spot_img
Home Blog Page 6796

ଥମୁନି ରାଜନୈତିକ ଝଡ଼: ବିଧାୟକଙ୍କ ନାଁରେ ରୁଜୁ ହେଲା FIR

ଜୟପୁର: ରାଜସ୍ଥାନର ରାଜନୈତିକ ଝଡ଼ ଥମିବାରେ ନାଁ ନେଉ ନାହିଁ । ପ୍ରତ୍ୟେକ ଦିନ ଘଟଣାକୁ ନେଇ ନୂଆ ନୂଆ ଦିଗ ସାମ୍ନାକୁ ଆସୁଛି । ଏଥିରେ ଆଉ ଏକ ଘଟଣା ସାମିଲ ହୋଇଗଲାଣି । ଏବେ ବିଧାୟକଙ୍କ କିଣାବିକାକୁ ନେଇ ଚର୍ଚ୍ଚା ହେଉଥିବା ଅଡ଼ିଓ ରେକର୍ଡ, ଘଟଣାରେ ଏମଟି କରପ୍ସନ ବ୍ୟୁରେ (ଏସିବି)ରେ ମଧ୍ୟ ମାମଲା ରୁଜୁ କରାଯାଇଛି ।

ବିଧାନସଭାର ମୁଖ୍ୟ ସଚେତକ ମହେଶ ଜୋଶୀଙ୍କ ଅଭିଯୋଗ ଉପରେ ମାମଲା ରୁଜୁ କରାଯାଇଛି । ମାମଲା ରୁଜୁ ହେବାପରେ ଏସିବି ମୁଖ୍ୟାଳୟରେ ମହେଶ ଜୋଶୀଙ୍କ ବୟାନ ନିଆଯାଇଥିଲା । ଏହି ଏଫଆଇଆରରେ ବିଧାୟକ ଭମ୍ବରଲାଲ ଶର୍ମାଙ୍କ ନାଁ ମଧ୍ୟ ଦିଆଯାଇଛି କାହିଁକି ନା ବୟାନରେ ମହେଶ ଜୋଶୀ କହିଛନ୍ତି ଯେ, ବିଧାୟକ ଭମ୍ବରଲାଲଙ୍କ ସ୍ୱରକୁ ସେ ଚିହ୍ନିଛନ୍ତି । ଏସିବି ମୁଖ୍ୟାଳୟରେ ପିସି ଧାରା ଅନୁଜାୟୀ ଏହି ମାମଲା ରୁଜୁ କରାଯାଇଛି ।

ashok sachin

ଆପଣଙ୍କୁ କହି ରଖୁଛୁ ଯେ, ରାଜସ୍ଥାନର ରାଜନୀତିରେ ରେକକର୍ଡିଂକୁ ନେଇ ମାମଲା ସମ୍ପୂର୍ଣ୍ଣ ଗରମ ରହିଛି । କଂଗ୍ରେସ ଦୁଇଟି ଅଡ଼ିଓ ରେକର୍ଡ ଜାରି କରି ଅଭିଯୋଗ କରିଛି ଯେ, ଏଥିରେ ସଚିନ ପାଇଲଟଙ୍କ ସମର୍ଥରେ ଥିବା ବିଧାୟକ ଭମ୍ବରଲାଲ  ଶର୍ମାଙ୍କ ସହ କଥାବାର୍ତ୍ତା ରହିଛି । ଅଭିଯୋଗରେ ଏହା ମଧ୍ୟ ରହିଛି ଯେ, ବିଜେପି ସଚିନ ପାଇଲଟଙ୍କ ସମର୍ଥରେ ଥିବା ବିଧାୟକଙ୍କ ସହ ମିଶି ଯୋଜନା କରୁଛନ୍ତି । ଏବଂ ଏହାକୁ ନଜରରେ ରଖି ହିଁ ମାମଲା ରୁଜୁ କରାଯାଇଛି ।

