spot_img
Home Blog Page 6774

୫ ମାସ ଯାଏଁ ମାଗଣା ମିଳିବ ରାସନ ସାମଗ୍ରୀ

ଭୁବନେଶ୍ୱର: କରୋନା କାଳରେ ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଜୁଲାଇ ମାସରୁ ନଭେମ୍ୱର ମାସ ଯାଏଁ ମାଗଣା ମିଳିବ ଡାଲି ଚାଉଲ । କରୋନା ସଂକ୍ରମଣ ଏବଂ ତଦ୍‌ଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଉଥିବାବେଳେ ଏଭଳି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ ମାସ ମାଗଣାରେ ଡାଲି ଓ ଚାଉଳ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

kerala latest update: Kerala to begin distribution of free ration ...

ଏହାଦ୍ୱାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ପ୍ରତି ମାସରେ ମୁଣ୍ଡପିଛା ୫ କେଜି ଲେଖାଏଁ ଚାଉଳ ୫ ମାସ ପାଇଁ ମାଗଣା ଯୋଗାଇ ଦିଆଯିବ।  ଏହାସହିତ ପ୍ରତି ମାସରେ ପରିବାର ପିଛା ୧ କେଜି ଲେଖାଏଁ ଡାଲି ମଧ୍ୟ ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ଯୋଗାଇ ଦିଆଯିବ। ଏହାଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧାରୁ ବାଦ ପଡ଼ିଥିବା ଲକ୍ଷ ଲକ୍ଷ ହିତାଧିକାରୀମାନେ ଉପକାର ପାଇପାରିବେ । ତେବେ ଲକ୍‌ଡାଉନ୍‌ ଲାଗୁ ହେବା ପୂର୍ବରୁ ମଧ୍ୟ ସରକାରଙ୍କ ପକ୍ଷରୁ ଏକାଥରକେ ୩ ମାସର ରାସନ ସାମଗ୍ରୀ ଯୋଗାଇଦିଆଯାଇଥିଲା ।

 

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସ୍ଥିତି ସମୀକ୍ଷା: କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧୀନ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସ୍ଥିତି ସମୀକ୍ଷା: କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧୀନ

ଭୁବନେଶ୍ୱର ସମେତ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ

କୋଭିଡ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ୨ ଜିଲ୍ଲାକୁ ଦିଆଯିବ ୩୦ କୋଟି

OHMS କ୍ୟାଡର ଡାକ୍ତରମାନଙ୍କ ଅବସର ବୟସ ସୀମା  ୬୫ ବର୍ଷକୁ ବୃଦ୍ଧି

କୋଭିଡ କେୟାର ହୋମ୍‌ ଓ କୋଭିଡ କେୟାର ସେଣ୍ଟର ସ୍ଥାପନ ପାଇଁ ଆହ୍ନାନ

ବିଭିନ୍ନ ଅନୁଷ୍ଠାନ ଓ କର୍ପୋରେଟ୍  ସେକ୍ୱରମାନଙ୍କୁ ଆହ୍ନାନ ଦେଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱରରେ ଆଦିତ୍ୟ-ଅଶ୍ୱିନୀ ହସ୍ପିଟାଲ ପକ୍ଷରୁ ପ୍ରତିଷ୍ଠା ହେବ କୋଭିଡ ହସ୍ପିଟାଲ

୩୦ଟି ଆଇସିୟୁ ସହିତ ୧୫୦ ଶଯ୍ୟା ବିଶିଷ୍ଟ Dedicated Covid Hospital ପ୍ରତିଷ୍ଠା ହେବ

 ଭୁବନେଶ୍ୱର:  ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ  ଖୋର୍ଦ୍ଧା (ଭୁବନେଶ୍ୱର) ଓ କଟକ ଜିଲ୍ଲାରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି।  ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥତା ହାର ୭୦ ପ୍ରତିଶତ ଥିବାବେଳେ କଟକ ଜିଲ୍ଲାରେ ଏହା ୭୧ ପ୍ରତିଶତ ରହିଛି, ଯାହାକି ଜାତୀୟ ହାର ୬୩ ପ୍ରତିଶତରୁ ଅଧିକ ଅଟେ। ଏଥିପାଇଁ ଆଜି ଦୁଇ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଓ କଟକ ଜିଲ୍ଲାର କୋଭିଡ ପରିଚାଳନା ଟିମ୍‌କୁ ଧନ୍ୟବାଦ ଜଣାଇଥିଲେ। ଏହାସହିତ କୋଭିଡ ପରିଚାଳନାକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ ଜିଲ୍ଲା ପାଇଁ ୧୫ କୋଟି ଲେଖାଏ ସମୁଦାୟ ୩୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି।  ଏହା ସହିତ, ନୂଆ କୋଭିଡ ଡାକ୍ତରଖାନା ଓ କୋଭିଡ କେୟାର ହୋମ୍‌ ପରିଚାଳନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ୨୦ କୋଟି ୬୪ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରିଛନ୍ତି ।

