spot_img
Home Blog Page 6750

କରୋନା କାଳ ମଧ୍ୟରେ ନିଶ୍ୱାସ ପ୍ରଶ୍ୱାସ ଉପରେ ଦିଅନ୍ତୁ ଅଧିକ ଗୁରୁତ୍ୱ, ନହେଲେ ଭୋଗିବେ ଏମିତି !

ନୂଆଦିଲ୍ଲୀ: ସମୟ ସମୟରେ, ଆମେ ଆପଣଙ୍କୁ ଭଲ ଜିନିଷ ବିଷୟରେ କହିଥାଉ ଯାହା କରୋନା କାରଣରୁ ଆମ ଜୀବନରେ ଜାଗା ସୃଷ୍ଟି କରିଛି । ଏହା ସତ୍ୟ ଯେ ଆମ ଦେଶ ସାଧୁ ସନ୍ଥ ମାନଙ୍କର ଦେଶ ଏବଂ ଯୋଗ, ପ୍ରାଣାୟାମର ଅସ୍ତିତ୍ୱ କେବଳ ମନୁଷ୍ୟଠାରୁ ହିଁ ବିବେଚନା କରାଯାଏ । କିନ୍ତୁ ତଥାପି, ସମୟର ପରିବର୍ତ୍ତନରେ ଆମେ ଆମର ଐତିହ୍ୟକୁ ଭୁଲି ଯାଇଥାଉ । ଏହି କରୋନା ପୁଣିଥରେ ସେଗୁଡ଼ିକର ମହତ୍ତ୍ୱ ବୁଝାଇପାରିଛି । ଚାଲନ୍ତୁ କିଛି ସମାନ ଜିନିଷ ଏବଂ କୌଶଳ ବିଷୟରେ ଜାଣିବା…

ଦୀର୍ଘ ନିଶ୍ୱାସ ନେବା-

ଆଜିର ସମୟରେ ଲୋକମାନେ ସାଧାରଣତଃ ନିଶ୍ୱାସ ନେବା ଉପରେ ବେଶୀ ଧ୍ୟାନ ଦେଉଛନ୍ତି । ନିଶ୍ୱସା ନେବାର ପ୍ରକ୍ରିୟା କିପରି ସୁଧୁରିପାରିବ ଯାହାଦ୍ୱାରା ଅଧିକରୁ ଅଧିକ ଅମ୍ଲଜାନ ଶରୀର ଭିତରେ ପ୍ରବେଶ କରିବ । ଏହି ଅମ୍ଲଜାନ ଶରୀର ଭିତରେ ପଶି ରକ୍ତ ପ୍ରବାହରୁ ରେଗୁଲେଟ କରି ଦେହରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।

ମୁହଁ ବଦଳରେ ନାକ ଦ୍ୱାରା ନିଶ୍ୱାସ ନେବା-

ଆମେ ସମସ୍ତେ ନାକ ଦେଇ ନିଶ୍ୱାସ ନିଅନ୍ତି କିନ୍ତୁ ପ୍ରାୟତଃ ଲୋକମାନେ ଶୋଇବା ସମୟରେ ପାଟିରୁ ନିଶ୍ୱାସ ନେବା ଆରମ୍ଭ କରନ୍ତି । ଏଥିସହ କିଛି ଲୋକ ଦିନ ସମୟରେ ପାଟିରୁ ନିଶ୍ୱାସ ମଧ୍ୟ ନେଇଥା’ନ୍ତି | କିନ୍ତୁ ନାକ ଦେଇ ନିଶ୍ୱାସ ନେବା ପାଟିରୁ ନିଶ୍ୱାସ ନେବା ଅପେକ୍ଷା ଅଧିକ ଲାଭଦାୟକ ଅଟେ ।

ଏହା ଦ୍ୱାରା ନାକ ଦେଇ ନିଶ୍ୱାସ ନେବାବେଳେ ବାୟୁରେ ଥିବା ସୂକ୍ଷ୍ମ କଣିକା ଶ୍ୱାସକ୍ରିୟାରେ ପହଞ୍ଚେ ନାହିଁ । କାରଣ ନାକ ଭିତରେ ସୂକ୍ଷ୍ମ କେଶ ଏବଂ ତରଳ ପଦାର୍ଥ ଏହି ସୂକ୍ଷ୍ମ କଣିକାଗୁଡ଼ିକୁ ରୋକିବାରେ କାର୍ଯ୍ୟ କରିଥାଏ । ଏହି କଣିକାଗୁଡ଼ିକ ନାକର ଏହି କେଶରେ ଏବଂ ତରଳ ପଦାର୍ଥରେ ଅଟକି ଯାଆନ୍ତି । ଏହି କାରଣରୁ ସେମାନେ ଶରୀର ଭିତରକୁ ଯାଇପାରନ୍ତି ନାହିଁ ।

