spot_img
Home Blog Page 6778

ପୁରୀରେ ବନ୍ୟାସ୍ଥିତି ସମୀକ୍ଷା କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ପୁରୀ: ପୁରୀରେ ବନ୍ୟାସ୍ଥିତି ସମୀକ୍ଷା କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ । ସର୍କିଟ ହାଉସରେ ସ୍ଥିତି ସମୀକ୍ଷା କଲେ ସଞ୍ଜୟ ଦାସବର୍ମା । ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି  ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି । ବିପଦସଙ୍କୁଳ ନଦୀବନ୍ଧ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାନଦୀରୁ ଦୟା, ଭାର୍ଗବୀ, ଲୁଣାକୁ ୫ ଲକ୍ଷ କ୍ୟୁସେକ ଜଳ ଆସିବ । ପୁରୀ ଜିଲ୍ଲାକୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି  । ଏନଡିଆରଏଫ, ଓଡ୍ରାଫ, ମେଡିକାଲ ଟିମ୍ ସଜାଗ ରଖିବାକୁ ନିର୍ଦ୍ଦେଶ ରହିଛି । ରିଲିଫ ଓ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି ।

ଏହା ସହ ରାଜସ୍ୱ ଅଧିକାରୀ ମାନଙ୍କୁ ବନ୍ୟା ପରେ ଅତି ଶୀଘ୍ର ଫସଲ କ୍ଷୟ କ୍ଷତିର ଆକଳନ କରିବା ପାଇଁ ବୈଠକରେ କୁହାଯାଇଛି । ବୈଠକ ରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ , ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ସୁବାସ ନାଥଶର୍ମା, ଉପଜିଲ୍ଲାପାଳ ଭବତରଣ ସାହୁ, ଜଳ ସମ୍ପଦ ସୁପେରିଟେଣ୍ଡ ଇଞ୍ଜିନିଅର ଚିନ୍ମୟ ରାଉତ, ଏକଜୁକୁଟିଭ ଇଞ୍ଜିନିଅର ଭଗବାନ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ I

କ୍ରୀଡ଼ା ଦିବସରେ ଦୌଡ଼ରାଣୀଙ୍କୁ ସମ୍ମାନ, ଦୂତୀ ଚାନ୍ଦଙ୍କୁ ମିଳିଲା ଅର୍ଜୁନ ପୁରସ୍କାର

ଭୁବନେଶ୍ୱର: ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ମିଳିଲା ଅର୍ଜୁନ ପୁରସ୍କାର । ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ଦୂତୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭିଡିଓ କନଫରେନ୍ସି ମାଧ୍ୟମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କାର ପ୍ରଦାନ କରିଛନ୍ତି । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୂତୀ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ।

କୋଲକାତା ସାଇ କେନ୍ଦ୍ର ଠାରେ ଦୂତୀ ଚାନ୍ଦ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି । ୨୦୧୯ ଅକ୍ଟୋବର ମାସରେ ଦୂତୀ ନ୍ୟାସନାଲ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ନିଜ ପୂର୍ବ ରେକର୍ଡକୁ ଭାଙ୍ଗିବା ସହ ଦୂତୀ ୧୦୦ ମିଟର ଦୌଡ଼କୁ ୧୧.୨୨ ସେକେଣ୍ଡରେ ପୂରା କରିଥିଲେ । ପୂର୍ବରୁ ଦୂତୀଙ୍କ ନାଁରେ ଏହି ରେକର୍ଡ ୧୧.୨୬ ସେକେଣ୍ଡର ଥିଲା ।

ରାଜ୍ୟରେ କରୋନାରେ ଆଉ ୧୪ ଜଣଙ୍କ ମୃତ୍ୟୁ, ମୃତ୍ୟୁସଂଖ୍ୟା ୪୭୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୧୪ ମୁଣ୍ଡ । ମୋଟ ମୃତ୍ୟୁ ସଂଖ୍ୟା ୪୭୦କୁ ବୃଦ୍ଧି । ବାଲେଶ୍ୱର-୨, ବରଗଡ଼-୧,ଭୁବନେଶ୍ୱର-୨, କଟକ-୨, ଜଗତସିଂହପୁର-୨, ଯାଜପୁର-୧,ମାଲକାନଗିରି-୨,ପୁରୀ-୧,ସୁନ୍ଦରଗଡ଼-୧ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ସୂଚନା ଜାରି କରାଯାଇଛି ।


