ରାଜଧାନୀରେ ପୁଣି ଚାଞ୍ଚଲ୍ୟ, ନାବାଳିକାର ହାତ ଗୋଡ଼ ବାନ୍ଧା ଥିବା ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ଦଶମ ଶ୍ରେଣୀ ନାବାଳିକାର ସନ୍ଦେହ ଜନକ ମୃତଦେହ ଉଦ୍ଧାର । ହାତ ଗୋଡ଼ ବନ୍ଧା ଥିବା ବେଳେ ପିଜୁଳି ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳ ଫେଜ୍‌ ୨ରେ ।

ତେବେ ଏହି ଘଟଣାକୁ ନେଇ କିଛି ସ୍ଥାନୀୟ ଲୋକ ହତ୍ୟା କରାଯାଇଥିବା ସନ୍ଦେହ କରୁଥିବା ବେଳେ କିଛି ଲୋକ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଝୁଲନ୍ତା ମୃତଦେହ ନିକଟରେ ନାବାଳିକାର କ୍ଲିପ୍‌ ଓ ଚପଲ ପଡ଼ିଥିବା ଦେଖାଯାଇଛି । ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକଙ୍କ ସହ ତା’ର ପ୍ରେମ ସମ୍ପର୍କ ଥିବା ମଧ୍ୟ ସୂଚନା ମିଳିଛି । ତେବେ ପାରିପାର୍ଶ୍ୱିକ ସ୍ଥିତି ଓ ଲୋକଙ୍କ ବୟାନକୁ ଦେଖାଗଲେ ଏହା ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି । ତେଣୁ ଜଣେ ଯୁବକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା ମଧ୍ୟ କରୁଛି ।

ଅନ୍ୟପଟେ ଯେଉଁ ଗାମୁଛାରେ ନାବାଳିକାର ହାତ ବନ୍ଧା ଥିଲା ସେହି ଗାମୁଛା ତା’ ବାପାଙ୍କର ବୋଲି ଜଣାପଡ଼ିଛି । ତେଣୁ ତାର ପରିବାର ଲୋକଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିବ ବୋଲି  ସୂଚନା ମିଳିଛି । ନାବାଳିକା ଜଣକ ସେହି ଅଞ୍ଚଳରେ ଥିବା ଏକ ସଙ୍ଗୀତ ଶିକ୍ଷକଙ୍କ ପାଖକୁ ଯାଇଥାଏ ଏବଂ ଶିକ୍ଷା ଲାଭ କରିଥାଏ ବୋଲି ଜଣାପଡ଼ିଛି ।

Leave a Reply