spot_img
Home Blog Page 6809

୨୦ ସେପ୍ଟେମ୍ବରରେ EC ବିହାର ନିର୍ବାଚନ ପାଇଁ  ଜାରି କରି ପାରନ୍ତି ବିଜ୍ଞପ୍ତି

ପାଟନା:  ବିହାର ନିର୍ବାଚନ ପାଇଁ ସେପ୍ଟମ୍ୱର ୨୦ ତାରିଖରେ ନିର୍ବାଚନ କମିଶନ ଅଧିସୂଚନା ଜାରି କରି ପାରନ୍ତି ।  ମିଳୁଥିବା ସୂଚନା ଅନୁସାରେ ଦୁଇ ତିନି ପର୍ଯ୍ୟାୟରେ ବିହାରରେ ନିର୍ବାଚନ ହୋଇପାରେ ।  ନଭେମ୍ବର ମାସ ସରିବା ବେଳେକୁ ବିହାରରେ ନିର୍ବାଚନ ହେବ ବୋଲି ଶୁଣିବାକୁ ମିଳୁଛି । ରାଷ୍ଟ୍ରପତି ଶାସନ ଜାରି କରି ବିହାରରେ ନିର୍ବାଚନ କରାଇବାର ସମ୍ଭାବନା ମଧ୍ୟ ନାହିଁ ।  ଦୁଇ ତିନି ପର୍ଯ୍ୟାୟରେ ଯଦି ନିର୍ବାଚନ ହେବ ତେବେ ଘୋଷଣାରେ ବିଳମ୍ବ ହେବାର ସମ୍ଭାବନା ରହିଛି । ୨୦୧୫ରେ ବିହାର ନିର୍ବାଚନ  ସେପ୍ଟେମ୍ବର ୯ ତାରିଖରେ ହୋଇଥିଲା । ସେତେବେଳେ ମତଦାନ ୬ ପର୍ଯ୍ୟାୟରେ ହୋଇଥିଲା ।କରୋନା କାଳରେ ଭୋଟିଂ ପ୍ରକ୍ରିୟା କେମିତି ହେବ ତାକୁ ନେଇ ନିର୍ବାଚନ ଆୟୋଗ ଗାଇଡଲାଇନ୍ ମଧ୍ୟ ଜାରି କରିବେ ।  ଗାଇଡ୍ ଲାଇନ୍ ଆଜି (ଶୁକ୍ରବାର) ସଂଧ୍ୟା ସୁଧା ଜାରି ହେବାର ସମ୍ଭାବନା ରହିଛି ।
ବିହାରର ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ନିର୍ବାଚନ ଆୟୋଗ

ଶୁକ୍ରବାର ଦ୍ୱିପହରରେ ବିହାର  ନିର୍ବାଚନକୁ ନେଇ ଦିଲ୍ଲୀ ସ୍ଥିତ ନିର୍ବାଚନ ଆୟୋଗ ଅଫିସରେ ବୈଠକ ହେବ । ଏଥିରେ ବିସ୍ତୃତ ଗାଇଡଲାଇନରେ ଆୟୋଗ ମୋହର ମାରିବେ ।  ପ୍ରଚାର ତରିକା,ବରିଷ୍ଠ ଭୋଟର କେମିତି ଭୋଟ୍ ଦେବେ ଆଦି ଉପରେ ବୈଠକରେ ବସ୍ତୃତ ଆଲୋଚନା ହେବ ।  ସୋମବାର ଦିନ ନିର୍ବାଚନ କମିଶନ ବିହାରର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିବାର ସମ୍ଭାବନା ରହିଛି ।

