ଗଜପତି ଜିଲ୍ଲା ସେରୋ ସର୍ଭେ ରିପୋର୍ଟ, ୬୫% ଲୋକଙ୍କ ଠାରେ ପ୍ରତିରୋଧକ ଶକ୍ତି ବୃଦ୍ଧି

ଗଜପତି: ଆସିଲା ଗଜପତି ଜିଲ୍ଲାର ସେରୋ ସର୍ଭେ ରିପୋର୍ଟ । ୬୫ ପ୍ରତିଶତ ଲୋକଙ୍କ ଠାରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିବା ତଥ୍ୟରୁ ଜଣାପଡିଛି । ଅଧିକ ସମ୍ବେଦନଶୀଳ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ୪୦ରୁ ୮୫ ପ୍ରତିଶତ ରହିଥିବା ସର୍ଭେରୁ ଜଣାପଡିଥିବା ବେଳେ ସାଧାରଣ ବର୍ଗଙ୍କ ମଧ୍ୟରେ ଏହା ହାରାହାରି ୫୯ ପ୍ରତିଶତ ରହିଥିବା ସୁଚନା ମିଳିଛି ।

ପୁରୁଷଙ୍କ ମଧ୍ୟରେ ୫୩.୧ ଏବଂ ମହିଳାଙ୍କ କ୍ଷେତ୍ରରେ ଏହା ଶତକଡ଼ା ୬୫.୯ ରହିଛି । କୋଭିଡ୍‌ ଯୋଦ୍ଧାଙ୍କ ମଧ୍ୟରେ ୫୧ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷ କରି ୪୦ ବର୍ଷରୁ କମ୍ ବୟସ୍କ ମହିଳାଙ୍କ କ୍ଷେତ୍ରରେ ଏହା ଆଶାତୀତ ବୃଦ୍ଧି ପାଇଥିବା ଏହି ସର୍ଭେରୁ ସ୍ପଷ୍ଟ ହୋଇଥିବା ଜିଲ୍ଲାପାଳ ଅନୁପମ୍‌ ସାହା ସୂଚନା ଦେଇଛନ୍ତି । ପାରଳାଖେମୁଣ୍ଡି ମୁନିସିପାଲିଟି ଅଞ୍ଚଳରେ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଚିଲିଥିଲା ଏହି ସର୍ଭେ କାର୍ଯ୍ୟକ୍ରମ । ଏଥିରେ ମୋଟ ୧୫୧୫ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା ।

SERO SURVEY

ସାଧାରଣ ବର୍ଗଙ୍କ ମଧ୍ୟରୁ ୯୮୪ ଓ ଅଧିକ ସମ୍ବେଦନଶୀଳ ତଥା ଆଶଂକା ଥିବା ବର୍ଗରୁ ୫୩୨ ଜଣଙ୍କ ସାମ୍ପୁଲ ପରୀକ୍ଷା ପାଇଁ ନିଆଯାଇଥିଲା । ଆଜି ଆର୍‌ଏମ୍‌ଆର୍‌ସି, ଭୁବନେଶ୍ୱର ଠାରୁ ପରୀକ୍ଷା ତଥ୍ୟ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ।

Leave a Reply