ନାକରେ ଶ୍ୱାସ ନେବାର ଉପକାର-

ଯେଉଁ ଲୋକମାନେ ସବୁବେଳେ ଅର୍ଥାତ୍ ଜାଗ୍ରତ ଏବଂ ଶୋଇବା ସମୟ ନାକ ଦେଇ ନିଶ୍ୱାସ ନିଅନ୍ତି, ଏହିପରି ଲୋକମାନେ ଆଜ୍‌ମା, ସ୍ନୋରିଙ୍ଗ ଭଳି ସମସ୍ୟାକୁ ଏଡାଇବାରେ ସମର୍ଥ ହୁଅନ୍ତି ।

ନାକରେ ଶ୍ୱାସକ୍ରିୟା ଦ୍ୱାରା, ପାଗ ପରିବର୍ତ୍ତନ ହେତୁ ହେଉଥିବାଅନେକ ପ୍ରକାରର ଆଲର୍ଜିରୁ ନିଜକୁ ସୁରକ୍ଷିତ ରଖିପାରିବା । ମସ୍ତିଷ୍କ ଏବଂ ଶରୀରରେ ଅମ୍ଳଜାନର ସ୍ତର ସଠିକ୍ ରହିଥାଏ । ଏହା ଚାପ ସ୍ତରକୁ କମ୍ ରଖେ । ଏକାଗ୍ରତା ବଜାୟ ରଖିବାରେ ସାହାଯ୍ୟ କରେ ।

ମୁହଁରେ ନିଶ୍ୱାସ ନେବାର କ୍ଷତି-

ପାଟିରୁ ନିଶ୍ୱାସ ନେବା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ପ୍ରଥମ ଏବଂ ସବୁଠାରୁ ବଡ ସମସ୍ୟା ହେଉଛି ଅଧିକାଂଶ ଲୋକ ଯେଉଁମାନେ ପାଟିରୁ ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି, ସେମାନଙ୍କୁ ଘୁଙ୍ଗୁଡ଼ି ମାରିବାର ସମସ୍ୟା ଦେଖାଦେଇଥାଏ ।

ପାଟିରେ ନିଶ୍ୱାସ ନେବା ପରେ ଛାତିରେ ଗଭୀର ଯନ୍ତ୍ରଣା ହେବା, ଟାଣ ଏବଂ ମାନସିକ ଥକ୍କା ଅନୁଭବ ହେବା ଭଳି ସମସ୍ୟା ଦେଖାଦେଇଥାଏ । ଯେଉଁ ଲୋକମାନେ ପାଟିରୁ ନିଶ୍ୱାସ ନିଅନ୍ତି ସେମାନେ ପ୍ରାୟତଃ ପାଟିରେ ଶୁଷ୍କତା, ଅଧିକ ଓଠ ଫାଟିଯିବା ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

ଯୋଗର ନିକଟତର ହେବା

ଯୋଗ ଗୁରୁ ବାବା ରାମଦେବ ତଥା ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଚେଷ୍ଟାରେ ଆମେ ସମସ୍ତେ ଯୋଗକୁ ଆମର ନିକଟତର କରିବାର ମହତ୍ କାର୍ଯ୍ୟ କରିଛେ । ଏହି କରୋନା କାଳ ମଧ୍ୟରେ ଲୋକମାନେ ଅଧିକରୁ ଅଧିକ ଯୋଗ କରିବାକୁ ଗୁରୁତ୍ୱ ଦେଇଛନ୍ତି ।

ଧୂମପାନରୁ ଦୂରରେ ରୁହନ୍ତୁ-

କିଛି ଦିନ ପୂର୍ବରୁ ଆମେ ଆପଣଙ୍କୁ ବ୍ରିଟେନର ଆକଳନ ବିଷୟରେ କହିଥିଲୁ, ଯାହା ଅନୁଯାୟୀ ଗତ ୪ ମାସ ମଧ୍ୟରେ ୧ ମିଲିୟନରୁ ଅଧିକ ଲୋକ ଧୂମପାନ ବନ୍ଦ କରି ଦେଇଛନ୍ତି । ଏମାନେ ସର୍ବାଧିକ ସଂଖ୍ୟକ ଲୋକ, ଯେଉଁମାନେ କରୋନା କାରଣରୁ ସଂପୂର୍ଣ୍ଣ ଧୂମପାନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।

 

ପୁଣି ନିଷ୍କ୍ରିୟ ହେଲା ମୌସୁମୀ: ଆଗାମୀ ୨ରୁ ୩ ଦିନ ଶୁଖିଲା ରହିବ ପାଗ

ଭୁବନେଶ୍ୱର: ପୁଣି ନିଷ୍କିୟ ହେଲା ମୈସୁମୀ । ଆଗାମୀ ଦୁଇରୁ ତିନି ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ଆସନ୍ତା ୨୮ ତାରିଖ ରେ ରାଜ୍ୟର କିଛି ଅଞ୍ଚଳରେ ଭଲ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ସୁନ୍ଦରଗଡ, ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି । ଜୁନ ପହିଲାରୁ ଏବେ ଯାଏଁ ରାଜ୍ୟରେ ୪୫୫.୫ ମିଲିମିଟର ବର୍ଷା ହୋଇଛି । ପାଣିପାଗର ଆକଳନ ଅନୁସାରେ ୪୮୬.୭ ମିଲିମିଟର ବର୍ଷା ହେବା ଜାଗାରେ ୪୫୫ .୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡାରେ ୪୦ ପ୍ରତିଶତରୁ ମଧ୍ୟ କମ୍ ବର୍ଷା ହୋଇଛି ।

