spot_img
Home Blog Page 6722

ନକଲି ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ: ଲୁଟେରାକୁ କାବୁ କଲେ ଗ୍ରାମବାସୀ

ଜଳେଶ୍ୱର: ନକଲି ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ ।  ଲୁଟେରାକୁ କାବୁ କରି ପୋଲିସରେ ଜିମା ଦେଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜଳେଶ୍ୱର ଥାନା ଅନ୍ତର୍ଗତ ଡିଙ୍ଗାଶୁଳ ଗାଁରେ ।  ଲୁଟ୍ ଉଦ୍ୟମ ବେଳେ ଚିତ୍କାର କରିଥିଲେ ଗ୍ରାମବାସୀ । ଏବଂ ଶଦ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ  ଗ୍ରାମବାସୀ ଲୁଟୋରାକୁ କାବୁ କରି ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ ।

 

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଚଲାଇଛି । ଅଭିଯୁକ୍ତଙ୍କ ନାରେ ଥାନାରେ ପୂର୍ବରୁ ଲୁଟପାଟ ଚୋରି ଆଦି ଘଟଣାରେ  ୧୦ରୁ ଅଧିକ ମାମଲା ରହିଥିବା ନେଇ ଜଣାପଡ଼ିଛି । ସେପଟେ ଅଭିଯୁକ୍ତ ଠାରୁ ପୋଲିସ ଏକ ବାଇକ ସହ ଗୋଟିଏ ନକଲି ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି ।

ସୁଶାନ୍ତଙ୍କୁ ରିୟାଙ୍କ ପଟୁ ଅଛି ବିପଦ,ମୃତ୍ୟୁର ୪ ମାସ ଆଗରୁ ପୋଲିସ ପାଖରେ ପରିବାର କରିଥିଲା ଅଭିଯୋଗ !

 

୨୯ ବର୍ଷ ତଳେ ମୋଦି କହିଥିଲେ- ରାମ ମନ୍ଦିର ନିର୍ମାଣ ସମୟରେ ଆସିବି ଅଯୋଧ୍ୟା

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣର ଭୂମି ପୂଜନ ପାଇଁ ଆସନ୍ତା ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଯାଉଛନ୍ତି । ଏତିକିବେଳେ ଦଶକ ତଳର ତାଙ୍କର କେତକ ପୁରୁଣା ଫଟୋ ପୁଣି ଚର୍ଚ୍ଚା ପରିସରକୁ ଆସିଛି । ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ସହିତ ରଥ ଯାତ୍ରା ସମୟରେ ମୋଦିଙ୍କ ଫଟୋ ଓ ମୁରଲୀ ମନୋହର ଜୋଷୀଙ୍କ ସହ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଫଟୋ ୧୯୯୧ ମସିହାର । ଫଟୋ ସହ ମୋଦିଙ୍କ ବକ୍ତବ୍ୟର ମଧ୍ୟ ଚର୍ଚ୍ଚା ହେଉଛି । ମୋଦି ୨୯ ବର୍ଷ ତଳେ କହିଥିଲେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେଲେ ଅଯୋଧ୍ୟା ଆସିବି ।

ପ୍ରକୃତରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁତ ପୁରୁଣା ମୁଦ୍ଦା । ୧୯୯୦ରେ ଆଡଭାନୀ ସୋମନାଥରୁ ଅଯୋଧ୍ୟା ଯାଏଁ ଆରମ୍ଭ କରିଥିଭା ରଥଯାତ୍ରାରେ ମୋଦି ମଧ୍ୟ ଥିଲେ । ରାମ ମନ୍ଦିର ନିର୍ମାଣ ପାଇଁ ସମର୍ଥନ ଗୋଟାଇବା ପାଇଁ ଆଡ଼ଭାନୀ ୧୯୯୦ ମସିହା ସେପ୍ଟେମ୍ବର ୨୫ରେ ଗୁଜରାଟର ସମୋନାଥରରୁ ଏହି ରଥଯାତ୍ରାର ଆରମ୍ଭ କରିଥିଲେ । ଯାହାକି ବିଭିନ୍ନ ରାଜ୍ୟ ଦେଇ ଅକ୍ଟୋବର ୩୦ରେ ଅଯୋଧ୍ୟାରେ ପଞ୍ଚିବାର ଥିଲା । ଆଡ଼ଭାନୀ ସେଠାରେ ରଥଯାତ୍ରାରେ ସାମିଲ୍ ହୋଇଥାନ୍ତେ । ତେବେ, ଏହି ରଥଯାତ୍ରା ଅଯୋଧ୍ୟାରେ ପହଞ୍ଚି ପାରିନଥିଲା । ତତ୍କାଳୀନ ବିହାର ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ଆଦେଶରେ ଅକ୍ଟୋବର ୨୩ରେ ସମସ୍ତିପୁରରେ ଆଡଭାନୀଙ୍କୁ ଗିରଫ କରାଯାଇଥିଲା ।

ସେତେବଳର ଫଟୋ କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ମୋଦିଙ୍କୁ ଦେଖିବାକୁ ମିଳୁଛି । ସେତେବେଳେ ରଥଯାତ୍ରାରେ ମୋଦିଙ୍କୁ କିଛି ଦାୟିତ୍ୱ ମଧ୍ୟ ମିଳିଥିଲା । ମୋଦି ବିଜେପି ଜାତୀୟ ନିର୍ବାଚନ କମିଟିର ସଦସ୍ୟ ଥିଲେ । ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ନେଇ ବିଭିନ୍ନ ମତ ଦେବା ସହ ରାମ ମନ୍ଦିର ନିର୍ମାଣ ରଥକୁ ରୋକି ଦିଆଯାଇଥିଲା । ଏବେ ମୋଦି ତାକୁ ଆଗକୁ ନେଇ ସାକାର କରୁଛନ୍ତି ।

୧୯୯୧ ମସିହାର ଭାଇରାଲ୍ ଫଟୋରେ ଦେଖାଯାଉଛି ମୋଦି- ମୁରଲୀ ମନୋହର ଜୋଷୀଙ୍କ ସହିତ ଅଛନ୍ତି । ଏହି ସମୟରେ ମୋଦି ଦେଇଥିବା ମନ୍ତବ୍ୟ ଚର୍ଚ୍ଚାର ପରିଧିକୁ ଆସିଛି । ୨୯ ବର୍ଷ ତଳେ ସେ କହିଥିବା କଥା ଏବେ ପୂରା ହେବାକୁ ଯାଉଛି । ୧୯୯୧ ମସିହା ଏପ୍ରିଲ ମାସରେ ମୋଦି, ବରିଷ୍ଠ ବିଜେପି ନେତା ମନୋହର ଜୋଷୀଙ୍କଙ୍କ ସହ ଅଯୋଧ୍ୟା ପହଞ୍ଚିବା ସହ ବିବାଦୀୟ ସ୍ଥାନକୁ ଯାଇଥିଲେ । ସେହି ସମୟରେ କିଛି ସାମ୍ବାଦିକଙ୍କୁ ମୁରଲୀ ମନୋହର ଜୋଷୀ କହିଥିଲେ ମୋଦି ଗୁଜରାଟରୁ ଆସିଛନ୍ତି । କଥାବାର୍ତ୍ତା ବେଳେ କିଛି ପ୍ରଚକାର ମୋଦିଙ୍କୁ ପଚାରିଥିଲେ ପୁଣି କେବେ ଅଯୋଧ୍ୟା ଆସିବେ ? ମୋଦି କହିଥିଲେ- ‘ଅଯୋଧ୍ୟା ସେତେବେଳେ ଆସିବି, ଯେତେବେଳେ ରାମ ମନ୍ଦିରର ନିର୍ମାଣ ଆରମ୍ଭ ହେବ ।’

ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁରୁ ବାହାରିଥିବା ଶବ୍ଦ ଭବିଷ୍ୟବାଣୀରେ ପରିଣତ ହୋଇଛି । ଏବେ ତାଙ୍କରି ହାତରେ ହିଁ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୫ରେ ଅଯୋଧ୍ୟାରେ ଭୂମି ପୂଜନ କରିବେ । ଏହି କାର୍ଯ୍ୟକ୍ରମରେ ଲାଲକୃଷ୍ଣ ଆଡ଼ଭାନୀ ଓ ମୁରଲୀ ମନୋହର ଜୋଷୀ ମଧ୍ୟ ଉପସ୍ଥିତ ରହିବେ ।

