spot_img
Home Blog Page 6739

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି, ମଧୁବାବୁ ପେନସନ୍ ଯୋଜନାରେ କିନ୍ନର ପାଇବେ ଭତ୍ତା

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଯୋଜନାରେ କିନ୍ନର ପାଇବେ ସହାୟତା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଥିବା କିନ୍ନରମାନେ ଏହାଦ୍ୱାରା ଉପକୃତ ହେବେ । କିନ୍ନର ମାନଙ୍କୁ ମଧୁବାବୁ ପେନସେନ୍ ଯୋଜନାରେ ସାମିଲ୍ କରାଯିବ । ଭତ୍ତା ପାଇଁ ସେମାନେ ପେନସନ୍ ପୋର୍ଟାଲ କିମ୍ବା ଫର୍ମରେ ଆବେଦନ କରିପାରିବେ ।

ଏଥିସହଲ ମଧୁବାବୁ ପେନସନ ପାଉଥିବା ୪୮ ଲକ୍ଷ ହିତାଧିକାରୀଙ୍କୁ ଆଉ ଏକ ହଜାର ଟଙ୍କା ଲେଖାଏଁ ଆସନ୍ତା ୪ ମାସ ପାଇଁ ଅଗ୍ରୀମ ଦିଆଯିବ । ଏନେଇ ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ମଧୁବାବୁ ପେନସନ୍ ଜରିଆରେ ରାଜ୍ୟର ପ୍ରାୟ ୬ ହଜାର କିନ୍ନର ଉପକୃତ ହେବେ ।

ଟ୍ରାନ୍ସଜେଣ୍ଡର ଓ ଭିକ୍ଷୁକଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ  ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗ ଉନ୍ନୟନ ପରିଷଦ ସଭାପତି ମୀରା ପରିଡା ସ୍ୱାଗତ କରିଛନ୍ତି । ସେ କହିଛନ୍ତି  ଯେ, ଆମ ମାନଙ୍କର ତଥା ସମସ୍ତଙ୍କ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଆମ୍ଭେ କିନ୍ନର ସଙ୍ଗ ତରଫରୁ ଧନ୍ୟବାଦ୍ ଅର୍ପଣ କରୁଛୁ କି ଯେ କିନ୍ନର ମାନଙ୍କ ସାମଗ୍ରିକ ବିକାଶପାଇଁ ଅହରହ ପ୍ରଚେଷ୍ଟା ଓ ପଦକ୍ଷେପ ସାରା ଭାରତ ବର୍ଷରେ ଅନନ୍ୟ। ଆଗରୁ କିନ୍ନର ମାନଙ୍କ ଖାଦ୍ୟ ସୁରକ୍ଷା ଯୋଜନା ହେଉ କିମ୍ବା ସେମାନଙ୍କୁ ସେମାନଙ୍କର SHG ମାଧ୍ୟମରେ ବିଭିନ୍ନ ଜୀବନ ଜୀବିକା ପାଇଁ ନେଇଥିବା ପଦକ୍ଷେପ ସମଗ୍ର ଭାରତବର୍ଷରେ ଉଦାହରଣ । ଯେଉଁଥିପାଇଁ ଆଜି ସମଗ୍ର ଭାରତବର୍ଷରେ କିନ୍ନର ମାନଙ୍କର ଉନ୍ନତି ପାଇଁ କରାଯାଉଥିବା ଯେ କୌଣସି କାର୍ଯ୍ୟ ପୂର୍ବରୁ ଓଡ଼ିଶାକୁ ଉଦାହରଣ ରୁପେ ଦେଖାଯାଉଛି ।

 

କରୋନାରେ ଗଲା ଆଉ ୨ ଜଣଙ୍କ ଜୀବନ, ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି

ଭୁବନେଶ୍ୱର: ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ରାଜ୍ୟରେ ଆଉ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ୨ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ୬୬ ବର୍ଷୀୟ ପୁରୁଷ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସେହିଭଳି ମଧୁମେହ ବା ଡାଇବେଟିସରେ ପୀଡ଼ିତ ୪୦ ବର୍ଷୀୟ ପୁରୁଷଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ୨ ମୃତ୍ୟୁ ସହ ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି । ସେହିଭଳି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ପୂର୍ବରୁ ଅନୁଗୁଳରୁ ଜଣେ, ବରଗଡ଼ରୁ ଜଣେ, କଟକରୁ ୪, ଖୋର୍ଦ୍ଧାରୁ ୫ ଓ ପୁରୀରୁ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୬୧ଟି ନୂତନ ମାମଲା ଆସିଥିବା ବେଳେ ୧୩୬ ଜଣ ସଂକ୍ରମିତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିଭଳି କ୍ୱାରେଣ୍ଟାଇନରୁ ୪୨୫ଟି କେସ୍ ଆସିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୧୦୬ରେ ପହଞ୍ଚିଛି । ୫ ହଜାର ୫୦୨ ଜଣ ସୁସ୍ଥ ହୋଇଥିବା ବେଳେ ୨ ହଜାର ୫୬୭ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ, ୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