 ମୁଖ୍ୟମନ୍ତ୍ରୀ ନୀତିଶ ମଧ୍ୟ ଦେଇଥିଲେ ନିର୍ଧାରିତ ସମୟରେ ନିର୍ବାଚନ ସଂକେତ

ଗୁରୁବାର ଦିନ ବିହାର ମୁଖ୍ୟମନ୍ତ୍ରୀ ଅନେକ ପ୍ରୋଜେକ୍ଟର ଶିଳାନ୍ୟାସ ଓ ଉଦଘାଟନ କରି ସେପ୍ଟେମ୍ବର ମାସରେ ନିର୍ବାଚନ ହେବାର ସଂକେତ ଦେଇଥିଲେ ।  ୨୦୧୫ରେ ଜେଡିୟୁ ଓ ଆରଜେଡି ମିଳିତ ଭାବେ ମୈଦାନକୁ ଓହ୍ଲାଇଥିଲେ ।  ସେଥିରେ ମହାମେଣ୍ଟକୁ ବିପୁଳ ବିଜୟ ମିଳିଥିଲା । ତେବେ ପ୍ରାୟ ଗୋଟିଏ ବର୍ଷ ପରେ ନୀତିଶ ବିଜେପି ସହ ହାତ ମିଳାଇଥିଲେ ।  ଏଥର ବିଜେପି,ଜେଡିୟୁ ଓ ଏଲଜେପି ଏକାଠି ନିର୍ବାଚନ ଲଢିବେ । ତେବେ ଏଲଜେପିର ମତିଗତିକୁ ନେଇ ବିଜେପି ଓ ଜେଡିୟୁ ଟିକିଏ ଆଶଙ୍କାରେ ଅଛନ୍ତି ।

କାଲିଫର୍ଣ୍ଣିଆ: ୭୨ ଘଣ୍ଟାରେ ୨୧ ହଜାର ଥର ବିଜୁଳି ମାରି ୩୬୭ ସ୍ଥାନରେ ନିଆଁ

କାଲିଫର୍ଣ୍ଣିଆ: ସାରା ବିଶ୍ୱରେ କରୋନା ମହାମାରୀ ବ୍ୟାପିଥିବା ସମୟରେ ଗୋଟିଏ ପରେ ଗୋଟିଏ ବିରାଟ ସମସ୍ୟା ମୁଣ୍ଡ ଟେକୁଛି । ଯାହା ଦ୍ୱାରା ପ୍ରଭାବିତ ହେଉଛନ୍ତି ହଜାର ହଜାର ଲୋକ । ପରିସ୍ଥିତି ସାମାନ୍ୟ ହେବା ନା ନେଉନାହିଁ । ନିକଟରେ କାଲିଫର୍ଣ୍ଣିଆରେ ହୋଇଥିବା ଏକ ବିରାଟ ସମସ୍ୟା ସାମ୍ନାକୁ ଆସିଛି । ଖବର ଅନୁସାରେ ଗତ ୭୨ ଘଣ୍ଟାରେ ୧୧ ହଜାର ଥର ବିଜୁଳି ମାରିଛି । ଏହା ପ୍ରଭାବରେ ୩୬୭ ସ୍ଥାନରେ ନିଆଁ ଲାଗିଛି । ହଜାର ହଜାର ଲୋକ ନିଜ ଘରଛାଡ଼ି ଚାଲି ଯାଇଛନ୍ତି । ଘର, ଗାଡ଼ି,ସ୍ପିଡ ବୋଟ୍ସ ଜଳିପୋଡ଼ି ପାଉଁଶ ହୋଇ ଯାଇଛି ।

କାଲିଫର୍ଣ୍ଣିଆରେ ଇଣ୍ଟରଷ୍ଟେଟ ହାଇଓ୍ୱେ ନମ୍ବର ୮୦କୁ ବନ୍ଦ କରିଦିଆଯାଇଛି । ଏହି ହାଇଓ୍ୱେରେ ପ୍ରାୟ ୫୬ କିଲୋମିଟର ପର‌୍ୟ୍ୟନ୍ତ ନିଆଁ ଲାଗିଛି । ନିଆଁ ଲାଗିଯାଇଥିବା କିଛି ଗାଡ଼ିରେ ରହିଯାଇଥିବା ଲୋକଙ୍କୁ ରକ୍ଷା କରାଗଲା । କାଲିଫର୍ଣ୍ଣିଆ ଟିପାର୍ଟମେଣ୍ଟ ଅଫ ଫରେଷ୍ଟ୍ରି ଆଣ୍ଡ ଫାୟାର ପ୍ରୋଟେକ୍ସନର ପ୍ରବକ୍ତା ଓ୍ୱିଲ ପାଓ୍ୱର୍ସଙ୍କ କହିବା ଅନୁସାରେ ଶହ ଶହ ଲୋକ ହନ୍ତସନ୍ତ ହେଉଛନ୍ତି । ଏକାଧିକ ଘର ଜଳି ଯାଇଛି । ୪ଟି ଜିଲ୍ଲାର ୯ଟି ସ୍ଥାନରେ ଅତ୍ୟଧିକ ନିଆଁ ଲାଗିଛି । ନିଆଁ ଲିଭାଇବା ସମୟରେ ଏକ ହେଲିକପ୍ଟର କ୍ରାଶ ହୋଇ ଯାଇଛି । ଏହି କାରଣରୁ ପାଏଲଟର ମୃତ୍ୟୁ ହୋଇ ଯାଇଛି । ଏହା ସହିତ ହେଲିକପ୍ଟରରେ ଉପସ୍ଥିତ ଥିବା ଜଣେ ପ୍ରାଇଭେଟ କଣ୍ଟ୍ରାକ୍ଟରର ମଧ୍ୟ ମୃତ୍ୟୁ ହୋଇଛି । ଯେଉଁ ୯ଟି ସ୍ଥାନରେ ନିଆଁ ଲାଗିଛି ସେଠାରେ ପ୍ରାୟ ୪୬ ହଜାର ଏକର ଜଳି ଜଳିପୋଡ଼ି ନଷ୍ଟ ପାଉଁଶ ହୋଇ ଯାଇଛି ।

