୯ବର୍ଷ ପରେ ସ୍ୱାଭିମାନ ଅଞ୍ଚଳରେ ପାଦ ରଖିଲେ ସରକାରୀ ବାବୁ, ଦୁଃଖ ବଖାଣିଲେ ଅଞ୍ଚଳବାସୀ

1 min read

ମାଲକାନଗିରି: ଲାଲଗଡକୁ ଭେଦ କରିବାକୁ ଅଣ୍ଟା ଭିଡ଼ୁଛି ପ୍ରଶାସନ । ବହୁଦିନ ହେବ ଏକ ପ୍ରକାର ବନ୍ଦି ହୋଇଥିବା ଲୋକଙ୍କ ଦୁଃଖସୁଖରେ ସାଥି ହେବାକୁ ପ୍ରୟାସ କରିଛି ପ୍ରଶାସନ । ଲାଲଗଡରେ ପହଞ୍ଚିଲେ ମାଲକାନଗିରିର ଜିଲ୍ଲାପାଳ । ଦୀର୍ଘଦିନ ପରେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ । ମାଓ ପ୍ରବଣ ଜୋଡାମ୍ବ ଠାରେ ଗୁରୁବାର ହଠାତ୍ ଜିଲ୍ଲାପ୍ରଶାସନର ସୁଅ ଛୁଟିଥିଲା ।

ପ୍ରଥମେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଯନ୍ତୁରାଇ ଗାଁରୁ ମୋଟର ସାଇକଲ ଯୋଗେ ଜୋଡାମ୍ବ ପଞ୍ଚାୟତରେ ପହଞ୍ଚିଥିଲେ, ସେଠାରେ ଲୋକଙ୍କ ସୁଖଦୁଃଖ ବୁଝି ଥିଲେ । ପ୍ରଥମଥର କରି ଜିଲ୍ଲାପାଳ ଓ ଏସପିଙ୍କ ସମେତ ପୂରା ଜିଲ୍ଲା ପ୍ରଶାସନକୁ ଦେଖି, ସ୍ୱାଭିମାନ ଅଞ୍ଚଳବାସୀ ନିଜ ବର୍ଷ ବର୍ଷର ଦୁଃଖ କଷ୍ଟ ବଖାଣି ଥିଲେ  ।

ପୁର୍ବରୁ ୨୦୧୧ ମସିହାରେ ଜିଲ୍ଲାପାଳ ଆର. ଭିନିଲ କ୍ରୀଷ୍ଣା ଅଞ୍ଚଳକୁ ଯାଇ ମାଓବାଦୀଙ୍କ ଦ୍ୱାରା ଅପହରଣ ହୋଇଥିଲେ । ସେହି ଦିନ ପରଠାରୁ ସ୍ୱାଭିମାନ ଅଞ୍ଚଳରେ କୌଣସି ସରକାରୀ ବାବୁଙ୍କ ପାଦ ପଡୁନଥିଲା l ଜୁଲାଇ ୨୦୧୮ ରେ ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ଆସ୍ତେ ଆସ୍ତେ ଲାଲଗଡକୁ ଭେଦ କରିବାରେ ଲାଗିଛି ଜିଲ୍ଲା ପ୍ରଶାସନ ।

Leave a Reply