SC ପହଞ୍ଚିଲେ ସୁଶାନ୍ତ ସିଂହଙ୍କ ପରିବାର, ରିୟା ଚକ୍ରବର୍ତ୍ତୀଙ୍କ ବିରୋରେ ସର୍ବୋଚ୍ଚ ଅଦାଲତରେ ଶୁଶାଣି ପାଇଁ ଦାବି

ନୂଆଦିଲ୍ଲୀ: ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବିହାର ପୋଲିସ ତଦନ୍ତ ଜାରି ରଖିଛି । ଏହି ସମୟରେ ସୁଶାନ୍ତ ସିଂ ମାମଲାର ସିବିଆଇ ଯାଞ୍ଚ ପାଇଁ ଏକ ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହା ପରେ ଅଭିନେତାଙ୍କ ପରିବାର ଉପର ଅଦାଲତରେ ଏକ କେଭିଏଟ ଦାଖଲ କରିଛନ୍ତି । ସୁଶାନ୍ତଙ୍କ କଥିତ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି କରିବାକୁ ପରିବାର ଆବେଦନ କରିଛନ୍ତି ।

ଏହାପୂର୍ବରୁ ଅଲଖ ପ୍ରିୟା ନାମକ ଜଣେ ଝିଅ ସୁଶାନ୍ତ ସିଂ ରାଜପୁତ ମାମଲାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଥିଲେ । ଏହାକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ପୋଲିସକୁ ସେମାନଙ୍କ କାର୍ଯ୍ୟ କରିବାକୁ ଦିଅନ୍ତୁ। କୋର୍ଟ କହିଛି ଯେ ଏହି ମାମଲାରେ ଆବେଦନକାରୀଙ୍କ କୌଣସି ସମ୍ପର୍କ ନାହିଁ। କୋର୍ଟ ଆବେଦନକାରୀଙ୍କୁ ବମ୍ବେ ହାଇକୋର୍ଟ ଯିବାକୁ କହିଥିଲେ।

ବିହାର ପୋଲିସ ସୁଶାନ୍ତଙ୍କ ଭଉଣୀ ଏବଂ ବନ୍ଧୁଙ୍କ ବିବୃତ୍ତି ନେଇଛି

ଏଠାରେ ବିହାର ପୋଲିସ ସୁଶାନ୍ତଙ୍କ ଭଉଣୀ ମିତୁ ସିଂ ଏବଂ ତାଙ୍କ ବନ୍ଧୁ ମହେଶ କୃଷ୍ଣ ଶେଟ୍ଟୀଙ୍କ ମୁମ୍ବାଇରେ ଏକ ବିବୃତ୍ତି ନେଇଛି । ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ଭଉଣୀ କହିଛନ୍ତି, ‘ରିୟା ସୁଶାନ୍ତଙ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିଲେ। ଭୂତ ପ୍ରେତର କାହାଣୀ ଶୁଣାଇ ତାଙ୍କ ଘର ମଧ୍ୟ ବଦଳାଇଥିଲେ । ବିହାର ପୋଲିସ ବର୍ତ୍ତମାନ ସୁଶାନ୍ତଙ୍କ ଆକାଉଣ୍ଟ ଯାଞ୍ଚ କରିବା ପାଇଁ ବ୍ୟାଙ୍କକୁ ଯିବ । ଏଥିସହ ସୁଶାନ୍ତଙ୍କ ଚିକିତ୍ସା କରୁଥିବା ସେହି ଡାକ୍ତରମାନଙ୍କୁ ବିହାର ପୋଲିସ ପଚରାଉଚରା କରିବ ।

ସୁଶାନ୍ତଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସୁଶାନ୍ତଙ୍କ ପିତା କେ.କେ ସିଂ ଏଫ୍ଆଇଆର୍ ଦାଖଲ କରିଛନ୍ତି, ପରେ ବିହାର ପୋଲିସ ଏହି ଘଟଣାର ତଦନ୍ତ କରୁଛି। କେ କେ ସିଂ ରିୟାଙ୍କ ଉପରେ ଅନେକ ଗୁରୁତର ଅଭିଯୋଗ କରିଛନ୍ତି। କେ କେ ସିଂ ରିୟାଙ୍କୁ ସୁଶାନ୍ତଙ୍କୁ ହଇରାଣ କରିବା ସହ ତାଙ୍କ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି। ଏଥି ସହିତ ମୁମ୍ବାଇ ପୋଲିସ ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୪୦ ରୁ ଅଧିକ ଲୋକଙ୍କ ବିବୃତ୍ତି ରେକର୍ଡ କରିଛି।

ଗଞ୍ଜାମରେ କମିଛି ସଂକ୍ରମିତଙ୍କ ସଂଖ୍ୟା: ଆବଶ୍ୟକସ୍ଥଳେ ଦୈନିକ ୨୦ ହଜାର ଟେଷ୍ଟିଂ କରାଯାଉଛି

ଭୁବନେଶ୍ୱର: ଗତ ୪ ମାସ  ମଧ୍ୟରେ ରାଜ୍ୟରେ ଟେଷ୍ଟିଂ ପରିମାଣ ବଢ଼ିଛି । ଏଯାବତ୍ ରାଜ୍ୟରେ ମୋଟ୍ ୫ ଲକ୍ଷ କରୋନା ଟେଷ୍ଟିଂ ହୋଇସାରିଛି ।  ପ୍ରଥମ ୧ ଲକ୍ଷ କରୋନା ଟେଷ୍ଟିଂ ପାଇଁ ପାଇଁ ୧୦ ସପ୍ତାହ ଲାଗିଥିଲା ତେବେ ଶେଷ ୧ ଲକ୍ଷ ଟେଷ୍ଟିଂ ମାତ୍ର ୧୦ ଦିନ ମଧ୍ୟରେ ସମ୍ଭବ ହୋଇପାରିଥିଲା । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ଯୋଗୁଁ ଏହି ସଫଳତା ହାସଲ କରିପାରିଛୁ ବୋଳି କହିଛନ୍ତି ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ କୋଭିଡ ଟେଷ୍ଟିଂ ଚାଲିଛି । ୩୫ ସରକାରୀ ଓ ୯ଟି ଘରୋଇ ଲାବ୍ରୋଟାରୀ ପରୀକ୍ଷା ଚାଲିଛି । ବିଭିନ୍ନ ମାଧ୍ୟମରେ ଆମର ଟେଷ୍ଟିଂ ଚାଲିଛି । ଏଭଳି କି ମୋବାଇଲ ଲାବ୍ରେଟାରୀରେ ମଧ୍ୟ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂ ବଢ଼ୁଛି ଏଣୁ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହେଉଛନ୍ତି । ଯେତେଶୀଘ୍ର ପଜିଟିଭ୍‌ ରୋଗୀଙ୍କୁ ଚିହ୍ନଟ କରାଯାଇ ପାରିବ ଅନ୍ୟକୁ ସଂକ୍ରମିତ ହେବାରୁ ରୋକାଯାଇପାରିବ । ଏହି ପ୍ରକ୍ରିୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟା ଏଣିକି କମିବାରେ ଲାଗିଛି । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବା । ଏବଂ ଲକ୍ଷଣ ଦେଖାଗଲେ ଟେଷ୍ଟିଂ କରାଇବାକୁ ପରାମର୍ଶ ଦେଇଛନ୍ତି ଶଳିନୀ ପଣ୍ଡିତ ।

ଭିନ୍ନ ଭିନ୍ନ ଲ୍ୟାବ୍‌ରେ ରିପୋର୍ଟ କାହିଁକି ଭିନ୍ନ ଆସେ?