 

ଏହା ମଧ୍ୟରେ ପାହାଡ଼,ଜଙ୍ଗଲ ଏବଂ ଖାଲି ଭୂମି ମଧ୍ୟ ସାମିଲ ଅଛି । ଏହି ଅଞ୍ଚଳରେ ପ୍ରାୟ ୫୦ଟି ଘର ଜଳି ଯାଇଛି । କହିରଖୁଛୁ ଏହା ପୂର୍ବରୁ କାଳିଫର୍ଣ୍ଣିଆରେ ୨୦୦୮ରେ ଝଡ଼ ତୋଫାନରେ ବିଜୁଳି ମାରି ନିଆଁ ଲାଗିଥିଲା । ସେହି ସମୟରେ ୩୭୫ରୁ ଅଧିକ ଇଞ୍ଜିନ ନିଆଁ ଲିଭାଇବାରେ ନିୟାଜିତ ହୋଇଥିଲେ ।


ସବୁଠାରୁ ଅଧିକ ନିଆଁ ଏସସିୟୁ ଲାଇଟ୍ନିଙ୍ଗ କମ୍ପ୍ଲେକ୍ସରେ ଲାଗିଛି । ଏଠାରେ ୮୫ ହଜାର ଏକର ଜମି ଜଳି ଯାଇଛି ।

୨୪ ଘଣ୍ଟାରେ ରାଜ୍ୟରୁ ୨୬ଶହ ୯୮ ପଜିଟିଭ୍ ଚିହ୍ନଟ, ୧୦ ମୃତ… ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଦିନ ବଢିବା ସହ ନୂଆ ନୂଆ ସଂକ୍ରମିତ ସଂଖ୍ୟା ସାମ୍ନାକୁ ଆସୁଛି । ରାଜ୍ୟରେ ଲଗାତାର ମାସେ ହେବ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଆଜି ଆଉ ୨୬୯୮ ପଜିଟିଭ୍ ଚିହନ୍ଟ ହୋଇଛନ୍ତି । ସେମଧ୍ୟରେ କ୍ୱାରେଣ୍ଟାଇନରୁ ୧୬୭୫ ଓ ଲୋକାଲ କେସ୍ ୧୦୨୩ ଚିହ୍ନଟ ରହିଛି । ସେପଟେ ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଇଛି ମହାମାରୀ ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ଆକ୍ରାନ୍ତ ଚିହନ୍ଟ ହୋଇଛନ୍ତି । ଅନୁଗୁଳରୁ ୨୯, ବରଗଡ଼ ୫୬, ଭଦ୍ରକରୁ ୮୯, ବୌଦ୍ଧରୁ ୧୧, କଟକରୁ ୨୦୭, ଦେଓଗଡ଼ରୁ ୨, ଢେଙ୍କାନାଳରୁ ୨୭, ଗଜପତିରୁ ୫୮, ଜଗତସିଂହପୁରରୁ ୨୧, ଯାଜପୁରରୁ ୮୦, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୪୯, ମାଲକାନଗିରି ଓ କନ୍ଧମାଳରୁ ୮୧ ଲେଖାଏଁ, ବାଲେଶ୍ୱରରୁ ୧୦୨, ବଲାଙ୍ଗିରରୁ ୭୧, କେନ୍ଦ୍ରାପଡ଼ାରୁ ୮୯, କେନ୍ଦୁଝରରୁ ୨୧, କୋରାପୁଟ-୧୪୬, ମୟୂରଭଞ୍ଜରୁ ୧୨୮ ଓ ସୁନ୍ଦରଗଡରୁ ୧୦୩, ନୟାଗଡ଼ରୁ ୯୪, ନୂଆପଡ଼ାରୁ ୩, ପୁରୀରୁ ୮୭, ରାୟଗଡାରୁ ୧୫୪, ସୋନପୁରରୁ ୩୧, ସୁନ୍ଦରଗଡ଼ରୁ ୧୦୩, ଗଞ୍ଜାମରୁ ୧୬୨, ଚିହ୍ନଟ ହୋଇଛନ୍ତି । ସେହିପରି ନବରଙ୍ଗପୁରରୁ ୯୧, ସମ୍ବଲପୁରରୁ ୭୮ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ୭୨୮କୁ ବୃଦ୍ଧି ପାଇଛି । ଏଯାଏଁ ରାଜ୍ୟରେ ୪୮,୫୭୬ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ବ୍ୟତୀତ ଏବେ ରାଜ୍ୟରେ ୨୩,୬୯୯ ସକ୍ରିୟ ମାମଲା ରହିଛି ।

