spot_img
Home Blog Page 6719

ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ବିହାର ପୋଲିସକୁ ସହଯୋଗ କରୁନି ମୁମ୍ବାଇ ପୋଲିସ, ଅଟୋରେ କରିବାକୁ ପଡ଼ୁଛି ଯାତ୍ରା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧ ମାସରୁ ଅଧିକ ସମୟ ପରେ ତାଙ୍କ ପିତା କେ.କେ ସିଂହ ମୃତ୍ୟୁ ସମ୍ପର୍କରେ ପାଟଣାର ରାଜୀବ ନାଗର ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି । ଏହା ପରେ ବିହାର ପୋଲିସର ଏକ ଟିମ୍ ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି। ମୁମ୍ବାଇରେ ପହଞ୍ଚିବା ପରେ ବିହାର ପୋଲିସ ଅଭିନେତାଙ୍କ ଭଉଣୀ ମିତୁ ସିଂ ଏବଂ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୬ ଜଣଙ୍କୁ ପଚରାଉଚରା କରିଛି ।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପାଟଣାର ରାଜୀବ ନାଗର ପୋଲିସ ଅଭିନେତାଙ୍କ ସହ ଜଡିତ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ପାଇଁ ଅଟୋରେ ସବୁଆଡେ ବୁଲିବାକୁ ପଡୁଛି । ଏହି ସମୟରେ ପାଟନା ପୋଲିସର ଟିମ୍ ଅଙ୍କିତା ଲୋଖଣ୍ଡେଙ୍କ ବାସଭବନରେ ପଚରାଉଚରା କରିଥିଲା। ଯେଉଁଠାରେ ଅଭିନେତ୍ରୀ ଜଣକ ପୋଲିସକୁ ଫେରିବା ପାଇଁ ନିଜ କାର ଦେଇଥିଲେ । ଅଙ୍କିତା ଲୋଖଣ୍ଡେଙ୍କ ଘରୁ ବିହାର ପୋଲିସର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଅଭିନେତ୍ରୀଙ୍କ କାରରେ ନଜର ଆସିଛନ୍ତି ।

ଏଥି ସହିତ ମୁମ୍ବାଇରେ ଅଟୋ ଏବଂ ଟ୍ୟାକ୍ସିରେ ଯାତ୍ରା କରୁଥିବା ରାଜୀବ ନଗର ପୋଲିସ ଷ୍ଟେସନର ପୋଲିସମାନଙ୍କ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଏହି ଚିତ୍ରଗୁଡ଼ିକ ପ୍ରକାଶ ପାଇବା ପରେ ମୁମ୍ବାଇ ପୋଲିସ ଉପରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିଛି। ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ପାଟଣାର ରାଜୀବ ନାଗର ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି। ତାଙ୍କ ଏଫଆଇଆରରେ ଅଭିନେତାଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତ ସିଂ ରାଜପୁତଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ।

ଧୋନିଙ୍କ ପରି ହେବାକୁ ଚାହୁଁଥିଲେ ସୁଶାନ୍ତ, ତାଙ୍କ ପାଇଁ ଟଙ୍କାଠୁ ବଡ଼ ପ୍ୟାସନ ଥିଲା: ଅଙ୍କିତା ଲୋଖଣ୍ଡେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ, ତାଙ୍କ ପ୍ରଶଂସକ ଏବଂ ପରିବାରଜନଙ୍କ ପାଇଁ ଯେତିକି ଦୁଃଖଦାୟକ ଥିଲା  ସେତିକି ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ବିବ୍ରତ ହୋଇଛନ୍ତି । ବହୁ ବର୍ଷ ଧରି ରିଲେସନସିପ ରହିବା ପରେ ସେ ସୁଶାନ୍ତଙ୍କୁ ବହୁତ ଭଲ ଭାବରେ ଜାଣିଥିଲେ । ସୁଶାନ୍ତଙ୍କ ଦେହାନ୍ତ ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଜୁନ୍୧୫ରେ, ଅଙ୍କିତା ସୁଶାନ୍ତଙ୍କ ପରିବାରକୁ ଭେଟିବା ପାଇଁ ପହଞ୍ଚିଥିଲେ ଯେଉଁଠାରେ ସୁଶାନ୍ତ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହା ପରେ ସେ ନିଜ ପରିବାର ସହ ବିହାର ମଧ୍ୟ ଯାଇଥିଲେ । ସୁଶାନ୍ତଙ୍କ ବିୟୋଗ ପରେ ସେ ବିହାର ପୋଲିସକୁ ଏକ ବିବୃତ୍ତି ଦେବା ପରେ ପ୍ରଥମ ଥର ପାଇଁ ନିରବତା ଭାଙ୍ଗିଥିଲେ ଏବଂ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ସୁଶାନ୍ତ ଡିପ୍ରେସନରେ ଥିବା କଥା ସଂମ୍ପୂର୍ଣ୍ଣ ଭୁଲ ।

