୪ ମାସରେ ସର୍ବାଧିକ, ଖୋର୍ଦ୍ଧା ଜିଲ୍ଲାରୁ ଆଜି ୧୫୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ମାର୍ଚ୍ଚ ୧୬ରୁ ଜୁଲାଇ ୧୭ । ୪ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାର୍ଚ୍ଚ ୧୬ରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ରାଜଧାନୀରୁ ଚିହ୍ନଟ ହୋଇଥିଲେ । ଯିଏ କି ବିଦେଶ ଫେରନ୍ତା ଥିଲେ । ଜୁଲାଇ ୧୭ ପ୍ରାୟ ୪ ମାସ ଭିତରେ ସଂକ୍ରମଣ ବୃଦ୍ଧି ପାଇ ଜିଲ୍ଲାରେ ୧୭୪୪ରେ ପହଞ୍ଚିଛି । ଆଜି ଜିଲ୍ଲାରେ ସର୍ବାଧିକ ୧୫୦ ପଜିଟିଭ୍ ମାମଲା ଆସିଛି ।

ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏବେ ୭୧୩ଟି ସକ୍ରିୟ ମାମଲା ରହିଛି । ସଂକ୍ରମିତଙ୍କ ଚିକିତ୍ସା କୋଭିଡ୍ ହସ୍ପିଟାଲରେ ଚାଲିଛି । ସେହିଭଳି ବିଏମସିର ସୂଚନା ମୁତାବକ ୧୬ ତାରିଖ ସୁଦ୍ଧା ରାଜଧାନୀରୁ ୯୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୦୪ଟି ମାମଲା ଆକ୍ଟିଭ୍ ରହିଛି । ରାଜଧାନୀରେ ୧୧ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ ଜିଲ୍ଲାରେ ଏହି ସଂଖ୍ୟା ହେଉଛି ୧୩ ।

ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଆଜିଠାରୁ ଖୋର୍ଦ୍ଧା ସହିତ ଗଞ୍ଜାମ, କଟକ ଓ ଯାଜପୁର ଜିଲ୍ଲାରେ ଲକଡାଉନ୍ ଲାଗୁ ହେଉଛି । ଆଜି ରାତି ୯ଟାରୁ ଜୁଲାଇ ୩୧ ଯାଏଁ ୪ ଜିଲ୍ଲା ସହ ରାଉରକେଲା ପୌରାଞ୍ଚଳ ଲକଡାଉନ୍ ଭିତରେ ରହିବ । ସକାଳ ୬ଟାରୁ ଦିନ ୧ଟା ଯାଏ ପରିବା, କ୍ଷୀର ଦୋକାନ ଖୋଲା ରହିବ । ସାପ୍ତାହିକ ସଟଡାଉନ୍ ମଧ୍ୟ ଜାରି ରହିବ ।

ଖୁସି ଖବର, ରାଜ୍ୟର ଏହି ଜିଲ୍ଲାରେ ଏବେ ନାହାଁନ୍ତି କରୋନା ରୋଗୀ

Leave a Reply