ବାଲେଶ୍ୱରରୁ ଜଣେ ୫୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି, ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ସେହିପରି ଅନ୍ୟ ଜଣେ ୪୮ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି, ଯିଏ ଶ୍ୱାସ ରୋଗରେ ପୂର୍ବରୁ ପୀଡ଼ିତ ଥିଲେ ।


4.A 45-year old male of Bhubaneswar who was also suffering from Diabetes & hypertension.

5.A 77-year old female of Bhubaneswar who was also suffering from Diabetes & hypertension.

— H & FW Dept Odisha (@HFWOdisha) August 29, 2020


ବରଗଡ଼ରୁ ଜଣେ ୭୭ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି, ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ ।
ଭୁବନେଶ୍ୱରରୁ ୪୫ ବର୍ଷୀୟ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ଏହା ବ୍ୟତୀତ ଜଣେ ୭୭ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟ ଉଭୟ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୂର୍ବରୁ ପୀଡ଼ିତ ଥିଲେ ।

 

କଟକରୁ ଜଣେ ୫୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଏହା ସହିତ ୫୮ ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ହାଇପୋଥାଇରଏଡିଜିମରେ ପୀଡ଼ିତ ଥିଲେ । ଜଗତସିଂହପୁରରୁ ୩୦ ବର୍ଷୀୟ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ କ୍ରୋନିକ କିଡନୀ ଡିଜିଜରେ ପୀଡ଼ିତ ଥିଲେ । ଆଉ ଜଣେ ୫୬ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ।


ଯାଜପୁରରୁ ଜଣେ ୫୮ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ ।
ମାଲକାନଗିରିରୁ ଜଣେ ୫୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ଡାଇବେଟିସ,ହାଇପରଟେନସନ, ସେରେବ୍ରୋଭାସ୍କୁଲାର ଦୁର୍ଘଟଣାରେ ପୀଡ଼ିତ ଥିଲେ । ଅନ୍ୟ ଜଣେ ୫୫ ବର୍ଷୀୟ ପୁରୁଷଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

 

ପୁରୀରୁ ୭୧ ବର୍ଷୀୟ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି ।


ସୁନ୍ଦରଗଡ଼ରୁ ଜଣେ ୭୨ ବର୍ଷୀୟ ବୟସ୍କଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ।

