ପୁରୀ ଜିଲ୍ଲା ସମ୍ଭାବ୍ୟ ବନ୍ୟା ପ୍ରସ୍ତୁତି ବୈଠକ, ଯୋଗ ଦେଲେ ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ଦାସବର୍ମା….

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଭୁବନେଶ୍ୱର ସେଚ୍ଚ ସଦନଠାରେ ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ମୁକାବିଲା ବୈଠକ କରିଛନ୍ତି । ନଦୀବନ୍ଧ ନିର୍ମାଣ ଓ ଡ୍ରେନେଜ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏନେଇ ବୈଠକରେ ବିସ୍ତୃତ ଆଲୋଚନା ହେବା ସହ କିଭଳି ଭାବେ ସଠିକ ଭାବେ ବନ୍ୟା ପୂର୍ବରୁ ଶତ ପ୍ରତିଶତ ପ୍ରସ୍ତୁତ ରହି ହେବ ସେନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ରାଜ୍ୟ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଉପରେ ମଧ୍ୟ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇ ବିଭିନ୍ନ ଦିଗରେ ଆଲୋଚନା କରିଛନ୍ତି । ତେବେ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ଜରୁରୀକାଳୀନ ସ୍ଥିତିରେ ନିଆଯିବ ବୋଲି ଉପାଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି ।

ମଙ୍ଗଳାନଦୀ ଜଳ ନିଷ୍କାସନ ପାଇଁ ମୁହାଣ ଖୋଲାଯିବ । ଭାର୍ଗବୀ, ଦୟା, ଲୁଣା ଓ ରତ୍ନତିରାର ଜଳ ସମୁଦ୍ରକୁ କିଭଳି ଭାବେ ଅନାୟଶରେ ଯାଇପାରିବ ସେନେଇ ସବୁ ପ୍ରକାର ବ୍ୟବସ୍ଥା କରାଯିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଦକ୍ଷିଣ କଣିଆ ନଦୀର ଖନନ କାର୍ଯ୍ୟ ତ୍ୱାରାନ୍ୱିତ ହେବ । ଏହି ବୈଠକରେ ଜଳ ସମ୍ପଦ ବିଭାଗ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ, ପୁରୀ ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave a Reply