କରୋନାରେ ମୃତକଙ୍କ ଶବ ସତ୍କାର ନେଇ ଗାଇଡଲାଇନ୍‌: ମୃତଦେହକୁ ଦେଖିପାରିବେ ସମ୍ପର୍କୀୟ

ଚାକିରି କରେଇଦେବାକୁ କହି ଠକେଇ: ବନ୍ଧା ହେଲେ ୨ ନର୍ସ

ଭୁବନେଶ୍ୱର: ରାଜଧାନୀରେ ନର୍ସ ୪୨୦ । ଚାକିରି ନାଁ ଚାଲିଥିଲା ଠକେଇ । ଲକ୍‌ଡାଉନ୍ କଟକଣା ମଧ୍ୟରେ ଜୀବନ ଜୀବିକା ବହୁମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ଏବେ ପୁଣି ମୁଣ୍ଡ ଟେକିଛି ଠକେଇ । ଏମ୍ସରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ । ଠକେଇ ଉଦ୍ଯମ ବେଳେ ଦୁଇ ମହିଳା ନର୍ସକୁ ରେଡ୍ ହ୍ଯାଣ୍ଡ ଧରିଛି ପୋଲିସ । ଦୁଇ ଜଣଙ୍କୁ ଅଟକ ରଖିଲା ଏୟାରଫିଲ୍ଡ ଥାନା ପୋଲିସ ।

ଦୁଇଜଣ  ନର୍ସ ଘରୋଇ ହସପିଟାଲରେ ଷ୍ଟାଫ ନର୍ସ ଚାକିରି କରନ୍ତି । ଚାକିରି ପାଇଁ ୨ ଲକ୍ଷ ଦେବାକୁ କହିଥିଲେ । ଗତ ୨୪ ତାରିଖରେ ୧ଲକ୍ଷ ୫୦ ହଜାର ନେଇଥାନ୍ତେ । କିନ୍ତୁ ଅଧା ଟଙ୍କା ଦେଇଥିବା ବେଳେ ଆଜି ଆଉ ବାକି ଟଙ୍କା ନେବାକୁ ଆସିଥିଲେ । ଏଥିପାଇଁ କୋଳଥିଆରେ ଟଙ୍କା ନେବାକୁ ଡାକିଥିଲେ ଦୁଇ ଜଣନର୍ସ । ଏ ନେଇ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ନିଜ ହେପାଜତକୁ ନେଇଛି ।

ଯାଜପୁରରେ କଟକଣା କଡ଼ାକଡ଼ି: ଜନଶୂନ୍ୟ ପ୍ରାୟ ରାସ୍ତାଘାଟ

ଯାଜପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟ ୩ ଜିଲ୍ଲା ସମେତ ଯାଜପୁର ଜିଲ୍ଲାରେ ମଧ୍ୟ ୧୪ ଦିନିଆ ଲକଡାଉନ୍ କଟକଣା ଜାରି ରହିଛି। ତେବେ ଯାଜପୁର ଜିଲ୍ଲାରେ ଏହି ଲକଡାଉନ କଟକଣାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ସମସ୍ତ ୧୦ଟି ବ୍ଲକ୍ ଓ ୨ଟି ପୌରାଞ୍ଚଳ ସମେତ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏହି ଲକଡାଉନ୍ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏସବୁ ଅଞ୍ଚଳରେ ପନିପରିବା, ଗ୍ରୋସରୀ ଓ ଔଷଧ ଦୋକାନ ସକାଳ ୬ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହୁଛି । ଅନ୍ୟ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଛି ।

ସେହିପରି ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଗାଡ଼ି, ଶିଳ୍ପାନୁଷ୍ଠାନରେ ନିୟୋଜିତ ଗାଡ଼ି ଓ ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ ଯାନବାହାନକୁ ଛାଡିଦେଲେ ଅନ୍ୟ ସମସ୍ତ ପ୍ରକାର ଗାଡି ଚଳାଚଳ ବନ୍ଦ ରହିଛି। ବିଭିନ୍ନ ଛକ ବଜାର ମାନଙ୍କରେ ପୋଲିସ୍ ମୁତୟନ ହୋଇଥିବା ବେଳେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ରାସ୍ତାଘାଟ ସବୁ ଶୂନଶାନ ହୋଇଯାଇଛି। ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ମୋଟ ୧୦୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେଥିମଧ୍ୟରୁ ୯୨୩ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଜିଲ୍ଲାରେ ୧୬୩ ଟି ଆକ୍ଟିଭ କେସ ରହିଛି।