ଏହି ମାମଲାରେ ରାଜସ୍ଥାନର ସ୍ପେସାଲ ଅପରେସନ ଗ୍ରୁପ୍ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରୁଛି । ଏସଓଜିର ଟିମ୍ ଶୁକ୍ରବାର ସନ୍ଧ୍ୟାରେ ମାନସେର ପହଞ୍ଚି ଥିଲେ ଯେଉଁଠାରେ କିଛି କଂଗ୍ରେସ ବିଧାୟକ ଗୋଟିଏ ହୋଟେଲରେ ରହିଥିଲେ । ଯଦିଓ ଏସଓଜି ଟିମକୁ ସେଠାକୁ ପଶିବାକୁ ଦିଆଯାଇ ନଥିଲା । ଏବଂ ହୋଟେଲରେ ଭମ୍ବରଲାଲ ଶର୍ମା ଏସଓଜିଙ୍କ ସହ ଭେଟି ପାରିନଥିଲେ ।

ରାଜ୍ୟରେ ଜାରି ରହିଛି ଲକଡାଉନ୍… ୪ ଜିଲ୍ଲା ସମେତ ରାଉରକେଲାରେ ୧୪ଦିନିଆ ତାଲା

ଭୁବନେଶ୍ୱର: ସଂକ୍ରମଣରେ ବ୍ରେକ୍ ଦେବା ପାଇଁ ଅନଲକ୍ ପରେ ପୁଣି ଥରେ ଲକଡାଉନ୍ ଘୋଷଣା କରାଯାଇଛି । ୪ ହଟସ୍ପଟ ଜିଲ୍ଲା ଓ ରାଉରକେଲା ସହରରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଗତ କାଲିଠାରୁ ଗଂଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ଓ ରାଉରକେଲା ସହରରେ ଲକଡାଉନ୍ ଆରମ୍ଭ ହୋଇଛି । ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବା ସହ ଲୋକଙ୍କ ଚଳାଚଳ ମଧ୍ୟ ବନ୍ଦ ରହିଛି ।

ତେବେ ଲକଡାଉନ ବେଳେ ସକାଳ ୬ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଗ୍ରୋସରୀ, ଫଳ, ପରିବା ଓ ଆମିଷ ଦୋକାନ ଖୋଲାରହିଛି । ଅନ୍ୟପଟେ ଔଷଧ ଦୋକାନ, ପେଟ୍ରୋଲ ପମ୍ପ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଜୋମାଟୋ, ସ୍ୱିଗି ଭଳି ବିଭିନ୍ନ ଖାଦ୍ୟ ଯୋଗାଣକାରୀ ସଂସ୍ଥା କାର୍ଯ୍ୟ ଜାରି ରଖିବେ । ଜୁଲାଇ ୩୧ ମଧ୍ୟରାତ୍ରୀ ଯାଏଁ ଏହି ସବୁ ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ରହିବ ।

ଅପରପକ୍ଷରେ ସରକାର ଜାରି କରିଥିବା ଲକଡାଉନ ପାଇଁ ଯାଜପୁରରେ କଡ଼ାକଡି ନିୟମ ପାଳନ କରାଯାଉଛି । ଏଥିପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପ୍ରସ୍ତୁତ ରହିଛନ୍ତି । ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ସମସ୍ତଙ୍କ ସୁରକ୍ଷା ପାଇଁ ଲକଡାଉନ ଜରୁରୀ । ତେଣୁ ଏହି ଲକ ଡାଉନରେ ଜନସାଧାରଣ ସମସ୍ତେ ଘରେ ରହି ଜିଲ୍ଲାପ୍ରଶାସନକୁ ସହଯୋଗ କରୁଛନ୍ତି l ପୋଲିସ ଛକ ଛକରେ ପଇଁତରା ମାରୁଛି । ଲକଡାଉନ୍ କଟକଣା ଜୁଲାଇ ୩୧ ଯାଏଁ ବଳବତ୍ତର ରହିବ । ଏଥିସହ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ରାଉରକେଲା ପୌରାଞ୍ଚଳର । ରାଉରକେଲା ପୌରାଞ୍ଚଳରେ ବଢ଼ୁଥିବା ସଂକ୍ରମଣକୁ ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