କୋଭିଡ ପରିସ୍ଥିତିରେ ଡାକ୍ତର ମାନଙ୍କ ଗୁରୁ ଦାୟିତ୍ୱ ରହିଛି। ଏହାକୁ ଦୃଷ୍ଟିରେ ରଖି OHMS କ୍ୟାଡରର ଡାକ୍ତର ମାନଙ୍କ ଅବସର ବୟସକୁ ୬୨ ରୁ ୬୫ ବର୍ଷକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ। ଏହାସହିତ Labour & ESI ବିଭାଗରେ କାମ କରୁଥିବା Insurance Medical Officer ମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ।

ଏହି ଅବସରରେ କୋଭିଡ-୧୯ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ସାମିଲ ହୋଇ ନୂଆ କୋଭିଡ କେୟାର ହୋମ୍‌ ଓ କୋଭିଡ କେୟାର ସେଣ୍ଟର ସ୍ଥାପନ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅନୁଷ୍ଠାନ ଓ କର୍ପୋରେଟ୍‌ ସେକ୍ଟର ମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ସ୍ୱଳ୍ପ ଓ ମଧ୍ୟମ ଲକ୍ଷଣ ଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ କେୟାର ସେଣ୍ଟର ଓ କୋଭିଡ କେୟାର ହୋମ୍‌ର ପରିକଳ୍ପନା କରାଯାଇଛି।

 କରୋନା ଯୁଦ୍ଧରେ ଆଗ ଧାଡିରେ ଥିବା କୋଭିଡ ଯୋଦ୍ଧା ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହିତ କଟକ SCBକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିଦନ ହଜାର ହଜାର ଲୋକ ଆସୁଥିବାରୁ ଏଥିପ୍ରତି ବିଶେଷ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଭୁବନେଶ୍ୱରରେ ଆଦିତ୍ୟ-ଅଶ୍ୱିନୀ ଡାକ୍ତରଖାନା ପକ୍ଷରୁ ୩୦ଟି ଆଇସିୟୁ ସହିତ ୧୫୦ ଶଯ୍ୟା ବିଶିଷ୍ଟ Dedicated Covid Hospital ପ୍ରତିଷ୍ଠା କରାଯିବ।

ନୀଳାଚଳ ଡାକ୍ତରଖାନାରେ ୧୫ଟି ICU ସହିତ ୧୨୬ ଶଯ୍ୟା ବିଶିଷ୍ଟ Dedicated Covid Hospital ଚଳିତ ସପ୍ତାହରେ କାର୍ଯ୍ୟ ଆରମ୍ଭ କରିବ।

ଭୁବନେଶ୍ୱରର ତିନି ବିଧାୟକଙ୍କ ସକ୍ରିୟ ସହଯୋଗ ଏବଂ ଭୁବନେଶ୍ୱର ବିଭିନ୍ନ ଧାର୍ମିକ, ସାମାଜିକ ଅନୁଷ୍ଠାନ, NGO ଓ ଆବାସିକ କଲ୍ୟାଣ ସଂସ୍ଥା ଗୁଡିକ ଦ୍ୱାରା ଭୁବନେଶ୍ୱରରେ ୧୩୮୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମ୍‌ ଖୁବ ଶୀଘ୍ର ସ୍ଥାପନ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଅନ୍ୟ ସଂଗଠନ ମାନଙ୍କୁ ମଧ୍ୟ ଆଗେଇ ଆସିବା ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଭୁବନେଶ୍ୱରର ବସ୍ତିମାନଙ୍କରେ କୋଭିଡ ସଂକ୍ରମଣ ରୋକିବା ଉପରେ ଫୋକସ୍‌ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବସ୍ତି କମିଟି ଗୁଡିକ ଏ ଦିଗରେ ଭଲ କାମ କରୁଥିବାକୁ BMC ପକ୍ଷରୁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କଟକ ଜିଲ୍ଲାରେ କୋଭିଡ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ୯୨୫ ଅତିରିକ୍ତ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ, କୋଭିଡ କେୟାର ସେଣ୍ଟର କଟକ ଜିଲ୍ଲାରେ କାର୍ଯ୍ୟ କରୁଛି। ପୂଜା କମିଟି ଓ ସାହି କମିଟିର ସହଯୋଗରେ କଟକର ସାହି ବସ୍ତି ମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଉପରେ ଗୁରୁତ୍ୱ । କଟକ SCBରେ କୋଭିଡ-୧୯ ସଂପର୍କରେ ତାଲିମ ଓ ସୂଚନା ଦେବା ପାଇଁ ସୂଚନ କେନ୍ଦ୍ର ଖୁବ୍‌ଶୀଘ୍ର କାର୍ଯ୍ୟ କରିବ।

