spot_img
Home Blog Page 6754

ଭୂତାଣୁ ଭୟ : ପଡ଼ି ରହିଛି କରୋନା ଯୋଦ୍ଧାଙ୍କ ଶବ ପାଖକୁ ଆସୁ ନାହାଁନ୍ତି ସ୍ତ୍ରୀ ପିଲା

ଗଞ୍ଜାମ:କରୋନା ଲୋକଙ୍କଠାରୁ ଲୋକଙ୍କୁ ଦୁରେଇ ଦେଉଛି । ସାମାଜିକ ସଂପର୍କକୁ ଛିନ୍ନଭିନ୍ନ କରିସାରିଲାଣି କରୋନା । କେଉଁଠି ଗାଁ ଲୋକ କରୋନା ସଂକ୍ରମିତଙ୍କ ମୃତଦେହକୁ ଶ୍ମଶାନରେ ସଂସ୍କାର ପାଇଁ ଅନୁମତି ଦେଉନାହାନ୍ତି ତ’ କେଉଁଠି ପରିବାର ଭୂତାଣୁ ଭୟରେ ନିଜ ଲୋକକୁ କରି ଦେଉଛି ପର । ସେହିଭଳି ଗୋଟିଏ ଦୁଃଖଦ ଖବର ଆସିଛି ଗଞ୍ଜାମ ଜିଲ୍ଲାରୁ ।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗରର ଘଟିଥିବା ଘଟଣା ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ । କରୋନା କେମିତି କେବଳ ଶରୀର ନୁହେଁ ପାରିବାରିକ ସଂପର୍କକୁ ମଧ୍ୟ ପ୍ରଭାବିତ କରୁଛି ତାହାର ତାଜା ଉଦାହରଣ ହେଉଛି ଜଣେ ପୋଲିସ କର୍ମଚାରୀଙ୍କ କଥା । ଏହି କର୍ମଚାରୀ ଜଣକ ଜୀବିତ ଥିବା ବେଳେ କରୋନା ଯୋଦ୍ଧା ସାଜି ସମାଜ ପାଇଁ କାମ କରୁଥିଲେ । ନିଜ ପରିବାର ପାଇଁ ଲଢୁଥିଲେ ଜୀବନ ସଂଗ୍ରାମ । କିନ୍ତୁ ଏବେ ମୃତ୍ୟୁ ପରେ ତାଙ୍କୁ ତାଙ୍କ ନିଜ ପରିବାର ହିଁ ପର କରିଦେଇଛି । କରୋନା ଭୂତାଣୁର ଭୟ ପତ୍ନୀ ଓ ପିଲାଙ୍କୁ ତାଙ୍କ ଶବ ଛୁଇଁବାକୁ ଡରାଇଛି । ଏବେ ତାଙ୍କ ଶବ ଅନ୍ତିମ ସଂସ୍କାର ଅପେକ୍ଷାରେ ଅଛି କିନ୍ତୁ ପରିବାର ଲୋକଙ୍କ ଦେଖା ନାହିଁ ।

ଅସୁସ୍ଥ ଥିବା ଏଏସଆଇ ରବୀନ୍ଦ୍ରନାଥ ବେହେରାଙ୍କ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ପୂର୍ବରୁ କୋଦଳା ଥାନାରେ କାର୍ଯ୍ୟ କରିଛନ୍ତି ଓ ବେଗୁନିଆପଡାରେ ରହି ଆସୁଥିଲେ । ତାଙ୍କର କାର୍ଯ୍ୟକାଳ ଭିତରେ  ଅଞ୍ଚଳରେ ଲୋକମାନଙ୍କ ସୁଖ ଦୁଃଖର ସାଥି ହୋଇ ସୁରକ୍ଷା ଦେଇ ଥିଲେ ସେ ।