ଖୋର୍ଦ୍ଧା ଜିଲ୍ଲାରେ JEE ଓ NEET ପରୀକ୍ଷାର୍ଥୀଙ୍କର ହେବ ଥର୍ମାଲ ସ୍କାନିଂ

ଭୁବନେଶ୍ୱର (ପ୍ରିୟ ପ୍ରିତମ ମହାନ୍ତି):  JEE ଓ NEET ଦେବାକୁ ଆସୁଥିବା ପରୀକ୍ଷାର୍ଥୀଙ୍କ ହେବ ଥର୍ମାଲ ସ୍କାନିଂ । ପରୀକ୍ଷା ପାଇଁ ବସ୍‌ରେ ଚଢ଼ିବା ସମୟରେ ଥରେ ଓ ପହଞ୍ଚିବା ପରେ ଆଉ ଥରେ ହେବ ଥର୍ମାଲ ସ୍କାନିଂ ।  JEE ଓ NEET ପରୀକ୍ଷାର ପରିଚାଳନା କେମିତି ହେବ, ସେ ନେଇ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ ଏହି ନିଷ୍ପତି ନିଆଯାଇଛି ।  ବୈଠକରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସମେତ ନୋଡାଲ ସେଣ୍ଟର ହୋଇଥିବା ସରକାରୀ ITIର Principal ଜିତା ମିତ୍ର ଶତପଥି ଉପସ୍ଥିତ ଥିଲେ ।  ଯେପରି ଯାତାୟତରେ ଆସୁବିଧା ନ ହୁଏ, ତା ଧ୍ୟାନ ଦିଆଯିବ। ବସ ବ୍ୟବସ୍ଥା ପାଇଁ ସବୁ ଜିଲ୍ଲାପାଳଙ୍କ ଭିତରେ ଆଲୋଚନା ହେବ। ପରୀକ୍ଷା ସେଣ୍ଟରରେ ଯଦି ହଷ୍ଟେଲ ସୁବିଧା ଅଛି, ଛାତ୍ରଛାତ୍ରୀ ଓ ସେମାନଙ୍କ ସହ ଆସିଥିବା ଅଭିଭାବକ ରହିବେ। ନ ହେଲେ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ତେବେ ସବୁଠାରୁ ବଡ଼ ସେଣ୍ଟର ଗୁଡ଼ିକରେ ହି ଅଧିକ ପରୀକ୍ଷାର୍ଥୀ ରହିବେ। ପର୍ଯ୍ୟାୟକ୍ରମେ ପରୀକ୍ଷା ହେଉଥିବାରୁ ଅସୁବିଧା ହେବନାହିଁ। ଗାଡ଼ି ଯେପରି ନ ଅଟକା ଯାଏ, ସେ ନେଇ RTO ମାନଙ୍କୁ ବିଶେଷ ନିର୍ଦ୍ଦେଶ ଦିଆଯାଇଛି। ନୋଡାଲ ସେଣ୍ଟର ଅଧିକାରୀଙ୍କ ବ୍ୟକ୍ତିଗତ ନମ୍ବରରେ ଛାତ୍ରଛାତ୍ରୀ ଫୋନ କରି ଦ୍ୱନ୍ଦ୍ୱ ଦୂର କରିପାରିବେ ବୋଲି ବୈଠକ ପରେ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟା ଯେ, ଜେଇଇ ମେନ୍ ଓ ନିଟ ପରୀକ୍ଷାର୍ଥୀ ମାଗଣାରେ  ପରୀକ୍ଷା କେନ୍ଦ୍ରକୁ  ଯିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ।  ଯେଉଁ ପରୀକ୍ଷାର୍ଥୀ ମାନେ ଯାତାୟତ ଓ ରହିବା ସମସ୍ୟା ଥିବ ସେମାନେ ଏହି ସୁବିଧା ପାଇପାରିବେ । ଏକ ସାମ୍ବାଦିକ ସମ୍ମିଳନୀରେ  ଗତକାଲି ଏହି ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।   ପ୍ରତି ଜିଲ୍ଲାର ଗୋଟିଏ ଲେଖାଏଁ ଆଇଟିଆଇ କଲେଜକୁ ସରକାର ନୋଡାଲ ସେଣ୍ଟର୍ କରିଛନ୍ତି । ଏହି ନୋଡାଲ ସେଣ୍ଟରକୁ ଫୋନ୍ କରି ପରୀକ୍ଷାର୍ଥୀ ମାନେ ପ୍ରଥମେ ପଞ୍ଜିକରଣ କରିବେ । ସେହି ନୋଡାଲ ସେଣ୍ଟରରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହେବାକୁ ଥିବା ୭ ସହରର ୨୬ ଟି ସେଣ୍ଟର୍ କୁ ନିଆଯିବ । ସେଠାରେ ସେମାନେ ପରୀକ୍ଷା ଦେବା ସହ ଯେଉଁ ମାନଙ୍କର ରହିବା ସୁବିଧା ନଥିବ ସେମାନଙ୍କୁ ଆଇଟିଆଇ, ପଲିଟେକନିକ୍ ଓ ଘରୋଇ ଇଞ୍ଜିନିୟରିଂ କଲେଜର ହଷ୍ଟେଲରେ ରଖିବା ବ୍ୟବସ୍ଥା କରାଯିବ ।