ଛୋଟ ଜିନିଷରେ ମିଳୁଥିବା ଖୁସି

ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେବାବେଳେ  ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଅଙ୍କିତା ଲୋଖଣ୍ଡେ କହିଛନ୍ତି ଯେ,ସୁଶାନ୍ତ ତାଙ୍କ ପ୍ୟାସନକୁ ଅନୁସରଣ କରୁଥିଲେ । ସେ ପ୍ରତ୍ୟେକ ଛୋଟ ଜିନିଷରେ ନିଜ ଖୁସି ଖୋଜୁଥିଲେ । ଟଙ୍କାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ତାଙ୍କର ପ୍ୟାସନ ଥିଲା ।

ସୁଶାନ୍ତ ଧୋନିଙ୍କ ପରି ହେବାକୁ ଚାହୁଁଥିଲେ

ଅଙ୍କିତା ଅତି ମ୍ରିୟମାଣ ହୋଇ କହିଛନ୍ତି ଯେ, ଲୋକମାନେ ସୁଶାନ୍ତଙ୍କ ବିଷୟରେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ସେ ଡିପ୍ରେସନରେ ଥିବା କୁହାଯୀଉଛି କିନ୍ତୁ ସତ୍ୟ ହେଉଛି ସେ ମୋତେ ସବୁବେଳେ କହିଥଲେ ଯେ ସଫଳତା ଏବଂ ବିଫଳତା ମଧ୍ୟରେ ଏକ ରେଖା ଅଛି, ଯାହା ମହେନ୍ଦ୍ର ସିଂ ଧୋନି ଅନୁସରଣ କରନ୍ତି । ମୁଁ ମଧ୍ୟ ତାଙ୍କ ପରି ହେବାକୁ ଚାହେଁ । ସଫଳତା ସହିତ ଶାନ୍ତ ଏବଂ ବିଫଳତା ସହିତ ଶାନ୍ତ ରହିବାକୁ ଚାହୁଁଥିଲେ ସୁଶାନ୍ତ ।

ନିଜ ଇଚ୍ଛାରେ ଜୀବନ ବଞ୍ଚିବା

ସାକ୍ଷାତକାର ସମୟରେ ଅଙ୍କିତା କହିଛନ୍ତି ଯେ, ସୁଶାନ୍ତଙ୍କ ପାଇଁ ଟଙ୍କା ଏକ ଛୋଟ ଜିନିଷ ଥିଲା, କିନ୍ତୁ ତାଙ୍କର ଉତ୍ସାହ ବହୁତ ବଡ ଥିଲା, ସେ ମୋତେ ସବୁବେଳେ କୁହନ୍ତି ଯେ, ସବୁକିଛି ଶେଷ ହୋଇଗଲେ ମଧ୍ୟ ସେ ପୁଣି ଥରେ ନିଜ ନିଜକୁ ଗଢ଼ି ତୋଳିବେ । ନିଜ ଦମ୍ ରେ ଜୀବନ ବଞ୍ଚିବାକୁ ଚାହୁଁଥିଲେ । ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ସୃଜନଶୀଳତା, ଚଳଚ୍ଚିତ୍ର ପ୍ରତି ତାଙ୍କର ଆଗ୍ରହ, ଏବଂ ଜୀବନ ବଞ୍ଚିବାର ଆଗ୍ରହ ଖୁବ ଥିଲା ।  

ସୁଶାନ୍ତ ଭାବୁଥିଲେ ଖୁସି କ୍ଷଣସ୍ଥାୟୀ

ଅଙ୍କିତା କହିଛନ୍ତି ଯେ, ସୁଶାନ୍ତ ମାନୁଥିଲେ ଯେ, ଖୁସି କ୍ଷଣସ୍ଥାୟ । ସେଥିପାଇଁ ସେ ଛୋଟ ଛୋଟ ଜିନିଷରେ ଖୁସି ଖୋଜୁଥିଲେ । ଝୁଆ ମାନଙ୍କୁ ପାଠ ପଢ଼ାଇବାରେ ତାଙ୍କୁ ଖୁସି ମିଳୁଥିଲା । ତାରା ମାନଙ୍କୁ ଦେଖିଲେ ତାଙ୍କୁ ଖୁସି ମିଳୁଥିଲା । ଏହିଭଳି ବ୍ୟକ୍ତିତ୍ୱ କେବେ ସୁଇସାଇଡ କରିପାରିବ ନାହିଁ ବୋଲି ଅଙ୍କିତା କହିଛନ୍ତି ।

