କ୍ୱାରେଣ୍ଟାଇନ୍ ପ୍ରୋତ୍ସାହନ ରାଶି ହଡ଼ପ ଅଭିଯୋଗ

ବାସୁଦେବାପୁର: ପ୍ରବାସୀଙ୍କ କ୍ୱାରେଣ୍ଟାଇନ୍ ପ୍ରୋତ୍ସାହନ ଟଙ୍କା ହଡ଼ପ ଅଭିଯୋଗ । ବାସୁଦେବ ବ୍ଲକର ଶାଶୁଭୂଆଶୁଣୀ ପଞ୍ଚାୟତରୁ ଆସିଛି ଅଭିଯୋଗ  । ଏଠାରେ ପ୍ରବାସୀଙ୍କ କ୍ୱାରେଣ୍ଟାଇନ୍ ପାଇଁ ସରକାରଙ୍କ ପକ୍ଷରୁ ଆସିଥିବା ଦୁଇ ହଜାର ଟଙ୍କାରୁ ମାତ୍ର ୧୯ ଟଙ୍କା ମିଳୁଛି  । ଏନେଇ  ଅଭିଯୋଗ କରିବାରୁ ପ୍ରବାସୀଙ୍କୁ ଧମକ ଚମକ ଦେଉଛନ୍ତି ପିଇଓଙ୍କ ସ୍ୱାମୀ । ଗାଇଡଲାଇନ୍ ପାଇଁ ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧକାରୀ ଏହି ଟଙ୍କା କାଟୁଥିବା କହିଛନ୍ତି  । ଏହି ଟଙ୍କାରେ କ୍ୱାରେଣ୍ଟାଇନ୍ ସେଣ୍ଟର ଗୁଡିକରେ ପ୍ରବାସୀ ଭାଙ୍ଗିଥିବା ଚେୟାର, ଟେବୁଲ ସଜଡ଼ାଯିବ ବୋଲି ମଧ୍ୟ ଉତ୍ତର ରଖିଛନ୍ତି । ଯାହାକୁ ନେଇ ପ୍ରବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି  । ସେପଟେ ବିଡିଓ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି  । ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ସଫଳତାର ସହ କ୍ୱାରେଣ୍ଟାଇନ୍ ପୂରା କରିଥିବା ଅନ୍ତେବାସୀଙ୍କୁ ୨ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇଦେବାକୁ ଘୋଷଣା କରିଥିଲେ ।

Leave a Reply