କଟକରେ ଚାଞ୍ଚଲ୍ୟ: ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗରେ ମ୍ରିୟମାଣ ହୋଇ ନାବାଳିକାଙ୍କ ଆତ୍ମହତ୍ୟା
କଟକ: କେବେ ଭାବିନଥିଲେ ତାଙ୍କ ପ୍ରିୟ ଅଭିନେତା ଏମିତି ଅକାଳରେ ନିଜକୁ ଶେଷ କରିଦେବେ ବୋଲି । ସେ ଥିଲେ ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ଜବରଦସ୍ତ ପ୍ରଶଂସିକା । ନବମ ଶ୍ରେଣୀରେ ପଢୁଥିବା ନାବାଳିକା ପ୍ରଶଂସିକା କିନ୍ତୁ ତାଙ୍କ ଆତ୍ମହତ୍ୟା ଖବରକୁ ସହଜରେ ଗ୍ରହଣ କରିପାରିନଥିଲେ । ସ୍କ୍ରିନ ହିରୋଙ୍କ ମୃତ୍ୟୁରେ ସେ ସଂପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ । ଶେଷରେ ତାଙ୍କରି ରାସ୍ତାକୁ ବାଛିନେଇ ଆତ୍ମହତ୍ୟା କରିଛନ୍ତି । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଯାହା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି ।

କଟକ ଯ଼ୋବ୍ରା ପରେଶ୍ୱର ସାହିରେ ଏହି ଘଟଣା ଘଟିଥିବା ଅଭିଯ଼ୋଗ ହୋଇଛି । ଜୁନ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ସହ୍ୟ କରିନପାରି ନବମ ଶ୍ରେଣୀ ଛାତ୍ରୀ ସୁଇସାଇଡ କରିଥିବା ଅଭିଯୋଗ ହୋଇଛି । ଗତକାଲି ଦିନ ୧୦ଟାରୁ ୧୧ଟା ମଧ୍ୟରେ ଏହି ଘଟଣା ଘଟିଛି । ଖବର ପାଇ ମାଲଗୋଦାମ ଥାନା ପୋଲିସ ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