ସାଧାରଣତଃ କିଛି ଲୋକଙ୍କ ଅଭିଯୋଗ ରହିଛି ଯେ, ଗୋଟିଏ ଲାବ୍ରୋଟାରୀରେ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ  ଅନ୍ୟ ଏକ ଲ୍ୟାବ୍‌ରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏଣୁ ଲୋକଙ୍କ ଧାରଣା ରିପୋର୍ଟ ଭୁଲ୍ ରହିଛି । ଯାହାର ଉତ୍ତର ରଖିଛନ୍ତି ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ସେ କହିଛନ୍ତି, ଟେଷ୍ଟିଂ କରିବା ସମୟରେ ଆପଣ ଶରୀରରେ ଭାଇରସ୍ ନଥିବାରୁ ନେଗେଟିଭ୍ ଚିହ୍ନଟ ହୋଇଥାନ୍ତି । କିନ୍ତୁ କିଛି ଦିନ ବ୍ୟବଧାନରେ ଆପଣଙ୍କ ଦେହରେ ଭାଇସର ସକ୍ରିୟ ହୋଇଥିବା ଯୋଗୁଁ ପଜିଟିଭ୍ ଚହ୍ନଟ ହୋଇଥାନ୍ତି । ସେ ଆହୁରୀ କହିଛନ୍ତି ଯେ, ଯେତେବେଳେ ଆମ ଶରୀରରେ ଭାଇରସ ପ୍ରବେଶ କରେ ସେତେବେଳେ ଟେଷ୍ଟିଂ କଲେ ଜଣାପଡ଼େନାହିଁ, ଏଥିଲାଗି ୪ରୁ ୫ ଦିନ ସମୟ ଲାଗେ । ଏଥିରେ ଲାବ୍ରୋଟାରୀ କୌଣସି ଭୁଲ ନାହିଁ ।

ବର୍ତ୍ତମାନ ୨୮ ଜଣ ଡୋନର ପ୍ଳାଜ୍‌ମା ଦେଇଛନ୍ତି । ୩୩ ଜଣ ରୋଗୀଙ୍କୁ ପ୍ଳାଜ୍‌ମା ଦିଆଯାଇଛି । ୨୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ।  ସେମାନଙ୍କ ମଧ୍ୟରୁ ୮ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି ।

କୋଭିଡ ଭ୍ୟାକ୍ସିନ୍ ଶୀଘ୍ର ବାହାରିବ ସେତେବେଳେ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ସେବେ ଯାଏଁ, ଆମକୁ ସାମାଜିକ ଟିକାକୁ ବ୍ୟବହାର କରିବାକୁ ପଡ଼ିବ । ଅର୍ଥାତ ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ବ୍ୟବହାର କରିବା ଓ ବାରମ୍ୱାର ହାତ ଧୋଇବା ।

ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଲେ ଖୁସି ଖବର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘରକୁ ଆସିଲା ଖୁସି ଖବର । ଗୁରୁବାର ଅପରାହ୍ନରେ ହାର୍ଦ୍ଦିକ ପାଣ୍ଡ୍ୟା ପିତା ହୋଇଛନ୍ତି । ପାଣ୍ଡ୍ୟାଙ୍କ ଭାବି ପତ୍ନୀ ଅଭିନେତ୍ରୀ ନତାଶା ଷ୍ଟାନକୋଭିଚ୍ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ପାଣ୍ଡ୍ୟା ଗୁରୁବାର ଦିନ ସୋସିଆଲ ମିଡିଆରେ ପୁଅର ହାତର ଏକ ଚିତ୍ର ପୋଷ୍ଟ କରିଛନ୍ତି । ଚିତ୍ରରେ ପାଣ୍ଡ୍ୟା ପୁଅର ହାତ ଧରିଛନ୍ତି । ଜଣାଇ ରଖୁଛୁ ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଜାନୁଆରୀ ୧ ରେ ଅଭିନେତ୍ରୀ ନତାଶା ଷ୍ଟାନକୋଭିଚ ସହ ନିର୍ବଦ୍ଧ କରିଥିଲେ ଏବଂ ତା’ପରେ ଲକଡାଉନ ସମୟରେ ନତାଶା ଗର୍ଭବତୀ ଥିବା ପାଣ୍ଡ୍ୟା ଜଣାଇଥିଲେ ।

https://www.instagram.com/p/CDQx8yCF-SX/

ଜଣାଇ ରଖୁଛୁ ଯେ, ଲକଡାଉନ୍ ସମୟରେ ନତାଶା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନେକ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରିଥିଲେ । ଗର୍ଭବତୀ ହେବା ପରେ ନତାଶା ବେବି ପମ୍ପ ସହିତ ବହୁତ ଫଟୋ ସେୟାର କରିଥିଲେ ।

ପାଣ୍ଡ୍ୟାଙ୍କୁ ବିଭନ୍ନ ମହଲରୁ ଅଭିନନ୍ଦନ

https://www.instagram.com/p/CDOQk_sFrFf/

ପାଣ୍ଡ୍ୟା ବାପା ହେବା ଖବର ଆସିବା ପରେ ତାଙ୍କ ପାଖକୁ ଛୁଟୁଛି ଅଭିନନ୍ଦନର ସୁଅ  । ତାଙ୍କର ଆଇପିଏଲ ଦଳ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ତାଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ଏହା ବ୍ୟତୀତ କେ.ଏଲ୍ ରାହୁଲ, ୟୁଜବେନ୍ଦ୍ର ଚହଲ, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ପାଣ୍ଡ୍ୟାଙ୍କୁ ପିତା ହେବାର ଅଭିନନ୍ଦନ ଜଣାଇଛନ୍ତି ।

ପାଣ୍ଡ୍ୟା ଆଇପିଏଲ ଦ୍ୱାରା ଫେରିବେ

https://www.instagram.com/p/CDDniKHluwy/

ଜଣାଇ ରଖୁଛୁ ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଗତ ଏକ ବର୍ଷ ଧରି ଟିମ୍ ଇଣ୍ଡିଆରେ ଖେଳୁନାହାନ୍ତି । ପାଣ୍ଡ୍ୟାଙ୍କ ପିଠିରେ ଆଘାତ ଲାଗିଥିଲା ​​ଯେଉଁଥିପାଇଁ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ପାଣ୍ଡ୍ୟା ୨୨ ସେପ୍ଟେମ୍ବର ୨୦୧୯ ରେ ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଖେଳିବାର ସୁଯୋଗ ପାଇଥିଲେ କିନ୍ତୁ କରୋନା କାରଣରୁ ଏହି ସିରିଜକୁ ସ୍ଥଗିତ ରଖାଯାଇଥିଲା। ଜଣାଇ ରଖୁଛୁ ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆସନ୍ତା ମାସରୁ ଆଇପିଏଲରେ ଖେଳୁଥିବା ଦେଖିବାକୁ ମିଳିବ। ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।

ଦକ୍ଷିଣ ଭାରତର ଏହି ରହସ୍ୟମୟୀ ମନ୍ଦିର, ଯେଉଁଠି ବଢ଼ୁଛି ମୂର୍ତ୍ତିର ଆକାର

ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ କରିଛି ପୃଷ୍ଟି

ଭାରତକୁ ଚମତ୍କାରର ଦେଶ ଏମିତି ହିଁ କୁହାଯାଏ ନାହିଁ । ଆମ ଦେଶରେ ଏମିତି କିଛି ମନ୍ଦିର ରହିଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଦକ୍ଷିଣ ଭାରତର ଏକ ମନ୍ଦିର ବିଷୟରେ ଜାଣିବା । କୁହାଯାଉଛି ଯେ ଏଠାରେ ମୂର୍ତ୍ତିର ଆକାର ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି । ଏହି ମନ୍ଦିର ଭଗବାନ ଶଙ୍କର ଏବଂ ପାର୍ବତୀଙ୍କର ଅଟେ ଏବଂ ଏଠାରେ ଅବସ୍ଥିତ ନନ୍ଦୀଙ୍କ ପ୍ରତିମୂର୍ତ୍ତି ଦିନକୁ ଦିନ ବୃଦ୍ଧି ପାଉଛି ବୋଲି କୁହାଯାଉଛି । ଏପରିକି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ନିଜେ ମଧ୍ୟ ଏହା ନିଶ୍ଚିତ କରିଛନ୍ତି । ତେବେ ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା…

ହଟାଇବାକୁ ପଡ଼ିଲା ମନ୍ଦିରର ସ୍ତମ୍ଭ

ଆନ୍ଧ୍ରପ୍ରଦେଶର କୁର୍ନୁଲରେ ଅବସ୍ଥିତ ଏହି ମନ୍ଦିରର ନାମ ହେଉଛି ଶ୍ରୀ ୟଙ୍ଗତି ଉମା ମହେଶ୍ୱରା ମନ୍ଦିର। ଏହି ଅନନ୍ୟ ମନ୍ଦିର ବିଷୟରେ କୁହାଯାଉଛି ଯେ ଏଠାରେ ଥିବା ନନ୍ଦୀଙ୍କ ଆକାର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ରାସ୍ତାରେ ଥିବା କିଛି ସ୍ତମ୍ଭକୁ ହଟାଇ ଦିଆଯାଇଛି । ନନ୍ଦୀ ଚାରିପାଖରେ ଥିବା ଅନେକ ସ୍ତମ୍ଭକୁ ଗୋଟିଏ ପରେ ଗୋଟିଏ ଭାଙ୍ଗିବାକୁ ପଡ଼ୁଛି ।

