ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଲେ ଖୁସି ଖବର

1 min read

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘରକୁ ଆସିଲା ଖୁସି ଖବର । ଗୁରୁବାର ଅପରାହ୍ନରେ ହାର୍ଦ୍ଦିକ ପାଣ୍ଡ୍ୟା ପିତା ହୋଇଛନ୍ତି । ପାଣ୍ଡ୍ୟାଙ୍କ ଭାବି ପତ୍ନୀ ଅଭିନେତ୍ରୀ ନତାଶା ଷ୍ଟାନକୋଭିଚ୍ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ପାଣ୍ଡ୍ୟା ଗୁରୁବାର ଦିନ ସୋସିଆଲ ମିଡିଆରେ ପୁଅର ହାତର ଏକ ଚିତ୍ର ପୋଷ୍ଟ କରିଛନ୍ତି । ଚିତ୍ରରେ ପାଣ୍ଡ୍ୟା ପୁଅର ହାତ ଧରିଛନ୍ତି । ଜଣାଇ ରଖୁଛୁ ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଜାନୁଆରୀ ୧ ରେ ଅଭିନେତ୍ରୀ ନତାଶା ଷ୍ଟାନକୋଭିଚ ସହ ନିର୍ବଦ୍ଧ କରିଥିଲେ ଏବଂ ତା’ପରେ ଲକଡାଉନ ସମୟରେ ନତାଶା ଗର୍ଭବତୀ ଥିବା ପାଣ୍ଡ୍ୟା ଜଣାଇଥିଲେ ।

https://www.instagram.com/p/CDQx8yCF-SX/

ଜଣାଇ ରଖୁଛୁ ଯେ, ଲକଡାଉନ୍ ସମୟରେ ନତାଶା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନେକ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରିଥିଲେ । ଗର୍ଭବତୀ ହେବା ପରେ ନତାଶା ବେବି ପମ୍ପ ସହିତ ବହୁତ ଫଟୋ ସେୟାର କରିଥିଲେ ।

ପାଣ୍ଡ୍ୟାଙ୍କୁ ବିଭନ୍ନ ମହଲରୁ ଅଭିନନ୍ଦନ

https://www.instagram.com/p/CDOQk_sFrFf/

ପାଣ୍ଡ୍ୟା ବାପା ହେବା ଖବର ଆସିବା ପରେ ତାଙ୍କ ପାଖକୁ ଛୁଟୁଛି ଅଭିନନ୍ଦନର ସୁଅ  । ତାଙ୍କର ଆଇପିଏଲ ଦଳ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ତାଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ଏହା ବ୍ୟତୀତ କେ.ଏଲ୍ ରାହୁଲ, ୟୁଜବେନ୍ଦ୍ର ଚହଲ, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ପାଣ୍ଡ୍ୟାଙ୍କୁ ପିତା ହେବାର ଅଭିନନ୍ଦନ ଜଣାଇଛନ୍ତି ।

ପାଣ୍ଡ୍ୟା ଆଇପିଏଲ ଦ୍ୱାରା ଫେରିବେ

https://www.instagram.com/p/CDDniKHluwy/

ଜଣାଇ ରଖୁଛୁ ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଗତ ଏକ ବର୍ଷ ଧରି ଟିମ୍ ଇଣ୍ଡିଆରେ ଖେଳୁନାହାନ୍ତି । ପାଣ୍ଡ୍ୟାଙ୍କ ପିଠିରେ ଆଘାତ ଲାଗିଥିଲା ​​ଯେଉଁଥିପାଇଁ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ପାଣ୍ଡ୍ୟା ୨୨ ସେପ୍ଟେମ୍ବର ୨୦୧୯ ରେ ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଖେଳିବାର ସୁଯୋଗ ପାଇଥିଲେ କିନ୍ତୁ କରୋନା କାରଣରୁ ଏହି ସିରିଜକୁ ସ୍ଥଗିତ ରଖାଯାଇଥିଲା। ଜଣାଇ ରଖୁଛୁ ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆସନ୍ତା ମାସରୁ ଆଇପିଏଲରେ ଖେଳୁଥିବା ଦେଖିବାକୁ ମିଳିବ। ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।

Leave a Reply