କଟକସ୍ଥିତ Molecular Genome Labର up-gradation କରାଯିବ। ଏହାଦ୍ୱାରା କୋଭିଡ-୧୯ ରୋଗୀମାନଙ୍କୁ ଫଳପ୍ରଦ ଚିକିତ୍ସା ଯୋଗାଇ ଦିଆଯାଇପାରିବ। ।  ଆଲୋଚନାରେ ଅଂଶଗ୍ରହଣ କରି ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ surveillance, home isolation ଆଦି ଉପରେ ଜୋର ଦେବା ସହ ଗୁଟ୍‌କାର ବ୍ୟବହାର କଡାକଡି ଭାବରେ ନିଷିଦ୍ଧ କରିବା ପାଇଁ ପରାମର୍ଶ ଦେଇଥିଲେ । ନଗର ଉନ୍ନୟନ, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କୋଭିଡ ଚିକିତ୍ସା ପାଇଁ Exclusive Covid Hospital, ଅଧିକ ଶଯ୍ୟା ଓ ICU ଉପରେ ଗୁରୁତ୍ୱ ଦେଇଥିଲେ। ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା କୋଭିଡ ସଚେତନତା ଅଭିଯାନରେ ଥିବା ବ୍ୟକ୍ତିମାନଙ୍କ Insurance coverage ଗୁରୁତ୍ୱ ଆରୋପ କରିଥିଲେ ।    ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ଲାଜ୍‌ମା ଥେରାପି ସଂପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ଏଥିପାଇଁ ଏକ protocolର ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲାରେ ଆଜି ୩ ଜଣ ଗୁରୁତର କୋଭିଡ ରୋଗୀଙ୍କୁ ପ୍ଲାଜ୍‌ମା ଥେରାପି ଦିଆଯିବା ବିଷୟରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ। ରାଜ୍ୟର ସବୁ ଜିଲ୍ଲାରେ ସୁସ୍ଥ ହୋଇଥିବା କୋଭିଡ ରୋଗୀଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ପାଇଁ ମାନସିକ ରୋଗ ଚିକିତ୍ସକଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଥିଲେ।

କଟକ SCBରେ outdoor patient ମାନଙ୍କ ସୁବିଧା ପାଇଁ ଅଧିକ ଅସ୍ଥୟୀ OPD ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ଖୋର୍ଦ୍ଧା ଓ କଟକ ଜିଲ୍ଲା ପାଇଁ ଥିବା ପର୍ଯ୍ୟବେକ୍ଷକ ମାନେ ଏବଂ ଜିଲ୍ଲାପାଳ ଦ୍ୱୟ ସେମାନଙ୍କ ଜିଲ୍ଲାର କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ।

ପୁରୀ ପରେ ଭୁବନେଶ୍ୱର ହେବ ଭିକାରୀ ମୁକ୍ତ: ଆତ୍ମନିର୍ଭରଶୀଳ ହେବେ ଭିକ୍ଷୁକ

ଭୁବନେଶ୍ୱର: ପୁରୀ ପରେ ଭୁବନେଶ୍ୱର ହେବ ଭିକାରୀ ମୁକ୍ତ । ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରୁଛନ୍ତି ପ୍ରକ୍ରିୟା । ନିରାଶ୍ରୟ ଭିକ୍ଷୁକ ପାଉଛନ୍ତି ଆଶ୍ରୟସ୍ଥଳ । ଭୋକିଲା ପେଟକୁ ମିଳୁଛି ଦାନା । ସ୍ୱାଭିମାନୀ ହୋଇ ବଞ୍ଚିବା ପାଇଁ ଆତ୍ମନିର୍ଭରଶୀଳ ହେଉଛି ଭିକ୍ଷୁକ ।

Cuttack Tops The List Of Beggars In Odisha | KalingaTV

ଆଲୋକ ନାଥ , ବୟସ ୬୫ ଟପିଲାଣି ।  ଜୀବନ ତମାମର ସମ୍ପତ୍ତି ଠୁଳ କରି ଘର କଲେ. ପିଲାଙ୍କୁ ଶିକ୍ଷିତ କରାଇ ରୋଜଗାରକ୍ଷମ ବି କରାଇଲେ ।  କିନ୍ତୁ ଜନ୍ମ କଲା ସନ୍ତାନ ପର କରିଦେଲା । ବାର୍ଦ୍ଧକ୍ୟ ଛୁଇଁଲା ବେଳକୁ ସେ ବେସହାରା ।  ମନ୍ଦିର ଅଗଣାରେ ବିତୁଥିଲା ଦିନ ଓ ରାତି । ଖାଇବାକୁ ଯାହା ମିଳିଳା ସେଥିରେ ସନ୍ତୁଷ୍ଟ ଥିଲେ ଆଲୋକ  । ଆଲୋକଙ୍କ ଭଳି ଶଶି ଦେଇଙ୍କ କାହାଣୀ ବି ଠିକ ସେହିପରି  ।