ସୁଶାନ୍ତ ମୃତ୍ୟୁ ମାମଲା: ୧୫ କୋଟିର ବ୍ୟାଙ୍କ ଟ୍ରାଞ୍ଜାକସନ ଉପରେ ଯାଞ୍ଚ ଏଜେନ୍ସିର ନଜର, ସେପଟେ ଟ୍ରେନର କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଦିନକୁ ଦିନ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ଅଧିକ ରହସ୍ୟମୟ ହେବାରେ ଲାଗିଛି । ସୁଶାନ୍ତଙ୍କ ବାପା କେକେ ସିଂହ ରିଆଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବା ପରେ ମାମଲା ଏବେ ନୂଆ ମୋଡ ନେଇଛି  । ଅଭିଯୋଗ ଆଧାରରେ ରିୟାଙ୍କ ନାଁରେ ଲାଗିଛି ପ୍ରାୟ ୬ଟି ଦଫା ।  ସୁଶାନ୍ତଙ୍କ ବାପା ଆଣିଥିବା ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି ରିୟା । ସେ ଏବେ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୁଶାନ୍ତଙ୍କ ସହ ପ୍ରାୟ ବର୍ଷେ ଧରି ଲିଭ୍ ଇନରେ ରହୁଥିଲେ ରିୟା । ଜୁନ ୮ରେ ସେ ସୁଶାନ୍ତଙ୍କୁ ଛାଡ଼ି ତାଙ୍କ ଘରକୁ ପଳାଇଥିବା ରିୟା କହିଛନ୍ତି । ରିୟା ଯିବାର ୬ଦିନ ପରେ ଅର୍ଥାତ୍ ଜୁନ୍ ୧୪ରେ ବାନ୍ଦ୍ରାସ୍ଥିତ ବାସଭବନରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେଲା । ଏ ପ୍ରସଙ୍ଗରେ ସୁଶାନ୍ତଙ୍କ ବାପା କହିଛନ୍ତି ସୁଶାନ୍ତଙ୍କ ଦେହ ଅସୁସ୍ଥ ହେବାରୁ ରିୟା ସୁଶାନ୍ତଙ୍କୁ ଛାଡ଼ି ଚାଲିଯାଇଥିଲା , ତେଣୁ ରିୟା ହିଁ ସୁଶାନ୍ତ ମୃତ୍ୟୁର କାରଣ ।

ସେପଟେ ସୁଶାନ୍ତଙ୍କ ବାପା ଦେଇଥିବା ଏଫଆଇଆରରେ ଥିବା ୧୫ କୋଟି ଟଙ୍କାର ହେରେଫେର ଘଟଣାର ଯାଞ୍ଚ କରୁଛି ଇଡି । ଏପଟେ ସୁଶାନ୍ତଙ୍କ ଆକାଉଣ୍ଟାଣ୍ଟ ଖୋଲିଛନ୍ତି ସୁଶାନ୍ତ ଖର୍ଚ୍ଚସୂଚୀ । ବହୁଦିନ ଧରି ସୁଶାନ୍ତଙ୍କ ଆକାଉଣ୍ଟ ସମ୍ଭାଳୁଥିବା ସନ୍ଦିପ କହିଛନ୍ତି, ସେଲିବ୍ରିଟି ହୋଇଥିବାରୁ ସୁଶାନ୍ତ ତାଙ୍କ ଲାଇଫଷ୍ଟାଇଲକୁ ମେଣ୍ଟେନ କରୁଥିଲେ । ବିଗତ ବର୍ଷେ ଧରି ସୁଶାନ୍ତଙ୍କ ଇନକମ୍ କମ ଥିଲା । ଅଧିକାଂଶ ସମୟ ରିୟା ଓ ସୁଶାନ୍ତ ଏକାଠି ଯାତ୍ରା କରନ୍ତି । ହେଲେ ସୁଶାନ୍ତ ରିୟାଙ୍କ ପରିବାରକୁ କୌଣସି ଟଙ୍କା ଦେବା ନେଇ ତଥ୍ୟ ନାହିଁ । ଯଦି ଅନଲାଇନ ଟ୍ରାଞ୍ଜାକ୍ସନ ହୋଇଥିବ , ତେବେ ତାର ତଥ୍ୟ ନାହିଁ ବୋଲି ସେ କହିଛନ୍ତି ।

