କରୋନା ସଂକ୍ରମଣ ରୋକିବାକୁ ଗାଁ ଠୁ ସହର ସବୁଠି ପଦକ୍ଷେପ, ବଲାଙ୍ଗିର, ଭଦ୍ରକ, ଗଜପତି ସହ କୋରାପୁଟରେ ସଟଡାଉନ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ କରାଯାଉଛି । ଭଦ୍ରକ ଜିଲ୍ଲା କୁ ୨ ଦିନ ବା ୪୮ ଘଣ୍ଟା ବନ୍ଦ ଘୋଷଣା କରାଯାଇଛି । ଜୁଲାଇ ମାସରେ  ଶନିବାର ଓ ରବିବାର ଦିନକୁ ସଟଡାଉନ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ।  ତେବେ ଜିଲ୍ଲା ରେ କରୋନା ସଂକ୍ରମିତ ଙ୍କ ମଧ୍ୟରେ ଲୋକାଲ କେସ ମଧ୍ୟ ବୃଦ୍ଧି ପାଉଛି । ସାନିଟାଇଜେସନ ସହ ସର୍ଭିଲାନ୍ସ ପାଇଁ ସମ୍ପୂର୍ଣ ଜିଲ୍ଲାକୁ ଦୁଇ ଦିନ ସଟଡାଉନ ଘୋଷଣା କରାଯାଇଛି ।

ଅଗଷ୍ଟ ମାସ ୧ ତାରିଖ ଓ ୨ ତାରିଖ ଜିଲ୍ଲା ସମ୍ପୂର୍ଣ ସଟଡାଉନ ରହିବ । ଏହି ସମୟସୀମା ମଧ୍ୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ କେତେକ ନିର୍ଦ୍ଧିଷ୍ଟ ସେବାକୁ କାର୍ଯ୍ୟ ପାଇଁ ଅନୁମତି ମିଳିଛି । ଏହି ସମୟ ମଧ୍ୟ ଏନଫୋର୍ସମେଣ୍ଟକୁ ମଧ୍ୟ ଜୋରଦାର କରାଯିବ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ବଲାଙ୍ଗିରରେ ୪ଶହ ଟପିଛି କରୋନା ସଂକ୍ରମିତ ସଂଖ୍ୟା । ସଂକ୍ରମଣ ରୋକିବାକୁ ଆଜି ଠାରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ବଲାଙ୍ଗୀର ସଟଡାଉନ ଘୋଷଣା  କରାଯାଇଛି । ଜରୁରୀ କାଳୀନ ସେବାକୁ ଛାଡି ସଟଡାଉନ୍ ବେଳେ ସବୁ ବନ୍ଦ ରହିବ ।

ସହରରେ ମାଇକ ଯୋଗେ ଜିଲ୍ଲା ପ୍ରଶାସନ ସଚେତନ କରିଛି । ଏହି ସମୟରେ ଜିଲ୍ଲାରେ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଥିବା ବେଳେ ଦୋକାନ, ବଜାର, ସରକାରୀ/ବେସରକାରୀ କାର୍ଯ୍ୟାଳୟ ଖୋଲିବା ନେଇ କଟକଣା ଜାରି କରାଯାଇଛି ।

ସେହିପରି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଦୁଇ ଦିନ ପାଇଁ ସଟଡାଉନ୍  ଘୋଷଣା କରିଛନ୍ତି ଜିଲ୍ଲାପାଳ । ପୂର୍ବରୁ ବି ଦୁଇ ଦିନ ସଟଡାଉନ୍‌ କରାଯାଇଥିଲା । ଏହି ସମୟରେ ବାହାର ଜିଲ୍ଲାରୁ କୌଣସି ଲୋକଙ୍କୁ ଜିଲ୍ଲା ଭିତରେ ପ୍ରବେଶ କରାଯାଇପାରିବ ନାହିଁ ଜିଲ୍ଲାପାଳ କହିଛନ୍ତି । ସେପଟେ ବଲାଙ୍ଗିର ଜିଲ୍ଲାରେ ଚାରିଶହ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ସଂକ୍ରମଣକୁ ରୋକିବା ପାଇଁ ଆସନ୍ତାକାଲିଠୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଥିବା ବେଳେ ଦୋକାନ, ବଜାର, ସରକାରୀ, ବେସରକାରୀ କାର୍ଯ୍ୟାଳୟ ଖୋଲିବା ନେଇ କଟକଣା ଜାରି ହୋଇଛି ।

Leave a Reply