ପରିଣତ ବୟସରେ ନାତି ନାତୁଣୀଙ୍କ ସାଥିରେ ଦିନ ବିତାଇବାକୁ ସ୍ୱପ୍ନ ଦେଖିଥିଲେ  ।  ହେଲେ କିଏ ବା ଜାଣିଥିଲା ଦିନେ ଲିଙ୍ଗରାଜ ମନ୍ଦିର ବାହାରେ ଭିକ୍ଷାବୃତ୍ତି କରିବାକୁ ପଡ଼ିବ । ଘର କଥା କାହାକୁ ବା କହିବେ ସେ କଥା କହି ଆଖିରୁ ଲୁହ ବୋହିଯାଉଛି । କିନ୍ତୁ ସରକାରଙ୍କ ଭିକ୍ଷାରୀ ମୁକ୍ତ ଯୋଜନାରେ ବଞ୍ଚିବାର ନୂଆ ରାହା ପାଇଛନ୍ତି ଆଲୋକ ଓ ଶଶିଙ୍କ ଭଳି ଅନେକ ଭିକ୍ଷୁକ ।

ପୁରୀ ପରେ ଭୁବନେଶ୍ୱରକୁ ଭିକାରୀ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଭୁବନେଶ୍ୱର ଉପକଣ୍ଠରେ ଥିବା ଆଶ୍ୟ ମିଶନରେ ଥଇଥାନ କରାଯାଇଛି  । ଆଗକୁ ଯେପରି ଭିକ୍ଷାବୃତ୍ତି ନୁହେ ବରଂ ନିଜ ରୋଜଗାରରେ ଚଳିପାରିବେ ସେନେଇ ଦିଆଯାଉଛି ପ୍ରଶିକ୍ଷଣ  । ଧୂପକାଠି ଓ ଠୁଙ୍ଗା କରି ତିଆରି କରିବା ସହ ଆତ୍ମନିର୍ଭର ଶୀଳ ହେବାକୁ ପ୍ରୟାସ କରାଯାଉଛି  । ସରକାରଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ଏହାର ଦାୟିତ୍ୱ ନେଇଛି ।

 

ବନ୍ଦ ହେବାକୁ ଯାଉଛି ବାରିପଦାର ଏକମାତ୍ର ଭିନ୍ନକ୍ଷମ ବିଦ୍ୟାଳୟ

ବାରିପଦା: ଭିନ୍ନକ୍ଷମ ପିଲାଙ୍କୁ ନେଇ ବାରିପଦା ଲକ୍ଷ୍ମୀପୋଷି ଠାରେ ଆରମ୍ଭ ହୋଇଥିଲା ବିଦ୍ୟାଳୟ  । ହେଲେ ଏବେ ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଆସିଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  । ଆର୍ଥିକ ସଙ୍କଟ ଆଳ ଦେଖାଇ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅପରପକ୍ଷରେ ଏହାର ପୁନଃ ବିଚାର ପାଇଁ ଦାବି ହୋଇଛି  ।

ବାରିପଦା ଲକ୍ଷ୍ମୀପୋଷି ଠାରେ ସ୍ୱର୍ଗତ ପ୍ରଶାନ୍ତ ମହାନ୍ତି ୧୯୮୬ରେ ଏଠାରେ ଆରମ୍ଭ କରିଥିଲେ ଭିନ୍ନକ୍ଷମ ବିଦ୍ୟାଳୟ  । ୨୦୦୪ ମସିହାରେ ପ୍ରଶାସନର ଜରୁରୀକାଳୀନ ବିଭାଗ ଏହାର ଦାୟିତ୍ୱ ନେଇଥିବା ବେଳେ ପରେ ୨୦୧୬ରେ ସାମାଜିକ ସୁରକ୍ଷା ବିଭାଗ ଦାୟିତ୍ୱ ହାତକୁ ନେଇଥିଲେ ।

ହେଲେ ଏବେ ଏହା ବନ୍ଦ ହେବାକୁ ଯାଉଛି । ଆର୍ଥିକ ସଙ୍କଟ ଆଳ ଦେଖାଇ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଶାସନ ।ଅନ୍ୟପେଟ ୨୦୨୦-୨୧ ପାଇଁ ଛାତ୍ରଛାତ୍ରୀଙ୍କ ନାମ ଲେଖା ମଧ୍ୟ ବନ୍ଦ କରାଯିବା ନେଇ ନୋଟିସ୍ ଦିଆଯାଇଛି  । ଯାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ ।

ସ୍କୁଲରେ ମୋଟ ୫୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରିଆସୁଥିଲେ  । ଏବେ ହଠାତ୍ ସ୍କୁଲ ବନ୍ଦ ନିଷ୍ପତ୍ତି ଯୋଗୁ ଏମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି  । ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଥିବା ବେଳେ ପୁନଃ ବିଚାର ପାଇଁ ଦାବି ହୋଇଛି  ।.