ସୁଶାନ୍ତଙ୍କ ଆକାଉଣ୍ଟରେ ଏତେ ଟଙ୍କା ନଥିଲା ଯେତେ ତାଙ୍କ ବାପା ଏଫଆଇଆରରେ ଲେଖିଛନ୍ତି । ମୋଟ୍ ୨.୭୮କୋଟି ଟଙ୍କା ଜାନୁଆରୀ ୨୦୧୯ରୁ ଜୁନ୍ ୨୦୨୦ମଧ୍ୟରେ  ଖର୍ଚ୍ଚ କରିଛନ୍ତି ସୁଶାନ୍ତ । ସେଥିରୁ ୬୧ ଲକ୍ଷ ଟଙ୍କା kwaକୁ ଦିଆଯାଇଛି । ୨କୋଟି ଟଙ୍କା କୋଟକ ମହିନ୍ଦ୍ରାରେ ଟର୍ମ ଡିପୋଜିଟ ହୋଇଛି । ୩.୮୭ ଲକ୍ଷ ଘର ଭଡା ଦିଆଯାଇଛି । ଏହାଛଡ଼ା ୨୬.୪୦ଲକ୍ଷ ଟଙ୍କା ସୁଶାନ୍ତଙ୍କ ଫାର୍ମ ହାଉସ ଭଡ଼ା ଦିଆଯାଇଛି । ୪.୮୭ ଲକ୍ଷ ଟଙ୍କା ବିଭିନ୍ନ ସ୍ଥାନକୁ ଯାତ୍ରାରେ ଖର୍ଚ୍ଚ ହୋଇଛି । ୫୦ ଲକ୍ଷ ଟଙ୍କା ଫରେନ ଟୁରରେ ଖର୍ଚ୍ଚ ହେବା ସହ ୨.୫ କୋଟି ଟଙ୍କାରେ ଆସାମରୁ କେରଳ ଯାତ୍ରା ପାଇଁ ଖର୍ଚ୍ଚ ହୋଇଛି । ଆଉ ୯ଲକ୍ଷ ଟଙ୍କା ମିଲାପକୁ ଡୋନେସନରେ ଦିଆଯାଇଛି ।

ସେପଟେ ସୁଶାନ୍ତଙ୍କ ଟ୍ରେନର ଖୁଲାସା କରିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ପୂର୍ବର କିଛି ଅଜଣା ବ୍ୟବହାର  । ଡିସେମ୍ବର ୨୦୧୯ରୁ ସୁଶାନ୍ତ ଅଜଣା ମେଡିସିନ ଖାଉଥିବା ତାଙ୍କ ଟ୍ରେନର କହିଛନ୍ତି । ଯାହା ତାଙ୍କ ଶରୀର ସହ ମସ୍ତିସ୍କରେ ମଧ୍ୟ ବେଶ ପ୍ରଭାବ ପକାଉଥିଲା ।

କରୋନା ସଂକ୍ରମଣ ରୋକିବାକୁ ଗାଁ ଠୁ ସହର ସବୁଠି ପଦକ୍ଷେପ, ବଲାଙ୍ଗିର, ଭଦ୍ରକ, ଗଜପତି ସହ କୋରାପୁଟରେ ସଟଡାଉନ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ କରାଯାଉଛି । ଭଦ୍ରକ ଜିଲ୍ଲା କୁ ୨ ଦିନ ବା ୪୮ ଘଣ୍ଟା ବନ୍ଦ ଘୋଷଣା କରାଯାଇଛି । ଜୁଲାଇ ମାସରେ  ଶନିବାର ଓ ରବିବାର ଦିନକୁ ସଟଡାଉନ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ।  ତେବେ ଜିଲ୍ଲା ରେ କରୋନା ସଂକ୍ରମିତ ଙ୍କ ମଧ୍ୟରେ ଲୋକାଲ କେସ ମଧ୍ୟ ବୃଦ୍ଧି ପାଉଛି । ସାନିଟାଇଜେସନ ସହ ସର୍ଭିଲାନ୍ସ ପାଇଁ ସମ୍ପୂର୍ଣ ଜିଲ୍ଲାକୁ ଦୁଇ ଦିନ ସଟଡାଉନ ଘୋଷଣା କରାଯାଇଛି ।

ଅଗଷ୍ଟ ମାସ ୧ ତାରିଖ ଓ ୨ ତାରିଖ ଜିଲ୍ଲା ସମ୍ପୂର୍ଣ ସଟଡାଉନ ରହିବ । ଏହି ସମୟସୀମା ମଧ୍ୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ କେତେକ ନିର୍ଦ୍ଧିଷ୍ଟ ସେବାକୁ କାର୍ଯ୍ୟ ପାଇଁ ଅନୁମତି ମିଳିଛି । ଏହି ସମୟ ମଧ୍ୟ ଏନଫୋର୍ସମେଣ୍ଟକୁ ମଧ୍ୟ ଜୋରଦାର କରାଯିବ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ବଲାଙ୍ଗିରରେ ୪ଶହ ଟପିଛି କରୋନା ସଂକ୍ରମିତ ସଂଖ୍ୟା । ସଂକ୍ରମଣ ରୋକିବାକୁ ଆଜି ଠାରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ବଲାଙ୍ଗୀର ସଟଡାଉନ ଘୋଷଣା  କରାଯାଇଛି । ଜରୁରୀ କାଳୀନ ସେବାକୁ ଛାଡି ସଟଡାଉନ୍ ବେଳେ ସବୁ ବନ୍ଦ ରହିବ ।

ସହରରେ ମାଇକ ଯୋଗେ ଜିଲ୍ଲା ପ୍ରଶାସନ ସଚେତନ କରିଛି । ଏହି ସମୟରେ ଜିଲ୍ଲାରେ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଥିବା ବେଳେ ଦୋକାନ, ବଜାର, ସରକାରୀ/ବେସରକାରୀ କାର୍ଯ୍ୟାଳୟ ଖୋଲିବା ନେଇ କଟକଣା ଜାରି କରାଯାଇଛି ।