 

ମର୍ଡର ନା ସୁଇସାଇଡ! ନିଜ ଆଡୁ ସଂପର୍କ ଭାଙ୍ଗିଥିଲେ ରିୟା, ଗୁମର ଖୋଲିବ ସିବିଆଇ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ତଦନ୍ତ ଆରମ୍ଭ କରିଛି ସିବିଆଇ । ତଦନ୍ତକାରୀ ଟିମ୍ ଆଜି ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ଭେଟି ତାଙ୍କଠାରୁ ଡକ୍ୟୁମେଣ୍ଟ ସଂଗ୍ରହ କରିବ । ମାମଲାରେ ସମସ୍ତ ତଥ୍ୟ, ରେକର୍ଡ ହୋଇଥିବା ବୟାନ, ଫରେନ୍‌ସିକ ଓ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କରାଯିବ । ସୁଶାନ୍ତଙ୍କ ଫ୍ଲାଟକୁ ଯାଇ ତଦନ୍ତ କରିବ ସିବିଆଇ ଟିମ୍ । ସେଠାରେ କ୍ରାଇମ ସିନ୍ ରିକ୍ରିଏଟ୍ କରିବା ନେଇ ସୂଚନା ମିଳିଛି ।

ଅପରପକ୍ଷରେ ରିୟା ଚକ୍ରବର୍ତ୍ତୀ ଓ ମହେଶ ଭଟ୍ଟଙ୍କ ହ୍ୱାଟ୍‌ସ ଆପ ଚାଟ୍ ସାମ୍ନାକୁ ଆସିଛି ଯାହା ଏବେ ଭାଇରାଲ ହେବାରେ ଲାଗିଛି । ରିୟା ଓ ମହେଶ ଭଟ୍ଟଙ୍କ ସମ୍ପର୍କ କାହାକୁ ଅଜଣା । ଏହା ପ୍ରଥମଥର ନୁହେଁ ଯାହାକୁ ନେଇ କିଛି ଖବର ଭାଇରାଲ ହୋଇଛି । ଜୁନ୍ ୮ରେ ସୁଶାନ୍ତଙ୍କ ଘର ଛାଡ଼ିବା ପରେ ରିୟା ମହେଶ ଭଟ୍ଟଙ୍କ ସହ ଚାଟ୍ କରିଥିଲେ । ଏଥିରେ ରିୟା ନିଜ ଆଡୁ ସୁଶାନ୍ତଙ୍କ ସହ ସଂପର୍କ ଛିନ୍ନ କରିଥିବା ଲେଖିଛନ୍ତି । ଏଥିରୁ ଜଣାପଡୁଛି ମହେଶ ଭଟ୍ଟ ମଧ୍ୟ ଉଭୟଙ୍କ ସଂପର୍କ ଭାଙ୍ଗିବା ସଂପର୍କରେ ଜାଣିଥିଲେ ।