ରାଉରକେଲା: ରାସନ ସାମଗ୍ରୀ ବଣ୍ଟନରେ ବ୍ୟାପକ ହେରଫେର ଅଭିଯୋଗ. ଏପରିକି  ହିତାଧିକାରୀଙ୍କ 3 ମାସର ସାମଗ୍ରୀ ହଡପ କରିବା ସହ ଟଙ୍କା ମଧ୍ୟ ଲୁଟିନେଇଥିବା ଅଭିଯୋଗ ହୋଇଛି. ଠକେଇର ଶିକାର ହୋଇଥିବା ବ୍ୟକ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଓ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିବା ପରେ ଆରମ୍ଭ ହୋଇଛି ତଦନ୍ତ ।

 

ସେପଟେ ସହରରେ 3 ହଜାରରୁ ଅଧିକ ଜାଲ ରାସନ କାର୍ଡ ଥିବା ମଧ୍ୟ ଅଭିଯୋଗ ହୋଇଛି । ଛେଣ୍ଡ କଲୋନୀର ମୀନତି ଦାସଙ୍କ ନିକଟରେ କାର୍ଡ ଅଛି ହେଲେ ସାମଗ୍ରୀ ଉଠାଇଛନ୍ତି ଆଉଜଣେ. ଏନେଇ ମୀନତିଙ୍କ ସ୍ବାମୀ ଅତିରିକ୍ତ ଜିଲ୍ଲାପାଳ ଓ ଯୋଗାଣ ବିଭାଗ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି. ଏପରିକି ତାଙ୍କ ପାଖରେ କାର୍ଡ ଥାଇ କିଏ ତାଙ୍କର ରାସନ ଉଠାଇଲା ତାର ତଦନ୍ତ ଦାବି କରିଛନ୍ତି ।

 

କେବଳ ସେତିକି ନୁହେଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୧ ହଜାର ଟଙ୍କା ବି କେହି ଉଠାଇ ନେଇଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଅନ୍ୟକେହି ସାମଗ୍ରୀ ଉଠାଇଥିବାକୁ ସ୍ୱୀକାର କରିଛନ୍ତି ଡିଲରଙ୍କ ସ୍ୱାମୀ । ସେ କହିଛନ୍ତି ଭୂଲ ବଶତଃ ଏପରି ହୋଇଛି, ତେବେ ମୀନତିଙ୍କୁ ତାଙ୍କର ବକେୟା ୩ ମାସର ରାସନ ଯୋଗାଇଦିଆଯିବ । ସେପଟେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଯୋଗାଣ ଅଧିକାରୀ । ଘଟଣାର ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

 

ରାସନ କାର୍ଡରେ ବ୍ୟାପକ ଜାଲିଆତି: ୩ ମାସର ରାସନ ଓ ଟଙ୍କା ଲୁଟ୍‌ ଅଭିଯୋଗ

ରାଉରକେଲା: ରାସନ ସାମଗ୍ରୀ ବଣ୍ଟନରେ ବ୍ୟାପକ ହେରଫେର ଅଭିଯୋଗ । ଏପରିକି  ହିତାଧିକାରୀଙ୍କ ୩ ମାସର ସାମଗ୍ରୀ ହଡପ କରିବା ସହ ଟଙ୍କା ମଧ୍ୟ ଲୁଟିନେଇଥିବା ଅଭିଯୋଗ ହୋଇଛି । ଠକେଇର ଶିକାର ହୋଇଥିବା ବ୍ୟକ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଓ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିବା ପରେ ଆରମ୍ଭ ହୋଇଛି ତଦନ୍ତ. ।

ସେପଟେ ସହରରେ ୩ ହଜାରରୁ ଅଧିକ ଜାଲ ରାସନ କାର୍ଡ ଥିବା ମଧ୍ୟ ଅଭିଯୋଗ ହୋଇଛି । ଛେଣ୍ଡ କଲୋନୀର ମୀନତି ଦାସଙ୍କ ନିକଟରେ କାର୍ଡ ଅଛି ହେଲେ ସାମଗ୍ରୀ ଉଠାଇଛନ୍ତି ଆଉଜଣେ । ଏନେଇ ମୀନତିଙ୍କ ସ୍ୱାମୀ ଅତିରିକ୍ତ ଜିଲ୍ଲାପାଳ ଓ ଯୋଗାଣ ବିଭାଗ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ପାଖରେ କାର୍ଡ ଥାଇ କିଏ ତାଙ୍କର ରାସନ ଉଠାଇଲା ତାର ତଦନ୍ତ ଦାବି କରିଛନ୍ତି ।