ମନ୍ଦିରର ଇତିହାସ

ବୈଷ୍ଣବ ପରମ୍ପରା ଅନୁଯାୟୀ ଏହି ମନ୍ଦିର ନିର୍ମାଣ କରାଯାଇଛି । ଏହାକୁ ପଞ୍ଚଦଶ ଶତାବ୍ଦୀରେ ବିଜୟାନଗର ସାମ୍ରାଜ୍ୟର ସଙ୍ଗମ ରାଜବଂଶର ରାଜା ହରିହର ବୁକ୍କା ରାୟ ନିର୍ମାଣ କରିଥିଲେ। ଏହି ମନ୍ଦିର ହାଇଦ୍ରାବାଦ ଠାରୁ ୩୦୮ କିଲୋମିଟର ଏବଂ ବିଜୟୱାଡା ଠାରୁ ୩୫୯ କିଲୋମିଟର ଦୂରରେ ଅବସ୍ଥିତ । ଯାହା ପ୍ରାଚୀନ କାଳର ପଲ୍ଲବ, ଚୋଲା, ଚଲୁକ୍ୟାଜ ଏବଂ ବିଜୟନଗର ଶାସକଙ୍କ ପରମ୍ପରାକୁ ପ୍ରତିଫଳିତ କରିଥାଏ ।

ବଢ଼ୁଥିବା ନନ୍ଦୀଙ୍କ ପ୍ରତିମା

ଭକ୍ତମାନେ ବିଶ୍ୱାସ କରନ୍ତି ଯେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ଏହି ମନ୍ଦିର ସମ୍ମୁଖରେ ଅବସ୍ଥିତ ନନ୍ଦୀଙ୍କ ପ୍ରତିମୂର୍ତ୍ତି ପୂର୍ବରୁ ବହୁତ ଛୋଟ ଥିଲା । ବୈଜ୍ଞାନିକମାନେ କହିଛନ୍ତି ଯେ ପ୍ରତି ୨୦ ବର୍ଷରେ ନନ୍ଦୀଙ୍କ ପ୍ରତିମୂର୍ତ୍ତି ଏକ ଇଞ୍ଚ ବଢ଼ୁଛି । ସେମାନେ ବିଶ୍ୱାସ କରନ୍ତି ଯେ ପ୍ରତିମାଟି ଯେଉଁ ପଥର ଦ୍ୱାରା ନିର୍ମିତ ହୋଇଛି ତାର ପ୍ରକୃତି ବିସ୍ତାର ପ୍ରାୟ । କୁହାଯାଏ ଯେ ଏକ ଅଭିଶାପ ହେତୁ ଏହି ମନ୍ଦିରରେ କାଉ ଦେଖାଯାଏ ନାହିଁ ।

ମନ୍ଦିରରେ ସ୍ଥାପନା

ବିଶ୍ୱାସ କରାଯାଏ ଯେ ମନ୍ଦିରର ସ୍ଥାପନା ଋଷି ଅଗସ୍ତ୍ୟ କରିଥିଲେ। ସେ ଏଠାରେ ପ୍ରଭୁ ଭେଙ୍କଟେଶଙ୍କ ଏକ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ, କିନ୍ତୁ ନିର୍ମାଣ କରିବାବେଳେ ମୂର୍ତ୍ତିର ଆଙ୍ଗୁଠି ଭାଙ୍ଗିବା ହେତୁ ମନ୍ଦିର ପ୍ରତିଷ୍ଠାନକୁ ଅଧାରୁ ବନ୍ଦ କରିବାକୁ ପଡିଲା। ଏଥିରେ ନିରାଶ ହୋଇ ଅଗସ୍ତ୍ୟଋଷି ଭଗବାନ ଭୋଲେନାଥଙ୍କ ତପସ୍ୟା କରିବାକୁ ଲାଗିଲେ । ଏହାପରେ ଭୋଲେନାଥ ତପସ୍ୟାରେ ସନ୍ତୁଷ୍ଟ ହୋଇ କହିଥିଲେ ଯେ ଏଠାରେ ତାଙ୍କ ମନ୍ଦିର ନିର୍ମାଣ କରିବା ଉପଯୁକ୍ତ ହେବ ।

ଅଗସ୍ତ୍ୟ ଋଷିଙ୍କ ଅଭିଶାପ

ଏଠାରେ ସ୍ଥାନୀୟ ଲୋକମାନେ ଏକ କିମ୍ବଦନ୍ତୀ ବିଷୟରେ କୁହନ୍ତି ଯେ ଯେତେବେଳେ ଅଗସ୍ତ୍ୟ ଋଷି ତପସ୍ୟା କରୁଥିଲେ, କାଉମାନେ ଆସି ତାଙ୍କୁ ହଇରାଣ କରୁଥିଲେ । ଏଥିରେ କ୍ରୋଧିତ ହୋଇ ଋଷି କାଉମାନଙ୍କୁ ଅଭିଶାପ ଦେଇଥିଲେ ଯେ ସେମାନେ ଆଜିଠାରୁ ଏଠାକୁ କେବେ ଆସିପାରିବେ ନାହିଁ । କାଉକୁ ଶାନି ଦେବଙ୍କ ବାହନ ବୋଲି କୁହାଯାଉଥିବାରୁ ଏଠାରେ ଶନି ଦେବ ମଧ୍ୟ ବାସ କରନ୍ତି ନାହିଁ ।

ଅର୍ଦ୍ଧନାରୀଶ୍ୱର

ଏଠାରେ ଶିବ-ପାର୍ବତୀ ଅର୍ଦ୍ଧନାରୀଶ୍ୱର ରୂପରେ ବିରାଜମାନ କରିଛନ୍ତି ଏବଂ ଏହି ପ୍ରତିମାକୁ ଗୋଟିଏ ପଥରରେ ଖୋଦନ କରାଯାଇ ନିର୍ମାଣ କରାଯାଇଛି । ବୋଧହୁଏ ଏହା ହେଉଛି ପ୍ରଥମ ମନ୍ଦିର, ଯେଉଁଠାରେ ଭଗବାନ ଶିବଙ୍କୁ ଶିବଲିଙ୍ଗ ଆକାରରେ ନୁହେଁ ବରଂ ଏକ ପ୍ରତିମୂର୍ତ୍ତି ଭାବରେ ପୂଜା କରାଯାଏ ।

ପବିତ୍ର ଜଳ ଉତ୍ସ

ସୁନ୍ଦର ପ୍ରାକୃତିକ ଦୃଶ୍ୟ ଦ୍ୱାରା ଚତୁର୍ଦ୍ଦିଗରେ ଏହି ମନ୍ଦିରର ଏକ ବିଶେଷ ବୈଶିଷ୍ଟ୍ୟ ରହିଛି । ଏଠାରେ ଥିବା ପୁଷ୍କାର୍ଣିମୀ ନାମକ ପବିତ୍ର ଜଳସ୍ରୋତରୁ ନିରନ୍ତର ଜଳ ପ୍ରବାହିତ ହୁଏ । ୧୨ ମାସ ଧରି ଏହି ପୁଷ୍କାର୍ଣିମୀରେ ଜଳ କେଉଁଠୁ ଆସେ ତାହା କେହି ଜାଣନ୍ତି ନାହିଁ । ଭକ୍ତମାନେ ବିଶ୍ୱାସ କରନ୍ତି ଯେ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ପବିତ୍ର ଜଳରେ ସ୍ନାନ କଲେ ସମସ୍ତ ପାପ ଧୋଇଯାଏ ।

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଢ଼ମଣା ସାପ

0

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଢ଼ମଣା ସାପ । ଏୟାର ପୋର୍ଟ ଟର୍ମିନାଲ ୨ର ଏରୋ ବ୍ରିଜ୍‌ର ସିଡ଼ି ତଳେ ଏକ ସାପ ପଶିଯାଇଥିଲା । ଟର୍ମିନାଲ ମ୍ୟାନେଜରଙ୍କଠାରୁ ସୂଚନା ପାଇ ସ୍ନେକ୍‌ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ତେବେ ସିଡ଼ି ତଳେ ଥିବା ଗାତ ଭିତରେ ସାପ ଟି ଲୁଚି ରହିଥିଲା । ସାପ  ଗାତ ଭିତରୁ ବାହାର କରିବା ପାଇଁ ପ୍ରଥମେ ପାଣି, ତା ପରେ ଡିଜେଲ ପକା ଯାଇଥିଲା । ଶେଷରେ ଜଣେ କର୍ମଚାରୀ ଟର୍ପେଣ୍ଟାଇନ୍‌ ତେଲ ପକେଇବା ପରେ ସାପଟି ଗାତ ବାହାରକୁ ବାହାରି ଆସିଥିଲା ।