୬୦୦୦MAh ବ୍ୟାଟେରୀ ଓ ୬୪MP କ୍ୟାମେରା ସହ ଆସୁଛି Samsung Galaxy M31s

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ କମ୍ପାନୀ ସ୍ୟାମସଙ୍ଗ ଖୁବ୍ ଶୀଘ୍ର ନୂଆ ଗାଲାକ୍ସି M31s ସ୍ମାର୍ଟଫୋନ୍ ଆଣିବାକୁ ଯାଉଛି। ନିକଟରେ , ଏହି ସ୍ମାର୍ଟଫୋନ୍ ବେଞ୍ଚମାର୍କିଂ ୱେବସାଇଟ୍ ଗିକବେଞ୍ଚରେ ଦେଖିବାକୁ ମିଳିଥିଲା ।  ୱେବସାଇଟରେ ଫୋନର ସ୍ପେଶିଫିକେସନ ସାମ୍ନାକୁ ଆସିଥିଲା । ୯୧ ମୋବାଇଲର ରିପୋର୍ଟ ଅନୁସାରେ , ଏବେ ଦକ୍ଷିଣ କୋରିଆରେ ଫୋନ୍ ର ବ୍ୟାଟେରୀ ସାର୍ଟିଫାଏଡ୍ କରାଯାଇଛି । ରିପୋର୍ଟ ଅନୁଯାୟୀ, ସ୍ୟାମସଙ୍ଗ ଗ୍ୟାଲାକ୍ସି M31s ରେ ୫,୮୩୦ mAh (ପ୍ରାୟ ୬୦୦୦mAh) ଲିଥିୟମ୍-ଆୟନ ବ୍ୟାଟେରୀ ରହିବ ।

Samsung Galaxy M31s

ରିପୋର୍ଟ ଅନୁସାରେ , ସ୍ୟାମସଙ୍ଗ ଗାଲାକ୍ସି M31ରେ ୬ GB RAM, ସ୍ୟାମସଙ୍ଗ Exynos ୯୬୧୧ ପ୍ରୋସେସର ଏବଂ ଆଣ୍ଡ୍ରଏଡ୍ ୧୦ ଅପରେଟିଂ ସିଷ୍ଟମ୍ ରହିବ ।  ଫଟୋଗ୍ରାଫି ପାଇଁ ଫୋନରେ ୬୪ ମେଗାପିକ୍ସେଲର କ୍ୱାଡ-ରିୟର କ୍ୟାମେରା ସେଟଅପ୍ ରହିବ । ଏହା ୬୪ MP + ୮ MP + ୫ MP + ୫ MP ବ୍ୟାକ୍ କ୍ୟାମେରା ସେଟଅପ୍ ଏବଂ ୩୨ MP ଫ୍ରଣ୍ଟ କ୍ୟାମେରା ରହିବ ।

Samsung Galaxy M31s

ଫୋନ୍ ଗାଲାକ୍ସି M31Sରେ ଏକ ୬.୪ ଇଞ୍ଚ ଏମୋଲେଡ୍ ଡିସପ୍ଲେ ରହିବ । ସ୍ମାର୍ଟଫୋନରେ ଆସୁଥିବା ୬୦୦୦mAh ବ୍ୟାଟେରୀ ୨୨.୫ ୱାଟ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ। ଗିକବେଞ୍ଚ ସ୍କୋର ବିଷୟରେ କହିବାକୁ ଗଲେ, ଫୋନଟି ସିଙ୍ଗଲ-କୋର ଟେଷ୍ଟରେ ୩୪୭ ପଏଣ୍ଟ ଏବଂ ମଲ୍ଟି-କୋର ଟେଷ୍ଟରେ ୧,୨୫୬ ପଏଣ୍ଟ ପାଇଛି । କମ୍ପାନୀ ଗାଲାକ୍ସି M31 ଫୋନ୍ କୁ ପ୍ରଥମେ ୧୫,୯୯୯ ଟଙ୍କାରେ ଲଞ୍ଚ କରିଥିଲା । ତେବେ ନୂଆ ଫୋନର ଦାମ ପାଖାପାଖି ସମାନ ହୋଇପାରେ।

ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ, ୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ । ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ସଂକ୍ରମିତ । ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୬୧ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୪୨୫ଟି କେସ୍ କ୍ୱାରେଣ୍ଟାଇନରୁ ଓ ଅବଶିଷ୍ଟ ୧୩୬ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।