ଆଜିଠାରୁ ସମ୍ୱଲପୁରରେ ଦୁଇ ଦିନିଆ ସଟ୍‌ଡାଉନ୍

ସମ୍ୱଲପୁର: ଉପାନ୍ତରୁ ଉପକୂଳ, ସୁବଠି କରୋନା ସଂକ୍ରମଣ ରୋକିବାକୁ ବ୍ୟାପକ ପଦକ୍ଷେପ । ଆଜିଠାରୁ ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟାୟ ସଟଡାଉନ୍ । ସଂକ୍ରମଣ ରୋକିବା ପାଇଁ ଗତକାଲି ପ୍ରଥମ ପର୍ଯ୍ୟାୟ ସଟଡାଉନ ସରିବା ପରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟରେ କିନ୍ତୁ କୋହଳ ରହିବ ନିୟମ । ସକାକୁ ଗୋଟାଏ ପର୍ଯ୍ୟନ୍ତ ପରିବା ଦୋକନ ଓ ଗ୍ରୋସରୀ ଦୋକାନ୍ ଖୋଲାରହିବ ।

ସେପଟେ ଗତକାଲିଠାରୁ ଜୟପୁର ସହରରେ ୪ ଦିନ ପାଇଁ ପଡିଛି ତାଲା । ୨୮ ତାରିଖ ଯାଏଁ ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ । ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ କହିଛି ପ୍ରଶାସନ । ତେବ ସଟଡାଉନ୍ ସମୟରେ  ସମସ୍ତଙ୍କ ଘର ଘର ବୁଲି ସ୍ୱାସ୍ଥ୍ୟ ଟିମ୍‌ ସର୍ଭେ କରିବ । ଲକ୍ଷଣ ଥିବା ବ୍ୟକ୍ତିଙ୍କ ସ୍ୱାବ୍ ପରୀକ୍ଷା କରାଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ । ସେହିପରି କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କଳାହାଣ୍ଡିରେ କଡ଼ା କଟକଣା । ଜିଲ୍ଲାକୁ ଦୁଇଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଶନିବାର ଓ ରବିବାର ଦୁଇଦିନ ଧରି ଜିଲ୍ଲା ସଟଡାଉନ ରହିଛି ।

 

ଦେଶବ୍ୟାପୀ ‘ଲୋକତନ୍ତ୍ର ବଞ୍ଚାଅ’ ଆନ୍ଦୋଳନ କରିବ କଂଗ୍ରେସ

ଜୟପୁର: ରାଜସ୍ଥାନ ରାଜନୈତିକ ନାଟକ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସଚିନ ପାଇଲଟଙ୍କ ବିଦ୍ରୋହ କାରଣରୁ ରାଜସ୍ଥାନରେ କ୍ଷମତା ସଂକଟରେ ଫସିଥିବା କଂଗ୍ରେସ ବିକ୍ଷୋଭ ଚେତାବନୀ ଦେଇଛି । ସୋମବାର ଠାରୁ ବିଜେପି ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ । ବିଜେପି ଜାଣିଶୁଣି ଏପରି କରୁଥିବା ଅଭିଯୋଗ କରି କଂଗ୍ରେସ ଲୋକତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ଦାବିରେ ବିକ୍ଷେଭ କରିବ ।

Pilot Vs Gehlot: After SC Clears Way, All Eyes on Rajasthan High ...

ଏହି ରାଜନୈତିକ ଲଢେଇ ଏବେ ସୁପ୍ରିମକୋର୍ଟରେ ଅଛି । ସୋମବାର ଏନେଇ ଚୂଡ଼ାନ୍ତ ରାୟ ଶୁଣାଇବେ ସର୍ବୋଚ୍ଚ ଅଦାଲତ । ଏପଟେ ସରକାର ଭାଙ୍ଗିବା ଭୟରେ କଂଗ୍ରେସ ବାରମ୍ବାର ବିଧାନସଭା ଅଧିବେଶନ କରିବାକୁ ଚାହୁଁଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ରାଜ୍ୟପାଳ କଲରାଜ ମିଶ୍ରଙ୍କ ମଧ୍ୟରେ ଏନେଇ ତୁତୁ ମେମେ ଜାରି ରହିଛି । ୩୧ ତାରିଖ ସୁଦ୍ଧା ବିଧାନସଭା କରିବା ଦାବି କରି ଚାପ ପକାଇବାକୁ ରାଜଭବନ ଆଗରେ ଧାରଣା ଦେଇଥିଲେ ଗେହେଲଟ ସମର୍ଥକ ।

File photo of Rajasthan Governor Kalraj Mishra with CM Ashok Gehlot (right) | ANI

ତେବେ କାହା ଉପରେ ଚାପ ପକାଯାଇ ରାଜନୈତିକ ସ୍ୱାର୍ଥ ହାସଲ କରି ହୁଏ ନାହିଁ ବୋଲି କହିଛନ୍ତି ରାଜ୍ୟପାଳ କଲରାଜ ମିଶ୍ର । ସେପେଟେ ସରକାର ବଞ୍ଚାଇବାକୁ ମୁଖ୍ୟମନ୍ତ୍ର ଅଶୋକ ଗେହେଲଟ ମନ୍ତ୍ରୀ ପରିଷଦ ବୈଠକ ଡାକିଥିଲେ । ଏଥିରେ ପାଇଲଟ ଟିମକୁ ଫେଲ କରିବାକୁ ଆଲୋଚନା ହୋଇଥିଲା । ଦରକାର ପଡିଲେ ରାଷ୍ଟ୍ରପତିଙ୍କ ପାଖକୁ ଯିବେ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି ।