ଏହାପରେ ଶୁଭେନ୍ଦୁ ୫ ଫୁଟ ଲମ୍ବାର ଢ଼ମଣା ସାପଟିକୁ ଉଦ୍ଧାର କରି ବ୍ୟାଗ୍‌ରେ ପୁରେଇ ବାହାରକୁ ଆଣିଥିଲେ । ସାପଟିକୁ ସହର ବାହାରେ ତାର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି । ବର୍ଷା ଦିନ ହେତୁ ଏୟାରପୋର୍ଟ ଭିତରେ ଘାସ ଆକାର ବଢ଼ି ଯାଇଥିବାରୁ ସାପ ମାନଙ୍କର ଗତିବିଧି ମଧ୍ୟ ବଢିଯାଇଛି ବୋଲି କର୍ମଚାରୀ ମାନେ ଆଶଙ୍କା କରୁଛନ୍ତି ।

ତେବେ ବିମାନବନ୍ଦରରୁ ସାପ ବାହାରିବା ଘଟଣା ନୂଆ ନୁହେଁ । ଏମିତିକି ରନ୍‌ ଓ୍ୱେରେ ନାଗ ସାପ ଥିବାରୁ ବିମାନକୁ ୭ ମିନିଟ୍ ପର୍ଯ୍ୟନ୍ତ ଅଟକି ରହିବାକୁ ପଡ଼ିଥିଲା । ପାର୍କିଂ କରିବାକୁ ଆସୁଥିବା ବିମାନ ସାପ ପାଇଁ ରନୱେରେ ଅଟକିଲା । ଦିଲ୍ଲୀରୁ ଆସୁଥିବା ଭିସ୍ତାରା ଏୟାରଲାଇନ୍ସର ବିମାନ ଅବତରଣ କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା ।

ଭର୍ଚୁଆଲ୍ ବ୍ୟବସ୍ଥାରେ ବିଶିଷ୍ଟ ନାଟ୍ୟକାର ଓ ଚିତ୍ରଶିଳ୍ପୀ ଅସୀମ ବସୁଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର: ଗୁରୁବାର ପୂର୍ବାହ୍ନରେ ରାଜ୍ୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଭର୍ଚୁଆଲ୍‌ ମାଧ୍ୟମରେ ଦିବଙ୍ଗତ ଚିତ୍ରଶିଳ୍ପୀ, ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର, କବି, କଥାଶିଳ୍ପୀ, ସ୍ତମ୍ଭକାର, କଳା ନିର୍ଦ୍ଦେଶକ ତଥା ମଞ୍ଚ କାରିଗର ଅସୀମ ବସୁଙ୍କର ପୂର୍ଣାବୟବ ଉନ୍ମୋଚିତ ହୋଇଛି । ସରକାରଙ୍କ କୋଭିଡ-୧୯ ନିୟମ ଅନୁଯାୟୀ କୌଣସି ସରକାରୀ କାର୍ଯ୍ୟକ୍ରମ କରିବାର ଅନୁମତି ନଥିବାରୁ ରାଜ୍ୟର ଅସଂଖ୍ୟ ସଂସ୍କୃତି ପ୍ରେମୀ ମାନଙ୍କ ଅନୁରୋଧରେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସମସ୍ତ କୋଭିଡ ନିୟମ ପାଳନ କରାଯାଇ ଭର୍ଚୁଆଲ୍‌ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

 

ବିଭାଗ ତରଫରୁ ଆୟୋଜିତ ଏହି ଉତ୍ସବରେ ଭାଷା,ସଂସ୍କୃତି ଓ ସାହିତ୍ୟ ତଥା ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭୁବନେଶ୍ୱର ଉତ୍ତର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ଦାଶ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ନାଟ୍ୟ ସଂଘର ସଭାପତି ହରେନ ସାହୁ, ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ଧୀର ମଲ୍ଲିକ, ମନୋଜ ପଟ୍ଟନାୟକ ତଥା ଅସୀମ ବସୁଙ୍କର ପରିବାର ତରଫରୁ ତାଙ୍କ ପୁତ୍ର ଗୌତମ ବସୁ, କନ୍ୟା ରାଜ୍ୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ଭାସ୍ଵତୀ ବସୁ ତଥା ଅନ୍ୟତମ କନ୍ୟା ବିଶିଷ୍ଟ ଚିତ୍ରଶିଳ୍ପୀ ଅତସୀ ବସୁ ଆଦି ଉପସ୍ଥିତ ଥିଲେ ।

ଏହି ପରିପ୍ରେକ୍ଷୀରେ ଦିବଂଗତ ଚିତ୍ରଶିଳ୍ପୀ ଅସୀମ ବାସୁଙ୍କର ଜୀବନୀ ଉପରେ ଆଧାରିତ ବୃତ୍ତଚିତ୍ରର ପ୍ରଦର୍ଶନ କରାଯାଇଥିଲା । ଓଡ଼ିଆ ଭାଷା ଓ ସଂସ୍କୃତିକୁ ତାଙ୍କର ୫ ଦଶକର ଅବଦାନକୁ ମନ୍ତ୍ରୀ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ, ଅଶୋକ ଚନ୍ଦ୍ର ପଣ୍ଡା ତଥା ବିଭାଗୀୟ ଅତିରିକ୍ତ ଶାସନ ସଚିବ ଆଦି ସ୍ମରଣ କରିଥିଲେ ।

 ଅପରପକ୍ଷରେ କିଛି ଅସୀମ ପ୍ରେମୀ ରବୀନ୍ଦ୍ରମଣ୍ଡପ ପରିସରରେ ପ୍ରିୟ ଦାଦାଙ୍କର ପ୍ରତିମୂର୍ତ୍ତି ନିକଟରେ ସମବେତ ହୋଇ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ବରିଷ୍ଠ ସ୍ତମ୍ଭକାର ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ କପିଳାସ ଭୂୟାଁ, ନାଟ୍ୟ ନିର୍ଦ୍ଦେଶକ ଅଭିନ୍ନ ରାଉତରାୟ, କବି ତଥା ପ୍ରାବନ୍ଧିକ ପବିତ୍ର ମୋହନ କର, ରବୀନ୍ଦ୍ର ମଣ୍ଡପର କର୍ମଚାରୀ ଶ୍ରୀ ବିଶ୍ୱାଳ, ଦାଦାଙ୍କର ଘନିଷ୍ଟ ସହଯୋଗୀ ପ୍ରଶାନ୍ତ ପାଣ୍ଡିଆ, ଯୁବ ନାଟ୍ୟ ନିର୍ଦ୍ଦେଶକ ଦେବଦତ୍ତ ପତି, ସାମ୍ବାଦିକ ତଥା ଦାଦାଙ୍କର ଜ୍ୱାଇଁ ବିଜୟ ମଣ୍ଡଳ, ନାଟ୍ୟ ନିର୍ଦ୍ଦେଶକ ପ୍ରକାଶ ମହାରଣା ଯୋଗଦେଇ ଦିବଂଗତ ଚିତ୍ରଶିଳ୍ପୀ ଅସୀମ ବସୁଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱର୍ଗତ ଅସୀମ ବାସୁଙ୍କର ପ୍ରତିମୂର୍ତ୍ତିର ଅନାବରଣ ଖବର ସାରା ନାଟ୍ୟଜଗତ ତଥା ଚିତ୍ରଶିଳ୍ପୀ ଓ ସାହିତ୍ୟିକମାନଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି  ।

ସ୍ୱର୍ଗତ ଅସୀମ ବସୁ କେବଳ ନାଟ୍ୟଜଗତର ନୁହନ୍ତି ସେ ଧର୍ମପଦ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ, ଅତୀତରେ ରାଜ୍ୟସ୍ତରୀୟ ତଥା ଜାତୀୟ ସ୍ତରୀୟ ଏବଂ ବିଦେଶରେ ମଧ୍ୟ ଦେଶ ଓ ରାଜ୍ୟର ବିଭିନ୍ନ ପ୍ରଦର୍ଶନୀମାନ ଆୟୋଜନ କରି ରାଜ୍ୟ ତଥା ଦେଶ ପାଇଁ ଅନେକ ଗୌରବ ଆଣିଦେଇଛନ୍ତି । ଅସୀମ ବସୁଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରଜ୍ଞାପନ ମେଢ଼ ଭାରତର ଗଣତନ୍ତ୍ର ଦିବସ, ତଥା ଜନରାଜ୍ୟ ଦିବସମାନଙ୍କରେ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହୋଇ ବିଭିନ୍ନ ସମୟରେ ପୁରସ୍କୃତ ହୋଇଛି ।