ଗଞ୍ଜାମରୁ ସର୍ବାଧିକ ୨୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୧, ଭଦ୍ରକ ୧, ବଲାଙ୍ଗିର ୧୯, କଟକ ୮୧, ଢେଙ୍କାନାଳ ୩, ଜଗତସିଂହପୁର ୬, ଯାଜପୁର ୩, ଝାରସୁଗୁଡ଼ା ୨, କଳାହାଣ୍ଡି ୫, କେନ୍ଦୁଝର ୬, ଖୋର୍ଦ୍ଧା ୨୬, କୋରାପୁଟ ୪, ମୟୂରଭଞ୍ଜ ୧୦, ପୁରୀ ୧, ରାୟଗଡ଼ା ୭୬, ସମ୍ବଲପୁର ୮, ସୁନ୍ଦରଗଡ଼ରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଜଣେ NDRF ଯବାନଙ୍କ ନମୁନା ପଜିଟିଭ୍ ଆସିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୩୬ଟି ସ୍ଥାନୀୟ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଗଞ୍ଜାମ ଜିଲ୍ଲାରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା ରାଜ୍ୟରେ ୨୯କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ୮ ହଜାର ୧୦୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ହଜାର ୫୦୨ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୫୬୭ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି ।

ମନମୋହନ ସରକାର ତୁଳନାରେ NDA ଅମଳରେ ୫ ଗୁଣା ଅଧିକା ଚୀନ FDI

ନୂଆଦିଲ୍ଲୀ: ମୋଦି-ମନମୋହନ । କାହା ସରକାରରେ ଭାରତରେ ଅଧିକ ବିଦେଶୀ ପୁଞ୍ଜିନିବେଶ ହୋଇଛି । ଚାଇନୀଜ ଅର୍ଥନୀତିକୁ କିଏ ଯୋଗାଇଛି ବେଶୀ ଇନ୍ଧନ ? ସରକାରଙ୍କ ତଥ୍ୟ ମୁତାବକ ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ କମିଛି । କିନ୍ତୁ ମନମୋହନ ସିଂହଙ୍କ ୟୁପିଏ ସରକାର ତୁଳନାରେ ବିଗତ ୫ ବର୍ଷର ମୋଦି ସରକାରରେ ଚୀନର FDI ପାଞ୍ଚଗୁଣା ବଢ଼ିଛି ।

ଏମିତିରେ କୁହାଯାଉଛି ଭାରତରେ ହେଉଥିବା ବିଦେଶୀ ପୁଞ୍ଜି ନିବେଶର ୫୦ ପ୍ରତିଶତ ଚୀନ କରୁଛି । ଏତିକି ନୁହେଁ ସିଙ୍ଗାପୁର ଓ ହଂକଂରେ ଚୀନ ବଡ଼ ପରିମାଣର ନିବେଶ କରୁଛି । ଗତ ଆର୍ଥିକ ବର୍ଷରେ ପାଖାପାଖି ୧୬୩. କୋଟି ଡଲାର (୧୨୨୦ କୋଟି) ଚୀନ ଭାରତରେ FDI ମାଧ୍ୟମରେ ନିବେଶ କରିଛି । ଯେତେବେଳେ କି ୨୦୧୮-୧୯ ଆର୍ଥିକ ବର୍ଷରେ ଚୀନ FDI ୨୨.୯ କୋଟି ଡଲାର ଓ ୨୦୧୭-୧୮ରେ ୩୫ କୋଟି ଡଲାର ନିବେଶ କରିଥିଲା । ଅର୍ଥାତ୍ ଗତ ୨ ବର୍ଷରେ ଚୀନରୁ ଆସୁଥିବା ବିଦେଶୀ ପୁଞ୍ଜିନିବେଶ ହ୍ରାସ ପାଇଛି ।

ଭାରତରେ ବିଦେଶୀ ପୁଞ୍ଜି ନିବେଶରେ ଚୀନ ୧୮ତମ ସ୍ଥାନରେ ରହିଛି । ସରକାରୀ ତଥ୍ୟ କହୁଛି ବିଗତ ୨୦ ବର୍ଷ ମଧ୍ୟରେ ଚୀନ ପାଖାପାଖି ୨.୪ ଅରବ ଡଲାର FDI ଦ୍ୱାରା ଭାରତରେ ନିବେଶ କରିଛି । ଯେଉଁଥିରୁ ପାଖାପାଖି ୧ ଅରବ ଡଲାର ଅଟୋ ମୋବାଇଲ୍ ସେକ୍ଟରରେ ନିବେଶ ହୋଇଛି । ଭାରତରେ FDI ନିବେଶରେ ଶୀର୍ଷରେ ମରିସସ୍ ଓ ସିଙ୍ଗାପୁର ରହିଛନ୍ତି ।