କେବଳ ସେତିକି ନୁହେଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୧ ହଜାର ଟଙ୍କା ବି କେହି ଉଠାଇ ନେଇଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଅନ୍ୟକେହି ସାମଗ୍ରୀ ଉଠାଇଥିବାକୁ  ସ୍ୱୀକାର କରିଛନ୍ତି ଡିଲରଙ୍କ ସ୍ୱାମୀ । ସେ କହିଛନ୍ତି ଭୂଲ ବଶତଃ ଏପରି ହୋଇଛି ।

ତେବେ ମୀନତିଙ୍କୁ ତାଙ୍କର ବକେୟା ୩ ମାସର ରାସନ ଯୋଗାଇଦିଆଯିବ । ସେପଟେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଯୋଗାଣ ଅଧିକାରୀ । ଘଟଣାର ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

 

ଲକ୍‌ଡାଉନ୍‌ରେ ଘରୁ ବାହାର କରିଦେଲେ ମାଲିକ: କଅଁଳା ଛୁଆକୁ ଧରି ଦିନ କାଟୁଛନ୍ତି ହାଟ ପିଣ୍ଡିରେ

ଅନୁଗୁଳ, (ସମରେଶ ନାଥ): ଲକ୍‌ଡାଉନ୍ ଛଡ଼ାଇନେଲା ରୋଜଗାର । ଅର୍ଥାଭାବରୁ ଦେଇପାରିଲେ ନି ଘର ଭଡ଼ା । ଫଳରେ ଘରୁ ତଡ଼ିଦେଲେ ଘରମାଲିକ  । ଆଉ ଏବେ ହାଟପିଣ୍ଡିରେ ମାଗିଜାଚି ଦୁଇ ଦିନର କଅଁଳା ଛୁଆକୁ ନେଇ ପଡ଼ିରହିଛନ୍ତି ଦମ୍ପତି । ଅନୁଗୁଳରେ ଦେଖିବା ମିଳିଛି ଏଭଳି ଦୁଃଖଦ ଚିତ୍ର  । ହାତରେ ଦୁଇ ଦିନର କଅଁଳା ଛୁଆ । ମୁଣ୍ଡରେ ଛାତ ନାହିଁ, ପେଟକୁ ଦାନା ନାହିଁ  ।

ଦୁଇ ଦିନ ହେଲା ହାଟ ପିଣ୍ଡିରେ ଦିନ କାଟୁଛନ୍ତି ପରିବାର  । ଅନୁଗୁଳରେ ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି  । ଲକଡାଉନ ଯୋଗୁ ରୋଜଗାର ହରାଇଥିଲେ ଅନୁଗୁଳର ବୃହସ୍ପତି ରାୟ  । ଖଟିଲେ ଚୂଲି ଜଳୁଥିଲା । ହେଲେ ଏବେ ରୋଜଗାରରେ ତାଲା ପଡିଥିବା ବେଳେ ଘର ଭଡା ଦେବାକୁ ବି ଅକ୍ଷମ  । ସେପଟେ ଗତ ଦୁଇ ଦିନ ପୂର୍ବରୁ ନବଜାତକୁ ଜନ୍ମ ଦେଇଥିଲେ ବୃହସ୍ପତିଙ୍କ ସ୍ତ୍ରୀ  ।

ଛୁଆକୁ ଧରି ଘରକୁ ଫେରିବା ପରେ କିନ୍ତୁ ଘରୁ ବାହାର କରିଦେଇଥିଲେ ଘର ମାଲିକ  । ସେପଟେ ଘରୁ କୌଣସି ଜିନିଷ ନେବାକୁ ମନା କରିଦେଇଥିଲେ ଘର ମାଲିକ  । ଫଳରେ ନଖାଇ ନପିଇ ଖରା,ବର୍ଷାରେ ପଡି ରହିଛନ୍ତି ଏହି ପରିବାର  । ମାଗିଜାଚି ଯାହା ମିଳୁଛି ସେଥିରେ ପଡିରହିଛନ୍ତି  ।  ଅନ୍ୟପେଟ ଏଭଳି ଘଟଣାକୁ ସ୍ଥାନୀୟ କିଛି ଲୋକ ନିନ୍ଦାକରିବା ସହିତ ପ୍ରଶାସନ ସହଯୋଗରେ ଖାଇବା ବନ୍ଦବସ୍ତ କରିଛନ୍ତି ।

କରୋନା କାଳରେ ଲୋକ ଯେଉଁଠି ରୋଜଗାର ହରାଇ ଖାଇବାକୁ ପାଉ ନାହାନ୍ତି ସେଇଠି ଏଭଳି ଏକ ଘଟଣା ନିନ୍ଦନୀୟ  । ପ୍ରଶାସନ ପକ୍ଷରୁ ଏ ପରିବାରକୁ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ  ।

ପ୍ରଲୋଭନ ଦେଖାଇ ଠକିଦେଲା କମ୍ପାନୀ: ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚେକ୍ ବାଉନ୍ସ