ସେହିପରି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଦୁଇ ଦିନ ପାଇଁ ସଟଡାଉନ୍  ଘୋଷଣା କରିଛନ୍ତି ଜିଲ୍ଲାପାଳ । ପୂର୍ବରୁ ବି ଦୁଇ ଦିନ ସଟଡାଉନ୍‌ କରାଯାଇଥିଲା । ଏହି ସମୟରେ ବାହାର ଜିଲ୍ଲାରୁ କୌଣସି ଲୋକଙ୍କୁ ଜିଲ୍ଲା ଭିତରେ ପ୍ରବେଶ କରାଯାଇପାରିବ ନାହିଁ ଜିଲ୍ଲାପାଳ କହିଛନ୍ତି । ସେପଟେ ବଲାଙ୍ଗିର ଜିଲ୍ଲାରେ ଚାରିଶହ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ସଂକ୍ରମଣକୁ ରୋକିବା ପାଇଁ ଆସନ୍ତାକାଲିଠୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଥିବା ବେଳେ ଦୋକାନ, ବଜାର, ସରକାରୀ, ବେସରକାରୀ କାର୍ଯ୍ୟାଳୟ ଖୋଲିବା ନେଇ କଟକଣା ଜାରି ହୋଇଛି ।

ଲଦାଖରେ LACରୁ ସଂପୂର୍ଣ୍ଣ ରୂପେ ପଛକୁ ହଟିଥିବା ଚୀନର ଦାବି ଉପରେ ଜବାବ ରଖିଛି ଭାରତ

ନୂଆଦିଲ୍ଲୀ: ଗୁରୁବାର ଭାରତ ସ୍ପଷ୍ଟ ଭାବେ କହିଛି ଯେ ଲଦାଖରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (LAC) ରେ ବାହିନୀ ପ୍ରତ୍ୟାହାର ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ବାସ୍ତବରେ, ବୁଧବାର ଦିନ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଦୁଇ ଦେଶର ସୈନ୍ୟବାହିନୀ ତିନୋଟି ସ୍ଥାନରେ – ଗାଲଭାନ୍ ଭ୍ୟାଲି, ହଟ୍ ସ୍ପ୍ରିଙ୍ଗସ୍ ଏବଂ କୋଙ୍କା ପାସ୍ ଏବଂ କେବଳ ପାଙ୍ଗଙ୍ଗ ହ୍ରଦକୁ ଫେରିବା ପାଇଁ ଅସନ୍ତୋଷ ସମାପ୍ତ କରିଛନ୍ତି।

ସେ କହିଛନ୍ତି ଯେ, ଏଲଏସିରୁ ଚୀନ୍ ସଂପୂର୍ଣ୍ଣ ରୂପେ ସେନା ପ୍ରତ୍ୟାହାର କରିନାହିଁ । ଅଧିକାଂଶ ସ୍ଥାନରୁ ସେନା ପ୍ରତ୍ୟାହାର ନେଇ ଚୀନ୍‌ ପକ୍ଷରୁ କୁହାଯାଇଥିଲା । ଗଲୱାନ, ହଟ ସ୍ପ୍ରିଙ୍ଗସ ଓ କୋଙ୍କା ପାସରୁ ଦୁଇ ଦେଶର ସେନା ପ୍ରତ୍ୟାହାର କରାଯାଇଛି । କେବଳ ପେଙ୍ଗଙ୍ଗ ଲେକ୍ ଅଞ୍ଚଳରେ ସେନା ପ୍ରତ୍ୟାହାର ବାକି ଥିବା ଚୀନ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। ତେବେ ସଂପୂର୍ଣ୍ଣ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇନଥିବା ଭାରତୀୟ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ।

ଦ୍ୱିପାକ୍ଷିକ ସଂପର୍କ ଆଧାରରେ ସୀମାରେ ଶାନ୍ତି ବଜାୟ ରହିବ । ଭାରତ ଓ ଚୀନ୍ ମଧ୍ୟରେ ସଂପର୍କ ସ୍ୱାଭାବିକ କରିବାକୁ ହେଲେ ସୀମାରୁ ସେନା ପ୍ରତ୍ୟାହାର କରିବାକୁ ପଡିବ । ଶୀଘ୍ର ଦୁଇ ଦେଶର ସେନାର ବରିଷ୍ଠ ଅଧିକାରୀ ଆଲୋଚନା କରିବେ । ସେନା ପ୍ରତ୍ୟାହାର ନେଇ ଦୁଇ ଦେଶ ନେଇଥିବା ପଦକ୍ଷେପ ସଂପର୍କରେ ଏଥିରେ ଚର୍ଚ୍ଚା ହେବ । ସେପଟେ ଏଲଏସିରେ ଅଧିକ ୩୫ ହଜାର ସେନା ମୁତୟନ କରିବା ପାଇଁ ଭାରତ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଉଭୟ ସୈନ୍ୟବାହିନୀର ବରିଷ୍ଠ କମାଣ୍ଡୋମାନେ ନିକଟ ଭବିଷ୍ୟତରେ ସାକ୍ଷାତ କରି ପଛକୁ ହଟିବାର  ପ୍ରକ୍ରିୟା ଶେଷ କରିବାକୁ ପଦକ୍ଷେପ ନିଆଯିବ। ସେ କହିଛନ୍ତି ଯେ ଆମେ ଯେପରି କହି ସାରିଛୁ ଯେ ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଆମର ଦ୍ୱିପାକ୍ଷିକ ସମ୍ପର୍କର ଆଧାର ଅଟେ। ”