ତାଙ୍କ ରଚିତ ଆତ୍ମଜୀବନୀ ମୂଳକ ଉପନ୍ୟାସ “କଥାରେ କଥାରେ ” ଭାରତୀୟ ଭାଷା ସାହିତ୍ୟ ସଂସ୍ଥା ଦ୍ୱାରା ଅନ୍ୟତମ ଶ୍ରେଷ୍ଠ ଆତ୍ମଜୀବନୀମୂଳକ ଉପନ୍ୟାସ ଭାବରେ ପୁରସ୍କୃତ । ତାଙ୍କ ଜୀବଦ୍ଦଶାରେ “କାକଟସର ଫୁଲ” ନାମରେ ଏକ ଗଳ୍ପ ସଂକଳନ ପ୍ରକାଶିତ । ତାଙ୍କର ଅନ୍ୟାନ୍ୟ ବହୁ ଗଳ୍ପକୁ ନେଇ ଏକ ଗଳ୍ପ ସଂକଳନ ” ଜୀବନ ଯାହା ଯେମିତି” ପ୍ରକାଶିତ ହୋଇ ପାଠକ ଆଦୃତ୍ତି ଲାଭ କରିଛି । ଜପ୍ରମୁଖ ଓଡ଼ିଆ ଖବର କାଗଜ ପ୍ରେମୟରେ ନିୟମିତ ଲେଖୁଥିବା ସ୍ତମ୍ଭକୁ ନେଇ “ସାନକୁହା” ନାମରେ ଏକ ପ୍ରବନ୍ଧ ସଂକଳନ ମଧ୍ୟ ପ୍ରକାଶିତ ହୋଇଅଛି ।

ନୂତନ ଶିକ୍ଷା ନୀତି: ରିପୋର୍ଟ କାଡ୍ ସହ ଆଉ କ’ଣ ବଦଳିଯିବ ?

ନୂଆଦିଲ୍ଲୀ: ୩୪ ବର୍ଷ ପରେ ଦେଶର ଶିକ୍ଷା ନୀତିରେ ନୂତନ ପରିବର୍ତ୍ତନ କରାଯାଇଛି । ବୁଧବାର କ୍ୟାବିନେଟ ଏହି ନୂତନ ଶିକ୍ଷାକୁ ଅନୁମୋଦନ କରିଛି । ନୂତନ ଶିକ୍ଷା ନୀତି ସ୍କୁଲ ବ୍ୟାଗ, ପ୍ରି- ପ୍ରାଥମିକ ଶ୍ରେଣୀରୁ ବୋର୍ଡ ପରୀକ୍ଷା, ରିପୋର୍ଟ କାର୍ଡ, ୟୁଜି ଆଡମିଶନ ପ୍ରଣାଳୀ, ଏମଫିଲ ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ କରିଛି । ଏତେ ବର୍ଷ ପରେ ନୂତନ ଶିକ୍ଷା ନୀତିରେ କ’ଣ ପରିବର୍ତ୍ତନ ହୋଇଛି ଏବଂ ଏହା ଆପଣଙ୍କ ପିଲାଙ୍କ ଶିକ୍ଷା ଉପରେ କିପରି ପ୍ରଭାବ ପକାଇବ ଜାଣନ୍ତୁ…

୧. ଏହି ନୀତିର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ବିଦ୍ୟାଳୟ ଶିକ୍ଷା, ଉଚ୍ଚଶିକ୍ଷା ସହିତ କୃଷି ଶିକ୍ଷା, ଆଇନ ଶିକ୍ଷା, ଡାକ୍ତରୀ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଏହାର ଆଭିମୁଖ୍ୟରେ ଅଣାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଧ୍ୟୟନ ସହିତ ଛାତ୍ରଛାତ୍ରୀମାନଙ୍କୁ ଏକ ଜୀବନ ପାଠ୍ୟକ୍ରମ ସହିତ ସିଧାସଳଖ ସଂଯୋଗ କରିବା । ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସହ-ପାଠ୍ୟକ୍ରମ କିମ୍ବା ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟକଳାପ ଭାବରେ କଳା, ସଙ୍ଗୀତ, ହସ୍ତଶିଳ୍ପ, କ୍ରୀଡା, ଯୋଗ ଇତ୍ୟାଦି ଅଧ୍ୟୟନ କରୁଥିଲେ । କିନ୍ତୁ ବର୍ତ୍ତମାନ ଏଗୁଡିକ ମୁଖ୍ୟ ପାଠ୍ୟକ୍ରମର ଏକ ଅଂଶ ହେବ, ଏଗୁଡ଼ିକୁ ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟକଳାପ କୁହାଯିବ ନାହିଁ ।

୨. ପୂର୍ବରୁ ବିବାହ କିମ୍ବା ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଅନେକ ଶିକ୍ଷାକୁ ପୂରଣ କରିବାରେ ବଞ୍ଚିତ ହେଉଥିଲା । ବର୍ତ୍ତମାନ ଏହି ବ୍ୟବସ୍ଥା ରହିଛି ଯେ, ଯଦି  ଆପଣଙ୍କ ଶିକ୍ଷା ମଝିରୁ ଅଟକି ଯାଉଛି ତେବେ ଆପଣ ଏକାଧିକ ପ୍ରବେଶ ଏବଂ ପ୍ରସ୍ଥାନ ସିଷ୍ଟମ୍ ଅଧୀନରେ ଲାଭ ପାଇପାରିବେ । ଅର୍ଥାତ ଯଦି ଆପଣ ଗୋଟିଏ ବର୍ଷ ପାଇଁ ଅଧ୍ୟୟନ କରିଛନ୍ତି ଏବଂ ସାର୍ଟିଫିକେଟରେ ଦୁଇ ଲେଖାଯାଇଛି ତବେ ଆପଣ ଡିପ୍ଲୋମା ପାଇପାରିବେ । ତିନି କିମ୍ବା ଚାରି ବର୍ଷ ପରେ ଏହି ଡିଗ୍ରୀ ଆପଣଙ୍କୁ ପ୍ରଦାନ କରାଯିବ ।

୩. ସରକାର ନିଷ୍ପତ୍ତି ନେଇଛନ୍ତି ଯେ ବର୍ତ୍ତମାନ ଜିଡିପିର ୬ ପ୍ରତିଶତ ଶିକ୍ଷା ପାଇଁ ଖର୍ଚ୍ଚ ହେବ। ବର୍ତ୍ତମାନ ଭାରତର ଜିଡିପିର ୪.୪୩% ଶିକ୍ଷା ପାଇଁ ଖର୍ଚ୍ଚ ହେଉଛି । ଏଥି ସହିତ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ବର୍ତ୍ତମାନ କରି ତାକୁ ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି। ଏହା ମଧ୍ୟ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ।

୪. ଶିକ୍ଷକ ତାଲିମ ଉପରେ ଆୟୋଗ ବିଶେଷ ଗୁରୁତ୍ୱାରୋପ କରିଛି । ଜଣେ ଭଲ ଶିକ୍ଷକ ଜଣେ ଭଲ ଛାତ୍ର ପ୍ରସ୍ତୁତ କରିଥାଏ । ତେଣୁ, ବ୍ୟାପକ ଉନ୍ନତି ପାଇଁ ଶିକ୍ଷକ କିମ୍ବା ସମସ୍ତ ଶିକ୍ଷା କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କିମ୍ବା କଲେଜ ସ୍ତରରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଇଛି ।

୫. ସରକାର ବର୍ତ୍ତମାନ ଏକ ନୂତନ ଜାତୀୟ ପାଠ୍ୟକ୍ରମ ଢ଼ାଞ୍ଚା ପ୍ରସ୍ତୁତ କରିବେ । ଏଥିରେ ECE, ବିଦ୍ୟାଳୟ, ଶିକ୍ଷକ ଏବଂ ଆଡଲ୍ଟ ଶିକ୍ଷା ଯୋଗ କରାଯିବ । ବୋର୍ଡ ପରୀକ୍ଷାକୁ ବିଭାଗରେ ବିଭକ୍ତ କରାଯିବ । ବର୍ତ୍ତମାନ ଦୁଇଟି ବୋର୍ଡ ପରୀକ୍ଷାର ଚାପ ହ୍ରାସ କରିବାକୁ ଯାଇ ତିନୋଟି ବୋର୍ଡ ପରୀକ୍ଷା କରିବା ପାଇଁ ବୋର୍ଡ ନିଷ୍ପତ୍ତି ନେଇପାରନ୍ତି ।