ଆଜି କାର୍ଗିଲ ବିଜୟ ଦିବସକୁ ପୁରିଲା ୨୧ ବର୍ଷ: ବଳିଦାନ ଦେଇଥିବା ଯବାନଙ୍କୁ ମନେ ପକାଇ ଦେଶ ଗର୍ବିତ

ନୂଆଦିଲ୍ଲୀ: ଯୁଦ୍ଧର ନାଁ ଶୁଣିଲେ ଆଗ ଭାରତୀୟଙ୍କ ମନକୁ କାର୍ଗିଲ କଥା ଆସେ । ଟାଇଗର ହିଲକୁ କେମିତି ଦେଶର ବୀର ଯବାନ ଅକ୍ତିଆର କରିଥିଲେ ମନରେ ଉଙ୍କି ମାରେ । କାର୍ଗିଲର ଦୃଶ୍ୟ ମନରେ ଭାବିଲେ ରୁମ ଟାଙ୍କୁରି ଉଠେ । ୬୦ ଦିନର ଭୋକିଲା ଓ ଶୋଷିଲା ଶୀତରେ ମଧ୍ୟ ଥଣ୍ଡା ପଡ଼ିନଥିଲା ଦେଶର ବୀର ଯବାନଙ୍କ ରକ୍ତ । କାରଣ ସେ ସମୟ ହିଁ ଥିଲା କିଛି ସେମିତି । ୧୯୪୭ରେ ଆମ ଦେଶ ଭାରତ ସ୍ୱାଧୀନ ହୋଇଥିଲା । ଏହା ପରେ ଭାରତ ଏବଂ ପାକିସ୍ତାନ ଦୁଇଟି ପୃଥକ ଦେଶ ଭାବେ ପରିଚିତ ହୋଇଥିଲେ । କିନ୍ତୁ ଏହାପରେ ପାକିସ୍ତାନ ତାର ଅସଲ ରୂପ ଦେଖାଇବା ଆରମ୍ଭ କରିଥିଲା । ଭାରତର ଭୂସ୍ୱର୍ଗ କାଶ୍ମୀରକୁ ଅକ୍ତିଆର କରିବା ପାଇଁ ଉଲଂଙ୍ଘନ କରୁଥିଲା ଗୋଟିଏ ପରେ ଗୋଟିଏ ସୀମା । ଜୁଲାଇ ୧୯୯୯ ମସିହାରେ ପାକିସ୍ତାନର କେତେକ ଅନୁପ୍ରବେଶକାରୀ ଭାରତର କାର୍ଗିଲ ଜିଲ୍ଲା ଅକ୍ତିଆର କରିବାପାଇଁ ଆସ୍ଥାନ ଜମାଇଥିଲା । ତାପରେ ଆରମ୍ଭ ହୋଇଥିଲା କାର୍ଗିଲ ଯୁଦ୍ଧ ।

 

କାର୍ଗିଲ ଯୁଦ୍ଧକୁ ଆଜି ୨୧ ବର୍ଷ ପୁରିଛି । ୧୯୯୯ ରେ, ୨୬ ଜୁଲାଇ ଦିନ ଥିଲା ଯେତେବେଳେ ଭାରତୀୟ ସୈନିକମାନେ ପାକିସ୍ତାନୀ ସୈନ୍ୟମାନଙ୍କୁ ଘଉଡାଇ କାର୍ଗିଲ ପାହାଡରେ ତ୍ରିରଙ୍ଗା ଉଡ଼ାଇଥିଲେ । ଅମର ଯବାନମାନେ ସେମାନଙ୍କର ଅଦମ୍ୟ ସାହସ ଦେଖାଇଲେ ଏବଂ ଯୁଦ୍ଧ କରୁଥିବା ସମୟରେ ଶତ୍ରୁକୁ ସୀମାରୁ ବାହାରିଯିବାକୁ ବାଧ୍ୟ କରିଥିଲେ ।