https://www.facebook.com/NandighoshaTV/videos/638593427053098/

ଗତ ୪ ଦିନ ରବୀନ୍ଦ୍ରନାଥଙ୍କୁ କାଶ ଓ ଥଣ୍ଡାରେ ପୀଡିତ ଥିଲେ । ପରେ ସେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଯାଇଥିଲେ କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ସେ ସେଠାରେ ହିଁ ମୃତ୍ୟୁ ବରଣ କରିଛନ୍ତି । କିନ୍ତୁ କରୋନା ସନ୍ଦେହରେ ତାଙ୍କ ଶବକୁ କେହିକି ବି ଛୁଇଁନଥିବା ବେଳେ ଶବ ସଂସ୍କାର ମଧ୍ୟ କରାଯାଇ ପାରିନାହିଁ । ଏପରିକି ତାଙ୍କ ନିକଟରେ ଉପସ୍ଥିତ ଥିବା ତାଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ଶବକୁ ଛୁଉଁନାହାନ୍ତି । କୋଦଳା ମେଡିକାଲ ଠାରେ ତାଙ୍କ ଶବ ପଡିଥିବା ବେଳେ ଏଯାଏଁ ସେଠାରେ ଅନ୍ୟ କୌଣସି ପଦାଧିକାରୀ ମାନେ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ହୋଇନାହାନ୍ତି, ଏଣୁ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି  ।

ରବୀନ୍ଦ୍ର କରୋନା ପଜିଟିଭ୍ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ଭୂତାଣୁ ଭୟରେ,ସନ୍ଦେହରେ ପରିବାର ମଧ୍ୟ ତାଙ୍କୁ ପର କରିଦେଇଛି । ଏହାଠାରୁ ବଡ ଦୁଃଖଦ ଘଟଣା ହୁଏତ ଆଉ କିଛି ନଥାଇ ପାରେ ।

( ଗଞ୍ଜାମରୁ ଦେବହରି ବେହେରା )

ମାସ୍କ ବାଧ୍ୟତାମୂଳକ କରିବାରୁ ଏମିତି କଲେ ଏହି ବ୍ୟକ୍ତି, ଭାଇରାଲ ହେଲା ଫଟୋ

ଲଣ୍ଡନ: କରୋନା କାଳରେ ପୂରା ବିଶ୍ୱ ଭୟଭିତ । କେମିତ କରାଯିବ କରୋନା ମୁକାବିଲା ଏହାକୁ ନେଇ ଚିନ୍ତାରେ ଦେଶ ଗୁଡ଼ିକ । ଏଭଳି ସ୍ଥିତିରେ ଲଣ୍ଡନରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଶୁକ୍ରବାର ଦିନ, ଜଣେ ବ୍ୟକ୍ତି ମଧ୍ୟ ଲଣ୍ଡନରେ କିଣାବିକା ପାଇଁ ସବୁଠାରୁ ଲୋକପ୍ରିୟ ରାସ୍ତାରେ ଉଲଗ୍ନ ଅବସ୍ଥାରେ ବୁଲୁଥିବାର ଦେଖାଯାଇଥିଲା । ସେ କେବଳ ଗୋଟିଏ ମାସ୍କରେ ତାଙ୍କ ଯୌନାଙ୍ଗକୁ ଘୋରାଇ ଉଲଘ୍ନ ହୋଇ ରାସ୍ତାରେ ଚାଲୁଥିବାର ନଜର ଆସିଥିଲା । ସେହି ରାସ୍ତାରେ ଯାଉଥିବା ଲୋକେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ବ୍ୟକ୍ତି ଜଣକ ଅକ୍ସଫୋର୍ଡ ଷ୍ଟ୍ରିଟରେ ଚାଲୁଥିବାର ଦେଖାଯିବା ପରେ କିଛି ଲୋକ ଫୋନରେ ତାଙ୍କ ଫଟୋ ନେଇଥିଲେ । ଏହି ସମୟରେ, ଅନ୍ୟ ଲୋକମାନେ ତାଙ୍କ ଆଡକୁ ଚାହିଁ ଉପହାସ ମଧ୍ୟ କରିଥିଲେ ।  ଏହାସହ କିଛି ଲୋକେ ତାଙ୍କ ସମାଲୋଚନା ମଧ୍ୟ କରଥିଲେ ।