୧୮ ବର୍ଷ ପୂର୍ବେ ତାମିଲ ଫିଲ୍ମରୁ କରିଥିଲେ ଏଣ୍ଟ୍ରି… ଜନ୍ମଦିନରେ ପ୍ରିୟଙ୍କାଙ୍କ ପୁରୁଣା ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ହିନ୍ଦି ସିନେମା ଜଗତରେ ୨୦୦୩ ମସିହାରେ ଡେବ୍ୟୁ କରିଥିଲେ । ଫିଲ୍ମ ‘ଦ ହିରୋ ଲଭ ଷ୍ଟୋରୀ ଅଫ୍ ଏ ସ୍ପାଏ’ ରେ ଅଭିନୟ କରି ସେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ ଏହା ପୂର୍ବରୁ ପ୍ରିୟଙ୍କା ତାମିଲ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ୨୦୦୨ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଥାମିଜନ୍ ରେ ଅଭିନୟ କରି  ପ୍ରିୟଙ୍କା ପ୍ରଥମ ଥର ପାଇଁ ବଡ ପରଦାରେ ସ୍କ୍ରିନ୍ ସେୟାର କରିଥିଲେ । ତେବେ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରି ପ୍ରିୟଙ୍କା ପ୍ରଥମ ଥର ପାଇଁ ସିଲଭର ସ୍କ୍ରିନ୍ ରେ ନଜର ଆସିଥିଲେ ।

୧୯୮୨ ମସିହା ଜୁଲାଇ ମାସ ୧୮ ତାରିଖ ବିହାରର ଜମସେଦପୁରରେ ପ୍ରିୟଙ୍କାଙ୍କର ଜନ୍ମ ହୋଇଥିଲା । ପ୍ରିୟଙ୍କାଙ୍କ ବାପା ମାଆ ସେନାରେ ଡାକ୍ତର ଥିଲେ। ଆଜି ପ୍ରିୟଙ୍କା ତାଙ୍କର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ଆନ୍ତର୍ଜାତୀୟ ଷ୍ଟାର ପାଲଟିଥିବା ପ୍ରିୟଙ୍କା ତାଙ୍କ ପ୍ରଥମ ଚଳଚ୍ଚିତ୍ରରେ କେମିତି ଦେଖାଯାଉଥିଲେ ତାହା କେହି ମନେ ରଖିନଥିବେ । ତେବେ ପ୍ରିୟଙ୍କାଙ୍କ ପ୍ରଥମ ଚଳଚ୍ଚିତ୍ରରର କିଛି ବିଶେଷ ଫଟୋକୁ ଦେଖିଲେ ସେହି ପୁରୁଣା ସ୍ମୃତିକୁ ଦର୍ଶକ ତାଜା କରିପାରିବେ ।