ଯାତାୟତ ଓ ରହିବା ଲାଗି କୌଣସି ଦେୟ ଦେବାକୁ ପଡ଼ିବନି ପରୀକ୍ଷାର୍ଥୀ ଏବଂ ତାଙ୍କ ସାଙ୍ଗରେ ଯାଉଥିବା ସମ୍ପର୍କୀୟଙ୍କୁ । ରାଜ୍ୟର ପ୍ରାୟ ୩୭ ହଜାର ଛାତ୍ର ଛାତ୍ରୀ ଜେଇଇ ମେନ୍ ଓ ନିଟ୍‌ ପରୀକ୍ଷା ଦେଉଛନ୍ତି । ଏହି ସୁବିଧା ପାଇବା ଲାଗି ୩୧ ଅଗଷ୍ଟ ସୁଦ୍ଧା ପରୀକ୍ଷାର୍ଥୀ ନିଜ ତଥ୍ୟ ଦେଇ ପଞ୍ଜିକରଣ କରିପାରିବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ବନ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ରଣନୀତି, ସଚିବଙ୍କୁ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନର ଲଗାଣ ବର୍ଷା ପାଇଁ କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଅଧା ଓଡ଼ିଶା ଏବେ ପାଣି ଘେରରେ ରହିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ୨୬ଟି ଘାଇ ସୃଷ୍ଟି ହୋଇଛି । ରାଜ୍ୟରେ ୪୮ଟି ରହିଛି ଦୁର୍ବଳ ସ୍ଥାନ । ତେବେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବରିଷ୍ଠ ୭ ଆଇଏଏସ୍‌ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟା ସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି  । ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଓ ଡି.କେ ସିଂଙ୍କୁ କଟକ ଦାୟିତ୍ୱ ଦିଆଯାଇଥିବାବେଳେ ବିଶାଲ ଦେବଙ୍କୁ ବାଲେଶ୍ୱର ଦାଯିତ୍ୱ ଦିଆଯାଇଛି ।

ଏହା ସହିତ ବିପି ସେଠୀଙ୍କୁ ଭଦ୍ରକ, ଭିଭି ଯାଦବଙ୍କୁ ଯାଜପୁର ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଦାୟିତ୍ୱ ଦିଆଯାଇଛି । ସେହିଭଳି କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ପୁରୀ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦଦେଶ ପରେ ସମସ୍ତ ଦାୟିତ୍ୱ ଦିଆଯାଇଥିବା ସଚିବ କାର୍ଯ୍ୟରେ ନିୟୋଜିତ ରହିଛନ୍ତି  । ଏନେଇ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି  ।

ରାଜ୍ୟରେ ବନ୍ୟା ପରିସ୍ଥିତି : ବିଭିନ୍ନ ସ୍ଥାନରେ ୨୬ ଘାଇ,ଯାଜପୁରର ବରୀରେ ସର୍ବାଧିକ

ଭୁବନେଶ୍ୱର: ବନ୍ୟା ସ୍ଥିତିକୁ ନେଇ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ପ୍ରତିକ୍ରିୟା । ମହାନଦୀ ଅବବାହିକା ଜିଲ୍ଲାରେ ବନ୍ୟା ଆଶଙ୍କା । ଉପକୂଳ ଜିଲ୍ଲାରେ ମଧ୍ୟ ରହିଛି ବନ୍ୟା ଆଶଙ୍କା । ବର୍ତମାନ ହୀରକୁଦର ୪୪ଟି ଗେଟ ଖୋଲା ଅଛି । ଆସନ୍ତାକାଲି ସକାଳ ୫ ଟା ସୁଦ୍ଧା ବନ୍ୟାଜଳ ମୁଣ୍ଡୁଳିରେ ପହଞ୍ଚିବ । ମୁଣ୍ଡୁଳିରେ ୧୦ ଲକ୍ଷ କ୍ୟୁଶେକ ଜଳ ପ୍ରବାହିତ ହେବ । ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବା ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି ।