ଯଦିଓ ଏହା ସ୍ପଷ୍ଟ ହୋଇପାରି ନାହିଁ ଯେ, ବ୍ୟକ୍ତି ଜଣଙ୍କ ଏପରି ଆଚରଣ କାହିଁକି କରିଛନ୍ତି । ଏବଂ ଏହାର ପ୍ରକୃତ କାରଣ କ’ଣ  । ତେବେ  ଶୁକ୍ରବାର ଦିନ ଲଣ୍ଡନର ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା ଏବଂ ଷ୍ଟୋରରେ ମାସ୍କ ବିକ୍ରି ହେଉଥିବା ଦେଖାଯାଇଥିଲା।

ଜଳ ସଙ୍କଟକୁ ଏଡ଼ାଇବା ପାଇଁ ନୂଆ ପଦକ୍ଷେପ

ଭୁବନେଶ୍ୱର: ଆଗକୁ ହେବନି ଜଳ ସଙ୍କଟ । ଏନେଇ ସରକାରଙ୍କ ନୂଆ ପଦକ୍ଷପ ସମସ୍ତଙ୍କ ହିତରେ ଜାରି ହେବ । ଆଗକୁ କିଭଳି ଜଳ ସଙ୍କଟକୁ ଏଡ଼ାଇ ହେବ ସେନେଇ ସରକାରଙ୍କ ଏହି ପଦକ୍ଷପ ଏକ ନୂଆ ପ୍ରୟାସ ସାବ୍ୟସ୍ତ ହେବ । ଚଳିତ ବର୍ଷ ରାଜ୍ୟରେ ବର୍ଷାର ପରିମାଣ କମ ରହିଛି । ଏବଂ ନଦୀଗୁଡ଼ିକରେ ଜଳ ସ୍ତର ମଧ୍ୟ କମୁଛି । ତେଣୁ ସବୁ ପ୍ରକାର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଣ ସମ୍ପଦ ବିଭାଗ ଏକ ବଡ଼ ଘୋଷଣା କରିଛନ୍ତି ।

ଜଳ ସଂପଦ ବିଭାଗ ପକ୍ଷରୁ instream storage structure କରାଯିବ ନେଇ ଘୋଷଣା କରାଯାଇଛି । ଏଥିରେ କେହି ଲୋକ ବିସ୍ଥାପିତ ହେବନି କି ଜଙ୍ଗଲ ଜମି ବୁଡ଼ିବନାହିଁ । ଏହି ପ୍ରକଳ୍ପ ଦ୍ୱାରା ନଦୀ ଭିତରେ ହିଁ ଜଳ ସଂରକ୍ଷଣ କରିହେବ । ଯାହା ଭୂତଳ ଜଳକୁ ଉପରକୁ ଉଠାଇବାରେ ସହାୟକ ହେବ ।

ପ୍ରତି ନଦୀରେ ୫ରୁ ୧୦ କିଲୋମିଟର ବ୍ୟବଧାନରେ ଏହା କରାଗଲେ ଲାଭ ମିଳିବ । ଏଥିପାଇଁ ଆର୍ଥିକ ପ୍ରବଧାନ ବି ହୋଇଛି । ଏହା ଦ୍ୱାରା ଆଗକୁ ଯେଉଁ ଜଳ ସଂକଟ ଆଶଙ୍କା ଦେଖାଗଲେ, ତାକୁ ଏଡାଇ ଯାଇପାରିବ। ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।(ଭୁବନେଶ୍ୱରରୁ ପ୍ରିୟପ୍ରୀତମ ମହାନ୍ତି )

କରୋନା କବଳରେ ଶିବରାଜ,ଟ୍ୱିଟ୍ କରି ଦେଲେ ସୂଚନା

ମୂମ୍ବାଇ: କରୋନା କବଳରୁ କେହି ବି ବାଦ ପଡ଼ୁ ନାହାନ୍ତି । ଦେଶରେ ପୁଣି ଜଣେ ନେତାଙ୍କୁ କରୋନା । ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବ୍‌ରାଜ ସିଂହ ଚୌହାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