ଥାମିଜନ୍ ଫିଲ୍ମରେ ପ୍ରିୟଙ୍କା ମୁଖ୍ୟ ଭୂମିକାରେ ତାମିଲ ସୁପରଷ୍ଟାର ବିଜୟ ଏବଂ ମହିଳା ମୁଖ୍ୟ ଭୂମିକାରେ ପ୍ରିୟଙ୍କାଙ୍କ ସହିତ ଏକ ଆକ୍ସନ୍ ଡ୍ରାମା ଚଳଚ୍ଚିତ୍ର ଥିଲେ | ପ୍ରକୃତ ଅର୍ଥରେ ଏହା ପ୍ରିୟଙ୍କାଙ୍କ ଡେବ୍ୟୁ | ତେବେ ହିନ୍ଦୀ ସିନେମା ଦୃଷ୍ଟିରୁ ‘ହିରୋ’ ତାଙ୍କର ପ୍ରଥମ ଚଳଚ୍ଚିତ୍ର ବୋଲି ବିବେଚନା କରାଯାଏ। ପ୍ରିୟଙ୍କାଙ୍କ ବ୍ୟତୀତ ବାକି ଷ୍ଟାର କାଷ୍ଟ, ରେବତୀ, ନାସର ଏବଂ ଆଶିଷ ବିଦାର୍ଥୀ ଥାମିଜାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଡି ଇମାନ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ଫିଲ୍ମରେ ଜଣେ ଓକିଲଙ୍କ ବିଷୟରେ ଦେଖାଯାଇଛି ଯିଏ ଦୁର୍ନୀତି ବିରୋଧରେ ଅନେକ କେସ୍ ଲଢୁଥିଲେ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବିଜୟଙ୍କ ନାଁ ସୂର୍ଯ୍ୟ ରହିଥିବାବେଳେ ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରାଙ୍କ ଚରିତ୍ରର ନାମ ଥିଲା ପ୍ରିୟା । ତେବେ ସେତେବେଳର ପ୍ରିୟଙ୍କା ଓ ଏବେର ପ୍ରିୟଙ୍କା ମଧ୍ୟରେ ଅନେକ ପର୍ବର୍ତ୍ତନ ରହିଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଜିଥ ଦେଇଥିଲେ । ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା  । ଅପରପକ୍ଷରେ ଫିଲ୍ମର ନିର୍ମାତା ଜି ଭେଙ୍କଟେଶ୍ୱରନ୍ ଥିଲେ । ସିଏ ମଧ୍ୟ ପ୍ରଥମ ଥର ପାଇଁ ଏକ ଫିଲ୍ମ ନିର୍ମାଣ କରିଥିଲେ ।

ମହିଳା ସଂକ୍ରମିତଙ୍କ ସହ ଦୁଷ୍କର୍ମ ! ଏବଂ ଦୁଷ୍କର୍ମକାରୀ କରୋନା ପଜିଟିଭ୍

ପନବେଲ: ମହାରାଷ୍ଟ୍ରର ପନବେଲରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାକାର କୋନ ଗାଁର କୋଭିଡ଼ କ୍ୱାରେଣ୍ଟାଇନ ସେଣ୍ଟରରେ ଗୁରୁବାର ରାତିରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଛି । ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି ଦୁଷ୍କର୍ମକାରୀ ଏବଂ ପୀଡ଼ିତା ୨ଜଣ ଜାକ କୋରନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ପନବେଲ ପୋଲିସ ଅନୁସାରେ, ପନବେଲର କୋଁନ ଗାଁରେ ଇଣ୍ଡିଆ ବୁଲ୍ସର ଖାଲି ପଡ଼ଥିବା ବିଲ୍ଡ଼ିଂରେ ପନବେଲ ଏବଂ ନବୀ ମୁମ୍ବାଇ ମହାନଗର ପାଳିକା କୋଭିଡ଼ର ଏକ କ୍ୱାରେଣ୍ଟାଇନ ସେଣ୍ଟର କରିଥିଲା । ଏଠାରେ କରୋନା ସଂକ୍ରମିତ ଦୁଷ୍କର୍ମକାରୀ ଏବଂ ପୀଡ଼ିତାଙ୍କୁ କିଛି ଦିନ ହେବ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ପ୍ରାରମ୍ଭିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ପୀଡ଼ିତା ଏବଂ ଦୁଷ୍କର୍ମକାରୀ ପରଷ୍ପରକୁ ପୂର୍ବରୁ ଜାଣି ନଥିଲେ । କରୋନା ସଂକ୍ରମିତ ହେବା କାରଣରୁ ସେମାନଙ୍କୁ ଗୋଟିଏ ୱାର୍ଡରେ ରଖାଯାଇଥିଲା । ଯଦିଓ ପୋଲିସ ବର୍ତ୍ତମାନ ମହିଳାଙ୍କ ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରିଛି ।