ସେ କହିଛନ୍ତି, ତେଣୁ ଆମେ ଆଶା କରୁଛୁ ଯେ ଚୀନ୍ ପକ୍ଷ ଯଥାଶୀଘ୍ର ଆମ ସହ ମିଶି କାର୍ଯ୍ୟ କରିବ, ଯଥାଶୀଘ୍ର ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ, ଉତ୍ତେଜନା ହ୍ରାସ କରିବା ଏବଂ ସୀମାନ୍ତ ଅଞ୍ଚଳରେ ସମ୍ପୂର୍ଣ୍ଣ ଶାନ୍ତି ଫେରାଇ ଆଣିବା ଯାହା ଆମର ବିଶେଷ ପ୍ରତିନିଧୀଙ୍କ ମଧ୍ୟରେ ସହମତ ହୋଇଛି। ‘

ବିରିୟାନୀ ଖାଇବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୮ ଗୁରୁତର

ଭଦ୍ରକ: ବିରିୟାନୀ ଖାଇବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ଉଭୟ ପକ୍ଷର ୮ ଜଣ ଗୁରୁତର ହୋଇଥିବାବେଳେ, ୫ ମଟର ସାଇକେଲ ଭଙ୍ଗାରୁଜା ହୋଇଥିବା ସୂଚାନ ମିଳିଛି । ଗୁରୁତର ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗ୍ରାମରେ ବିରିୟାନୀ ଖାଇବାକୁ କେନ୍ଦ୍ର କରି ଏଭଳି ତୁମୁଳ କାଣ୍ଡ ଘଟିଛି ।

ସୂଚନା ଅନୁଯାୟୀ,  ଉକ୍ତ ଗ୍ରାମରେ ଏକ ଉଠା ଦୋକାନରେ ବିରିୟାନୀ ବିକ୍ରି କରାଯାଉଥିବା ବେଳେ କୌଣସି କାରଣରୁ ପ୍ରତିପକ୍ଷ ଦୋକାନକୁ ଆସି ଗଣ୍ଡଗୋଳ କରିଥିଲେ । ପରେ ସମଧାନ ହେବା ନେଇ ବୈଠକ ବସିଥିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଉଭୟ ପକ୍ଷରୁ ଟେକା ପଥର ଫିଙ୍ଗାଯିବା ସହ, ବାଡ଼ିରେ ପିଟା ପିଟି ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଘର ଦ୍ୱାର ଭଙ୍ଗାଯିବା ସହ ୫ଟି ମୋଟରସାଇକେଲ ଭଙ୍ଗା ରୁଜା ହୋଇଛି ।

ଉଭୟ ପକ୍ଷରୁ ବାଡ଼ି ଓ ଟେକାପଥର ରେ ଆକ୍ରମଣ ଯୋଗୁଁ ଏଥିରେ ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । କେବଳ ବିରିୟାନୀ ଖାଇବାକୁ ନେଇ ନା ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଥିଲା ତାହା, ତାହାକୁ ନେଇ ଘଟଣା ସ୍ଥଳରେ ଧୂଷୁରୀ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । କରୋନା ସମୟରେ ଏଭଳି ଘଟଣା ଘଟିବାକୁ ନେଇ ଧୂଷୁରୀ ଅଞ୍ଚଳରେ ଏକ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ପୁଅ ଦେଇଥିଲା ମାଟ୍ରିକ୍‌ ପରୀକ୍ଷା, ହେଲେ ଫଳ ବାହାରିବା ପୂର୍ବରୁ କୁମ୍ଭୀର ନେଇଯାଇଥିଲା ଜୀବନ

କେନ୍ଦ୍ରାପଡ଼ା: ଅନିଶ୍ଚିତତାର ନାଁ ଜୀବନ । ଏଠି ସବୁ ମିଛ ମୃତ୍ୟ ସତ୍ୟ । ହୁଏତ ଏମିତି କିଛି ଦର୍ଶନକୁ ଅଙ୍ଗେ ନିଭେଇଛନ୍ତି କେନ୍ଦ୍ରାପଡ଼ାର ଏକ ପରିବାର । ପୁଅ ଦେଇଥିଲା ମାଟ୍ରିକ ପରୀକ୍ଷା । ହେଲେ ଫଳ ବାହାରିବା ପୂର୍ବରୁ କୁମ୍ଭୀରର ଆଁ ଭିତରେ ଚାଲି ଯାଇଥିଲା ଜୀବନ । ରେଜଲ୍ଟକୁ ନେଇ ଅନ୍ୟ ପିଲାଙ୍କ ଘରେ ଉତ୍ସବ ଚାଲିଥିବା ବେଳେ ରାଜକନିକା ବ୍ଳକ୍‌ ପରାମୁକୁନ୍ଦପୁର ଗାଁର ମୃତ ରୁଦ୍ରଙ୍କ ଘର ଲୋକଙ୍କ ଆଖିରୁ ଝରୁଛି ଲୁହ ।