ସେ ନିଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, କିଛି ଦିନ ହେବ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖାଦେଇଥିଲା । ତେଣୁ ସେ କରୋନା ଟେଷ୍ଟ କରାଇଥିଲେ । ତେବେ ଟେଷ୍ଟ ପରେ ସେ ପଜିଟିଭ୍‌ ଥିବା ଜଣାପଡ଼ିଛି । ଯେଉଁମାନେ ତାଙ୍କ ସହ ସମ୍ପର୍କରେ ଥିଲେ ସେମାନଙ୍କୁ ତୁରନ୍ତ କରୋନା ଟେଷ୍ଟ କରେଇବା ପାଇଁ ସେ ଅନୁରୋଧ କରିଛନ୍ତି । ଆଉ ନିଜ ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତେ କରୋନା ଗାଇଡ୍‌ଲାଇନ୍‌ ମାନିବାକୁ ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଦିନ ସେ କରୋନା ସ୍ଥିତି ସମୀକ୍ଷା ପାଇଁ ବୈଠକ କରୁଥିଲେ । ହେଲେ ଆଗାମୀ ଦିନରେ ସେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବୈଠକ ଓ ଆଲୋଚନା କରିବେ ବୋଲି ଯୋଜନା କରୁଛନ୍ତି ।

ଟ୍ୱିଟରେ ସେ ଲେଖିଛନ୍ତି ଯେ, ମୁଁ କୋଭିଡ୍ -୧୯ର ସବୁ ଗାଇଡ୍ ଲାଇନ୍ ପାଳନ କରୁଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଜକୁ କ୍ୱାରେଣ୍ଟାଇନ୍ କରିବି । ମଧ୍ୟପ୍ରଦେଶର ଜନତାଙ୍କୁ ଅପିଲ ଯେ,ସେମାନେ ସାବଧାନତା ଅବଲମ୍ବନ କରନ୍ତୁ । ଟିକିଏ ଅସାବଧନତା କରୋନାକୁ ଆମନ୍ତ୍ରଣ କରେ । ମୁଁ କରୋନାରୁ ନିଜକୁ ରକ୍ଷା କରିବା ପାଇଁ ସବୁକିଛି କରିଥିଲେ । କିନ୍ତୁ ଅନେକ ଅନେକ ବିଶୟକୁ ନେଇ ଲୋକ ମୋତେ ସାକ୍ଷାତ କରିବାକୁ ଆସୁଥିଲେ ।

ନନ୍ଦିଘୋଷଟିଭି ପ୍ରଭାବ, ଚାଉଳରେ ପୋକ ସାଲୁବାଲୁ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ..

ସୁନ୍ଦରଗଡ଼: ନନ୍ଦିଘୋଷଟିଭିର ପ୍ରଭାବ । ଖବର ପ୍ରସାରଣ ପରେ ପୋକରା ଚାଉଳ ଦେଇଥିବା କଣ୍ଟ୍ରୋଲ ଡିଲରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠା । ରଉରକେଲା ପ୍ଲାଣ୍ଟ ସାଇଟ୍ କଣ୍ଟ୍ରୋଲ ଦୋକାନରେ ପୋକ ସାଲୁବାଲୁ ପିଡିଏସ୍‌ ଚାଉଳ ବଣ୍ଟନ କରାଯିବା ଘଟଣା । ପୋକରା ଚାଉଳ ବଣ୍ଟନ ନେଇ କଣ୍ଟ୍ରୋଲ ଡିଲରଙ୍କୁ ଦାୟୀ କରାଯାଇଛି । କଣ୍ଟ୍ରୋଲ ଡିଲର ଗୋଦାମରେ ପୋକ ଚାଉଳ ଗଛିତ ରଖି ଵଣ୍ଟନ କରିଥିଲେ ବୋଲି ଅଭିଯୋଗ ହୋଇଛି ।

POKA RICE

ଯୋଗାଣ ବିଭାଗ ମାର୍କେଟିଂ ଇନସପେକ୍ଟର ଘଟଣାର ତଦନ୍ତ କରି ଏହି ରିପୋର୍ଟ ଦେଇଥିବା ଜଣାପଡ଼ିଛି । ଜିଲ୍ଲା ଯୋଗାଣ ଅଧିକାରୀ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇଛି । ପୋକରା ଚାଉଳ ବଣ୍ଟନ କରିଥିବା କଣ୍ଟ୍ରୋଲ ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ରାଉରକେଲା ସହକାରୀ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ଏନେି ସୁଚନା ଦେଇଛନ୍ତି । ପୋକ ସାଲୁବାଲୁ ଚାଉଳ ବଣ୍ଟନ ହେଉଥିବା ନେଇ ଶୁକ୍ରବାର ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା ।