ମନମୋହନ ସିଂହଙ୍କ ନେତୃତ୍ୱାଧିନ ୟୁପିଏ ସରକାର ବେଳେ ୨୦୦୦ ମସିହାରୁ ୨୦୧୪ ମଧ୍ୟରେ FDI ମାଧ୍ୟମରେ ଚୀନ ୪୦.୨ କୋଟି ଡଲାର ନିବେଶ କରିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ୨.୪ ଅରବ ଡଲାରରେ ପହଞ୍ଚିଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ୟୁପିଏ ନୁହେଁ ଏନଡିଏ ଅମଳରେ ଭାରତରେ FDI ବଳରେ ଚୀନ ଅଧିକ ପୁଞ୍ଜି ଖଟାଇଛି ।

ଚୀନ୍ ସହ ଉତ୍ତେଜନା ଭିତରେ ଅଚାନକ ଲେହ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୀମାରେ ଚୀନ ସହ ବିବାଦ ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ଲେହ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସିଡିଏସ୍ ଜେନେରାଲ ବିପିନ ରାୱତ ଅଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥଳ ସେନା, ବାୟୁ ସେନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବାସ୍ତବରେ ସୀମାରେ କଣ ଚାଲିଛି ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ପରେ ସେ ଲଦାଖ ଯିବାର କାର୍ଯ୍ୟକ୍ରମ ରହିଛି ।

ମେ ମାସରୁ LACରେ ଚୀନ ସହ ଉତ୍ତେଜନା ଲାଗି ରହିଛି । ବର୍ଡରରେ ସ୍ଥିତି ଗମ୍ଭୀର ହେଉଥିବା ବେଳେ ଦୁଇଦେଶ ସାମରିକ ଶକ୍ତି ବଢ଼ାଉଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ହଠାତ୍ ଲେହ ଗସ୍ତ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲେହ ଗସ୍ତ କରିବାର ଥିଲା । କିନ୍ତୁ ଗତକାଲି ତାଙ୍କ ଗସ୍ତ ପରିବର୍ତ୍ତନ କରାଯାଇଥିଲା । କୁହାଯାଉଥିଲା ସିଡିଏସ୍ ଜେନେରାଲ ବିପିନ ରାୱତ ହିଁ ଲେହ ଗସ୍ତ କରିବେ ।

ଜୁନ୍ ୧୫ରେ ଗଲବାନ ଘାଟିରେ ଭାରତ-ଚୀନ ସୈନିକ ମଧ୍ୟରେ ହିଂସାତ୍ମକ ହାତାହାତି ହୋଇଥିଲା । ଯେଉଁଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ କେତକ ଆହତ ହୋଇଥିଲେ । ଏହା ପରେ ୨ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଦୁଇ ଦେଶର ସେନା ମଧ୍ୟରେ ଆଲୋଚନା ହେଉଥିବା ବେଳେ ସ୍ଥିତି ଶାନ୍ତ ପଡ଼ିନି ।

ଚୀନ୍‌କୁ ଜବାବ୍‌ ଦେବାକୁ ଭାରତର ପ୍ରସ୍ତୁତି: ଲଦାଖ୍‌ରେ ନିୟୋଜିତ ହେଲେ ସର୍ଜିକାଲ ଷ୍ଟ୍ରାଇକ୍ ଟିମ୍

ସୁଶାନ୍ତଙ୍କୁ ତକିଆରେ ଚାପି କରାଯାଇଥିଲା ହତ୍ୟା !

ନୂଆଦିଲ୍ଲୀ: ସୁଶାନ୍ତଙ୍କ ମୃତ୍ୟୁ ନେଇ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି । ତାଙ୍କ ମୃତ୍ୟୁର ସିବିଆଇ ଅନୁସନ୍ଧାନ ପାଇଁ ସମସ୍ତେ ଦାବି କରୁଛନ୍ତି । ଅପରପକ୍ଷରେ ଜଣେ ଓକିଲ ଆୟୁଷୀ ଶର୍ମା ନିଜ ବୟାନରେ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି। ଏହା ପଛରେ ମହେଶ ଭଟ୍ଟ ରହିପାରନ୍ତି ବୋଲି ଆଡଭୋକେଟ୍ ଆୟୁଷୀ କହିଛନ୍ତି । ହତ୍ୟା ପରେ ମହେଶ ଭଟ୍ଟ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଡିପ୍ରେସନ୍, ଡ୍ରଗ୍ସ, କ୍ୟାରିୟର ନାଁ ଦେଇ ବଦନାମ୍ କରିବାକୁ ଚେଷ୍ଟା କରିଥିଲେ।