୬. ଏହା ବ୍ୟତୀତ, ବର୍ତ୍ତମାନ ପିଲାମାନଙ୍କର ରିପୋର୍ଟ କାର୍ଡରେ ଜୀବନ କୌଶଳ ଯୋଡାଯିବ, ଯାହା ଦ୍ୱାରା ଆପଣ ଯଦି ବିଦ୍ୟାଳୟରେ କୌଣସି ରୋଜଗାରରୂପକ କାମ ଶିଖିଛନ୍ତି, ତେବେ ଏହା ଆପଣଙ୍କ ରିପୋର୍ଟ କାର୍ଡରେ ସ୍ଥାନ ପାଇବ । ଏହାଦ୍ୱାରା ପିଲାମାନଙ୍କଠାରେ ଜୀବନ କୌଶଳ ମଧ୍ୟ ବିକାଶ ପାଇବ । ବର୍ତ୍ତମାନ ପର୍ଯ୍ୟନ୍ତ ରିପୋର୍ଟ କାର୍ଡରେ ସେପରି କୌଣସି ବ୍ୟବସ୍ଥା ନଥିଲା ।

୭. ୨୦୩୦ ସୁଦ୍ଧା ପ୍ରତ୍ୟେକ ପିଲାଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ନାମଲେଖା ଆଣିବା ଲକ୍ଷ୍ୟ ରହିଛି । ଏହା ବ୍ୟତୀତ, ବିଦ୍ୟାଳୟ ଶିକ୍ଷା ଛାଡିବା ପରେ ପ୍ରତ୍ୟେକ ପିଲାଙ୍କର ଜୀବନ କୌଶଳ ମଧ୍ୟ ରହିବ  । ଯାହାଫଳରେ ଯେଉଁମାନେ ମନ୍ଥର କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଥିବେ, ସେ ଏହାକୁ ସହଜରେ କରିପାରିବେ ।

୮. ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦ରେ, ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଆଡମିଶନ ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରଦାନ କରାଯିବ । ନୂତନ ଜାତୀୟ ଶିକ୍ଷା ନୀତି (NEP) ଅନୁଯାୟୀ, ଜାତୀୟ ପରୀକ୍ଷା ଏଜେନ୍ସି (ଜାତୀୟ ଶିକ୍ଷା ନୀତି, NEP) କୁ ବର୍ତ୍ତମାନ ଦେଶର ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା ପାଇଁ ଅତିରିକ୍ତ ଦେୟ ପ୍ରଦାନ କରାଯିବ । ଯେଉଁଥିରେ ସେ ଉଚ୍ଚଶିକ୍ଷା ପାଇଁ ଏକ ସାଧାରଣ ପ୍ରବେଶିକା ପରୀକ୍ଷା କରିପାରିବେ ।

୯. ଅଲ ଇଣ୍ଡିଆ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE ମେନ୍, ମେଡିକାଲ୍ ପ୍ରବେଶିକା ପରୀକ୍ଷା – NEET, UGC NET, ଦିଲ୍ଲୀ ବିଶ୍ୱବିଦ୍ୟାଳୟ (DUET), ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ (JNUEE) ପରି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ NTA ​​ପୂର୍ବରୁ ପ୍ରବେଶିକା ପରୀକ୍ଷା କରିଥାଏ ।

୧୦. ପାଠ୍ୟକ୍ରମରେ ଭାରତୀୟ ଜ୍ଞାନ ପ୍ରଣାଳୀ, ‘ଜାତୀୟ ଶିକ୍ଷା ଆୟୋଗ’ ଗଠନ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଫି ବୃଦ୍ଧି ନକରାଇବାକୁ ପରାମର୍ଶ ଦିଆଯାଇଛି । ଏହି ଜାତୀୟ ଶିକ୍ଷା ଆୟୋଗ ଭାରତର ପ୍ରାଚୀନ ଜ୍ଞାନ ପ୍ରଣାଳୀକୁ ଶିକ୍ଷା ସହିତ ଏକତ୍ର କରିବା ପାଇଁ କାର୍ଯ୍ୟ କରିବ ।

୧୧. ରିସର୍ଚ୍ଚରେ ଯାଉଥିବା ଲୋକଙ୍କ ପାଇଁ ମଧ୍ୟ ନୂତନ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ୪ ବର୍ଷର ଡିଗ୍ରୀ ପ୍ରୋଗ୍ରାମର ବିକଳ୍ପ ଦିଆଯିବ । ଏହି ବିକଳ୍ପ ଅନୁଯାୟୀ, ତିନି ବର୍ଷ ଡିଗ୍ରୀ ସହିତ ଏକ ବର୍ଷ ଏମଏ କରି ଏମ୍ ଫିଲ୍ କରିବାର ଆବଶ୍ୟକତା ପଡ଼ିବ ନାହିଁ । ଏହା ପରେ, ଆପଣ ସିଧାସଳଖ PhD କୁ ଯାଇପାରିବେ । ଏହାର ଅର୍ଥ ହେଉଛି ଯେ ନୂତନ ଶିକ୍ଷା ନୀତିରେ ସରକାର ବର୍ତ୍ତମାନ ଏମଫିଲକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ଯାଉଛନ୍ତି ।

୧୨. ଏକାଧିକ ଶୃଙ୍ଖଳିତ ଶିକ୍ଷାରେ, ବର୍ତ୍ତମାନ ଆପଣ ଗୋଟିଏ ଷ୍ଟ୍ରିମ୍ ବ୍ୟତୀତ ଅନ୍ୟ ବିଷୟ ନେଇପାରିବେ । ତାହା ହେଉଛି, ଯଦି ଆପଣ ଇଞ୍ଜିନିୟରିଂ କରୁଛନ୍ତି ଏବଂ ଆପଣ ସଙ୍ଗୀତକୁ ମଧ୍ୟ ଭଲ ପାଆନ୍ତି, ତେବେ ସେହି ବିଷୟକୁ ଏକାଠି ଅଧ୍ୟୟନ କରିପାରିବେ । ବର୍ତ୍ତମାନ ଷ୍ଟ୍ରିମ୍ ଅନୁଯାୟୀ, ବିଷୟ ଗ୍ରହଣ ଉପରେ କୌଣସି ଗୁରୁତ୍ୱ ଦିଆଯିବ ନାହିଁ । ପୂର୍ବରୁ, ଷ୍ଟ୍ରିମ୍ ଅନୁଯାୟୀ ବିଷୟ ଚୟନ କରିବାକୁ ପଡୁଥିଲା, ବର୍ତ୍ତମାନ ଏହା ମଧ୍ୟ ବଦଳିଯିବ ।

୧୩. ବହୁଭାଷୀକୁ ପ୍ରାଥମିକତା ଦେବା ସହିତ ଏପରି ଭାଷା ପାଇଁ ଶିକ୍ଷକଙ୍କ ଉପଲବ୍ଧତାକୁ ଗୁରୁତ୍ୱ ଦିଆଯାଇଛି । ଏହି ସମସ୍ୟା ଜାତୀୟ ସ୍ତରରେ ବିଭିନ୍ନ ରାଜ୍ୟରେ ଦେଖାଯାଏ । ତେଣୁ, ମାତୃଭାଷା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଯଥାସମ୍ଭବ ଶିକ୍ଷାର ମାଧ୍ୟମ ଭାବରେ ବ୍ୟବହୃତ ହେବା ଉଚିତ୍ । ଯେଉଁଠାରେ ଘର ଏବଂ ବିଦ୍ୟାଳୟ ଭାଷା ଭଳି ଦୁଇଟି ଭିନ୍ନ ଭାଷାର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି ।

୧୪. ଝିଅମାନଙ୍କର ଶିକ୍ଷା ଜାରି ରଖିବା ପାଇଁ ସେମାନଙ୍କୁ ଏକ ଭାବପ୍ରବଣ ସୁରକ୍ଷିତ ପରିବେଶ ଯୋଗାଇବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟକୁ ଦ୍ୱାଦଶକୁ ବୃଦ୍ଧି କରିବାକୁ ନୂତନ ଶିକ୍ଷା ନୀତି – ୨୦୧୯ କୁ ପରାମର୍ଶ ଦିଆଯାଇଛି ।