ଗଲା ୧୪ ଜୁନରେ ନିଜ ବାନ୍ଦ୍ରାସ୍ଥିତ ବାସଭବନରେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ । ଏହାପରେ ସେ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ । ଘରେ ଚୁପଚାପ ରହୁଥିଲେ । ଗତକାଲି ହଠାତ ଚରମ ପଦକ୍ଷେପ ନେଇଥିଲେ ବୋଲି ପରିବାର ଲୋକ କହିଛନ୍ତି । ସତୀଚଉରାରେ ତାଙ୍କର ଶେଷକୃତ୍ୟ କରାଯାଇଛି । ତାଙ୍କର ମୃତ୍ୟୁ ପରେ ପରିବାର ଲୋକ ମଧ୍ୟ ଭାଙ୍ଗିପଡିଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ପରେ ପାଟନା ଏବଂ ନାଲନ୍ଦାରେ ମଧ୍ୟ ତାଙ୍କର ଦୁଇ ପ୍ରଶଂସକ ଅବସାଦରେ ଆତ୍ମହତ୍ୟା କରିଥିବାବେଳେ ପୂର୍ବରୁ ଅସୁସ୍ଥ ଥିବା ତାଙ୍କ ସମ୍ପର୍କୀୟ ଭାଉଜଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁକୁ ସେ ସହଜରେ ନେଇ ପାରିନଥିଲେ ।
ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ମହେଶ ଭଟ୍ଟଙ୍କୁ କରାଗଲା ଦାୟୀ, କାହିଁକି ଜାଣନ୍ତୁ
୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷିବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ପାକିସ୍ଥାନରୁ ମଣିପୁର ମଧ୍ୟରେ ସୃଷ୍ଟି ହୋଇଛି ଟ୍ରପଲାଇନ୍ । ଏହି ଟ୍ରପଲାଇନ୍ ବିହାର ପଶ୍ଚିମବଙ୍ଗ ଉପରେ ମଧ୍ୟ ରହିଛି । ଏହାସହ ସିଜିନାଲ ଟ୍ରପ୍ ମଧ୍ୟ ସକ୍ରିୟ ରହିଛି । ଝାଡ଼ଖଣ୍ଡ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବଢିବ । ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୨୦ ତାରିଖରେ ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବ । ୨୧ ତାରିଖରେ ସମ୍ବଲପୁର, ବରଗଡ, ସୁନ୍ଦରଗଡ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଦେଓଗଡ, ସୋନପୁର, ଅନୁଗୁଳ, ଢେଙ୍କାନାଳ ଏବଂ କଟକରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ହେବ । ୨୨ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ପ୍ରବଳ ବର୍ଷିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହାସହ ବ୍ରାହ୍ମଣୀ, ଉପର ମହାନଦୀ, ସୁବର୍ଣ୍ଣରେଖା ଏବଂ ବୁଢାବଳଙ୍ଗ ନଦୀ ଅବବାହିକାରେ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ପୁଣି ୧୬୫ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ । କିଛିଦିନ ହେବ ରାଜ୍ୟରେ ଲାଗାତାର ଭାବେ ସାମ୍ନାକୁ ଆସୁଛି ଶତାଧିକ କରୋନା ମାମଲା । ଗତକାଲି ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୬୫ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ତେବେ ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
COVID-19 REPORT FOR 18th JUNE
New positive cases: 165
In quarantine: 140
Local contacts: 25(Details of local contacts will be shared by concerned Dist Administration)
District Wise Cases
1. Khordha: 8
2. Jaipur: 8
3. Nawarangpur: 3
4. Nayagarh: 1
5. Puri: 7— I & PR Department, Odisha (@IPR_Odisha) June 19, 2020
ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୪୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ଅଞ୍ଚଳରୁ ବୋଲି ସୂଚନା ଓ ପରିବାର କଲ୍ୟାଣ ବିଭାଗ । ଗଜପତିରୁ ୨୮, ବାଲେଶ୍ୱରରୁ ୨୧, କଟକରୁ ୨୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଓ ଯାଜପୁରରୁ ୮ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀରୁ ୭, ସୁନ୍ଦରଗଡ଼ରୁ ୬, ମୟୂରଭଞ୍ଜ ଓ ନବରଙ୍ଗପୁରରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ଝାରସୁଗୁଡ଼ା ଓ ବଲାଙ୍ଗୀରରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ନୟାଗଡ଼, ଗଜତସିଂହପୁର, ଅନୁଗୁଳ, ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଶ୍ଚିମବଙ୍ଗରୁ ଅମ୍ଫାନ ମୁକାବିଲା ପାଇଁ ଯାଇ ଫେରିଥିବା ୧୧ଜଣ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
6. Cuttack: 20
7. Jagatsinghpur: 1
8. Jharsuguda: 2
9. Angul: 1
10. Balasore: 21
11. Malkangiri: 1
12. Ganjam: 41
13. Gajapati: 28
14. Sundargarh: 6
15. Bolangir: 2
16. Mayurbhanj: 3
17. Koraput: 1
18. Personnel returned from Amphan duty West Bengal: 11— I & PR Department, Odisha (@IPR_Odisha) June 19, 2020
ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ ପହଞ୍ଚିଛି । ୩୧୪୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ୧୫୧୯ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।
ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସାଢେ ୪ହଜାର ପାର୍,ଆଜି ପୁଣି ୧୭୪ ମାମଲା
ଜନ୍ମମାଟିରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ସହିଦ ନୁଦୁରାମ ସୋରେନଙ୍କୁ ଦିଆଗଲା ଅନ୍ତିମ ବିଦାୟ
ରାଇରଙ୍ଗପୁର: ସହିଦଙ୍କ ଶେଷଯାତ୍ରା । ବୀର ଯବାନଙ୍କ ପାଇଁ ଗର୍ବିତ ବଡ଼ଚମ୍ପାଓଦା ଗାଁ। ମାତୃଭୂମି ପାଇଁ ପ୍ରାଣବଳୀ ଦେଇଥିବା ନୁଦୁରାମ ସୋରେନ୍ ଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଇରଙ୍ଗପୁର ବଡ଼ଚମ୍ପାଓଦା ଗାଁ ସହ ଯୋଡ଼ି ହୋଇଯାଇଛି ବୀର ଯବାନଙ୍କ ନାଁ । ସୀମାରେ ଚୀନ୍କୁ ମାତ୍ ଦେଇ ସହିଦ ହୋଇଛନ୍ତି ନୁଦୁରାମ । ଫେବ୍ରୁଆରିରେ ନୁଦୁରାମ ଶେଷଥର ପାଇଁ ଗାଁକୁ ଆସିଥିଲେ । ଛୁଟି ସରିବା ପରେ ଏପ୍ରିଲରେ ଫେରିଥିଲେ। ହେଲେ କିଏ ଜାଣିଥିଲା ତ୍ରିରଙ୍ଗାରେ ଘୋଡ଼ାଇ ହୋଇ ଫେରିବେ ବୋଲି।