କୋଣାର୍କ, (ମାନସ ଖଣ୍ଡୁଆଳ): ଘରୋଇ କମ୍ପାନୀ ଜାଲରେ ପଡ଼ି ଠକାମୀର ଶିକାର ହୋଇଛନ୍ତି  ଚାଷୀ । ଧାନ ନେଇ କମ୍ପାନୀ ଛୁ । ଧାନ ବାବଦକୁ କମ୍ପାନୀ ଦେଇଥିବା ଚେକ୍‌ ବାଉନ୍ସ ହେବା ପରେ ଚାଷୀ ଏବେ ବାର ଦୁଆର ହେଉଛନ୍ତି । ପୁରୀ ଜିଲ୍ଲା ନିମାପଡ଼ା ଓ ଗୋପ ବ୍ଲକର ଚାଷୀ ଲକ୍ଷଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ଆର୍‌ଏସ୍‌ ବ୍ରଦର୍ସ ନାମକ କେରଳର ଏକ ଘରୋଇ କମ୍ପାନୀର ଜାଲରେ ଫସିଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ଓ ଗୋପ୍‌ ଅଞ୍ଚଳର ଚାଷୀ । ଜୈବିକ ପଦ୍ଧତିରେ କଳାବତୀ ଧାନ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରିଥିଲା କମ୍ପାନୀ । ଏକର ପିଛା ୧୫ ହଜାର ଟଙ୍କା ନେଇ ବିହନ ଏବଂ ଔଷଧ ଦେଇଥିଲା  । ଅମଳ ପରେ କମ୍ପାନୀ ଧାନ ନେଇଯାଇଛି  । କିନ୍ତୁ ଚାଷୀଙ୍କୁ ଦେଇଥିବା ଚେକ୍ ବାଉନ୍‌ସ ହୋଇଯାଇଛି  ।

କେବଳ ନିମାପଡ଼ା ଭୋଗସଳଦା ଗାଁର ୪୮ ଜଣ ଚାଷୀଙ୍କର ୪୦ ଲକ୍ଷରୁ ଅଧିକ ଟଙ୍କାର ଚେକ୍ ବାଉନ୍‌ସ ହୋଇଛି  । ହିସାବ କଲେ ଠକେଇର ଶିକାର ହୋଇଥିବା ଚାଷୀଙ୍କ ସଂଖ୍ୟା ଓ ଟଙ୍କା ଯଥେଷ୍ଟ ହେବ  । ଏନେଇ ଆମେ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ । ନିମାପଡ଼ା କୃଷି ଅଧିକାରୀ କହିଛନ୍ତି, ବିଧିବଦ୍ଧ ଅଭିଯୋଗ ଆସିଲେ ତଦନ୍ତ କରି ପଦକ୍ଷେପ ନିଆଯିବ  ।

କ୍ୱିଣ୍ଟାଲ ପିଛା ୬ ହଜାର ଟଙ୍କାରେ ଧାନ କିଣିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଥିବାରୁ ଚାଷୀ ଆଗ୍ରହର ସହ ଚାଷ କରିଥିଲେ ଓ କମ୍ପାନୀକୁ ଧାନ ଦେଇଥିଲେ । ଏବେ ଠକାମିର ଶିକାର ହୋଇଛନ୍ତି  ।

ଦିଲ୍ଲୀ ସରକାରଙ୍କ ନୂଆ ନିଷ୍ପତ୍ତି, ଘରେ ପହଞ୍ଚିବ ରାସନ୍

ଦିଲ୍ଲୀରେ ଲୋକଙ୍କ ଘରେ ସରକାର ରାସନ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଛନ୍ତି । ସାଧାରଣ ଲୋକେ ରାସନ ଦୋକାନରେ ଗହଳି କରୁଥିବା ହେତୁ ସରକାର ଏଭଳି କରିଛନ୍ତି । ଏଣିକି ରାସନ ବଣ୍ଟନ ପ୍ରକ୍ରିୟା ମାଧ୍ୟମରେ ରାସନ ପାଉଥିବା ଲୋକଙ୍କ ଘରେ ପହଞ୍ଚି ଏସବୁ ଯୋଗାଇ ଦିଆଯିବ । ଆଗାମୀ ୬ରୁ୭ ମାସ ମଧ୍ୟରେ ଦିଲ୍ଲୀ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବେ । ସାନିଟାଇଜ ପ୍ୟାକେଟରେ ସାଧାରଣ ଲୋକଙ୍କୁ ରାସନ ଯୋଗାଇ ଦିଆଯିବ ।