ରିୟା ଚକ୍ରବର୍ତ୍ତୀଙ୍କ ମେସେଜରେ ମହେଶ ଭଟ୍ଟ ଲେଖିଛନ୍ତି ଯେ, “ବର୍ତ୍ତମାନ ପଛକୁ  ଆଉ ଦେଖ ନାହିଁ । ଏବେ ଯାହା କରିବା ଆବଶ୍ୟକ ତାହା କର । ତୁମ ବାପାଙ୍କୁ ମୋର ସମ୍ମାନ ଜଣାଇବ, ସେ ବହୁତ ଖୁସି ହେବେ। ”ଏହା ପରେ ରିୟା ଲେଖିଛନ୍ତି ଯେ, ସବୁବେଳେ ତାଙ୍କ ପାଇଁ ସ୍ପେଶାଲ ହୋଇଥିବାରୁ ମହେଶଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।  ରିୟା ଚକ୍ରବର୍ତ୍ତୀ ୨୦୧୮ ମସିହାରେ “ଜଲେବି” ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରରେ ରିୟା ଆୟେଶା ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟି ସୁପର ଫ୍ଲପ୍ ହୋଇଥିଲା । ଏହି ଫିଲ୍ମର ନିର୍ମାତା ଥିଲେ ମହେଶ ଭଟ୍ଟ  । ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ମହେଶ ଭଟ୍ଟ ତାଙ୍କର ପ୍ରଥମ ବୟାନରେ କହିଥିଲେ ଯେ, ସୁଶାନ୍ତଙ୍କ ଅବସ୍ଥା ପରବିନ ବାବିଙ୍କ ଭଳି ହୋଇଯାଇଥିଲା । ମହେଶ ଭଟ୍ଟ ମଧ୍ୟ ସୁଶାନ୍ତ ଏବଂ ରିୟାଙ୍କ ସମ୍ପର୍କରେ ହସ୍ତକ୍ଷେପ୍ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ମହେଶ ଭଟ୍ଟ ରିୟାଙ୍କୁ ଏହି ସମ୍ପର୍କ ଭାଙ୍ଗିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

mahesh bhat riya

ରିୟା-ମହେଶଙ୍କ ହ୍ୱାଟସ୍ ଆପ୍ ଚାଟ୍ ସାମ୍ନାକୁ ଆସିବା ପରେ ଜଣା ପଡିଛି ଯେ, ରିୟା ମହେଶ ଭଟ୍ଟଙ୍କୁ ନିଜ ଜୀବନରେ ଭଗବାନଙ୍କ ସ୍ଥାନ ଦେଇଥିଲେ । ମହେଶ ଭଟ୍ଟ ରିୟା ଚକ୍ରବର୍ତ୍ତୀଙ୍କୁ ଉତ୍ତରରେ କହିଛନ୍ତି ଯେ, “ଯଦି ମୁଁ ତୁମର କୌଣସି କାମ କରିପାରିବି ନାହିଁ ତେବେ ମୁଁ ଅର୍ଥହୀନ। ନିଜ ଜୀବନରେ ମହେଶଙ୍କୁ ଭେଟିବା ପାଇଁ ରିୟା ନିଜକୁ ଭାଗ୍ୟବାନ ମାନିଛନ୍ତି । ଏହା ସହିତ ଟ୍ୟାଟ୍ ରିୟା ଅନେକ ଇମୋଜି ମଧ୍ୟ ସେୟାର କରିଛନ୍ତି ।

ଲିକ୍ ହୋଇଥିବା ହ୍ୱାଟସ୍ ଆପ୍ ଚାଟ୍ ଦର୍ଶାଉଛି ଯେ, ରିୟା ଚକ୍ରବର୍ତ୍ତୀ ନିଜେ ସୁଶାନ୍ତ ସିଂ ରାଜପୁତଙ୍କ ଘରୁ ବାହାରିଥିଲେ ଏବଂ ସେ ମଧ୍ୟ ଏହି ସମ୍ପର୍କକୁ ନେଇ ଖୁସି ନଥିଲେ। ସୁଶାନ୍ତ ଏବଂ ରିୟାଙ୍କ ମଧ୍ୟରେ ଝଗଡା ହୋଇଥିଲା ବୋଲି ସୂଚନା ମିଳିଛି । ହେଲେ ଏହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏହି ସବୁ କାରନାମାରେ ମହେଶ ଭଟ୍ଟଙ୍କର ଏଥିରେ ବଡ଼ ହାତ ଥିଲା  । କାରଣ ରିୟା ତାଙ୍କ ନିର୍ଦ୍ଦେଶନାରେ ଏଭଳି ପଦକ୍ଷେପ ନେଇଥିଲେ। ସିବିଆଇ ଟିମ୍ ଆଇପିସିର ବିଭିନ୍ନ ଧାରା ଅନୁସାରେ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଛି। ତେବେ ଜୁନ୍ ୮ ତାରିଖରେ ସୁଶାନ୍ତ ଏବଂ ରିୟାଙ୍କ ମଧ୍ୟରେ କ’ଣ ଘଟିଥିଲା ​​ତାହା ସିବିଆଇ ବର୍ତ୍ତମାନ ଅନୁସନ୍ଧାନ କରୁଛି ।