ସହିଦଙ୍କ ଶେଷ ଦର୍ଶନ କରିଛନ୍ତି ସାଂସଦ ବିଶେଶ୍ୱର ଟୁଡୁ ଓ ଅନ୍ୟ ବିଧାୟକ। ଗାଁଲୋକେ, ପରିବାର ସଦସ୍ୟ କାହା ଆଖିରୁ ଲୁହ ଶୁଖୁନି। ଏବେ ଅଫେରା ରାଇଜରେ ନୁଦୁରାମ । ହେଲେ ଯେବେବି ଦେଶପ୍ରେମ କଥା ଉଠିବ ତାଙ୍କ ବଳୀଦାନ ମନେପଡିବ। ବୀର ଯବାନଙ୍କୁ ଜନ୍ମମାଟିରେ ଦିଆଯାଇଛି ଗାର୍ଡ ଅଫ୍ ଅନର। ସେପଟେ ସହିଦ ନୁଦୁରାମ ସୋରେନ୍ଙ୍କ ସମ୍ମାନରେ ଦିନିକିଆ ବଜାର ବନ୍ଦ ଘୋଷଣା କରିଛି ରାଇରଙ୍ଗପୁର ବଣିକ ସଂଘ ।

ସ୍ୱାମୀ ଦ୍ୱିତୀୟ ବିବାହ କରିବାରୁ ଘର ଆଗରେ ଧାରଣାରେ ବସିଲା ସ୍ତ୍ରୀ
ବାଲେଶ୍ୱର: ସ୍ୱାମୀକୁ ପାଇବାକୁ ହାଇଦ୍ରାବାଦରୁ ଓଡ଼ିଶା ଆସିଲା ସ୍ତ୍ରୀ। ବେଡିଂ ପତ୍ର ଧରି ସ୍ୱାମୀ ଘର ଆଗରେ ରାତି ଅନିଦ୍ରା ହେଲା ସ୍ତ୍ରୀ। ଘଟଣା ଘଟିଛି ବାଲେଶ୍ୱର ସିଂଲା ଥାନା ବିଶିକାଦେଇପୁରରେ । ପ୍ରଥମ ସ୍ତ୍ରୀ ଥାଉ ଥାଉ ଆଉ ଜଣଙ୍କୁ ବିବାହ କରିବା ପରେ ଏବେ ପ୍ରଥମ ସ୍ତ୍ରୀ ସ୍ୱାମୀ ଘର ଆଗରେ ଧାରଣା ଦେଇଛି ।

ଗାଁର ବିପ୍ଲବ ମଲ୍ଲିକ ନାମକ ଜଣେ ଯୁବକ ସୁନ୍ଦରଗଡ଼ର ଜଣେ ଯୁବତୀଙ୍କୁ ଭଲପାଇ ଘରୁ ପଳେଇଆସିଥିଲେ। ହାଇଦ୍ରାବାଦର ଘରୋଇ କମ୍ପାନୀରେ କାମ କରି ଦୁଇ ପ୍ରାଣୀ ଚଳୁଥିଲେ । ଲକଡାଉନରେ ଘରକୁ ଆସି ପୁଣି ପ୍ରେମରେ ପଡ଼ିଗଲା ବିପ୍ଲବ। ବିପ୍ଲବ ଆଉ ହାଇଦ୍ରାବାଦ ଫେରିନଥିବାରୁ ପ୍ରଥମ ସ୍ତ୍ରୀ ବିପ୍ଲବର ଘର ଆଗରେ ସ୍ୱାମୀକୁ ପାଇବାକୁ ଦାବି କରୁଛି ସ୍ତ୍ରୀ ।