ପୂର୍ବରୁ ମହେଶ ଏହା ପରବୀନ ବାବିଙ୍କ ସହ ମଧ୍ୟ କରିସାରିଛନ୍ତି । ସେତେବେଳେ ପୋଲିସ ନିକଟରେଅନେକ ତଥ୍ୟ ଦର୍ଶାଇ ନିଜକୁ ରକ୍ଷା କରିଥିଲେ। ଆୟୁଷୀଙ୍କ କହିବା ଅନୁସାରେ ଯଦି ଲୋକେ ଅନୁମାନ କରୁଛନ୍ତି ଯେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି, ତେବେ ତାଙ୍କର କିଛି ପ୍ରଶ୍ନର ଉତ୍ତର ସେ ମାଗିଛନ୍ତି ।

୧-  ଯେତେବେଳେ କେହି ଆତ୍ମହତ୍ୟା କରେ, ତା’ର ବେକର ହାଉ ଭାଙ୍ଗିଯାଏ, କିନ୍ତୁ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ତାଙ୍କ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ବୋଲି କୁହାଯାଇଛି। ଯାହାକି ତକିଆରେ କାହାକୁ ମାରିବା ପାଇଁ ମଧ୍ୟ କୁହାଯାଏ  ।

୨- ଯଦି କେହି ସୁଶାନ୍ତଙ୍କ ଶରୀର ଦେଖିଥିବେ, ତେବେ ଲକ୍ଷ୍ୟ କରିଥିବେ ଯେ, ସୁଶାନ୍ତଙ୍କର ଗୋଟେ ପାଦ ଅନ୍ୟ ପାଦ ଉପରେ ଥିଲା । ଯାହା ଇଙ୍ଗିତ କରୁଛି ଯେ, କେହି ଜଣେ ତାଙ୍କ ଦୁଇ ଗୋଡକୁ ଜୋରସୋର ମାଡି ବସିଥିଲେ ।

୩- ସୁଶାନ୍ତଙ୍କ ହାତ ସମ୍ପୂର୍ଣ୍ଣ ଖୋଲା ଥିଲା । କେଉଁ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ହାତ ଖୋଲି ଆତ୍ମହତ୍ୟା କରେ ବୋଲି ଆଡଭୋକେଟ୍ ପଚାରିଛନ୍ତି । ଏହା ବ୍ୟତୀତ ସୁଶାନ୍ତଙ୍କ ଡାହାଣ ହାତରେ ଗଭୀର ଲାଲ ଚିହ୍ନ ରହିଛି ଯାହା ଅଧିକାଂଶ ଲୋକ ଦେଖି ନାହାନ୍ତି । ସେହି ଚିହ୍ନଗୁଡିକ ଦର୍ଶାଏ ଯେ କେହି ଜଣେ ଜୋରରେ ତାଙ୍କ ହାତ ଧରିଥିଲେ ।

https://twitter.com/Ayushi_Vats23/status/1273885171775762433?s=20

୪- ସୁଇସାଇଡ୍ ନୋଟ ବିନା ପୋଲିସ କିପରି ସମ୍ପୂର୍ଣ୍ଣ ଆତ୍ମହତ୍ୟା ବୋଲି କହିପାରିବ? ଏବଂ ଘଟଣାସ୍ଥଳରେ ପୋଲିସ ପାଇଥିବା ୫ ଟି ଡାଏରୀ, ବିଷୟରେ ପୋଲିସ ଏଯାଏଁ କିଛି ତଥ୍ୟ ଦେଇନାହାନ୍ତି ।

୫- ସୁଶାନ୍ତଙ୍କ ମୃତ୍ୟୁର ଗୋଟେ ଦିନ ପୂର୍ବରୁ, ତାଙ୍କ ଘରେ ଥିବା ସିସିଟିଭି କ୍ୟାମେରା ନଷ୍ଟ ହୋଇଥିଲେ ମଧ୍ୟ ପୋଲିସ ଏତେ ଗଭୀର ଅନୁସନ୍ଧାନ କରୁନାହିଁ କାହିଁକି?  ଯେଉଁଠାରେ ସେଲିବ୍ରିଟିମାନେ ରୁହନ୍ତି , ସେଠାରେ ସମ୍ପୂର୍ଣ୍ଣ ସୁରକ୍ଷା ରହିବା ଉଚିତ୍ । ହେଲେ ତଥାପି ପୋଲିସ ଏହାକୁ ଅଧିକ ଧ୍ୟାନ ଦେଇନାହାନ୍ତି ।

୬- ସୁଶାନ୍ତଙ୍କ ରୁମ୍ ର ଡୁପ୍ଲିକେଟ୍ ଚାବି ହଜିବା ପଛର ରାଜ କଣ ବୋଲି ପଚାରିଛନ୍ତି ଆୟୁଷୀ ।

୭- ସୁଶାନ୍ତଙ୍କ ମୃତ୍ୟୁ ପରେ ମହେଶ ଭଟ୍ଟ ଏବଂ ମୁକେଶ ଭଟ୍ଟ ସୁଶାନ୍ତଙ୍କ ମାନସିକ ଅବସ୍ଥା ଖରାପ ହେବା ନେଇ ଅନେକ କଥା କାହିଁକି କହିଲେ? ଯଦି ସେମାନେ ଏହି ବିଷୟରେ ପ୍ରଥମରୁ ଜାଣିଥିଲେ ତାହେଲେ କୌଣସି ପଦକ୍ଷେପ ନେଇନଥିଲେ? ସେମାନେ ପୂର୍ବରୁ ମଧ୍ୟ ଏହି ବିଷୟରେ ସୋସିଆଲ ମିଡିଆରେ କେବେ କହିନଥିଲେ ତାହେଲେ ମୃତ୍ୟୁ ପରେ କାହିଁକି ?