୨୧ ହଜାରରୁ କମ ଦରମା ପାଉଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର

ନୂଆ ଦିଲ୍ଲୀ: କେନ୍ଦ୍ର ସରକାର ଗୁରୁବାରକୁ ୪୧ ଲକ୍ଷ ଇଣ୍ଡଷ୍ଟ୍ରିଆଲ କର୍ମଚାରୀଙ୍କ ପାଇଁ ଇଏସଆଇସି ସ୍କିମ ଜରିଆରେ ଲାଭ ଦେବା ପାଇଁ ପ୍ରସ୍ତାବ ଜାରି କରିଛନ୍ତି । କରୋନା ଭାଇରସ ମହାମାରୀ କାରଣରୁ ଚାକିରୀ ହରାଇଥିବା ଲୋକଙ୍କ ପାଇଁ ଏହି ସ୍କିମ ୨୪ ମାର୍ଚ୍ଚରୁ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଲାଗୁ ହେବ । ସରକାରଙ୍କ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ଇଏସଆଇସି ବୋର୍ଡ । ଯାହାର ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ରୀୟ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର । ଇଏସଆଇସିର ଗଣନା ଅନୁସାରେ ମାର୍ଚ୍ଚରୁ ଡିସେମ୍ବର ମଧ୍ୟରେ ପ୍ରାୟ ୪୧ ଲକ୍ଷ ବ୍ୟକ୍ତି ଲାଭକୃତ ହୋଇ ପାରନ୍ତି । କହିରଖୁଛୁ ଇଏସଆଇସି ଏକ ସୋସିଆଲ ସିକ୍ୟୁରିଟି ସଂସ୍ଥା ଯାହା ଶ୍ରମ ମନ୍ତ୍ରାଳୟ ଅଧୀନରେ । ତେବେ ଏହା ଅଧୀନରେ ଆସୁଥିବା ଯୋଗ୍ୟ ପ୍ରାର୍ଥୀଙ୍କକୁ ତାଙ୍କ ଦରମାର ୫୦ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ପାଇବାର ସହାୟତା ମିଳିବ । ଏହା ସହିତ ଯଦି ଏହାର ନିୟମରେ ସାମାନ୍ୟ କୋହଳ ଦେଖିବାକୁ ମିଳେ ତେବେ ୭୫ ଲକ୍ଷ ଲୋକ ସିଧା ସଳଖ ଲାଭକୃତ ହୋଇ ପାରନ୍ତି । ପ୍ରତି ମାସରେ ୨୧ ହଜାର ବା ତା ଠାରୁ କମ ଦରମା ପାଉଥିବା ବ୍ୟକ୍ତି ଏହାର ଅନ୍ତର୍ଗତ । ବୋର୍ଡ଼ର ନିଷ୍ପତ୍ତି ଅନୁସାରେ ଏହି କ୍ଲେମକୁ ସିଧାସଳଖ ଇଏସଆଇ କାର‌୍ୟ୍ୟାଳୟରେ ଜମା କରାଯାଇ ପାରିବ । ଯାହାପରେ କର୍ମଚାରୀଙ୍କ ଖାତାକୁ ସିଧାସଳଖ ଟଙ୍କା ଜମା କରିଦିଆଯିବ ।


ଚାକିରି ଯିବାର ୩୦ ଦିନ ପରେ ଏହି ଟଙ୍କା ପାଇଁ କ୍ଲେମ କରାଯାଇ ପାରିବ । ପ୍ରଥମେ ଏହି ବାଧ୍ୟତା ଯଦିଓ ୯୦ ଦିନ ପାଇଁ ଥିଲା, କିନ୍ତୁ ଏହି ନିୟମ ଲାଗୁ ହେବା ପରେ କର୍ମଚାରୀ ଏକ ମାସ ପରେ କ୍ଲେମ କରି ପାରିବେ ଏବଂ ଏହା ଡିସେମ୍ବର ପର‌୍ୟ୍ୟନ୍ତ ରହିବ । ଏଥିପାଇଁ କର୍ମଚାରୀଙ୍କ ୧୨ ଡିଜିଟ ଆଧାର ନମ୍ବର ବ୍ୟବହାର କରାଯିବ । ଏହା ’ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା’ ଦ୍ୱାରା କରାଯିବ । କେନ୍ଦ୍ର ସରକାର ୨୦୧୮ରେ ଏହି ସ୍କିମ ଆରମ୍ଭ କରିଥିଲେ । ଯେଉଁଥିରେ ୨୫ ପ୍ରତିଶତ ବେରୋଜଗାରଙ୍କୁ ଲାଭ ଦେବା ପାଇଁ ପ୍ରସ୍ତାବ ଥିଲା