ତେବେ ପ୍ରଥମ ସ୍ତ୍ରୀ ଆସିବା ଖବର ଜାଣିବା ପରେ ଦ୍ୱିତୀୟ ସ୍ତ୍ରୀକୁ ଧରି ଚମ୍ପଟ୍ ମାରିଛି ବିପ୍ଲବ । ଏନେଇ ସିଂଲା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।
ହାତୀ ଆକ୍ରମଣରେ ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଜଣଙ୍କର ମୃତ୍ୟୁ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜୁଜୁମରା ରେଞ୍ଜ ବରଙ୍ଗାମାଲ ଗାଁରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ମୃତ୍ୟୁ ହୋଇଛି । ମୃତକ ହେଲେ ଅଷାଢୁ ଭୁଏ । ସେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରନ୍ତି। ଗଲା ରାତିରେ କୁଲଶର ଗାଁରେ କାମ ସାରି ଘରକୁ ଫେରିବା ବେଳେ ବାଟରେ ହାତୀ ଆକ୍ରମଣ କରିଥିଲା। ହାତୀ ଶୁଣ୍ଢରେ କଚାଡି ଅଷାଢୁଙ୍କୁ ମାରିଦେଇଛି । ବିଗତ କିଛିଦିନ ହେବ ଲଗାତର ସମ୍ବଲପୁରରେ ହାତୀ ଓ ଭାଲୁ ଉତ୍ପାତ ଦେଖିବାକୁ ମିଳୁଛି । ୩ ଦିନ ତଳେ ଭାଲୁ ଆକ୍ରମଣରେ ରେଢାଖୋଲରେ ୩ଜଣଙ୍କ ପ୍ରାଣହାନୀ ଘଟିଥିଲା ।

ସେହିପରି ଅନୁଗୁଳ ବନ୍ତଳା ବାରଗୌଣିଆରେ ମଧ୍ୟ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାରଗୌଣିଆର ସୁଗାମ ପ୍ରଧାନ । ସୁଦାମ ସକାଳୁ ଗାଁ ପାଖ ଜଙ୍ଗଲକୁ ଡାଳ ସଂଗ୍ରହ ପାଇଁ ଯାଇଥିଲେ। ସେଠାରେ ଦନ୍ତା ହାବୁଡ଼ରେ ପଡ଼ିଥିଲେ ।

ପରେ ରାସ୍ତାରେ ଯାଉଥିବା ମୁଢ଼ି ବ୍ୟବସାୟୀଙ୍କୁ ହାତୀ ଗୋଡାଇଥିଲା। ହେଲେ ବ୍ୟବସାୟୀ ଶ୍ରୀନିବାସ ମହାଲିକ ବାଇକରେ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗତକାଲି କରତପଟା ଜଙ୍ଗଲ ନିକଟରେ ମଧ୍ୟ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା ।
ରାଉରକେଲା ସୋନାଖାନ ଷ୍ଟେସନ ମାଷ୍ଟରଙ୍କ ମୃତ୍ୟୁ
ରାଉରକେଲା: ରାଉରକେଲା ସୋନାଖାନ ଷ୍ଟେସନ ମାଷ୍ଟରଙ୍କ ମୃତ୍ୟୁ । ଟ୍ରେନ୍ ଦୁର୍ଘଟଣାରେ ଇମତିଆଜ୍ ଆଲାମଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଷ୍ଟେସନରୁ ଗୋଟେ କିଲୋମିଟର ଦୂର ରାଜଗାଙ୍ଗପୁର ରେଲୱେ ପୋଲିସ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ ଶୌଚ ପାଇଁ ଯାଇଥିବା ବେଳେ ଟ୍ରେନ୍ ଧକ୍କା ଦେଇଥିଲା । ରାଜଗାଙ୍ଗପୁର ରେଲୱେ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।
ଦୋହାରୁ ଭୁବନେଶ୍ୱର ଫେରିଛନ୍ତି ୧୫୫ ଜଣ ପ୍ରବାସୀ
ଭୁବନେଶ୍ୱର: ଲକ୍ଡାଉନ୍ରେ ଦୀର୍ଘ ମାସ ଧରି ଫସି ରହିଥିବା ପ୍ରବାସୀ ଓଡ଼ିଆ ଆଜି ଓଡ଼ିଶା ଫେରିଛନ୍ତି । ଦୋହାରୁ ୧୫୫ ଜଣ ପ୍ରବାସୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଦୋହାସ୍ଥିତ ଭାରତୀୟ ଦୂତାବାସ ଓ ଓଡ଼ିଆ ସୋସାଇଟି ଉତ୍କଳିକାର ସହଯୋଗରେ ବନ୍ଦେ ଭାରତ ମିଶନ୍ ଅଭିଯାନରେ ସ୍ୱଦେଶ ଫେରିଛନ୍ତି ପ୍ରବାସୀ ।