ରୁଦ୍ର ଦେଇଥିଲା ମାଟ୍ରିକ୍‌ ପରୀକ୍ଷା । ଅପେକ୍ଷାର ଆଖିକୁ ନିଦ ନଥିଲା । କାରଣ କରୋନା ଲମ୍ବାଇ ଦେଉଥିଲା ତା ଖରାଛୁଟିର ଆୟୁଷକୁ। ରେଜଲ୍ଟ ବାହାରିବ, ସ୍କୁଲ ଛାଡ଼ି ସେ କଲେଜ ଯିବ। କେତେ ଆଶା ପୁଣି କେତେ ସ୍ୱପ୍ନ । ବିଳମ୍ବରେ ହେଉ ପଛେ ପ୍ରକାଶ ପାଇଲା ରେଜଲ୍ଟ । ସଫଳ ହେଲା ରୁଦ୍ରର ସ୍ୱପ୍ନ। ହେଲେ ସେତେବେଳକୁ ସ୍ୱର୍ଗକୁ ଲାଗି ଯାଇଥିଲା ସୌଦାଗରର ଡେଣା ।

ସେଦିନ ଥିଲା ରବିବାର। ଫଳ ଦେଖିବାକୁ ଆଙ୍ଗୁଠି ଗଣତି ଆରମ୍ଭ କରି ଦେଇଥିଲା ରୁଦ୍ର। ହେଲେ ନଈକୁ ଗାଧୋଇବାକୁ ଯାଇଥିବା ବେଳେ ପଡି ଯାଇଥିଲା କୁମ୍ଭୀର ହାବୁଡ଼ରେ। ରକ୍ତଭିଜା ନଈସୁଅରେ ନିଖୋଜ ହୋଇଯାଇଥିଲା ରୁଦ୍ର। ଆଉ ସଂଧ୍ୟା ନଇଁବା ବେଳକୁ କୂଳକୁ ଫେରିଥିଲା ମାଟ୍ରିକ୍‌ ଛାତ୍ରର ମୃତଦେହ।

ରେଜଲ୍ଟ ଆସିଛି । ହେଲେ ରୁଦ୍ର ନାହିଁ । ଏଠି ଉତ୍ସବକୁ ଉପହାସ କରିଛି ନିଷ୍ଠୁର ସମୟ । ରାକ୍ଷୀ ପୂର୍ବରୁ ଭଉଣୀ ଠାରୁ ଛଡ଼ାଇ ନେଇଛି ଭାଇକୁ। ଅଭାବି ଅଭିଭାବକଙ୍କ ଠାରୁ ସମୟ ଛଡ଼ାଇ ନେଇଛି ଆଶା ଭରସାକୁ । ଭଲ ନମ୍ବର ରଖି ପାସ୍‌ କରିଛି ରୁଦ୍ର । ହେଲେ ଏ କାଗଜ ଏବେ କାହା ପାଇଁ ।

୨୯ ତାରିଖରେ ବାହାରିଲା ମାଟ୍ରିକ ରେଜଲ୍ଟ, ହେଲେ ତା ପୂର୍ବରୁ ୨୬ରେ କୁମ୍ଭୀର ମୁହଁରେ ପଡି ଜୀବନ ହରାଇଥିଲେ ଛାତ୍ର ଜଣଙ୍କ । ରୁଦ୍ର ଥିଲେ ପରିବାରରେ ଥାଆନ୍ତା ହସ ଖୁସିର ମାହୋଲ । ହେଲେ କାଳଚକ୍ର ଆଗରେ ଏବେ ସବୁ ଶୁନଶାନ୍‌ ।

ଆଜିଠାରୁ ବଢ଼ିପାରେ ବର୍ଷା ପରିମାଣ, ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠାରୁ ବଢିପାରେ ବର୍ଷା ପରିମାଣ । ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଂଜାମ, ଏବଂ  ସୁନ୍ଦରଗଡ  ଜିଲ୍ଲାରେ କିଛି ଅଂଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବାକି ଜିଲ୍ଲା ଗୁଡିକରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ସହ ଆଜିଠାରୁ ୨ ତାରିଖ ଯାଏ ବିଜୁଳି-ଘଡଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜୁନ୍ ପହିଲାରୁ ୨୯ ଜୁଲାଇ ୨୦୨୦ ମଧ୍ୟରେ ଓଡ଼ିଶାରେ ୪୭୩.୦  ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୫୩୮.୦  ମିମି ଠାରୁ ୧୨ ପ୍ରତିଶତ କମ୍ ରେକର୍ଡ କରାଯାଇଛି ।