ଦେଶରେ ଗତ ୨୪ ଘଣ୍ଟାରେ ୬୮ ହଜାରରୁ ଅଧିକ ପଜିଟିଭ, ୯୮୩ ମୃତ, ୫୪ ହଜାରରୁ ଅଧିକ ଜୀବନ ନେଲାଣି ଭୂତାଣୁ

ନୂଆଦିଲ୍ଲୀ: ଅଗଷ୍ଟରେ ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଆଜି ଦିନକରେ ୬୮ ହଜାର ୮ ଶହ ୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୯ ଶହ ୮୩ ଜଣ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ । ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୫୪ ହଜାର ୮ ଶହ ୪୯ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୧ ଲକ୍ଷ ୫୮ ହଜାର ୯ ଶହ ୪୭ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ, ୬ ଲକ୍ଷ ୯୨ ହଜାର ୨୮ ଟି ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯ ଲକ୍ଷ ୫ ହଜାର ୮ଶହରେ ପହଞ୍ଚିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ତେବେ ଆଶ୍ୱସ୍ତିର ବିଷୟ ଏହା ଯେ, ମୃତ୍ୟୁହାରର ହ୍ରାସ ପାଇବା ସହ ସକ୍ରିୟ ମାମଲା ମଧ୍ୟ ଧିରେ ଧିରେ କମିବା ରେକର୍ଡ କରାଯାଉଛି। ମୃତ୍ୟୁ ହାର ୧.୮୯% କୁ ଖସିଛି। ଏହା ବ୍ୟତୀତ ଚିକିତ୍ସିତ ହେଉଥିବା ସକ୍ରିୟ ମାମଲା ହାର ମଧ୍ୟ ୨୪ ପ୍ରତିଶତକୁ କମିଛି। ଏହା ସହିତ ସୁସ୍ଥତାହାର ମଧ୍ୟ ୭୪% ବୃଦ୍ଧି ପାଇଛି । ଭାରତରେ ସୁସ୍ଥତାହାର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆଇସିଏମଆର ଅନୁଯାୟୀ, ୨୦ ଅଗଷ୍ଟ ପର୍ଯ୍ୟନ୍ତ ୩ କୋଟି ୩୬ ଲକ୍ଷ କରୋନା ସାମ୍ପୁଲ୍ ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୯ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ହାର ୮ ପ୍ରତିଶତ କମ୍ ଥିବାର ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ଅଧିକ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ରର ଡାକ୍ତରଖାନାରେ ୧.୫ ଲକ୍ଷରୁ ଅଧିକ ସଂକ୍ରମିତ ଲୋକେ ଚିକିତ୍ସିତ ହେଉଛନ୍ତି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ, ତୃତୀୟ ସ୍ଥାନରେ ଦିଲ୍ଲୀ, ଚତୁର୍ଥ ସ୍ଥାନରେ ଗୁଜୁରାଟ ଏବଂ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି। ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱରେ ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି।

ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଉଛି । ସାମ୍‌ସ ୱେବସାଇଟରେ ସେପ୍ଟେମ୍ବର ୪ ତାରିଖ ଯାଏଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଡବ୍ଲୁଡବ୍ଲୁଡବ୍ଲୁ ସାମ୍ସ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ୱେବସାଇଟ୍‌ରେ କମନ ଆପ୍ଲିକେସନ ଫର୍ମରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ସେପ୍‌ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ସେପ୍‌ଟେମ୍ବର ୧୧ରୁ ୧୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ । ସେହିପରି ସେପ୍‌ଟେମ୍ବର ୨୩ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।

୨୪ରୁ ୨୮ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ । ଅକ୍ଟୋବର ୧ ରୁ ୩ ତାରିଖ ଯାଏଁ ସ୍ପଟ ଆଡ଼ମିଶନ ପାଇଁ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ ଓ ୫ ତାରିଖରେ ନାମଲେଖା ହେବ। ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ଏଥିରୁ ୭୮.୭୬% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥର ପାସ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ପୁଅଙ୍କ ପାସ ହାର ୭୭.୮ ପ୍ରତିଶତ ଥିବାବେଳେ ଝିଅଙ୍କ ପାସ ହାର ୮୧.୯୮ ପ୍ରତିଶତ ରହିଛି ।  ପ୍ରଥମ ଥର ପାଇଁ ଏଥର ବୋର୍ଡର ପରୀକ୍ଷା କମିଟି ପକ୍ଷରୁ ଭିଡିଓ କନଫେରନସିଂ ଜରିଆରେ ଫଳାଫଳ ପ୍ରକାଶ କରାଯାଇଥିଲା ।