ଅସୁବିଧା ଅନେକ ଥିଲା, କିନ୍ତୁ ଆମର ସୌନିକମାନେ ଦୃଢ଼ ଭାବରେ ଠିଆ ହୋଇଥିଲେ କଠିନ ପରିସ୍ଥିତିରେ । ପାକ୍ ସୈନିକମାନେ ଉଚ୍ଚ ପାହାଡ଼ ଉପରେ ବସି କାରଗିଲକୁ ଅକ୍ତିଆର କରିବା ପାଇଁ ବେସ୍ କ୍ୟାମ୍ପ ତିଆରି କରୁଥିଲେ । ଏକଥା ଭାରତ କେମିତି ବା ସହିଥାନ୍ତା । ସେଥିପାଇଁ ଭାରତୀୟ ସୈନିକମାନେ ହାର ମାନିନଥିଲେ । ଦୁଇମାସ ଧରି ଭାରତୀୟ ସୈନିକମାନେ ଭୋକ ଶୋଷର ଶୀତରେ ପାଗର ଅସୁବିଧାର ସମ୍ମୁଖୀନ କରିଥିଲେ । କାର୍ଗିଲର ଉଚ୍ଚ ପାହାଡ଼ରେ ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ପାକ୍ ସୈନିକମାନେ ଶେଷରେ ଭାରତୀୟ ସେନାର ପରାକାଷ୍ଠା ଆଗରେ ସମର୍ପଣ କରିଥିଲେ । ଭାରତୀୟ ସେନା ଏବଂ ବାୟୁସେନା ମଧ୍ୟ ପାକ୍ ପୋଷ୍ଟ ଉପରେ ଅତ୍ୟଧିକ ଆକ୍ରମଣ କରିଥିଲେ ।

କିନ୍ତୁ ଏହି ଯୁଦ୍ଧରେ ବିଜୟ ପାଇଁ ଆମକୁ ମଧ୍ୟ ମୂଲ୍ୟ ଦେବାକୁ ପଡ଼ିଲା । କାର୍ଗିଲରେ ଭାରତର ୫୨୭ ସାହସୀ ସୈନିକଙ୍କୁ ସବୁଦିନ ପାଇଁ ହରାଇଥିଲୁ । ୨୧ ବର୍ଷ ପରେ ମଧ୍ୟ ଦେଶ ସେନାର ଏହି ବୀରପୁତ୍ରମାନଙ୍କ ବଳିଦାନକୁ ଭୁଲି ନାହିଁ । କାର୍ଗିଲ ବିଜୟ ଦିବସ ଅବସରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦମାନଙ୍କୁ ସ୍ମରଣ କରିବା ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।

କ୍ୱାରେଣ୍ଟାଇନ୍ ପ୍ରୋତ୍ସାହନ ରାଶି ହଡ଼ପ ଅଭିଯୋଗ

ବାସୁଦେବାପୁର: ପ୍ରବାସୀଙ୍କ କ୍ୱାରେଣ୍ଟାଇନ୍ ପ୍ରୋତ୍ସାହନ ଟଙ୍କା ହଡ଼ପ ଅଭିଯୋଗ । ବାସୁଦେବ ବ୍ଲକର ଶାଶୁଭୂଆଶୁଣୀ ପଞ୍ଚାୟତରୁ ଆସିଛି ଅଭିଯୋଗ  । ଏଠାରେ ପ୍ରବାସୀଙ୍କ କ୍ୱାରେଣ୍ଟାଇନ୍ ପାଇଁ ସରକାରଙ୍କ ପକ୍ଷରୁ ଆସିଥିବା ଦୁଇ ହଜାର ଟଙ୍କାରୁ ମାତ୍ର ୧୯ ଟଙ୍କା ମିଳୁଛି  । ଏନେଇ  ଅଭିଯୋଗ କରିବାରୁ ପ୍ରବାସୀଙ୍କୁ ଧମକ ଚମକ ଦେଉଛନ୍ତି ପିଇଓଙ୍କ ସ୍ୱାମୀ । ଗାଇଡଲାଇନ୍ ପାଇଁ ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧକାରୀ ଏହି ଟଙ୍କା କାଟୁଥିବା କହିଛନ୍ତି  । ଏହି ଟଙ୍କାରେ କ୍ୱାରେଣ୍ଟାଇନ୍ ସେଣ୍ଟର ଗୁଡିକରେ ପ୍ରବାସୀ ଭାଙ୍ଗିଥିବା ଚେୟାର, ଟେବୁଲ ସଜଡ଼ାଯିବ ବୋଲି ମଧ୍ୟ ଉତ୍ତର ରଖିଛନ୍ତି । ଯାହାକୁ ନେଇ ପ୍ରବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି  । ସେପଟେ ବିଡିଓ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି  । ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ସଫଳତାର ସହ କ୍ୱାରେଣ୍ଟାଇନ୍ ପୂରା କରିଥିବା ଅନ୍ତେବାସୀଙ୍କୁ ୨ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇଦେବାକୁ ଘୋଷଣା କରିଥିଲେ ।

ଶକୁନ୍ତଳା ଦେବୀଙ୍କ ଚରିତ୍ର ପାଇଁ ବଇଁଶୀ ବଜାଇବା ଶିଖିଥିଲେ ବିଦ୍ୟା, ଜାଣନ୍ତୁ କେବେ ରିଲିଜ ହେଉଛି ଫିଲ୍ମ