ଆତ୍ମହତ୍ୟା ନା ହତ୍ୟା ? ସୁଶାନ୍ତ ସିଂହ ରାଜପୁତ୍ ଡେଥ୍ ମିଷ୍ଟ୍ରି ନେଇ ସୋସିଆଲ ମିଡିଆରେ ଉଠୁଛି ଏହି ୭ଟି ପ୍ରଶ୍ନ

୮- ସୁଶାନ୍ତଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ନକଲି ଆଇଡିରୁ ୩ ଟି ଟ୍ୱିଟ୍ ସାରା ଟ୍ୱିଟରରେ ପ୍ରଚାର କରାଯାଇଥିଲା।

୯- ଏହା ପରେ ସମସ୍ତେ ସଲମାନ ଖାନ, କରନ ଯୋହର ଏବଂ ବଲିଉଡ ପଛରେ ଲାଗିପଡିଲେ ସତ କିନ୍ତୁ ଏହା ପଛରେ ଜଣେ ହତ୍ୟାକାରୀ ଥାଇପାରେ ସେହି ବିଷୟରେ କେହି ଧ୍ୟାନ ଦେଇନଥିଲେ ।

୧୦- ସୁଶାନ୍ତଙ୍କର କୌଣସି ଟ୍ୱିଟ୍ ରେ ସେ ଡ୍ରଗ୍, ଡିପ୍ରେସନ୍ ଇତ୍ୟାଦି ବିଷୟରେ ଉଲ୍ଲେଖ କରାଯାଇନାହିଁ ।

ଲୋକଙ୍କ ଧ୍ୟାନ ହତ୍ୟାରୁ ହଟାଇବା ପାଇଁ ଆତ୍ମହତ୍ୟା ବିଷୟରେ ଆଲୋଚନା ହେଉଛି। ସୁଶାନ୍ତ ସିଂ ରାଜପୁତଙ୍କ ସିବିଆଇ ଅନୁସନ୍ଧାନ ପାଇଁ ଅନେକ ଦାବି କରିଛନ୍ତି । ସେହିଭଳି ଆୟୁଷୀ ମଧ୍ୟ ନିଜ ପ୍ରଶ୍ନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଅଗଷ୍ଟ ୧୫ରେ ଲଞ୍ଚ୍ ହୋଇପାରେ କରୋନା ଭ୍ୟାକ୍ସିନ୍ COVAXIN

ନୂଆଦିଲ୍ଲୀ: କରୋନା କାଳରେ ଖୁସି ଖବର । ଅଗଷ୍ଟ ୧୫ରେ ଆସିପାରେ କରୋନା ଭ୍ୟାକ୍ସିନ୍ କୋଭିକ୍ସିନ୍ । ଫାର୍ମସ୍ୟୁଟିକଲ କମ୍ପାନୀ ଭାରତ ବାୟୋଟେକ୍ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରୁଛି । ବର୍ତ୍ତମାନ ମଣିଷ ଉପରେ ଭ୍ୟାକ୍ସିନର ଟ୍ରାଏଲକୁ ଏନୁମତି ମିଳିଛି । ଆଇସିଏମଆର ସୂଚନା ପ୍ରକାରେ ଆସନ୍ତା ୭ ତାରିଖରେ ମଣିଷ ଦେହରେ ଭ୍ୟାକ୍ସିନ୍ ପରୀକ୍ଷା ନେଇ କାର୍ଯ୍ୟ ଚାଲିଛି ।