ପୋଲିସ କହିଛି ଯେ, ଜଣେ ମହିଳାଙ୍କ କରୋନା ହେବା ପରେ ତାଙ୍କୁ ଇଣ୍ଡିଆ ବୁଲ୍ କ୍ୱାରେଣ୍ଟାଇନ ସେଣ୍ଟର ଭର୍ତ୍ତି କରାଯାଇଥିଲା । ଏହି ସେଣ୍ଟରରେ ଦୁଷ୍କର୍ମକାରୀଙ୍କର ମଧ୍ୟ ଚିକିତ୍ସା କରାଯାଉଥିଲା । ଘଟଣା ସାମ୍ନାକୁ ଆସିବା ପରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା । ଯଦିଓ ଦୁଷ୍କର୍ମକାରୀ କରୋନ ସଂକ୍ରମିତ ହେବା କରଣରୁ ଏବେ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରି ନାହିଁ । ଏବଂ ପୋଲିସ ଏନେଇ ତଦନ୍ତ ଚଳାଇଛି । ଏହାସହ ପୋଲିସ କ୍ୱାରେଣ୍ଟାଇନ ସେଣ୍ଟରରେ ଡାକ୍ତର, ଅନ୍ୟ ରୋଗୀଙ୍କ ସହ ପଚରାଉଚରା ଜାରି ରଖିଛି ।

କରୋନାର ଭୟାବହ ପରିସ୍ଥିତି: ଶବ ପୋତିବାକୁ ଜାଗାର ଅଭାବ, ପଠାଯାଉଛି ଏହି ସ୍ଥାନକୁ…

ନୂଆଦିଲ୍ଲୀ: ବିଶ୍ୱକୁ ପୂରା ତା ଅଧିନରେ ନେଇ ସାରିଛି କରୋନା । ତାଠୁ ବଞ୍ଚିବା ସତରେ ଏବେ ବହୁ କଷ୍ଟକର ହୋଇଗଲାଣି । ବିଭିନ୍ନ ଦେଶ କରୋନା ଭାଇରସକୁ ମାତ ଦେବାକୁ ସବୁପ୍ରକାର ପ୍ରୟାସ କରିବା ସତ୍ତ୍ୱେ ବି ସଫଳ ହେବା ହେଉଛି କଷ୍ଟକ । ଏହି ରୋଗର ଟିକା ପାଇଁ ବିଭିନ୍ନ ଦେଶ ଗୁଡ଼ିକ ପ୍ରୟାସ ଚଲାଇଛନ୍ତି । ଏନେଇ ବିଭିନ୍ନ ପରୀକ୍ଷଣ ମଧ୍ୟ କରାଉଛନ୍ତି କିନ୍ତୁ ଶେଷ ମୁହୂର୍ତ୍ତରେ ହିଁ ସେମାନଙ୍କୁ ବିଫଳତାର ସାମ୍ନା କରିବାକୁ ପଡ଼ପଡ଼ୁଛି । ଏଭଳି ପରିସ୍ଥିତିରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ କିଛି ବନ୍ଧ ବାଡ଼ ମାନୁ ନାହିଁ ଆମେରିକା ସହ ବ୍ରାଜିଲରେ ବଢୁଛି ସଂକ୍ରମିତଙ୍କ  ସଂଖ୍ୟା । ଆମେରିକା ପରେ ବ୍ରାଜିଲ ହେଉଛି ଦ୍ୱିତୀୟ ଅଧିକ ସଂକ୍ରମିତ ଦେଶ ।