ହିତାଧିକାରୀ କଣ୍ଟ୍ରୋଲ ଦୋକାନରୁ ଚାଉଳ ଘରକୁ ନେଇ ଯିବା ପରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ପାଇଥିଲେ । ପରେ ଚାଉଳ ସବୁକୁ ଫେରସ୍ତ କରିବା ସହ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ତେବେ ସରକାର ଗରିବ ହିତାଧିକାରୀଙ୍କୁ ଉନ୍ନତମାନର ଚାଉଳ ଯୋଗାଇ ଦେଉଥିବାବେଳେ ପୋକରା ଚାଉଳ କଣ୍ଟ୍ରୋଲ ଦୋକାନକୁ କିପରି ଆସିଲା ସେନେଇ ତଦନ୍ତ କରିବାକୁ ଦାବି କରିଥିଲେ ।

ସେପଟେ ଅଭିଯୋଗ ପାଇବା ପରେ ରାଉରକେଲା ଯୋଗାଣ ବିଭାଗରେ ତତ୍ପରତା ଦେଖାଇଥିଲା । ମାର୍କେଟିଂ ଇନସପେକ୍ଟର ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ପ୍ଲାଜ୍‌ମା ଦାତାଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଲୋକଙ୍କ ସୁରକ୍ଷା ପାଇଁ ପ୍ଲାଜମା ଦାନ କରିଥିବା ଅଗ୍ନିଶମ ଓ ପୋଲିସ ବାହିନୀଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଟ୍ୱିଟ୍ ମାଧ୍ୟମରେ ନବୀନ ଧନ୍ୟବାଦ ଜଣାଇଛନ୍ତି । ଏମିତିକି ନିଜ ଟ୍ୱିଟ୍‌ ଆକାଉଣ୍ଟରେ ଜଣ ଜଣଙ୍କ ନାଁ ଲେଖି ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

CM TWEET

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ମାନବିକତା ଓ ସେବା ମନୋଭାବକୁ ନେଇ ଢ଼େର ପ୍ରଶଂସା କରିଛନ୍ତି । ଏହି ପ୍ଲାଜ୍‌ମା ଦାତା ସମସ୍ତଙ୍କ ପାଇଁ ଉଦାହରଣ ବୋଲି ସେ କହିଛନ୍ତି । ରାଜ୍ୟରେ ପ୍ଲାଜମା ଥେରପି ଚମତ୍କାର କରୁଛି । କରୋନା ରୋଗୀଙ୍କୁ ସୁସ୍ଥ କରିବା ପାଇଁ ପ୍ଲାଜ୍‌ମା ରାମବାଣ ସଦୃଶ କାମ କରୁଛି । ଡାକ୍ତର ଓ ରୋଗୀଙ୍କ ପାଇଁ ଆଶା ସଞ୍ଚାର କରିଛି ପ୍ଲାଜମା ଥେରାପି । ଏହି ଚିକିତ୍ସା ସମସ୍ତଙ୍କ ମନରେ ଆତ୍ମ ବିଶ୍ୱାସ ସୃଷ୍ଟି କରିଛି । ତେବେ ରାଜ୍ୟରେ ପ୍ଲାଜମା ଦାନକୁ ଉତ୍ସାହିତ କରିବାକୁ ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

ଶୁକ୍ରବାର ରାଜ୍ୟରେ ପ୍ଲାଜ୍‌ମା ଥେରାପିରେ ପ୍ରଥମ କରୋନା ଆକ୍ରନ୍ତ ସୁସ୍ଥ ହୋଇଛନ୍ତି । କଟକର ଆଶ୍ୱିନୀ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା । ଏମିତିକି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ପ୍ଲାଜ୍‌ମା ଥେରାପିରେ ଚିକିତ୍ସା କରାଯିବା ପରେ ୪୨ ବର୍ଷୀୟ ଏହି ମହିଳା ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ମାତ୍ର ୧୦ ଦିନରେ ହିଁ ସେ ସୁସ୍ଥ ହୋଇ ଘରକୁ ଫରିଛନ୍ତି ।