ଉପର ମୁଣ୍ଡରେ ବର୍ଷା କାରଣରୁ ବୈତରଣୀ ଆଖୁଆପଦାଠାରେ ବନ୍ୟାଜଳ ବିପଦ ସଂକେତ ଉପରେ ରହିଛି । ଯଦି ଦେଖିବେ ତେବେ ଅନ୍ୟ ନଦୀର ଜଳସ୍ତର କମୁଛି । ବନ୍ୟା ଦ୍ୱାରା ରାଜ୍ୟର ଭିବିନ୍ନ ସ୍ଥାନରେ ମୋଟ ୨୬ ଟି ଘାଇ ସୃଷ୍ଟି ହୋଇଛି । ଯେଉଁଥି ପାଇଁ ଘାଇ ହୋଇଥିବା ଅଞ୍ଚଳରେ ଲୋକେ ଭୟରେ ଦିନ କାଟୁଛନ୍ତି । ସୂଚନା ଅନୁଯାୟୀ ଯାଜପୁରର ବରୀରେ ସର୍ବାଧିକ ଘାଇ ରହିଛି ।

ଖାଇ ହୋଇଥିବା ଅଞ୍ଚଳ ଉପରେ ପ୍ରଶାସନ ଦୃଷ୍ଟି ରଖିଛି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ପାଣି ଛାଡ଼ିଲା ପରେ ଘାଇ ହୋଇଥିବା ଅଞ୍ଚଳ କାର୍ଯ୍ୟ କରାଯିବ । ଅନ୍ୟ ୪୮ ଦୁର୍ବଳ ସ୍ଥାନ ଉପରେ ନଜର ରଖାଯାଇଛି । ଜଳସମ୍ପଦ ବିଭାଗ ଯନ୍ତ୍ରୀମାନେ ରାତିସାରା ପାଟ୍ରୋଲିଂ କରୁଛନ୍ତି । ଜଳସମ୍ପଦ ବିଭାଗର ଏବେ ସମୀକ୍ଷା ବୈଠକ ରହିଛି ।

ଫାର୍ମରେ ନିଆଁ ଲାଗି ଜଳିଗଲେ ୫୦ ହଜାରରୁ ଅଧିକ କୁକୁଡ଼ା,ନିଆଁ ଲଗାଇଲା କିଏ ?

ପାରାଦୀପ: ପାରାଦୀପ ଏରସମା ବ୍ଲକ ନୂଆଗାଁ ରାମଚଣ୍ଡୀପଡ଼ାରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳିଗେଲେ ୫୦ ହଜାରରୁ ଊର୍ଦ୍ଧ୍ୱ କୁକୁଡା । ଗତକାଲି ବିଳମ୍ବିତ ରାତ୍ରିରେ ପବିତ୍ର ସ୍ୱାଇଁଙ୍କ  କୁକୁଡା ଫାର୍ମରେ ନିଆଁ ଲାଗିଯାଇଥିଲା । ଫଳରେ ଛାଳଛପର ପୋଡ଼ିଯିବା ସହ କୁକୁଡ଼ା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ବିପନ୍ନ ପରିବାର ଏନେଇ ଜଗତସିଂହପୁର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତ ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବି ରାତିରେ କୁକୁଡ଼ା ଫାର୍ମରେ ନିଆଁ ଲାଗିଥିଲେ । ପବିତ୍ର ତାଙ୍କ ଫାର୍ମରେ ୫୦ ହଜାରରୁ ଅଧିକ କୁକୁଡ଼ା ଚିଆଁ ଛାଡ଼ିଲେ । ଆଉ ମାତ୍ର ୧୫ ଦିନ ପରେ ସେମାନେ ସେ କୁକୁଡ଼ା ବିକ୍ରି କରିଥାନ୍ତେ । ତେବେ କେହି ଜଣେ ଆକ୍ରୋଶମୂଳକ ଭାବେ ଏହା କରିଥିବା ଅଭିଯୋଗ ହୋଇଛି । କାରଣ ବର୍ଷାରେ ଫାର୍ମର ଚାଳ ଓଦା ଥିଲା । ତଥାପି ଅଗ୍ନିକାଣ୍ଡ ଏତେ ମାତ୍ରାରେ ଥିଲାଯେ ସବୁ କୁକୁଡ଼ା ପୁରା ପାଉଁଶ ହୋଇଯାଇଥିଲେ । କେହି ଜଣେ ପେଟ୍ରୋଲ ଢ଼ାଳି ଏଭଳି କରିଥିବା ଅଭିଯୋଗ କରିଛନ୍ତି । ତେବେ ଗାଁରେ ସୁଧ କାରବାରକୁ ନେଇ ଏଭଳି ହୋଇଥାଏ ପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି । କାରଣ ପବିତ୍ର ଗାଁର କିଛି ଲୋକଙ୍କ ଠାରୁ ସୁଧରେ ଟଙ୍କା ଉଧାର ଆଣିଥିଲେ । ସେପଟେ ନିଆଁ ଲାଗିବାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ରାଜ୍ୟରେ ୯୭ ହଜାର ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୩୨୫୨ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପ୍ରତିଦିନ ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତକାଲି ୩୬୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶନିବାର ପୁଣି ୩ ହଜାର ୨୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୯୮୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୨୬୫ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ୯୭ ହଜାର ୯୨୦ରେ ପହଞ୍ଚିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ସେହିଭଳି ୬୭ ହଜାର ୮୨୬ ଜଣ ସୁସ୍ଥ ହୋଇଥିବା ବେଳେ ୨୯ ହଜାର ୫୭୧ ଜଣ କରୋନା ରୋଗୀ ସକ୍ରିୟ ରହିଛନ୍ତି । ଏବେ ରାଜ୍ୟରେ ୧୬ ଲକ୍ଷ ୭୦ ହଜାର ୯୧୦ କରୋନା ଟେଷ୍ଟ ହୋଇଛି ।