ଏବେ ବିଶ୍ୱରେ କରୋନା ସଂକ୍ରମଣର ସଂଖ୍ୟା ୧.୩୯ କୋଟି ଅତିକ୍ରମ କରିଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ୫.୯୩ ଲକ୍ଷ ଅତିକ୍ରମ କରିଛି । ଆମେରିକା ଏବଂ ବ୍ରାଜିଲ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଆମେରିକାରେ, ଯେଉଁଠାରେ ଗୋଟିଏ ଦିନରେ ୭୭ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ୯୬୯ ଜଣଙ୍କର ମୃତ୍ୟୁ ହୋଇଛି। ବ୍ରାଜିଲରେ ପ୍ରତିଦିନ ହଜାରରୁ ଅଧିକ ମୃତ୍ୟୁ ହେଉଛି । ଏଠାକାର ଅଧିକାରୀମାନେ କହିଛନ୍ତି ଯେ ଶବକୁ ପୋତିବାକୁ ଏବେ କଫିନ୍‌ର ଅଭାବ ହେଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ୭୭,୨୧୭ ନୂତନ ମାମଲା ରେକର୍ଡ କରାଯାଇଛି, ସଂକ୍ରମଣ କ୍ଷେତ୍ରରେ ନିଜର ରେକର୍ଡ ଭାଙ୍ଗିଛି । ଏହା ପୂର୍ବର ସବୁ ରେକର୍ଡ ଭାଙ୍ଗିଛି ଜୁଲାଇ ୧୦ରେ, ୬୮ ହଜାର ମାମଲା ସାମ୍ନାକୁ ଆସିଥିଲା । ତେବେ ଆମେରିକାରେ ସର୍ବାଧିକ ପ୍ରଭାବିତ ହେଉଛି ନ୍ୟୁୟର୍କ, ଯେଉଁଠାରେ ୪,୩୧,୩୮୦ ସଂକ୍ରମିତ ହୋଇଥିବା ଜଣାପଡିଛି ।

ଟେକ୍ସାସ୍ ଏବଂ ଏରିଜୋନାରେ ଶବ ରଖିବାର ସମସ୍ତ ଜାଗା ସମାପ୍ତ ହୋଇଯାଇଛି । ଫଳରେ ଶବକୁ ପୋତିବାକୁ ସେମାନଙ୍କୁ ଅନ୍ୟ ସ୍ଥାନକୁ ପଠାଯାଉଛି । ଅନ୍ୟପକ୍ଷରେ ବ୍ରାଜିଲର କର୍ତ୍ତୃପକ୍ଷ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଅନେକ ସ୍ଥାନରେ କଫିନ୍‌ର ଅଭାବ ପଡ଼ୁଛି। ଆମାଜନ ବର୍ଷା ଜଙ୍ଗଲରେ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଥିବାବେଳେ ୭୬ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ଯୁକ୍ତଦୁଇ ଖାତା ଦେଖାରେ ସମସ୍ୟା, ବିଳମ୍ବରେ ବାହାରିପାରେ ପରୀକ୍ଷାଫଳ … ଅବସ୍ଥା ଦେଖି ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଯୁକ୍ତଦୁଇ ଖାତା ଦେଖାରେ ସମସ୍ୟା, ବିଳମ୍ବରେ ବାହାରିପାରେ ପରୀକ୍ଷାଫଳ … ଅବସ୍ଥା ଦେଖି ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

କୋଭିଡ୍ ଟିକା ‘କୋଭିକ୍ସିନ୍ ’ର ମାନବୀୟ ପରୀକ୍ଷଣ… ଭାରତ ବାୟାଟେକ୍ କମ୍ପାନୀ ଦ୍ୱାରା ୩୭୫ ସ୍ୱେଚ୍ଛାସେବୀଙ୍କୁ ନେଇ ପରୀକ୍ଷା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାର ଅନେକ କଟକଣା ଲାଗୁ କରିଛନ୍ତି । ହେଲେ ଏହା ସତ୍ତ୍ୱେ ଦିନକୁ ଦିନ କରୋନା କମିବା ବଦଳରେ ବଢିବାରେ ଲାଗିଛି । କରୋନା କବଳରେ ଏବେ ସାରା ବିଶ୍ୱ । ପ୍ରତିଦିନ କରୋନା ସଂକ୍ରମଣ ଯୁଦ୍ଧର ମୁକାବିଲା ପାଇଁ ମଣିଷ ସଂଘର୍ଷ କରୁଛି । କରୋନା ସଙ୍କଟ ବେଳେ ଏକ ଭଲ ଖବର ଆସିଛି । ସମସ୍ତଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କଲା ଭାରତର ସ୍ୱଦେଶୀ କୋଭିଡ୍ ଟିକା ‘କୋଭିକ୍ସିନ୍ ’ ।