ନୂଆଦିଲ୍ଲୀ: ବିଦ୍ୟା ବାଲନ୍ ହେଉଛନ୍ତି ଏମିତି ଜଣେ ଅଭିନେତ୍ରୀ ଯିଏ ନିଜ ଅଭିନୟକୁ ବିନା ଚେଷ୍ଟାରେ ଏବଂ ସୁନ୍ଦର ଭାବରେ ପରଦାରେ ରଖନ୍ତି ଏବଂ ତାଙ୍କ ପ୍ରତ୍ୟେକ ଅଭିନୟ ସହିତ ଆମେ କେବଳ ବିଦ୍ୟା ନୁହେଁ ବରଂ ସେ ଅଭିନୟ କରୁଥିବା ଚରିତ୍ର ଦ୍ୱାରା ମଧ୍ୟ ପ୍ରେମରେ ପଡିଥାଉ । ପରିନୀତାରେ ଲୋଲିତା ଚରିତ୍ରାରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବା ଠାରୁ ଆରମ୍ଭ କରି କାହାନୀରେ ବିଦ୍ୟା, ଡର୍ଟି ପିକଚରେ ସିଲ୍କ୍ ସ୍ମିତା ଏବଂ ଉତ୍ସାହୀ ସୁଲୁ ଚରିତ୍ରରେ ପ୍ରତ୍ୟେକ ଥର ପରଦାରେ ଆସିବା ପରେ ନିଜର ଯାଦୁ ବିସ୍ତାର କରିଥିଲେ । ବିଦ୍ୟା ତାଙ୍କ ଚରିତ୍ରକୁ ଏତେ ସୁନ୍ଦର ଭାବରେ ଚିତ୍ତିତ କରନ୍ତି ଯେ, କେବଳ ପରଦାରେ ଜୀବନ୍ତ ନୁହଁନ୍ତି, ବରଂ ବାସ୍ତବରେ ଚରିତ୍ରଟିକୁ ଜାବନ୍ତ କରିଦିଆନ୍ତି ।

https://www.instagram.com/p/CCpj0uMHxJN/?utm_source=ig_embed

ବିଦ୍ୟା ବାଲାନ୍ ସମସ୍ତ କଳାକାରଙ୍କ ପାଇଁ ଏକ ପ୍ରେରଣା କାରଣ ସେ କେବଳ ପରଦାରେ ଅଭିନୟ କରୁଥିବା ଚରିତ୍ରଗୁଡ଼ିକର ରଙ୍ଗରେ ଢଳିଯାଆନ୍ତିନି ବରଂ ସେଗୁଡିକୁ ଭଲ ଭାବରେ ଅଧ୍ୟୟନ କରନ୍ତି ଯାହା ଦ୍ୱାରା ତାଙ୍କର ପ୍ରତ୍ୟେକ ଅଙ୍ଗଭଙ୍ଗିକୁ ପ୍ରକାଶ ପାଇଥାଏ  । ବର୍ତ୍ତମାନ ବିଦ୍ୟା ଆମକୁ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଶକୁନ୍ତଳା ଦେବୀ, ଗଣିତର ଏକ ଚମତ୍କାର ପ୍ରତିଭା ତଥା ବହୁ ଚର୍ଚ୍ଚିତ ମହିଳା ଶକୁନ୍ତଳା ଦେବୀଙ୍କ ସହିତ ଜୁଲାଇ ୩୧ ରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ଅଛନ୍ତି ।

ଓଡ଼ିଆରେ ଷ୍ଟ୍ରିମିଂ ହେବ ଅପସରା ରାଣୀଙ୍କ ‘ଥ୍ରୀଲର’, ଜାରି ହେଲା ଫାଷ୍ଟ ଲୁକ୍ ଟିଜର

 