ତେବେ କେନ୍ଦ୍ର ସରକାରଙ୍କ ୱାନ୍ ନେସନ ୱାନ ରାସନ ଯୋଜନା ଓ ମୁଖ୍ୟମନ୍ତ୍ରୀ ଘର ଘର ରାସନ ଯୋଜନା ମଧ୍ୟ ସମାନ ଦିନରୁ ସାରା ଦିଲ୍ଲୀରେ ଲାଗୁ ହେବ । ତେବେ ଦିଲ୍ଲୀର ଲକ୍ଷାଧିକ ଗରିବ ଲୋକଙ୍କ କ୍ଷେତ୍ରରେ ଏଭଳି ଯୋଜନା ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ସାରା ଦେଶରେ ଗରିବ ଲୋକଙ୍କ ପାଖରେ ସରକାର ରାସନ ଯୋଗାଇବାର କାର୍ଯ୍ୟ କରୁଛି । ତେବେ କେନ୍ଦ୍ର ସରକାରଙ୍କ ୱାନ୍ ନେସନ୍ ଓ ୱାନ୍ ରାସନ୍ ମଧ୍ୟ ଏହି ଆଇନ ଅନ୍ତର୍ଗତ ଏକ ପଦକ୍ଷେପ ।

ସାଧାରଣ ଲୋକଙ୍କ ପାଖରେ ସହଜରେ ରାସନ ପହଞ୍ଚାଇବା ଉଦ୍ଦେଶ୍ୟର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଦିଲ୍ଲୀ ସରକାରଙ୍କର ଏଭଳି ଅଭିନୟ ପଦକ୍ଷେପ ପରେ ଗରିବ ଲୋକଙ୍କ ପାଖରେ ରାସନ ପହଞ୍ଚିବା ଅପେକ୍ଷାକୃତ ଭାବେ ସହଜ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଘର ପାଖରେ ରାସନ ପହଞ୍ଚାଇବା ପାଇଁ ସରକାର ନେଇଥିବା ଏହି ନିଷ୍ପତ୍ତି ବାଧ୍ୟତାମୂଳକ ନୁହେଁ । ଜଣେ ଚାହିଁଲେ, ପିଡିଏସ ଦୋକାନରୁ ଯାଇ ରାସନ୍ ଆଣିପାରିବେ ।

ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମଧ୍ୟ ପାଇବେ ମଧ୍ୟାହ୍ନ ଭୋଜନ

କେନ୍ଦୁଝର: ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । କେନ୍ଦୁଝର ଜିଲ୍ଲାରେ ୫୫ ପ୍ରତିଶତ ଜନସଂଖ୍ୟା ଅନୁସୂଚିତ ଜାତି ଓ ଜନଜାତି ବର୍ଗର । ତେବେ ସାଧାରଣତଃ ଦେଖାଯାଏ ଜିଲ୍ଲାରେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ୧୦୦ ପିଲା ମଧ୍ୟରୁ ୬୦ରୁ କମ ପିଲା ଦଶମ ଶ୍ରେଣୀ ପରେ ପାଠପଢା ଜାରି ରଖିଥାନ୍ତି ।

ଏହାକୁ ବେଶ ଉପଲବ୍ଧି କରି ରାଜ୍ୟ ସରକାର ଅଷ୍ଟମ ଶ୍ରେଣୀ ପରେ ଛାତ୍ରଛାତ୍ରୀ ଡ୍ରପ ଆଉଟକୁ ରୋକିବା ଆଉ କିଶୋରମାନଙ୍କର ପୁଷ୍ଟିକର ଆବଶ୍ୟକତାକୁ ଦୂର କରିବା ଏବଂ ଦଶମ ଶ୍ରେଣୀ ପରେ ଉଚ୍ଚ ଅଧ୍ୟୟନକୁ ପ୍ରୋତ୍ସାହନ ଦେବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ଡି ଏମ୍ ଏଫ ମାଧ୍ୟମରେ ଆଜି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ।

କେନ୍ଦୁଝର ଜିଲ୍ଲା ପ୍ରଶାସନର ଏହି  ଐତିହାସିକ ପଦକ୍ଷେପ ସମଗ୍ର ରାଜ୍ୟରେ ପ୍ରଥମ । କେନ୍ଦୁଝର ଜିଲ୍ଲାରେ ଡି ଏମ୍ ଏଫ ସୌଜନ୍ୟରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ାରେ ସାମିଲ ହେଲା ମଧ୍ୟାହ୍ନ ଭୋଜନ, ୟୁନିଫର୍ମ ପୋଷାକ ଓ ପୁସ୍ତକ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଡି ଏମ୍ ଏଫ ତରଫରୁ ବାର୍ଷିକ ୨୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଜିଲ୍ଲାରେ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ଫଳାଫଳ ପ୍ରଦର୍ଶନ କରିବେ ମାର୍କ ଅନୁଯାୟୀ ୧୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରିବ ଜିଲା ପ୍ରଶାସନ । ଏହାକୁ ନେଇ ଅଭିଭାବକ ମହଲରେ ଖୁସିର ଲହରୀ ଖେଳି ଯାଇଛି ।

https://www.facebook.com/NandighoshaTV/videos/617490862215261/