ଏହି ଟିକାର ମାନବୀୟ ପରୀକ୍ଷଣ ହୋଇଛି । ଭାରତ ବାୟାଟେକ୍ କମ୍ପାନୀ ଦ୍ୱାରା ୩୭୫ ସ୍ୱେଚ୍ଛାସେବୀଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଛି  । ଏହି ଟିକାର ପ୍ରଥମ ପର୍ଯ୍ୟାୟ ୨୦୨୦ରେ ଜୁଲାଇ ମାସ ୧୫ ତାରିଖ କରାଯାଇଥିଲା  । ଦୁଇଟି କମ୍ପାନୀର ଟିକାକୁ ମାନବୀୟ ପରିକ୍ଷଣ ପାଇଁ ଅନୁମତି ଦେଇଥିଲା ଡ୍ରଗ କଣ୍ଟ୍ରୋଲ ଜେନେରାଲ୍ ଅଫ୍ ଇଣ୍ଡିଆ  । ଏହି ଦୁଇଟି କମ୍ପାନୀ ହେଲା ଭାରତୀୟ ବାୟାଟେକ୍ ଇଣ୍ଟରନ୍ୟାସନାଲ ଓ ଜଡୁସ୍ କାଡିଲା ହେଲ୍ଥ କେୟାର । ଏହି ଦୁଇ ସଂସ୍ଥା ପ୍ରଥମେ ମୂଷା ଏବଂ ଠେକୁଆଠାରେ ଟିକା ପରୀକ୍ଷଣ କରିଥିଲେ ।

ଦେଶୀ କରୋନା ଭ୍ୟାକ୍ସିନକୁ ନେଇ ଭଲ ଖବର, ନାହିଁ କୌଣସି ସାଇଡ୍ ଇଫେକ୍ଟ

ଏହି ପରୀକ୍ଷଣ ରିପୋର୍ଟକୁ  ଡିସିଜିଆଇ ନିକଟରେ ଦାଖଲ କରିଥିଲେ  । ଏହାପରେ ଏହି ଦୁଇଟି ସଂସ୍ଥାର ଟିକାକୁ ମାନବୀୟ ପରିକ୍ଷଣ ପାଇଁ ଅନୁମତି ମିଳିଥିବା ଆସିଏମଆର ପକ୍ଷରୁ ସୂଚନା ଦିଆଯାଇଛି । ଯଦି ସମସ୍ତ ପରୀକ୍ଷଣ ଠିକ୍ ହୁଏ ତେବେ ଅଗଷ୍ଟ ୧୫ ମଧ୍ୟରେ ଭ୍ୟାକ୍ସିନକୁ ଲଞ୍ଚ କରାଯିବ । ICMR ଏଥିରେ ସାମିଲ ଅଛି । ଯଦି ଭ୍ୟାକ୍ସିନ୍ ପରୀକ୍ଷଣର ପ୍ରତିଟି ପର୍ଯ୍ୟାୟ ସଫଳ ରୁହେ ତେବେ ୧୫ ଅଗଷ୍ଟରେ ମାର୍କେଟରେ ଭ୍ୟାକ୍ସିନ୍ ଉପଲବ୍ଧ ହେବ । ପୂର୍ବରୁ ହାଇଦ୍ରାବାଦ ଫାର୍ମା କମ୍ପାନୀ ଭାରତ ବାୟୋଟେକ ଅନେକ ଭ୍ୟାକ୍ସିନ୍ ମଧ୍ୟ ପ୍ରସ୍ତୁତ କରିଛି ।

