ଚୀନର ପ୍ରତ୍ୟେକ ଚାଲର ଜବାବ ଦେବାକୁ ପ୍ରସ୍ତୁତ ଭାରତ

defense minister rajnath singh leh visit

ଲଦାଖ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲେହର ଷ୍ଟକନାରେ ପହଞ୍ଚିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀଙ୍କ ସାମ୍ନାରେ ପାରା କମାଣ୍ଡୋ ଯୁଦ୍ଧାଭ୍ୟାସ କରିଥିଲେ । ପୈଙ୍ଗାଙ୍ଗ୍ ହ୍ରଦ ନିକଟରେ ପାରା କମାଣ୍ଡୋ ଯୁଦ୍ଧାଭ୍ୟାସ କରିଥିଲେ । ପୈଙ୍ଗାଙ୍ଗ୍ ହ୍ରଦ ସେହି ଅଞ୍ଚଳ, ଯେଉଁଠାରେ ଭାରତ ଓ ଚୀନର ସୈନ୍ୟମାନେ ସାମ୍ନାସାମ୍ନି ହୋଇଥିଲେ । ଆଜି ଭାରତ ପୈଙ୍ଗାଙ୍ଗ୍ ହ୍ରଦ ପାଖରେ ନିଜ ଶକ୍ତିର ପ୍ରଦର୍ଶନ କରୁଛନ୍ତି ।

ପୂର୍ବ ଲଦାଖରେ ଯେତେବେଳେ ଭାରତ ଏବଂ ଚୀନ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା, ସେତେବେଳେ ଆଗ୍ରା ଏବଂ ଅନ୍ୟ ସ୍ଥାନରୁ ପାରା କମାଣ୍ଡମାନଙ୍କୁ ଲଦାଖକୁ ପଠାଯାଇଥିଲା । ଯୁଦ୍ଧର ପରିସ୍ଥିତିକୁ ଦେଖି ପାରା କମାଣ୍ଡମାନଙ୍କର ମୂତୟନ କରାଯାଇଥିଲା । ପାରା କମାଣ୍ଡମାନଙ୍କୁ, ଉଚ୍ଚା ପାହଡ ଥିବା ଅଞ୍ଚଳ ଯେମିତିକି ଗଲବାନ ଘାଟି , ପୈଙ୍ଗାଙ୍ଗ୍ ହ୍ରଦ ଏବଂ ଦୌଲତ ବେଗ ଓଲଡ଼ିରେ ଯୁଦ୍ଧ ଲଢିବାକୁ ମୂତୟନ କରାଯାଇଥିଲା ।

ସବୁ ସ୍ଥାନରେ ମୁତୟନ ଅଛନ୍ତି ଭାରତ ସୈନ୍ୟ

ଭାରତ ଏବଂ ଚୀନ ମଧ୍ୟରେ ଉତ୍ତେଜନା କମ କରିବାର ଚେଷ୍ଟା ଜାରି ରହିଛି । ଏହାଭିତରେ ଚୀନ ସେନା ଭାରତର କିଛି ଅଞ୍ଚଳରୁ ପଛକୁ ମଧ୍ୟ ହଟିଛନ୍ତି । କିନ୍ତୁ ଭାରତ ସବୁ ସ୍ଥାନରେ ସୈନ୍ୟ ମୁତୟନ କରିଛି ।  ଅପରେସନକୁ  ସଫଳ କରିବାକୁ ପାରା କମାଣ୍ଡୋମାନଙ୍କୁ ମୁତୟନ କରାଯାଇଛି । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ପାରା କମାଣ୍ଡରମାନେ କିଭଳି ଭାବେ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛନ୍ତି  ତାହା ଏହି ଅଭ୍ୟାସ ମାଧ୍ୟମରେ ଦେଖା ଯାଇଥିଲା ।

ବାୟୁ ସେନାର ସମରଭ୍ୟାସ

କୁହାଯାଉଛି ଯେ, ୧୩ହଜାର ୮୦୦ପୁଟର ଉଚ୍ଚତାରୁ ପାରା କମାଣ୍ଡରମାନେ ଆଜି ଅପରେସନଙ୍କୁ ସଫଳ ପାଇଁ ଚେଷ୍ଟା କରୁଛନ୍ତି । ବାୟୁସେନାର କେତେକ ହେଲିକପ୍ଟର ପୈଙ୍ଗାଙ୍ଗ୍ ହ୍ରଦ ପାଖରେ ତଦାରଖ କରୁଛି । ସ୍ଥଳ ସେନା ଏବଂ ବାୟୁ ସେନାଙ୍କ ମଧ୍ୟରେ ଭଲ ତାଳମେଳ ପାଇଁ ମଧ୍ୟ ଏହି ଅପରେନସନ ଖୁବ ଗୁରୁତ୍ତ୍ୱପୂର୍ଣ୍ଣ । ଏହି ଅଭ୍ୟାସ ଦ୍ୱାରା ଭାରତ ସ୍ପଷ୍ଟ କରିଛି ଯେ, ସେ ଚୀନର ପ୍ରତ୍ୟେକ ଚାଲର ଜବାବ ଦେବ  ।

ପ୍ରଧାନମନ୍ତ୍ରୀଙ୍କ ପରେ ରାଜନାଥଙ୍କ ପାଳି

ସୀମାରେ ଉତ୍ତେଜନା କମାଇବାକୁ ସାମରିକ ସ୍ତରରେ କଥାବାର୍ତ୍ତା ଜାରି ରହିଛି । ଅନ୍ୟପକ୍ଷରେ ଦେଶର ବରିଷ୍ଠ ନେତାମାନେ ଲଦାଖ ଗସ୍ତରେ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଏହି ଗସ୍ତ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବୋଲ କୁହାଯାଉଛି । ଲେହଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍‌କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭାରତ ଉପରେ ଖରାପ ଦୃଷ୍ଟି ଚୀନକ ପାଇଁ ମହଙ୍ଗା ହେବାକୁ ଯାଉଛି।

ପଛକୁ ହଟୁଛି ଚୀନ ସେନା

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଏକ ଏମିତି ସମୟରେ ହୋଇଛି, ଯେତେବେଳେ ସୀମାରେ ଉତ୍ତେଜନାକୁ ନେଇ ଦୁଇ ଦେଶ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନା ଚାଲିଛି । ଅନେକ ସ୍ଥାନରେ ଚୀନ୍ ଫେରିବାକୁ ରାଜି ହୋଇଛି । ଏବଂ ୬ଜୁଲାଇରୁ ନିଜ ସୈନିକଙ୍କୁ ହଟାଇବା ପ୍ରକ୍ରିୟା ଆରମ୍ଭ କରିଦେଇଛି ଏବଂ ବର୍ତ୍ତମାନ ସୈନିକମାନେ ଅଧିକାଂଶ ସ୍ଥାନରୁ ପଛକୁ ହଟିଛନ୍ତି ।

Leave a Reply