ଭୁବନେଶ୍ୱରେ ପହଞ୍ଚିବା ପରେ ଯାତ୍ରୀମାନେ ନିଜ ନିଜ ଘରକୁ ଫେରିଛନ୍ତି । ଦୋହାରୁ ଫେରିଥିବା ପ୍ରବାସୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାପୂର୍ବରୁ ଦୁବାଇରୁ ବିଭିନ୍ନ ପର୍ଯ୍ୟାୟରେ ଶହଶହ ପ୍ରବାସୀ ଘରକୁ ଓଡ଼ିଶା ଫେରିଛନ୍ତି। ସେମାନଙ୍କୁ ବିମାନ ବନ୍ଦରରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ନିଜ ଅଚଂଳକୁ ପଠାଯାଇଛି । ଏହାପରେ ସେମାନେ କୋଭିଡ୍ ନିୟମ ଅନୁସାରେ କ୍ୱାରେଣ୍ଟାଇନ୍ରେ ରହିଛନ୍ତି ।

ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣୁଛନ୍ତି ଓଡ଼ିଆ ପାଇଲଟ: ଆକାଶରେ ଗୁଞ୍ଜରିତ ହେଲା ଜୟ ଜଗନ୍ନାଥ
ଭାରତରେ ଚିନ୍ତା ବଢ଼ାଉଛି କରୋନା ମହାମାରୀ, ଦିନକରେ ୩୩୭ ଜଣ ରୋଗୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଭାରତରେ ଚିନ୍ତା ବଢାଉଛି କରୋନା ମହାମାରୀ । ଦେଶରେ ୧୨ ହଜାର ଅତିକ୍ରମ କରିଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଗୋଟିଏ ଦିନରେ ଦେଶରେ ୩୩୭ ଜଣ ରୋଗୀ ପ୍ରାଣ ହରାଇଛନ୍ତି । ଫଳରେ ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭ରେ ପହଞ୍ଚିଛି । ତେବେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୨ ହଜାର ୮୮୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦେଶରେ ଏବେ ଆକ୍ରାନ୍ତଙ୍କୁ ସଂଖ୍ୟା ୩ ଲକ୍ଷ ୬୬ ହଜାର 9୯୪୬ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ଏକଲକ୍ଷ ୯୪ ହଜାର ୩୨୫ ଜଣ ସୁସ୍ଥ ହୋଇଥିବାବେଳେ ଏବେବି ଏକ ଲକ୍ଷ ୬୦ ହଜାର ୩୮୪ ଜଣଙ୍କ ବିଭିନ୍ନ କୋଭିଡ ହସପିଟାଲରେ ଚାଲିଛି ଚିକିତ୍ସା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ସାରା ବିଶ୍ୱରେ ମଧ୍ୟ ଆତଙ୍କ ଖେଳାଇ ଚାଲିଛି କିଲର ଭାଇରସ୍ କରୋନା । ଗୁରୁବାର ଗୋଟିଏ ଦିନରେ ଏକଲକ୍ଷ ୩୯ ହଜାର ହଜାର ୪୭୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୫୩ ହଜାରରୁ ଅଧିକ ଜଣଙ୍କ ଜୀବନ ନେଇ ସାରିଲାଣି ଏହି ମହାମାରୀ । ତେବେ ୪୪ ଲକ୍ଷ ୮୮ ହଜାରରୁ ଉର୍ଦ୍ଧ୍ୱ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୮୫ ଲକ୍ଷ ୧୪ ହଜାର ୯୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭ ଲକ୍ଷ ୭୫ ହଜାର ୮୬ ଜଣ ଆକ୍ଟିଭ ଅଛନ୍ତି । ଆମେରିକାରେ ୨୨ ଲକ୍ଷ ୫ ହଜାର ୫୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବ୍ରାଜିଲରେ ୯ ଲକ୍ଷ ୬୦ ହଜାର ୩୦୯, ଋଷିଆରେ ୫ ଲକ୍ଷ ୫୩ ହଜାର ୩୦୧ ଜଣ ଚିହ୍ନଟ ହୋଇଛନ୍ତି ।

