ହାଥରସ୍ ଗଣଦୁଷ୍କର୍ମ ମାମଲା: ‘ବିକାଶ ଦୁବେ’ କାର୍ଯ୍ୟାନୁଷ୍ଠାନ ନେଇ ଇସାରା ଦେଲେ ବରିଷ୍ଠ ବିଜେପି ନେତା

1 min read

ନୂଆଦିଲ୍ଲୀ: ହାଥରସ୍ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ବିଜେପିର ବରିଷ୍ଠ ନେତା କୈଳାଶ ବିଜୟବର୍ଗିୟ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ନେଇ ଆଶାବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, କିଛି ସମୟ ଅପେକ୍ଷା କରିବା ଆବଶ୍ୟକ । ଯୋଗୀ ଆଦିତ୍ୟନାଥଙ୍କ ଉତ୍ତରପ୍ରଦେଶରେ କେବେବି ଗାଡ଼ି ଓଲଟିପାରେ । ତାଙ୍କ ଇସାରା ବହୁଚର୍ଚ୍ଚିତ ବିକାଶ ଦୁବେ ଏନକାଉଣ୍ଟର ଆଡ଼କୁ ଥିଲା ।

ଯେଉଁଥିରେ ଅପରାଧୀ ବିକାଶ ଦୁବେକୁ ମଧ୍ୟପ୍ରଦେଶର ଉଜ୍ଜୈନରୁ କାନପୁର ଅଣାଯାଉଥିବା ବେଳେ ପୋଲିସ ଗାଡ଼ି ଓଲଟି ଯାଇଥିଲା ଏବଂ ବିକାଶ ସେଠାରୁ ପଳୟନ କରିବାକୁ ଉଦ୍ୟମ କରିବାରୁ ତାକୁ ଏନକାଉଣ୍ଟର କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଥିଲା । ସେହିଭଳି ଗତ କିଛି ଦିନ ପୂର୍ବରୁ ମୁମ୍ୱାଇରୁ ୨ ଅଭିଯୁକ୍ତଙ୍କୁ ୟୁପି ପୋଲିସ ଆଣୁଥିବା ବେଳେ ଗାଡ଼ିଟି ଓଲଟି ଯାଇଥିଲା । ଏବଂ ସେଥିରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।

ହାଥରସ ଗଣଦୁଷ୍କର୍ମ ମାମଲା: ବିରୋଧ କରୁଥିଲେ ପରିଜନ, ପୋଲିସ କରିଦେଲା ଅନ୍ତିମ ସଂସ୍କାର

‘ଅପେକ୍ଷା କରିବା ଆବଶ୍ୟକ, କେବେବି ଓଲଟି ଯାଉଛି ଗାଡ଼ି ’

ହାଥରସ୍ ଗଣଦୁଷ୍କର୍ମ ମାମଲାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି  କୈଳାଶ ବିଜୟବର୍ଗିୟ । ସେ କହିଛନ୍ତି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଦିଆଯାଇଛି । ମାମଲା ଫାଷ୍ଟ ଟ୍ରାକ୍ କୋର୍ଟରେ ଚାଲିଛି । ମୋତେ ଲାଗୁଛି କିଛି ଦିନ ଅପେକ୍ଷା କରିବା ଆବଶ୍ୟକ । କାହିଁକି ନା ଯୋଗୀ ସେଠାକାର ମୁଖ୍ୟମନ୍ତ୍ରୀ ଯେଉଁଠାରେ ଗାଡ଼ି କେବେବି ଓଲଟି ଯାଏ ।

Leave a Reply