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ମର୍ଡର ନା ସୁଇସାଇଡ… ଆଜିଠୁ ତଦନ୍ତ କରିବ ସିବିଆଇ, ଖୋଲିବ ଗୁମର

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ମର୍ଡର ନା ସୁଇସାଇଡ… ଆଜିଠୁ ତଦନ୍ତ କରିବ ସିବିଆଇ, ଖୋଲିବ ଗୁମର

ଗତ ୨୪ ଘଣ୍ଟାରେ ୬୮ ହଜାରରୁ ଅଧିକ ପଜିଟିଭ, ୯୮୩ ମୃତ… ୨୯ ଲକ୍ଷ ଟପିଲା ସଂକ୍ରମିତ ସଂଖ୍ୟା

ଗତ ୨୪ ଘଣ୍ଟାରେ ୬୮ ହଜାରରୁ ଅଧିକ ପଜିଟିଭ, ୯୮୩ ମୃତ… ୨୯ ଲକ୍ଷ ଟପିଲା ସଂକ୍ରମିତ ସଂଖ୍ୟା

ଲଘୁଚାପ ପ୍ରଭାବରେ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି, ବେହାଲ ମାଲକାନଗିରି, ବିପଦ ସଂକେତ ଛୁଇଁଲା ବୈତରଣୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ ଓ ଦେବଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପଶ୍ଚିମ ଓଡ଼ିଶାର ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ଉତ୍ତର ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ୨୩ ତାରିଖରେ ଆସୁଥିବା ଆଉ ଏକ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେପଟେ ଲଘୁଚାପ ବର୍ଷାରେ ବେହାଲ୍ ମାଲକାନଗିରି ସ୍ଥିତି । ଲଗାଣ ବର୍ଷାରେ କାଲିମେଳା ଓ ପଡିଆ ବ୍ଲକର ପ୍ରାୟ ସମସ୍ତ ନଦୀର ଜଳସ୍ତର ବଢିବାରେ ଲାଗିଛି । ପୋଲ ଉପରେ ଚାଲିଛି ବନ୍ୟା ଜଳ । କଙ୍ଗାରୁକୋଣ୍ଡା, ଏମଭି ୯୬,  ମହାରାଜପଲ୍ଲୀ, କାଲିମେଳା କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ଚାଲିଛି । ଯାତାୟତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ଗତକାଲି ଜିଲ୍ଲାପ୍ରଶାସନ ପକ୍ଷରୁ ଡାକ ବାଜି ସାହାଯ୍ୟରେ ତଳିଆ ଅଞ୍ଚଳର ଲୋକ ମାନଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ କୁହାଯାଇଛି । କାଲିମେଳାରୁ ମୋଟୁ ଓ ମାଲକାନଗିରିରୁ କାଲିମେଳା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ଗତ ୨୪ ଘଣ୍ଟାରେ ଜିଲ୍ଲାର ପଡିଆ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

ଭଦ୍ରକରେ ଆଖୁଆପଦାରେ ଫୁଲୁଛି ବୈତରଣୀ ନଦୀ । ଆଖୁଆପଦା ଠାରେ ବିପଦ ସଙ୍କେତ ୧୭ ଦଶମିକ ୮୩ ମିଟର ଥିବା ବେଳେ, ବିପଦସଙ୍କେତ ଛୁଇଁଛି ନଦୀର ଜଳସ୍ତର । ଉପରମୁଣ୍ଡ ଅର୍ଥାତ କେନ୍ଦୁଝରରେ ପ୍ରବଳ ବର୍ଷା ଯୋଗୁଁ, କ୍ରମାଗତ ଭାବେ ବୈତରଣୀର ଜଳସ୍ତର ବୃଦ୍ଧି ପାଉଛି । ସେପଟେ ବିପଦ ସଙ୍କେତ ଛୁଇଁବା ପରେ ତଳମୁଣ୍ଡରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ସାମ୍ଭାବ୍ୟ ବନ୍ୟାସ୍ଥିତିକୁ ଦେଖି ପ୍ରଶାସନ ସଜାଗ ରହିଛି ।