ଗତକାଲି ଭଳି ଶନିବାର ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୭୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ରାୟଗଡ଼ାରୁ ୪୫୦ ଏବଂ କଟକରୁ ୩୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦି ଦେଖିବା ଏହି ୩ଟି ଜିଲ୍ଲାରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୧, ବାଲେଶ୍ୱରରୁ ୭୮, ବରଗଡ଼ରୁ ୧୪୬, ଭଦ୍ରକରୁ ୭୬, ବଲାଙ୍ଗିରରୁ ୬୪, ବୌଦ୍ଧରୁ ୩୮, ଦେବଗଡ଼ରୁ ୭, ଢ଼େଙ୍କାନାଳରୁ ୯୪, ଗଜପତିରୁ ୨୦, ଗଞ୍ଜାମରୁ ୧୬୯, ଜଗତସିଂହପୁରରୁ ୩୬, ଯାଜପୁରରୁ ୮୩, ଝାରସୁଗୁଡ଼ାରୁ ୫୫, କଳାହାଣ୍ଡିରୁ ୨, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୭୭, କେନ୍ଦୁଝରରୁ ୫୦, କୋରାପୁଟରୁ ୨୫, ମାଲକାନାଗିରିରୁ ୨୧, ମୟୂରଭଞ୍ଜରୁ ୧୨୩, ନବରଙ୍ଗପୁରରୁ ୪୧, ନୟାଗଡ଼ରୁ ୧୨୦, ନୂଆପଡ଼ାରୁ ୨୫, ପୁରୀରୁ ୧୩୫, ସମ୍ବଲପୁରରୁ ୬୩, ସୋନପୁରରୁ ୩୮, ସୁନ୍ଦରଗଡ଼ରୁ ୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪ ଲକ୍ଷ ପାର, ୨୪ ଘଣ୍ଟାରେ ୭୬ ହଜାରରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ କରୋନା ମାମଲା ବର୍ତ୍ତମାନ ୩୪ ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଯୋଗୁଁ ୬୨,୫୫୦ ଜଣଙ୍କର ମୃତ୍ୟୁ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଦେଶରେ ଏବେ ପର୍ଯ୍ୟନ୍ତ ୨୬,୪୮,୯୯୯ କରୋନା ରୋଗୀ କରୋନା ସହ ଯୁଦ୍ଧ କରି ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୭୬,୪୭୨ ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସପଟେ ଏପର୍ଯ୍ୟନ୍ତ ୧,୦୨୧ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । କରୋନା ସଂକ୍ରମଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ଆମେରିକା ଏବଂ ବ୍ରାଜିଲ ପରେ ଭାରତ ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଭାବିତ ଦେଶ ।

