କରୋନାର ଭୟାବହ ପରିସ୍ଥିତି: ଶବ ପୋତିବାକୁ ଜାଗାର ଅଭାବ, ପଠାଯାଉଛି ଏହି ସ୍ଥାନକୁ…

coronavirus in usa record 77000 cases a day in us coffin burials in brazi -are decreasing

ନୂଆଦିଲ୍ଲୀ: ବିଶ୍ୱକୁ ପୂରା ତା ଅଧିନରେ ନେଇ ସାରିଛି କରୋନା । ତାଠୁ ବଞ୍ଚିବା ସତରେ ଏବେ ବହୁ କଷ୍ଟକର ହୋଇଗଲାଣି । ବିଭିନ୍ନ ଦେଶ କରୋନା ଭାଇରସକୁ ମାତ ଦେବାକୁ ସବୁପ୍ରକାର ପ୍ରୟାସ କରିବା ସତ୍ତ୍ୱେ ବି ସଫଳ ହେବା ହେଉଛି କଷ୍ଟକ । ଏହି ରୋଗର ଟିକା ପାଇଁ ବିଭିନ୍ନ ଦେଶ ଗୁଡ଼ିକ ପ୍ରୟାସ ଚଲାଇଛନ୍ତି । ଏନେଇ ବିଭିନ୍ନ ପରୀକ୍ଷଣ ମଧ୍ୟ କରାଉଛନ୍ତି କିନ୍ତୁ ଶେଷ ମୁହୂର୍ତ୍ତରେ ହିଁ ସେମାନଙ୍କୁ ବିଫଳତାର ସାମ୍ନା କରିବାକୁ ପଡ଼ପଡ଼ୁଛି । ଏଭଳି ପରିସ୍ଥିତିରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ କିଛି ବନ୍ଧ ବାଡ଼ ମାନୁ ନାହିଁ ଆମେରିକା ସହ ବ୍ରାଜିଲରେ ବଢୁଛି ସଂକ୍ରମିତଙ୍କ  ସଂଖ୍ୟା । ଆମେରିକା ପରେ ବ୍ରାଜିଲ ହେଉଛି ଦ୍ୱିତୀୟ ଅଧିକ ସଂକ୍ରମିତ ଦେଶ ।

ଏବେ ବିଶ୍ୱରେ କରୋନା ସଂକ୍ରମଣର ସଂଖ୍ୟା ୧.୩୯ କୋଟି ଅତିକ୍ରମ କରିଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ୫.୯୩ ଲକ୍ଷ ଅତିକ୍ରମ କରିଛି । ଆମେରିକା ଏବଂ ବ୍ରାଜିଲ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଆମେରିକାରେ, ଯେଉଁଠାରେ ଗୋଟିଏ ଦିନରେ ୭୭ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ୯୬୯ ଜଣଙ୍କର ମୃତ୍ୟୁ ହୋଇଛି। ବ୍ରାଜିଲରେ ପ୍ରତିଦିନ ହଜାରରୁ ଅଧିକ ମୃତ୍ୟୁ ହେଉଛି । ଏଠାକାର ଅଧିକାରୀମାନେ କହିଛନ୍ତି ଯେ ଶବକୁ ପୋତିବାକୁ ଏବେ କଫିନ୍‌ର ଅଭାବ ହେଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ୭୭,୨୧୭ ନୂତନ ମାମଲା ରେକର୍ଡ କରାଯାଇଛି, ସଂକ୍ରମଣ କ୍ଷେତ୍ରରେ ନିଜର ରେକର୍ଡ ଭାଙ୍ଗିଛି । ଏହା ପୂର୍ବର ସବୁ ରେକର୍ଡ ଭାଙ୍ଗିଛି ଜୁଲାଇ ୧୦ରେ, ୬୮ ହଜାର ମାମଲା ସାମ୍ନାକୁ ଆସିଥିଲା । ତେବେ ଆମେରିକାରେ ସର୍ବାଧିକ ପ୍ରଭାବିତ ହେଉଛି ନ୍ୟୁୟର୍କ, ଯେଉଁଠାରେ ୪,୩୧,୩୮୦ ସଂକ୍ରମିତ ହୋଇଥିବା ଜଣାପଡିଛି ।

ଟେକ୍ସାସ୍ ଏବଂ ଏରିଜୋନାରେ ଶବ ରଖିବାର ସମସ୍ତ ଜାଗା ସମାପ୍ତ ହୋଇଯାଇଛି । ଫଳରେ ଶବକୁ ପୋତିବାକୁ ସେମାନଙ୍କୁ ଅନ୍ୟ ସ୍ଥାନକୁ ପଠାଯାଉଛି । ଅନ୍ୟପକ୍ଷରେ ବ୍ରାଜିଲର କର୍ତ୍ତୃପକ୍ଷ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଅନେକ ସ୍ଥାନରେ କଫିନ୍‌ର ଅଭାବ ପଡ଼ୁଛି। ଆମାଜନ ବର୍ଷା ଜଙ୍ଗଲରେ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଥିବାବେଳେ ୭୬ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

Leave a Reply