ଅନ୍ୟପଟେ ଚଳିତବର୍ଷ ଭୂତାଣୁ ସହ ଧୋକା ଦେଇଛି ମୌସୁମୀ । ଆବଶ୍ୟକଠାରୁ ବର୍ଷାର ପରିମାଣ କମ୍ ରହିଛି । ସେପଟେ ଶ୍ରାବଣ ସରିବାକୁ ବସିଲାଣି ହେଲେ ବର୍ଷାର ଦେଖାନାହିଁ ।

ଆଜି ରାଉରକେଲା ଆଜିଏଚରେ ଖୋଲିବ ପ୍ଲାଜମା ବ୍ୟାଙ୍କ… ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ରାଜ୍ୟରେ ପ୍ଲାଜମା ଥେରାପି ଏବେ ସଂକ୍ରମିତଙ୍କ ପାଇଁ ରାମବାଣ ସାବ୍ୟସ୍ତ ହୋଇଛି । ଏବେ ସୁଦ୍ଧା କରୋନାରୁ ସୁସ୍ଥ ହୋଇଥିବା ୨୮ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିଛନ୍ତି । ଏହି ପ୍ଲାଜମା ୩୩ଜଣ ସଂକ୍ରମିତଙ୍କୁ ଦିଆଯାଇଛି । ଏଥିରେ ୨୩ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ।

ସେ ମଧ୍ୟରୁ ୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସହରରେ ଏବେ ପ୍ଲାଜମା ବ୍ୟାଙ୍କ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଖୋଲିବାକୁ ଯାଉଛି ପ୍ଲାଜମା ବ୍ୟାଙ୍କ ।

ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ । ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିବେ । ପ୍ଲାଜମା ବ୍ୟାଙ୍କରେ ସୁନ୍ଦରଗଡ ସହ ପଶ୍ଚିମ ଓଡିଶା ରୋଗୀମାନେ ମଧ୍ୟ ଉପକୃତ ହୋଇପାରିବେ । ପ୍ଲାଜମା ଥେରାପି ସଫଳତାର ସହ କାମ କରୁଥିବାରୁ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି ।

ସେହିପରି ଗତ ୪ ମାସ  ମଧ୍ୟରେ ରାଜ୍ୟରେ ଟେଷ୍ଟିଂ ପରିମାଣ ବଢ଼ିଛି । ଏଯାବତ୍ ରାଜ୍ୟରେ ମୋଟ୍ ୫ ଲକ୍ଷ କରୋନା ଟେଷ୍ଟିଂ ହୋଇସାରିଛି ।  ପ୍ରଥମ ୧ ଲକ୍ଷ କରୋନା ଟେଷ୍ଟିଂ ପାଇଁ ପାଇଁ ୧୦ ସପ୍ତାହ ଲାଗିଥିଲା ତେବେ ଶେଷ ୧ ଲକ୍ଷ ଟେଷ୍ଟିଂ ମାତ୍ର ୧୦ ଦିନ ମଧ୍ୟରେ ସମ୍ଭବ ହୋଇପାରିଥିଲା । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ଯୋଗୁଁ ଏହି ସଫଳତା ହାସଲ କରିପାରିଛୁ ବୋଳି କହିଛନ୍ତି ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ କୋଭିଡ ଟେଷ୍ଟିଂ ଚାଲିଛି । ୩୫ ସରକାରୀ ଓ ୯ଟି ଘରୋଇ ଲାବ୍ରୋଟାରୀ ପରୀକ୍ଷା ଚାଲିଛି । ବିଭିନ୍ନ ମାଧ୍ୟମରେ ଆମର ଟେଷ୍ଟିଂ ଚାଲିଛି । ଏଭଳି କି ମୋବାଇଲ ଲାବ୍ରେଟାରୀରେ ମଧ୍ୟ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂ ବଢ଼ୁଛି ଏଣୁ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହେଉଛନ୍ତି । ଯେତେଶୀଘ୍ର ପଜିଟିଭ୍‌ ରୋଗୀଙ୍କୁ ଚିହ୍ନଟ କରାଯାଇ ପାରିବ ଅନ୍ୟକୁ ସଂକ୍ରମିତ ହେବାରୁ ରୋକାଯାଇପାରିବ ।

ଏହି ପ୍ରକ୍ରିୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟା ଏଣିକି କମିବାରେ ଲାଗିଛି । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବା । ଏବଂ ଲକ୍ଷଣ ଦେଖାଗଲେ ଟେଷ୍ଟିଂ କରାଇବାକୁ ପରାମର୍ଶ ଦେଇଛନ୍ତି ଶଳିନୀ ପଣ୍ଡିତ ।