ରାଜ୍ୟରେ ଜାରି ରହିଛି ଲକଡାଉନ୍…୪ ଜିଲ୍ଲା ସମେତ ରାଉରକେଲାରେ ୧୪ଦିନିଆ ତାଲା

ରାଜ୍ୟରେ ଜାରି ରହିଛି ଲକଡାଉନ୍…୪ ଜିଲ୍ଲା ସମେତ ରାଉରକେଲାରେ ୧୪ଦିନିଆ ତାଲା

ଆନ୍ଧ୍ରପ୍ରଦେଶ: ଦେଶର ଅନ୍ୟତମ ଧାର୍ମିକ ପୀଠ ତିରୁପତି ବାଲାଜୀ ମନ୍ଦିରରେ କରୋନା ଆତଙ୍କ  । ୧୪ଜଣ ମନ୍ଦିର ପୂଜକଙ୍କ ସମେତ ୧୪୦ କମର୍ଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି  । ଏବେ କିଛିଦିନ ମନ୍ଦିର ବନ୍ଦ ପାଇଁ କର୍ମଚାରିୀ ସଂଗଠନ ଏବଂ ରାଜନୈତିକ ଦଳ ଦାବି କରୁଥିବା ବେଳେ ଟ୍ରଷ୍ଟ କିନ୍ତୁ ଏବେ ଯାଏଁ କିଛି ବି ନିଷ୍ପତ୍ତି ନେଇନାହିଁ । ଦେଶରେ ଅନଲକ୍ ଘୋଷଣା ପରେ  ୧୧ ଜୁନରେ ମନ୍ଦିର ଖୋଲିବାକୁ ବୋର୍ଡ଼ ନିଷ୍ପତ୍ତି ନେଇଥିଲା  । ଏବେ ପୁଣି ଥରେ ମନ୍ଦିରରେ ସାର୍ବଜନୀନ ଦର୍ଶନ ବନ୍ଦ କରିବାର କୈାଣସି ଯୋଜନା ନଥିବା ବୋର୍ଡ଼ ଅଧ୍ୟକ୍ଷ ଓ୍ବାଇ ଇ ଶିବ୍ବାରେଡ଼ୀ କହିଛନ୍ତି  । ସେମାନଙ୍କ ଭିତରୁ ୧୭ଜଣ ସୁସ୍ଥ ହୋଇସାରିଥିବା ସୂଚନା ରହିଛି  । ସେପଟେ ମନ୍ଦିରର ମୁଖ୍ୟ ପୂଜାରୀ ଏନେଇ ଚିନ୍ତା ଜାହିର କରିଛନ୍ତି  ।

ରାଜ୍ୟରେ ଆଉ ୩ଜଣ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର:  ସଂକ୍ରମଣ ସହ ତାଳ ଦେଇ ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଜି ଆଉ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୮୬ରେ ପହଞ୍ଚିଛି । ଗଞ୍ଜାମର ୨ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ଗଜପତିରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଗଞ୍ଜାମ ଜିଲ୍ଲାର ୬୩ ବର୍ଷୀୟ ଏବଂ ୬୦ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେହିଭଳି ଗଜପତି ଜିଲ୍ଲାର ୪୮ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । ସେ ମେଦ ବହୁଳ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି ।

ଆଜି ୨ ନୂଆ ମୃତ୍ୟୁ ସହ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୫୨ରେ ପହଞ୍ଚିଛି । ଯେତେବେଳେ କି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୨୮୦ ଛୁଇଁଛି । ସେହିପରି ଆଜି ରାଜ୍ୟରେ ୫୯୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଏଥିରୁ ଗଞ୍ଜାମ ଜିଲ୍ଲାର ୧୮୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସଂକ୍ରମଣ ରୋକିବାକୁ ସରକାର କଡ଼ା ପଦକ୍ଷେପ ନେଉଛନ୍ତି । ଗତକାଲିଠାରୁ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ପୌରାଞ୍ଚଳରେ ଲକଡାଉନ୍ ଲାଗୁ ହେଉଛି । ଗତକାଲି ରାତି ୯ଟାରୁ ଲକଡାଉନ୍ ଜୁଲାଇ ୩୧ ତାରିଖ ଯାଏଁ ବଳବତ୍ତର ରହିବ । ତେବେ ଏହି ସମୟରେ ଟେଷ୍ଟିଂକୁ ତ୍ୱରାନ୍ୱିତ କରାଯିବ ।