ସାମ୍ୱାଦିକଙ୍କୁ ସମ୍ମାନିତ କଲା ‘ରେଡ୍ ସ୍ୱସ୍ତିକ୍ ସୋସାଇଟି’ ସାମାଜିକ ଅନୁଷ୍ଠାନ

ଭୁବନେଶ୍ୱର: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକଡାଉନ୍ ଜାରି କରାଯାଇଛି । ଅଦୃଶ୍ୟ ଶକ୍ତି କରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ , ସଫେଇ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି । ସବୁବେଳେ ଯିଏ ଜନସାଧାରଣ ଓ ପ୍ରଶାସନ ପାଇଁ କାମ କରୁଛି ସେହି ଗଣମାଧ୍ୟମ ପ୍ରତିନିଧିଙ୍କୁ ସହାୟତାର ହାତ ବଢ଼ାଇଛି ସ୍ୱେଚ୍ଛାସେବୀ ସଂଗଠନ ‘ରେଡ୍ ସ୍ୱସ୍ତିକ୍’ । ଆଜି ‘ରେଡ୍ ସ୍ୱସ୍ତିକ୍’ ପକ୍ଷରୁ ଜୟଦେବ ଭବନ ସମ୍ମୁଖରେ ଆୟୋଜିତ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭାଇଜର, ଗ୍ଲୋଭସ୍, ମାସ୍କ, ଆର୍ସେନିକ୍ ୩୦ଏଲ୍ବି, ସାନିଟାଇଜର, ପତଞ୍ଜଳି କାଢ଼ା ଆଦି ସୁରକ୍ଷା ଉପକରଣ ବିତରଣ କରାଯାଇଥିଲ ଏବଂ ସେମାନଙ୍କ କାର୍ଯ୍ୟକୁ ପ୍ରଂଶସିତ କରାଯାଇଥିଲା । ‘ରେଡ୍ ସ୍ୱସ୍ତିକ୍’ର ସଚିବ ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କହିଥିଲେ ଯେ ମହାମାରୀ ‘କରୋନା ଆତଙ୍କରେ ସମଗ୍ର ବିଶ୍ୱ ଆତଙ୍କିତ । କରୋନା ରୂପକ ରାକ୍ଷସ ଅନେକ ନିରୀହ ଜୀବନ ନେଇସାରିଥିବାବେଳେ ବ୍ୟାପକ ସଚେତନତା ଦ୍ୱାରା ଏହା ରୋକାଯାଇପାରିବ । ଯେଉଁମାନେ ଏହି କରୋନା ଭୂତାଣୁ ସଂକ୍ରମଣରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇ ଏହି ମହତ୍ କାର୍ଯ୍ୟରେ ନିଜକୁ ସମର୍ପିତ କରିଛନ୍ତି ସେମାନଙ୍କ ମଧ୍ୟରୁ ଗଣମାଧ୍ୟମ ପ୍ରତିନିଧି ଅନ୍ୟତମ । ଜନସାଧାରଣ କିଭଳି କରୋନା ସଂକ୍ରମଣରେ ଆକ୍ରାନ୍ତ ନ ହେବେ ସେଥିପାଇଁ ସେପାଇଁ ସେମାନେ ସଚେତନତା ଜାରି ରଖିଛନ୍ତି । ଏଥିପାଇଁ ସେମାନଙ୍କୁ ‘ରେଡ୍ ସ୍ୱସ୍ତିକ’ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଉଛି ।

ଦେଶର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରେଡ୍ ସ୍ୱସ୍ତିକ୍ ସୋସାଇଟି’ ରାଜ୍ୟ ତଥା ଦେଶ ବିଦେଶରେ କରୋନା ପରି ଏକ ମହାମାରୀ ସ୍ଥିତିରେ ଅସହାୟ ଜନସାଧାରଣଙ୍କ ସେବା ନିମନ୍ତେ ସହଯୋଗର ହାତ ବଢ଼ାଇଛି । ସ୍ୱେଚ୍ଛାସେବୀ ସଂଗଠନ ‘ରେଡ୍ ସ୍ୱସ୍ତିକ୍’ର ଓଡ଼ିଶା ଶାଖା ମୁଖ୍ୟ ଶ୍ରୀ ବିଜୟ ଆଚାର୍ଯ୍ୟ ଏବଂ ସଚିବ ତଥା କୋଷାଧ୍ୟକ୍ଷ ଶ୍ରୀ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାନଗର ନିଗମ, ପୋଲିସ କମିଶନରେଟ୍ ସହଯୋଗରେ ରେଡ୍ ସ୍ୱସ୍ତିକ୍ ପକ୍ଷରୁ ନିରାଶ୍ରୟ ତଥା ଅସହାୟଙ୍କ ନିକଟରେ ୨୫,୬୩୨ ଖାଦ୍ୟପୁଡ଼ିଆ ବିତରଣ କରାଯାଇଛି । ଏହାସହିତ ‘ରେଡ୍ ସ୍ୱସ୍ତିକ୍’ ପକ୍ଷରୁ କମିଶନରେଟ୍ ପୁଲିସଙ୍କୁ ୫୧୫ ଓ ପୁରୀ ପୁରୀ ପୁଲିସଙ୍କୁ ୧୦୦ ଛତା, ଭାରତୀୟ ଡାକ ସେବା କର୍ମଚାରୀଙ୍କୁ ୧୦୦୦ରୁ ଊର୍ଦ୍ଧ୍ୱ ମାସ୍କ ବିତରଣ କରାଯାଇଛି ।ସେହିପରି ‘ରେଡ୍ ସ୍ୱସ୍ତିକ୍’ ପକ୍ଷରୁ ଦୁଇ ଥର ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଏବଂ ଏଥିରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ପୂର୍ବତନ ମିସ୍ ଇଣ୍ଡିଆ ୱିନର୍ ୨୦୧୯, ମିସ୍ ଟନ୍ ଇଣ୍ଟରନ୍ୟାସ୍ନାଲ୍ ୨୦୧୮ ଏବଂ କିଟ୍ ନହ୍ନିପରି ୨୦୧୬ ମୈତ୍ରୀ ମୋନାଲି, ଲୋକ ସମ୍ପର୍କ ଅଧିକାରୀ ରାଜୀବ ନୟନ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ରେଡ୍ ସ୍ୱସ୍ତିକ୍ର ସମସ୍ତ ସଦସ୍ୟଙ୍କ ସହ ଶ୍ରୀ ଗଗନ ପଇତାଲ ସହଯୋଗ କରୁଛନ୍ତି ।