଷ ୧୯ ହଜାର

1 min read

ଭୁବନେଶ୍ୱର: ଓଡ଼ିଶାରେ ବିଗତ ୩ ବର୍ଷରେ ଶିମିଳିପାଳ ଜୈବମଣ୍ଡଳରେ ବନ୍ୟପ୍ରାଣୀ ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ମୋଟ ୫୮ କୋଟି ୭୨ ଲକ୍ଷ ୧୯ ହଜାର ଖର୍ଚ୍ଚ ହୋଇଛି । ୨୦୧୭ ମସିହାରେ ହାତୀ ଗଣନା ଅନୁଯାୟୀ ସମଗ୍ର ରାଜ୍ୟରେ ୧୯୭୬ ଟି ହାତୀ ଥିବା ଜଣାପଡିଛି । ଏହି ଆକଳନ ଅନୁଯାୟୀ ଶିମିଳିପାଳ(ଉତ୍ତର)  ଓ (ଦକ୍ଷିଣ) ବନ୍ୟାପ୍ରାଣୀ ବନଖଣ୍ଡରେ ୩୩୦ ଗୋଟି ହାତୀ ଥିବା ଜଣାପଡିଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୬ରେ କଲରାପତରିଆ ବାଘଙ୍କ ସଂଖ୍ୟା ଗଣନା କରାଯାଇଥିଲା । ଏମାନଙ୍କ ସଂଖ୍ୟା ୪୧ ଥିବା ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଏନଟିସିଏ ଦ୍ୱାରା ମିଳିଥିବା ସର୍ବିଶେଷ ବ୍ୟାଘ୍ର ଆକଳନର ତଥ୍ୟାନୁଯାୟୀ, ୨୦୧୮ରେ ଶିମିଳିପାଳ(ଉତ୍ତର ଏବଂ ଦକ୍ଷିଣ) ବନଖଣ୍ଡରେ ୧୬ରୁ ୨୧ ଗୋଟି ମହାବଳ ବାଘ ଥିବାର ଆକଳନ କରାଯାଇଥିଲା । ୨୦୧୮ ଗଣନା ଅନୁସାରେ ଶିମିଳିପାଳ ମଧ୍ୟରେ କୁଟୁରାର ଘନତ୍ୱ ବର୍ଗ କିଲୋ ମିଟର ଭିତ୍ତିରେ ଭାରତରେ ପ୍ରଥମସ୍ଥାନ ଅଧିକାର କରିଛି ।

ଆହୁରି ଏକ ଉଲ୍ଲେଖନୀୟ ବିଷୟ ଏହି କି ଯେ, ଏନଟିସିଏ-ଡବ୍ଲ୍ୟୁ ଆଇଆଇ ଦ୍ୱାରା ପ୍ରକାଶିତ management effectiveness evaluation of tiger reserve ୨୦୧୮ ରିପୋର୍ଟ ରେ ଶିମିଳିପାଳକୁ ୭୨.୬୭ ପ୍ରତିଶତ ନମ୍ବର ମିଳିଛି । ୪ ବର୍ଷ ପୂର୍ବେ ଏହା ୫୮.୦୬ ପ୍ରତିଶତ ରହିଥିଲା ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି । ଓଡ଼ିଶଆରେ ଗତ ୪ ବର୍ଷ ମଧ୍ୟରେ ବ୍ୟାଘ୍ର ଘନତ୍ୱ ପୂର୍ବାପେକ୍ଷା ଦ୍ୱିଗୁଣ ହୋଇ ୧.୦୨/୧୦୦ ବର୍ଗ କିମି ରହିଛି ।ଏହି ତଥ୍ୟ ଏନଟିସିଏ ଏବଂ ଡବଲ୍ୟୁଆଇଆଇ,ଡେରାଡୁନ୍ ତରଫରୁ ପ୍ରକାଶିତ ୨୦୧୮ ମସିହା ବ୍ୟାଘ୍ର ଗଣନା ରିପୋର୍ଟରେ ପ୍ରକାଶ ପାଇଛି । ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଣତାରକା ପ୍ରଶ୍ନ ନଂ୩୯ର ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ଏହି ତଥ୍ୟ ଦେଇଥିବା ଜଣାପଡିଛି ।

 

Leave a Reply