ଫୁଟବଲ ପ୍ରଫେସନାଲ କଣ୍ଟ୍ରାକ୍ଟ ସାଇନ୍ କରିଛନ୍ତି ବସ୍ତିର ଦୁଇ ଫୁଟବଲ ଖେଳାଳି

1 min read

ଭୁବନେଶ୍ୱର: ଓଡ଼ିଶା ଫୁଟବଲ ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିହେବ । ବସ୍ତିରୁ ଆରମ୍ଭ ହୋଇଥିବା ଏହି ଫୁଟ ଖେଳ ଏବେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ରଚିବ ଇତିହାସ ।  ଓଡ଼ିଶା ପାଇଁ ଏମିତି ଏକ ଗୌରବ ଆଣିଛନ୍ତି ଭୁବନେଶ୍ୱରର ଦୁଇ ଯୁବକ । ଫୁଟବଲ ପ୍ରଫେସନାଲ କଣ୍ଟ୍ରାକ୍ଟ ସାଇନ୍ କରିଛନ୍ତି ବସ୍ତିର ଦୁଇ ଓଡିଆ ଫୁଟବଲ ଖେଳାଳି ।

ପଞ୍ଜାବ ଏଫ ସି ସହ ୫ ବର୍ଷର ଚୁକ୍ତିବଦ୍ଧ ହେଲେ ଦୁଇ ନବାଗତ ଖେଳାଳି । ମାତ୍ର ୧୫-୧୬ ବୟସରେ ଫୁଟବଲର ଏହି ସଫଳତା ପାଇବା ଓଡିଶା ଫୁଟବଲ ଇତିହାସରେ ପ୍ରଥମ । ପୂର୍ବରୁ ଏତେ କମ ବୟସରେ କେହି ଫୁଟବଲ ଖେଳାଳି ପ୍ରଫେସନାଲ କଣ୍ଟ୍ରାକ୍ଟ ସାଇନ୍ କରି ନଥିଲେ । ଏହି  ଜାତୀୟ ସ୍ତରରେ ସୁଯୋଗ ପାଇଥିବା ଉଭୟ ଫୁଟବଲର ଭୁବନେଶ୍ୱର ସାଲିଆ ସାହିରେ ରହନ୍ତି । ତେବେ ଏହି ଦୁଜଣ ହେଲ ରଞ୍ଜନ ସୋରେନ ଓ ସୁନିଲ ସୋରେନ । ଛୋଟବେଳର ଫୁଟବଲ ଖେଳର ଇଚ୍ଛା ଏବେ ତାଙ୍କୁ ଦେଶରେ ପରିଚିତ କରିପାରିଛି ।

କୁହାଯାଏ ଇଚ୍ଛା ଶକ୍ତି ଦୃଢ ଥିଲେ ସବୁ କିଛି ସମ୍ଭବ ହୋଇପାରେ । ଏହି କଥାକୁ ଚରିତାର୍ଥ କରିଛନ୍ତି ସଲିଆ ସାହି ବସ୍ତିର ଏହି ଦୁଇ ବାଳକ । କୌଣସି ଏକାଡେମିରେ କରିନାହାଁନ୍ତି ଫୁଟବଲ ଅଭ୍ୟାସ କିନ୍ତୁ ବସ୍ତିର ସେହି ଖାଲିପଡ଼ିଆ ପାଇଁ ସେମାନେ ରଚିଛନ୍ତି ଇତିହାସ ।

Leave a Reply