ଏହା ପରେ ଯଦି ସମସ୍ତ ପରୀକ୍ଷଣ ଠିକ୍ ହୁଏ ତେବେ ଅଗଷ୍ଟ ୧୫ ମଧ୍ୟରେ ଭ୍ୟାକ୍ସିନକୁ ଲଞ୍ଚ କରାଯିବ । ସର୍ବ ପ୍ରଥମେ ଭାରତ ବାୟୋଟିକର କରୋନା ଭ୍ୟାକ୍ସିନ୍ ମାର୍କେଟକୁ ଆସିପାରେ । ICMR ଓ ଏମ୍ସ ଡକ୍ଟର ଏଥିରେ ସାମିଲ ଅଛନ୍ତି । ଯଦି ଭ୍ୟାକ୍ସିନ୍ ପରୀକ୍ଷଣର ପ୍ରତିଟି ପର୍ଯ୍ୟାୟ ସଫଳ ରୁହେ ତେବେ ୧୫ ଅଗଷ୍ଟରେ ମାର୍କେଟରେ ଭ୍ୟାକ୍ସିନ୍ ଉପଲବ୍ଧ ହେବ । ପୂର୍ବରୁ ହାଇଦ୍ରାବାଦ ଫାର୍ମା କମ୍ପାନୀ ଭାରତ ବାୟୋଟେକ ଅନେକ ଭ୍ୟାକ୍ସିନ୍ ମଧ୍ୟ ପ୍ରସ୍ତୁତ କରିଛି ।

କରୋନା

ଭାରତ ବାୟୋଟେକ୍ କମ୍ପାନୀ ପୋଲିଓ, ରେବିଜ୍, ରୋଟାଭାଇରସ୍, ଜାପାନୀ ଇନସେଫ୍ଲାଇଟିସ୍, ଚିକନଗୁନିଆ ଓ ଜିକା ଭାଇରସର ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛି । ଏବେ କରୋନା ଭାଇରସ୍ ଭ୍ୟାକ୍ସିନ୍ ପାଇଁ ଏନରୋଲମେଣ୍ଟ ଆସନ୍ତା ୭ ତାରିଖରୁ ଆରମ୍ଭ ହେବ । ସମସ୍ତ ପର୍ଯ୍ୟାୟରେ ଟ୍ରାଏଲ ସଫଳ ହେଲେ ଅଗଷ୍ଟ ୧୫ରେ ଭ୍ୟାକ୍ସିନ୍ ଲଞ୍ଚ ହୋଇପାରେ ।

୬୦ ଅପରାଧ ଘଟାଇଥିବା ହିଷ୍ଟ୍ରୀ ସିଟର ବିକାଶ ଦୁବେ କିଏ ?

ଲକ୍ଷ୍ନୌ: ଅପରାଧର ଅନ୍ୟ ନାଁ ବିକାଶ ଦୁବେ । ଲୁଟ୍, ଡକାୟତି, ମର୍ଡର ଭଳି ଜଘନ୍ୟ ଅପରାଧରେ ଜଡ଼ିତ ବିକାଶ ଦୁବେ । ପଞ୍ଚାୟତ ନିର୍ବାଚନରୁ ଲୋକସଭା ଭୋଟିଂ ସବୁଠି ଯାହାର ଦବଦବା । ବୁଲେଟ୍ ଦେଖାଇ ବାଲାଟ ବା ଭୋଟ୍ ଗୋଟାଉଥିବା ଅପରାଧୀ । ସମାଜବାଦୀ ପାର୍ଟି, ବହୁଜନ ସମାଜ ବାଦୀ ପାର୍ଟି ଓ ବିଜେପିର ବଡ଼ ନେତାଙ୍କ ସହ ସମ୍ପର୍କ ରଖିଥିବା ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ବିକାଶ ଦୁବେ ।

୨୦୦୧ ମସିହାରେ ବିକାଶ ଦୁବେ ବିଜେପି ସରକାରର ଜଣେ ମନ୍ତ୍ରୀଙ୍କୁ ଥାନା ଭିତରେ ଗୁଳି ମାରି ହତ୍ୟା କରିଥିଲା । ହାଇ ପ୍ରୋଫାଇଲ୍ ମର୍ଡର ପରେ କୋର୍ଟରେ ଆତ୍ମସମର୍ପଣ କରିଥିଲା ବିକାଶ ଦୁବେ । ସରେଣ୍ଡରର କିଛି ମାସ ପରେ ଜାମିନରେ ବାହାରକୁ ଆସିଥିଲା । ଏହାପରେ ରାଜନେତାଙ୍କ ସହ ମିଶି ମାରିଥିଲା ରାଜନୀତିରେ ଏଣ୍ଟ୍ରି । ନଗର ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇଥିଲା । ମାୟାବତୀଙ୍କ ଶାସନ କାଳରେ ବିକାଶ ଦୁବେର ଅପରାଧ ରାଜ ବେଶ୍ ସକ୍ରିୟ ଥିଲା ।