୧୫. U.S. ସରକାର ଏନଆରଏଫ (ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ) କୁ NSF (ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନ) ରେ ଆଣିଛନ୍ତି । ଏଥିରେ କେବଳ ବିଜ୍ଞାନ ନୁହେଁ ସାମାଜିକ ବିଜ୍ଞାନ ମଧ୍ୟ ଅନ୍ତର୍ଭୁକ୍ତ ହେବ । ଏହା ବଡ ପ୍ରକଳ୍ପଗୁଡିକୁ ଆର୍ଥିକ ସହାୟତା ଦେବ । ଏହା ଯୁବକମାନଙ୍କୁ ଶିକ୍ଷା ସହିତ ରିସର୍ଚ୍ଚରେ ଆଗକୁ ଆସିବାରେ ସାହାଯ୍ୟ କରିବ ।

୧୬. ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀରେ ଭାଷା ଏବଂ ଗଣିତ ଉପରେ କାର୍ଯ୍ୟ କରିବା ନେଇ ଗୁରୁତ୍ୱ ଦିଆଯାଉଛି । ଏହା ସହିତ ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର ପିଲାମାନଙ୍କ ଲେଖନୀ କୌଶଳ ଉପରେ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି । ଏଥିପାଇଁ ଭାଷା ସପ୍ତାହ, ଗଣିତ ସପ୍ତାହ ଏବଂ ଭାଷା ମେଳା କିମ୍ବା ଗଣିତ ମେଳା ଭଳି କାର୍ଯ୍ୟକ୍ରମ ଆୟୋଜିତ ହେବ ।

୧୭. ଏଥିରେ ଲାଇବ୍ରେରୀ ଗୁଡ଼ିକୁ ଜୀବନ୍ତ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ଉଦାହରଣ ସ୍ୱରୂପ, ପିଲାମାନେ କାହାଣୀ କହିବା, ଥିଏଟର, ଗୋଷ୍ଠୀ ଅଧ୍ୟୟନ, ପୋଷ୍ଟର ଏବଂ ପ୍ରଦର୍ଶନରୁ ମଧ୍ୟ ଶିଖିପାରିବେ । ବହି ବ୍ୟତୀତ ପିଲାମାନଙ୍କୁ ଅନ୍ୟ ମାଧ୍ୟମରେ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଉଛି, ଏହା ମଧ୍ୟ ପିଲାମାନଙ୍କ ବ୍ୟାଗର ଭାର କମାଇବା ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଛି ।

୧୮. ପ୍ରାଥମିକ ଶିଶୁ ଯତ୍ନ ଏବଂ ଶିକ୍ଷା ପାଇଁ NCERT ଦ୍ୱାରା ପାଠ୍ୟକ୍ରମ ପ୍ରସ୍ତୁତ ହେବ । ଏହା ୩ ରୁ ୬ ବର୍ଷ ବୟସର ପିଲାମାନଙ୍କ ପାଇଁ ବିକଶିତ ହେବ । ଏଥିରେ ମୌଳିକ ଶିକ୍ଷା ପାଇଁ (୬ ରୁ ୦ ବର୍ଷ ପର୍ଯ୍ୟନ୍ତ) ଫାଉଣ୍ଡେସନା ଲିଟରେସି ଏବଂ ନ୍ୟୁମେରିସୀରେ ନ୍ୟାଶନାଲ ମିଶନ ଆରମ୍ଭ କରାଯିବ ।

୧୯. ଏଥିପାଇଁ ପ୍ରତିଭାବାନ ଶିଶୁ ଏବଂ ବାଳିକା ଶିଶୁଙ୍କ ପାଇଁ ଜାତୀୟ ଶିକ୍ଷା ନୀତିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ଧନ୍ଦାମୂଳକ ଅଧ୍ୟୟନ ଷଷ୍ଠ ଶ୍ରେଣୀରୁ ନୀତିରେ ଯୋଡି ହେବ ।

୨୦. ଶିକ୍ଷକମାନଙ୍କ ସମର୍ଥନ ପାଇଁ ଟେକ୍ନୋଲୋଜିର ବ୍ୟବହାରକୁ ଉତ୍ସାହିତ କରିବାର ଆଲୋଚନା ମଧ୍ୟ ନୂତନ ଶିକ୍ଷା ନୀତିରେ ଅନ୍ତର୍ଭୁକ୍ତ ହୋଇଛି । ଏଥିପାଇଁ କମ୍ପ୍ୟୁଟର, ଲାପଟପ୍ ଏବଂ ଫୋନ୍ ଇତ୍ୟାଦି ମାଧ୍ୟମରେ ବିଭିନ୍ନ ଆପ୍ ବ୍ୟବହାର କରି ଶିକ୍ଷଣକୁ ଆକର୍ଷଣୀୟ କରିବାକୁ କୁହାଯାଇଛି ।

ସ୍ନିଫର ଡଗକୁ ଗାର୍ଡ ଅଫ ଅନର ଦେଲା ପୋଲିସ,ଜାଣନ୍ତୁ କେଉଁଠି ?

ନବରଙ୍ଗପୁର: ସେବାକୁ ସମ୍ମାନ । ଦିନରାତି ଲୋକଙ୍କ ସୁରକ୍ଷା ପାଇଁ ଛିଡ଼ା ହୋଇଥିବା ପୋଲିସମାନଙ୍କ ସହଯୋଗୀ ହେଉଛି କୁକୁର । ଯେଉଁଠି ପୋଲିସ ଫେଲ୍ ମାରନ୍ତି ସେ ସମୟରେ ସାଥ୍ ଦେଇଥାନ୍ତି ଏହି କୁକୁର । କୁକୁରଙ୍କ ପାଇଁ ହିଁ କୌଣସି ତଦନ୍ତ କରିବା ପୋଲିସ ପାଖରେ ସହଜ ହୋଇ ଯାଇଥାଏ । ଯଦିଓ ସେମାନେ ତାଙ୍କ ସେବାର ପାରିଶ୍ରାମିକ ନେଇ ନଥିାନ୍ତି  । ସେମାନଙ୍କର ସେବା ହୋଇଥାଏ ନିସ୍ୱାର୍ଥ  । ସେମାନଙ୍କ ମୃତ୍ୟୁରେ ତାଙ୍କୁ ସମ୍ମାନ ଦେବା କେବଳ ମାନବିକତା । ଆଉ ଏହି ମାନବିକତା ଦେଖାଇଛନ୍ତି ନବରଙ୍ଗପୁରର ପୋଲିସ ।

ପୋଲିସରେ ସାମିଲ ହୋଇ ଦୀର୍ଘଦିନ ଧରି ସେବା ଯୋଗାଇଥିବା ଏହି କୁକୁରର ଦେହାନ୍ତ ପରେ ତାକୁ ଦିଆଯାଇଛି ଗାର୍ଡ ଅଫ୍ ଅନର । ନବରଙ୍ଗପୁର ଏସପି ଓ ନବରଙ୍ଗପୁର ପୋଲିସର ଉପସ୍ଥିତିରେ କୁକୁର ‘ତାରା’କୁ ପୋଲିସ ମର୍ଯ୍ୟାଦାର ସହ ତାର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାରା ନବରଙ୍ଗପୁର ପୋଲିସ ବାହିନୀରେ ଯୋଗଦେବା ପରେ ଅନେକ ମିଶନରେ ପୋଲିସ ସହ ସାମିଲ ଥିଲା । ଏବଂ ତାହାର କାର୍ଯ୍ୟକଳାପରେ ମଧ୍ୟ ଅତ୍ୟନ୍ତ ପ୍ରଂଶସନୀୟ ଥିଲା ।

ଅପରାଧୀକୁ ଧରିବାରେ ସେ ବେଶ ସହାୟକ ହେଉଥିଲା ।  ତାରା ନବରଙ୍ଗପୁର  ପୋଲିସ ପାଇଁ ଏକ ବଡ ଟ୍ରମ୍ପ କାର୍ଡ ଥିଲା ।   ତାର ଅକାଳ ମୃତ୍ୟୁ ପରେ ତା ଅବଦାନକୁ ନ ଭୁଲି ସମ୍ମାନ ଦେବା ପାଇଁ ନିଜେ ଏସପି ନିତିନ କୁଶଲକର ଉପସ୍ଥିତି ରହି ଶେଷ ଦର୍ଶନ କରିବା ସହିତ ତା ଶେଷ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।