ବ୍ରାଜିଲ ଏବଂ ଆମେରିକାରେ ୧ କୋଟି ସଂକ୍ରମିତ, ୨୪ ଘଣ୍ଟାରେ ନୂଆ ୯୬ ହଜାର କରୋନା ମାମଲା

ନୂଆଦିଲ୍ଲୀ: କରୋନା ରାକ୍ଷସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଗୋଟିଏ ପରେ ଗୋଟିଏ ଦେଶକୁ କବଳିତ କରିବାରେ ଲାଗିଛି ମହାମାରୀ କରୋନା। କରୋନା ଦ୍ୱାରା ବିଶ୍ୱରେ ଦୁଇଟି ଦେଶ  ଆମେରିକା ଏବଂ ବ୍ରାଜିଲ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି   । ଏଠାରେ ସମୁଦାୟ ସଂକ୍ରମିତ ସଂଖ୍ୟା ଏକ କୋଟି ଅତିକ୍ରମ କରିବାକୁ ଯାଉଛି । ବିଶ୍ୱର ୪୦ ପ୍ରତିଶତ କରୋନା ମାମଲା ଆମେରିକା ଏବଂ ବ୍ରାଜିଲରେ ରହିଛି । କେବଳ ଏତିକି ନୁହେଁ, ଏହି ଦୁଇ ଦେଶରେ କରୋନା କାରଣରୁ ୩୬ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୪୭,୯୨୧ ଏବଂ ବ୍ରାଜିଲରେ ୪୮, ୧୧୨ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୧,୦୭୭ ଏବଂ ୮୬୮ ଜଣଙ୍କର ମୃତ୍ୟୁ ହୋଇଛି । ଯଦି ଦେଖିବା ଭାତରେ କିଛି ଦିନ ହେବ କରୋନା ସଂଖ୍ୟା ବୃଦ୍ଧି ପାଉଛି ।

କରୋନା ସଂକ୍ରମଣ ଉପରେ ନଜର ରଖୁଥିବା ଏକ ୱେବସାଇଟ୍ ଅନୁଯାୟୀ, ଅଗଷ୍ଟ ୨୯ ସକାଳ ସୁଦ୍ଧା ଆମେରିକାରେ କରୋନା ରୋଗୀଙ୍କ ସଂଖ୍ୟା ୬୦ ଲକ୍ଷ ୯୪ ହଜାରକୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧ ଲକ୍ଷ ୮୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଏଥି ସହିତ ବ୍ରାଜିଲରେ ସମୁଦାୟ ସଂକ୍ରମିତ ସଂଖ୍ୟା ୩୮ ଲକ୍ଷ ୧୨ ହଜାରକୁ ବୃଦ୍ଧି ପାଇଛି । ଯେଉଁଥିରୁ ଏକ ଲକ୍ଷ ୧୯ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଉଭୟ ଦେଶରେ ମୃତ୍ୟୁ ହାର ଯଥାକ୍ରମେ ୩.୦୪ ପ୍ରତିଶତ ଏବଂ ୩.୧୪ ପ୍ରତିଶତକୁ ଖସି ଆସିଛି ।

ବର୍ତ୍ତମାନ ସୁଦ୍ଧା ଆମେରିକାରେ ୩୩.୭୧ ଲକ୍ଷ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଯାହା ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ୫୫ ପ୍ରତିଶତ ଅଟେ । ଏଥି ସହିତ ବ୍ରାଜିଲରେ ସୁସ୍ଥତା ହାର ୭୮ ପ୍ରତିଶତ, ଅର୍ଥାତ୍ ୨୯.୭୬ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରିଛନ୍ତି । ୭.୧୬ ଲକ୍ଷ, ଅର୍ଥାତ୍ ୧୯ ପ୍ରତିଶତ ସକ୍ରିୟ ମାମଲା ରହିଛି ।