ଥାନାରେ ମନ୍ତ୍ରୀଙ୍କୁ ହତ୍ୟା

ଏବେର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୟୁପିର ମୁଖ୍ୟମନ୍ତ୍ରୀ ଥିବାବେଳେ ବିକାଶ ଦୁବେ, ମନ୍ତ୍ରୀ ସନ୍ତୋଷ ଶୁକ୍ଳାଙ୍କୁ ହତ୍ୟା କରିଥିଲା । ୨୦୦୧ ମସିହାରେ ସନ୍ତୋଷ ଏକ ସଭାରେ ଭାଷଣ ଦେଉଥିବା ବେଳେ ସେଠାରେ ଗ୍ୟାଙ୍ଗ ସହ ପହଞ୍ଚିଥିଲା ବିକାଶ । ଗୁଳି ଚାଳନା କରିବା ପରେ ସନ୍ତୋଷ ଶୁକ୍ଳା ଜୀବନ ବଞ୍ଚାଇବାକୁ ଶିବଲି ଥାନାରେ ପଶି ଯାଇଥିଲେ । ସେଠାରେ ବିକାଶ ଲକଅପ୍ ଭିତରେ ଗୁଳିକରି ସନ୍ତୋଷ ଶୁକ୍ଳାକୁ ହତ୍ୟା କରିଥିଲା ।

ପରେ ୟୁପି ସରକାର ବିକାଶ ଦୁବେ ମୁଣ୍ଡରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ପୋଲିସର ଏନକାଉଣ୍ଟର ଭୟରେ ସେ ବିଜେପି ନେତାଙ୍କ ସହ ସମ୍ପର୍କ କରି କୋର୍ଟରେ ଆତ୍ମସମର୍ପଣ କରିଥିଲା । ପରେ ଜେଲରୁ ବାହାରି ଆତଙ୍କରାଜ ଚଳାଇଥିଲା ।

ପୋଲିସ ଉପରେ ଅପରାଧୀଙ୍କ ହମଲା, ଡେପୁଟି ଏସପିଙ୍କ ସମେତ ୮ ସହିଦ

ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ… ସୂର୍ଯ୍ୟଙ୍କ ପାର୍ଶ୍ୱରେ ଅବସ୍ଥାନ କରିବେ ୮ ଗ୍ରହ

ଭୁବନେଶ୍ୱର: ମହାକାଶରେ ଦେଖାଯିବ ମହା ଜାଗତିକ ଦୃଶ୍ୟ । ଜୁଲାଇ ମାସ ୪ ତାରିଖରେ ଘଟିବ ମହାପୂର୍ଣ୍ଣ ଗ୍ରହ ମିଳନ । ୩୮ ବର୍ଷ ପରେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିବ । ସୂର୍ଯ୍ୟଙ୍କର ଗୋଟିଏ ପାର୍ଶ୍ୱରେ ରହିବ ୮ଟି ଗ୍ରହ ସହ ବାମନ ଗ୍ରହ ପ୍ଲୁଟୋ । ଗ୍ରହମାନଙ୍କ ଏପରି ମିଳନ ୧୯୮୨ ଘଟିଥିଲା । ଏହାପରେ ୨୧୭୧ ଓ ୨୪୯୨ ରେ ଘଟିବ । ଇଂରାଜୀରେ ଏକାରୁ ଏକ ଗ୍ରହ ପରେଡ ବୋଲି କୁହାଯାଏ ।

ଜୁଲାଇ ୫ରେ ପଡ଼ୁଛି ଚନ୍ଦ୍ରଗ୍ରହଣ ,ଭାରତ-ଚୀନ ମଧ୍ୟରେ ସଂପର୍କ ଆହୁରି ଖରାପ ହେବ ? ଜାଣନ୍ତୁ…

ଯଦିଓ ଏହି ଶବ୍ଦର କୌଣସି ବୈଜ୍ଞାନିକ ସଂଜ୍ଞା ନାହିଁ କିନ୍ତୁ ଜ୍ୟୋତିର୍ବିଜ୍ଞାନରେ ଏହା ବହୁଳ ଭାବରେ ବ୍ୟବହୃତ ହୋଇଉଛି । ୧୮ ଏପ୍ରିଲ ୨୦୦୨ରେ ଏହି ପ୍ରକାର ଗ୍ରହର ମିଳନ ଘଟିଥିଲା । ଯେତେବେଳ ଆମେ ଖାଲି ଆଖିରେ ଦେଖିପାରୁଥିବା ୫ ଟି ଗ୍ରହ ସଂଧ୍ୟା ଆକାଶରେ ଗୋଟିଏ ଧାଡିରେ ରହିଥିଲେ । ତେବେ ଜୁଲାଇ ୪ ତାରିଖରେ ଏକ ବିରଳ ତଥା ଅନନ୍ୟ ଗ୍ରହ ମିଳନ ହେବ । ଏଥିରେ ସୌର ଜଗତର ସମସ୍ତ ୮ ଟି ଗ୍ରହ ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହଷ୍ପତି, ଶନି, ଯ଼ୁରାନ୍ସ, ନେପଚୁନ ସହ ପ୍ଲୁଟୋ ସୂର୍ଯ୍ୟଙ୍କ ପାର୍ଶ୍ୱରେ ରହିବେ ।